ପକ୍ଷାଘାତ ରୋଗ ଏହି ରୋଗଟି ବହୁ ପ୍ରକାରର ଅଛି । ଆମେ ବର୍ତ୍ତମାନ ଯାହା ଆଲୋଚନା କରିବାକୁ ଯାଉଛେ ତାହା ସାଧାରଣ ଭାବରେ, ବୟସ୍କ ଲୋକ, ବିଶେଷ ଭାବରେ ବୃଦ୍ଧାବସ୍ଥା ଏବଂ ଉଚ୍ଚରକ୍ତଚାପ ଭୋଗୁଥିବା ଲୋକଙ୍କ ଠାରେ ହଠାତ୍ ପ୍ରକାଶ ପାଉଥିବା ପକ୍ଷାଘାତ ସମ୍ପର୍କରେ । ଏହାର ଉଦ୍ଦେଶ୍ୟ ହେଉଛି, ଏହା ଏଭଳି ସମୟରେ ହୁଏ ଯେ, ଗାଁ ଗହଳିରେ ହଠାତ୍ ଡାକ୍ତରୀ ଚିକିତ୍ସା ପାଇବାର ଆସା କ୍ଷୀଣ, ସେଥିରେ ପୁଣି ରୋଗୀକୁ ଚିକିତ୍ସାପାଇଁ ଡାକ୍ତର ଖାନାକୁ ଆଣିବାରେ ଯେଉଁ ଦୀର୍ଘ ସମୟ ଲାଗେ, ସେଥିରେ ମସ୍ତିସ୍କର ସ୍ନାୟୁଗୁଡିକ ପରିବର୍ତ୍ତନ ହେବାର ଅବସ୍ଥାରେ ରହନ୍ତି ନାହିଁ । ତେଣୁ ଏହାର ଆଶୁଚିକିତ୍ସାପାଇଁ କିଛି ଔଷଧର ବିଚାର କରିବା ପ୍ରୟୋଜନ, ଏବଂ ଏ ଔଷଧ ସବୁ ଏଭଳି କାର୍ଯ୍ୟକ୍ଷମ ଯେ ଅଭିଜ୍ଞତା ନ ଥିଲେ ବିଶ୍ଵାସ କରିବା ସମ୍ଭବ ନୁହେଁ । ହେଲେ ମଧ୍ୟ କିଛି ନ ମିଳିଲା ସମୟରେ ଏହି ହୋମିଓ ଔଷଧ ସବୁକୁ ବ୍ୟବହାର କଲେତ କ୍ଷତି କିଛି ହେବନାହିଁ । ପକ୍ଷାଘାତ ଚିକିତ୍ସା ପାଇଁ ଔଷଧ ଧରନ୍ତୁ ପ୍ରବଳ ଶୀତରେ ଦାଣ୍ଡ ବାରଣ୍ଡାରେ ଶୋଇ ବୁଢା ଲୋକଟି ସକାଳୁ ଉଠି ପାରୁନାହିଁ, ଗୋଟାଏ ଅଙ୍ଗ ପଡିଯାଇଛି, ବା ହଠାତ୍ ସାଘାଂତିକ ଭାବରେ ରାଗିଯାଇ ବୁଢାଗଡି ପଡିଲେ, ଆଉ ଏକ ପାଖର ଅଙ୍ଗ ଅଚଳ । ତାହାହେଲେ ଏକୋନାଇଟ – ୨୦୦ ପ୍ରତି ୩ ଘଣ୍ଟାରେ ୪-୫ ପାନ ଦିଅନ୍ତୁ ଓ ପରେ ଡାକ୍ତର ପରାମର୍ଶ କରନ୍ତୁ । ଏପରିବି ହୁଏ, ବର୍ଷାରେ ଭିଜି ବିଲବାଡିରେ କାମ କରି ଫେରୁଛନ୍ତି ବା ଆସି ବିଶ୍ରାମ କରୁଛନ୍ତି ହଠାତ୍ ଛେଚିକୁଟି ହୋଇ ଜ୍ଵର ଆସିଲା ଓ ପରେପରେ ଗୋଟିଏ ପାଖ ପାରାଲିସିସ୍, ରସଟକ୍ସ – ୨୦୦ ଅମୋଘ ଔଷଧ ଭାବରେ କାମକରିବ । ଭିଜା ସନ୍ତସନ୍ତିଆ ଜାଗାରେ ରହିବା ପରେ ଏହା ହୋଇଥିଲେ ମଧ୍ୟ ରସଟକ୍ସ । ଅନେକ ସମୟରେ ଅତ୍ୟନ୍ତ ଦୁଃଖଦ ଘଟନା ଶୁଣି ଲୋକ ଅଚେତ ହୋଇ ପଡିଯା’ନ୍ତି ଓ ପରେ ପରେ ପକ୍ଷାଘାତ, ଇଗ୍ନେସିଆ – ୧୦୦୦ ହିଁ ଔଷଧ ଏ କ୍ଷେତ୍ରରେ । ନିଶାପାଣି ଅଭ୍ୟାସଥିବା, ମାଛ, ମାଂସ ଓ ଗରମ ମସଲା ତେଲଦିଆ ଖାଦ୍ୟ ଖାଇବାରେ ରୁଚିଥିବା, କାର୍ଯ୍ୟବ୍ୟସ୍ତ ବଦମେଜାଜ ଲୋକଙ୍କର ପକ୍ଷାଘାତରେ ନକ୍ସଭୋମିକା ଏକ ମୁଲ୍ୟବାନ ଔଷଧ । ଅତି ବୃଦ୍ଧ ଯେଉଁମାନଙ୍କର ସ୍ମୃତିଭ୍ରଂଷ୍ଟ ହୋଇ ଗଲାଣି ଓ ଆଚାର ବ୍ୟବହାର ଅତିପିଲାଳିଆ ଢଙ୍ଗର , ହଠାତ୍ ପକ୍ଷାଘାତ ହୋଇ ପାଟି ପଡିଗଲା , ଟା’ ହେଲେ ବାରାଇଟା କାର୍ବ ଦେଇ ଦେଖନ୍ତୁ ଫଳ କ’ଣ ହେଉଛି । ସମ୍ପୂର୍ଣ୍ଣ ପାରାଲିସିସ୍ ହୋଇନି କିନ୍ତୁ ସେହିଭଳି ଦୁର୍ବଳତା, ଦେହ ହାତ ଥରୁଛି, ଛିଡା ହୋଇପାରୁ ନାହାନ୍ତି । ଜିଭ ବାହାର କରିବାକୁ ଗଲେ ଥରୁଛି, କିଛି ଧରିବା ସମ୍ଭବ ହେଉ ନାହିଁ । ଜେଲସେମିୟାମ – ୨୦୦ ରୁ ଦିନକୁ ୩-୪ ଥର ଦେଲେ ହୁଏତ ରୋଗ ଆଉ ଆଗେଇବ ନାହିଁ । ଯେଉଁଭଳି କ୍ଷେତ୍ରରେ ଏକୋନାଇଟ ଦେବା କଥା, ଦେଇ ହେଲା ନାହିଁ ବା ଦେଇ ମଧ୍ୟ ବିଏସ ଫଳ ହେଲା ନାହିଁ, ଡାହାଣପଟଟା ସମ୍ପୂର୍ଣ୍ଣ ପାରାଲିସିସ୍, କଷ୍ଟିକମ – ୨୦୦ ବା ୧୦୦୦ ବ୍ୟବହାର ଅଧିକାଂଶ କ୍ଷେତ୍ରରେ ତତକ୍ଷଣାତ କ୍ରିୟା ସୃଷ୍ଟି କରିବ । ଡାହାଣ ପଟ ପକ୍ଷାଘାତରେ ପ୍ଲମ୍ବମମେଟ ଏକ ଅପୂର୍ବ ଔଷଧ । ଏ ରୋଗୀର କିନ୍ତୁ କୋଷ୍ଠବଦ୍ଧତା ଏକ ନିୟାମକ ଲକ୍ଷଣ । ମାଲା ଏପରି ଚିକିଟା ମଳଦ୍ଵାରରୁ ଛାଡେନା, ଅଠା ଭଳି ଲାଗି ରହେ । ପକ୍ଷାଘାତ ଅଙ୍ଗଗୁଡିକ ଖୁବ୍ ଶୀଘ୍ର ସରୁ ହୋଇଯାଏ । କଷ୍ଟିକମ ରୋଗୀର ଯେ କୋଷ୍ଠବଦ୍ଧତା ନାହିଁ ଏକଥା ଅନ୍ତତଃ ଏଭଳି ରୋଗୀ କ୍ଷେତ୍ରରେ କହିବା ଠିକ୍ ନୁହେଁ । ମାତ୍ର କଷ୍ଟିକମ ରୋଗୀଙ୍କୁ ଛିଡା କରାଇଲେ ସୁବିଧାରେ ମାଲା ପରିଷ୍କାର ହୋଇଯାଏ । ରୋଗୀ ଝାଡା ମଡାଇଲେ ଛିଡା କରାଇବାକୁ ବ୍ୟସ୍ତ କରିପକାଇବ । ବାମପଟ ଅଙ୍ଗରା ପକ୍ଷାଘାତରେ, ବିଶେଷକରି ଶରୀରର ଉପର ଅଂଶରୁ ଆରମ୍ଭ ହୋଇ ଧୀରେ ଧୀରେ ପାଦ ପର୍ଯ୍ୟନ୍ତ ବା ଏପରି ଘଟିଥିବାର ଇତିହାସ ମିଳୁଛି ତାହାହେଲେ ଲାକେସିସ୍, ଆଶ୍ଚର୍ଯ୍ୟଜନକ ଭାବରେ କାମ କରିବ । ଏଭଳି ରୋଗୀଙ୍କର ଦେଖିବେ ମଝିରେ ମଝିରେ ସାରା ଶରୀର ବା ଶରୀରର କୌଣସି କୌଣସି ଅଂଶରେ ଗରମ ହୁତାସ ଉଠୁଥିବାର କମ୍ପ୍ଲେନ ଥିବ । ବିଶେଷକରି ସ୍ତ୍ରୀଲୋକମାନଙ୍କର ଋତୁ ବନ୍ଦ ହେବା ସମୟରେ ପକ୍ଷାଘାତ ହେଲେ ଏହା ଏକ ଅମୂଲ୍ୟ ଔଷଧ । ସେହିପରି, ପାଦରୁ ଆରମ୍ଭ ହୋଇ ଧୀରେ ଧୀରେ ଉପର ଅଂଶଗୁଡିକ ଅଚଳ ହୋଇଯାଉଥିଲେ, କୋନିୟମ ଏକ ଉତ୍ତମ ଔଷଧ । ଯଦି ଟିକେ ଅନୁସନ୍ଧାନ କରିବେ, ଶୁଣିବେ ରୋଗୀ ଜଣକ କିଛିଦିନ ହେବ ଶୋଇବାର ଭୀଷଣ ଅସୁବିଧା ଭୋଗୁଥିଲେ । ଶେଯରେ ଶୋଇ କଡା ଲେଉଟାଇଲେ ହିଁ ମୁଣ୍ଡ ଘୂରାଉଥିଲା, ଚାଲିଲାବେଳେ ଆଗକୁ ଟଳି ପଡିଲା ଭଳି ଲାଗୁଥିଲା । ବୃଦ୍ଧ ବୟସର ଦୁର୍ବଳତା ପାଇଁ ଏ ସବୁକୁ ସେ ବିଏସ ଗୁରୁତ୍ଵ ଦେଇ ନ ଥିଲେ । ଏ ସବୁ କିନ୍ତୁ କୋନିୟମ ପାଇଁ ପରିଷ୍କାର ନିର୍ଣ୍ଣୟାତ୍ମକ ଲକ୍ଷଣ । ମୁଣ୍ଡଠାରୁ ଆରମ୍ଭ କରି ମେରୁଦଣ୍ଡର ଯେ କୌଣସି ଅଂଶର ଆଘାତ ପରେ ଯଦି ପକ୍ଷାଘାତ ଗୋଇଥାଏ, ତାହାହେଲେ ଆର୍ଣ୍ଣିକା – ୧୦୦୦ ବା ତଦୁର୍ଦ୍ଦ ଶକ୍ତି ପ୍ରଥମେ ଦେବା ନିତାନ୍ତ ଆବଶ୍ୟକ, ଆପଣ ଯେଉଁ ଚିକିତ୍ସା କରନ୍ତୁ ନା କାହିଁକି । ମେରୁଦଣ୍ଡର ଆଘାତ ପାଇଁ ଆରଣିକା କିଛିଦିନ ଦେବା ପରେ ହାଇପେରିକମ – ୧୦୦୦ ନିଶ୍ଚୟ ଦେବେ । ସେହିପରି ବେକ ପାଖ ମେରୁଦଣ୍ଡରେ ମାଡ ହୋଇଥିଲେ ଆର୍ଣ୍ଣିକା ପରେ ପ୍ୟାରିସକ୍ଵାଡ୍ରିଫୋଲିଆ ଏକ ଅତ୍ୟନ୍ତ ଆବଶ୍ୟକୀୟ ଔଷଧ । ଦୀର୍ଘଦିନ ଧରି ପକ୍ଷାଘାତରେ ଶଯ୍ୟାଶାୟୀ, ସମ୍ପୂର୍ଣ୍ଣ ଅଚଳ, କିନ୍ତୁ ତାଙ୍କର ପାଦ ଦୁଇଟି ଅନବରତ ହଲୁଛି, ଜିଙ୍କମମେଟ – ୨୦୦ ଦିନକୁ ୨ – ୩ ଥର ଦେଇ ଦେଖନ୍ତୁ ଫଳ କ’ଣ ହେଉଛି । ସଂଗୃହୀତ – ଡାକ୍ତର କମଳାକାନ୍ତ କର