অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଜ୍‌ମା

ଉପକ୍ରମ

ଆଜମା ଗୋଟିଏ ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ ।ଏହାକୁ ଭୁଲରେ ଅନେକ ଆସ୍‌ଥମା ବୋଲି କହନ୍ତି କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ଆଜ୍‌ମା (Azma) । ଏହା ଏକ ଗ୍ରୀକ ଭାଷାର ଶବ୍ଦ ଯାହାର ଅର୍ଥ ପାଣ୍ଟିଙ୍ଗ (Panting) ବା ପରିଶ୍ରମ ପରେ ହେଉଥିବା ଛୋଟ ଛୋଟ ଦୃତ ଶ୍ଵାସ କ୍ରିୟା । ଓଡ଼ିଆ ଭାଷାରେ ଏହି ରୋଗକୁ 'ଶ୍ଵାସ' ଓ 'ଦମା' ନାମ ମଧ୍ୟ ଦିଆଯାଇଛି । ଏହି ରୋଗରେ ଶ୍ଵାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ଵାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ । ଏହାର ବିଭିନ୍ନ ଲକ୍ଷଣ ଗୁଡ଼ିକ: ଶ୍ଵାସ କ୍ରିୟା ବେଳେ ହୁଇଜ୍(ହୁଇସିଲ୍ ଶବ୍ଦ) ଶବ୍ଦ ଶୁଣାଯିବା, କାଶ, ଛାତି ଚିପିହେବା ଭଳି ଲାଗିବା ଓ ଛୋଟ ଶ୍ୱାସକ୍ରିୟା, ଛୋଟ ପ୍ରଶ୍ଵାସ ସହ ଦୀର୍ଘ ନିଶ୍ଵାସ ଛାଡ଼ିବା ।ଏହି ଲକ୍ଷଣ‌ଗୁଡ଼ିକ ଦିନରେ ବା ସପ୍ତାହରେ କିଛି ଥାର ଦେଖାଯାଏ ।. ରାତିରେ ଓ ବ୍ୟାୟାମ କଲାବେଳେ ଏହି ରୋଗ ଅଧିକ ହୋଇପାରେ ।

ଜେନେଟିକ୍ ଓ ପରିବେଶ ଦ୍ଵୟର ମିଶ୍ରିତ ପ୍ରଭାବ ଯୋଗୁ ଆଜ୍‌ମା ହେବା ବିଶ୍ୱାସ କରାଯାଉଛି । ବାୟୁମଣ୍ଡଳୀୟ କାରକ ମଧ୍ୟରେ ବାୟୁ ପ୍ରଦୂଷଣ ଓ ଆଲର୍ଜେନର ଭୂମିକା ଅଛି ।. ଆସ୍ପିରିନ ଓ ବିଟାବ୍ଲକର ଭଳି ଔଷଧ ରହି ରୋଗକୁ ଟ୍ରିଗର କରେ । ଲକ୍ଷଣ, ଚିକିତ୍ସାର ପ୍ରଭାବ ଓ ସ୍ପାଇରୋମେଟ୍ରିପରୀକ୍ଷା ଦ୍ଵାରା ଏହି ରୋଗ ନିର୍ଣ୍ଣୟ କରାଯାଏ । ଲକ୍ଷଣମାନଙ୍କର ପ୍ରକାଶ ସମୟ, ଏକ ସେକଣ୍ଡରେ ନିଶ୍ଵାସ ଛାଡିବା ପରିମାଣ ଓ ପିକ୍ ଏକ୍ସପିରେଟରି ଫ୍ଲୋ ରେଟ( peak expiratory flow rate.) ଅନୁସାରେ ଏହି ରୋଗକୁ ବର୍ଗୀକରଣ କରାଯାଇଛି ।ଏହାକୁ ଆଟୋପିକ ଓ ନନ୍ ଆଟୋପିକ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି, ଆଟୋପି ଅର୍ଥ ଟାଇପ ୧ ଅତି ସମ୍ବେଦନଶୀଳ ପ୍ରତିକ୍ରିୟା ।

ଏ ପର୍ଯ୍ୟନ୍ତ ଆଜ୍‌ମା ଆରୋଗ୍ୟ ହେବାର ଉପାୟ ବାହାରି ନାହିଁ । ରୋଗର ଟ୍ରିଗର ସମୂହ ଯଥା:- ଆଲର୍ଜେନ ଉତ୍ତେଜକଓ କର୍ଟିକୋସ୍ଟିରଏଡ ଆଘ୍ରାଣ ପରିହାର କରି ଲକ୍ଷଣ ପ୍ରତିଷେଧ କରିହେବ । ଅନିୟନ୍ତ୍ରିତ ଆଜ୍‌ମାରେ ଘ୍ରାଣକାରୀ କର୍ଟିକୋସ୍ଟିରଏଡ ସ‌ହିତ ଦୀର୍ଘକାର୍ଯ୍ୟକାରୀ ବିଟଆ-ଆଡ୍ରେନୋସେପ୍ଟର ଆଗୋନିସ୍ଟ(ଏଲବିଏ) ବା ଆଣ୍ଟିଲିଉକୋଟ୍ରିଏନ ଏଜେଣ୍ଟ ଦିଆଯାଇପାରେ ।ଲକ୍ଷଣ ଖରାପ ଦିଗକୁ ଗତି କରୁଥିଲେ ଆଘ୍ରାଣକାରୀ ସାଲବୁଟାମୋଲ ଭଳି ବିଟା ୨ ଆଗୋନିସ୍ଟ ଓ ପାଟିରେ ଦିଆଯାଉଥିବା କର୍ଟିକୋସ୍ଟିରଏଡ ଦିଆଯାଇପାରେ । ଅତି ସାଂଘାତିକ କେଶ୍‌ରେ ଶୀରାଭ୍ୟନ୍ତର କର୍ଟିକୋସ୍ଟିରଏଡ,

ସନ ୧୯୯୦ରେ ପୃଥିବୀରେ ୧୮୩ ନିୟୁତ ଆଜ୍‌ମା ରୋଗୀ ଥିବାବେଳେ ସନ ୨୦୧୩ରେ ଏହା ବଢ଼ିଯାଇ ୨୪୨ନିୟୁତ ହୋଇଥିଲା ।ଏହା ଫଳରେ ସନ ୨୦୧୩ରେ ୪୮୯,୦୦୦ ମୃତ୍ୟୁ ହୋଇଥିଲା, ସେଥିରୁ ଅଧିକାଂଶ ଏହି ରୋଗ ଚିହ୍ନାଯାଇଥିବା ଜଣାଯାଇଛି ।  ଆଜ୍‌ମା ଶବ୍ଦ ásthma ଶବ୍ଦରୁ ଆସିଛି ଯାହାର ଅର୍ଥ ଧକେଇବା।

ଚିହ୍ନ ଓ ଲକ୍ଷଣ

ଆଜ୍‌ମା ରୋଗରେ ଶ୍ଵାସ କ୍ରିୟା ସମୟରେ ବାରମ୍ଵାର ହୁଇସିଲ୍ ଶବ୍ଦ ଶୁଣାୟାଏ, ଛୋଟ ପ୍ରଶ୍ଵାସ ଓ ଦୀର୍ଘ ନିଶ୍ଵାସ ହୁଏ, ଛାତି ଚିପି ହେବା ଭଳି ଲାଗେ ଓ କାଶ ହୁଏ । ଫୁସଫୁସ ଭିତରେ କଫ ଥାଏ କିନ୍ତୁ ସହଜରେ କାଢି ହୁଏ ନାହିଁ । ଭଲ ହୋଇ ଆସିବା ବେଳକୁ ଏହି କଫ ପୂଜ ଭଳି ଦେଖାଯାଏ, କାରଣ ଏଥିରେ ବହୁତ ଇଓସିନୋଫିଲ୍ ଥାଏ । ରାତିରେ, ବଡ଼ି ସକାଳେ, ବ୍ୟାୟାମ ବେଳେ ଓ ଥଣ୍ଡା ବାୟୁ ସଂସ୍ପର୍ଶରେ ଆସିଲେ ଆଜ୍‌ମା ବଢିଯାଏ । କେତେକ ଲୋକଙ୍କର ଏହି ରୋଗ ନିମନ୍ତେ କୌଣସି ଟ୍ରିଗର ନ ଥାଏ ଓ ଅନ୍ୟ କେତେକଙ୍କର ଲକ୍ଷଣ ଲାଗି ରହେ ଓ ଅତ୍ୟଧିକ ହୁଏ ।

ସଂଯୁକ୍ତ ରୋଗ

ଆଜ୍‌ମା ସହ ଅନ୍ୟ କେତେକ ରୋଗ ଦେଖାଯାଏ । ସେଗୁଡିକର ନାମ: ଗ୍ୟାସ୍ଟ୍ରୋଏସୋଫେଜିଆଲ୍ ରିଫ୍ଲକ୍ସ ଡିଜିଜ୍, ରାଇନୋସାଇନୁସାଇଟିସ୍ ଓ ଅବ୍‌ସ୍ଟ୍ରକ୍ଟିଭ ସ୍ଲିପ୍ ଆପ୍‌ନିଆ ମନସ୍ତାତ୍ଵିକ ରୋଗ କାରଣ ଅତି ସାଧାରଣ ଓ ସେଥି ମଧ୍ୟରୁ ଆଙ୍ଗଜାଇଟି ଡିଜ୍ଅର୍ଡର(୧୬ ରୁ ୫୨ %) , ମୁଡ ଡିଜ୍ଅର୍ଡର(୧୪ ରୁ ୪୧ %) ଥାଏ । ମନସ୍ତାତ୍ଵିକ କାରଣ ଯୋଗୁ ଆଜ୍‌ମା ହୁଏ ବା ଆଜ୍‌ମା ଯୋଗୁ ମନସ୍ତାତ୍ଵିକ ଅସୁବିଧା ହୁଏ, ଏହା ଜଣା ପଡ଼ିନାହିଁ ।

କାରଣ

ଅନେକ ଜଟୀଳ ଓ ଅବୋଧ୍ୟ 'ପରିବେଶ ତଥା ଜେନେଟିକ ଦ୍ଵୟର ପ୍ରତିକ୍ରିୟା' ଯୋଗୁ ଆଜ୍‌ମା ରୋଗ ହୁଏ । ରୋଗର ଭୟାବହତା ଓ ଔଷଧ କାର୍ଯ୍ୟକାରୀତା ଏହି ପ୍ରତିକ୍ରିୟା ଉପରେ ନିର୍ଭରଶୀଳ । ଅଧୁନା କ୍ରମ ବର୍ଦ୍ଧିଷ୍ଣ୍ଣୁ ଆଜ୍‌ମା ରୋଗର କାରଣ ରୂପେ ବଂଶ ପରମ୍ପରା(ଡି.ଏନ୍.ଏ. ବ୍ୟତୀତ) ଓ ପରିବର୍ତ୍ତୀତ ଜୀବନ ଶୈଳୀ ଯୋଗୁ ଆଜ୍‌ମା ରୋଗ ବଢୁଥିବା ବିଶ୍ଵାସ କରାଯାଏ  ।

ପରିବେଶଗତ

ଆଜ୍‌ମା ରୋଗ ହେବା ଓ ବୃଦ୍ଧି ପ୍ରାପ୍ତ ହେବା ନିମନ୍ତେ ଆଲର୍ଜେନ୍, ଦୂଷିତ ବାୟୁ ଓ ପରିବେଶଗତ ରାସାୟନିକ ପଦାର୍ଥ ଭଳି ଉର୍ପାଦକମାନ ଦାୟୀ । ଗର୍ଭାବସ୍ଥା ଓ ପ୍ରଜନନ ପରେ ଧୂମ୍ରପାନ କଲେ ଆଜ୍‌ମା ସମ୍ଭାବନା ଅଧିକ ରହେ । ଅନୁନ୍ନତ ବାୟୁ, ଟ୍ରାଫିକ ପ୍ରଦୂଷଣ ଓ ଅଧିକ ଓଜୋନ ମଧ୍ୟ ଆଜ୍‌ମା ହେବା ନିମନ୍ତେ ଦାୟୀ । ଫର୍ମାଲଡିହାଇଡ ଭଳି ବାଷ୍ପୀୟମାନ ଜୈବ ପଦାର୍ଥ ସଂସ୍ପର୍ଷ, ପଲିଭିନାଇଲ୍ କ୍ଲୋରାଇଡରେ ଥିବା ଥାଲେଟ ଓ ଏଣ୍ଡୋଟକ୍ସିନ ସଂସ୍ପର୍ଷ ଯୋଗୁ ଆଜ୍‌ମା ହୁଏ । ଘର ଭିତରେ ଥିବା ଆଲର୍ଜେନ ଯୋଗୁ ଆଜ୍‌ମା ହୁଏ । ଗୃହ ମଧ୍ୟରେ ଥିବା ଧୂଳି ମାଇଟ୍(house dust mite ), ଅସରପା ଇତ୍ୟାଦି ଯୋଗୁ ଆଜ୍‌ମା ହୋଇପାରେ । କେତେକ ଶ୍ଵାସ ବିଭାଗୀୟ ରୋଗ ସୃଷ୍ଟିକାରୀ ଭୁତାଣୁ ଯଥା ରେସ୍ପିରେଟୋରି ସିନ୍ସିଟିଆଲ୍ ଭୁତାଣୁ ଓ ରାଇନୋ ଭୁତାଣ ଯୋଗୁ ମଧ୍ୟ ଏହି ରୋଗ ହୁଏ । ଅନ୍ୟ କେତେକ ସଂକ୍ରମଣ ଯୋଗୁ ଆଜ୍‌ମା ସମ୍ଭାବନା କମିଯାଏ ।

ସ୍ଵାସ୍ଥ୍ୟଗତ ଅନୁମାନ

ପିଲାଦିନେ ସଂକ୍ରମଣ ବିହୀନ ଜୀବାଣୁ ଓ ଭୁତାଣୁ ସଂସ୍ପର୍ଶରେ ସ୍ଵଳ୍ପ ବା ଆଦୌ ନ ଆସିବାରୁ ଏହି ରୋଗ ହେବା ଅନୁମାନ କରାଯାଉଛି। ଆଧୁନିକ ସମାଜରେ ଅତ୍ୟଧିକ ପରିଷ୍କାର ପରିଚ୍ଛନ୍ନ ରହିବା ଓ ଛୋଟ ପରିବାର ହେବା ଯୋଗୁ ଏହା ହେଉଛି । ଫାର୍ମରେ ଓ ପୋଷା ଜନ୍ତୁ ରଖୁଥିବା ପରିବାରରେ ଆଜ୍‌ମା ରୋଗ ବହୁତ କମ ହେଉଥିବାରୁ ଏହି ଅନୁମାନ କରାଯାଉଛି ।
କମ ବୟସରେ ଆଣ୍ଟିବାୟୋଟିକ ବ୍ୟବହାର ଯୋଗୁ ଆଜ୍‌ମା ହେବାର ଅନୁମାନ କରାଯାଉଛି । ସିଜରିଆନ ଶିଶୁମାନଙ୍କୁ ଅଧିକ ଆଜ୍‌ମା ହେଉଥିବାରୁ ଅନୁମାନ କରାଯାଉଛି । ଜନ୍ମ ପଥରେ ଥିବା କେତେକ ଅଣୁଜୀବ ସଂସ୍ପର୍ଷରେ ନ ଆସିବାରୁ ଏହା ହେଉଛି । ସ୍ଵଚ୍ଛଳ ଅବସ୍ଥା ସହ ମଧ୍ୟ ଆଜ୍‌ମାର ସଂମ୍ପର୍କ ଥିବା ଅନୁମାନ ହେଉଛି ।

ଜେନେଟିକ

ବଂଶଗତ ଆଜ୍‌ମା ଅନେକ ପ୍ରକାର ଜୀନ ଯୋଗୁ ହୁଏ । ଯାଆଁଳା ହୋଇଥିବା ଗୋଟିଏ ପିଲାର ଆଜ୍‌ମା ଥିଲେ ଅନ୍ୟଟିର ୨୫ % ଆଜ୍‌ମା ହେବା ସମ୍ଭାବନା ଥାଏ ୨୦୦୫ ମସିହା ସୁଦ୍ଧା ୨୫ ଟି ଜୀନ୍ ଚିହ୍ନଟ ହୋଇଥିଲା । ଏଗୁଡିକ ଇମ୍ମୁନ ସିସ୍ଟମ ବା ପ୍ରଦାହ ସମ୍ପର୍କିତ ଜୀନ । ଅନୁଶୀଳନରେ ଦେଖାଯାଇଥିବା ଜୀନ ସବୁ ପ୍ରକାର ଲୋକମାନଙ୍କଠାରେ ସମାନ ଭାବରେ ଦେଖାଯାଆନ୍ତି ନାହିଁ । ୨୦୦୬ ମସିହାରେ ୧୦୦ ଟି ଜୀନ ସନ୍ଧାନ ମିଳିଥିଲାଏହାଠାରୁ ଅଧିକ ସଂଖ୍ୟକ ଜୀନ ସନ୍ଧାନ ମଧ୍ୟ ମିଳୁଛି  । କେତେକ ଜୀନ ନିର୍ଦ୍ଦିଷ୍ଟ ପରିବେଶରେ ଆଜ୍‌ମା କରାନ୍ତି । ଧୂମ, ଫାର୍ମ ଓ କୁକୁର ଇତ୍ୟାଦି ପରିବେଶରୁ ଏଣ୍ଡୋଟକ୍ସିନ ଆସି ଆଜ୍‌ମା କରାନ୍ତି । ତେଣୁ ଜେନେଟିକ ଓ ଏଣ୍ଡୋଟକ୍ସିନ ଦ୍ଵୟ ଆଜ୍‌ମା ସଙ୍କଟର ଭୁମିକା ସୃଷ୍ଟି କରନ୍ତି

ଅନ୍ୟ ରୋଗ ସମ୍ପର୍କ

ଆଟୋପିକ ଏକ୍‌ଜିମା, ଆଲର୍ଜିକ ରାଇନାଇଟିସ ଓ ଆଜ୍‌ମା ତ୍ରୟକୁ ଆଟୋପି କୁହାଯାଏ । ଆଟୋପିକ ରୋଗ ଥିଲେ ଆଜ୍‌ମା ସଙ୍କଟ ଅଧିକ ରହେ । ଏକଜିମା ଓ ହେ ଫିଭର ଥିଲେ ଆଜ୍‌ମା ସଙ୍କଟ ବହୁତ ଅଧିକ ରହେ । ଚଗ-ସ୍ଟ୍ରସସିଣ୍ଡ୍ରୋମ ଓ ଭାସ୍କୁଲାଇଟିସ ରୋଗ ସହ ମଧ୍ୟ ଆଜ୍‌ମା ସମ୍ପର୍କ ଅଛି । କେତେକ ପ୍ରକାରାର ଅର୍ଟିକାରିଆ ରୋଗରେ ଆଜ୍‌ମା ଲକ୍ଷଣ ଦେଖାଯାଏ ପୃଥୁଳତା ସହ ଆଜ୍‌ମା ସମ୍ପର୍କ ଥିବା ଅଧୁନା ଦେଖାଯାଉଛି ସମ୍ବେଦନଶୀଳ ରୋଗୀଙ୍କଠାରେ ପ୍ରୋପ୍ରାନୋଲୋଲ ଔଷଧ ଦ୍ଵାରା ଆଜ୍‌ମା ହୋଇପାରେ ଆସ୍ପିରିନ(ASA), ଏନ୍.ଏସ୍.ଏ.ଆଇ.ଡି.(NSAID) ଓ ଅନ୍ୟାନ୍ୟ ଔଷଧ ଦ୍ଵାରା ମଧ୍ୟ ଆଜ୍‌ମା ହୁଏ

ରୋଗ ବୃଦ୍ଧି

କେତେକ ଲୋକଙ୍କର ସପ୍ତାହ ଓ ମାସ ବ୍ୟାପି ସ୍ଥିତାବସ୍ଥାରେ ରହିଲା ପରେ ଆଜ୍‌ମା ହଠାତ୍ ତୀବ୍ର ହୋଇଯାଏ । ଭିନ୍ନ ଭିନ୍ନ ଲୋକ ଆଲଗା ଅଲଗା ଜିନିଷ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା ଦ୍ଵାର ତୀବ୍ରତା ବୃଦ୍ଧି ହୁଏ ଏହି ତୀବ୍ରତା ନିମନ୍ତେ କେତେକ ଟ୍ରିଗର ଥାଏ ।ଧୂଳି, ପଶୁ ଲୋମ, ଅସରପା ଆଲର୍‌ଜେନ୍ ଓ କବକ ଇତ୍ୟାଦି ତୀବ୍ରତା ବୃଦ୍ଧି କରନ୍ତି । ମହିଳା ଓ ଶିଶୁମାନେ ପରଫ୍ୟୁମ ଦ୍ଵାରା ଆକ୍ରାନ୍ତ ହୁଅନ୍ତି । ଶ୍ଵାସ ନଳୀର ଉପର ଅଂଶରେ ଜୀବାଣୁ ଓ ଭୁତାଣୁ ଜନିତ ପ୍ରଦାହ ହେଲେ ଆଜ୍‌ମା ତୀବ୍ର ହୁଏ । ମାନସିକ ଚାପ ଯୋଗୁ ଶରୀରର ପ୍ରତିରୋଧ ପ୍ରଣାଳୀ ପରିବର୍ତ୍ତିତ ହୋଇ ଆଜ୍‌ମା ତୀବ୍ର ହୁଏ

ବିକାରୀ ଶରୀର କ୍ରିୟା

ଶ୍ଵାସ ନଳୀର ପ୍ରଦାହ ଯୋଗୁ ସ୍ମୁଥ ମାଂସପେଶୀର ସଙ୍କୋଚନ ଶକ୍ତି ବଢିଯିବା ଦ୍ଵାରା ନଳୀ ସରୁ ହୋଇଯାଏ, ଶ୍ଵାସକ୍ରିୟା ବାଧାପ୍ରାପ୍ତ ହୁଏ ଓ ହୁଇଜ୍ ହୁଏ । ଏହା ଆଜ୍‌ମାର ଲକ୍ଷଣ । ଚିକିତ୍ସା ହେଉ ବା ନ ହେଉ, ଏହି ସଙ୍କୋଚନ କିଛି ସମୟ ନିମନ୍ତେ ରହେ । କ୍ଵଚିତ ଏହି ନଳୀର ପରିବର୍ତ୍ତନ ହୁଏ । ନଳୀରେ ଇଓସିନୋଫିଲ ସଂଖ୍ୟା ବଢିଯାଏ ଓ ଲାମିନା ରେଟିକୁଲାରିସ୍ ମୋଟା ହୋଇଯାଏ । ଦୀର୍ଘ କାଳୀନ ରୋଗରେ ନଳୀରେ ଥିବା ମ୍ୟୁକସ ଗ୍ଲାଣ୍ଡ ସଂଖ୍ୟା ବଢେ ଓ ସ୍ମୁଥ ମାଂସପେଶୀ ଆକାର ବଢେ । ଟି ଲିମ୍ଫୋସାଇଟ୍, ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ସଂଖ୍ୟା ମଧ୍ୟ ବଢିଯାଏ । ସାଇଟୋକାଇନ୍, କେମୋକାଇନ୍, ହିସ୍ଟାମିନ୍ ଓ ଲିଉକୋଟ୍ରିଏନ୍ ମାତ୍ରା ବଢିଯାଏ ।

ରୋଗ ନିର୍ଣ୍ଣୟ

ଆଜ୍‌ମା ଗୋଟିଏ ଅତି ପରିଚିତ ରୋଗ ହେଲେ ମଧ୍ୟ ତାହାର ଏକ ସର୍ବସମ୍ମତ ସଂଜ୍ଞା ନିରୁପିତ ହୋଇ ପାରିନାହିଁ । ଗ୍ଲୋବାଲ୍ ଇନିସିଏଟିଭ୍ ଫର ଆଜ୍‌ମା ଅନୁସାରେ ଏହା ଏକ "ଶ୍ଵାସ ନଳୀ ପ୍ରଦାହ ଯେଉଁଥିରେ ଅନେକ ଜୀବକୋଷ ଓ କୋଷ ଏଲିମେଣ୍ଟମାନଙ୍କ ଭୂମିକା ଥାଏ" । ଶ୍ଵାସ ନଳୀର ଅତ୍ୟଧିକ ସମ୍ବେଦନଶୀଳତା ଯୋଗୁ ବାରମ୍ବାର ହୁଇଜ୍, ଅଣନିଶ୍ଵାସୀ, ଛାତି ଚିପି ହେବା ଭଳି ଲାଗିବା ଓ ରାତିରେ ବା ସକାଳେ କାଶ ହୋଇ ଏହା ଦୀର୍ଘକାଳୀନ ରୋଗ ହୁଏ । ଏହି ଲକ୍ଷଣମାନଙ୍କ ସହ ବିବିଧ ପ୍ରକାର ଶ୍ଵାସରୁଦ୍ଧ ହେବା ଦେଖାଯାଏ ।
ଏହି ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ପରୀକ୍ଷା ନାହିଁ, କେବଳ ଲକ୍ଷଣ ଓ ଔଷଧର କର୍ଯ୍ୟକାରିତାରୁ ଏହା ଜଣାଯାଏ । ବ୍ୟାୟାମ, ଭୁତାଣୁ ସଂକ୍ରମଣ, ଆଲର୍ଜେନ୍ ବା ବାୟୁ ପ୍ରଦୁଷଣ ହୋଇ ଉପର ଲିଖିତ ଲକ୍ଷଣ କେଖାଗଲେ ଆଜମା ନିର୍ଣ୍ଣୟ କରାଯାଏ ତା ପରେ ସ୍ପାଇରୋମେଟ୍ରି ପରୀକ୍ଷା ଦ୍ଵାରା ରୋଗ ନିଶ୍ଚିତ କରାଯାଏ । ଛ ଅ ବର୍ଷ ବୟସରୁ କମ ପିଲାମାନଙ୍କର ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ଓ ସ୍ପାଇରୋମେଟ୍ରି ସମ୍ଭବ ନୁହେଁ

ସ୍ପାଇରୋମେଟ୍ରି

ଆଜ୍‌ମା ନିର୍ଣ୍ଣୟ ଓ ଚିକିତ୍ସା ନିମନ୍ତେ ଏହା ସବୁଠାରୁ ଉତ୍ତମ ପରୀକ୍ଷା ଓ ଏହା କରିବା ନିମନ୍ତେ ଉପଦେଶ ଦିଆଯାଏ ଏହି ପରୀକ୍ଷାରେ ସାଲ୍‌ବୁଟାମଲ୍ ଭଳି ଶ୍ଵାସ ନଳୀ ସ୍ଫିତକାରୀ ପ୍ରୟୋଗ ପରେ ଏଫ୍.ଇ.ଭି.୧ ରେ ଯଦି ୧୨ % ଉନ୍ନତି ହୁଏ ତାହା ହେଲେ ଆଜ୍‌ମା ନିର୍ଣ୍ଣୟ ସଠିକ ବୋଲି ଧରାଯାଏ ସ୍ଵଳ୍ପ ମାତ୍ରା ଆଜ୍‌ମାରେ କିଛି ପରିବର୍ତ୍ତନ ନ ହୋଇପାରେ । ସିଙ୍ଗ୍ଲ ବ୍ରେଥ୍ ଡିଫ୍ୟୁଜିଙ୍ଗ କାପାସିଟି ପରୀକ୍ଷା ଦ୍ଵାରା ଆଜ୍‌ମା ଓ ସି.ଓ.ପି.ଡି. ମଧ୍ୟରେ ପାର୍ଥକ୍ୟ ଜଣାଯାଏ । ବର୍ଷେ ବା ଦୁଇ ବର୍ଷ ଅନ୍ତରରେ ସ୍ପାଇରୋମେଟ୍ରି ଦ୍ଵାରା ଆଜ୍‌ମାର ଉନ୍ନତି ଚିହ୍ନଟ କରିହୁଏ

ଅନ୍ୟାନ୍ୟ

ମେଥାକୋଲିନ ଚାଲେଞ୍ଜ୍ ଟେଷ୍ଟ ନେଗେଟିଭ୍ ଥିଲେ ଆଜ୍‌ମା ନାହିଁ, କିନ୍ତୁ ପଜିଟିଭ ଥିଲେ କେବଳ ଆଜ୍‌ମା ଅଛି, ଏହା ଠିକ ନୁହେଁ । ଆଜ୍‌ମା ନିର୍ଣ୍ଣୟ ନିମନ୍ତେ ପିକ୍ ଏକ୍ସପିରେଟରି ଫ୍ଲୋ (peak expiratory flow) ଏକ ସାହାଯ୍ୟକାରୀ ପରୀକ୍ଷା ।

ବର୍ଗୀକରଣ

ତିନି ପ୍ରକାର ପଦ୍ଧତିରେ ଆଜ୍‌ମା ବର୍ଗୀକରଣ କରାଯାଏ । ସେଗୁଡିକ ଯଥା କ୍ରମେ ଏକ ସେକଣ୍ଡରେ ଫୋର୍ସଡ୍ ଏକ୍ସପିରେଟରି ଭଲ୍ୟୁମ୍ (forced expiratory volume in one second ବା FEV1), ପିକ ଏକ୍ସପିରେଟରି ଫ୍ଲୋ ରେଟ୍(peak expiratory flow rate) ଓ ଲକ୍ଷଣମାନଙ୍କର ପୁନଃପୌନକିତା( frequency of symptoms) ଆଟିପିକ୍ ଓ ନନ୍ ଆଟୋପିକ୍ ମଧ୍ୟ ଅନ୍ୟ ଏକ ବର୍ଗୀକରଣ । ଏହା ଏକ ଶ୍ଵାସ ନଳୀ ରୁଦ୍ଧକାରୀ ରୋଗ ହେଲେ ମଧ୍ୟ କ୍ରନିକ୍ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ୍ ମଧ୍ୟରେ ଯାଏ ନାହିଁ, କାରଣ ଏହା ଅନ୍ୟ ରୋଗ ଭଳି ଚିରସ୍ଥାୟୀ ନୁହେଁ, ଶ୍ଵାସ ନଳୀ କିଛି ସମୟ ପରେ ପ୍ରସାରିତ ହୋଇଯାଏ । ଚିକିତ୍ସା ନ ହେଲେ ଆଜ୍‌ମା ଦ୍ଵାରା ଶ୍ଵାସ ନଳୀ ସଙ୍କୁଚିତ ହୋଇ ରହିଯାଏ ।

ପ୍ରତିରୋଧ

ଆଜ୍‌ମା ବିରୁଦ୍ଧରେ ଯେତେ ସବୁ ପଦକ୍ଷେପ ନିଆଯାଇଛି, ସେ ସମସ୍ତ ଅତି ଦୁର୍ବଳ । ଗର୍ଭାବସ୍ଥାରେ ବା ଶିଶୁ ଜନ୍ମ ପରେ ସ୍ଵଳ୍ପ ଧୁମ୍ର ପାନ, ସ୍ତନ୍ୟ ପାନ ଓ ବଡ଼ ପରିବାରରେ ରହିବା ଇତ୍ୟାଦି ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ସମୟରେ ଭଲ ଜଣା ପଡୁଥିବା ବେଳେ ପରେ ବିଶେଷ ଉପକାରୀ ହେଲେ ନାହିଁ ତଥା ଏ ବିଷୟରେ ଉପଦେଶ ଦେବାକୁ ଉଚିତ ମନେ ହେଲା ନାହିଁ ପୋଷା ଜନ୍ତୁ ସଂଷ୍ପର୍ଶ ପ୍ରାଥମିକ ଅବସ୍ଥାରେ ଉପକାରୀ ହୁଏ କିନ୍ତୁ ଅନ୍ୟ ସମୟରେ ଏହା ଉପକାରୀ ଜଣା ପଡେ ନାହିଁପୋଷା ଜନ୍ତୁ ସଂସ୍ପର୍ଷରେ ଆସିଲେ ଆଲର୍ଜି ଥିଲେ ଏମାନଙ୍କୁ ଦୂରରେ ରଖିବା ଉଚିତଗର୍ଭାବସ୍ଥାରେ ବା ସ୍ତନ୍ୟ ପାନ କରେଇବା ସମୟରେ ସୀମିତ ଖାଦ୍ୟ ଖାଇବାକୁ ଉପଦେଶ ଦେବା ମଧ୍ୟ ଉପକାରୀ ବୋଲି ଜଣା ଯାଏ ନାହିଁ କର୍ମ ସ୍ଥାନରେ ଯଦି କୌଣସି ଆଲର୍ଜି ହେବା ଭଳି ବସ୍ତୁ ଥାଏ, ତାହା ହେଲେ ତାହା ଠାରୁ ଦୂରରେ ରହିବା ଉଚିତ ।

ଚିକିତ୍ସା

ଆଜ୍‌ମା ରୋଗ ଆରୋଗ୍ୟସାଧ୍ୟ ନୁହେଁ । ପ୍ରତ୍ୟେକ ରୋଗୀର ଚିକିତ୍ସା ଓ ତଦାରଖ ନିମନ୍ତେ ନିର୍ଦ୍ଦିଷ୍ଟ ଖସଡା ଆବଶ୍ୟକ । ଏହି ପ୍ଲାନ ଅନୁସାରେ ଆଲର୍ଜେନଠାରୁ ରୋଗୀକୁ ଦୂରରେ ରଖାଯାଏ, ଲକ୍ଷଣମାନଙ୍କର ଗୁରୁତ୍ତ୍ଵ ବିବେଚନା କରାଯାଇ ସେହି ଅନୁସାରେ ଔଷଧ ଦିଆଯାଏ । ରୋଗୀଙ୍କୁ ଲିଖିତ ଉପଦେଶ ସହ ଲକ୍ଷଣ ପରିବର୍ତ୍ତନ ଅନୁସାରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ । ରୋଗୀକୁ ଆଜ୍‌ମା କରାଉଥିବା ଟ୍ରିଗରଗୁଡିକଠାରୁ (ଟ୍ରିଗର- ଯାହା ସଂସ୍ପର୍ଶରେ ଆସିଲେ ଆଜ୍‌ମା ଆରମ୍ଭ ହୁଏ ଯଥା ସିଗାରଟ ଧୁଆଁ, ପୋଷା ଜନ୍ତୁ, ଆସ୍ପିରିନ ଇତ୍ୟାଦି ) ଦୂରରେ ରହିବାକୁ ଉପଦେଶ ଦିଆଯାଏ । ଟ୍ରିଗରଠାରୁ ଦୂରରେ ରହିବା ପରେ ମଧ୍ୟ ଲକ୍ଷଣ ପ୍ରକାଶ ପାଉଥିଲେ ଔଷଧ ଆବଶ୍ୟକ ହୁଏ । ଲକ୍ଷଣମାନଙ୍କର ଗୁରୁତ୍ତ୍ଵ ଅନୁସାରେ ଔଷଧ ବଛାଯାଏ । ଦୃତ କର୍ଯ୍ୟକାରୀ ଓ ଦୀର୍ଘ କାର୍ଯ୍ୟକାରୀ, ଏହି ଦୁଇ ପ୍ରକାର ଔଷଧ ବ୍ୟବହାର କରାଯାଏ । ସ୍ଵଳ୍ପ କାଳୀନ ଉପଶମ ନିମନ୍ତେ ଶାସନଳୀ ପ୍ରସାରକ ଔଷଧ ଦିଆଯାଏ । କ୍ଵଚିତ ହେଉଥିବା ରୋଗରେ ଅନ୍ୟ ଔଷଧ ଆବଶ୍ୟକ ହୁଏ ନାହିଁ । ଲଗାତାର କିନ୍ତୁ ସାଧାରଣ ଭାବରେ ହେଉଥିବା ରୋଗରେ ସ୍ଵଳ୍ପ ମାତ୍ରା ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ ବା ଲିଉକୋଟ୍ରିଏନ୍ ଆଣ୍ଟାଗୋନିସ୍ଟ ତଥା ମାସ୍ଟ ସେଲ୍ ସ୍ଟାବିଲାଇଜର ଦିଆଯାଏ । ପ୍ରତ୍ୟେକ ଦିନ ହେଉଥିବା ରୋଗରେ ଅଧିକ ମାତ୍ରାରେ ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ । ଗୁରୁତର ଆବସ୍ଥା ହେଲେ ସ୍ଟିରଏଡ ଖାଇବାକୁ ଦିଆଯାଏ ଓ ଇଞ୍ଜେକସନ ଦିଆଯାଏ ।

ଜୀବନଚର୍ଯ୍ୟା ପରିବର୍ତ୍ତନ

ଆଜ୍‌ମା ରୋଗକୁ ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରିଗରମାନଙ୍କଠାରୁ ଦୂରେଇ ରହିବା ଦରକାର । ବିଭିନ୍ନ ପ୍ରକାରର ଆଲର୍ଜେନ୍, ଟବାକୋ ବା ଅନ୍ୟ ଧୂମ, ବାୟୁ ପ୍ରଦୂଷଣ, ନନ୍ ସିଲେକ୍ଟିଭ ବିଟା ବ୍ଲକର୍() ଓ ସଲ୍‌ଫାଇଟ ଥିବା ଖାଦ୍ୟ ଇତ୍ୟାଦି ସାଧାରଣତଃ ଟ୍ରିଗର ହିସାବରେ ଗଣା ଯାଆନ୍ତିସ୍ଟିରଏଡ ଔଷଧର ଗୁଣକୁ ଧୁଆଁ କମେଇ ଦିଏଔଷଧ

ଆଜ୍‌ମା ନିମନ୍ତେ ଦୁଇ ପ୍ରକାର ଔଷଧ ଉପଲବ୍‌ଧ ହୁଏ: ତୀବ୍ର ରୋଗ ନିମନ୍ତେ ଶୀଘ୍ର ଉପସମକାରୀ ଓ ଭବିଷ୍ୟତରେ ତୀବ୍ର ନ ହେବା ନିମନ୍ତେ ଦୀର୍ଘ କାଳୀନ ଔଷଧ ।ଶୀଘ୍ର ଉପସମକାରୀ

  • ସ୍ଵଳ୍ପକାଳୀନ କାର୍ଯ୍ୟକାରୀ ବିଟା ଆଡ୍ରେନୋସେପ୍ଟର ଆଗୋନିସ୍ଟ(ସାବା ବା SABA): ସାଲବୁଟାମଲ୍ ଏକ ପ୍ରଥମ ଧାଡି ଔଷଧ ।
  • ଆଣ୍ଟିକଲିନର୍‌ଜିକ୍: ଇପ୍ରାଟ୍ରୋପ୍ରିଅମ - ଏହା ଅତି ତୀବ୍ର ବା ମଧ୍ୟମ ଧରଣର ରୋଗରେ ସାବା ସହ ଦେଲେ ଅଧିକ ଉପକାର ମିଳେ । କୌଣସି କାରଣ ବଶତଃ ସାବା ନ ଖାଇ ପାରିଲେ ଏହା ଦିଆ ଯାଇପାରେ
  • ଆଡ୍ରେନର୍ଜିକ୍ ଔଷଧ: ଭଲ କାମ କରୁଥିଲେ ମଧ୍ୟ ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଉ ଥିବାରୁ ଆଉ ଦିଆ ଯାଉନାହିଁ

ଦୀର୍ଘକାଳୀନ ଆୟତ୍ତ

ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ପ୍ରଶ୍ଵାସରେ କର୍ଟିକୋସ୍ଟିରଏଡ(ବେକ୍ଲୋମେଥାଜୋନ) ଗ୍ରହଣ କରିବା ସବୁଠାରୁ ଉତ୍ତମ । ଏହା ଦିନକୁ ଥରେ ବା ଦୁଇ ଥର ଦିଆଯାଏ ଅତି ଗୁରୁତର ହେଲେ କର୍ଟିକୋସ୍ଟିରଏଡ ଖାଇବାକୁ ଦିଆଯାଏ ।

  • ଦୀର୍ଘ କାଳୀନ ବିଟା ଆଡ୍ରେନୋସେପ୍ଟର ଆଗୋନିସ୍ଟ(Long-acting beta-adrenoceptor agonists ବା ଲାବା): ସାଲ୍‌ମେଟ୍ରଲ ଓ ଫର୍ମେଟ୍ରଲ- ପ୍ରାପ୍ତ ବୟଷ୍କ ଲୋକଙ୍କ ନିମନ୍ତେ ସ୍ଟେରଏଡ ସହ ନେଲେ ଏହା ଉତ୍ତମ କାମ କରେପିଲାମାନଙ୍କ ନିମନ୍ତେ ଏହାର ଉପଯୋଗିତା ସନ୍ଦେହଜନକ ଓ ଏହା ଅଧିକ ସଂକଟ ସୃଷ୍ଟି କରିବା ସମ୍ଭାବନା ଥାଏ
  • ମାସ୍ଟ ସେଲ୍ ସ୍ଟାବିଲାଇଜର୍: ଏହା ସ୍ଟିରଏଡ ବଦଳରେ ବ୍ୟବହାର ହେଉଥିବା ସ୍ପୃହଣୀୟ ଔଷଧ ନୁହେଁ ।

ଔଷଧ ପ୍ରୟୋଗ ପ୍ରଶ୍ଵାସରେ ଗ୍ରହଣ କରାଯାଉଥିବା ଔଷଧ ଏକ ଯନ୍ତ୍ର ସାହଯ୍ୟରେ ନିର୍ଦ୍ଦିଷ୍ଟ ପରିମାଣରେ ଛଡାଯାଏ । ଏହି ଯନ୍ତ୍ରଟି ଗୋଟିଏ ପ୍ଲାସ୍ଟିକ ସିଲିଣ୍ଡର ଭଳି ଦେଖିବାକୁ । ଏହା ବାୟୁ ସହ ସ୍ପ୍ରେ ଆକାରରେ ବା ପାଉଡର ଆକାରରେ ନିଆଯାଏ ଓ ଏହାକୁ ମିଟର୍ଡ ଡୋଜ୍ କହନ୍ତି । ନେବୁଲାଇଜର ବା ସ୍ପେସର ଆକାରରେ ମିଟର୍ଡ ଡୋଜ୍ ସ୍ପ୍ରେ କରାଯାଏ ।

ପ୍ରତିକୁଳ ପ୍ରଭାବ

ବହୁତ ଦିନ ଧରି ଔଷଧ ଗ୍ରହଣ କଲେ ସ୍ଵଳ୍ପ ପ୍ରତିକୁଳ ଅବସ୍ଥା ଆସିପାରେପରଳ ଓ ଶରୀର ଆକାର ପରିବର୍ତ୍ତନ ସମ୍ଭାବନା ରହେ।

ଅନ୍ୟାନ୍ୟ

ବେଳେ ବେଳେ ଔଷଧ କିଛି କାମ କରେ ନାହିଁ । ଜରୁରୀକାଳୀନ ସେବା ନିମନ୍ତେ ନିମ୍ନ ଲିଖିତ ଉପଚାର କରାଯାଏ ।

  • ଅକ୍ସିଜେନ: ସାଚୁରେସନ ୯୨ % ତଳକୁ ରହିଲେ ଅକ୍ସିଜେନ ଦିଆଯାଏ।
  • ଶିରାରେ ମ୍ୟାଗନେସିୟମ ସଲଫେଟ୍ ଦେଲେ ଶ୍ଵାସ ନଳୀ ପ୍ରସାରିତ ହୁଏ । ଅନ୍ୟ ଔଷଧ ସହ ଏହା ତୀବ୍ର ଆଜ୍‌ମାରେ ଦିଆଯାଏ
  • ହେଲିଅକ୍ସ(Heliox): ଏହା ହିଲିୟମ ଓ ଅକ୍ସିଜେନର ଏକ ମିଶ୍ରଣ । ସାଧାରଣ ଔଷଧ କାମ ନ କଲେ ଏହା ଦିଆଯାଏ ।
  • ଅତି ସିରିୟସ ରୋଗ ହୋଇଥିଲେ ଶିରା ମାଧ୍ୟମରେ ସାଲ୍‌ବୁଟାମଲ୍ ଦିଆଯାଏ ।
  • ଅତି ସାଂଘାତିକ ରୋଗରେ ବ୍ରୋଙ୍କିଆଲ୍ ଥର୍ମୋପ୍ଲାସ୍ଟି କରାଯାଏ ।

ବିକଳ୍ପ ଚିକିତ୍ସା

ପ୍ରାୟ ୫୦ % ଆଜ୍‌ମା ରୋଗୀ ବିକଳ୍ପ ଚିକିତ୍ସା ଆଶ୍ରୟ ନିଅନ୍ତି ଭିଟାମିନ୍ ସି, ଆକୁପଙ୍କଚର ଓ ଏୟାର ଆୟୋନାଇଜର୍ ଇତ୍ୟାଦି ବ୍ୟବହାର କଲେ କୌଣସି ପ୍ରାମାଣିକ ତଥ୍ୟ ଗତ ଫଳ ମିଳୁନାହିଁ । ଓଷ୍ଟିଓପାଥିକ, ଚିରୋପ୍ରାକ୍ଟିକ୍, ଫିଜିଓଥେରାପିଉଟିକ୍ ଓ ରେସ୍ପିରେଟରି ଥେରାପି ଦ୍ଵାରା ପ୍ରାମାଣିକ ଫଳ ମିଳୁ ନାହିଁ ।

ପିଲାମାନଙ୍କର ଓ ସ୍ଵଳ୍ପ ମାତ୍ରାର ଆଜ୍‌ମାର ପୂର୍ବ ସୂଚନା ସାଧାରଣତଃ ଭଲ । ରୋଗ ଚିହ୍ନିବା ଓ ଉନ୍ନତ ଯତ୍ନ ଫଳରେ ଗଲା କିଛି ଦଶନ୍ଧି ଧରି ଆଜ୍‌ମା ମୃତ୍ୟୁ ହାର ଅନେକ କମିଛି । ସାରା ପୃଥିବୀରେ ୨୦୦୪ ମସିହାରେ ମଧ୍ୟମ ଧରଣର ଓ ଉଗ୍ର ଧରଣର ଆଜ୍‌ମା ରୋଗୀ ସଂଖ୍ୟା ୧୯.୪ ନିୟୁତ ଥିଲେ ଓ ତା ମଧ୍ୟରୁ ୧୬ ନିୟୁତ ରୋଗୀ ମଧ୍ୟମ ଓ ନିମ୍ନ ରୋଜଗାର କ୍ଷମ ଲୋକ ଥିଲେ। ପିଲା ଦିନର ରୋଗୀମାନଙ୍କ ମଧ୍ୟରୁ ଦଶ ବର୍ଷ ପରେ ଅର୍ଧେକ ସଂଖ୍ୟକ ପିଲା ଆଜ୍‌ମା ମୁକ୍ତ ହେବା ଜଣାଯାଏ । ପ୍ରାଥମିକ ଅବସ୍ଥାରୁ ସ୍ଟିରଏଡ ବ୍ୟବହାର କଲେ ଫୁସଫୁସର ପରିବର୍ତ୍ତନ ରୋକି ହୁଏ ।

ରୋଗ ଅନୁଶୀଳନ

ସାରା ପୃଥିବୀରେ ୨୦୧୧ ମସିହାରେ ୨୩୫-୩୦୦ ନିୟୁତ ଲୋକ ଆ‌ଜ୍‌ମା ରୋଗର ଶିକାର ହୋଇଥିଲେପ୍ରତ୍ୟେକ ବର୍ଷ ପ୍ରାୟ ୨୫୦,୦୦୦ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଦେଶ ଅନୁସାରେ ଏହି ହାରର ତାରତମ୍ୟ ପରିଲକ୍ଷିତ ହୁଏ । ଆଶାର ବିପରୀତ ଏହି ରୋଗ ବିକଶିତ ରାଷ୍ଟ୍ରମାନଙ୍କରେ ବିକଶିତ ରାଷ୍ଟ୍ରମାନଙ୍କ ଅପେକ୍ଷା ଅଧିକ ହୁଏ । ଏସିଆ, ପୂର୍ବ ୟୁରୋପ ଓ ଆଫ୍ରିକାରେ ଏହି ରୋଗ କମ ହୁଏ । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଧନୀ ଲୋକମାନଙ୍କର ଅଧିକ ହୁଏ ଓ ବିକଶିତ ରାଷ୍ଟ୍ରମାନଙ୍କରେ ଅପେକ୍ଷାକୃତ ଅର୍ଥନୈତିକ ଅନଗ୍ରସର ଲୋକଙ୍କର ଅଧିକ ହୁଏ । ସମୁଦାୟ ମୃତ୍ୟୁ ସଂଖ୍ୟାର ୮୦ % ନିମ୍ନ ଓ ମଧ୍ୟବିତ୍ତ ପରିବାରରୁ ଆସିଥାଆନ୍ତିଏହି ରୋଗରେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କ ସଂଖ୍ୟା ୨ ଗୁଣ ଅଧିକ । ସାଙ୍ଘାତିକ ଆଜ୍‌ମା ସମ ସଂଖ୍ୟକ ହୁଏ । ମହିଳାମାନଙ୍କର ରୋଗ ହାର ପୁରୁଷମାନଙ୍କଠାରୁ ଅଧିକ । ବୟସ୍କ ବ୍ୟକ୍ତିମାନଙ୍କ ଅପେକ୍ଷା ଯୁବକମାନଙ୍କୁ ଅଧିକ ଆଜ୍‌ମା ହୁଏ । ୧୯୬୦ ୦ ୨୦୦୮ ମସିହା ମଧ୍ୟରେ ଏହି ରୋଗ ହାର ବୃଦ୍ଧି ପ୍ରାପ୍ତ ହୋଇଛିଓ ୧୯୭୦ ମସିହାଠାରୁ ଏହାକୁ ସାମାଜିକ ସ୍ଵାସ୍ଥ୍ୟ ସମସ୍ୟା ରୁପେ ବିବେଚନା କରା ଯାଉଛି। ବିକଶିତ ରାଷ୍ଟ୍ରମାନଙ୍କରେ ୧୯୯୦ ମସିହା ମଧ୍ୟ ଭାଗରୁ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅଧୁନା ଏହି ରୋଗ ଅଧିକ ଦେଖା ଯାଉଛି ଆମେରିକାରେ ଲୋକ ସଂଖ୍ୟାର ୭ % ଇଂଲଣ୍ଡରେ ଲୋକ ସଂଖ୍ୟାର ୫ % ଏହି ରୋଗରେ ପିଡିତ ହେଉଛନ୍ତି କ୍ୟାନଡା, ଅସ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ୧୪ ରୁ ୧୫ % ଲୋକଙ୍କର ଏହି ରୋଗ ହେଉଛି

ଇତିହାସ

ପୂରାତନ ମିଶରରେ ଆଜମା ରୋଗ ବିଷୟରେ ଜଣା ଥିଲା l କାଇଫି ନାମକ କିଛି ସୁଗନ୍ଧିତ ତରଳ ପଦାର୍ଥର ମିଶ୍ରଣକୁ ଆଜମା ରୋଗର ଔଷଧ ରୂପେ ପାନ କରୁଥିଲେ ଖ୍ରୀ:ପୂ ୪୫୦ ମସିହାରେ ହିପୋକ୍ରେଟ୍ସ ପ୍ରଥମ କରି ଏହାକୁ ଏକ ନିର୍ଦ୍ଦିଷ୍ଟ ରୋଗ ରୂପେ ଚିହ୍ନଟ କରିଥିଲେ l ଖ୍ରୀ:ପୂ ୨୦୦ ମସିହାରେ ଏହି ରୋଗର ଭାବ ପ୍ରବଣତା ସହ ସମ୍ପର୍କ ଥିବା ଜଣା ଥିଲା l

"ncbi.nlm.nih.gov"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate