ଶରୀରର କୌଣସି ଅଂଶକୁ ବଧିରା କରିବା ପାଇଁ ପ୍ରାୟତଃ କ୍ଷେତ୍ରୀୟ ନିଶ୍ଚେତକର ଉପଯୋଗ କରାଯାଏ। ବିଭିନ୍ନ ପ୍ରକାର କ୍ଷେତ୍ରୀୟ ନିଶ୍ଚେତକ ମଧ୍ୟରୁ ସାଧାରଣତଃ ସ୍ପାଇନାଲ୍ ନିଶ୍ଚେତକ ଏବଂ ଇପିଡ୍ୟୁରାଲ୍ ନିଶ୍ଚେତକ ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଏହାକୁ ଇଞ୍ଜେକସନ୍ ମାଧ୍ୟମରେ ଶରୀରର ପଶ୍ଚାତ୍ ଭାଗରେ ସଠିକ୍ ସ୍ଥାନରେ ଦିଆଯାଇଥାଏ ।
ସାଧାରଣ କ୍ଷେତ୍ରୀୟ ନିଶ୍ଚେତକ ମଧ୍ୟରେ ପେରିଫେରିଆଲ ନର୍ଭ ବ୍ଲକ୍ ମଧ୍ୟ ବ୍ୟବହୃତ ହୋଇଥାଏ । ଏହାଦ୍ଵାରା ପ୍ରାୟତଃ ସର୍ଜରୀ ହେଉଥିବା ସ୍ଥାନର ନିକଟବର୍ତ୍ତୀ ଅଂଶରେ ଇଞ୍ଜେକସନ ମାଧ୍ୟମରେ ଦିଆଯାଇ ସ୍ନାୟୁ ସମୂହକୁ ବଧିରା କରାଯାଇଥାଏ । ସାଧାରଣତଃ କାନ୍ଧ, ବାହୁର ଅଂଶ ନର୍ଭ ବଧିରା କରିବା ପାଇଁ ବ୍ରାଣ୍ଟିଆଲ୍ ଫ୍ଲେକ୍ସସ୍ ବ୍ଲକ୍ ଆବଶ୍ୟକ ହେଉଥିବାବେଳେ ଗୋଡର ଫିମେରାଲ ଏବଂ ପପଲିଟ୍ରାଲ ନର୍ଭ ବ୍ଲକ୍ କରିବା ପାଇଁ ଗୋଡରେ ଇଞ୍ଜେକସନ୍ ଦିଆଯାଇଥାଏ । ସେହିପରି ଶରୀର ଉପର ଅଂଶର ସର୍ଜରୀ କ୍ଷେତ୍ରରେ ତଥା ତଳି ପେଟ ଏବଂ ତଳ ଅଂଶ ସର୍ଜରୀ କ୍ଷେତ୍ରରେ ସ୍ପାଇନାଲ୍ କିମ୍ବା ଇପିଡ୍ୟୁରାଲ ନିଶ୍ଚେତକ ବ୍ୟବହାର କରାଯାଇଥାଏ । ଏହାଛଡା ଶରୀରର ତଳ ଅଂଶର ସର୍ଜରୀ କ୍ଷେତ୍ରରେ ନର୍ଭ ବ୍ଳକର ମଧ୍ୟ ଉପଯୋଗ କରାଯାଇଥାଏ ।
କ୍ଷେତ୍ରୀୟ ନିଶ୍ଚେତକର ଅନେକ ସୁବିଧା ରହିଛି । ସାଧାରଣ ନିଶ୍ଚେତକ ଭଳି ଏହାର ପାର୍ଶ୍ଵ ପ୍ରତିକ୍ରିୟା ନଥାଏ । ଇଣ୍ଟ୍ରା-ଅପରେସନ ତଥା ପୋଷ୍ଟଅପରେସନ ସମୟରେ ଏହା ଅପରେସନ୍ କାଳୀନ ଯନ୍ତ୍ରଣା ନିୟନ୍ତ୍ରଣ ଏବଂ ପ୍ରଶମନ କ୍ଷେତ୍ରରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଅପରେସନ ପରେ ଏହା ଦ୍ଵାରା ଅନେକ ଘଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣା ନିୟନ୍ତ୍ରିତ ହୋଇପାରିଥାଏ । ସେହିପରି, ଇପିଡ୍ୟୁରାଲ ଆନାଲଜେସିଆ ନିୟମିତ ଲୋକାଲ ଆନାଲଜେସିଆର ମିଶ୍ରଣ କ୍ୟାଥେଟର ମାଧ୍ୟମରେ ବ୍ୟବହାର କରାଯାଇ ସ୍ନାୟୁ ଉପରେ ଆବଶ୍ୟକ ପ୍ରଭାବ ଅନୁଭୂତ କରାଯାଇ ଯନ୍ତ୍ରଣାକୁ କେତେ ଦିନ ପାଇଁ ମଧ୍ୟ ନିୟନ୍ଧିତ କରାଯାଇପାରିଥାଏ । କ୍ଷେତ୍ରୀୟ ନିଶ୍ଚେତକ ବ୍ୟବହାର ଦ୍ଵାରା ଇଣ୍ଟ୍ରା ଅପରେଟିଭ ରକ୍ତସ୍ରାବ ହ୍ରାସ ପାଇବା ସହିତ ମାଂସପେଶୀରେ ଶିଥିଳତା ସୃଷ୍ଟି ହୋଇଥାଏ । ଫଳରେ ସର୍ଜନଙ୍କ ପାଇଁ ଅପରେସନ କରିବାରେ ସୁବିଧା ହୋଇଥାଏ । ଏହାଦ୍ଵାରା ସର୍ଜରୀ ସମୟ କମିଯିବା ସହିତ ବ୍ଲଡ଼ । ଟ୍ରାନ୍ସଫ୍ୟୁଜନର ଆବଶ୍ୟକତା ଆଶଙ୍କା କମ ହୋଇଥାଏ । ଇପିଡ୍ୟୁରାଲ ଏବଂ ସ୍ପାଇନାଲ ନିଶ୍ଚେତକ ବ୍ୟବହାର ଦ୍ଵାରା ଶରୀରର ତଳ ଅଂଶରେ ଅପରେସନ ସମୟରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ଦୂରୀଭୂତ କରିଥାଏ ।
ସାମ୍ପ୍ରତିକ ଆଧୁନିକ ତଥା ବିକଶିତ ଜ୍ଞାନକୌଶଳ ଯୁଗରେ ସାଧାରଣ କିମ୍ବା କ୍ଷେତ୍ରୀୟ ନିଶ୍ଚେତକ ବ୍ୟବହାର ସ୍ଵାସ୍ଥ୍ୟ ସେବାକୁ ସୁରକ୍ଷିତ କରିଥିବାବେଳେ ସୁରକ୍ଷିତ ମେଡିକେସନ ଏବଂ ବ୍ୟବହାର ଉପଯୋଗୀ ଜ୍ଞାନକୌଶଳ ସର୍ଜରୀ ସମୟରେ ତଥା ପରେ ରୋଗୀର ସ୍ୱାସ୍ଥ୍ୟ ତଦାରଖ ପ୍ରକ୍ରିୟାକୁ ଆଶଙ୍କା ବିହୀନ କରିପାରିଛି । ଏହି ପ୍ରଣାଳୀ ସମ୍ପୁର୍ଣ୍ଣ ଭାବରେ ଆଶଙ୍କା ମୁକ୍ତ । କ୍ଷେତ୍ରୀୟ ନିଶ୍ଚେତକ ବ୍ୟବହାର ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟା ତଥା ପାର୍ଶ୍ଵ ପ୍ରତିକ୍ରିୟ । କେବଳ ଇଞ୍ଜେକସନ, ଦିଆଯାଇଥିବା ସ୍ଥାନ ବଧିର ଲାଗିବା ଏବଂ ସାଧାରଣ କ୍ଷତ ମଧ୍ୟରେ ସୀମିତ ରହିଥାଏ । କେତେକ ସ୍ଥଳ ବିଶେଷରେ ନର୍ଭ ବ୍ଲକ୍ ଯୋଗୁ ସୀମିତ ସମୟ ପାଇଁ ବଧିରା ଏବଂ ଝିମ୍ ଝିମ୍ ଲାଗିବା ଭଳି ଅବସ୍ଥା ସୃଷ୍ଟି ହୋଇଥାଏ । କ୍ଷେତ୍ରୀୟ ନିଶ୍ଚେତକ ପ୍ରୟୋଗ ଦ୍ଵାରା କୌଣସି ଗୁରୁତର ସମସ୍ୟା ପ୍ରାୟତଃ ଦୃଷ୍ଟି ଗୋଚର ହୋଇ ନଥାଏ ।
ସମସ୍ତ ବ୍ଳକ ସାଧାରଣ ଭାବରେ ଅପରେଟିଭ ରୁମରେ କାର୍ଯ୍ୟ କରୁଥିବାବେଳେ ପେରଣ୍ଟେରିଆଲ ନର୍ଭ ବ୍ଳକ ଓଟିରେ ପ୍ରବେଶ କରିବା ପୂର୍ବରୁ ପ୍ରି-ଅପରେଟିଭ ରୁମରେ ଉପଲବ୍ଧ କରାଯାଇଥାଏ । ସ୍ନାୟୁ ମଧ୍ୟରେ ଏକ ତାର ପ୍ରବେଶ କରାଯାଇ ନିଶ୍ଚେତକ ବିଶେଷଜ୍ଞ ଏହାକୁ ତଦାରଖ କରିବା ସହିତ ସମସ୍ତ ପ୍ରଣାଳୀର କାର୍ଯ୍ୟଧାରାର ବିଶ୍ଲେଷଣ କରିଥାନ୍ତି । ବ୍ଳକ, କାର୍ଯ୍ୟ ପୂର୍ବରୁ ତ୍ଵଚାକୁ ଷ୍ଟେରାଇଲ ସଲ୍ୟୁସନ ଦ୍ଵାରା ପରିଷ୍କାର କରାଯାଇ ବ୍ଳକ୍ ନିର୍ଜିଲ ଇନସେସନ ସ୍ଥାନରେ ଲୋକାଲ ନିଶ୍ଚେତକର ପ୍ରୟୋଗ କରାଯାଇଥାଏ । ଏହାଦ୍ଵାରା କେବଳ ଆପଣଙ୍କୁ ହାଲକା ଭାବରେ ଚିମୁଟିଲା ଭଳି ଅନୁଭୂତ ହୋଇଥାଏ ।
ସର୍ଜରୀ ପୂର୍ବରୁ ବ୍ଳକୁ ୧୦୦ ପ୍ରତିଶତ ସଫଳତାର ସହିତ କାର୍ଯ୍ୟ କରୁଛି କି ନାହିଁ ତାହାର ପରୀକ୍ଷଣ କରାଯାଇଥାଏ । ଉଦାହରଣ ସ୍ଵରୂପ ଆପଣଙ୍କୁ କୌଣସି ଅନୁଭବ ହେଉନି ବୋଲି ପରୀକ୍ଷଣ କରାଯାଇଥାଏ । ଆପଣ ସଚେତନ ଥାଆନ୍ତୁ କିମ୍ବା ଆପଣଙ୍କୁ କୌଣସି ଯନ୍ତ୍ରଣା ଉପଶମକାରୀ ଔଷଧ ଦିଆଯାଇଥିଲେ ମଧ୍ୟ ଆପଣ ପ୍ରକୃତ ସର୍ଜରୀ ପ୍ରକିୟାକୁ ଅନୁଭବ କରି ନଥାନ୍ତି ।
ସଂଗୃହିତ : ଡାକ୍ତର ରଶ୍ମିରଞ୍ଜନ ଶତପଥୀ, ଭୁବନେଶ୍ଵର