ପାଟିଭିତର କର୍କଟ ଭାବି ବିପଦଜ୍ଜନକ । ଚିକିତ୍ସାରେ ନହେଲେ ମୃତ୍ୟୁର କାରଣ ହୋଇପାରେ । ଯେଉଁମାନେ ଦାନ୍ତ, ମାଢି ଏବଂ ତଣ୍ଟି ଆଦିର ଯତ୍ନ ସଠିକ ରୂପେ ନେଇପାରନ୍ତି ନାହିଁ, ସେମାନଙ୍କ ପାଟି ଭିତରେ କର୍କଟ ରୋଗ ହୋଇଥାଏ । ପୃଥିବୀରେ ଲକ୍ଷାଧିକ ଲୋକ ଏହି ରୋଗରେ ମରିଥାନ୍ତି ।
ଏହି ରୋଗରେ ପାଟି ଭିତରେ, ମାଢିରେ , କଳଦାନ୍ତ ପାଖ, ତଣ୍ଟି, ତାଲୁକା ଗାଲ , ଆଦି ଯେ କୌଣସି ସ୍ଥାନରେ ଘା ହୋଇଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘା ଆଉ ଶୁଖେ ନାହିଁ । ବରଂ ଫୁଲକୋବି ଭଳି କୋଷମାନେ ଫୁଲିଯାଆନ୍ତି । ସେ ଫୁଲା ଉପରେ ଧଳା ଏବଂ ନାଲି ଦାଗ ଦେଖାଯାଏ । ମନକୁ ମନ ଏହି ସ୍ଥାନରୁ ରକ୍ତ ବୋହିଥାଏ । ହାତରେ ଚିପିଲେ ଏହା ହାତକୁ ଟାଣ ଲାଗେ । ପାଟି ଭିତରେ ଯନ୍ତ୍ରଣା ଲାଗି ରହେ। ଖାଦ୍ୟ ଢୋକି ହୁଏ ନାହିଁ । କଥା ମଧ୍ୟ ଭଲରେ କହି ହୁଏ ନାହିଁ । ପାଟିରେ ଦୁର୍ଗନ୍ଧ ହୋଇଥାଏ । ତେବେ ପ୍ରାଥମିକ ଅବସ୍ଥାରେ ରୋଗ ଜଣାପଡେ ନାହିଁ । କିନ୍ତୁ ରୋଗ ବଢିଗଲେ, ନାକ ବିନ୍ଧା ଆରମ୍ଭ ହୋଇଥାଏ। ନାକରୁ ପାଣି ବାହାରେ । ବେକରେଗୋଟା ଗୋଟା ହୋଇ ଲସିକା ଗ୍ରନ୍ଥି ଫୁଲିଯାଏ । ବେଳେବେଲେ ଶ୍ଵାସନଳୀ ଅବରୋଧ ହୋଇ ନିଶ୍ଵାସ ମାରିବା କଷ୍ଟକର ହୋଇଥାଏ।
ପାନ ଗୁଣ୍ଡି ଜର୍ଦା, ଗୁଟୁକା ଗୁଣ୍ଡି ନାସ,ବିଡି ସିଗାରେଟ, ଖଇନି ମଦ ଆଦି ପାଟି କର୍କଟର କାରଣ ହୋଇଥାଏ । ଓଡିଶାରେ ଦେଶୀମଦର ବହୁଳ ପ୍ରଚାରର ହେତୁ ଏହାକୁ ସେବନ କରୁଥିବା ଲୋକେ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ସେହିପରି ପାନଗୁଣ୍ଡି ପାଟଟିରେ ଜାକି ରାତିରେ ଶୋଇବା ଏବଂ ପାନଖଣ୍ଡେ ସବୁବେଳେ ପାଟିରେ ରଖିବା କର୍କଟର ମୁଖ୍ୟ କାରଣ ହୋଇଥାଏ । ଏବେ ହ୍ୟୁମାନ ପାପିଲୋମା ଭାଇରସ – 16 ନାମକ ଭୂତାଣୁ ପାଟି କର୍କଟର ଏକ କାରଣ ବୋଲି ଜଣାପଡିଛି । ଏହି ପ୍ରକାର ଭୂତାଣୁ ମହିଳାଙ୍କର ଗୁପ୍ତଅଙ୍ଗରେ ଜରାୟୁ ଗ୍ରୀବା କର୍କଟ କରିଥାନ୍ତି ।
ଦୈନିକ ନିହାତି କମରେଦୁଇଥର ଦାନ୍ତ ଘଷିବା ଆବଶ୍ୟକ । ଜିଭ ଛେଲିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଦାନ୍ତ ସନ୍ଧିରେ ଲାଗିଥିବା ଖାଦ୍ୟର ଅଂଶ ଫ୍ଲିସିଂ ଦ୍ଵାରା ବାହାର କରିବା ଗୁରୁତ୍ଵପୂର୍ଣ୍ଣ । ଦାନ୍ତ ସନ୍ଧିରେ ଲାଗିଥିବା ଖାଦ୍ୟର ଅଂଶ ଫ୍ଲାସ ଦ୍ଵାରା ବାହାର କରିବା ଭଲ । ବ୍ରସ ନ ପହଞ୍ଚିବା ସ୍ଥାନରେ ଫ୍ଲାସ ସୂତା ଦ୍ଵାରା ସଫା କରାଯାଏ । କୌଣସି ଆସି ପ୍ରକାରବ ମାଦକ ଦ୍ରବ୍ୟ ଓ ମଦ୍ୟପାନରୁ ବିରାଟ ରହିବା ଭଲ । ଷାଠିଏ ବର୍ଷ ପରେ ଶରୀର ସହଜରେ ମଦ ହଜମ କରିପାରେ ନାହିଁ । ଫଳ ଓ ସଜ ପନିପରିବା ଖାଦ୍ୟ ନିୟମିତ ଅଂଶ ହେବା ଦରକାର । କାକୁଡି, ପିଜୁଳି, ସେଓ, ସିଲେରୀ, ଛେନା ଆଦି ଖାଇଲେ ଦାନ୍ତର ଏନାମେଲ ସଫା ରହେ । ଦାନ୍ତ ଘଷିଲା ପରେ ପାଟି ଭିତରେ ଅଙ୍ଗୁଳି ପୁରାଇ କୌଣସି ଅଂଶ ଗୋଟିକିଆ ଲାଗୁଛି କି ନାହିଁ , ନିଜେ ପରୀକ୍ଷା କରିନେବା ଆବଶ୍ୟକ । ସେହିପରି ମାଢିରୁ ଦଶଥର ଘଷିବା ଦ୍ଵାରା ବହୁତ ଉପକାର ମିଳିଥାଏ । ବର୍ଷକୁ ଠାରେ ଦାନ୍ତ ଚିକିତ୍ସାକକୁ ନିଜର ଦନ୍ତ ଦେଖାଇ ନେବା ଆବଶ୍ୟକ । ସକାଳୁ ସଂନ୍ଧ୍ୟାମଧ୍ୟରେ ଆଠଗ୍ଳାସ ପାଣି ପିଇବା ଦରକାର । ତେବେ ପାଟି ଭିତରର କର୍କଟ ରୋଗକୁ ରୋକାଯାଇପାରିବ ।
ଆଧାର – ଡାକ୍ତର ନିରଞ୍ଜନ ତ୍ରିପାଠୀ
Last Modified : 1/28/2020