ଆଣ୍ଠୁଗଣ୍ଠି ବା ଅଣ୍ଟାରେ ଯନ୍ତ୍ରଣା ଏବେ ବହୁଳ ଭାବେ ଦେଖାଯାଉଛି । ଏହାକୁ ସାଧାରଣରେ ଗଣ୍ଠିବାତ ବୋଲି କୁହାଯାଏ । ଯେ କୌଣସି ବୟସରେ ଜେନ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ତେବେ ଏହି ରୋଗର ନିରାକରଣ ଓ ଚିକିତ୍ସା ସମ୍ଭବ । ଏହି ରୋଗ ସମ୍ପର୍କରେ ଜଣାଶୁଣା ରୁୟମାଟୋଲୋଜିଷ୍ଟ ତଥା ସମ୍ ହସ୍ପିଟାଲର ରୁୟମାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଜ୍ୟୋତିରଞ୍ଜନ ପରିଡାଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର ।
ଗଣ୍ଠିବାତ ରୋଗ ପିଲାମାନଙ୍କୁ ହେବାର ଆଶଙ୍କା ଥାଏ କି
ସାଧାରଣରେ ଅନେକଙ୍କ ଧାରଣା ଯେ, ବୟସ ହେଲେ ଆଣ୍ଠୁଗଣ୍ଠି ବାତ ହୋଇଥାଏ । କିନ୍ତୁ ଛୋଟ ପିଲାମାନଙ୍କଠାରେ ମଧ୍ୟ ଏହି ରୋଗ ଦେଖାଯାଇଥାଏ । ଏହାକୁ ଛୁଆଙ୍କ ଗଣ୍ଠିବାତ ବା ଜୁଭେନାଇଲ ଏଡିଓପାଥିକ ଅର୍ଥୋରାଇଟିସ୍ ( ଜେଆଇଏ) କୁହାଯାଏ । ଏହା 1 ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ୧୬ ବର୍ଷର ପିଲାଙ୍କଠାରେ ଦେଖାଯାଇଥାଏ ।
ପିଲାମାନଙ୍କଠାରେ ବିଭିନ୍ନ ସମୟର୍ବେ ଭିନ୍ନ ଭିନ୍ନ ପ୍ରକାର ଯନ୍ତ୍ରଣା ଦେଖାଯାଇଥାଏ । ସବୁଗୁଡିକୁ କ’ଣ ଗଣ୍ଠିବାତ
ଆଣ୍ଠୁଗଣ୍ଠି ଓ ଅଣ୍ଟାରେ ଅନୁଭୂତ ସମସ୍ତ ଯନ୍ତ୍ରଣା ବାତ ନୁହେଁ । ସାଧାରଣତଃ ଛୋଟ ପିଲାମାନେ ଶୀଘ୍ର ବାଢୁଥିବାର ସେମାନଙ୍କ ଠାରେ ଶାରୀରିକ ପରିବର୍ତ୍ତନ ଜଲଦି ହୋଇଥାଏ । ତେଣୁ ସେମାନଙ୍କ ଗୋଡରେ ଅନେକ ସମୟରେ ଯନ୍ତ୍ରଣା ଅନୁଭୂତ ରହିଛି । ଶାରୀରିକ ଅଭିବୃଦ୍ଧି ଯୋଗୁଁ ମାଂସପେଶୀ ଓ ଅସ୍ଥି ଏହା ସମୟରେ ବଢି ନ ଥାନ୍ତି । ଅସ୍ଥିର ବୃଦ୍ଧି ମାଂସପେଶୀଠାରୁ ଶୀଘ୍ର ହେଉଥିବାରୁ ମାଂସପେଶୀ ଟାଣି ହୋଇଥାଏ । ଏହାକୁ ‘ଗ୍ରୋଇଙ୍ଗ ପେନ’ କୁହାଯାଏ । ଏହାକୁ ବାତ ଭାବିବା ଅନୁଚିତ । ରାତିରେ ଶୋଇବା ସମୟରେ ଟିକେ ତେଲ ମାଲିସ ଦ୍ଵାରା କଷ୍ଟରୁ ଉପଶମ ମିଳିପାରିବ । ପୁଣି କିଛି ଛୁଆଙ୍କ ମାଂସପେଶୀ ଅନ୍ୟମାନଙ୍କଠାରୁ ଅଧିକ ନରମ ହୋଇଥାଏ । ଯାହା ଫଳରେ ଅନେକ ସମୟରେ ସେମାନଙ୍କ ଗୋଡ ଓ ଅଣ୍ଟାରେ ଅଧିକ ଯନ୍ତ୍ରଣା ଅନୁଭୂତ ହୁଏ । ନିୟମିତ ବ୍ୟାୟାମ ଦ୍ଵାରା ମାଂସପେଶୀ ଶକ୍ତି ହୋଇ ଏହି ଯନ୍ତ୍ରଣା କମ୍ ହୋଇଯାଏ । ତେଣୁ ଏ ସବୁକୁ ବାତ ଭାବିବା ଅନୁଚିତ ।
ସକାଳୁ ଅଣ୍ଟାରେ କଷ୍ଟ ଲାଗିବା ଓ ଗଣ୍ଠି ଫୁଲି ଦରଜ ହେବା, ସକାଳୁ ଉଠୁ ଉଠୁ ୧ ଘଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣାଅନୁଭୂତ ହେବା, ବେଳେବେଳେ ବସିଥିବା କିମ୍ବା ସୋଇଥିବା ସମୟରେ ମାଂସପେଶୀ ଶାଙ୍କୁଡି ଯିବା ( ଷ୍ଟିଫ୍) ହୋଇଯିବା, ଏହା ଗଣ୍ଠି ଛଡା ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରାଭାବିତ କରିଥାଏ । ଏଭଳି ପିଲାମାନେ ନିୟମିତ ଚକ୍ଷୁ ପରୀକ୍ଷା ନ କରାଇଲେ ଦ୍ରୁଷ୍ଟିଶକ୍ତି ହରାଇବାର ମଧ୍ୟ ଆଶଙ୍କା ରହିଛି । ସହ ଚର୍ମରେ ଲାଲ୍ ଲାଲ୍ ହୋଇ ଫଳିଯାଇଥାଏ । ଏହି ସବୁଲକ୍ଷଣ ଶିଶୁଠାରେ ଦେଖା ଗଲେ ଆମେ ଏହାକୁ ଗଣ୍ଠିବାତ ବୋଲି ଜାଣିବା ।
ସାଧାରଣତଃ ଆମେମାନେ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହେଲେ ବଜାରରେ ମିଳୁଥିବା କିଛି ମଲମ ନେଇ ମାଲିସ୍ କରିଦେଉ । ଏହା ଫଳରେ ରୋଗୀକୁ ଅଳ୍ପ ସମୟ ପାଇଁ ଆରାମ ମିଳେ ସତା । କିନ୍ତୁ ଏହି ଯନ୍ତ୍ରଣା ଶରୀର ଭିତରେ ଧୀରେ ଧୀରେ ବଢି ରୋଗୀର ଅକର୍ମଣ୍ୟତାର କାରଣ ହୋଇଥାଏ । ତେଣୁ ରୋଗର ଲକ୍ଷଣ ଦେଖି ସଙ୍ଗେ ସଙ୍ଗେ ରୁୟମାଟୋଲୋଜିଷ୍ଟଙ୍କ ସହ ପରାମର୍ଶ କରିବା ଉଚିତ । ରୁୟମାଟୋଲୋଜିଷ୍ଟ ରୋଗୀର ସଠିକ ରୋଗ ନିରୂପଣ ଜଋ ଔଷଧ ଦେଇଥାନ୍ତି । ମେଥୋଟ୍ରାଜେଟ୍, ସଲଫା ସାଲାଜିନ , ଲେପ୍ନୁନାମାଇଡ୍ ଇତ୍ୟାଦି ଔଷଧ ବିଭିନ୍ନ ଗଣ୍ଠିବାଟରେ ଶୀଘ୍ର ଉପଶମ କରାଇଥାଏ ।ଣ କିଛି ଗଣ୍ଠି ରୋଗକୁ ଏହି ସବୁ ଔଷଧ କାମ ଦେଇ ଣ ଥାଏ । ସେଥିପାଇଁ ନିକଟ ଅତୀତରେ ବାୟୋଲୋଜିକସ ମେଡ଼ିସିନ ମଧ୍ୟ ବଜାରରେ ଉବଲବ୍ଧ ହେଉଛି ଏହି ସବୁ ଔଷଧ ବହୁ ଦାମୀ ହୋଇଥିଲେ ମଧ୍ୟ ରୋଗୀ ଶୀଘ୍ର ଭଲ ହେବାରେ ଏହା ସାହାଯ୍ୟ କରିଥାଏ । ଏହା ସହ ନିୟମିତ ବ୍ୟାୟାମର ମଧ୍ୟ ଆବଶ୍ୟକତା ରହିଛି ।
ଆଧାର
Last Modified : 2/19/2020