অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆନ୍ଥ୍ରାକ୍ସ

ଆନ୍ଥ୍ରାକ୍ସ

ଆନ୍ଥ୍ରାକ୍ସ ରୋଗ ବ୍ୟାସିଲସ୍ ଅନନ୍ଥ୍ରାସିସ୍ (Bacillus anthracis) ନାମକ ଏକ ଜୀବାଣୁଦ୍ୱାରା ହୁଏ । ଏହି ରୋଗର ଚାରି ରୁପର ଉପସ୍ଥାପନା ଅଛି: ଚର୍ମ, ପ୍ରଶ୍ୱାସ, ଅନ୍ତନଳୀ ଓ ଇଞ୍ଜେକସନ୍ । ସଂକ୍ରମଣ ସଂସ୍ପର୍ଶରେ ଆସିବାର ଏକ ଦିନରୁ ୨ମାସ ଭିତରେ ଲକ୍ଷଣ ପ୍ରକାଶ ପାଏ । ଚର୍ମ ସଂକ୍ରମଣ ଗୋଟିଏ ଛୋଟ ଫୋଟକା ଆକାରରେ ବାହାରେ ଯାହାର ଚାରିପଟ ଫୁଲି କଷ୍ଟବିହୀନ ଘାଆ ହୋଇଯାଏ ଓ ତାହାର କେନ୍ଦ୍ରଟି କଳା ଦେଖାଯାଏ । ପ୍ରଶ୍ୱାସ ଲକ୍ଷଣରେ ଜ୍ୱର, ଛାତି ଯନ୍ତ୍ରଣା ଓ ଛୋଟ ଶ୍ୱାସ କ୍ରିୟା ହୁଏ । ଅନ୍ତନଳୀ ରୁପରେ ଅଇ, ବାନ୍ତି, ତରଳ ଝାଡ଼ା ଓ ପେଟ ଯନ୍ତ୍ରଣା ହୁଏ । ଇଞ୍ଜେକସନ୍ ରୁପରେ ଶୀରାଭ୍ୟନ୍ତର ଇଞ୍ଜେକସନ ନେବା ସ୍ଥାନରେ ଜ୍ୱର ଓ ପୂଜ ଘାଆ ହୁଏ ।

ସ୍ପୋର

ସଂକ୍ରମିତ ପଶୁ ଉତ୍ପାଦରେ ଥିବା ଜୀବାଣୁମାନଙ୍କର ସ୍ପୋର ସଂସ୍ପର୍ଶରେ ଆସିଲେ ଆନ୍ଥ୍ରାକ୍ସ ରୋଗ ହୁଏ । ଶ୍ୱାସକ୍ରିୟା, ଖାଦ୍ୟ ଓ ଖଣ୍ଡିଆ ଚର୍ମ ମାଧ୍ୟମରେ ସଂକ୍ରମଣ ସାଧିତ ହୁଏ । ମଣିଷଠାରୁ ମଣିଷ ସଂକ୍ରମିତ ହୁଏ ନାହିଁ । ପଶୁଙ୍କର କାମ କରୁଥିବା ଲୋକ ବା ପଶୁ ଉତ୍ପାଦ ସମ୍ଭାଳିବା ଲୋକ, ପୋଷ୍ଟ ଅଫିସ୍‌ର କର୍ମଚାରୀ ଓ ମିଲିଟାରୀ ଲୋକଙ୍କର ଏହି ରୋଗ ସଙ୍କଟ ଅଧକ ରହେ । ରକ୍ତରେ ଆଣ୍ଟିବଡି ବା ଟକ୍ସିନ ଥିଲେ ଅଥବା ସଂକ୍ରମିତ ସ୍ଥାନରୁ ସାମ୍ପଲ୍ ନେଇ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।

ଅଧିକ ସଙ୍କଟ ଥିବା ଲୋକଙ୍କୁ ଆନ୍ଥ୍ରାକ୍ସ ଟିକା ନେବାକୁ ସୁପାରିସ କରାଯାଏ ।ସଂକ୍ରମଣ ଇତିହାସ ଥିବା ସ୍ଥାନର ପଶୁମାନଙ୍କୁ ଟିକା ଦେବାକୁ ସୁପାରିସ୍ କରାଯାଏ । ସଂସ୍ପର୍ଶରେ ଆସିବା ପରେ ଦୁଇ ମାସ ଧରି ଡକ୍ସିସାଇକ୍ଲିନ ବା ସିପ୍ରୋଫ୍ଲୋକ୍ସାସିନ ଭଳି ଆଣ୍ଟିବାୟୋଟିକ୍ ନେଲେ ରୋଗ ପ୍ରତିରଧ ହୋଇଯାଏ । ସଂକ୍ରମଣ ହୋଇଗଲେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଟକ୍ସିନ ଦେଇ ଚିକିତ୍ସା କରାଯାଏ । ସଂକ୍ରମଣର ପ୍ରକାର ଉପରେ ଆଣ୍ଟିବାୟୋଟିକର ପ୍ରକାର ଓ ସଂଖ୍ୟା ନିର୍ଭର କରେ । ବ୍ୟାପକ ସଂକ୍ରମଣ ହେଲେ ଆଣ୍ଟିଟକ୍ସିନ ଦିଆଯାଏ ।

କେଉଁ ଠାରେ ଦେଖାଯାଏ

ଆଫ୍ରିକା ତ‌ଥା ମଧ୍ୟ ଓ ଦକ୍ଷିଣ ଏସିଆରେ ଆନ୍ଥ୍ରାକ୍ସ ଏକ ସାଧାରଣ ରୋଗ । ଏହା ନିୟମିତ ଭାବରେ ଦକ୍ଷିଣ ୟୁରୋପରେ ଦେଖାଯାଏ କିନ୍ତୁ ଉତ୍ତର ୟୁରୋପ ଓ ଉତ୍ତର ଆମେରିକାରେ ଏତେ ସାଧାରଣ ନୁହେଁ । ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୨,୦୦୦ ଲୋକଙ୍କୁ ଏହି ରୋଗ ହେଉଥିଲେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ କେବଳ ୨ ଜଣଙ୍କୁ ହୁଏ । ସମୁଦାୟ ସଂକ୍ରମଣର ୯୫% କେବଳ ଚର୍ମ ସଂକ୍ରମଣ ହୁଏ । ଅଣଚିକିତ୍ସିତ ଲୋକଙ୍କ ମଧ୍ୟରୁ ମୃତ୍ୟୁ ସଙ୍କଟ ୨୪% ଲୋକଙ୍କୁ ହୁଏ । ଅନ୍ତନଳୀ ସଂକ୍ରମଣ ହେଲେ ମୃତ୍ୟୁ ସଙ୍କଟ ୨୫ରୁ ୭୫% ରହେ ଓ ପ୍ରଶ୍ୱାସ ସଂକ୍ରମଣରେ ୨୫ରୁ ୭୫% ଏହି ସଙ୍କଟ ରହେ । ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରତି ବର୍ଷ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଅନ୍ୟାନ୍ୟ ପଶୁ ମୃତ୍ୟୁ ବରଣ କରୁଥିଲେ । ଅନେକ ଦେଶମାନଙ୍କରେ ଆନ୍ଥ୍ରାକ୍ସକୁ ଅସ୍ତ୍ର ଭାବରେ ପ୍ରସ୍ତୁତ କରି ରଖାଯାଇଛି ।  ତୃଣଭୋଜୀ ପ୍ରାଣୀ ଚରିଲା ବେଳେ ଜୀବାଣୁ ସ୍ପୋର ଖାଇଲେ ବା ପ୍ରଶ୍ୱାସରେ ଦେହକୁ ଗଲେ ସଂକ୍ରମଣ ହୁଏ । ମାଂସାସୀପ୍ରାଣୀ ସଂକ୍ରମିତ ପଶୁକୁ ଖାଇଲେ ସଂକ୍ରମିତ ହୋଇ ରୋଗ ହୁଏ ।

ଆଧାର

"anthrax"

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate