ଚର୍ମ କର୍କଟ (ଇଂରାଜୀରେ Skin cancers) ବା ତ୍ୱକ କର୍କଟ ରୋଗ ଚର୍ମରୁବାହାରୁଥିବା କେତେକପ୍ରକାର କର୍କଟ ରୋଗମାନଙ୍କର ଏକ ସାମୂହିକ ନାମ । ଚର୍ମରୁ କେତେକ ଅସାଧାରଣ ଜୀବକୋଷ ତିଆରି ହୁଅନ୍ତି ଯାହାର ନିକଟ ଓ ଦୂରବର୍ତ୍ତୀ ସ୍ଥାନକୁ ବ୍ୟାପିବା ବା ମେଟାସ୍ଟାସିସ କ୍ଷମତା ଥାଏ । ମୂଖ୍ୟତଃ ତିନି ପ୍ରକାର ଚର୍ମ କର୍କଟ ଦେଖାଯାଏ: ବାସାଲ ସେଲ୍ କର୍କଟ ବା ବି.ସି.ସି., ସ୍କ୍ୱାମସ୍ ସେଲ କର୍କଟ ବା ଏସ.ସି.ସି. ଓ ମେଲାନୋମା ପ୍ରଥମ ଦୁଇଟି ସହ ଅନ୍ୟ କେତେକ ଛୋଟ ଛୋଟ ଚର୍ମ କର୍କଟକୁ ମିଶେଇ ନନ୍ମେଲାନୋମା ଚର୍ମ କର୍କଟ ବା ଏନ.ଏମ.ଏସ.ସି ନାମ ଦିଆଯାଇଛି । ବାସାଲ ସେଲ ଚର୍ମ କର୍କଟ ବହୁତ ଧୀରେ ବଢ଼େ, ଏହାଇ ନିକଟବର୍ତ୍ତୀ ସ୍ଥାନକୁ ମାଡ଼ିଯାଏ କିନ୍ତୁ ଦୂରବର୍ତ୍ତୀ ସ୍ଥାନକୁ ଯାଏନି ଓ ଏହାଦ୍ୱାରା ମୃତ୍ୟୁ ସମ୍ଭାବନା ନାହିଁ । ଅଧିକାଂଶ କ୍ଷେତ୍ରରେ ଗୋଟିଏ ଯାଗାରେ ଚର୍ମ ଉଚ୍ଚା ଦେଖାଯାଏ, କଷ୍ଟ ହୁଏନି, ତାହା ଉପରେ ସରୁ ରକ୍ତନଳୀମାନ ଥିବାରୁ ଚିକ୍ ଚିକ୍ ଦେଖାଯାଏ ଯାହାକୁ ଟେଲାଞ୍ଜିଏକ୍ଟାସିଆ କୁହାଯାଏ, ଅନ୍ୟ କେତେକ ସ୍ଥାନରେ ଉଚ୍ଚ ଚର୍ମ ସ୍ଥାନରେ ଘାଆ ବା ଅଲ୍ସର ଦେଖାଯାଏ । ସ୍କ୍ୱାମସ୍ ସେଲ କର୍କଟ ମାଡ଼ିଯାଏ । ଏହି ରୋଗରେ ଚମରେ ଗୋଟିଏ ଗୋଟାଳି ବାହାରେ ଯାହାର ଉପର ଭାଗ କାତି ଭଳି ଥାଏ କିନ୍ତୁ ତା ଉପରେ ଘାଆ ମଧ୍ୟ ହୋଇପାରେ । ମେଲାନୋମା ଅତ୍ୟନ୍ତ ଆଗ୍ରେସିଭ ବା ବ୍ୟାପିବାଗୁଣ ସମ୍ପର୍ଣ୍ଣ । ଏହାର ଲକ୍ଷଣ: ଚମରେ ଥିବା ଯାଇର ଆକାର, ଆୟତନ, ରଙ୍ଗ ବଦଳେ, ଧାର ଅନିୟମିତ ହୁଏ, ଏକାଧିକ ରଙ୍ଗୀନ ହୁଏ ଓ ଗଲୁ ହୁଏ ତଥା ରକ୍ତସ୍ରାବ ହୁଏ ।
ସୂର୍ଯ୍ୟରୁ ଆସୁଥିବା ଅତିବାଇଗିଣୀ ରଶ୍ମ (ଇଂରାଜୀରେ ultraviolet radiation) ଦେହରେ ପଡ଼ିବାଦ୍ୱାରା ପ୍ରାୟ ୯୦ % ରୁ ଅଧିକ ଚର୍ମ କର୍କଟ ରୋଗ ହୁଏ । ଏହି ରଶ୍ମୀ ପ୍ରଭାବଦ୍ୱାରା ସମସ୍ତ ତିନି ପ୍ରକାର ଚର୍ମ କର୍କଟ ହୁଏ । ପତଳା ଓଜୋନ ସ୍ତର ଯୋଗୁ ଆଂଶିକ ଭାବେ ଅଧିକ ଓଜୋନ ପ୍ରଭାବ ପଡ଼ୁଛି । ଏହି ରାଡିଏସନ୍ର ଆଉ ଏକ ଉତ୍ସ ହେଲା ଟାନ୍ନିଙ୍ଗ ବିଛଣା (ଇଂରାଜୀରେTanning beds) । ଶୈଶବ ଅବସ୍ଥାରେ ଏହାର ପ୍ରଭାବ ବିପଦଜନକ । ସ୍କ୍ୱାମସ୍ ସେଲ କର୍କଟ ହେବା ନିମନ୍ତେ ସମ୍ପୁର୍ଣ୍ଣ ଅତିବାଇଗିଣୀ ରଶ୍ମୀ ପ୍ରଭାବ ଗୁରୁତ୍ତ୍ୱପୂର୍ଣ୍ଣ । ତିଳ ବା ଯାଇରୁ ୨୦ % ରୁ ୩୦ % ମେଲାନୋମା ବାହାରେ । ଫିକା ରଙ୍ଗସମ୍ପର୍ଣ୍ଣ ବ୍ୟକ୍ତିଙ୍କର ଏହି ରୋଗ ସଙ୍କଟ ଅଧିକ ରହେ, ଆଉ ମଧ୍ୟ ଇମ୍ମ୍ୟୁନିଟି କମ ଥିଲେ ବା ଏଚ.ଆଇ.ଭି/ଏଡ୍ସ ଥିଲେ ସଙ୍କଟ ଅଧିକ ରହେ । ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ ହୁଏ ।
ମେଲାନୋମା ଓ ସ୍କ୍ୱାମସସେଲ କର୍କଟ ରୋଗର ପ୍ରତିଷେଧ ଭାବେ ଅତିବାଇଗିଣୀ ରଶ୍ମୀ ସଂସ୍ପର୍ଶରେ କମ ଆସିବା ଓ ସନସ୍କ୍ରିନ ବ୍ୟବହାର ଆବଶ୍ୟକ । ସନସ୍କ୍ରିନ ବ୍ୟବହାରଦ୍ୱାରା ବାସାଲ ସେଲ କର୍କଟ ସଙ୍କଟ ଦୂରିଭୁତ ହେବା ବିଷୟରେ ସନ୍ଦେହ ଅଛି । ନନମେଲାନୋମା ଚର୍ମ କର୍କଟ ଆରୋଗ୍ୟସାଧ୍ୟ । ସାଧାରଣତଃ ଅପରେଶନ କରି କାଢ଼ିଦିଆଯାଏ କିନ୍ତୁ କେତେକ କ୍ଷେତ୍ରରେ ରାଡିଏସନ ଥେରାପି ଓ ସ୍ଥାନିୟ ମଲମ ଯେପରିକି ଫ୍ଲୋରୋରାସିଲ ଦରକାର ହୁଏ । ମେଲାନୋମା ଚିକିତ୍ସା ନିମନ୍ତେ ଅପରେଶନ, କେମୋଥେରାପି ଓ ଟାର୍ଗେଟେଡ ଥେରାପି ବ୍ୟବହାର କରାଯାଏ । ଦେହର ଅନ୍ୟ ଅଙ୍ଗକୁ ବ୍ୟାପିଥିଲେ ଉନ୍ନତ ଜୀବଚଚର୍ଯ୍ୟା ସାହାଯ୍ୟରେ ପାଲିଏଟିଭ ଯତ୍ନ କରାଯାଏ । କର୍କଟ ରୋଗମାନଙ୍କ ମଧ୍ୟରେ ମେଲାନୋମାର ସର୍ବାଧିକ ପାଞ୍ଚ ବର୍ଷିଆ ଆୟୁଷ ହାର ଅଛି, ଇଂଲଣ୍ଡରେ ୮୬ % ଓ ଆମେରିକାରେ ୯୦ % ।
ପୃଥିବୀରେ ଏହା ଏକ ସାଧାରଣ କର୍କଟ ରୋଗ ଯାହା ଅତି କମରେ ୪୦ % ଦେଖାଯାଏ । ହାଲୁକା ରଙ୍ଗ ବିଶିଷ୍ଟ ଚର୍ମରେ ଏହା ସାଧାରଣତଃ ଦେଖାଯାଏ । ନନମେଲାନେମା ଅତି ସାଧାରଣ ଓ ବର୍ଷରେ ପ୍ରାୟ ୨-୩ ନିୟୁତ ଲୋକ ଏହାର ଶିକାର ହୁଅନ୍ତି । ଏହା ଏକ ରଫ୍ ହିସାବ, ଭଲ ପରିସଂଖ୍ୟାନ ରଖାଯାଇନାହିଁ । ନନମେଲାନୋମା ମଧ୍ୟରେ ୮୦ % ବାସାଲ ଓ ୨୦ % ସ୍କ୍ୱାମସ ସେଲ କର୍କଟ ଦେଖାଯାଏ । ଏହି ଦୁଇ ପ୍ରକାର କର୍କଟ ରୋଗରେ କ୍ୱଚିତ କେହି ମରନ୍ତି । ସବୁ କର୍କଟ ମୃତ୍ୟୁରେ ଏହାର ସଂଖ୍ୟା 0.୧%ରୁ କମ । ସନ ୨୦୧୨ରେ ପୃଥିବୀରେ ୨୩୨,୦୦୦ ଲୋକଙ୍କର ମେଲାନୋମା ହୋଇ ୫୫,୦୦୦ ଲୋକ ମରିଯାଇଥିଲେ । ପୃଥିବୀରେ ସବୁଠାରୁ ଅଧିକ ମେଲାନୋମା ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ଦେଖାଯାଆନ୍ତି । ବିତ ୨୦ ରୁ ୪୦ ବର୍ଷ ମଧ୍ୟରେ ତନି ପ୍ରକାର ଚର୍ମ କର୍କଟ ମୂଖ୍ୟତଃ ଶ୍ୱେତ ଚର୍ମ ବିଶିଷ୍ଟ ଲୋକ ବା କକେସିଆନ ଲୋକ ବାସକରୁଥିବା ସ୍ଥାନରେ ହୁଏ
ଆଧାର - "ୱାଲଡ ହେଲଥ ଅର୍ଗାନାଇଜେସନ"
Last Modified : 12/29/2019