ହୋମ / ସ୍ଵାସ୍ଥ୍ୟ / ରୋଗ / କରୋନା ଭୂତାଣୁ
ସେଆର କରନ୍ତୁ

କରୋନା ଭୂତାଣୁ

କାର୍ଯ୍ୟସ୍ଥଳୀରେ କରୋନା ଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ମାର୍ଗଦର୍ଶିକା

କରୋନା ଭୂତାଣୁର ସଂକ୍ରମଣ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ

କରୋନା ଭୂତାଣୁର ସଂକ୍ରମଣରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ହିଁ ଏକନ୍ତ ଜରୁରୀ । କାର୍ଯ୍ୟସ୍ଥଳୀରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ବନର ବିଶେଷ ଆବଶ୍ୟକତା ଅଛି ।

ଧ୍ୟାନ ଦିଅନ୍ତୁ

  1. ଆପଣଙ୍କ କାର୍ଯ୍ୟାଳୟ ପରିଷ୍କାର ଓ ସ୍ଵଚ୍ଛ ରହିବା ସୁନିଶ୍ଚିତ କରନ୍ତୁ । (ଟେବୁଲ, କମ୍ପ୍ୟୁଟର ,ଫୋନ୍ ଓ ଅନ୍ୟାନ୍ୟ ବ୍ୟବହୃତ ଉପକରଣ ଇତ୍ୟାଦିକୁ ଜୀବାଣୁନାଶକ ଦ୍ରବଣ ସାନିଟାଇଜର/ ଆଲକୋହଲ ସ୍ପ୍ରେ ପକାଇ ନିୟମିତ ପୋଛନ୍ତୁ ।
  2. ନିୟମିତ ହାତକୁ ସାବୁରେ ଭଲଭାବରେ ସଫା କରିବା ପାଇଁ କର୍ମଚାରୀ ମାନଙ୍କୁ ପ୍ରୋତ୍ସାହିତ କରନ୍ତୁ।
    • ହାତଧୁଆ ବେସିନ୍ ନିକଟରେ ପାଣି ଓ ସାବୁନ ଉପଲବ୍ଧ କରାଛୁ । ମନେ ରଖନ୍ତୁ, ବାରମ୍ବାର ସାବୁରେ ହାତ ଧୋଇବା ଦ୍ଵାରା ଜୀବାଣୁ ଗୁଡିକ ମରିଯାଇଥାନ୍ତି ଏବଂ ସଂକ୍ରମଣ ପ୍ରତିରୋଧ ହୋଇଥାଏ ।
    • ହାତଧୁଆ କୌଶଳ ସମ୍ପର୍କିତ ପୋଷ୍ଟର ଲଗାନ୍ତୁ ।
  3. ମୁହଁ ଓ ହାତକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ ।
  4. କାର୍ଯ୍ୟସ୍ଥଳୀରେ କାଶ ,ଛିଙ୍କ ଦ୍ଵାରା ହେଉଥୁବା ସଂକ୍ରମଣ ପ୍ରତିରୋଧ କରିବା ପାଇଁ ଟିସୁ ପେପର ବ୍ୟବହାର ପାଇଁ ପ୍ରୋତ୍ସାହିତ କରନ୍ତୁ ।
    • ବ୍ୟବହୃତ ଟିସୁ ପେପରକୁ ତୁରନ୍ତ ଢାଙ୍କୁଣୀ ଥିବା ଡଷ୍ଟବିରେ ପକାଇବା ପାଇଁ ପରାମର୍ଶ ଦିଅନ୍ତୁ ।
  5. ସାମାନ୍ୟ ଜ୍ଵର ,କାଶ କିମ୍ବା ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଥିଲେ, କର୍ମଚାରୀମାନଙ୍କୁ ଘରେ ସ୍ଵନିରୀକ୍ଷଣରେ ରହିବାକୁ ପରାମର୍ଶ ଦିଅନ୍ତୁ ।
  6. କରମର୍ଦ୍ଦନ ବା ଆଲିଙ୍ଗନ କରନ୍ତୁ ନାହିଁ ।
  7. କାର୍ଯ୍ୟସ୍ଥଳୀରେ ସଭାସମିତି କରନ୍ତୁ ନାହିଁ ।
  8. ସର୍ଦ୍ଦି, ଜ୍ଵର ,କାଶ ଭୋଗୁଥିବା ବ୍ୟକ୍ତିଙ୍କ ଠାରୁ କର୍ମଚାରୀ ମାନେ ନିଜକୁ ଦୂରେଇ ରଖନ୍ତୁ ।
  9. ଜରୁରୀ ଆବଶ୍ୟକତା ନଥିଲେ ବାହାରକୁ ଗସ୍ତରେ ଯିବାକୁ କର୍ମଚାରୀମାନଙ୍କୁ ବାରଣ କରନ୍ତୁ ।
  10. ବର୍ତ୍ତମାନ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ମେସିନ୍ ବ୍ୟବହାର କରନ୍ତୁ ନାହିଁ ।

କାର୍ଯ୍ୟସ୍ଥଳୀରେ ହାତଧୁଆର ସଠିକ ପ୍ରଣାଳୀ

କରୋନା ସଂକ୍ରମଣରୁ ବିଦ୍ୟାଳୟକୁ ବିପଦମୁକ୍ତ କରିବା ପାଇଁ

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ବିଦ୍ୟାଳୟ ସ୍ତରରେ ନିମ୍ନ ଲିଖିତ ପଦକ୍ଷେପ ନିଆଯିବା ଦରକାର ।

କଣ କରିବେ ନାହିଁ ?

  1. ମୁହଁ, ଆଖି ଓ ନାକକୁ ସ୍ପର୍ଶ କରନ୍ତୁ ନାହିଁ ।
  2. ବିଦ୍ୟାଳୟରେ ସାମୁହିକ କାର୍ଯ୍ୟକ୍ରମ କରନ୍ତୁ ନାହିଁ ।
  3. କୌଣସି ପିଲାଙ୍କ ଠାରେ ଜ୍ଵର, କାଶ ବା ଶ୍ଵାସକ୍ରିୟାରେ ଅସୁବିଧା ହେବାର ଲକ୍ଷଣ ଦେଖାଦେଲେ ଅବହେଳା କରନ୍ତୁ ନାହିଁ ।

କଣ କରିବେ ?

  1. ପିଲାଙ୍କ ଠାରେ ଥଣ୍ଡା, କାଶ, ଛିଙ୍କ ବା ଶ୍ଵାସକ୍ରିୟାରେ କଷ୍ଟ ହେଉଥିଲେ ତୁରନ୍ତ ଅଭିଭାବକଙ୍କୁ ଜଣାନ୍ତୁ ଓ ହାକ୍ତରଙ୍କ ପରାମର୍ଶ କରାନ୍ତୁ ।
  2. ଛାତ୍ର ଛାତ୍ରୀ / ଶିକ୍ଷକ ଶିକ୍ଷୟତ୍ରୀ / କର୍ମଚାରିଙ୍କର ଉପରୋକ୍ତ ଲକ୍ଷଣ ଥିଲେ ସ୍କୁଲ ଆସନ୍ତୁ ନାହିଁ।
    • କାଶିବା ଛିଙ୍କିବା ସମୟ ରେ ମୁହଁକୁ ରୁମାଲ କିମ୍ବା କପଡାରେ ତାଙ୍କି ଦିଅନ୍ତୁ ଏବଂ ଏହାପରେ ହାତକୁ ଧୁଅନ୍ତୁ ।
    • ସମୂହ ବ୍ୟବହାର୍ଯ୍ୟ ବସ୍ତୁ ଯଥା କବାଟ, ଝରକା, ଟେବୁଲ, ଚୌକି, ଟେଲିଫେନ୍, କମ୍ପ୍ୟୁଟର ଆଦିକୁ ଜୀବାଣୁ ନାଶକ ଦ୍ରବଣରେ ପୋଛନ୍ତୁ ।
  3. ଶୌଚାଳୟରେ ସାବୁନ୍ ଓ ପାଣିର ବ୍ୟବସ୍ଥା ସୁନିଶ୍ଚିତ କରାନ୍ତୁ ।
  4. ଘୋଡଣିଥିବା ଡଷ୍ଟବିନ୍‌ ଶ୍ରେଣୀଗୃହ ଏବଂ ଶୌଚାଳୟରେ ରଖନ୍ତୁ।
  5. ହଷ୍ଟେଲରେ ରହିଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନଙ୍କର ନିୟମିତ ସ୍ଵାସ୍ଥ୍ୟପରୀକ୍ଷା କରାନ୍ତୁ ।
  6. ସନ୍ଦେହ ହେଲେ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରାଇ ନିଅନ୍ତୁ ।

ଯୋଗାଯୋଗ

ରାଜ୍ୟ ସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଫୋନ ନଂ ୦୬୭୪-୨୩୯ ୦୪୬୬ କିମ୍ବା ମୋବାଇଲ : ୯୪୩୯୯୯୪୮୫୭/ ୯୪୩୯୯୯୪୮୫୯ ରେ ଯୋଗାଯୋଗ କରନ୍ତୁ  ।

COVID-19 ପଞ୍ଜୀକରଣ ପୋର୍ଟାଲ

  • ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ।
  • ପନ୍ଦର ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା ଉଲଂଘନକାରୀ ଦଣ୍ଡିତ ହେବେ ।

ବିଦେଶରୁ ଓଡିଶାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୧୦୪କୁ କଲ କରନ୍ତୁ ମାଗଣା କିମ୍ବା Online Portal ଲିଙ୍କ କ୍ଲିକଜରିଆରେ ସେମାନଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି ।

ଭୂତାଣୁ ସମ୍ପର୍କରେ ଜାଣିବା ପାଇଁ ୱେବ ଡାସବୋର୍ଡ

  • “ଓଡ଼ିଶା ସରକାର ହ୍ଵାଟ୍ସଆପ୍ ଇନ୍ଫୋ ଡେସ୍କ ସହ ୯୩୩୭୯୨୯୦୦୦ ରେ
  • ୱେବ୍ ଡାସବୋର୍ଡ ଷ୍ଟେଟ ଡ୍ୟାସବୋର୍ଡଓଡ଼ିଶା ସରକାର ।
  • ମୋବାଇଲ୍ ଆପ୍ Search for 'Odisha COVID Dashboard'

ଅଧିକ ସୂଚନା

  • କରୋନା ଭୂତାଣୁ ମୁକାବିଲା ପାଇଁ ମାସ୍କ କିପରି ପ୍ରସ୍ତୁତି କରିବେ ସେ ସମ୍ବନ୍ଧରେ ସୂଚନା ଲିଙ୍କ କ୍ଲିକକରନ୍ତୁ ।
  • ଅଧିକ ଜାଣିବା ପାଇଁ ଲିଙ୍କ କ୍ଲିକ
  • କାର୍ଯ୍ୟସ୍ଥଳୀରେ କରୋନା ଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ମାର୍ଗଦର୍ଶିକା କ୍ୟାଲେଣ୍ଡର ଲିଙ୍କ କ୍ଲିକ ଦ୍ଵାରା ଦର୍ଶାଯାଇଛି ।

ଆଧାର - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top