କୁଷ୍ଠ ରୋଗ ଏକ ସଂକ୍ରମିତ ରୋଗ ଅଟେ । ଅଧିକାଂଶ କ୍ଷେତ୍ରରେ ଆମ ଶରୀର ଏହି କୁଷ୍ଠ ରୋଗ ଜୀବାଣୁକୁ ନଷ୍ଟ କରେ ଦେଇଥାନ୍ତି । ଏଣୁ ବହୁତ କମ ଲୋକ ଏହି ରୋଗରେ ପଡିଥାନ୍ତି । ପ୍ରତି 100-200 ଲୋକଙ୍କ ମଧ୍ୟରେ ଜଣେ ବା ଦୁଇଜଣ କୁଷ୍ଟରୋଗରେ ଆକ୍ରାନ୍ତ ହେବାର ଦେଖିବାକୁ ମିଳେ ।
ଏକ ଛୋଟ ଜୀବାଣୁ ଦ୍ଵାରା କୁଷ୍ଠରୋଗ ହୋଇଥାଏ । ଏହାକୁ କୁଷ୍ଠ ରୋଗ ଜୀବାଣୁ କୁହାଯାଏ ।
ଏହି ସବୁ ଦ୍ଵାରା କୁଷ୍ଠ ରୋଗ ହୁଏ ନାହିଁ -
ଏହିରୋଗ ବ୍ୟାପିବାରେ ସଠିକ ତଥ୍ୟ ଏ ପର୍ଯ୍ୟନ୍ତ ମିଳିନାହିଁ । ଡାକ୍ତରମାନେ ଏବେ ମଧ୍ୟ ଏହି ରୋଗ ବ୍ୟାପିବାର କାରଣ ଜାଣିବାରେ ଚେଷ୍ଟା ଚଳାଇଛନ୍ତି । ଆମେ ଜାଣୁ କୁଷ୍ଠରୋଗ ଛୋଟ ଏକ ଜୀବାଣୁ ଦ୍ଵାରା ହୋଇଥାଏ । ଏହାକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିହୁଏ । ଯେତେବେଳେ କୁଷ୍ଠ ଜୀବାଣୁ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରେ ଏହା ମରିଯାଏ । କିନ୍ତୁ କେତେକ ଲୋକଙ୍କ କ୍ଷେତ୍ରରେ ଏହା ନମରି ଅନ୍ୟାନ୍ୟ ଜାଗାରେ ରୋଗ ସୃଷ୍ଟି କରିଥାଏ । ଏକ କୁଷ୍ଠରୋଗୀ ଚର୍ମକୁ ଏହି ସ୍ୱାସ୍ଥ୍ୟକର୍ମୀ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରୁଛନ୍ତି । ସେ ମଧ୍ୟ ଆକ୍ରାନ୍ତ ବ୍ୟକ୍ତିର ସିଙ୍ଘାଣି ପରୀକ୍ଷା କରୁଛନ୍ତି । ଅଧିକାଂଶ କୁଷ୍ଠରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଚର୍ମ ବା ସିଙ୍ଘାଣିରେ ଜୀବାଣୁ ନ ଥାଏ । ତେଣୁ ଏହି ରୋଗ ଛୁଆଁ ଛୁଇଁଲେ ବ୍ୟାପିନଥାଏ କୁଷ୍ଠରୋଗ ଚିକିତ୍ସା ପୂର୍ବରୁ କେତେକ ଆକ୍ରାନ୍ତ ବ୍ୟକ୍ତିଙ୍କ ସିଙ୍ଘାଣି ଓ ଚର୍ମରେ ବହୁତ ଜୀବାଣୁ ଥାଆନ୍ତି , ଯାହା ରୋଗ ବ୍ୟାପିବାରେ ସାହାଯ୍ୟ କରେ ।
ଏହା ସାଧାରଣତଃ ଜଣେ କୁଷ୍ଠରୋଗୀଠାରୁ ଆସିଥାଏ । ବେଳେବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ଜୀବାଣୁ ଆସିଥାଏ । ଏଣୁ କୁଷ୍ଠରୋଗ ପରୀକ୍ଷା ସମୟରେ ଘରର ସମସ୍ତ ସଦସ୍ୟଙ୍କୁ ପରୀକ୍ଷା କରିବାକୁ ପଡିଥାଏ ।
ସମସ୍ତ କୁଷ୍ଠରୋଗୀକୁ ଚିହ୍ନଟ କରି ଚିକିତ୍ସା କାରାଯାଇପାରିଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ । ଯେଉଁ ବ୍ୟକ୍ତି ନିୟମିତ ଚିକିତ୍ସିତ ହୁଏ ସେ ଅନ୍ୟ କୁ ରୋଗ ଜୀବାଣୁ ବାଣ୍ଟି ନ ଥାଏ । ପ୍ରତିଦିନ ଜଣେ ସ୍ୱାସ୍ଥ୍ୟ କର୍ମୀ ଶହଶହ କୁଷ୍ଠରୋଗୀଙ୍କ ସେବା କରିଥାଏ । କିନ୍ତୁ ଏହି ସ୍ୱାସ୍ଥ୍ୟ କର୍ମୀ ରୋଗରେ ପଡିନଥାଏ । ମା’ କ୍ଷୀର ନ ଖାଇବା ଦ୍ଵାରା ପିଲା ଦୁର୍ବଳ ଓ ଝଡିଯାଏ । ବେଳେବେଳେ ମରିଯାଏ । କିନ୍ତୁ ମା’ କ୍ଷୀର ଖାଇବା ଦ୍ଵାରା ପିଲାକୁ ରୋଗ ହୋଇନଥାଏ । ମା’ କିନ୍ତୁ ରୋଗର ଉପଯୁକ୍ତ ଚିକିତ୍ସା କରିବା ଆବଶ୍ୟକ । ବେଳେବେଳେ ଜଣେ ମା’ର ରୋଗ ସଂକ୍ରମିତ ହୋଇଥାଏ । ଯଦି ସେ ନିୟମିତ ଚିକିତ୍ସା ନ ହୁଏ ଓ ପିଲାକୁ କ୍ଷୀର ଖାଇବାକୁ ଦିଏ ତେବେ ପିଲାକୁ ରୋଗୀ ହେବାର ବହୁତ ସମ୍ଭାବନା ଥାଏ । ତେଣୁ ମା’ର ଚିକିତ୍ସା ନିହାତି ଆବଶ୍ୟକ । ଏହି ପିଲାର ଜନ୍ମରୁ ଗୋଡରେ ଏକ ନାଲି ଦାଗ ଅଛି । ଏହା କିନ୍ତୁ କୁଷ୍ଠ ନୁହେଁ । କୁଷ୍ଠ ରୋଗ ଜନ୍ମରୁ ହୋଇ ନ ଥାଏ । ମା’ କିମ୍ବା ବାପା ଦ୍ଵାରା ଶିଶୁ ଗର୍ଭ ସମୟରେ ବା ପ୍ରସବ ସମୟରେ କୁଷ୍ଠରୋଗରେ ଆକ୍ରାନ୍ତ ହୋଇନ ଥାଏ । ଏପରିକି ମା’ କିମ୍ବା ବାପା କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ପିଲା କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ନଥାଏ । ଯଦି ମା’ କିମ୍ବା ବାପା କୁଷ୍ଠରୋଗରେ ଚିକିତ୍ସା ନ କରନ୍ତି ତେବେ କିଛିବର୍ଷ ପରେ ପିଲାକୁ କୁଷ୍ଠରୋଗ ହୋଇପାରେ । ତେଣୁ କୁଷ୍ଠ ରୋଗରେ ଆକ୍ରାନ୍ତ ମା’ କିମ୍ବା ବାପା ତୁରନ୍ତ ରୋଗର ଚିକିତ୍ସା କରିବା ଆବଶ୍ୟକ ।
କୁଷ୍ଠରୋଗୀ ଯଦି ନିୟମିତ ଚିକିତ୍ସିତ ହୁଏ ତେବେ ସେ ରୋଗ ଅନ୍ୟକୁ ସଂକ୍ରମଣ କରି ନ ଥାଏ । ନିୟମିତ ଚିକିତ୍ସା ଦ୍ଵାରା ସେ ମଧ୍ୟ ଘରେ ଅନ୍ୟମାନଙ୍କ ସହିତ ରହିପାରିବ । ଚିକିତ୍ସିତ ହେଉଥିବା ବ୍ୟକ୍ତି ଅନ୍ୟକୁ ରୋଗ ବାଣ୍ଟିବାରେ ସାହାଯ୍ୟ କରନ୍ତି ନାହିଁ । ଖାଦ୍ୟ ବା ପାଣି ଦ୍ଵାରା ଏହି ରୋଗ ବ୍ୟାପିନଥାଏ । କୁଷ୍ଠରୋଗୀ ସମସ୍ତଙ୍କ ସହିତ ଖାଦ୍ୟ ଖାଇପାରିବେ । ଜଣେ କୁଷ୍ଠ ରୋଗୀ ଆକ୍ରନ୍ତ ମହିଳା ପରିବାରରେ ଅନ୍ୟମାନଙ୍କୁ ଖାଦ୍ୟ ରାନ୍ଧି ଖାଇବାକୁ ଦେଇପାରବେ କିନ୍ତୁ ଯଦି ସେ ତାହାର ହାତର ସ୍ପର୍ଶାନୁଭୂତି ହରାଇଥାଏ । ତେବେ ସେ ଯତ୍ନଶୀଳ ହେବା ଦରକାର ।କେତେ ଲୋକଙ୍କ ଅନ୍ଧ ବିଶ୍ଵାସ ଯୋଗୁଁ ଏହିପରି ଭୟ ସୃଷ୍ଟି ହୋଇଥାଏ, କୁଷ୍ଠ ରୋଗ ଭଲ ହୁଏ ନାହିଁ – କିନ୍ତୁ ଏହା ଆରୋଗ୍ୟ ସାଧ୍ୟ କୁଷ୍ଠରୋଗର ହାତ ଗୋଡ ନଷ୍ଟ ହୋଇଯାଏ – ସଅଳ ଚିକିତ୍ସା ଦ୍ଵାରା ହାତଗୋଡ ନଷ୍ଟ ହୋଇନ ଥାଏ ।କୁଷ୍ଠ ରୋଗ ସଂକ୍ରାମକ ଅଟେ – କିନ୍ତୁ ଅଧିକାଂଶ କୁଷ୍ଠରୋଗ ସଂକ୍ରାମକ ନୁହେଁ । ତେଣୁ ଜଣେ ଏହି ରୋଗକୁ ଲୁଚାଇବା ବୋକାମୀ ଅଟେ ଓ ଏହି ରୋଗର ଚିକିତ୍ସା ତୁରନ୍ତ କରିବା ଆବଶ୍ୟକ । ଲୋକମାନେ ଏହି ରୋଗକୁ ଭୟ କରିବା ଦରକାର ନାହିଁ ।
ସାଧାରଣତଃ ଗାଁ ଗଣ୍ଡାରେ ଲୋକମାନେ କୁଷ୍ଠରୋଗ ବାବଦରେ ଜାଣି ନ ଥାନ୍ତି । ତେଣୁ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିକୁ ଭୟ କରନ୍ତି । ଫଳରେ କୁଷ୍ଠରୋଗୀ ଆଶ୍ରୟହୀନ ହୋଇ ଭିକ୍ଷା ବୃତ୍ତି ଅବଲମ୍ବନ କରିଥାଏ । ଆମେ ଟିକିଏ ସଚେତନ ହୋଇ ପାରିଲେ କୁଷ୍ଠରୋଗୀଙ୍କର ଏହି ଭିକ୍ଷା ବୃତ୍ତିକୁ ଦୂରେଇ ଦେଇ ପାରିବ । ଗାଁ ମୁଖିଆମାନଙ୍କୁ ରୋଗ ବାବଦରେ ବୁଝାଇ କୁଷ୍ଠରୋଗୀ ଯେପରି ଗାଁରେ ରହିପାରିବ ତାହାର ବ୍ୟବସ୍ଥା କରିବା । ଘରେ କୁଷ୍ଠରୋଗୀ ଯେପରି ଚିକିତ୍ସିତ ହୋଇପାରିବ ତାହାର ବ୍ୟବସ୍ଥା କରିବା । କୁଷ୍ଠରୋଗ ବାବଦରେ ସଠିକ ଜ୍ଞାନ ପାଇ ପାରିଲେ ଏହି ରୋଗର ଭୟ ରହିବ ନାହିଁ । ଏହି କାମ ସ୍ୱାସ୍ଥ୍ୟକର୍ମୀ ମାନେ ସହଜରେ କରିପାରିବେ । ଯଦି କୁଷ୍ଠରୋଗୀ ଗାଁରୁ ବିତାଡିତ ନ ହୋଇ ଗାଁରେ ରହିପାରିଲେ ଓ ଆଗକୁ ଯେପରି ଚାଲୁଥିଲେ ସେପରି ଚାଲିପାରିଲେ । କୁଷ୍ଠରୋଗର ଚିକିତ୍ସା ପାଇଁ କୁଷ୍ଠରୋଗୀଙ୍କୁ ବୁଝାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ଉତ୍ୟାଦି । ଲୋକେ କୁଷ୍ଠରୋଗ ପ୍ରତି ଭୟଭୀତ ହେବେ ନାହିଁ । ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ ରୋଗ ବାବଦରେ ପରାମର୍ଶ କରିବେ । ରୋଗ ଲିଚାଇବା ନାହିଁ । କୁଷ୍ଠ ରୋଗ ଆରମ୍ଭ ହେଉ ହେଉ ରୋଗର ଚିକିତ୍ସା କରିବେ । ରୋଗୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ରୋଗ ଦ୍ଵାରା ବିକୃତ ହେବ ନାହିଁ .
ଯେତେବେଳେ ଜଣେ ସ୍ୱାସ୍ଥ୍ୟକର୍ମୀ ରୋଗ ବାବଦରେ କଥା ହୁଅନ୍ତି, ଲୋକଙ୍କ ମଧ୍ୟରୁ ଅନେକ ରୋଗ ବାବଦରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ସେମାନେ ସ୍ୱାସ୍ଥ୍ୟକର୍ମୀଙ୍କୁ ଘରକୁ ଡାକି ରୋଗ ବିଷୟରେ ବୁଝାନ୍ତି । ସ୍ୱାସ୍ଥ୍ୟ କର୍ମୀ ରୋଗର ପ୍ରାରମ୍ଭକ ଲକ୍ଷଣ ଓ ଚିକିତ୍ସା ବାବଦରେ ବୁଝାନ୍ତି । ଯଦି ଦରକାର ପଡେ ଚର୍ମରୋଗର ପରୀକ୍ଷା ପାଇଁ ପରାମର୍ଶ ଦିଅନ୍ତି ।ସେ ପିଲାମାନଙ୍କୁ କୁଷ୍ଠରୋଗ ବିଷୟରେ ବୁଝାଇବା ପାଇଁ ଯାଆନ୍ତି । ପିଲା ପାଠପଢି ଘରକୁ ଫେରିଲେ ରୋଗ ବିଷୟରେ ଘରେ କଥାବାର୍ତ୍ତା ହୁଅନ୍ତି । ସେମାନେ ରୋଗର ପ୍ରାଥମିକ ଲକ୍ଷଣ ଯାନୀ ପାରନ୍ତି । ସ୍ଵାସ୍ଥ୍ୟକର୍ମୀ ମଧ୍ୟ ଶିକ୍ଷକଙ୍କ ସହିତ ରୋଗ ବିଷୟରେ ବିଚାର ଆଲୋଚନା କରନ୍ତି । ସ୍ୱାସ୍ଥ୍ୟ କର୍ମୀ ଯଦି କେହି ପିଲା ବା ଶିକ୍ଷକଙ୍କର ଦେହରେ କୁଷ୍ଠରୋଗର ଲକ୍ଷଣ ଦେଖିବାକୁ ପାଆନ୍ତି ତେବେ ତୁରନ୍ତ ଚିକିତ୍ସା ବନ୍ଦୋବସ୍ତ ପାଇଁ ପରାମର୍ଶ ଦିଅନ୍ତି ।
ସ୍ୱାସ୍ଥ୍ୟ କର୍ମୀ ରୋଗ ଜାଣିବା ପାଇଁ ଚର୍ମ ଦେଖନ୍ତି । ସେ ପିଲା ବା ବୟସ୍କ ସମସ୍ତଙ୍କର ଜାମା ଖୋଲି ଯାଞ୍ଚ କରନ୍ତି । ସେ ଶରୀରରେ ବିଭିନ୍ନ ଦାଗ ଦେଖନ୍ତି । ଯଦି ସ୍ୱାସ୍ଥ୍ୟ କର୍ମୀ ମହିଳା ହୋଇଥାନ୍ତି ତେବେ ସେ ମହିଳାମାନଙ୍କ ଦେହ ମଧ୍ୟ ଦେଖି ପାରନ୍ତି । ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜେନ ମହିଳାଙ୍କ ଉପସ୍ଥିତିରେ ଅନ୍ୟ ମହିଳାଙ୍କର ଦେହ ପରୀକ୍ଷା କରନ୍ତି ।
ଦେହ କୁଣ୍ଡାଇ ହେବା ଅନ୍ୟ କୌଣସି କାରଣରୁ ହୋଇଥାଏ । ବେଳେବେଳେ କାଛୁ ଯୋଗୁଁ ଦେହ କୁଣ୍ଡାଇ ହୋଇଥାଏ ଏହା କାଛୁ ଅଟେ କାଛୁର ଆରୋଗ୍ୟ ହେବା ପାଇଁ ସ୍ୱାସ୍ଥ୍ୟକର୍ମୀ କାଛୁ ହୋଇଥିବା ବ୍ୟକ୍ତିର ଦେହରେ ବେଞ୍ଜିଳ ବେଞ୍ଜୋଏଟ ଲଗାଇବା ପାଇଁ ପରାମର୍ଶ ଦେଇଥାନ୍ତି । ବେଳେବେଳେ ଦେହରେ କୌଣସି ଜାଗା ଓ ସେହି ବ୍ୟକ୍ତିକୁ ରୋଗ ହୋଇଥାଏ । କିନ୍ତୁ ଯେଉଁ ସ୍ଥାନରେ ରୋଗ ହୋଇଥାଏ ତାହା କୁଣ୍ଡାଇ ହୁଏ ନାହିଁ । ଦେହରେ ଯେ କୌଣସି ଚିହ୍ନ ବା ଦାଗ ହେଲେ ଓ ତାହା ବଧିରା ଜଣାପଡୁଥିଲେ ତୁରନ୍ତ କୁଷ୍ଠ ରୋଗର ପରୀକ୍ଷା ପରାଇ ନେବା ଆବଶ୍ୟକ । ପ୍ରାଥମିକ ଅବସ୍ଥାରେ କୁଷ୍ଠ ଦାଗ ବଧିରା ଜଣା ପଡେ ନାହିଁ । କିନ୍ତୁ କୌଣସି ଜାଗା ବଧିରା ଜଣା ପଡୁଥିଲେ କୁଷ୍ଠରୋଗ ହୋଇପାରେ । ଆପଣ ଯାହା କରୁଛନ୍ତି, ତାହା ବ୍ୟକ୍ତିକୁ କୁହନ୍ତୁ । ବ୍ୟକ୍ତି କୁ ଅନ୍ୟ ଆଡେ ଚାହିଁବାକୁ କୁହନ୍ତୁ ଓ ଆପଣ ଏକ କନାରେ ବ୍ୟକ୍ତିର ଦେହକୁ ଛୁଆନ୍ତୁ । ବ୍ୟକ୍ତିକୁ ପଚାରନ୍ତୁ କେଉଁ ଜାଗାକୁ ଆପଣ ଛୁଇଁଲେ । ବ୍ୟକ୍ତି ଠିକ ଉତ୍ତର ଦିଏ । ଏବେ ବ୍ୟକ୍ତିର ଯେଉଁ ଜାଗାରେ ଦାଗ ବା ଚିହ୍ନ ହୋଇଛି ସେହି ଜାଗାକୁ ଛୁଆନ୍ତୁ ଏବଂ ବ୍ୟକ୍ତିକୁ ପଚାରନ୍ତୁ ଆପଣ କେଉଁ ଜାଗାକୁ ଛୁଇଁଲେ । ଦେଖିବେ ବ୍ୟକ୍ତି ଠିକ ଉତ୍ତର ଦେଇ ପାରିବ ନାହିଁ । ଏହି ବ୍ୟକ୍ତିକୁ ରୋଗ ହୋଇପାରେ । ଏବେ କନା ବଦଳରେ ଏକ ପିନ ଆସ୍ତେ ଫୋଡନ୍ତୁ, ଯଦି ସେ ଫୋଡା ହେବା ଅନୁଭବ କରି ନପାରେ, ତେବେ ଏହା କୁଷ୍ଠରୋଗର ଲକ୍ଷଣ ଅଟେ । ତୁରନ୍ତ ବ୍ୟକ୍ତିକୁ ଡାକ୍ତର ଙ୍କୁ ଦେଖାଇବା ଉଚିତ । ଶରୀରରେ ଯେତେ ଦାଗ ବା ଚିହ୍ନ ଅଛି ପରୀକ୍ଷା କରାଇନେବା ଉଚିତ ।
କୁଷ୍ଠରୋଗ ବେଳେବେଳେ ସ୍ନାୟୁକୁ ନଷ୍ଟ କରିଦିଏ , ଯାହା ମୋଟା ଦେଖା ଯାଇଥାଏ । ଏହାକୁ ଦେଖିବା ପାଇଁ ରୋଗୀକୁ ବେକ ମୋଡିବାକୁ କୁହନ୍ତୁ, ଯାହା ପରିଷ୍କାର ଦେଖିହେବ ।
ଏହି ସ୍ନାୟୁ ବା ଶିରା ଜାମାତୁକ ଓ କହୁଣୀ ମଝିରେ ଥାଏ । କୁଷ୍ଠରୋଗ ଦ୍ଵାରା ଏହା ମୋଟା ହୋଇଥାଏ । ବେଳେବେଳେ ଏହା ଯନ୍ତ୍ରଣାଦାୟକ ହୋଇଥାଏ । ବେଳେବେଳେ ଏହି ଜାଗାରେ ବଥ ମଧ୍ୟ ହୋଇଥାଏ । ଏଣୁ ସବୁବେଳେ ଏହିପରି ମୋଟା ଶିରା ଦେଖିଲେ ପରୀକ୍ଷା କରାଇ ନିଅନ୍ତୁ ।
ସ୍ୱାସ୍ଥ୍ୟ କର୍ମୀ ବ୍ୟକ୍ତିର ହାତ ମୁହଁ ଗୋଡର ଦୁର୍ବଳତା ଦେଖିଥାଏ ଯାହା ସ୍ନାୟୁ ନଷ୍ଟ ହୋଇଯିବା ଯୋଗୁଁ ହୋଇଥାଏ।
ଯଦି ଜଣେ ହାତ, ଗୋଡ, ବା ମୁହଁର ଯେକୌଣସି ସ୍ଥାନରେ ଦୁର୍ବଳତା ଅନୁଭବ କରେ, ସେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ଏଥିପାଇଁ ଏକ ପ୍ରକାର ବିଶେଷ ମାଲିସ ଓ ବ୍ୟାୟମ ଆବଶ୍ୟକ ହୋଇଥାଏ । ସମୟ ସମୟରେ କୁଷ୍ଠରୋଗୀକୁ ଅଧିକ ଯନ୍ତ୍ରଣା ହୋଇଥାଏ । ଚର୍ମ ଲାଲ ପଡି ଫୁଲିଯାଏ । ନୂଆଦାଗ ଓ ଆବୁ ବାହାରେ । ଏହା ଉପଯୁକ୍ତ ଚିକିତ୍ସା ଅଭାବରୁ ହୋଇଥାଏ । ଏହି ରୋଗ ସଂପୂର୍ଣ୍ଣ ବିଶ୍ରାମ ନେବା ଆବଶ୍ୟକ ଓ ପ୍ରତି ୪ଘଣ୍ଟାରେ ଅଳ୍ପ ଖାଦ୍ୟ ଖାଇସାରି ଦୁଇଟି ବଟିକା ଖାଇବା ଆବଶ୍ୟକ । ଯାହାଦ୍ଵାରା ଯନ୍ତ୍ରଣା ବା ଜ୍ଵର କମିଥାଏ । ଯଦି ଅଧିକ ଜ୍ଵର ବା ଯନ୍ତ୍ରଣା ହୋଇଥାଏ ଓ ହାତ ଓ ପାଦ ଅଧିକ ଫୁଲ ଦୁର୍ବଳ ଲାଗେ ଓ ବାଟିକା ଖାଇବା ଦ୍ଵାରା କମେ ନାହିଁ, ତେବେ ରୋଗୀର ଅବସ୍ଥା ସଙ୍ଘାତିକ ଅଟେ । ରୋଗୀକୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରିବା ଆବଶ୍ୟକ ।
ସ୍ୱାସ୍ଥ୍ୟ କର୍ମୀ ଏହିପରି କହିଥାଏ ! “ତୁମର ଚର୍ମ ରୋଗ ଅଛି, ତୁମେ ଜାଣ କି କେଉଁ ପ୍ରକାର ଚର୍ମରୋଗ ଅଛି ? ଏହି ଚର୍ମ ରୋଗ କୁଷ୍ଠରୋଗର ପ୍ରାଥମିକ ଅବସ୍ଥା ଅଟେ । ତୁମେ ଯଦି ଅବହେଳା କରିବା ତେବେ ସଂପୂର୍ଣ୍ଣ କୁଷ୍ଠ ରୋଗହେବ । କୁଷ୍ଠ ରୋଗ ଆରୋଗ୍ୟ ସାଧ୍ୟ । ତୁମର ଠିକ ସମୟରେ ରୋଗ ଜଣା ପଡୁଛି ନିୟମିତ ଚିକିତ୍ସା ଦ୍ଵାରା ରୋଗ ଭଲ ହୋଇଯିବ ।
ଯଦି ତୁମେ ପ୍ରଥମାବସ୍ଥାରୁ ଚିକିତ୍ସା ଆରମ୍ଭ କର ତେବେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ବିକୃତ ହେବ ନାହିଁ ।
ଏହା ଭଲ ହୋଇ ନଥାଏ ଡି. ଡି.ଏସ.ଛଡା ଆଉ କୌଣସି ଉପାୟରେ ଭଲ ହୋଇପାରିବ ନାହିଁ । ଅନିୟମିତା ଚିକିତ୍ସା ଦ୍ଵାରା ରୋଗୀ ଅବସ୍ଥା ସାଂଘାତିକ ହୁଏ । ଡି. ଡି.ଏସ. ଅନିୟମିତା ଭାବରେ ବ୍ୟବହାର କାଲେ ଔଷଧର କାର୍ଯ୍ୟକାରିତା ଗୁଣ ନଷ୍ଟ ହୋଇଥାଏ । ଏହା ବହୁତ ମାରାତ୍ମକ ଅଟେ । ଜଣେ କୁଷ୍ଠରୋଗରେ ଆକ୍ରାନ୍ତ ମହିଳା ତାର ଗର୍ଭ ଅବସ୍ଥାରେ ମଧ୍ୟ ଡି. ଡି.ଏସ. ନେଇ ପାରିବ ।
ଜେନ କୁଷ୍ଠରୋଗୀ ଅନ୍ୟ ରୋଗରେ ପୀଡିତ ହୋଇଥିଲେ ମଧ୍ୟ ଡି. ଡି.ଏସ. ନେଇ ପାରିବ । ଡି. ଡି.ଏସ. ନିରାପଦ ଅଟେ । ଏହାର କୌଣସି ପ୍ରତିକ୍ରିୟା ନାହିଁ । ଅନିୟମିତ ଚିକିତ୍ସା ଦ୍ଵାରା ରୋଗୀ ଅବସ୍ଥା ସାଂଘାତିକ ହୁଏ । ଡି. ଡି.ଏସ. ଅନିୟମିତ ଭାବରେ ବ୍ୟବହାର କାଲେ ଔଷଧ କାର୍ଯ୍ୟ କାରିତା ଗୁଣ ନଷ୍ଟ ହୋଇଥାଏ । ଏହା ବହୁତ ମାରାତ୍ମକ ଅଟେ । ଜଣେ କୁଷ୍ଠ ରୋଗରେ ଆକ୍ରାନ୍ତ ମହିଳା ତାର ଗର୍ଭ ଅବସ୍ଥାରେ ମଧ୍ୟ ଡି. ଡି.ଏସ. ନେଇ ପାରିବେ । ଜଣେ କୁଷ୍ଠ ରୋଗୀ ଅନ୍ୟ ରୋଗରେ ପୀଡିତ ହୋଇଥିଲେ ମଧ୍ୟ ଡି. ଡି.ଏସ. ନେଇ ପାରିବେ । ଡି. ଡି.ଏସ. ନିରାପଦ ଅଟେ । ଏହାର କୌଣସି ପ୍ରତିକ୍ରିୟା ନାହିଁ ।
ଗାଁ ଲୋକ ତାଙ୍କର ଛେଳି, ଗାଈ ବା ଗୃହ ପାଳିତ ପଶୁ ଜଗାଇବାରେ ବା ଚରାଇବାରେ ସାହାଯ୍ୟ କରିପାରିବେ । ଏହା ଦ୍ଵାରା ସେ କିଛି ପାରିଶ୍ରମିକ ପାଇ ପାରିବେ । ଏପରିକି କୁଷ୍ଠରୋଗୀ ମଧ୍ୟ ପରିବାରର ଆର୍ଥିକ ଉନ୍ନତିରେ ସହାୟତା କରିପାରିବେ ।ସେ କାମ ବନ୍ଦ କରିବା ଉଚିତ ନୁହେଁ ବା ଯଦି କାହା ପାଖରେ କାମ କରୁଥାଏ , ତେବେ ସେ ମାଲିକ ତାକୁ କାମରୁ ବାହାର କରିଦେବା ଉଚିତ ନୁହେଁ । ସେ ନିୟମିତ ଚିକିତ୍ସା ଦ୍ଵାରା କୁଷ୍ଠରୋଗରୁ ଭଲ ହୋଇପାରିବ ଓ ପୂର୍ବ ଭଳି କାମ କରିପାରିବ ।
ପ୍ରତି ଗାଁର ଗ୍ରାମବାସୀ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତ କରିପାରେବେ । ସ୍ୱାସ୍ଥ୍ୟକର୍ମୀ ନିମ୍ନ ଲିଖିତ କାମ କରିବେ, ଯଥା- ଗାଁରେ କାହାର କୁଷ୍ଠ ରୋଗର ଲକ୍ଷଣ ଅଛି ଚିହ୍ନଟ କରି ଡାକ୍ତର ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଯାଞ୍ଚ କରାଇ ଚିକିତ୍ସା ପାଇଁ ପରାମର୍ଶ ଦେବେ । ଗାଁରେ ଯେତେ କୁଷ୍ଠ ରୋଗୀ ଅଛନ୍ତି ସେମାନେ ନିୟମିତ ଔଷଧ ସେବନ କରୁଛନ୍ତି କି ନାହିଁ ଦେଖିବେ ଯଦି କିଏ ନିୟମିତ ନ ଦେଉଥାଏ ତାକୁ ଔଷଧ ନିୟମିତ ନେବା ପାଇଁ ପରାମର୍ଶ ଦେବେ ।
ସେ ନିୟମିତ ଡି. ଡି.ଏସ. ଔଷଧ ଖାଇବା ଦରକାର । କେତେକ କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟକୁ ରୋଗ ସଂକ୍ରମଣ କରିଥାନ୍ତି, ତେଣୁ ଚିକିତ୍ସାର ପ୍ରଥମ ଛଅ ମାସ ରୋଗୀ କେତେକ ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଦରକାର ଯଥା ନାକ ଓ ପାଟି ଘୋଡାଇ ରଖିବା । ସିଙ୍ଘାଣି ଏଣେ ତେଣେ ନ ପକାଇ ଗୋଟିଏ ଜାଗାରେ ରାଖୀ ତାକୁ ପରେ ପୋଡିଦେବା ।
ଚିକିତ୍ସାର ଛଅ ମାସ ପରେ ରୋଗ ସଂକ୍ରମଣ କ୍ଷମତା କମିଯାଏ । ନିୟମିତ ଚିକିତ୍ସା ଦ୍ଵାରା ରୋଗୀ ସଂପୂର୍ଣ୍ଣ ରୋଗ ମୁକ୍ତ ହୋଇଥାଏ ।କୁଷ୍ଠ ରୋଗ ବେଳେବେଳେ ମୁହଁର ସ୍ନାୟୁ ଗୁଡିକୁ ନଷ୍ଟ କରିଦିଏ । ଯାହା ଦ୍ଵାରା ରୋଗୀ ଆଖି ବନ୍ଦ କରିପାରେ ନାହିଁ ଓ ଆଖିରେ ଧୂଳି ମଳି ପଡିଥାଏ । ଶେଷରେ ରୋଗୀ ଅନ୍ଧ ହୋଇଯାଏ । ତେଣୁ ରୋଗୀ ଯଦି ଆଖି ବନ୍ଦ କରି ପାରୁ ନ ଥାଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା । ଉଚିତ ଓ ସଂପୂର୍ଣ୍ଣ ଚିକିତ୍ସିତ ହେବା ଦରକାର । ଯଦି ରୋଗୀ ଡାକ୍ତରଙ୍କୁ ଆଖି ନ ଦେଖାଇ ପାରନ୍ତି ତେବେ ଆଖିରେ ବୋରାକ ଲୋସନ ପକାଇ ଆଖିକୁ ସଫା କରିପାରିବେ । ରାତିରେ ଶୋଇବା ସମୟରେ ଆଖିରେ ଜଡା ତେଲ ପକାଇବା ଦରକାର । ଏହାଦ୍ୱାରା ଆଖି ଶକ୍ତ ରୁହେ । ଗାଁରେ ଯଦି କୁଷ୍ଠରୋଗୀ ଥାଆନ୍ତି ତେବେ ସମସ୍ତ ଲୋକ କୁଷ୍ଠରୋଗ ପାଇଁ ପରୀକ୍ଷା କରାଇବା ଦରକାର । ଏହାର ଉପଯୁକ୍ତ ଚିକିତ୍ସା ନ କଲେ ଏହା ଅଧିକ ମାରାତ୍ମକ ହୋଇଥାଏ ।
ଜଣେ କୁଷ୍ଠ ରୋଗୀ ନିଜ ହାତକୁ କିପରି ଖଣ୍ଡିଆ ଖାବରାରୁ ରକ୍ଷା କରିପାରିବେ -
ପ୍ରତି ରାତିରେ ହାତ ଓ ପାଦକୁ ସାବୁନ ପାଣିରେ ବୁଡାଇ ରଖିବା ଦ୍ଵାରା ଓ ହାତ ଓ ପାଦ ତେଲରେ ମାଲିସ କରିବା ଦ୍ଵାରା । ଚିକିତ୍ସାର ୬ମାସ ପରେ ରୋଗୀ ଚର୍ମ ପୂର୍ବ ଭଳି ଦେଖାଯାଏ । ସଂକ୍ରାମକ କୁଷ୍ଠ ରୋଗୀ ସେତେଟା ଅନ୍ୟ ପାଇଁ ବିପଦ ପୂର୍ଣ୍ଣ ହୁଏ ନାହିଁ । କିନ୍ତୁ ଚିକିତ୍ସା ବନ୍ଦ ହୋଇଗଲେ ଏହା ପୁଣିଥରେ ହୋଇଥାଏ । କୁଷ୍ଠରୋଗ ସଂପୂର୍ଣ୍ଣ ଭଲ ହେବା ଯାଏଁ ଔଷଧ ଖାଇବା ଦରକାର । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ବନ୍ଦ କରିବା ଆବଶ୍ୟକ ।
ଅଧିକାଂଶ ବ୍ୟକ୍ତି ରୋଗ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି ତେଣୁ-
ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ
Last Modified : 3/2/2020