অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵାସ୍ଥ୍ୟ

  • ନବଜାତ ଶିଶୁର ସୁରକ୍ଷା

    ନବଜାତ ଶିଶୁର ସୁରକ୍ଷା,ପ୍ରତ୍ୟେକ ମା’ର ହେଉ ପ୍ରଥମ ଶିକ୍ଷା

    ଶିକ୍ଷା ଓ ସଚେତନତା ଅଭାବରୁ ଶିଶୁ ମୃତ୍ୟୁହାର ଆମ ରାଜ୍ୟରେ ଅଧିକ ରହିଆସିଛି ।ଏହାକୁ କମେଇବା ପାଇଁ ଏବେ ରାଜ୍ୟ ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ଏବେ କମ ଓଜନର ବିଶିଷ୍ଟ ନବଜାତ ଶିଶୁର ସୁରକ୍ଷା ପାଇଁ ତାକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏସଏମସିୟୁ ରଖୀ ଚିକିତ୍ସା କରାଯାଉଛି । ପ୍ରଥମରୁ ଦ୍ରୁଷ୍ଟି ଦିଆଯାଉଛି, ଯେମିତି ପ୍ରତ୍ୟେକ ଗର୍ଭବତୀ ମହିଳା ତାଙ୍କ ଗର୍ଭଧାରଣ ବିଷୟରେ ପଞ୍ଜୀକରଣ କରାଇବେ ।

  • ଶିଶୁର ଟୀକା କରଣ

    ଶିଶୁର ଟୀକା କରଣ- ଜୀବନବ୍ୟାପୀ ରକ୍ଷାକବଚ

    ଜନ୍ମ ପରେ ଶିଶୁଟି କେମିତି ସୁସ୍ଥ ସବଳ ହୋଇ ବଢିବ, ତା ଶରୀରରେ କେମିତି ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ, ସେଥିପାଇଁ ଟୀକାକରଣର ଯଥେଷ୍ଟ ଭୂମିକା ରହିଛି । ଶିଶୁଟି ଜନ୍ମ ନେଲା ମାତ୍ରେ ତା ନାଁରେ ଗୋଟିଏ କାର୍ଡ ପ୍ରସ୍ତୁତ କରାଯାଏ , ଯେଉଁଥିରେ ସେ କେତେବେଳେ କେଉଁ ଟୀକା ଗ୍ରହଣ କରିବ, ସେ ବିଷୟରେ ଉଲ୍ଲେଖ ଥାଏ ।

  • ପୁଷ୍ଟି ପୋଷଣ କେନ୍ଦ୍ର

    ପୁଷ୍ଟି ପୋଷଣ କେନ୍ଦ୍ର ଦିଏ ଶିଶୁକୁ ନୂଆ ଜୀବନ

    ପୁଷ୍ଟି ପୋଷଣ କେନ୍ଦ୍ର ବା ଏନଆରସି, ଆମ ରାଜ୍ୟର ତିନୋଟି ଯାକ ବଡ ଡାକ୍ତରଖାନା ଓ ପ୍ରତି ଜିଲ୍ଲାର ସଦର ମହକୁମା ମୁଖ୍ୟ ଡାକ୍ତରଖାନାରେ ଓ ଅନ୍ୟାନ୍ୟ ମୁଖ୍ୟ ଡାକ୍ତରଖାନା ମାନଙ୍କରେ ଅଛି । ଏହା ଏପରି ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଯେଉଁଠି ଅତ୍ୟାଧିକ ଉତ୍କଟ ପୃଷ୍ଟିହୀନ ଶିଶୁ ବା ସାମ୍ ଶିଶୁମାନଙ୍କର ଚିକିତ୍ସା ସେ ପର୍ଯ୍ୟନ୍ତ କରାଯାଏ, ଯେତେବେଳ ପର୍ଯ୍ୟନ୍ତ ଶିଶୁଟିର ଓଜନ ଆବଶ୍ୟକ ସ୍ତର ପର୍ଯ୍ୟନ୍ତ ନ ଆସିଛି ।

ମହିଳା ସ୍ଵାସ୍ଥ୍ୟ

କିଶୋରୀ ବୟସ ଠାରୁ ଆରମ୍ଭ କରି ଗର୍ଭବତୀ ମା ପର୍ଯ୍ୟନ୍ତ, ପ୍ରସୂତି ମା ତଥା ମେନୋପଜ ସମୟରେ ହଉଥିବା ସମସ୍ୟା ଓ ସମାଧାନ ସମ୍ପର୍କୀୟ ତଥ୍ୟ ଓ ପ୍ରଜନନ ପରି କେତେକ ଗୁରୁତ୍ଵପୂର୍ଣ କ୍ଷେତ୍ର ଯାହା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ପୋର୍ଟାଲରେ ନିରାପଦ ମାତୃତ୍ଵ ଏବଂ ଅନ୍ୟାନ୍ୟ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ରହିଛି ।

ପିଲାଙ୍କ ସ୍ଵାସ୍ଥ୍ୟ

ନବଜାତ ଶିଶୁଟିର ବିକାଶ, ଟୀକାକରଣ, ପୋଷଣ, ଅସୁସ୍ଥ ସମୟର ଯତ୍ନ ଇତ୍ୟାଦି ଜାଣିବା ନିହାତି ଆବଶ୍ୟକ । ଯଦି ଜନ୍ମ ଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁଟିର ଉତ୍ତମ ରକ୍ଷଣା ବେକ୍ଷଣ କରାନଯାଏ ତେବେ ସେ କୁପୋଷଣର ଶିକାର ହେବା ସହ ବିଭିନ୍ନ ସଂକ୍ରମଣ ରୋଗର ଶିକାର ହୋଇ ମୃତ୍ୟୁ ମୁଖରେ ପଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁ ବିଶେଷ ଯତ୍ନ ଆବସ୍ୟକ କରେ । ସଠିକ ଯତ୍ନ ପାଇଲେ ଶିଶୁ ରୋଗରୁ ରକ୍ଷା ପାଇବା ସହ ଉତ୍ତମ ରୂପେ ବିକାଶ କରିପାରେ । ଏ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ପୋର୍ଟାଲରେ ପ୍ରଦାନ କରାଯାଇଛି ।

ସରକାରୀ ଯୋଜନା

ଶିଶୁଙ୍କ ଟିକାକରଣ, ଗର୍ଭବତୀ ତଥା ପ୍ରସୂତି ମା ପାଇଁ ଜନନୀ ସୁରକ୍ଷା, ମମତା ଯୋଜନା, ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ଗୋଷ୍ଠୀ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସେବାକୁ କିପରି ଦାୟିତ୍ଵ ବିକେନ୍ଦ୍ରିକରଣ କରାଯାଇ ପାରିବ ସେ ସମ୍ବନ୍ଧୀୟ ସମସ୍ତ ଯୋଜନା ଏହି ପୋର୍ଟାଲରେ ସୂଚନା ଦିଆଯାଇଛି ।

ଆୟୁଷ

ଆୟୁର୍ବେଦ, ଯୋଗ, ନେଚୁରୋପାଥୀ, ୟୁନାନୀ, ସିଦ୍ଧ ଏବଂ ଯୋଗ (ଆୟୁଷ ) ର ଲୋକପ୍ରିୟତା ଦିନକୁ ଦିନ ବାଢୁଥିବାରୁ ଏ ସମ୍ବନ୍ଧରେ ସମସ୍ତ ଯୋଜନା ସମ୍ପର୍କରେ ପୋର୍ଟାଲରେ ଦିଆଯାଇଛି ।

ପୋଷଣ

ଶରୀରକୁ ଖାଦ୍ୟ ଦ୍ଵାରା ମିଳୁଥିବା ପୋଷକତତ୍ତ୍ଵ କୁ ପୋଷଣ କୁହାଯାଏ । ପର୍ଯ୍ୟାପ୍ତ ପରିମାଣର ସନ୍ତୁଳିତ ଆହାର ସହିତ ନିୟମିତ ଶାରୀରିକ ପରିଶ୍ରମ ହେଉଛି ଉତ୍ତମ ସ୍ୱାସ୍ଥ୍ୟର ଆଧାର । କିପରି ଓ କ'ଣ ଖାଦ୍ୟ ଖାଇଲେ ତାର ଉପଯୁକ୍ତ ପୋଷକତତ୍ତ୍ଵ ମିଳିବା ସହିତ ବ୍ୟକ୍ତି ପୁଷ୍ଟିହୀନତାର ଶିକାର ହେବନାହିଁ ଏହିସବୁ ସୂଚନା ସହ ଆହୁରି ଅନେକ ସୂଚନା ଏହି ପୋର୍ଟାଲରେ ଦିଆଯାଇଛି ।

ରୋଗ

ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।

ପରିମଳ ଓ ସ୍ଵଚ୍ଛତା

ବିଶୁଦ୍ଧ ପାନୀୟ ଜଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶର ସ୍ଵଚ୍ଛତା ତଥା ବ୍ୟକ୍ତିଗତ ସ୍ଵଚ୍ଛତା ଆଦି ସମ୍ବନ୍ଧରେ ଗୁରୁତ୍ତ୍ୱପୂର୍ଣ ବିଷୟ ଗୁଡିକ ସମ୍ପର୍କରେ ଏହି ପୋର୍ଟାଲରେ ସୂଚନା ଦିଆଯାଇଛି ।

ମାନସିକ ସ୍ୱାସ୍ଥ୍ୟ

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯିଏ ନିଜର ସମର୍ଥକ ପରିବାର ଲୋକଙ୍କୁ ଚିହ୍ନି ପାରି ଜୀବନର ସାଧାରଣ ଚାପର ମୁକାବିଲା କରିପାରୁଥିବ, ନିଜ କାମ ନିଜେ କରୁଥିବା ସହ ଗୋଷ୍ଠୀର ଉନ୍ନତିକରଣରେ ଯୋଗଦାନ ଦେଉଥିବ ସେ ଜଣେ ମାନସିକ ସୁସ୍ଥ ବ୍ୟକ୍ତି । ମାନସିକ ସ୍ୱାସ୍ଥ୍ୟ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ ବିଷୟ । ଏହା ସମ୍ବନ୍ଧରେ ଏହି ପୋର୍ଟାଲରେ ଆଲୋଚନା କରାଯାଇଛି ।

ପ୍ରାଥମିକ ଚିକତ୍ସା

ଆମେ ଆହତ ହେଲେ କିମ୍ବା ଅସୁସ୍ଥ ହେଲେ ହସପିଟାଲ କିମ୍ବା ଡାକ୍ତରଙ୍କ ପାଖକୁ ଜୀବା ପୂର୍ବରୁ ପ୍ରାଥମିକ ଚିକିତ୍ସା କରିବା ନିହାତି ଆବଶ୍ୟକ । ଏହି ପୋର୍ଟାଲ ରେ ବିଭିନ୍ନ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣନା କରାଯାଇଛି ଯେଉଁ ସୂଚନା ଘରେ, ବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଷ୍ଠାନ, ରାସ୍ତା ଯେଉଁଠି ବି ହେଲେ ବ୍ୟବହାର କରାଯାଇ ପାରେ ।

Last Modified : 12/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate