ପେଟରେ ଥିବା ଆମାଶୟ ଏବଂ ଅନେକ ଦୋଷରେ କୃମିର ଭୂମିକା ରହିଥାଏ । ଅନ୍ତ୍ରର ବିଭିନ୍ନ ଦୋଷ ଓ ଖାଦ୍ୟପେୟର ଅନିୟମିତତା କାରଣରୁ କୃମି ଉତ୍ପନ୍ନ ହୋଇଥାଏ । ଏହା ବ୍ୟତୀତ ଡେରିରେ ହଜମ ହେଉଥିବା ଖାଦ୍ୟ ଖାଇଲେ ଅବା ପିଲାଙ୍କ ମଳଦ୍ଵାର ଭଲରେ ସଫା ନକଲେ ଧଳାରଙ୍ଗର କୃମି ସୃଷ୍ଟି ହୋଇଥାଏ । ମଇଦା ତିଆରି ଖାଦ୍ୟ ଖାଇଲେ ମଧ୍ୟ କୃମି ହୋଇଥାଏ ।
ଫିବ ତା ଆକୃତିର କୃମି ବୟସ୍କଙ୍କ ଶରୀରରେ ଅଧିକ ହୋଇଥାଏ । ଗୋଲ କୃମି ବା ଜିଆ ଛୋଟ ପିଲାଙ୍କ ଠାରେ ଦେଖିବାକୁ ମିଳେ ।
1. ମଳଦ୍ଵାର ଓ ନାକ କୁଣ୍ଡାଇ ହେବା ସହିତ ଅସ୍ଥିର ଲାଗିଥାଏ ।
2. ଭୋକ ଲାଗିବା କମିଯାଏ, ଶରୀର ଦୁର୍ବଳ ହୋଇଥାଏ । ଯାହା କିଛି ଖାଇଲେ ଦେହରେ ଲାଗେ ନାହିଁ ଏବଂ ପିଲାଙ୍କ ପେଟ ବଡ଼ ହୋଇଯାଏ ।
3. କୋଷ୍ଠ ବଦ୍ଧତା ସୃଷ୍ଟି ହେବା ସହିତ ଧଳା ଏବଂ ପତଳା ଝାଡ଼ା, ନିଦରେ ପରିସ୍ରା ବାହାରି ଯିବା ଏବଂ ସ୍ଵାଭାବରେ ଚିଡ଼ିଚିଡ଼ା ପଣ ଲକ୍ଷଣ ଦେଖାଯାଏ ।
4. ପିଲାଙ୍କ ମଳଦ୍ଵାରରେ କୃମି ହେଲେ କୂଣ୍ଡାଇ ହୁଏ, ପିଲା ଦାନ୍ତ କାମୁଡ଼ି ଥାଏ, ନାକ କୁଣ୍ଡାଇହୁଏ, ସବୁବେଳେ ଅସ୍ଥିର ରହିଥାଏ ।
5. ପେଟରେ ଜିଆ ହୋଇଥିଲେ ପେଟ ଫୁଲିବା, ପିତ୍ତ ପଡ଼ିବା, ପେଟବ୍ୟଥା, କାନ୍ତ କାମୁଡ଼ିବା, ଚର୍ମରେ ଲାଲଦାନା ସୃଷ୍ଟି ହେବା, ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା, ଝାଡ଼ା ହେବା ଆଦି ଲକ୍ଷଣ ଦେଖା ଦେଇଥାଏ । କୃମି ଗୁଡ଼ିକର ପ୍ରଭାବ ଅତ୍ୟଧିକ ହୋଇଗଲେ ଯକୃତରେ ରୋଗ, କାମଳ ତଥା ଆମାଶୟ, ଫୁଲିବା ଆଦି ଭୟଙ୍କର ରୋଗ ମଧ୍ୟ ହୋଇଥାଏ ।
1. ପ୍ରାକୃତିକ ଚିକିତ୍ସାରେ ପେଟରେ କୃମିରୁ ମୁକ୍ତି ପାଇବା ପାଇଁ ରୋଗୀକୁ ଏନିମା ଦିଆଯାଇଥାଏ, ଏନିମା ଦେବା ଦ୍ଵାରା ମଳ ସହିତ କୃମି ବାହାରକୁ ବାହାରି ଯାଇଥାଏ ।
2. ମଳ ଦ୍ଵାରରେ ଓଦା ମାଟିର ବତୀ ବନାଇ ରଖିଲେ କୃମି ବାହାରି ଆସିଥାଆନ୍ତି ।
3. ମଳ ଦ୍ଵାର ଭିତରକୁ ଅମୃତ ଧାରାଯୁକ୍ତ ପାଣି ପିଚକାରୀ ମାଧ୍ୟମରେ ସ୍ପ୍ରେ କରାଯାଇଥାଏ, ପେଟ ଉପରେ ଅଳ୍ପ । ଉଷୁମ ପାଣି ଧାର ୧୦ ମିନିଟ ପର୍ଯ୍ୟନ୍ତ ଢଳାଯାଇଥାଏ । ଏହି ସବୁ ଉପାୟରୁ ଯେ କୌଣସି ଗୋଟିଏ ଉପାୟ ଅବଲମ୍ବନ କଲେ ଅନ୍ତଃକୃମି ମଳ ସହିତ ବାହାରକୁ ବାହାରି ଯିବା ସହିତ ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥାଏ ।
10. ଅଧ ଗ୍ରାମ ଜୁଆଣି ଚୂର୍ଣ୍ଣ ଅଛି, କଳା ଲୁଣ ମିଶାଇ ରାତ୍ରିରେ ଶୋଇବା ସମୟରେ କିଛିଦିନ ପିଇଲେ ପିଲାଙ୍କ କୃମି ରୋଗ ଦୂର ହୋଇଥାଏ ।
11. ପିଲାଙ୍କୁ କୃମି ରୋଗରେ ଅଧଚାମଚ ପାନ ରସରେ ଅଳ୍ପ। କିଛି ମହୁ ମିଶାଇ ସକାଳେ ଖାଲି ପେଟରେ ୭ଦିନ ପର୍ଯ୍ୟନ୍ତ ଦେଲେ କୃମି ରୋଗ ଦୂର ହୋଇଥାଏ ।
12. ଏକ ଚାମଚ ନିମ୍ବା ପତ୍ର ରସରେ ଏକ ଚାମଚ ମହୁ ମିଶାଇ ଖାଳିପେଟରେ ସକାଳେ ୭ଦିନ ପର୍ଯ୍ୟନ୍ତ ସେବନ କଲେ ରୋଗ ଦୂର ହୋଇଥାଏ ।
13. ପିଆଜ, ରସରେ ଅଳ୍ପ। ସୌନ୍ଧବ ଲବଣ ମିଶାଇ ଦିନରେ ୪ଥର ୭ଦିନ ପର୍ଯ୍ୟନ୍ତ ପିଇଲେ ଏହି ରୋଗ ଦୂର ହୋଇଥାଏ ।
14. . ତାଡ଼ାସନ, କଟିଚକ୍ରାସନ, ପାଦହସ୍ତାସନ, ସୁପ୍ତ ପବନ ମୁକ୍ତାସନ, ସୁପ୍ତବକ୍ରାସନ, ଭୃଜଙ୍ଗାସନ, ଧନୁରାସନ, ବକ୍ରାସନ, ମଣ୍ଡୁକାସନ, ଅଦ୍ଧମଉତ୍ସନ୍ଦ୍ରାସନ ଆଦି ପେଟର ଶକ୍ତିକୁ ବିକଶିତ କରିଥାଏ । ଏହି ଆସନ ଗୁଡ଼ିକର ନିୟମିତ ଅଭ୍ଯାସ ଫଳରେ ପେଟର କୋଷ୍ଟବଦ୍ଧତା ଦୂର ହେବା ସହିତ ଜମା ହୋଇଥିବାସମସ୍ତ ବିଜାତୀୟ ପଦାର୍ଥ ଓ କୃମି ଦୂର ହୋଇଯାଇଥାଏ ।
ଆଧାର: ଡାକ୍ତର ଶଶାଙ୍କ ଶେଖର ସାମଲ
Last Modified : 3/2/2020