অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୋମେଓପାଥିକ ଚିକିତ୍ସା

ହୋମେଓପାଥିକ ଚିକିତ୍ସାର ବିଶେଷତ୍ଵ

ବିଭିନ୍ନ ପୁରାତନ ତଥା ନୂତନ ରୋଗକୁ ହୋମେଓପାଥିକ ଚିକିତ୍ସା ଦ୍ଵାରା ସହଜ ଉପାଯରେ ଚିକିତ୍ସା କରାଯାଇ ପାରୁଅଛି । ଯେଉଁ ସବୁ କାରଣରୁ ଏହି ଚିକିତ୍ସା ଅଧିକ ଆଦୃତ ହୋଇପାରିଛି ସେଗୁଡିକ ହେଲା –

  • ସ୍ୱଳ୍ପ ଖର୍ଚ୍ଚ ରୋଗୀ ଆରୋଗ୍ୟ ହୁଏ ।
  • ଔଷଧ ଜନିତ କୁପ୍ରଭାବ ଆଶଙ୍କା ନ ଥାଏ ।
  • ସରଳ ଉପାଯରେ ଔଷଧ ପ୍ରୟୋଗ ହୋଇଥାଏ ।
  • ଔଷଧ ଗୁଡିକ ସ୍ଵାଦ ଯୁକ୍ତ ହୋଇଥିବାରୁ ଆବାଳ ବୁଦ୍ଧବନିତା ସମସ୍ତେ ଆଗ୍ରହରେ ଔଷଧ ସେବନ କରିଥାନ୍ତି।
  • ରୋଗୀ ପାଇଁ ଔଷଧ ନିରୂପଣ କରିବା ପାଇଁ ସବୁକ୍ଷେତ୍ରରେ ଜଟିଳ ଓ ବ୍ୟୟ ସାପେକ୍ଷ ଲାବୋରେଟୋରୀ ପରୀକ୍ଷା ଉପରେ ନିର୍ଭର କରାଯାଇନଥାଏ ।

ଜଟିଳ ଓ ପୁରାତନ ବ୍ୟାଧି ନିରାକରଣ କରିବାରେ ହୋମେଓପାଥିକ ଔଷଧ

ଯେଉଁସବୁ ଜଟିଳ ଓ ପୁରାତନ ବ୍ୟାଧି ନିରାକରଣ କରିବାରେ ହୋମେଓପାଥିକ ଔଷଧ ବିଶେଷ ଫଳପ୍ରଦ ହେଉଛି ସେଗୁଡିକ ହେଲା-

  • ପୁରାତନ ଅମ୍ଳ ଜନିତ ପେଟରୋଗ
  • ଗଣ୍ଠି ବାତ ,ସ୍ଵଣ୍ଡିଲାଇଟିସ, ସିଆଟିଆ
  • ପୁରାତନ ଚର୍ମରୋଗ ଯଥା – ଏକଜିମା, ସୋରିଆସିସ ଇତ୍ୟାଦି ।
  • ଶ୍ଵାସନଳୀ ଓ ଚର୍ମରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଆଲର୍ଜି
  • ଗଳାପ୍ରଦାହ, ବ୍ରୋଙ୍କାଇଟିସ, ଶ୍ଵାସ ।
  • କେତେକ ମାନସିକ ରୋଗ ଏବଂ ମାନସିକ କାରଣରୁ ସୃଷ୍ଟି ହୋଇଥିବା ଶାରୀରିକ ରୋଗ ଯଥା- ମୁଣ୍ଡବ୍ୟଥା , ଅଗିଆବାତ, ପାକସ୍ଥଳୀ ପ୍ରଦାହ, ଅନ୍ତନାଳୀରେ କ୍ଷତ, ଆବେଗ, ବିଷାଦ ଭାବ ।
  • କେତେକ ସାଧାରଣ ଟ୍ୟୁମର,ଭାତୁଡି
  • ବୃକକ ଓ ମୂତ୍ରାଶୟ ରେ ପଥୁରି ବା Stone ।
  • ଗର୍ଭାବସ୍ଥାରେ ଭୃଣର କ୍ଷତି ନ କରି ମା’ର ବିଭିନ୍ନ ରୋଗର ଚିକିତ୍ସା ଓ ସୁଖପ୍ରସବ ପାଇଁ ଔଷଧ ବ୍ୟବସ୍ଥା ।
  • ଗର୍ଭାଶୟ ଓ ସ୍ତନ ରେ ହେଉଥିବା ସାଧାରଣ ଟ୍ୟୁମର ।
  • ବିଭିନ୍ନ ଶିଶୁ ରୋଗର ଚିକିତ୍ସା ।

ହୋମେଓପାଥିକ ଔଷଧ ବ୍ୟବହାର ପରେ ରୋଗୀର ଲକ୍ଷଣ

ଏହି ସାଧାରଣ ବହୁ ଲୋକ ଙ୍କ ମନରେ ରହିଛି । ଏହା ସଂପୂର୍ଣ୍ଣ ଠିକ୍ ନୁହେଁ । କେତେକ କ୍ଷେତ୍ରରେହୋମେଓପାଥିକ ଔଷଧ ବ୍ୟବହାର ପରେ ରୋଗୀର ଲକ୍ଷଣ ସମୂହ ବୃଦ୍ଧି ପାଇଥାଏ କିମ୍ବା ନୂତନ ଲକ୍ଷଣ ସୃଷ୍ଟି ହୋଇଥାଏ, ଯଦ୍ଵାରା ରୋଗୀ ଭାବେ ଯେ ତାହାର ରୋଗ ଔଷଧ ଦ୍ଵାରା ବଢିଗଲା । ସେହି ଅବସ୍ଥା ଗୁଡିକ ହେଲା-

  1. ରୋଗୀର କୌଣସି ପୁରାତନ ବ୍ୟାଧି ଅଣ ହୋମେଓପାଥିକ ଔଷଧ ସେବନ ଦ୍ଵାରା ଯଦି ଚପିଯାଇଥାଏ ଏବଂ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ କୌଣସି ବ୍ୟାଧି ପାଇଁ ସେ ହୋମେଓପାଥିକ ଔଷଧ ସେବନ କରେ, ଏବଂ ସେହି ଔଷଧ ଯଦି ରୋଗୀପାଇଁ ଉପଯୁକ୍ତ ହୋଇଥାଏ ତାହେଲେ କେତେକ କ୍ଷେତ୍ରରେ ଏହି  ନୂତନ ଔଷଧ ପ୍ରୟୋଗ ଦ୍ଵାରା ଚପି ଯାଇଥିବା ରୋଗର ଲକ୍ଷଣାବଳୀ ପୁନଃ ପ୍ରକାଶିତ ହୁଏ । ଯଦ୍ଵାରା ରୋଗୀ ଭାବେ ଯେ ହୋମେଓପାଥିକ ଔଷଧ ସେବନ ଦ୍ଵାରା ତାହାର ରୋଗ ବଢିଗଲା।
  2. ଦ୍ଵିତୀୟତଃ ରୋଗୀ ପାଇଁ ଦିଆଯାଇଥିବା ଔଷଧ ଠିକ ହେଲେବି ଆବଶ୍ୟକତା ଠାରୁ ଅଧିକ ଶକ୍ତ ବ୍ୟବହୃତ ହୋଇଥିଲେ ରୋଗୀର ଉପସ୍ଥିତ ଲକ୍ଷଣ ସମୂହ ସାମୟିକ ଭାବେ ବୃଦ୍ଧି ପାଇପାରେ । ଏହାକୁ “ହୋମେଓପାଥିକ ମତେ ବର୍ଦ୍ଧିତ ଲକ୍ଷଣ” ବା  କୁହାଯାଏ । ଏହା ସ୍ଵାଗତ ଯୋଗ୍ୟ କାରଣ ରୋଗୀର ଶାରୀରିକ ଲକ୍ଷଣ ବୃଦ୍ଧି ପାଇଲେ ହେଁ ମାନସିକ ସ୍ତରରେ ରୋଗୀ ଆରାମ ଅନୁଭବ କରେ । ଦ୍ଵିତୀୟତଃ ଏହା ସୁଚାଇଦିଏ ଯେ ରୋଗୀ ପାଇଁ ଠିକ ଔଷଧ ନିର୍ବାଚନ କରାଯାଇଛି । ଦ୍ଵିତୀୟତଃ ଏହି ବର୍ଦ୍ଧିତ ଲକ୍ଷଣସବୁ ଧିରେ ଧିରେ କମିଯାଇ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୁଏ ।
  3. ତୃତୀୟତଃ ରୋଗୀକୁ ଯଦି ଆଂଶିକ ଠିକ ଔଷଧ ସେବନ ପାଇଁ ଦିଆଇଥାଏ । ତା ହେଲେ ରୋଗୀ ଠାରୁ ଔଷଧ ଜନିତ କିଛି ଅଧିକ ଲକ୍ଷଣ ପ୍ରକାଶିତ ହୁଏ । ତାହାକୁ “ଔଷଧୀୟ ବର୍ଦ୍ଧି କରଣ “କୁହାଯାଏ । ଏହା ଦ୍ଵାରା ରୋଗୀ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଅଧିକ କଷ୍ଟ ଅନୁଭବ କରେ । ଏହା ସୁଚାଇ ଦିଏ ଯେ ରୋଗୀ ପାଇଁ ଅନ୍ୟ ଏକ ସଠିକ ଔଷଧ ସ୍ଥିର କରିବା ଆବଶ୍ୟକ ।
  4. ଚତୁର୍ଥତଃ, ଯେତେବେଳେ ରୋଗୀକୁ ଏକ ସଂପୂର୍ଣ୍ଣ ଭୁଲ ଔଷଧ ଦିଆଯାଇଥାଏ , ସେ କ୍ଷେତ୍ରରେ ରୋଗ ନିଜସ୍ୱ ଗତିରେ ବଢିଚାଲେ । ଏହାକୁ “ରୋଗ ବର୍ଦ୍ଧିକରଣ “କୁହାଯାଏ । ଏଠାରେ ରୋଗୀ ଶାରୀରିକ ବା ମାନସିକ ଅବସ୍ଥାରେ ଅଧିକ କଷ୍ଟପାଏ । ଏହା ସୁଚାଇଦିଏ ଯେ ରୋଗୀ ପାଇଁ ଔଷଧ ନିର୍ବାଚନ ସଂପୂର୍ଣ୍ଣ ଭୁଲ ଓ ଆଉ ଏକ ସଠିକ ଓ ନିର୍ଭୁଲ ଔଷଧ ସ୍ଥିର କରିବା ବାଞ୍ଛନୀୟ ।

ସାରାଂଶ କହିବାକୁ ଗଲେ କେତେକ କ୍ଷେତ୍ରରେ ଡାକ୍ତରଙ୍କୁ ଭୁଲ ବା ଆଂଶିକ ଠିକ ଔଷଧ ନିର୍ବାଚନ ଯୋଗୁଁ ରୋଗ ବୃଦ୍ଧି ପାଇପାରେ । ଅନ୍ୟଥା ଠିକ ଔଷଧ ସାମାନ୍ୟ ଉଚ୍ଚଶକ୍ତିର ପ୍ରୟୋଗ ହୋଇଥିଲେ ରୋଗୀର ଲକ୍ଷଣ ମଧ୍ୟ ବୃଦ୍ଧି ପାଇଲା ପରି ମନେହୁଏ । ତେଣୁ ଏଥିପାଇଁ ହୋମେଓପାଥିକ ବିଜ୍ଞାନକୁ ଦୋଷ ଦେବା ଅନୁଚିତ ।

ହୋମେଓପାଥିକ ଚିକିତ୍ସା ମଧ୍ୟ ସମୟ ସାପେକ୍ଷ

  1. ନାଁ, ଯଦି ରୋଗୀକୁ ଠିକ ଔଷଧ ସେବନ କରିବା ପାଇଁ ଦିଆଯାଉଥାଏ ଓ ରୋଗୀ ତରୁଣ ରୋଗ ବା Acute Disease ଭୋଗୁଥାଏ ତା ହେଲେ ହୋମେଓପାଥିକ ଔଷଧ ମଧ୍ୟ ତୁରନ୍ତ କାର୍ଯ୍ୟ କରିଥାଏ । କିନ୍ତୁ ପୁରାତନ ରୋଗୀ  ହୋଇଥିଲେ ଯେ କୌଣସି ଚିକିତ୍ସା ପଦ୍ଧତି ପରି ହୋମେଓପାଥିକ ଚିକିତ୍ସା ମଧ୍ୟ ସମୟ ସାପେକ୍ଷ । ଏଠାରେ ଗୋଟିଏ କଥା ଉଲ୍ଲେଖ ଯୋଗ୍ୟ ଯେ ସଂପୂର୍ଣ୍ଣ ଆରୋଗ୍ୟ ଓ ସାମୟିକ ଉପଶମ ବା ପାଲିଏସନ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ସ୍ଥାୟୀ ଓ ସଂପୂର୍ଣ୍ଣ ସୁସ୍ଥତା ହେଉଛି ହୋମେଓପାଥିକ ଚିକିତ୍ସାର ମୂଳମନ୍ତ୍ର । କିନ୍ତୁ ସାମୟିକ ଉପଶମ ଦ୍ଵାରା ରୋଗୀର କେତେକ ପ୍ରମୁଖ ତଥା ଯନ୍ତ୍ରଣା ଦାୟକ ଲକ୍ଷଣ ଔଷଧ ପ୍ରଭାବରେ ସାମୟିକ ଚାପିଯାଏ । କେତେକ ଔଷଧ ପ୍ରଭାବରେ ରୋଗୀର ଏତାଦୃଶ ଲକ୍ଷଣ ସାମୟିକ ଉପଶମ ହେଲେ ରୋଗୀ ଭାବେ ଯେ ତାହାର ରୋଗ ଦୂର ହୋଇଗଲା । କିନ୍ତୁ କିଛି ଦିନ ପରେ ଏହା ପୁନଃପ୍ରକାଶ ପାଏ । କିନ୍ତୁ ହୋମେଓପାଥିକ ଚିକିତ୍ସାରେ ରୋଗୀକୁ ଉପଯୁକ୍ତ ଔଷଧ ପ୍ରୟୋଗ କରାଯାଇଥିଲେ , ତାହା ରୋଗକୁ ନ ପାଇ ସମ୍ପୂର୍ଣ୍ଣ ରୂପେ ବିନାଶ କରିଥାଏ । ତେଣୁ ଲୋକମାନଙ୍କ ଧାରଣ ଯେ ହୋମେଓପାଥିକ ଔଷଧ ବିଳମ୍ବରେ ରୋଗ ଭଲକରେ ।
  2. ଦ୍ଵିତୀୟତଃ ଯଦି ପ୍ରଥମ ବା ୨ୟ ପର୍ଯ୍ୟାୟରେ ରୋଗୀକୁ ଠିକ ହୋମେଓପାଥିକ ଔଷଧ ପ୍ରୟୋଗ କରାଯାଇନଥାଏ ତେବେ ରୋଗୀ ସୁସ୍ଥ ହେବା ସମ୍ଭବ ନୁହେଁ । କିନ୍ତୁ ପରବର୍ତ୍ତୀ ସମୟରେ ଠିକ ଔଷଧ ଦିଆଗଲେ ରୋଗୀ ସୁସ୍ଥ ହୁଏ । ଏ କ୍ଷେତ୍ରରେ ଡାକ୍ତରଙ୍କ ଭୁଲ ଔଷଧ ପ୍ରୟୋଗ ଯୋଗୁଁ ଚିକିତ୍ସା ପାଇଁ ଅଧିକ ସମୟ ଲାଗେ । କିନ୍ତୁ କୌଣସି ଡାକ୍ତରଙ୍କ ଭୁଲ ବା ଦୋଷକୁ ହୋମେଓପାଥିକ ଚିକିତ୍ସାର ଦୋଷ ବା ଦୁର୍ବଳତା ଭାବିବା ଠିକ ନୁହେଁ  ।
  3. ତୃତୀୟତଃ ଡାକ୍ତର ରୋଗୀ ପାଇଁ ଠିକ ଔଷଧ ନିର୍ଣ୍ଣୟ କରିଥିଲେ ହେଁ ନିମ୍ନ ଲିଖିତ କାରଣ ଯୋଗୁଁ ମଧ୍ୟ ରୋଗୀ ତୁରନ୍ତ ସୁସ୍ଥ ହୋଇପାରେ ନାହିଁ  ।
  • ନିମ୍ନ ମାନର ଔଷଧ ।
  • ଔଷଧର ଭୁଲ ଶକ୍ତି ବା ପୋଟେନିସ ଓ ମାତ୍ରା ବ ଡୋଜ ପ୍ରୟୋଗ ।
  • ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଔଷଧ ସେବନ ନ କରିବା ।
  • ଚିକିତ୍ସା ସମୟରେ ଔଷଧୀୟ ଗୁଣଥିବା ଅନ୍ୟାନ୍ୟ ଖାଦ୍ୟ ବା ପାଣିର ବ୍ୟବହାର ।
  • ବ୍ୟବହୃତ ଔଷଧର ଗୁଣ ନଷ୍ଟ କଲା ଭଳି ଅନ୍ୟାନ୍ୟ ପଦାର୍ଥର ବ୍ୟବହାର ।

ଏଠାରେ ଆଉ ଗୋଟିଏ କଥା ମନେରଖିବା ହେବ । ରୋଗୀ ତୁରନ୍ତ ଭଲ ହେବା ଅର୍ଥ ନୁହେଁ ଜେନ ଟାଇଫଏଡ ରୋଗୀ କିମ୍ବା ଗଣ୍ଠିବାତ ବା ଭୋଗୁଥିବା ରୋଗୀ ୪-୫ ଦିନରେ ଭଲ ହୋଇଯିବ ।ଅନ୍ୟ ପକ୍ଷରେ ଅଳ୍ପ ଦିନର ପତଳା ଝାଡା ବା ପେଟ ଯନ୍ତ୍ରଣା ଭୋଗୁଥିବା ରୋଗୀକୁ ସମୂଳେ ବିନାଶ କରିବା ନାଁଆରେ ଦୀର୍ଘ ଦିନ ଧରି ଚିକିତ୍ସା କରିବାର କିଛି ମାନେ ହୁଏନା ।

ହୋମେଓପାଥିକ ଔଷଧର ବ୍ୟବହାର ପାଇଁ  ପରୀକ୍ଷା ଜରୁରୀ

ବହୁ ଲୋକଙ୍କ ଧାରଣା ଯେ, କେବଳ ରୋଗୀର ଲକ୍ଷଣ ଅନୁସାରେ ଆମେ ଔଷଧ ସ୍ଥିର କରୁ ଓ ତାହାର ମଳ, ମୂତ୍ର, କଫ, ଓ ରକ୍ତ ପ୍ରଭୁତି ପରୀକ୍ଷା କରିବାର ଆବଶ୍ୟକତା ନ ଥାଏ , କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ । ଜଣେ ସୁସ୍ଥଲୋକ ରୋଗରେ ପଡିଲେ ରୋଗର ଲକ୍ଷଣ ଗୁଡିକ ଶରୀର ଭିତରେ ଓ ବାହାରେ ପ୍ରକାଶ ପାଏ । ତାର  ମଳ,ମୂତ୍ର,କଫ,ଓ,ରକ୍ତ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଂଶ କେତେକ ପରିବର୍ତ୍ତନ ହୋଇପାରେ । ଏହି ସବୁ ପରିବର୍ତ୍ତନ ଗୁଡିକୁ ଜାଣିବା ପାଇଁ ଆମେ ବିଭିନ୍ନ ପ୍ରକାର ପରୀକ୍ଷା କରିଥାଉ । ଉପରୋକ୍ତ ପରୀକ୍ଷାରୁ ମିଳୁଥିବା ସୂଚନା ଗୁଡିକ ମଧ୍ୟ ରୋଗର ଲକ୍ଷଣ ଅଟେ । ଏହି ପରୀକ୍ଷାଦ୍ଵାରା ରୋଗର ସଠିକ ରୋଗ ନିରୂପଣ ହୋଇପାରୁଛି । ଏହି ରୋଗ ନିରୂପଣ ରୋଗୀ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଅନୁସଙ୍ଗିକ ଚିକିତ୍ସା ନିର୍ଣ୍ଣୟ କରିବା ତଥା ଔଷଧ ସ୍ଥିର କରିବା , ଔଷଧର ମାତ୍ରା ଓ ଔଷଧ ସେବନର ବ୍ୟବଧାନ ନିର୍ଣ୍ଣୟ କରିବା ତଥା ଔଷଧ ସ୍ଥିର କରିବା ତଥା ଔଷଧ ସେବନ  ପରେ ରୋଗୀର ଉନ୍ନତି ହେଉଛି କି ନାହିଁ ତାହା ଅନୁଧ୍ୟାନ କରିବା ରେ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ ଜଣେ ରୋଗୀ କ୍ରମଶଃ ଶୁଖିଶୁଖି ଯାଉଛି, ଅଳ୍ପ ପରିଶ୍ରମ କାଲେ ହାଲିଆ ହୋଇ ପଡୁଛି , ବାରମ୍ବାର ପରିସ୍ରା କରୁଛି । ଏହି ଲକ୍ଷଣ ଗୁଡିକ ଭିତ୍ତିକରି ଔଷଧ ଦେଲେ ମଧ୍ୟ ତାହାର ଉପଶମ ହେଉ ନାହିଁ । ତାହାର ରକ୍ତ ଓ ପରିସ୍ରା ପରୀକ୍ଷା କଲାପରେ ଜଣାଗଲେ ଯେ ରୋଗୀକୁ ମଧୁମେୟ ରୋଗ ହୋଇଛି । ଏହା ଜାଣିବା ପରେ ରୋଗୀକୁ ଖାଦ୍ୟ ଓ ପାନୀୟ ନିୟନ୍ତ୍ରଣ କରିବା ପାଇଁ ଉପଦେଶ ଦିଆଯାଉଛି । ଦ୍ଵିତୀୟତଃ ମଧୁମେୟ ଜାଣିବା ପରେ ଡାକ୍ତରଙ୍କ ପକ୍ଷେ ଔଷଧ ନିର୍ଣ୍ଣୟ କରିବା ସହଜ ହୋଇପାରୁଛି । ଏହା ଛଡା ଆଉ ଜଣେ ରୋଗୀର ପେଟ ଓ ପିଠିର ଡାହାଣପଟେ ପ୍ରବଳ ଯନ୍ତ୍ରଣା ହେଉଛି । ଯେତେ ଔଷଧ ଦେଲେ ମଧ୍ୟ କମୁ ନାହିଁ ପେଟର Ultra Sound କରିବା ପରେ ଜଣାଗଲା ଯେ ତାହାର ଡାହାଣ ବୃକକ ରେ ପଥୁରୀ ହୋଇଛି । ଡାହାଣ ପଟ Kidney Stone ପାଇଁ ଆମର କେତେକ ନିର୍ଦ୍ଧିଷ୍ଟ ଔଷଧ ରହିଛି । ଏହା ଦ୍ଵାରା ଡାହାଣ ପଟ Kidney Stone ପାଇଁ ଆମର କେତେକ ନିର୍ଦ୍ଧିଷ୍ଟ ଔଷଧ ରହିଛି । ଏହାଦ୍ବାରା ରୋଗୀପାଇଁ  ଔଷଧ ନିର୍ଣ୍ଣୟ କରିବା ସହଜ ହେଲା । ଦ୍ଵିତୀୟତଃ Stone ହୋଇଥିବାରୁ ଆମେ ରୋଗୀକୁ ପ୍ରଚୁର ପାଣି, କୋଳଥ ସିଝା ପାଣି ପିଇବାପାଇଁ କହୁଛୁ ଓ କ୍ୟାଲସିୟମ ଥିବା ଖାଦ୍ୟ ବା ପାନୀୟ ଣ ଖାଇବା ପାଇଁ ଉପଦେଶ ଦେଉଛୁ ।

ହୋମେଓପାଥିକ ଔଷଧର ସତର୍କତା

ଯେଉଁ ସବୁ ଖାଦ୍ୟ ପଦାର୍ଥର ଔଷଧୀୟ ଗୁଣ ରହିଛି, ହୋମେଓପାଥିକ ଔଷଧ ବ୍ୟବହାର କଲାବେଳେ , ସେଗୁଡିକ ସେବନ କରିବା ଉଚିତ ନୁହେଁ । କିନ୍ତୁ ବର୍ତ୍ତମାନ ପରିବେଶ ଯେପରି ଦୂଷିତ ହେଲାଣି ଓ ବିଭିନ୍ନ ପ୍ରକାର ସାରା ଓ ରାସାୟନିକ ପଦାର୍ଥ ର ବହୁଳ ବ୍ୟବହାର ଯୋଗୁଁ ଖାଦ୍ୟ ପଦାର୍ଥ ଓ ପନିପରିବା ଯେପରି ବିଷାକ୍ତ ହେଲାଣି, ସେତେବେଳେ ଅଳ୍ପକେତେକ ଜିନିଷ ବାରଣ କରିଦେଲେ ସମସ୍ୟା ସମାଧାନ ହୋଇପାରିବ ନାହିଁ , ଏ କ୍ଷେତ୍ରରେ ଆମକୁ ୩ ଗୋଟି ଦିଗରୁ ସତର୍କ ହେବାକୁ ପଡିବ ।

  • ପ୍ରଥମତଃ, ଯେଉଁ ଖାଦ୍ୟ ବା ପାନୀୟ ସେବନଦ୍ଵାରା ନିର୍ଦ୍ଧିଷ୍ଟ ରୋଗ ବଢିଯାଏ ତାହା ପରିହାର୍ଯ୍ୟ ଯଥା :ବହୁମୂତ୍ର ରୋଗରେ ଶ୍ଵେତସାର ବା ଶର୍କରା ଜାତୀୟ ଖାଦ୍ୟ, ଉଚ୍ଚରକ୍ତ ଚାପରେ ଚର୍ବିଜାତୀୟ ଖାଦ୍ୟ, ଗାଉଡ ହୋଇଥିଲେ ମାଂସ। ପେପଠିକ ଅଳସର ହୋଇଥିଲେ ଅତ୍ୟଧିକ ରାଗ ଓ ମସଲା ଇତ୍ୟାଦି ।
  • କେତେକ ହୋମେଓପାଥିକ ଔଷଧର ଗୁଣ ନିର୍ଦ୍ଦିଷ୍ଟ ଖାଦ୍ୟ ବା ପାନୀୟ ଦ୍ଵାରା ନଷ୍ଟ ହୋଇଯାଏ । ଯଥା କଫି ଦ୍ଵାରା ନଷ୍ଟ ହୋଇଥାଏ । ଯଥା କଫି ଦ୍ଵାରା Psorinum ଔଷଧ, କଞ୍ଚା ପିଆଜ ଦ୍ଵାରା Thuja ଓ କର୍ପୁର ଦ୍ଵାରା ଅଧିକାଂଶ ଔଷଧର ଗୁଣ ନଷ୍ଟ ହୋଇଯାଏ । ତେଣୁ ସେହି ଔଷଧ ବ୍ୟବହାର ସମୟରେ ଏହାର ଗୁଣ ନଷ୍ଟ କରୁଥିବା ଖାଦ୍ୟ ବା ପାନୀୟ ବ୍ୟବହାର କରିବା ନିଷେଧ ।
  • ଔଷଧ ଖାଇବା ପୂର୍ବରୁ ପାଟି ଜିଭ ଅତ୍ୟନ୍ତ ପରିଷ୍କାର ରହିବା ଆବଶ୍ୟକ ଓ ପାଟିରେ କୌଣସି କଟୁ ବାସନ ଥିବା ଜିନିଷ ରଖିବା ଅନୁଚିତ । କାରଣ ଏହା ଦ୍ଵାରା ଅତି ସୂକ୍ଷ୍ମ ମାତ୍ରାରେ ପ୍ରୟୋଗ କରାଯାଉଥାଏ ହୋମିଓ ପ୍ୟାଥି ଔଷଧର ଗୁଣ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।

ଆଧାର ଓଡ଼ିଶା ଭଲ୍ୟୁମଟାରୀ ହେଲଥ ଆସୋସିଏସନ, ଭୁବନେଶ୍ଵର

 



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate