অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆର୍ଥୋଇଟିସ

ଆର୍ଥୋଇଟିସ ଏକ ରୋଗ

ଆର୍ଥୋଇଟିସ ଏକ ସାଧାରଣ ରୋଗ । ଏଥିରେ କେବଳ ବୟସ୍କ ଲୋକମାନନେ ପ୍ରାଭାବିତ ହୁଅନ୍ତି ନାହିଁ , ଯୁବକ କିଶୋର ଓ ପିଲାମାନେ ମଧ୍ୟ ପ୍ରଭାବିତ ହୋଇଥାନ୍ତି , ଆର୍ଥୋଇଟିସ ହେଉଛି ଖଞ୍ଜାରେ ଦେଖା ଦେଉଥିବା ପ୍ରଦାହଜନିତ ସମସ୍ୟା । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ଜରୁରୀ ।

ଦୁଇ ପ୍ରକାର ଆର୍ଥୋଇଟିସ

ସାଧାରଣତଃ ଦୁଇ ପ୍ରକାର ଆର୍ଥୋଇଟିସ ଦେଖିବାକୁ ମିଳେ । ପ୍ରଥମଟି ହେଲା ଓଷ୍ଟିଓ ଆର୍ଥୋଇଟିସ ଏବଂଦ୍ଵିତୀୟଟି ହେଲା ରୁୟମାଟଏଡ୍ ଆର୍ଥୋଇଟିସ । ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଏହା ଅଧିକ ପରିମାଣରେ ଦେଖାଦିଏ । ଯେଉଁମାନେ ଅଧିକ ଓଜନ ବିଶିଷ୍ଟ ହୋଇଥାନ୍ତି ସେମାନଙ୍କ ନିକଟରେ ଏହି ରୋଗ ଦେଖାଦିଏ । ଯେଉଁମାନେ ଅଧିକ ଓଜନ ବିଶିଷ୍ଟ ହୋଇଥାନ୍ତି ସେମାନଙ୍କ ନିକଟରେ ଏହି ରୋଗ ଦେଖା ଦେଇଥାଏ ।

ଖଞ୍ଜା ଯନ୍ତ୍ରଣା ଠାରୁ ଆରମ୍ଭ କରି ଖଞ୍ଜା ଲାଖିଯିବା ଏବଂ ସେହି ସ୍ଥାନରେ ଫୁଲା ସୃଷ୍ଟି ହିଁ ଆର୍ଥୋଇଟିସର  ଲକ୍ଷଣ ପ୍ରାତଃ କଳାରେ ଏହାର ଯନ୍ତ୍ରଣା ଅଧିକ ହୋଇଥାଏ । ସେହିପରି ରୁୟମାଟଏଡ୍ ଆର୍ଥୋଇଟିସର କେତେକ ଲକ୍ଷଣ ହେଉଛି କ୍ଳାନ୍ତିଭାବ, ଆନିମିଆ ରୋଗ ପ୍ରତିରୋଧକ ଶକ୍ତି ଅଭାବ କାରଣରୁ ଦେଖା ହେଉଥିବା ପ୍ରଦାହ ହେତୁ ଲୋକ ନଲାଗିବା ଆଦି  । ଗୁରୁତର ରୁୟମାଟଏଡ୍ ଆର୍ଥୋଇଟିସକୁ ଯଦି ଠିକ୍ ସମୟରେ ଚିକିତ୍ସା କରା ନଯାଏ ତେବେ ଖଞ୍ଜା ଅଚଳ ହୋଇଯିବାର ସମ୍ଭାବନା ରହିଛି ।

ନିୟମିତ ବ୍ୟାୟାମ

ବ୍ୟାୟାମ ଆଣ୍ଠୁର ମାଂସପେଶୀକୁ ମଜବୁତ କରିବା ସହ ନମନୀୟତା ବୃଦ୍ଧି କରିଥାଏ । ସେହିପରି ଚାଲିବା ପହଁରିବା ଦ୍ଵାରା ମାଂସପେଶୀଗୁଡିକ ସୁଦୃଢ ହୋଇଥାଏ । ତେଣୁ ନିୟମିତ ଭାବରେ ବ୍ୟାୟାମ କରିବାକୁ ଯେପରି  ଭୁଲି ନଯାଆନ୍ତି ।

ଉପୟୁକ୍ତ ଓଜନ ବଜାୟ ରଖନ୍ତୁ

ଯଦି ମେଦ ବହୁଳଲତା ଅଛି, ତେବେ ଏହି ଅତିରିକ୍ତ ଓଜନ ଆପଣଙ୍କ ଆଣ୍ଠୁ ଉପରେ4 ଚାପ ପକାଇବ । ଅଜନକୁ କମ୍ କରିବା ଦ୍ଵାରା ଆଣ୍ଠୁ ଯନ୍ତ୍ରଣାକୁ ପ୍ରତିହତ କରାଯାଇପାରିବ ।

ଡାକ୍ତରୀ ପରାମର୍ଶ ନିଅନ୍ତୁ

ଯଦି ଆପଣ ତୀବ୍ର ଯନ୍ତ୍ରଣା ଅନୁଭବ କରୁଥାନ୍ତି ବା ଆଣ୍ଠୁ ଫୁଲିଯାଇଥାଏ ତେବେ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ଉଚିତ୍ । ସେହିପରି ଆପଣଙ୍କ ଚଳପ୍ରଚଳରେ ସମସ୍ୟା ଉପଜିଲେ ଡାକ୍ତରୀ ପାରାମର୍ଶ ଅନୁସାରେ ଔଷଧ ସେବନ କରିବା ଉଚିତ୍ । ଏହା ଅଧିକ ଖରାପ ହେବା ପର୍ଯ୍ୟନ୍ତ ଅପେକ୍ଷା ନାହିଁ । ଯେତେଶୀଘ୍ର ଉପଚାର ଗ୍ରହଣ କରିବେ, ସେତେ ଆପଣଙ୍କ ପାଇଁ ଭଲ ହେବ ।

ଆବଶ୍ୟକ ଅନୁସାରେ ଗରମ/ବରଫ ପ୍ୟାକ୍ ବ୍ୟବହାର କରନ୍ତୁ

ଏକ ବରଫ ପ୍ୟାକ ଦ୍ଵାରା ଉକ୍ତ ସ୍ଥାନକୁ ଥଣ୍ଡା କରିବା ପାଇଁ ବ୍ୟବହାର କରନ୍ତୁ । ସେହିପରି ଗରମ ପାଣି ବୋତଲ ଦ୍ଵାରା ସେହି ଜାଗାରେ ତାପମାତ୍ରା ସୃଷ୍ଟି କରିପାରନ୍ତି । ଏହା ସୁନିଶ୍ଚିଷ୍ଟ ଯେ ଆପଣ ଏହାକୁ ପ୍ରତ୍ୟକ୍ଷ  ଭାବରେ ଚର୍ମରେ ପ୍ରୟୋଗ କରୁନାହାନ୍ତି । ବରଫ ଯନ୍ତ୍ରଣାକୁ କମ୍ କରିବ ।

ବ୍ୟାୟାମ ପୂର୍ବରୁ ନିଜକୁ ପ୍ରସ୍ତୁତ କରନ୍ତୁ

ବ୍ୟାୟାମ ପୂର୍ବରୁ ସାମାନ୍ୟ ୱାର୍ମ ଅପ୍ ଦ୍ଵାରା ଆପଣଙ୍କ ଶରୀର ବ୍ୟାୟାମ ନିମନ୍ତେ ପ୍ରସ୍ତୁତି ହୋଇଥାଏ । ଏହା ମଧ୍ୟ ଆଘାତକୁ ପ୍ରତିହତ କରିଥାଏ । ତେଣୁ ମନେ ରହକିବା ଆବଶ୍ୟକ ଯେ ବ୍ୟାୟାମ ପୂର୍ବରୁ ୱାର୍ମ ଅପ୍ କରିବା ସହ ନିଜ ଶରୀରକୁ ସଠିକ ଭାବରେ ସଂପ୍ରସାରିତ କରିବା ଉଚିତ୍ ।

ଧୂମପାନ କରନ୍ତୁ ନାହିଁ

ଧୂମପାନ  ଦ୍ଵାରା କାର୍ଟିଲେଜ୍ ସେଲ୍ ଉତ୍ପାଦନ ମନ୍ଥର  ହୋଇଥାଏ ଓ ରକ୍ତରେ ବିଷାକ୍ତ ପଦାର୍ଥର  ମସତ୍ରା ବୃଦ୍ଧି ହୋଇଥାଏ । ଏହା କାର୍ଟିଲେଜ୍ ପାଇଁ କ୍ଷତି ପହଞ୍ଚାଇଥାଏ । ଧୂମପାନ ଦ୍ଵାରବ ମଧ୍ୟ ରକ୍ତରେ କାର୍ବନମନୋକସାଇଡ୍ ସ୍ତର ବୃଦ୍ଧି ପାଇଥାଏ ଯାହାକି ପରୋକ୍ଷ ଭାବରେ କାର୍ଟିଲେଜ୍ ମରାମତିକୁ ପ୍ରାଭାଷାବିତ କରିଥାଏ ।

ଚାଲିବା ପାଇଁ ସହାୟତା ସାମଗ୍ରୀ ବ୍ୟବହାରରେ ଲାଜ କରନ୍ତୁ ନାହିଁ

ଏକ ବାଡି ବା ବଙ୍କୁଲି ବାଡିକୁ ବ୍ୟବହାର ଦ୍ଵାରା ଆଣ୍ଠୁ ଉପରେ ପଡିଥିବା ଚାପକୁ କମ୍ କରାଯାଇପାରିବ । ନିଜକୁ ସ୍ଥିର ରଖିବା ପାଇଁ ଆଣ୍ଠୁ ସ୍ଳିଣ୍ଟସନ ଓ ବ୍ରେସେସକୁ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥିପାଇଁ ଆଦୌ ଲାଜ କରନ୍ତୁ ନାହିଁ । ଏହି ସହାୟକ ସାମଗ୍ରୀର ବ୍ୟବହାର ଅର୍ଥ ଆପଣ ଆପଣଙ୍କ ଶରୀର ପ୍ରତି ଯତ୍ନବାନ ରହିଛନ୍ତି

ଅତ୍ୟଧିକ ବିଶ୍ରାମ କରନ୍ତୁ ନାହିଁ

ଅତ୍ୟଧିକ ଆରମ କରିବା ଦ୍ଵାରା ଆପଣଙ୍କ ମାଂସପେଶୀ ଦୁର୍ବଳ ହୋଇପାରେ ।  ଏହାଦ୍ଵାରା ଖଞ୍ଜା ଯନ୍ତ୍ରଣା ପାଇଥାଏ । ତେଣୁ ସର୍ବଦା ବ୍ୟାୟାମ ଜାରି ରଖିବା ଉଚିତ୍ । ଏପରିକି ଘର ଚାରିପାଖରେ କେବଳ ଚାଲିବା ଦ୍ଵାରା ଆପଣଙ୍କ ମାଂସପେଶୀ ନମନୀୟ ହୋଇଥାଏ । ଏହାଫଳରେ ଯନ୍ତ୍ରଣା କମ୍ ହୋଇଥାଏ ।

ପଡିଯିବା ପରି ସ୍ଥାନରେ ଚାଳନ୍ତୁ ନାହିଁ  ପଡିଯିବା ଭଳି  ବିପଦକୁ କମ୍ କରିବା ପାଇଁ ଘର ଚାରିପାଖରେ ସର୍ବଦା ଅଣ ଖସଡା ମ୍ୟାଟ୍ ଓ କାର୍ପେଟ ବ୍ୟବହାର କରନ୍ତୁ । ଅଳିଆ ଆବର୍ଜନା ଆଡିକୁ ଯଥା ସ୍ଥାନରେ ରଖନ୍ତୁ । ଖସଡା ସ୍ଥାନ ବା ଚଟାଣରେ ଚାଲୁନ୍ତୁ ନାହିଁ ।

ଆଧାର : ସ୍ଵାସ୍ଥ୍ୟ ବ୍ୟୁର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate