অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଟେରିଆ ମେଡିକା -ଭାଗ ୧

ଏସିଡ ଫସ୍

ଶରୀରର   ଅତି  ମୁଲ୍ୟବାନ  ରସ  ମାନଙ୍କର  କ୍ରମାଗତ  କ୍ଷରଣ  ହେତୁ  ଦୁର୍ବଳତା   ବା  ଅବସାଦ   ପାଇଁ  ଏହା  ଅତ୍ୟନ୍ତ   ଉପକାରୀ  । ଏ କ୍ଷେତ୍ରରେ  ଏହା  ଚାଇନାର  ପରିପୂରକ   । ଉଦାସୀନତା,  ଦୁର୍ବଳତା,  ଖୁବ୍ ଶୀଘ୍ର  ଡେଙ୍ଗା  ହୋଇଯିବା,  ଅତିରିକ୍ତ   ପ୍ରସାବ  ଓ  ଆକାଳେ  ଶୁକ୍ରକ୍ଷୟର   ଉପସର୍ଗରେ  ଏହା  ଫଳପ୍ରଦ   । ମାତ୍ର,  ଦୀର୍ଘଦିନ  ଧରି  ଉଦରାମୟ  ଭୋଗୁଥିଲେ   ମଧ୍ୟ,  ଯଦି  ଏହାର   ପ୍ରଭାବ  ରୋଗୀର   ଶରୀର  ଉପରେ  କିଛି ମାତ୍ର   ପଡୁ ନ ଥାଏ  ଓ  କୌଣସି   ପ୍ରକାର  ଚିକିତ୍ସାରେ  ଉପଶମ   ହେଉ  ନ  ଥାଏ,  ତାହାହେଲେ  ଏହା  ହିଁ   ଏକମାତ୍ର  ଆରୋଗ୍ୟକାରୀ  ଔଷଧ  । କେବଳ  ଏହି  କ୍ଷେତ୍ରରେ  ହିଁ  ଏହାର  ଦୁର୍ବଳତା   ପରିଲକ୍ଷିତ  ହୁଏ   ନାହିଁ  ।

ଆକୋନାଇଟ ନ୍ୟାପ

ଯେ  ଯୌନଶୀ  ରୋଗ,  ଅପ୍ରତ୍ୟାଶିତ, ହଠାତ୍  ଓ  ସାଘାଂତିକଭାବରେ  ଯଦି  ଆକ୍ରମଣ   କରେ,  ତାହାର  ପ୍ରାଥମିକ  ଅବସ୍ଥାରେ  ଏହା  ଅତି  ସୁଫଳ  ଦିଏ  । ଭୟ,  ଅତ୍ୟଧିକ  ଗରମ  ବା  ଶୀତ  ଦ୍ଵାରା  ରୋଗର  ଉତ୍ପତ୍ତି   ସହିତ  ଅତିମାତ୍ରାର  ବ୍ୟସ୍ତତା, ବ୍ୟାକୁଳତା, ରୋଗୀ  ଖାଲି  ମୃତ୍ୟୁର   ବିଭୀଷିକା  ଦେଖୁଥିବ, ଘର୍ମହୀନ   ପ୍ରଚଣ୍ଡ  ଜ୍ଵର  ସହିତ   ଉତ୍କଣ୍ଠା  ଓ  ଅତ୍ୟଧିକ  ତୃଷ୍ଣା ,  ଏହାର  ପରିଚାୟକ  ଲକ୍ଷଣ  । ଏହାଛଡା  ଯେ  କୌଣସି  ବଡଧରଣର  ଆଘାତରେ  ସଙ୍ଗେ  ସଙ୍ଗେ  ଏହାର  ପ୍ରୟୋଗ  ଫଳରେ  ପ୍ରତିକ୍ରିୟାଜନିତ   ଅବସାଦ   ଓ  ଅନ୍ୟାନ୍ୟ   ଉପସର୍ଗକୁ   ଦୂରେଇ  ଦିଆଯାଇପାରେ    ।

ଇସ୍କ୍ୟୁଲସ

କଟିବ୍ୟଥା  ଓ  ଅର୍ଶପାଇଁ  ଏହା  ଏକ  ପ୍ରଧାନ  ଔଷଧ  । ତ୍ରିକାସ୍ଥିରେ   ଶୂଳ  ପଶିଲା  ଭଳି   ବ୍ୟଥା  ବା  ଅଣ୍ଟା   ଖାଲି  ଭାଙ୍ଗିପଡିଲା   ଭଳି  ବ୍ୟଥା  ମଳଦ୍ଵାରରେ  କାଠି  ଖୁଞ୍ଚି  ହେଲାଭଳି   ଅନୁଭୂତି  ଥିଲେ  ଏହା  ଆଶୁ  ଉପଶମକାରୀ   । ଶୁଖିଲା, କଠିନ  ଝାଡା   ସହିତ  ମଳଦ୍ଵାରରେ  ବ୍ୟଥା  ଓ  ଉପଯୁକ୍ତ  ଅନୁଭୂତି  ଯଦି  ଝାଡା   ଫେରିସାରିବାର   ବହୁକ୍ଷଣ  ପର  ପର୍ଯ୍ୟନ୍ତ   ଲାଗିରହେ,  ତାହାହେଲେ  ଏହା  ପ୍ରଥମେ   ଚିନ୍ତା  କରିବାର  କଥା  । ମଳଦ୍ଵାରରେ  ରକ୍ତ  ସଂଚାଳନର  ବୃଦ୍ଧି  ହେତୁ  ଏହା  ସବୁ   ସମୟରେ  ଯେପରି  ପୂରି  ରହିଲା  ଭଳି  ମନେହୁଏ  ଓ  ଝାଡା  ପରିଷ୍କାରଭାବରେ  ଛାଡେ  ନାହିଁ  । ଯେ  କୌଣସି ବସି – କୋଟରୀୟ  ଯନ୍ତ୍ରବିଶେଷ ର  ପୀଡାରେ   ଯଦି  ଅଣ୍ଟାଧରି  ସହିତ  ତ୍ରିକାସ୍ଥି  ଓ  ଉରୁରେ  ବ୍ୟଥା  ଲାଗି  ରହିଥାଏ  ଏବଂ  ଚାଲିବା  ଓ  ନଇଁବାରେ  କଷ୍ଟ   ବୃଦ୍ଧି  ହେଉଥାଏ , ତାହାହେଲେ  ଏହା  ଅବଶ୍ୟ  ଉପଶମ  ଦେବ  ।

ଇଥୁଜା

ଶିଶୁମାନଙ୍କର  ବାନ୍ତି  ଓ  ପିହୁଳା  ରୋଗପାଇଁ  ଏହା  ଏକ  ଅତ୍ୟନ୍ତ  ଆବଶ୍ୟକୀୟ  ଔଷଧ  । ଦୁଗ୍ଧପାନ  ପରେ  ପରେ  ଛେଲା  ଛେଲା  ବାନ୍ତିକରି   ଛୁଆ  ଯଦି  ଆକାବାକା  ହୋଇଯାଇ  ହାଲିଆ  ହୋଇପଡି  ଶୋଇ  ଯାଉଥିବ  ଏବଂ  ଉଠିଲା  ପରେ  ଖାଇ  ଏହାର  ପୁନରାବୃତ୍ତି ଘଟାଉଥିବ,  ତାହାହେଲେ  ଏହା  ପାଇଁ  ଇଥୁଜା  ଛଡା  ଅନ୍ୟ  କୌଣସି  ଔଷଧ  ହୋଇ ନ ପାରେ   । ଅବଶ୍ୟ  ଅନ୍ୟ  କୌଣସି  ଉପସର୍ଗ  ନ ଥାଇ  ଖାଲି  ଛେଲାଛେଲା  ଦହି  ଭଳି ବାନ୍ତିରେ   ଭାଲେରିଆନା  ଏକ  ଉତ୍କୃଷ୍ଟ  ଔଷଧ   । ଯଦି  ଜିଭରେ  ମୋଟା  ଧଳା  ଛତିଆ ଜମୁଥିବ  ଯେତେ  ପରିଷ୍କାର  କଲେ  ମଧ୍ୟ,  ତାହାହେଲେ ତ  ଏଣ୍ଟିମକ୍ରୁଡ   ।

କିନ୍ତୁ  ଏହା  ଯଦି  ପିହୁଳା ମାରୁଥିବ  ଓ  ପିଲାର  ଡୋଳା  ଦୁଇଟି   ତଳଆଡକୁ   ଖୋସି  ହୋଇଯାଇଥିବ,  ସତେ  ଯେପରି   ସେ  ତା’ର  ନାକ  ଅଗକୁ  ଚାହିଁ  ରହିଛି,  ତାହାହେଲେ  ଏହା  ତତକ୍ଷଣାତ   ଉପକାର  କରିବ  । ଅବଶ୍ୟ  ଆଖିଡୋଳା,  ଶିବନେତ୍ର   ଭଳି  ଉପରକୁ  ଖୋସି   ହୋଇଥିଲେ  କ୍ୟୁପ୍ରମମେଟ  ହିଁ  ଲାଗିବ   ।

ଏସବୁ  କ୍ଷେତ୍ରରେ  ଶିଶୁର   ମୁହଁ   ପଶିଯାଇ  ହନୁହାଡ   ବାହାରି  ପଡେ,  ନାକ  ଓ  ଉପର  ଓଠ  ପାଖରେ  ଭାଙ୍ଗ  ପଡିଯାଏ   ।

ଏଲିୟାମସେପା

ତରୁଣ   ଶର୍ଦ୍ଦିରେ   ନାକ  ଓ  ଆଖିରୁ  ଅନର୍ଗଳ   ପାଣି  ଗଡୁଥିଲେ   ଓ  ପ୍ରବଳ  ଛିଙ୍କ   ସହିତ   ନାକ  ପୋଡୁଥିଲେ, ଏହାର  ବ୍ୟବହାର   ତତକ୍ଷଣ   ଫଳଦାୟୀ  ।

କୌଣସି  କାରଣରୁ  ଅଙ୍ଗଚ୍ଛେଦ  ପରେ  ଥୁଣ୍ଟା  ଅଂଶର  ସ୍ନାୟବିକ  ପୀଡା  ଯଦି  କୌଣସିଥିରେ  କମୁ  ନ ଥିବ  ତାହାହେଲେ  ଏହାର  ୨୦୦ ଓ ୧୦୦୦ ଶକ୍ତି  ପ୍ରୟୋଗ  କରି  ଦେଖନ୍ତୁନା  । ଏହା  ଯେପରି  ଜଣେ   କେବେହେଲେ  ଭୁଲି  ନ ଯାଆନ୍ତି  ।

ଏଲୋଜ

ଉଦରାମୟ  ତଥା  ନାଳଝାଡାରେ  ଏହା  ପ୍ରାୟ  ଫଳପ୍ରଦ  ଭାବରେ   ବ୍ୟବହାର  ହୋଇଥାଏ   । ପେଟ  ମୋଡିହୋଇ  ଅତର୍ଚ୍ଛ  ଝାଡା  ମାଡୁଥିଲେ,  ବାୟୁ  ସରିଲାବେଳେ,  ପରିସ୍ରା  ବସିଲାବେଳେ  ଝାଡା  ପଡିଯାଉଥିଲେ  ବା  ପଡିଗଲା  ଭଳି   ଅନୁଭୂତିରୁ   ଅତି  ସନ୍ତର୍ପଣରେ  ରୋଗୀ  ସେ  କାର୍ଯ୍ୟ  ସମ୍ପାଦନ  କରୁଥିଲେ  ଏହା  ଅଦ୍ଵିତୀୟ   ଔଷଧ   । ଏହି  ଝାଡା  ସହିତ  କିନ୍ତୁ  ରୋଗୀର   ବେଶ୍  ଭୋକ  ଥାଏ   । ଏହାର   ଝାଡା   ପ୍ରାୟ  ନାଳମିଶା   ଓ  ଅନେକ  ସମୟରେ  ମେଞ୍ଚା  ମେଞ୍ଚା  ଜେଲିଭଳି   । ଝାଡାର   ଠିକ  ପୂର୍ବରୁ   ପେଟ   ଖୁବ୍  କଳ  କଳ   କରେ   ।

ଏନାକାର୍ଡିୟମ

ହଠାତ୍  ସ୍ମରଣଶକ୍ତି   କମି  ଯାଉଥିବା,  ମାନସିକ  ଦ୍ଵନ୍ଦ୍ଵ  ସହିତ  ଗାଳିଗୁଲଜ  କରି  ଅଭିସମ୍ପାତ  ଢାଳୁଥିବା  ଲୋକର  ଚର୍ମରୋଗ  ଓ  ଜୀର୍ଣ୍ଣଶୂଳ  ରୋଗରେ  ଏହା  ଦରକାର  । ଏ  ରୋଗୀର  ଯାବତୀୟ  କଷ୍ଟ  ଖାଇବାପରେ   ଉପଶମ  ହୋଇଥାଏ   । ଚର୍ମ  ରୋଗରେ   ଆକ୍ରାନ୍ତସ୍ଥାନ   ନିର୍ଜୀବ  ବା  ବଧିରା  ହୋଇ  ଯାଉଥିଲେ  ଏହାର  ଚିନ୍ତା  କରାଯାଏ  ।

ଏଣ୍ଟିମ  କ୍ରୁଡ

ପେଟ   ଗଣ୍ଡଗୋଳ   ହେତୁ  ବିଭିନ୍ନ   ପ୍ରକାରର  ରୋଗ  ହେଉଥିଲେ  ଏହାର  ଆବଶ୍ୟକ  ହୁଏ   । ଏହାର  ନିର୍ଣ୍ଣାୟକ   ଲକ୍ଷଣ  ରୋଗୀର  ଜିଭ  ଉପରେ  ହିଁ  ପ୍ରତିଫଳିତ   ହୋଇଥାଏ   ।ଯେତେ  ପରିଷ୍କାର  କଲେ  ମଧ୍ୟ  ବହଳ   ଚୂନର  ପ୍ରଲେପ   ଦିଆ   ହୋଇଥିବା  ଭଳି   ଦେଖାଯାଏ   । ରୋଗୀ   ପାଣି   ପିଇବାକୁ   ବିଲକୁଲ  ଚାହୁଁ  ନ ଥିବ  । ଦାନ୍ତ   ଉଠିବା  ସମୟରେ  ଉଦରାମୟରେ  ଏହା  ବେଶ୍  ପ୍ରୟୋଜନୀୟ   । ତରଳ  ଝାଡା  ମଧ୍ୟରେ  ବିଣ୍ଡା  ବିଣ୍ଡା   କଠିନ   ଝାଡା  ଥିବ  ଓ  ଗାଧୋଇବା  ସମୟରେ   ଝାଡା  ହୋଇଯାଉଥିବା   ଲକ୍ଷଣ  ସହିତ  ଧଳା  ସର  ପଡିଲାଭଳି   ଜିଭ  ଏହାର  ନିର୍ଣ୍ଣାୟକ   ଲକ୍ଷଣ   ।

ରୋଗ  ସମୟରେ  ଏହା  ଖୁବ୍  ଚିଡିଚିଡା  ହୁଏ  । ଛୋଟ  ଛୁଆ  ହୋଇଥିଲେ  ଦେହରେ  ହାତ  ମରେଇ  ଦେବ  ନାହିଁ   ।

ବିଭିନ୍ନ  ସ୍ଥାନରେ,  ବିଶେଷ  କରି  ତଳିପା’ରେ  ବିଣ୍ଡି , ମାଛଆଖିଆ  ଓ  ଦେହରେ  ଶିଙ୍ଘଭଳି  ଭାତୁଡି   ହେଉଥିଲେ   ଏହା  ଖୁବ୍  ଭଲ  କାମ  ଦିଏ,  ଉଚ୍ଚଶକ୍ତିର  ପ୍ରୟୋଗ  ଦ୍ଵାରା   ।

ଏଣ୍ଟିମଟାର୍ଟ

ଅତ୍ୟନ୍ତ  ଦୁର୍ବଳ  ଓ  ଅବସନ୍ନଭାବରେ  ପଡିରହିଥିବ ; ଛାତିରେ  କଫ  ଜମାହୋଇ   ଘଡ  ଘଡ  କରୁଥିବ  ଅଥଚ  କାଶି  ବାହାର  କରିବାକୁ  ଶକ୍ତି  ନ ଥିବ ; ଅତ୍ୟନ୍ତ  ଶ୍ଵାସକଷ୍ଟ  ସହିତ  କପାଳରେ  ବିନ୍ଦୁ  ବିନ୍ଦୁ  ଝାଳ  ଦେଖା  ଯାଉଥିବ ;  ରୋଗୀର  ଚେହେରାରେ  ତଥା   ପରିବେଶରେ  ମୃତ୍ୟୁର  ଆତଙ୍କ  ପୂରି  ରହିଥିବ, ତାହାହେଲେ  ଅନେକ  ସମୟରେ  ଏସବୁ  ଲକ୍ଷଣରେ  ଏହାର   ପ୍ରୟୋଗ  ଜୀବନ  ରକ୍ଷା  କରିଥାଏ  । ଏହା  ବାନ୍ତିରେ  ମଧ୍ୟ  ଖୁବ୍  ଉପକାରୀ   । ଏହାର  ବାନ୍ତି  କେବଳ  ଡାହାଣ  କଡ  ମାଡି ଶୋଇଲେ  ଉପଶମ  ହୁଏ   ।

ଏପିସମେଲ

ଶୋଥ,  ମୂତ୍ରସ୍ୱଳ୍ପତା  ବା  ମୂତ୍ରକୃଚ୍ଛତା,  ତୃଷାହୀନତା  ଓ  ଗରମକାତରତା  ଏହାର  ନିର୍ଦ୍ଦେଶକ   ଲକ୍ଷଣ   । ଅଗିଆବାତରେ  ଏହା  ପ୍ରାୟ  ବ୍ୟବହୃତ  ହୁଏ   । ଦେହ  ମହୁମାଛି  ମାରିଲା  ଭଳି  ଫୁଲିଯାଏ  ଓ  ବିନ୍ଧେ  । ଆଖି  ତଳପତା  ଜଳ  ଜଳ  ହୋଇଫୁଲି  ଓହଳି  ପଡିଥିଲେ  ଏପିସକୁ   ଚିହ୍ନିବା  କଷ୍ଟ  ହୁଏ  ନାହିଁ   ।

ନାଳଶୂଳା  ଝାଡାରେ  ଏହା  ଏକ  ଅତ୍ୟନ୍ତ  ଉପାଦେୟ  ଔଷଧ  ଯାହାକି  ଆମେ  ପ୍ରାୟ  ଭୁଲି  ଯାଉ   । ମଳଦ୍ଵାର   ମୁହଁ   ଫୁଲି  ମାଂସପୁଟୁଳା  ଭଳି  ଓଲଟିପଡି  ମେଲା  ହୋଇଯାଇଥିଲେ   ଓ ନାଳ, ରସ  ରକ୍ତ  ନିଗିଡିପଡି  ବିନ୍ଧାଛିଟିକା   କରୁଥିଲେ  ଏହାକୁ  ତୁରନ୍ତ  ଦେବା  କଥା   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate