କର୍କଟ ରୋଗ ମଣିଷ ଜୀବନର ମୃତ୍ୟୁ ଘଣ୍ଟି । ପ୍ରତି ତିନି ଜଣରେ ଜଣେ ଏହାର ଶିକାର ହୁଅନ୍ତି । ସାଧାରଣତଃ ପୁରୁଷମାନେ ୫୦ ବର୍ଷ ପରେ ଓ ମହିଳାମାନେ ୪୦ ରୁ ୫୦ ବର୍ଷ ମଧ୍ୟରେ ଏହି ରୋଗ ମୁହଁରେ ପଡନ୍ତି । ହୃଦ୍ ଘାତ ପରେ କର୍କଟ ଜନିତ ମୃତ୍ୟୁ ହାର ସର୍ବାଧିକ । ଏହା ଆନୁବଂଶିକ । ଏହାର ଦୂରୀକରଣ କେତାକାଂଶରେ ସମ୍ଭବ । ଦୂଷିତ ଖାଦ୍ୟ ଓ ପାନୀୟ ପରିବେଶ ପ୍ରଦୂଷଣ, ଅସ୍ଵାଭାବିକ ଜୀବନ ଶୈଳୀ, ଅସୁରକ୍ଷିତ ସହବାସ ଓ ଶରୀରରେ ଋକ୍ତାଣୁ ମାନଙ୍କର ସଂଖ୍ୟାବୃଦ୍ଧି କ୍ୟାନସର ସୃଷ୍ଟି କରେ । ତେଣୁ ଉପଯୁକ୍ତ ଜନସଚେତନତା ଏହି ଦୂରାରୋଗ୍ୟ ବ୍ୟାଧି କବଳରୁ କେବଳ ମାନବ ସମାଜକୁ ରକ୍ଷା କରିପାରିବ। କ୍ୟାନସରର କେତେକ କାରଣ ମଣିଷର ନିୟନ୍ତ୍ରଣ ବାହାରେ । ସେଗୁଡିକ ହେଉଛି, ଦୋଷଯୁକ୍ତ ଜିନ୍, କାର୍ବନ – ଲେଡ ଓ ଆର୍ସେନିକ୍ ରହିଥିବା ବାୟୁକୁ ନିଶ୍ଵାସ ନେବା , ପ୍ରଖର ସୂର୍ଯ୍ୟ କିରଣରେ କାର୍ଯ୍ୟ କରିବା ଇତ୍ୟାଦି । ପୃଥିବୀର ଚାରିପାଖରେ ରହିଥିବା ଓଜନ ସ୍ତରରେ ଗର୍ତ୍ତ ସୃଷ୍ଟି ହେବା ଫଳରେ ଅଲ୍ ଟ୍ରାଭାଓଲେଟ ଓ ଇନଫ୍ରା ରଶ୍ମୀ ଶରୀରରେ ପ୍ରବେଶ କରି କୋଷ ଭିତରେ ରହିଥିବା ଡି. ଏନ. ଏ ଓ ଆର୍ . ଏନ. ଏ ଗୁଡିକୁ କ୍ଷୟ କରିଦିଏ । ମୋବାଇଲ ଫୋନ କାନକୁ ଲଗାଇ ବ୍ୟବହାର କଲେ ସେଥିରୁ ଉତ୍ପନ୍ନ ବୈଦ୍ୟୁତିକ ଚୁମ୍ବକୀୟ ଶକ୍ତି ସିଧା ମସ୍ତିସ୍କ ମଧ୍ୟରେ ପ୍ରବେଶ କରେ । କାନର ମସ୍ତିସ୍କ ସହିତ ସିଧା ସଂଯୋଗ ଅଛି । ଏହି ଚୁମ୍ବକୀୟ ଶକ୍ତି ମସ୍ତିସ୍କରେ ରହିଥିବା ସୂକ୍ଷ୍ମ କୋଷଗୁଡିକୁ ଉତ୍ତେଜିତ କରିପକାଏ । ଏହା ଅଳ୍ପ ଦିନ ହେଲା ବ୍ୟବହାର ହେଉଥିବାରୁ ଏହାର କୁପରିଣାମ ଭବିଷ୍ୟତ ହିଁ କହିବ । ପୂର୍ବରୁ ବ୍ୟବହାର ହେଉଥିବା ସ୍ଥିର ଫୋନଗୁଡିକର ଏ ସମସ୍ୟା ନଥାଏ । ସେହିପରି ମାଇକ୍ରୋ ଓଭନ୍ ର ଅପକାରିତା ରହିଛି । ଏହାର ସର୍ବକ୍ଷେଣ ଆବଶ୍ୟକ ।
କ୍ୟାନସର ରୋଗୀଙ୍କର ସଂଖ୍ୟା ବଢିଚାଲିଛି । ଏହାର ମୁଖ୍ୟ କାରଣ ହେଉଛି ବର୍ଦ୍ଧିତ ଆୟୁ । ଦୀର୍ଘାୟୁ ଜନସଂଖ୍ୟା ବୃଦ୍ଧି ଘଟେ । କାରଣ ୫୦ ବର୍ଷ ବୟସ ପରେ ପ୍ରତି ତିନିଜଣରେ ଜଣଙ୍କୁ କ୍ୟାନସର ହୋଇଥାଏ । ୨୦ ବର୍ଷ ବୟସ ଭିତରେ ଏହା କ୍ଵିଚିତ ଦେଖାଯାଏ । ୩୦ ରୁ ୪୦ ବର୍ଷ ମଧ୍ୟରେ ଏହା ଦ୍ଵିଗୁଣିତ ହୁଏ । ତାହାପରେ ପ୍ରତି ଦଶନ୍ଧିରେ ଦୁଇଗୁଣ ବୃଦ୍ଧିଘଟେ । କ୍ୟାନସର ହେଉଛି ଅନିୟନ୍ତ୍ରିତ କୋଷ ବୃଦ୍ଧି । ସାଧାରଣତଃ ଶରୀରରେ ନୂତନ କୋଷ ସୃଷ୍ଟି ଜିନ୍ ଦ୍ଵାରା ନିଯନ୍ତ୍ରୀର ହୁଏ । ଫଳରେ କୋଷଗୁଡିକ ଅବାଞ୍ଛିତ ରୀତିରେ ସଂଖ୍ୟା ବୃଦ୍ଧି କରନ୍ତି । ସେଗୁଡିକୁ ବୃଦ୍ଧିପାଇବା ସ୍ଥାନର ତନ୍ତୁ ମଧ୍ୟରେ ରହି ବୃଦ୍ଧି ହେଲେ ତାକୁ ଉଦାର କର୍କଟ ରୋଗ ଜୁହାଯାଏ ଏବଂ ବର୍ଦ୍ଧିତ କୋଷଗୁଡିକ ସେହି ସ୍ଥାନରୁ ରକ୍ତ ଓ ଲସିକା ମାଧ୍ୟମରେ ସ୍ଥାନାନ୍ତର ହୋଇ ବିଭିନ୍ନ ଅଙ୍ଗର କ୍ଷତି ସାଧନ କଲେ ତାକୁ ମାରାତ୍ମକ କ୍ୟାନସର କୁହାଯାଏ । ଶରୀରର ପ୍ରତ୍ୟକ କୋଷ ସମୟ ବ୍ୟବଧାନରେ ପରିବର୍ତ୍ତନ ହୁଏ । କ୍ଷୁଦ୍ରାନ୍ତର କୋଷଗୁଡିକର କେତେ ଘଣ୍ଟା ମଧ୍ୟରେ ସଂଖ୍ୟା ବୃଦ୍ଧି ହୁଏ ଏବଂ କିଛି ଦିନ ମଧ୍ୟରେ ମଳଦ୍ଵାର ନିଷ୍କାସିତ ହୋଇଯାଆନ୍ତି । ଏହା ହେଉଛି ଜୀବତତ୍ତ୍ଵ ।
ଗୋଟିଏ ମାରାତ୍ମକ କ୍ୟାନସରକୁ ରୋଗର ଲକ୍ଷଣ ପ୍ରକାଶ ହେବା ପାଇଁ ୧୦ ବର୍ଷ ସମୟ ଲାଗେ । ଶରୀରର ବିଭିନ୍ନ ଅଙ୍ଗକୁ ଏହା ବିସ୍ତାରିତ ହୋଇ ଗଲେ ଆରୋଗ୍ୟର ସମ୍ଭାବନା ନଥାଏ । କେବଳ କଷ୍ଟ ଲାଘବ ପାଇଁ ଚେଷ୍ଟା କରିବା ଆବଶ୍ୟକ । ଗୋଟିଏ କୋଷ ମଧ୍ୟରେ ଦୁଇ ବା ତିନୋଟି ଜିନ୍ ର ବିବର୍ତ୍ତନ ଘାତିଲେ କୋଷଗୁଡିକ ବହୁ ସଂଖ୍ୟାରେ ବୃଦ୍ଧି ହୁଏ , ଫଳରେ ସେହି ଅଙ୍ଗର ଆକାର ବଢି ଫୁଲିଯାଏ । ତାହାରି ଚାରିପାଖରେ ରହୁଥିବା ପର୍ଦ୍ଧା ଟାଣି ହୋଇଯାଏ । ସ୍ନାୟୁଗୁଡିକ ଭିଡିହେବା ଫଳରେ ପ୍ରବଳ ବିନ୍ଧା ଛିଟିକା ହୁଏ ।
କ୍ୟାନସର ହେବାର ୩ଟି କାରଣ ରହିଛି । ୧) ଭୂତାଣୁ , ୨) ବିଷାକ୍ତ ରାସାୟନିକ ପଦାର୍ଥ , ୩) ବିକିରଣ । ଲିଭରରେ ଜଣ୍ଡିସ କରୁଥିବା ‘ ବି ’ ଭୂତାଣୁ ଯକୃତ କ୍ୟାନସର କରେ । ପାପିଲୋମା ଭୂତାଣୁ ଦ୍ଵାରା ଜରାୟୁର ଗ୍ରୀବାରେ କ୍ୟାନସର ହୁଏ । ଅନ୍ୟ କେତେକ ଭୂତାଣୁ ରକ୍ତ କ୍ୟାନସର କରୁଥିବା ପ୍ରମାଣ ରହିଛି । ପାଟି ଭିତରେ କଳରେ ତମାଖୁ ଜାକିଲେ ପାଟି, ଜିଭ ଓ ଗଳାରେ କ୍ୟାନସର ହୁଏ । ଧୂମପାନ ପାନ କଲେ ଫୁସ୍ ଫୁସ୍ ରେ କ୍ୟାନସର ହୁଏ । ବେଞ୍ଜିନ , ଆଲକାତାରା, ରବର ଓ ପ୍ଲାଷ୍ଟିକ ତିଆରି କାରଖାନାର କର୍ମଚାରୀମାନେ ଲିଭର , ବୃକକ୍ , ପରିସ୍ରା ଥଳି ଓ ରକ୍ତ କ୍ୟାନସରରେ ପଡିବାର ସମ୍ଭାବନା ଥାଏ । ଏକ୍ସରେ ଓ ଆଇସୋଟୋପ ବିକିରଣ ରକ୍ତ କ୍ୟାନସର କରେ ପ୍ରଧାନ ବିକିରଣ ହେଉଛି ପ୍ରଖର ସୂର୍ଯ୍ୟ ରଶ୍ମି । ଶ୍ଵେତାଙ୍ଗମାନେ ବହୁତ ସମୟ ପ୍ରଖର ସୂର୍ଯ୍ୟ କିରଣରେ କାର୍ଯ୍ୟକଲେ ଚର୍ମ କ୍ୟାନସର ହେବାର ସମ୍ଭାବନା ଥାଏ । ଏହିସବୁ ସଂସ୍ପର୍ଶରେ ଆସୁଥିବା କେତେକ ବ୍ୟକ୍ତିଙ୍କର କ୍ୟାନସର ହୁଏ ନାହିଁ । ସେମାନଙ୍କ ଶରୀରର ରୋଗ ପ୍ରତିରୋଧ ଶକ୍ତି କ୍ୟାନସର କୋଷଗୁଡିକୁ ନଷ୍ଟ କରିଦିଏ । ତେଣୁ କୋଷ ମଧ୍ୟରେ ରହିଥିବା ଜିନ୍ ର ବିବର୍ତ୍ତନ ସହଜରେ ହୁଏ ନାହିଁ ।
କର୍କଟ ରୋଗର କେତେକ ଲକ୍ଷଣ ଅନ୍ୟ ରୋଗରେ ମଧ୍ୟ ଦେଖାଯାଏ । ତେଣୁ ସେ ଲକ୍ଷଣଗୁଡିକ ପ୍ରକାଶ ପାଇଲେ ଏହାକୁ ଅବହେଳା ନକରି ଡାକ୍ତରଙ୍କର ପରାମର୍ଶ କରିବା ଉଚିତ୍ । ପ୍ରଥାମାବସ୍ଥାରେ ରୋଗ ନିର୍ଣ୍ଣୟ କରି ଚିକିତ୍ସା କଲେ ଆରୋଗ୍ୟ ହେବାର ସମ୍ଭାବନା ଉଜ୍ଵଳ । ଏହି ଲକ୍ଷଣଗୁଡିକ ହେଲା : -
ଧୂମପାନ ଓ ତମାଖୁ ପାଟିରେ ଜାକୁଥିବା ବ୍ୟକ୍ତି ଦାନ୍ତ , ଜିଭ ଓ ପାଟିକୁ ଡାକ୍ତରଙ୍କ ଦ୍ଵାରା ନିୟମିତ ପରୀକ୍ଷା କରାଇବା ଉଚିତ୍ । ସ୍ତ୍ରୀଲୋକମାନଙ୍କର ଯୋନିରେ କିମ୍ବା ଜରାୟୁ ଗ୍ରୀବାରେ ଘା ’ ହେଲେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କୁ ଦେଖାଇ ପରୀକ୍ଷା କରାଇବା ଉଚିତ । ସ୍ତନ କର୍କଟ ଜାଣିବା ପାଇଁ ପ୍ରତ୍ୟକ ମହିଳା ନିୟମିତ ବ୍ୟବଧାନରେ ନିଜେ ସ୍ତନ ପରୀକ୍ଷା କରିବା ବିଧେୟ । ସନ୍ଦେହ ହେଲେ ‘ ମାମୋଗ୍ରାମ ’ କରିବା ବାଞ୍ଛନୀୟ । ପୁରୁଷ ବ୍ୟକ୍ତି ସେମାନଙ୍କର ଅଣ୍ଡକୋଷ ବୃଦ୍ଧି ଘଟିଲେ ତୁରନ୍ତ ପରୀକ୍ଷା କରିବା ଆବଶ୍ୟକ
କ୍ୟାନସରରୁ ମୁକ୍ତି ପାଇବା ପାଇଁ କେତେଗୁଡିଏ ପ୍ରତିଷେଧକ ବ୍ୟବସ୍ଥା ରହିଛି । ସେଗୁଡିକ ହେଲା : -
ଆରମ୍ଭ ଅବସ୍ଥାରେ କର୍କଟ ନିରୂପଣ ହୋଇ ପାରିଲେ ଫଳପ୍ରଦ ଚିକିତ୍ସା ସମ୍ଭବ ହୁଏ । କ୍ୟାନସର କୋଷ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରମଣ କଲାପରେ କେବଳ ରେଡିଓ ଓ କେମୋଥେରାପି ଦିଆଯାଏ । ଏହା ଦେହର ସବୁ ସବୁ କୋଷକୁ ପୋଡି ପକାଏ । ତେଣୁ ଗୋଟିଏ ରୋଗରୁ ରକ୍ଷା ପାଇବାକୁ ଯାଇ ସମଗ୍ର ଶରୀର କୋଷଗୁଡିକ ଭସ୍ମୀଭୂତ ହୋଇଯାଏ । ଶେଷରେ ଅସହ୍ୟ ଯନ୍ତ୍ରଣା ସହିତ ଶେଷ ଯବନିକ ପଡିଯାଏ । କ୍ୟାନସର ଗୋଟିଏ ସ୍ଥାନରେ ଆବଦ୍ଧ ହୋଇ ରହିଥିବା ସମୟରେ ଶଲ୍ୟ ଚିକିତ୍ସା ଦ୍ଵାରା ତାକୁ ବାହାର କରିଦିଆଯାଇ ପାରିବ । ସେଥିପାଇଁ ପ୍ରଥମ ଅବସ୍ଥାରେ ରୋଗ ନିରୂପଣ ଏକାନ୍ତ ଆବଶ୍ୟକ ।
କ୍ୟାନସର ନିର୍ଣ୍ଣୟ କୋଷ ପରୀକ୍ଷା ଦ୍ଵାରା ନିର୍ଭୁଲ ଭାବରେ ନିରୂପଣ ହୋଇ ପାରିବ । ଏହାକୁ ‘ ବାୟସ୍ପି ’ କହନ୍ତି । କୋଷଗୁଡିକ ଆକାରରେ ବଡ ହୋଇଯାଏ । ନ୍ୟଷ୍ଟିର ରଙ୍ଗ ଗାଢ ହୋଇଯାଏ । ସୁସ୍ଥ କୋଷଠାରୁ ଏହା ଦେଖିବାକୁ ଭିନ୍ନ । ଅଭିଜ୍ଞ ନିଦାନ ବିଶେଷଜ୍ଞ ଏହାକୁ ଠିକ୍ ଭାବେ ନିରୂପଣ କରିପାରିବେ ।
ରକ୍ତ ପରୀକ୍ଷା ଦ୍ଵାରା କ୍ୟାନସର ନିରୂପଣ କରାଯାଏ । କିନ୍ତୁ ଏହା ‘ ବାୟସ୍ପି ’ ପରି ସମ୍ପୁର୍ଣ୍ଣ ନିର୍ଭୁଲ ହେବ ନାହିଁ ।
କେଉଁ କ୍ୟାନସରର କେଉଁ ପରୀକ୍ଷା କରାଯାଏ ତାହା ନିମ୍ନରେ ପ୍ରଦତ୍ତ ହେଲା ।
ଏହି ପରୀକ୍ଷାଗୁଡିକ ଦ୍ଵାରା ଶହେ ପ୍ରତିଶତ ନିର୍ଣ୍ଣୟ ଅସମ୍ଭବ । ବୃହଦନ୍ତ୍ର କ୍ୟାନସର ପାଇଁ ସି. ଇ. ଏ. ପରୀକ୍ଷା କେବଳ ୬୭ ପ୍ରତିଶତ ରୋଗୀଙ୍କର ଠିକ୍ ରୋଗ ନିରୂପଣ କରିଥାଏ । ଡାଇବେଟିସ୍, ଯକୃତ ପ୍ରଦାହ ଓ ଫୁସ୍ ଫୁସ୍ ପ୍ରଦାହ ରୋଗରେ ମଧ୍ୟ ଏହି ପରୀକ୍ଷାରେ ପଜିଟିଭ୍ ଫଳ ମିଳେ । କ୍ୟାନସର ମାର୍କର ପରୀକ୍ଷା ଗୁଡିକ ଦ୍ଵାରା ରୋଗର ଅଗ୍ରଗତି ଜାଣିବା ସମ୍ଭବ ହୁଏ । ଅପରେସନ ପରେ ସଂକ୍ରମିତ ଆୟତନ ନ କମିଲେ ଏହା ବିଭିନ୍ନ ଅଙ୍ଗକୁ ବିସ୍ତାରିତ ହେଉଥିବାର ସନ୍ଦେହ ହୁଏ । ସେଥିପାଇଁ କେମୋଥେରାପିର ଚିକିତ୍ସା ଆବଶ୍ୟକ ପଡେ । ପ୍ରୋଷ୍ଟେଟ କ୍ୟାନସର ଅପରେସନ ପରେ ପି. ଏସ୍. ଏ. ପରିମାଣ ବୃଦ୍ଧି ଘଟିଲେ ଦୁଇ ଅଣ୍ଡକୋଷକୁ କାଢି ଦିଆଯାଏ ଅଣ୍ଡକୋଷର ହରମୋନ୍ ଟେଷ୍ଟାଷ୍ଟେରେନ୍ କ୍ୟାନସର କୋଷଗୁଡିକ ସଂଖ୍ୟା ବୃଦ୍ଧି ସାହାଯ୍ୟ କରେ । ଅଣ୍ଡକୋଷ ବାହାର କରିଦେବା ପରେ ପି. ଏସ୍. ଏ. ସାଧାରଣ ଅବସ୍ଥାକୁ ଫେରିଆସେ ।
ଜରାୟୁରେ ବଢୁଥିବା ଭ୍ରୁଣର କୋଷ ଜନ୍ମ ହେବା ପରେ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ବୟସ୍କ ବ୍ୟକ୍ତିର ଶରୀରରେ ଏହା ଦେଖିବାକୁ ମିଳେ ନାହିଁ । କିନ୍ତୁ କେତେକ କ୍ୟାନସରରେ ଏହି କୋଷର ସ୍ଵତନ୍ତ୍ର ପ୍ରୋଟିନ୍ ରକ୍ତରେ ଦେଖିବାକୁ ମିଳେ । ତେଣୁ ଏହାକୁ ଭ୍ରୁଣ ପ୍ରୋଟିନ୍ କୁହାଯାଏ । ରୋଗୀର ରକ୍ତ ପରୀକ୍ଷା ଦ୍ଵାରା ଭ୍ରୁଣ ପ୍ରୋଟିନ୍ କୁହାଯାଏ । ରୋଗୀର ରକ୍ତ ପରୀକ୍ଷା ଦ୍ଵାରା ଭ୍ରୁଣ ପ୍ରୋଟିନ୍ କିମ୍ବା କ୍ୟାନସର ମାର୍କର ପରିମାଣ ନିର୍ଦ୍ଧାରଣ ହୁଏ । ଏହା ସ୍ଵାଭାବିକ ପରିମାଣଠାରୁ ଅଧିକ ଥିଲେ କ୍ୟାନସର ହୋଇଥିବାର ସନ୍ଦେହ କରାଯାଏ ।
ସରୁ ଛୁଞ୍ଚିଦ୍ଵାରା ଅର୍ବୁଦର ପାଣି କାଢି ପରୀକ୍ଷା କଲେ କ୍ୟାନସର କୋଷଗୁଡିକ ଜାଣିହୁଏ । ଏଥିରେ ସନ୍ଦେହ ହେଲେ ବାୟପ୍ସି କରିବାକୁ ପଡେ । ଅଲ୍ ଟ୍ରାସାଉଣ୍ଡ , ସିଟିସ୍କାନ , ଏମ୍. ଆର. ଆଇ. ଓ ଏଣ୍ଡୋସ୍କୋପି ପରୀକ୍ଷା ଦ୍ଵାରା ଦ୍ଵାରା କ୍ୟାନସର ଆକାର ଜଣାପଡେ । ଯେଉଁ ଅଙ୍ଗରେ ଦେଖାଯାଏ ତାହାର ମାଂସ ପରୀକ୍ଷା କରି ରୋଗ ନିର୍ଣ୍ଣୟ ହୁଏ । ଯେତିକି ପ୍ରାଥମିକ ଅବସ୍ଥାରେ ରୋଗ ନିରୂପଣ ହୋଇପାରିବ ଚିକିତ୍ସା ସେତିକି ସଫଳ ହେବ ଏବଂ ଆରୋଗ୍ୟ ହେବାର ସମ୍ଭାବନା ଉଜ୍ଵଳ ହେବ । ଜୀବନର ସପ୍ତମ ଓ ଅଷ୍ଟମ ଦଶକରେ କର୍କଟ ରୋଗ ମୃତ୍ୟୁର ଦୂତରୂପେ ଆବିର୍ଭାବ ହୁଏ । ତେଣୁ ଖାଦ୍ୟ , ପାନୀୟ ଓ ଜୀବନ ଶୈଳୀରେ ସତର୍କତ୍ତା ଅବଲମ୍ବନ କଲେ ଏହି ରୋଗ ଯନ୍ତ୍ରଣାରୁ ରକ୍ଷା ମିଳିବ ।ଆଧାର - :ଡା. ଦ୍ଵିଜେଶ କୁମାର ପଣ୍ଡା, ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ
Last Modified : 1/28/2020