অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ତନ କର୍କଟ – କିପରି ଜାଣିବେ ?

ମହିଳାମାନଙ୍କର  ସ୍ତନରେ  ହେଉଥିବା  କର୍କଟ  ରୋଗ  ଭୀଷଣ  ମାରାତ୍ମକ  ଅଟେ । କିନ୍ତୁ  ସ୍ତନରେ  ସବୁ  ପ୍ରକାର  ଆବୁ  କର୍କଟ  ରୋଗ  ନୁହେଁ । କର୍କଟ  ରୋଗର  ପ୍ରାରମ୍ଭିକ  ଲକ୍ଷଣ  ଦେଖି  ଚିକିତ୍ସା  କଲେ  ପ୍ରାୟତଃ  ରୋଗ  ଭଲ  ହୋଇଯାଇଥାଏ । ସ୍ତନ  କର୍କଟ  ରୋଗରେ  ସାଧାରଣତଃ  ଅସ୍ତ୍ରୋପ୍ରଚାର  କରିବାକୁ  ପଡିଥାଏ ।

ଏହି  ରୋଗର  ଲକ୍ଷଣ

  1. ମହିଳା  ନିଜ  ସ୍ତନର  ଏକ  ପାଖରେ  ଫୁଲିଥିବାର  ଦେଖିପାରିବେ   । କିନ୍ତୁ  ଏହା  ମଧ୍ୟ  ସ୍ତନର  ଯେ  କୌଣସି  ଅଂଶରେ   ହୋଇଥାଏ   ।
  2. ସ୍ତନ  ଉପରେ  ଅସ୍ଵାଭାବିକ  ଆବୁ  ଦେଖାଯିବ  ବା ସ୍ତନ  ଉପରେ  କମଳା  ଚୋପା  ପରି  ଛୋଟ  ଛୋଟ  ଖାଲ  ଦେଖାଦେବ  ଯାହା  ଦରଜ  ଜଣା  ପଡିବ  ନାହିଁ ।
  3. ବହୁତ  ସମୟରେ  କାଖର  ଲସିକା  ଗ୍ରନ୍ଥି  ଫୁଲିଯାଇ  କାଖ  ଗୁଲି  ପଡିଥାଏ ।
  4. ବେଳେ ବେଳେ  ସ୍ତନରେ  ଘା ’ ହେବ ।
  5. ସ୍ତନ  ଭୁଣ୍ଡିରୁ  ରକ୍ତ  ବାହାରିବା ।
  6. ସ୍ତନ  ଉପରେ  ଫୁଲା  ଧୀରେ  ଧୀରେ  ବଢିବ ।
  7. ପ୍ରଥମେ  ଏହି  ଫୁଲା  ଯନ୍ତ୍ରଣାଦାୟକ  ବା  ଗରମ  ଲାଗିବ  ନାହିଁ   କିନ୍ତୁ  ପରେ  ଏହା  ଘା ’ ହୋଇଯିବ।

ନିଜ  ସ୍ତନ  ନିଜେ  ପରୀକ୍ଷା  କରନ୍ତୁ

ପ୍ରତ୍ୟକ  ମହିଳା  ନିଜ  ସ୍ତନ  ନିଜେ  ଯାଞ୍ଚ  କରିବାର  କୌଶଳ  ଶିଖିବା  ଉଚିତ୍  । ବିଶେଷ  କରି  ଋତୁ ସ୍ରାବର  ୭ ରୁ ୧୦ ଦିନ  ପରେ  । ସ୍ତନ  ପରୀକ୍ଷା  ଦର୍ପଣ  ଆଗରେ ଛିଡା  ହୋଇ  କରାଯାଇ  ପାରିବ   ।

  1. ଏକ  ଆଇନା  ସାମନାରେ  ଛିଡା  ହୁଅନ୍ତୁ   । ଦୁଇ  ପଟର  ସ୍ତନରେ  କୌଣସି  ଅସ୍ଵାଭାବିକ  ଅବସ୍ଥା  ଥିଲେ  ଲକ୍ଷ୍ୟ  କରନ୍ତୁ – ଯଥା  ସ୍ତନ  ବୃନ୍ତରୁ  କ୍ଷରଣ, ଚର୍ମରେ  କୁଞ୍ଚୁକୁଞ୍ଚିଆ  ଦାଗ, ଚର୍ମରେ  କୌଣସି  ଗାଡ , ଚର୍ମରୁ  କାତି  ଛାଡିବା  ଇତ୍ୟାଦି ।
  2. ଆଇନାରେ  ଦେଖୁଥିବା  ସମୟରେ  ମୁଣ୍ଡ  ପଛରେ  ଦୁଇ  ପାପୁଲିକୁ  ଧରନ୍ତୁ  ଓ  ଦୁଇ  ବାହାକୁ  ସାମନାକୁ  ନିଅନ୍ତୁ । ସ୍ତନରେ  କୌଣସି  ଅସ୍ଵାଭାବିକ  ଅବସ୍ଥାକୁ  ଦେଖନ୍ତୁ  - ଆକାର  ଓ ଅବସ୍ଥିତି   ।
  3. ହାତକୁ  କମର  ହାଡ  ଉପରେ  ରଖନ୍ତୁ  ଓ  ସାମନାକୁ   ଧୀରେ  ଧୀରେ  ଆଇନା  ଆଡକୁ  ବାଙ୍କିଯାଆନ୍ତୁ, କାନ୍ଧ ଓ  କହୁଣି ମଧ୍ୟ  ଆଗକୁ  ଆଣିବାକୁ  ଚେଷ୍ଟା  କରନ୍ତୁ । ସ୍ତନର  ସ୍ଵାଭାବିକ  ଲକ୍ଷ୍ୟ  କରନ୍ତୁ ।
  4. ବାମ  ବାହୁ  ଉପରକୁ  ଟେକନ୍ତୁ । ଡାହାଣ  ହାତର   ତିନି  ବା  ଚାରି  ଆଙ୍ଗୁଳି  ସାହାଯ୍ୟରେ  ବାମ  ସ୍ଥାନକୁ  ପରୀକ୍ଷା  କରନ୍ତୁ । ସ୍ତନର   ବାହାର  ସୀମାରୁ   ଆରମ୍ଭ  କରି  ପାପୁଲି  ସାହାଯ୍ୟରେ  ଛୋଟ  ଛୋଟ  ବୃତ୍ତ  ଆକାରରେ  ସାରା  ସ୍ଥାନକୁ  ପରୀକ୍ଷା  କରନ୍ତୁ। କାଖ ଓ  ସ୍ତନ  ମଧ୍ୟସ୍ଥିତ  ଅଂଶକୁ   ମଧ୍ୟ  ପରୀକ୍ଷା  କରନ୍ତୁ । ଚର୍ମତଳେ   କୌଣସି  ଫୁଲା  ଥିଲେ  ଲକ୍ଷ୍ୟ  କରନ୍ତୁ ।
  5. ସ୍ତନ ବୃନ୍ତକୁ  ଧିରେ  ଧିରେ  ଚାପ  ଦିଅନ୍ତୁ । କୌଣସି  କ୍ଷରଣ  ଥିଲେ  ଦେଖନ୍ତୁ ।
  6. ୪ ଓ ୫ ଅବସ୍ଥାକୁ  ସୋଇଥିବା  ଅବସ୍ଥାରେ  ପୁଣି  ପରୀକ୍ଷା  କରନ୍ତୁ  । ଉପରକୁ  ମୁହଁ   କରି  ଶୁଅନ୍ତୁ । ବାମ  ବାହୁ   ମୁଣ୍ଡ  ତଳେ  ରଖନ୍ତୁ  । ଏକ  ତକିଆ  ବା  ଚଉଡା  ଥିବା  ତଉଲିଆ   କାନ୍ଧତଳେ  ଦିଅନ୍ତୁ । ଏପରି  ଅବସ୍ଥାରେ   ସ୍ତନର   ପରୀକ୍ଷାରେ  ସୁବିଧା  ହୁଏ , କାରଣ  ସ୍ତନ  ଚେପ୍ ଟା  ହୋଇଯାଇଥାଏ ।
  7. ଠିକ୍  ଏହି  ପରି  ଭାବରେ  ଅନ୍ୟପଟେ  ସ୍ତନ  ପରୀକ୍ଷା  କରନ୍ତୁ ।

ସ୍ତନ କ୍ୟାନସର  ନିରୂପଣ  ପାଇଁ  ପରାମର୍ଶ

ବୟସ

ପରାମର୍ଶ

ସମୟ

୨୦ – ୩୯

  • ନିଜେ ନିଜର  ସ୍ତନ  ପରୀକ୍ଷା
  • ଡାକ୍ତରଙ୍କ  ଦ୍ଵାରା  ସ୍ତନ  ପରୀକ୍ଷା
  • ପ୍ରଥମ  ମେମୋଗ୍ରାଫି  ରଞ୍ଜନାରଶ୍ମି  ପରୀକ୍ଷା ,

ମାସକୁ  ଥରେ  ପ୍ରତି  ତିନି  ବର୍ଷରେ  ଥରେ  ୩୫ – ୩୯ ବର୍ଷରେ

୪୦ – ୪୯

  • ନିଜେ ନିଜର  ସ୍ତନ  ପରୀକ୍ଷା
  • ଡାକ୍ତରଙ୍କ  ଦ୍ଵାରା  ସ୍ତନ  ପରୀକ୍ଷା
  • ପ୍ରଥମ ମେମୋଗ୍ରାଫି ବା ସ୍ତନ ରଞ୍ଜନାରଶ୍ମି  ପରୀକ୍ଷା ,

ମାସକୁ  ଥରେ  ବର୍ଷକୁ  ଥରେ  ଦୁଇବର୍ଷରେ  ଥରେ

୫୦ ରୁ ଅଧିକ

  • ନିଜେ ନିଜର  ସ୍ତନ  ପରୀକ୍ଷା
  • ଡାକ୍ତରଙ୍କ  ଦ୍ଵାରା  ସ୍ତନ  ପରୀକ୍ଷା
  • ପ୍ରଥମ ମେମୋଗ୍ରାଫି ବା ସ୍ତନ ରଞ୍ଜନାରଶ୍ମି  ପରୀକ୍ଷା ,

ମାସକୁ  ଥରେ  ବର୍ଷକୁ  ଥରେ  ପ୍ରତିବର୍ଷ  ଥରେ

ସଂଗୃହିତ - ଡା. ଦ୍ଵିଜେଶ କୁମାର ପଣ୍ଡା , ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate