অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାନକୁ ନ ଶୁଭିଲେ

କାନକୁ ନ ଶୁଭିଲେ

ମିନିଅର ରୋଗ

ବୟସ୍କ ଲୋକଙ୍କ ମଧ୍ୟରୁ ଶହେରେ ଦଶ ଜଣଙ୍କ କାନକୁ ଭଲ ଶୁଭେ ନାହିଁ। ପଞ୍ଚଷଠି ବର୍ଷ ପରେ ଶହେରେ ତିରିଶ ଜଣଙ୍କୁ ଆ°ଶିକ ଶୁଭି ନଥାଏ । ଶ୍ରବଣ ଶକ୍ତି ହ୍ରାସ ତିନି ପ୍ରକାରର- ସାଧାରଣ, ମଧ୍ୟମ ଧରଣ ଓ ଅତି ଉତ୍କଟା ଯାହା ପାଇଁ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ଆବଶ୍ୟକ ହୋଇଥାଏ ।

କାନର ଗଠନ ଶୈଳୀ ବହୁତ ଜଟିଳ । ବାହ୍ୟ କାନ, ମଧ୍ୟକାନ ଓ ଅନ୍ତଃ କାନ ମଧ୍ୟରେ ବହୁ କ୍ଷୁଦ୍ର ଯନ୍ତ୍ର ଖଞ୍ଜା ଯାଇଛି । ଶବ୍ଦ କାନ ମଧ୍ୟରେ ପ୍ରତିବାହିତ ହୋଇକକ ଲିଆ ନାମକ ଯତ୍ନ ପାଖରେ ପହଞ୍ଚେ । ସେଠାରୁ ଶ୍ରବଣ ସ୍ନାୟୁ ସହିତ ଯୋଡ଼ି ହୋଇ ମସ୍ତିଷ୍କରେ ପହଞ୍ଚେ । ଡାକ୍ତରୀଭାଷାରେ ଶବ୍ଦ ପରିବହନରେ ବାଧା ସୃଷ୍ଟି ହେଲେ ତାହାକୁ ପରିବହନ ଜନିତ ଶ୍ରବଣ ଶକ୍ତି ହ୍ରାସ କୁହାଯାଏ । ଶ୍ରବଣ ସ୍ନାୟୁ ଓ ମସ୍ତିଷ୍କରେ ବ୍ୟାଘାତ ସୃଷ୍ଟି ହେଲେ ତାହାକୁ ସ୍ନାୟବିକ ସ୍କରଣ ଶକ୍ତି ହ୍ରାସ ବୋଲି କୁହାଯାଏ । ଅନ୍ତଃକାନ ଦୋଷ ଓ ଭେଷ୍ଟିବୁଲାର ସ୍ନାୟୁର ଦୋଷ ରହିଲେ, ମୁଣ୍ଡ ଘୁରାଏ । ମୁଣ୍ଡ ଭିତର ହାଲକା ହାଲକା ଲାଗେ । ଠିଆ ହେଲେ ସ୍ଥିରତା ରହେ ନାହିଁ । ଉଚ୍ଚସ୍ଥାନରେ ଛିଡ଼ା ହୋଇ ତଳକୁ ଚାହିଁଲେ ମୁଣ୍ଡ ଘୁରାଏ କିମ୍ବା ଦୋଳିରେ ଘୁରିଲେ ମୁଣ୍ଡ ଘୁରାଏ । ଏହାକୁ ଡ଼ାକ୍ତରୀ ଭାଷାରେ ‘ଭର୍ଟିଗୋ’ କୁହାଯାଏ । ଏହା ଏକ ଲାର୍ଟିନ ଶବ୍ଦ । ଏହାର ଅର୍ଥ ନଟୁ ଭଳି ଘୁରିବା । ‘ଭର୍ଟିଗୋ'ର ପ୍ରକାର ଭେଦ ଅଛି । ଏହାସବୁ ଅନ୍ତଃକର୍ଣ୍ଣର ରୋଗ । ଅନ୍ତଃକର୍ଣ୍ଣରେ କାଲସିଅମର ଛୋଟ ଗୋଡ଼ି ଜମିଲେ ମୁଣ୍ଡ ଘୂରାଇ । ଏହାକୁ ଡ଼ାକ୍ତରୀ ଭାଷାଗୋର ‘କେନାଲିଥ' କୁହାଯାଏ । ଏହା ସାଧାରଣ ତଥା ସାମୟିକ ମୁଣ୍ଡଘୁରା । ଅନ୍ତଃକାନରେ ଜଳୀୟ ପଦାର୍ଥ ଜମିଲେ । ଏହାକୁ 'ମିନିଅର" ରୋଗ ବୋଲି କୁହାଯାଏ । ଏଥିରେ କାନ ଭିତରେ ଝିଙ୍କାରୀ ବୋବାଇଲା ଭଳି ଶବ୍ଦ ଶୁଭେ । ତାହାକୁ ‘ଟିନାଇଟସ' କୁହାଯାଏ । ପରେ କାନକୁ କିଛି ଶୁଭେ ନାହିଁ । ଏଭଳି ରୋଗକୁ ଫରସେମାଇଡ୍, ଟରସେମାଇଡ୍ ଓ ସ୍ପାଇରୋଲାକ୍ଟେନ ଆଦି ଭଳି ଔଷଧ ଦ୍ଵାରା ଚିକିତ୍ସା କରାଯାଏ ।

ଚିକିତ୍ସା

ଅନ୍ତଃକର୍ଣ୍ଣରେ ଭୂତାଣୁ ଜୀବାଣୁ ଆକ୍ରମଣରେ ଭେଷ୍ଟିବୁଲାର ସ୍ନାୟୁ ଆକ୍ରାନ୍ତ ହୁଏ । ଏଥିରେ ମୁଣ୍ଡ ଘୂରାଇବା ସହ କାନକୁ ଶୁଭେନାହିଁ। ଏହାକୁ ‘ଲାବିରିନ୍ଥାଇଟିସ' କୁହାଯାଏ । ପରେ କାନକୁ ଶୁଭେ ନାହିଁ । ଏହା ଆଣ୍ଟିବାଓଟିକ ଦ୍ଵାରା ଚିକିତ୍ସା କରାଯାଏ ।

‘ଭର୍ଟିଗୋ'ରୁ ରକ୍ଷା ପାଇବା ପାଇଁ କେତେକ ତୁଟୁକା ଚିକିତ୍ସା କରାଯାଏ । ଏହାକୁ କୁହାଯାଏ ଇପ୍ଲେ ମାନ୍ୟୁଭର' । ଖଟ ଧାରରେ ବସି ବେକକୁ ବାମପଟକୁ ବଙ୍କାକରି ବାମକାନ୍ଧ ଓ ବେକ ମଧ୍ୟରେ ଏକ ତକିଆ ରଖି ଚିତ, ହୋଇ ଶୋଇପଡ଼ନ୍ତୁ । ଅଧମିନିଟ ପରେ ବେକ ମଝି ସିଧା କରି ଅଧମିନିଟ ରହନ୍ତୁ । ତା ପରେ ବେକକୁ ଡାହାଣ ପଟକୁ ଅଧମିନିଟ ରହନ୍ତୁ । ପରେ ଖଟରେ ୩୦ ମିନିଟ ଶୋଇରହନ୍ତୁ । ଏମିତି ବହୁ ପ୍ରକାର ସରଳ ଚିକିତ୍ସା ରହିଛି ।

ଭର୍ଟିଗୋର ଅନ୍ୟ କାରଣ ଗୁଡ଼ିକ ହେଲେ ମସ୍ତିଷ୍କ କିମ୍ବା । ବେକରେ ଆଘାତ, ମସ୍ତିଷ୍କରେ ଅର୍ବୁଦ (ଟ୍ୟୁମର), ମସ୍ତିଷ୍କ ଆଘାତ, ପକ୍ଷାଘାତ, ବ୍ରେନ ଷ୍ଟ୍ରୋକ, ଷ୍ଟ୍ରେପ୍ଟୋମାଇସିନ ଭଳି କେତେକ ଔଷଧ କାନ ଭିତର କ୍ଷତି କରି ମୁଣ୍ଡପୂରା ସୃଷ୍ଟି କରେ ଏବଂ ପରେ କାନକୁ ଶୁଭେ ନାହିଁ । ମାଇଗ୍ରେନ ଭଳି କେତେକ ଅଧାକପାଳି ମୁଣ୍ଡ ବିନ୍ଧାରେ ମୁଣ୍ଡପୂରା ଓ ଶ୍ରବଣ ଶକ୍ତି ହ୍ରାସ ହୋଇଥାଏ । ମାଇଗ୍ରେନ ଭଳି ରୋଗରେ ସୁମାଟ୍ରିପ୍ଟାନ, ଆଲମୋଟ୍ରିପ୍ନାନ ଆଦି ଭଳି ବଟିକା ଖାଇବାକୁ ଦିଆଯାଏ ।

ଭର୍ଟିଗୋ’ ରେ ବିଟାହିଷ୍ଟିନ, ସିନାରଜିନ, ଡାଇମେନ ହାଇଡ୍ରିନେଟ ଭଳି ଔଷଧ ଖାଇବାକୁ ଦିଆଯାଏ । ଏସବୁରେ ରୋଗ ଆୟତ୍ତ ନହେଲେ ଅଭିଜ୍ଞ ଇଏନଟି ସର୍ଜନମାନେ ବିରଳ। ସୂକ୍ଷ୍ମ ଅସ୍ତ୍ରୋପଚାର ଅନ୍ତଃକର୍ଣ୍ଣ ଓ ମଧ୍ୟ କର୍ଣ୍ଣରେ କରିଥାଆନ୍ତି । ଶ୍ରବଣ ଶକ୍ତି ହ୍ରାସ, ମୁଣ୍ଡପୂରା ପାଇଁ ଶିଳାଜିତ ଜିଙ୍କୋ ବିଲୋବା, ଡାଳିମ୍ବ ରସ, ଆଖୁ ରସ ଆଦି ଖାଇଲେ ଉପକାର ମିଳେ । କାନରୁ ମଇଳା ସଫା କରିବା ପାଇଁ ବହୁ ଔଷଧ ମିଳିଲାଣି ।

ସଂଗୃହିତ: ଡାକ୍ତର ନିରଞ୍ଜନ ତ୍ରିପାଠୀ, ଜୀବନ ବିକାଶ, ନିମସାହି, କଟକ,

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate