ଏଚ. ଆଇ. ଭି ଏକ ଭାଇରସ୍ ବା ଭୂତାଣୁ ଯାହା ଏଡସ୍ ର କାରଣ । ଏହା ଏତେ କ୍ଷୁଦ୍ର ଯେ ଖାଲି ଆଖି ରେ ଦେଖାଯାଏ ନାହିଁଁ ।
ଏଚଆଇଭି ଦୁଇ ପ୍ରକାରର ।
ଏଚଆଇଭି-୧ ଓ ଏଚଆଇଭି-୨ ।
ଉଭୟ ଏଚଆଇଭି ସଂକ୍ରମଣ ଓ ଏଡସ୍ ର କାରଣ । ଭାରତରେ ଦେଖାଯାଉଥିବା ଅଧିକାଂଶ ଏଡସ୍ ରୋଗର କାରଣ ଏଚଆଇଭି-୧ ।
ଏଚ.ଆଇ.ଭି ମନୁଷ୍ୟ ଶରୀରରେ ପ୍ରବେଶ କରି ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରେ । ରୋଗ ପ୍ରତିରୋଧ ବା ଅସୁସ୍ଥତା ବିରୋଧରେ ଶକ୍ତି ହ୍ରାସ ପାଏ ଏବଂ ଶେଷରେ ସାମାନ୍ୟ ସଂକ୍ରମଣ ରୋଗୀକୁ ଉଦବେଗଜନକ ଅବସ୍ଥାରେ ପହଞ୍ଚାଏ । ସଂକ୍ରମିତ ବ୍ୟକ୍ତି ଶରୀରରେ ଏଚଆଇଭି ବର୍ଷ ବର୍ଷ ଧରି ରହି ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଦେଇ ଏଡସ୍ ହୋଇଥାଏ ।
ଗୁରୁତ୍ଵପୂର୍ଣ୍ଣ : ଶରୀର ଏଚଆଇଭି ସଂକ୍ରମଣ ହେବାର ୮-୧୦ ବର୍ଷ ବା ତା’ ଠାରୁ ଅଧିକ ସମୟ ପରେ ମଧ୍ୟ ଏଡସ୍ ଅବସ୍ଥା ଆସିଥାଏ । ଏଡସ୍ ଆକ୍ରାନ୍ତ ବ୍ୟକ୍ତି ମଧ୍ୟ ଉପଯୁକ୍ତ ଚିକିସ୍କା ଦ୍ଵାରା ଅଧିକ କିଛି ବର୍ଷ ବଞ୍ଚିଥାଏ ।
ଏଡସ୍ ସମ୍ପର୍କରେ ଜାଣିବା ନିହାତି ଜରୁରୀ କାହିଁକି ?
ଏଡସ୍ ଏପରି ଏକ ମାରାତ୍ମକ ରୋଗ ଯାହାର ସଫଳ ଚିକିତ୍ସା ଏଯାବତ ବାହାରିନାହିଁଁ । ଆମ୍ଭ ମାନଙ୍କ ମଧ୍ୟରେ ପ୍ରତ୍ୟେକ ଏହି ମାରାତ୍ମକ ରୋଗଠାରୁ ନିଜକୁ ରକ୍ଷା କରିବା ଆବଶ୍ୟକ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏଡସ୍ ସମ୍ପର୍କରେ ଜାଣିବା ଉଚିତ ।
ଏଚ.ଆଇ.ଭି ନିମ୍ନଲିଖିତ ଚାରୋଟି ଉପାୟ ସଂକ୍ରମିତ ହୋଇଥାଏ ।
ଗୁରୁତ୍ଵପୂର୍ଣ୍ଣ : ସଠିକ ଜ୍ଞାନ ଦ୍ଵାରା ଏଡସ୍ ଠାରୁ ଜୀବନ ରକ୍ଷା ଏବଂ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା କରାଯାଇ ପାରିବ ।
ଗୁରୁତ୍ଵପୂର୍ଣ୍ଣ : ଯେଉଁ ବ୍ୟକ୍ତି ସିରିଞ୍ଜଓ ଛୁଞ୍ଚି ଦ୍ଵାରା ଡ୍ରଗସ ସେବନ କରୁଥାନ୍ତି, ସେମାନେ ଯଦି ଅନ୍ୟର ସିରିଞ୍ଜବା ଛୁଞ୍ଚି ବ୍ୟବହାର କରନ୍ତି ତେବେ ଏଡସ୍ ହୋଇଥାଏ । କାରଣ କେଉଁ ମାନଙ୍କୁ ଏଚଆଇଭି/ ଏଡସ୍ ହୋଇଛି, ତାହା ସାଧାରଣତଃ ଜାଣିହୁଏ ନାହିଁଁ ।
ଗୁରୁତ୍ଵପୂର୍ଣ୍ଣ : ସର୍ବଦା ସରକାରୀ ରକ୍ତ ଭଣ୍ଡାର ରୁ ପରୀକ୍ଷିତ ରକ୍ତ ବ୍ୟବହାର କରିବା ଉଚିତ ।
ଗୁରୁତ୍ଵପୂର୍ଣ୍ଣ : ଏଚ.ଆଇ.ଭି ପଜିଟିଭ ଆକ୍ରାନ୍ତ ମାଆଙ୍କୁ ପ୍ରସବ ପୂର୍ବରୁ ଓ ଜନ୍ମ ପରେ ନୂତନ ଏଚ.ଆଇ.ଭି ପ୍ରତିରୋଧକ ଔଷଧ ଦିଆଗଲେ ଏଚ.ଆଇ.ଭି ସଂକ୍ରମଣରୁ ପ୍ରତିରୋଧ କରାଯାଇପାରିବ।
ଏଚଆଇଭି ଭୂତାଣୁ ଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ଠାରେ ଏଡସ୍ ବ୍ୟାପିଥାଏ । ପ୍ରତିଷେଧକ ଗ୍ରହଣ ନ କଲେ ପ୍ରତ୍ୟେକ ( ଧନୀ-ଦରିଦ୍ର , ଶିଶୁ-ପିଲା –ବୟସ୍କ, ପୁରୁଷ ସ୍ତ୍ରୀ , ଯୁବକ- ବୃଦ୍ଧ ) ଏହି ରୋଗରେ ପୀଡିତ ହେବାର ସମ୍ଭାବନା ଥାଏ ।
କେଉଁ ଉପାୟରେ ଏଚଆଇଭି/ ଏଡସ୍ ବ୍ୟାପିନଥାଏ ଜଣେ ଏଚଆଇଭି/ ଏଡସ୍ ରୋଗୀ ସହିତ ସାଧାରଣ ଭାବେ ମିଳାମିଶା କରାଇବା ଦ୍ଵାରା କେହି, ଏହି ରୋଗଦ୍ଵାରା ଆକ୍ରାନ୍ତ ହେବାର ଦୃଷ୍ଟାନ୍ତ ନାହିଁ।
ନିମ୍ନ ଉପାୟଗୁଡ଼ିକ ଦ୍ଵାରା ଏଚଆଇଭି/ ଏଡସ୍ ସଂକ୍ରମିତ ହୋଇନଥାଏ ।
ଗୁରୁତ୍ଵପୂର୍ଣ୍ଣ ତଥ୍ୟ
ଜଣେ ସୁସ୍ଥ ବ୍ୟକ୍ତିର ରକ୍ତ ଏଚଆଇଭି/ ଏଡସ୍ ସଂକ୍ରମିତ ରୋଗୀର ରକ୍ତ ଓ ଯୋନିସ୍ରାବ ସହିତ ମିଶିଲେ । ଏଡସ୍ ହେବାର ସମ୍ଭାବନା ଦେଖାଦିଏ । ଯୌନ କ୍ରିୟା ସମୟରେ ଏଡସ୍ ସଂକ୍ରମଣରୁ ଆମେ କିପରି ରକ୍ଷା ପାଇବା ।
ଉଭୟ ପୁରୁଷ ଓ ସ୍ତ୍ରୀ ଦାୟିତ୍ଵ ସମ୍ପୂର୍ଣ୍ଣ ହେଲେ ଏଚଆଇଭି ସଂକ୍ରମିତ ବ୍ୟକ୍ତି ଠାରୁ ନିଜକୁ ସୁରକ୍ଷିତ ରଖିପାରିବେ । ସେମାନେ ଉଭୟ ନିରାପଦ ଯୌନ ସଂପର୍କ ପ୍ରତି ସଚେତନ ହେବା ଆବଶ୍ୟକ । କେତେକ ସମାଜରେ ସ୍ତ୍ରୀମାନଙ୍କ ତୁଳନାରେ ପୁରୁଷମାନେ ପ୍ରାୟତଃ ଏହା ସ୍ଥିର କରିଥାଆନ୍ତି ଯେ କାହା ସହିତ ଓ କେମିତି ସେମାନେ ଯୌନସଂପର୍କ ସ୍ଥାପନ କରିବେ । ଏପରି କ୍ଷେତ୍ରରେ ପୁରୁଷମାନେ ନିଜର କାର୍ଯ୍ୟ ପାଇଁ ଅଧିକ ଦାୟିତ୍ଵବାନ ହେବା ଦରକାର ।
ଶରୀରରେ ଅନ୍ୟ କୌଣସି ଯୌନ ରୋଗର ଉପସ୍ଥିତି, ଏଚଆଇଭି ସଂକ୍ରମଣର କାରଣ ହୋଇପାରିବ କି?
ଯୌନ ରୋଗ ଚର୍ମ ଓ ଶରୀରର ଅନ୍ୟାନ୍ୟ ଅଂଶର କ୍ଷତି କରିଥାଏ । ଏପରିକି ଏହା ଶରୀର ମଧ୍ୟକୁ ଏଚଆଇଭି ସଂକ୍ରମଣରେ ସାହାଯ୍ୟ କରେ । ଯୌନ ରୋଗ ଗୁଡିକ ହେଲା : -
ମା ଦ୍ଵାରା କିପରି ତାର ଜନ୍ମ ହୋଇ ନଥିବା ଶିଶୁକୁ ଏଚଆଇଭି ସଂକ୍ରମିତ ହୋଇଥାଏ ?
ଜଣେ ଏଚଆଇଭି ସଂକ୍ରମିତ ମା ତାର ଗର୍ଭସ୍ଥ ଶିଶୁକୁ ରକ୍ତ ଦ୍ଵାରା ସଂକ୍ରମିତ କରିଥାଏ, ମାଆ ଯଦି ଏଡସ୍ ଆକ୍ରାନ୍ତ ହୋଇଥାଏ, ତେବେ ଶିଶୁକୁ ରୋଗ ହେବାର ସମ୍ଭାବନା ଥାଏ । ପ୍ରସବ ସମୟରେ ଶିଶୁଟି ମାଆ ରକ୍ତ ଓ ଯୌନାଙ୍ଗ ସ୍ରାବର ସ୍ପର୍ଶରୁ ତଥା ମାତୃ ସ୍ତନ୍ୟ ପାନରୁ ଏଚଆଇଭି ଆକ୍ରାନ୍ତ ହୁଏ ।
ଗୁରୁତ୍ଵପୂର୍ଣ୍ଣ : ସାଧାରଣତଃ ଶତକଡା ୩୦ ଭାଗ କ୍ଷେତ୍ରରେ ଏଚଆଇଭି/ ଏଡସ୍ ସଂକ୍ରମିତ ମାଆ ଠାରୁ ଶିଶୁ ରୋଗାକ୍ରାନ୍ତ ହେବାର ଦେଖାଯାଏ ।
ରକ୍ତ ଗ୍ରହଣ ଦ୍ଵାରା ଏଚଆଇଭି ସଂକ୍ରମଣ ହୋଇଥାଏ କି ?
ସଂକ୍ରମିତ ରକ୍ତରୁ ଏଚଆଇଭି ସଂକ୍ରମିତ ହୋଇଥାଏ, ଏଣୁ ସବୁ ରକ୍ତ ଭଣ୍ଡାର ଗୁଡିକ ରକ୍ତ ଦେବା ପୂର୍ବରୁ ଏଚଆଇଭି ପରୀକ୍ଷା କରିବା ଆବଶ୍ୟକ ।
ଗୁରୁତ୍ଵପୂର୍ଣ୍ଣ : ଗୁରୁତର ଆଘାତ ପାଇଁ ରକ୍ତ ନିହାତି ଅବଶ୍ୟକ । ତେବେ ଏଥିପାଇଁ କେତେକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ । ଯେପରି ଗାଡି ଚଳାଇବା ସମୟରେ ସିଟ ବେଲ୍ଟ ପିନ୍ଧିବା ଜରୁରୀ । ହେଲମେଟ ପିନ୍ଧିବା ଓ ମଦ୍ୟ ପାନ ନ କରିବା ଉଚିତ । ସମସ୍ତ ରକ୍ତ ବୋତଲ ଉପରେ ଏଚ.ଆଇ.ଭି. ପରୀକ୍ଷିତ ବୋଲି ଲେଖିବା ଉଚିତ ।
ଇଂଜେକସନ ଦ୍ଵାରା ଏଚ.ଆଇ.ଭି. ସଂକ୍ରମଣ ହୁଏ କି ?
ଇଂଜେକସନ ଦ୍ଵାରା ଏଚ.ଆଇ.ଭି. ସଂକ୍ରମଣ ହୁଏ । ଏହି ଉପକରଣ ଗୁଡିକରେ ଯଦି ରକ୍ତ ଲାଗିଥାଏ ତେବେ ସେଥିରେ ଏଚ.ଆଇ.ଭି. ଭୂତାଣୁ ଥାଏ । ଅତ୍ୟାବଶ୍ୟକ ନ ହେଲେ ଇଂଜେକସନ ବ୍ୟବହାର କରନ୍ତୁ ନାହିଁଁ । ଯଦି ଇଂଜେକସନ ନେବାର ଥାଏ , ତେବେ ଛୁଞ୍ଚି ଓ ସିରିଞ୍ଜଏକ ସୁରକ୍ଷିତ ପ୍ୟାକେଟରୁ ଖୋଲି ନେବା ଉଚିତ ବା ଭଲ ରୂପେ ବିଶୋଧନ କରିବା ପରେ ବ୍ୟବହାର କରିବା ଉଚିତ ।
ଗୁରୁତ୍ଵପୂର୍ଣ୍ଣ
ଏଡସ୍ ପ୍ରଥମେ କେଉଁଠାରେ ଦେଖାଯାଇଥିଲା ?
୧୯୮୧ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଏହି ସଂକ୍ରମଣ ଯୁକ୍ତରାଷ୍ଟ୍ର ଆମେରିକା ଓ ଆଫ୍ରିକା ସହିତ ବିଶ୍ଵର ଅଧିକାଂଶ ରାଷ୍ଟ୍ରରେ ବ୍ୟାପକ ଭାବରେ ଦେଖାଯାଉଛି ।
କେବେ ସର୍ବପ୍ରଥମେ ଭାରତରେ ଏଡସ୍ କୁ ଚିହ୍ନଟ କରାଗଲା ଓ ଏହା କିପରି ଦ୍ରୁତ ଭାବରେ ବ୍ୟାପିଲା ।
୧୯୮୬ମସିହାରେ ସର୍ବପ୍ରଥମେ ଭାରତରେ ଏଡସ୍ ଚିହ୍ନଟ କରାଯାଇଥିଲା । ସେବେ ଠାରୁ ଏଚ.ଆଇ.ଭି ବ୍ୟାପକ ଭାବେ ଆମ ଦେଶରେ ବ୍ୟାପିବାରେ ଲାଗିଛି । ଭୂତାଣୁ ଯୁକ୍ତ ରକ୍ତ ଗ୍ରହଣ କରିବା ଓ ଯୌନ ସଂସ୍ପର୍ଶରୁ ଉତ୍ପନ୍ନ ରସ ଦ୍ଵାରା ଏଚ.ଆଇ.ଭି ବ୍ୟାପିଥାଏ । ସାଧାରଣତଃ ସ୍ପର୍ଶ ଓ ବସବାସ ଦ୍ଵାରା ଏହା ବ୍ୟାପିନଥାଏ ।
ଜଣେ କର୍ମଚାରୀ ଏଚ.ଆଇ.ଭି ସଂକ୍ରମିତ ହୋଇଥିଲେ ସେ (ପୁରୁଷ ଓ ସ୍ତ୍ରୀ) କାର୍ଯ୍ୟ ଜାରି ରଖିବାକୁ ଅନୁମତି ପ୍ରାପ୍ତି ହୋଇଥାନ୍ତି ?
ଜଣେ ଏଚ.ଆଇ.ଭି ପଜିଟିଭି ବ୍ୟକ୍ତି ତାଙ୍କର କର୍ମ ଜାରି ରଖିବାକୁ ଅନୁମତି ପ୍ରାପ୍ତି ହୋଇଥାନ୍ତି । ଜଣେ ସ୍ଵାସ୍ଥ୍ୟବାନ ଏଚ.ଆଇ.ଭି ପଜିଟିଭି ବ୍ୟକ୍ତି ଅନ୍ୟ କର୍ମଚାରୀମାନଙ୍କ ସହିତ ସମାନ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାନ୍ତି । ତେଣୁ ଏଚ.ଆଇ.ଭି ପଜିଟିଭି ବ୍ୟକ୍ତି ବା (PLHA) ବ୍ୟକ୍ତିଙ୍କ ସହିତ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନଥାଏ ।
ଗୁରୁତ୍ଵପୂର୍ଣ୍ଣ
ଏଚ.ଆଇ.ଭି.ଦ୍ଵାରା ସଂକ୍ରମିତ ହେବା କାରଣରୁ ଜଣକୁ ତା ଚାକିରିରୁ ବରଖାସ୍ତ କରାଯାଇପାରିବ ନାହିଁଁ।
ଆମେ ବିପଦପୂର୍ଣ୍ଣ କି ?
ଅନେକ ଲୋକ ଏ ରୋଗ ତାଙ୍କୁ ହେବ ନାହିଁଁ । ଜଣେ ବ୍ୟକ୍ତିର ବିପଦପୂର୍ଣ୍ଣ ଆଚରଣ ଉପରେ ଏଚ.ଆଇ.ଭି ସଂକ୍ରମଣ ନିର୍ଭର କରେ । ଆପଣ ଆପଣଙ୍କର ଯୌନାଭ୍ୟାସ, ନିଶାଭ୍ୟାସ ଏବଂ ରକ୍ତ ଗ୍ରହଣର ଅଭ୍ୟାସକୁ ବିଚାରକୁ ନେଲେ ଆପଣ ଏଚ.ଆଇ.ଭି ଭୟରୁ ମୁକ୍ତି କି ନା ସେଥି ପାଇଁ ଏଚ.ଆଇ.ଭି ପରୀକ୍ଷା କରିବା ଦରକାର ଆପଣ ଅତୀତରେ ଯଦି ବିପଦ ପୂର୍ଣ୍ଣ କାର୍ଯ୍ୟ କରିଥିବେ, ତେବେ ଆପଣ ନିଶ୍ଚିତ ଭାବେ ପ୍ରଥମେ ପରାମର୍ଶ ଆଇସିଟିସିରେ କରାଇବେ । ଏଚ.ଆଇ.ଭି ପରୀକ୍ଷା ସମ୍ପ୍ରକିତ ତଥ୍ୟ ପାଇଁ ନିକଟସ୍ଥ ଆଇସିଟିସି ସହ ଯୋଗାଯୋଗ କରନ୍ତୁ ।
ଆପଣ ଯଦି ଏଚ.ଆଇ.ଭି ପଡିଟିଭି ହୋଇଥାନ୍ତି କଣ କରିବା ଦରକାର ?
ଆପଣ ଏଚ.ଆଇ.ଭି ପଜିଟିଭି ହୋଇଥିଲେ ନିମ୍ନ ତଥ୍ୟଗୁଡିକ ଜାଣନ୍ତୁ ।
ଜଣେ ଏଚ.ଆଇ.ଭି ଆକ୍ରାନ୍ତ ବନ୍ଧୁ ପାଇଁ ଆପଣ କଣ କରିପାରିବେ ?
ଯେ କୌଣସି ଅସାଧ୍ୟ ରୋଗରେ ପୀଡିତ ରୋଗୀ ପରି ଜଣେ ଏଚ.ଆଇ.ଭି ଆକ୍ରାନ୍ତ ବ୍ୟକ୍ତି ମଧ୍ୟ ଆପଣଙ୍କ ସାହାଯ୍ୟ ସହଯୋଗ ଦରକାର କରେ । ଏହା ମନେରଖନ୍ତୁ ଯେ ଆପଣ ସାଧାରଣ ମିଳାମିଶା, ଆଲିଙ୍ଗନ, କରମର୍ଦ୍ଦନ, ଗାଲରେ ଏକ ଚୁମ୍ବନ ଆଦି ଦେବା ଦ୍ଵାରା ଏହି ରୋଗ ସଂକ୍ରମଣ ହୋଇନଥାଏ । ରୋଗାକ୍ରାନ୍ତ ବନ୍ଧୁଙ୍କୁ ଆବଶ୍ୟକ ସ୍ଥଳେ ସାହାଯ୍ୟ କରନ୍ତୁ ।
ଏଚ.ଆଇ.ଭି ସଂକ୍ରମିତ ଲୋକଙ୍କର ଶେଷରେ ମୃତ୍ୟୁ ହୁଏ କାହିଁକି?
ଏଚ.ଆଇ.ଭି ସଂକ୍ରମିତ ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି କମିଗଲେ ସାଧାରଣ ଥଣ୍ଡା ଠାରୁ ଆରମ୍ଭକରି କ୍ୟାନସର ପରି କେତେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ସମସ୍ୟା ଗୁଡିକ ଲୋକମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରେ । ତେଣୁ ମୃତ୍ୟୁ ହୋଇଥାଏ ।
ଏଚ.ଆଇ.ଭି / ଏଡସ୍ ଭୋଗୁଥିବା ବ୍ୟକ୍ତି ଏଡସ୍ ପ୍ରଭାବ ହ୍ରାସ କରିବାକୁ କଣ କରିବା ଦରକାର ?
ଏଚ୍ଆଇଭି ନିୟନ୍ତ୍ରଣର ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା ।
ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଯାହା ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ରୋଗ ପ୍ରତିରୋଧକଶୀଳ ଜୀବକୋଷଙ୍କୁ ଅକାମୀ କିମ୍ବା ନିଷ୍ଟ କରିଦିଏ। ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି ।
ଇଂଲଣ୍ଡର ନର୍ଥ ୱେଷ୍ଟର୍ନ ମେଡିସିନ୍ ଆଣ୍ଡ୍ ଭ୍ୟାଣ୍ଡରବୋଲ୍ଟ ୟୁନିଭର୍ସିଟିର କେତେକ ବୈଜ୍ଞାନିକ ଏ ଦିଗରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଏହି ଭୂତାଣୁରୁ ଜୀବକୋଷରେ ଉପଲବ୍ଧ ଶର୍କରା ଉପାଦାନ ପ୍ରତି ପ୍ରବଳ ଆକର୍ଷଣ ରହିଛି । ଏହି ଭୂତାଣୁ ବ୍ୟକ୍ତି ଶରୀରର ଏକ ସକ୍ରିୟ ରୋଗ ପ୍ରତିରୋଧକଶୀଳ ଜୀବକୋଷକୁ ଆକ୍ରମଣ କଲେ ଏହା ଜୀବକୋଷର ମୁଖ୍ୟତଃ ଶର୍କରା ଓ ଅନ୍ୟ ପୋଷାକତତ୍ତ୍ଵକୁ ଆହରଣ କରି ନିଜର ପ୍ରତିଲିପିକରଣ ଓ ବଂଶବୃଦ୍ଧି କରିଥାଏ । ଗବେଷକମାନେ ଏବେ ଜୀବକୋଷର ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣର ମୂଳ ଉତ୍ସ କ’ଣ ଜାଣି ପାରିଛନ୍ତି । ସେମାନେ ଏକ ନୂତନ ପଦାର୍ଥ ପ୍ରୟୋଗ କରି ଜୀବକୋଷର ଏହି ଶର୍କରା ଓ ପୋଷକତତ୍ତ୍ଵ ଯୋଗାଣ ମୂଳ ଉତ୍ସକୁ ନିଷ୍କ୍ରିୟ କରିବାକୁ ସକ୍ଷମ ହୋଇଛନ୍ତି । ଏହାଦ୍ୱାରା ଭୂତାଣୁର ଖାଦ୍ୟ ଆହରଣ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହୋଇ ସେମାନଙ୍କ ମୃତ୍ୟୁ ଘଟୁଥିବାର ଲକ୍ଷ୍ୟ କରାଯାଇଛି । ଏଭଳି ପରିସ୍ଥିତିରେ ରୋଗୀ ଶରୀରରେ ଭୂତାଣୁର ପ୍ରତିଲିପିକରଣ ଦ୍ଵାରା ବଂଶବୃଦ୍ଧି ସମ୍ଭବ ହେଉ ନ ଥିବାରୁ ରୋଗ ଅଭିବୃଦ୍ଧିର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଛି ।
ଏଚ.ଆଇ.ଭି. ଭୂତାଣୁ ସାଧାରଣତଃ ମଣିଷ ଶରୀରର ସକ୍ରିୟ CD4+T’କୋଷ ଭଳି ରୋଗ ପ୍ରତିରୋଧକଶୀଳ ଜୀବକୋଷକୁ ଆକ୍ରମଣ କରି ବଂଶବିସ୍ତାର କରିଥାଏ।ଏହି ଜୀବକୋଷ ସବୁ ସକ୍ରିୟ ଥିବାରୁ ଅନୁପ୍ରବେଶକାରୀ ଭୂତାଣୁର ଉପସ୍ଥିତି ପ୍ରତି ପ୍ରତିକ୍ରିୟା ପ୍ରଦର୍ଶନ କରିଥାନ୍ତି । ଫଳରେ ଜୀବକୋଷର ଶର୍କରା ଓ ଅନ୍ୟ ମହତ୍ତ୍ଵ ପୂର୍ଣ୍ଣ ପୋଷାକତତ୍ତ୍ଵର ଯୋଗାଣର ମାତ୍ରା ଆଶାତୀତ ବୃଦ୍ଧିପାଏ ଯାହା ଉଭୟ ଜୀବକୋଷ ଓ ଭୂତାଣୁର ଅଭିବୃଦ୍ଧି ପାଇଁ ବ୍ୟବହୃତ ହୋଇଥାଏ । ଏହି ରୋଗ ପ୍ରତିରୋଧକଶୀଳ ଜୀବକୋଷଗୁଡିକରେ ଅଚାନକ ଶର୍କରା ଓ ମହତ୍ତ୍ଵପୂର୍ଣ୍ଣ ପୋଷାକତତ୍ତ୍ଵର ମାତ୍ର କାହିଁକି ବୃଦ୍ଧିପାଏ ଏପର୍ଯ୍ୟନ୍ତ ବୈଜ୍ଞାନିକଙ୍କ ନିକଟରେ ରହସ୍ୟମୟ ହୋଇ ରହିଥିଲା । ଏବେ ନର୍ଥ ୱେଷ୍ଟର୍ନ ମେଡ଼ିସିନ୍ ଆଣ୍ଡ୍ ଭ୍ୟାଣ୍ଡରବୋଲ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜାଣି ପାରିଛନ୍ତି ଯେ ଏଭଳି ପୋଷାକତତ୍ତ୍ଵର ମାତ୍ରାଧିକ ଉପସ୍ଥିତି ପାଇଁ ଜୀବକୋଷରେ ଥିବା ଏକ ଉପାଦାନ ଫସ୍ଫୋଲାଇଫେଜ୍ (Phospholipase D1:PLD1) ଦାୟୀ । ସେମାନେ ପରୀକ୍ଷାମୂଳକ ଭାବେ ଏକ ଔଷଧ ପ୍ରୟୋଗ କରି ଏହି ପଦାର୍ଥର ଉତ୍ସକୁ ବନ୍ଦ କରିଦେବାକୁ ସକ୍ଷମ ହୋଇଛନ୍ତି । ଏହାଦ୍ୱାରା ଭୂତାଣୁର ଖାଦ୍ୟ ଯୋଗାଣ ପ୍ରକ୍ରିୟା ପ୍ରତିହତ ହୋଇ ସେମାନଙ୍କ ଅଭିବୃଦ୍ଧି ଓ ବଂଶ ବିସ୍ତାର ବାଧାପ୍ରାପ୍ତ ହେଉଥିବାର ଲକ୍ଷ୍ୟ କରାଯାଇଛି । ଏହି ପଦ୍ଧତି ମଧ୍ୟ ଶରୀରରେ ଭୂତାଣୁର ପ୍ରବେଶ ଦ୍ଵାରା ରୋଗପ୍ରତିରୋଧକଶୀଳ ଜୀବକୋଷଗୁଡିକର ଅସ୍ଵାଭାବିକ ଅଭିବୃଦ୍ଧିକୁ ପ୍ରତିହତ କରିବାକୁ ସକ୍ଷମ ହେଉଥିବା ଜଣାପଡିଛି । ଏବେ ବ୍ୟବହୃତ ଔଷଧସବୁ ଶରୀରରେ ରୋଗ ଅଭିବୃଦ୍ଧିକୁ ପ୍ରତିହତ କରିବାରେ ସକ୍ଷମ ହେଉଥିଲାବେଳେ ଭୂତାଣୁର ଅନୁପ୍ରଦେଶ ଦ୍ଵାରା ମାତ୍ରାଧିକ ସକ୍ରିୟତା ପ୍ରଦର୍ଶନ କରୁଥିବା ପ୍ରତିରୋଧକଶୀଳ କୋଷଗୁଡ଼ିକର ଅସ୍ଵାଭାବିକ ଅଭିବୃଦ୍ଧିକୁ ନିୟନ୍ତ୍ରଣାଧୀନ କରିବାକୁ ସକ୍ଷମ ହୋଇ ନ ଥାଏ । ଜୀବକୋଷର ଏଭଳି ଅନିୟନ୍ତ୍ରିତ ଅଭିବୃଦ୍ଧି ଦ୍ଵାରା ଏଚ.ଆଇ.ଭି. ଭୂତାଣୁ ସମ୍ପୂର୍ଣ୍ଣ ବିଲୁପ୍ତ ନ ହୋଇ ଶରୀର ମଧ୍ୟରେ ଜୀବନସାରା ରହିଯାଏ ।
ସୁତରାଂ ପାରମ୍ପରିକ ଔଷଧ ସେବନ ଫଳରେ ଶରୀରରେ ଏଚ.ଆଇ.ଭି. ଭୂତାଣୁର ନିୟନ୍ତ୍ରଣ ସତ୍ତ୍ୱେ ରୋଗୀ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ଫୁଲି ନଷ୍ଟ ହୋଇଯାଏ ।ବୈଜ୍ଞାନିକଙ୍କ ଦ୍ଵାରା ବିକଶିତ ନୂତନ ଜ୍ଞାନକୌଶଳ ଶରୀରର ରୋଗ ପ୍ରତିରୋଧକଶୀଳ ଜୀବକୋଷର ଅଭିବୃଦ୍ଧି ହାରକୁ ନିୟନ୍ତ୍ରଣାଧୀନ କରୁଥିବାରୁ ଅଙ୍ଗପ୍ରତ୍ୟଙ୍ଗ ଅସ୍ଵାଭାବିକ ଫୁଲା ତଥା ତଜନିତ ଶରୀର ମଧ୍ୟରେ ଭୂତାଣୁର ଦୀର୍ଘଦିନ ସଂକ୍ରମଣ ପ୍ରକ୍ରିୟାକୁ ପ୍ରତିହତ କରିବ ବୋଲି ଆଶା କରାଯାଏ । ଏହି ବ୍ୟବସ୍ଥା ମଧ୍ୟ ଆଗାମୀ ଦିନରେ ପାରମ୍ପରିକ ଔଷଧସବୁ ସହ ମିଶି ଶରୀରରେ ପ୍ରତିରୋଧକଶୀଳହୀନତା ଜନିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଏକ ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା ରୂପେ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି ।
ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଯାହା ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ରୋଗ ପ୍ରତିରୋଧକଶୀଳ ଜୀବକୋଷଙ୍କୁ ଅକାମୀ କିମ୍ବା ନିଷ୍ଟ କରିଦିଏ । ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି ।
ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଯାହା ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ରୋଗ ପ୍ରତିରୋଧକଶୀଳ ଜୀବକୋଷଙ୍କୁ ଅକାମୀ କିମ୍ବା ନିଷ୍ଟ କରିଦିଏ । ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷାକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି ।
ଇଂଲଣ୍ଡର ନର୍ଥ ୱେଷ୍ଟର୍ନ ମେଡିସିନ୍ ଆଣ୍ଡ୍ ଭ୍ୟାଣ୍ଡରବୋଲ୍ଟ ୟୁନିଭର୍ସିଟିର କେତେକ ବୈଜ୍ଞାନିକ ଏ ଦିଗରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଏହି ଭୂତାଣୁରୁ ଜୀବକୋଷରେ ଉପଲବ୍ଧ ଶର୍କରା ଉପାଦାନ ପ୍ରତି ପ୍ରବଳ ଆକର୍ଷଣ ରହିଛି । ଏହି ଭୂତାଣୁ ବ୍ୟକ୍ତି ଶରୀରର ଏକ ସକ୍ରିୟ ରୋଗ ପ୍ରତିରୋଧକଶୀଳ ଜୀବକୋଷକୁ ଆକ୍ରମଣ କଲେ ଏହା ଜୀବକୋଷର ମୁଖ୍ୟତଃ ଶର୍କରା ଓ ଅନ୍ୟ ପୋଷାକତତ୍ତ୍ଵକୁ ଆହରଣ କରି ନିଜର ପ୍ରତିଲିପିକରଣ ଓ ବଂଶବୃଦ୍ଧି କରିଥାଏ । ଗବେଷକମାନେ ଏବେ ଜୀବକୋଷର ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣର ମୂଳ ଉତ୍ସ କ’ଣ ଜାଣି ପାରିଛନ୍ତି । ସେମାନେ ଏକ ନୂତନ ପଦାର୍ଥ ପ୍ରୟୋଗ କରି ଜୀବକୋଷର ଏହି ଶର୍କରା ଓ ପୋଷକତତ୍ତ୍ଵ ଯୋଗାଣ ମୂଳ ଉତ୍ସକୁ ନିଷ୍କ୍ରିୟ କରିବାକୁ ସକ୍ଷମ ହୋଇଛନ୍ତି । ଏହାଦ୍ୱାରା ଭୂତାଣୁର ଖାଦ୍ୟ ଆହରଣ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହୋଇ ସେମାନଙ୍କ ମୃତ୍ୟୁ ଘଟୁଥିବାର ଲକ୍ଷ୍ୟ କରାଯାଇଛି । ଏଭଳି ପରିସ୍ଥିତିରେ ରୋଗୀ ଶରୀରରେ ଭୂତାଣୁର ପ୍ରତିଲିପିକରଣ ଦ୍ଵାରା ବଂଶବୃଦ୍ଧି ସମ୍ଭବ ହେଉ ନ ଥିବାରୁ ରୋଗ ଅଭିବୃଦ୍ଧିର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଛି ।
ଏଚ.ଆଇ.ଭି. ଭୂତାଣୁ ସାଧାରଣତଃ ମଣିଷ ଶରୀରର ସକ୍ରିୟ CD4+T’କୋଷ ଭଳି ରୋଗ ପ୍ରତିରୋଧକଶୀଳ ଜୀବକୋଷକୁ ଆକ୍ରମଣ କରି ବଂଶବିସ୍ତାର କରିଥାଏ । ଏହି ଜୀବକୋଷ ସବୁ ସକ୍ରିୟ ଥିବାରୁ ଅନୁପ୍ରବେଶକାରୀ ଭୂତାଣୁର ଉପସ୍ଥିତି ପ୍ରତି ପ୍ରତିକ୍ରିୟା ପ୍ରଦର୍ଶନ କରିଥାନ୍ତି । ଫଳରେ ଜୀବକୋଷର ଶର୍କରା ଓ ଅନ୍ୟ ମହତ୍ତ୍ଵ ପୂର୍ଣ୍ଣ ପୋଷାକତତ୍ତ୍ଵର ଯୋଗାଣର ମାତ୍ରା ଆଶାତୀତ ବୃଦ୍ଧିପାଏ ଯାହା ଉଭୟ ଜୀବକୋଷ ଓ ଭୂତାଣୁର ଅଭିବୃଦ୍ଧି ପାଇଁ ବ୍ୟବହୃତ ହୋଇଥାଏ । ଏହି ରୋଗ ପ୍ରତିରୋଧକଶୀଳ ଜୀବକୋଷଗୁଡିକରେ ଅଚାନକ ଶର୍କରା ଓ ମହତ୍ତ୍ଵପୂର୍ଣ୍ଣ ପୋଷାକତତ୍ତ୍ଵର ମାତ୍ର କାହିଁକି ବୃଦ୍ଧିପାଏ ଏପର୍ଯ୍ୟନ୍ତ ବୈଜ୍ଞାନିକଙ୍କ ନିକଟରେ ରହସ୍ୟମୟ ହୋଇ ରହିଥିଲା । ଏବେ ନର୍ଥ ୱେଷ୍ଟର୍ନ ମେଡ଼ିସିନ୍ ଆଣ୍ଡ୍ ଭ୍ୟାଣ୍ଡରବୋଲ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜାଣି ପାରିଛନ୍ତି ଯେ ଏଭଳି ପୋଷାକତତ୍ତ୍ଵର ମାତ୍ରାଧିକ ଉପସ୍ଥିତି ପାଇଁ ଜୀବକୋଷରେ ଥିବା ଏକ ଉପାଦାନ ଫସ୍ଫୋଲାଇଫେଜ୍ (Phospholipase D1:PLD1) ଦାୟୀ । ସେମାନେ ପରୀକ୍ଷାମୂଳକ ଭାବେ ଏକ ଔଷଧ ପ୍ରୟୋଗ କରି ଏହି ପଦାର୍ଥର ଉତ୍ସକୁ ବନ୍ଦ କରିଦେବାକୁ ସକ୍ଷମ ହୋଇଛନ୍ତି । ଏହାଦ୍ୱାରା ଭୂତାଣୁର ଖାଦ୍ୟ ଯୋଗାଣ ପ୍ରକ୍ରିୟା ପ୍ରତିହତ ହୋଇ ସେମାନଙ୍କ ଅଭିବୃଦ୍ଧି ଓ ବଂଶ ବିସ୍ତାର ବାଧାପ୍ରାପ୍ତ ହେଉଥିବାର ଲକ୍ଷ୍ୟ କରାଯାଇଛି ।
ଏହି ପଦ୍ଧତି ମଧ୍ୟ ଶରୀରରେ ଭୂତାଣୁର ପ୍ରବେଶ ଦ୍ଵାରା ରୋଗପ୍ରତିରୋଧକଶୀଳ ଜୀବକୋଷଗୁଡିକର ଅସ୍ଵାଭାବିକ ଅଭିବୃଦ୍ଧିକୁ ପ୍ରତିହତ କରିବାକୁ ସକ୍ଷମ ହେଉଥିବା ଜଣାପଡିଛି । ଏବେ ବ୍ୟବହୃତ ଔଷଧସବୁ ଶରୀରରେ ରୋଗ ଅଭିବୃଦ୍ଧିକୁ ପ୍ରତିହତ କରିବାରେ ସକ୍ଷମ ହେଉଥିଲାବେଳେ ଭୂତାଣୁର ଅନୁପ୍ରଦେଶ ଦ୍ଵାରା ମାତ୍ରାଧିକ ସକ୍ରିୟତା ପ୍ରଦର୍ଶନ କରୁଥିବା ପ୍ରତିରୋଧକଶୀଳ କୋଷଗୁଡ଼ିକର ଅସ୍ଵାଭାବିକ ଅଭିବୃଦ୍ଧିକୁ ନିୟନ୍ତ୍ରଣାଧୀନ କରିବାକୁ ସକ୍ଷମ ହୋଇନଥାଏ । ଜୀବକୋଷର ଏଭଳି ଅନିୟନ୍ତ୍ରିତ ଅଭିବୃଦ୍ଧି ଦ୍ଵାରା ଏଚ.ଆଇ.ଭି. ଭୂତାଣୁ ସମ୍ପୂର୍ଣ୍ଣ ବିଲୁପ୍ତ ନ ହୋଇ ଶରୀର ମଧ୍ୟରେ ଜୀବନସାରା ରହିଯାଏ ।
ସୁତରାଂ ପାରମ୍ପରିକ ଔଷଧ ସେବନ ଫଳରେ ଶରୀରରେ ଏଚ.ଆଇ.ଭି. ଭୂତାଣୁର ନିୟନ୍ତ୍ରଣ ସତ୍ତ୍ୱେ ରୋଗୀ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ଫୁଲି ନଷ୍ଟ ହୋଇଯାଏ । ବୈଜ୍ଞାନିକଙ୍କ ଦ୍ଵାରା ବିକଶିତ ନୂତନ ଜ୍ଞାନକୌଶଳ ଶରୀରର ରୋଗ ପ୍ରତିରୋଧକଶୀଳ ଜୀବକୋଷର ଅଭିବୃଦ୍ଧି ହାରକୁ ନିୟନ୍ତ୍ରଣାଧୀନ କରୁଥିବାରୁ ଅଙ୍ଗପ୍ରତ୍ୟଙ୍ଗ ଅସ୍ଵାଭାବିକ ଫୁଲା ତଥା ତଜ୍ଜନିତ ଶରୀର ମଧ୍ୟରେ ଭୂତାଣୁର ଦୀର୍ଘଦିନ ସଂକ୍ରମଣ ପ୍ରକ୍ରିୟାକୁ ପ୍ରତିହତ କରିବ ବୋଲି ଆଶା କରାଯାଏ । ଏହି ବ୍ୟବସ୍ଥା ମଧ୍ୟ ଆଗାମୀ ଦିନରେ ପାରମ୍ପରିକ ଔଷଧସବୁ ସହ ମିଶି ଶରୀରରେ ପ୍ରତିରୋଧକ ଶୀଳହୀନତା ଜନିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଏକ ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା ରୂପେ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି ।
ଆଧାର - ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Last Modified : 1/28/2020