অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିଡନି ଷ୍ଟୋନ୍

କିଡନି ଷ୍ଟୋନ୍ କ’ଣ

କିଡନି ଷ୍ଟୋନ୍ ବହୁ ପୁରାତନ କାଳରୁ ମଣିଷକୁ ଜାଣିଥିବା ଏକ ରୋଗ । ଦୀର୍ଘ ୪-୫ ହଜାର ବର୍ଷ ପୂର୍ବରୁ ବି ମଣିଷ ଶରୀରରେ ଏହି ରୋଗ ଥିଲା ବୋଲି ଇଜିପଟର ପିରାମିଡରୁ  ଜଣାପଡଛି । ଗାଁ ଗହଳିରେ ଏହାକୁ ପଥରୁ ରୋଗ ମଧ୍ୟା କହିଥାନ୍ତି । କିଡନି ରେ ରକ୍ତ ଚଣି ହୋଇ ଅଦରକାରୀ ପଦାର୍ଥ ଅଲଗା ହୋଇଥାଏ ଓ ପରିସ୍ରା ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟା ସମୟରେ ବେଳେବେଳେ ଲବଣ ଓ ଧାତବ ଦ୍ରବ୍ୟର ମାତ୍ରା ପରିସ୍ରାରେ ବୃଦ୍ଧି ପାଏ କିମ୍ବା କିଡନୀରେ ଜମା ହୁଏ । ଚିନୀ ଆକାରର ଦାନା ଦାନା ପଦାର୍ଥ ତିଆରି ହେବା ଆରମ୍ଭ ହୁଏ । କିଡନିରେ ବ୍ଲକେଜ୍ ନ ହେବା ଯାଏଁ ଏହା ସାଧାରଣତଃ ଜଣାପଡି ନଥାଏ । ଷ୍ଟୋନ୍ ସାଧାରଣତଃ ୪ ପ୍ରକାର ଓ କ୍ରିଷ୍ଟାଇନ୍ ଷ୍ଟୋନ୍ ରୋଗୀମାନଙ୍କ ମଧ୍ୟରେ ସାଧାରଣତଃ କ୍ୟାଲସୟମ ଷ୍ଟୋନ୍ ଅଧିକ ଦେଖାଯାଇଥାଏ ।

ଲକ୍ଷଣ

ଏହି ରୋଗରେ ପୀଡିତ ଥିଲେ ରୋଗୀର ବହୁତ ଜୋରରେ ପେଟ କାମୁଡିବା, କାଟିବା ସହ ଅଣ୍ଟା ଓ ପେଟରେ ଭୀଷଣ ବ୍ୟଥା ଆରମ୍ଭ ହୋଇ ପାରିଶ୍ରା ନଳୀ ଓ ମଳଦ୍ଵାର ଆଡକୁ ମାଡିଯାଏ । ବାନ୍ତି ହେବା ପରିସ୍ରାରେ ଜଳାପୋଡା, ବାରମ୍ବାର ପରିସ୍ରା ଲାଗିବା ପରିସ୍ରାରେ ରକ୍ତ ପଡିବା ଆଦି ଲକ୍ଷଣ ଦେଖାଯାଇଥାଏ । ବେଳେବେଳେ ଛୋଟ ଛୋଟ  ଷ୍ଟୋନ୍ନ କିଛି ଅସୁବିଧା ନ କରି ପରିସ୍ରାରେ ଆପେ ବାହାରି ଯାଇଥାଏ । ନନ୍-କଣ୍ଟ୍ରାଷ୍ଟ, ସିଟି ସ୍କାନ୍ ଦ୍ଵାରା ଏହି ରୋଗକୁ ଚିହ୍ନଟ କରିହେବ । ତେବେ ଚିହ୍ନଟ ପାଇଁ ୟୁଏସିଜି କେୟୁବି ଆଇଭିପି ଆଦି ପରୀକ୍ଷା ମଧ୍ୟା କରାଯାଉଛି ।

ଚିକିତ୍ସା

ଯେହେତୁ କିଡନି ଷ୍ଟୋନ୍ କାରଣ ଜଣାନାହିଁ ତେଣୁ ଏହାର ଚିକିତ୍ସା ମଧ୍ୟ ବାହାରି ନାହିଁ । ଏପରିକି ଷ୍ଟୋନ୍ କୁ ମେଲ୍ଟ ମଧ୍ୟ କରାଯାଇପାରିବ ନାହିଁ । ୩-୪ ମିଲିମିଟର ଷ୍ଟୋନ୍ ଆପେ ପରିସ୍ରାରେ ବାହାରିଯାଇଥାଏ । ଯଦି ନ ବାହାରେ ତେବେ କିଛି ଔଷଧ ଖାଇବାକୁ ପଡିଥାଏ । ଔଷଧ ଖାଇବାର ୨/୩ ଦିନ ମଧ୍ୟରେ ଯଦି ପରିସ୍ରା ଷ୍ଟୋନ୍ ନ ବାହାରି ଯାଏ, ତେବେ ସାଙ୍ଗ ସଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ଓ ଅସ୍ତ୍ରୋପଚାର ଦ୍ଵାରା ଏହା ବାହାର କରି ଦେବା ଉଚିତ୍ । ନଚେତ ଧୀରେ ଧୀରେ ଏହା କିଡନି ବ୍ଲକ୍ କରି କିଡନି ଅଚଳ ହେବାର କାରଣ ହୋଇଥାଏ । ତେବେ କିଡନି ଷ୍ଟୋନ୍ ରେ ପୀଡିତ ରୋଗୀଙ୍କ ପାଇଁ ସେମିତି କିଛି ସ୍ଥାୟୀ ଚିକିତ୍ସା ନାହିଁ । କାରଣ ଥରେ  ଷ୍ଟୋନ୍ ହୋଇଥିବା ରୋଗୀଙ୍କୁ ପୁଣି ଷ୍ଟୋନ୍ ହେବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ବର୍ତ୍ତମାନ ଏଣ୍ଡାସ୍କୋପିକ୍ ମଧ୍ୟରେ ଏହାର ଚିକିତ୍ସା ହୋଇପାରୁଛି । କିଛି ଲୋକକ ବ୍ୟଥା ହେଉଥିବା ସମୟ ଏଵ କଷ୍ଟରୁ ମୁକ୍ତି ପାଇଁ ବଜାରରେ ମିଳୁଥିବା କିଛି  ସାଧାରଣ ବଟିକା ବାକ ପେନ୍ କିଲର ଖାଇ ଦେଇଛନ୍ତି । ଏହା  ଫଳରେ ରୋଗିବକୁ ସମୟ ପାଇଁ ଆରାମ ମିଳେ ସତ କିନ୍ତୁ ଧୀରେ ଧୀରେ ଏହା କିଡନି ଅଳଚଳରେ କାରଣ ହାଇଥାଏ ।

ଏହାର ପ୍ରତିକାରମୂଳକ ପଦକ୍ଷେପ କ’ଣ

ଦିନକୁ ଦୁଇରୁ ଅଢେଇ ଲିଟର ପାଣି ପିଇବା ଉଚିତ୍ । ଏହାଠାରୁ ଅଧିକ ନୁହେଁ କି କମ୍ ନୁହେଁ । ଆହା ସହ ସନ୍ତୁଳିତ ଖାଦ୍ୟ ଖାଇବା, ଲୁଣଯୁକ୍ତ ଅଧିକ ମସଲାଯୁକ୍ତ ଖାଦ୍ୟ ଓ ମାଂସ ଖାଇବାରୁ ବିରତ ରହିବା ଦ୍ଵାରା ଏହାକୁ ନିୟନ୍ତ୍ରଣ କରାଯାଇପାରେ । ଏସବୁ ମଧ୍ୟରେ ସବୁଠାରୁ ସୁରୁତ୍ଵପୂର୍ଣ୍ଣ ହେଉଛି ଏକ ସକ୍ରିୟା ଜୀବନଶୈଳୀ ସବୁବେଳେ ସକ୍ରିୟା ରହିବା ବ୍ୟାୟାମ କସରତ ଖେଳକୁଦ ଆଦି କରିବା ସବୁ ରୋଗର ଏକ ସହଜ ପ୍ରତିକାର ପୁଣି ଲୋକମାନଙ୍କର ମଧ୍ୟାରେ ଏକ ଭୁଲ ଧାରଣା ରହିଛି ଯେ କିଡନି ଷ୍ଟୋନ୍ ପୀଡିତ ରୋଗୀ କ୍ଷୀର, ଶାଗ, ବାଦାମ, କୋବି ଆଦି ଖାଇବା ଅନୁଚିତ । ଏକା ଏକ ଭୁଲ ଧାରଣା  ।

ଆଧାର - ସ୍ୱାସ୍ଥ୍ୟ ବିଭାଗ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate