অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗଳଗ୍ରନ୍ଥି ରୋଗ

ଗଳଗ୍ରନ୍ଥି ରୋଗ

ଶରୀର ରୋଗର ଘର   ।  ମୁଣ୍ଡରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ସର୍ବଦା ଯତ୍ନ ନିଆଯିବ ଦରକାର  । ତେବେ ନିହାତି ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବେ ଗଳଗ୍ରନ୍ଥୀକୁ ନିଆଯାଇପାରେ  । ତେବେ ଏଥିରେ କିଛି ସମସ୍ୟା ଉପୁଜିଲେ ଅବିଳମ୍ବେ ଚିକିତ୍ସା ଦରକାର   । ନଚେତ ଏହା ମୃତ୍ୟୁର କାରଣ ହୋଇପାରେ   ।

ଲକ୍ଷଣ

(କ) 5 ବର୍ଷରୁ କମ ଶିଶୁଙ୍କ ପକ୍ଷେ  : ଅଳସୁଆ , ମାନ୍ଦାଳିଆ , ବିକୃତରୂପ , ମାନସିକ ଓ ଶାରୀରିକ ଅଭିବୃଦ୍ଧିର ଅବକ୍ଷୟ , କୋଷ୍ଠ କାଠିନ୍ୟ , କର୍କଶ ସ୍ଵର , କେସ କ୍ଷୟ , ଶୁଷ୍କଚର୍ମ ଏବଂ ନାଭିର ଅଭିବୃଦ୍ଧି   ।

(ଖ) ବଡପିଲାଙ୍କ ପକ୍ଷେ  :

ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ବୃଦ୍ଧି ନ ଘଟିବା , ପାଠପଢାରେ ନିଷ୍କ୍ରିୟ ହେବା ,ଋତୁସ୍ରାବର ବିଳମ୍ବ କିମ୍ବା ଅତ୍ୟଧିକ ସ୍ରାବର ଲକ୍ଷଣ ଦେଖାଯାଏ  ।

(ଗ) ମହିଳାଙ୍କ ପକ୍ଷେ

ଅତ୍ୟଧିକ ଋତୁସ୍ରାବ ,ଅନିୟମିତ ଋତୁସ୍ରାବ , ଗର୍ଭଧାରଣ ଶକ୍ତିହୀନତା   ।

(ଘ) ଗର୍ଭବତୀ ମହିଳା ପକ୍ଷେ

ଅତ୍ୟଧିକ ରକ୍ତଚାପ , ଜନ୍ମିତ ଶିଶୁର ସ୍ୱାସ୍ଥ୍ୟର ଅବକ୍ଷୟ , ସମୟର ବହୁ ପୂର୍ବରୁ ଶିଶୁ ପ୍ରସାବ ହେବା ସଦ୍ୟଜାତ ଶିଶୁର ଓଜନ କମ ହେବା ଆଦି   ।

ହାଇପର

ଥାଇରଏଡିଜିମର ଲକ୍ଷଣ

  • ଅଧିକ ଭୋକଥିବା ସତ୍ତ୍ୱେ ଓଜନ କ୍ଷୟ   ।
  • ହାତ ଥରିବା   ।
  • ଗରମକୁ ସଦ୍ୟ ନ କରିପାରିବା   ।
  • ଗରମକୁ ସଦ୍ୟ ନ କରିପାରିବା   ।
  • ଛାତି ଧକ ଧକ ହେବା   ।
  • ମାତ୍ରାଧିକ ଝାଡା ଯିବା , ଚର୍ମ ଆର୍ଦ୍ର ହେବା , ନିଦ୍ରା ନ ହେବା , ଆଖି ଲାଲ ହେବା , ଆଖିର ଲୁହ ବାହାରିବା    ।

ଥାଇରଏଡ

ଅନିୟମିତତାର ଚିକିତ୍ସା   ।

(କ) ହାଇପୋଥାଇର ଏଡିଜିମ   ଏଥିପାଇଁ ଅସ୍ତ୍ରୋପଚାର ଆବଶ୍ୟକତା ନଥାଏ   । ଏହା ରୋଗ ନୁହେଁ ,  ଶରୀରରେ କିଛି ଅଭାବ ଦେଖାଦେଲେ ଏହା ଅନୁଭବ ହେଉ   । ସେଥିପାଇଁ ଚିକିତ୍ସକ କିଛି ବଟିକା ଦେଇ ଶରୀରରେ ଥିବା ଅଭାବକୁ ଦୂର କରିବା ପାଇଁ ଚେଷ୍ଟା କରିଥାନ୍ତି  । ସେଥିପାଇଁ ଥାଇରଏଡ ବଟିକାକୁ ଔଷଧ କୁହାଯାଏ ନପାରେ ବସ୍ତୁତଃ ଏହା ଏକ ବିକଳ୍ପ   ।

ଡାକ୍ତରଙ୍କ ପରାମର୍ଶରେ ପ୍ରତିଦିନ ଖାଲିପେଟରେ ଗୋଟାଏ ବଟିକା ଜଳଖିଆ ଚା ଓ କଫି ନେବାର ଏକ ଘଣ୍ଟା ପୂର୍ବରୁ ସେବନ କରିବା ଉଚିତ   ।  ପ୍ରାଥମିକ ସ୍ତରରେ ପ୍ରତ୍ୟେକ 2-3 ମାସକୁ ଠାରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ   ।  ଥାଇରଏଡ ସ୍ତରରେ ଉନ୍ନତି ଘଟି ଠିକ ହୋଇଗଲେ  6-9 ମାସ ମଧ୍ୟରେ ଠାରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ   ।

(ଖ)  ଅଧିକାଂଶ ରୋଗୀଙ୍କ ଚିକିତ୍ସା ଔଷଧ ସେବନ ମାଧ୍ୟମରେ ହୋଇଥାଏ   । ଏଥିରେ ଡାକ୍ତରଙ୍କ ପରାମର୍ଶ ପ୍ରତ୍ୟେକ ଦୁଇମାସରେ ଠାରେ କରିବା ଆବଶ୍ୟକ   ।  ଔଷଧ ଦ୍ଵାରା ନିୟନ୍ତ୍ରଣ ନ ହେଲେ କେତେକ ରୋଗୀଙ୍କୁ ରେଡିଓ ଆୟୋଡିନ ଥେରାପି କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ   ।  ପଡିଥାଏ  ।  ଥାଇରଏଡ ଅର୍ବୁଦର ନିରୀକ୍ଷଣ ପାଇଁ ରକ୍ତ ପରୀକ୍ଷା   , ଅଲଟ୍ରାସାଉଣ୍ଡ ଛୁଞ୍ଚି ପରୀକ୍ଷାର ଫଳାଫଳକୁ ନେଇ ଡାକ୍ତର ଔଷଧ କିମ୍ବା ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ ଚିକିତ୍ସା କରିଥାନ୍ତି   ।  ଥାଇରଏଡ କର୍କଟ ରୋଗ ଭଳି ଜୀବନପାଇଁ ବିପାଦଦାୟକ ନୁହେଁ  । ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ ଚିକିତ୍ସା କରିଥାନ୍ତି   ।

ଗର୍ଭବତୀ ମହିଳାଙ୍କ ପକ୍ଷେ ଏହି ରୋଗ ଅଧିକ ମାତ୍ରାରେ ଦେଖାଯାଏ  ।  20 -22 ପ୍ରତିଶତ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହି ରୋଗ ଦେଖାଦେଇଥାଏ  । ମହିଳାଙ୍କ ହରମୋନ ଯୋଗୁଁ କ୍ଷରିତ ହେବା ଥାଇରଏଡ ବାଇଣ୍ଡି ଗ୍ଲୋବୁଲିନ ସଂଯୋଜିତ ହୋଇଥାଏ   ।  ଗର୍ଭବତୀ ମହିଳାଙ୍କ ହାରମୋନର ସ୍ତର 1.5 ଗୁଣ ସାଧାରଣ ମହିଳାଙ୍କ ଠାରୁ ଅଧିକ   । ଗର୍ଭବତୀ ମହିଳାଙ୍କ ଠାରେ ବେଳେ ବେଳେ ପ୍ରଥମ ଥର ଥାଇରଏଡ ବିଶୃଖଳା ଦେଖା ଦେଇଥାଏ  । ଶିଶୁ ଜନ୍ମହେବାର 3-6 ମାସପରେ ଥାଇରଏଡ ସମସ୍ୟା କେତେକ ମହିଳାଙ୍କୁ ଦେଖାଦେଇଥାନ୍ତି   । ପରିବାରର ସଭ୍ୟଙ୍କ ଯଦି ଏହି ସମସ୍ୟାଥାଏ , ଗର୍ଭବତୀ ସ୍ତ୍ରୀଙ୍କର ହାଇପୋଥାଇରଏଡିଜିମ ଦେଖାଯିବା ସମ୍ଭାବନା ଅଧିକ  ।

ଗର୍ଭବତୀ ମହିଳାଙ୍କ ପକ୍ଷେ ଯଦି ଏହା ଠିକ ଭାବରେ ନିୟନ୍ତ୍ରଣାଧୀନ ହୋଇ ନଥାଏ   , ତେବେ ଗର୍ଭଧାରଣ ହେବା ସୁଯୋଗ କମ ହୋଇପାରେ   । ଏପରିକି ଗର୍ଭଧାରଣ ପରେ ମଧ୍ୟ ଶାରୀରିକ ଓ ମାନସିକ ସ୍ଥିତିର ଦୁର୍ବଳତା ଦେଖା ଦେଇଥାଏ   । ପ୍ରଥମ 3 ମାସ ଶିଶୁ ଗର୍ଭାଶୟ ମଧ୍ୟରେ ମା ର ଥାଇରଡ ହରମୋନ ଦ୍ଵାରା ଶକ୍ତି ପାଇଥାଏ   ।  କାରଣ ଶିଶୁ ଦେହରେ ଥାଇରଏଡ ଗ୍ରନ୍ଥି ଅନୁପସ୍ଥିତି ଥାଏ   ।  ଅତଏବ ହାଇପୋ ଥାଇରଏଡିଜିମ ସମସ୍ୟା ଜାଣିବା କ୍ଷଣି ଥାଇରଏଡ ବଟିକା ସେବନ ତତକ୍ଷଣାତ କରିବା ଆବଶ୍ୟକ   ।  ହାଇପୋଥାଇର ଏଡିଜିମ ସମସ୍ୟା ଚିହ୍ନଟ ହୋଇଥିବା ଗର୍ଭବତୀ ମହିଳା ଡାକ୍ତରଙ୍କ ପରାମର୍ଶ କ୍ରମେ ବଟିକା ମାତ୍ରା ବୃଦ୍ଧି କରିବା ଆବଶ୍ୟକ   ।  ଶିଶୁର 3 ମାସ ପରେ ନିଜସ୍ୱ  ଥାଇରଏଡ ଗ୍ରନ୍ଥି ବିକଶିତ ହୁଏ   । ମାତ୍ର  ମା ଥାଇରଏଡ ବଟିକା ସେବନ ଚାଲୁ ରଖିବା ଉଚିତ  । ପ୍ରଥମ 5 ମାସ ରୋଗୀ 4 ସପ୍ତାହକୁ ଥରେ ଏବଂ ପରବର୍ତ୍ତୀ ସମୟରେ 6-8 ସପ୍ତାହ ମଧ୍ୟରେ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ  ।

ଆଧାର ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate