ହୋମ / ସ୍ଵାସ୍ଥ୍ୟ / ରୋଗ / ଗାଉଟ୍ ରୋଗ
ସେଆର କରନ୍ତୁ

ଗାଉଟ୍ ରୋଗ

ଗାଉଟ୍ ରୋଗ କଣ ଏବଂ ଚିକିତ୍ସା ବିଷୟରେ ସୂଚନା ।

ଗାଉଟ ରୋଗ କଣ ?

ରକ୍ତରେ ୟୁରିକ୍‌ ଏସିଡ୍ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍ । ୟୁରିକ୍‌ ଏସିଡ୍ ସମସ୍ୟା ଦ୍ଵାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢ଼ିଲେ ବି ରୋଗଟି ସମ୍ପର୍କରେ ସଚେତନ ଥିବା ଲୋକଙ୍କ ସଂଖ୍ୟାକୁ ଆଙ୍ଗୁଠି ଅଗରେ ଗଣି ଦେଇହେବ । ଏହି କାରଣରୁ ରୋଗର ଠିକ୍‌ ଚିକିତ୍ସା ସମ୍ଭବ ହୋଇପାରୁନି । ତେଣୁ ୟୁରିକ୍‌ ଏସିଡ୍‌ର ଅତ୍ୟାଚାରରୁ ତ୍ରାହିପାଇବା ପାଇଁ ସଚେତନତାକୁ ହିଁ ଅସ୍ତ୍ର ରୂପେ ବ୍ୟବହାର କରିବା ଏକମାତ୍ର ପନ୍ଥା ।

‘ଗାଉଟ୍' ଶବ୍ଦଟି ‘ଗଟ୍ଟା’ ନାମକ ଲାଟିନ ଶବ୍ଦରୁ ଆସିଅଛି । ‘ଗଟ୍ଟା’ର ଅର୍ଥ ବୁନ୍ଦା’ । ପୂର୍ବରୁ ବିଶ୍ଵାସ କରାଯାଉଥିଲା ଯେ ଏକ ବିଷାକ୍ତ ଉପାଦାନ ବୁନ୍ଦା ବୁନ୍ଦା ହୋଇ । ଗଣ୍ଠି ଗୁଡ଼ିକ ଭିତରେ ପଡ଼ିଲେ ଗାଉଟ ରୋଗ ଜାତ ହୁଏ ।

ଥୋମାସ ସିଡେନହାମ ଥିଲେ । ଜଣେ ଇଂରେଜ ଡାକ୍ତର । ଜୀବନ ସାରା  ସେ ଗାଉଟ୍ ରୋଗ ଭୋଗି ଚାଲିଥିଲେ । ନିଜ ଅଭିଜ୍ଞତାରୁ ସେ ଏହି ରୋଗଟି ସମ୍ପର୍କରେ ବିସ୍ତୃତ ବିବରଣୀ ଲିପିବଦ୍ଧ କରିଯାଇଛନ୍ତି। ତେଣୁ ତାଙ୍କୁ ‘ଗାଉର ସେକ୍ସପିୟର ଭାବେ ଅଭିହିତ କରାଯାଏ । ସେ ଉଲ୍ଲେଖ କରିଛନ୍ତି । ଯେଉଁ ବୟସ୍କ ବ୍ୟକ୍ତିମାନେ - ଖୁବ୍ ଆରାମରେ ଜୀବନଯାପନ କରିଥାନ୍ତି, । ଯେଉଁମାନେ ବିଳାସ ପରାୟଣ ଓ । ଇନ୍ଦ୍ରିୟାସକ୍ତ, ଅଭ୍ୟସାସକ୍ତ ମଦ୍ୟପ ଏବଂ ନିୟମିତ ଖାଇଥାନ୍ତି ବେଶି ପରିମାଣର ମାଛ, ମାଂସ, ଅଣ୍ଡା ଆଦି ଆମିଷ ଜାତୀୟ ଖାଦ୍ୟ, ସେହିଭଳି ବ୍ୟକ୍ତିମାନେ ଗାଉଟ ଆକ୍ରମଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏବଂ ଏହି ରୋଗରେ । ଅସାଧାରଣ ଭାବେ ତୀବ୍ର ଯନ୍ତ୍ରଣା ହେଉଥିବାରୁ ଗାଉଟକୁ ରାଜା ମାନଙ୍କ ରୋଗ ଓ ରୋଗ ମାନଙ୍କ ରାଜା ବୋଲି କହିବା ଯଥାର୍ଥ। “ମହାନ୍ ଗ୍ରୀକବୀର  ଆଲେକଜାଣ୍ଡର, ଫ୍ରାନ୍ସର ସମ୍ରାଟ ଚତୁର୍ଦ୍ଦେଶ ଲୁଇ, ବୈଜ୍ଞାନିକ ଆଇଜାକ୍ ନିଉଟନ୍ ରକ୍ତ ସଞ୍ଚାଳନର ଆବିଷ୍କର୍ତ୍ତା ଉଇଲିୟମ୍ ହାଲେ, ଆମେରିକୀୟ ରାଜନୀତିଜ୍ଞ ତଥା ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କଲିନ୍, ଖ୍ରୀଷ୍ଟିୟାନ ଧର୍ମଗୁରୁ ମାର୍ଟିନ ଲୁଥର, ବିଖ୍ୟାତ ଇଂରେଜ କବି ଓ ପ୍ରାବନ୍ଧିକ ଜନ୍ ମିଟନ ପ୍ରମୁଖ ଗାଉଟ ରୋଗୀ ଥିଲେ ବୋଲି ପ୍ରକାଶ ।

ରୋଗ ହୁଏ କାହିଁକି ?

ରକ୍ତରେ ୟୁରିକ୍‌ ଏସିଡ୍ ମାତ୍ରା ବଢ଼ିଗଲେ । ଜାତ ହୋଇପାରେ ଗାଉଟ  । ୟୁରିକ୍‌ ଏସିଡ  ସମସ୍ୟା ଦ୍ଵାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମାତ୍ର ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢ଼ିଲେ ବି ରୋଗଟି ସମ୍ପର୍କରେ ସଚେତନ ଥିବା ଲୋକଙ୍କ ସଂଖ୍ୟାକୁ  ଆଙ୍ଗୁଠି ଅଗରେ ଗଣି ଦେଇହେବ । ଏହି କାରଣରୁ ରୋଗର ଠିକ୍ ଚିକିତ୍ସା ସମ୍ଭବ ହୋଇପାରୁନାହିଁ । ତେଣୁ ୟୁରିକ୍ ଏସିଡ୍‌ର ଅତ୍ୟାଚାରରୁ ତ୍ରାହି ପାଇବା ପାଇଁ ସଚେତନତାକୁ ହିଁ ଅସ୍ବରୂପେ ବ୍ୟବହାର କରିବା ଏକମାତ୍ର ପନ୍ଥା ।

ହେଲେ ୟୁରିକ୍ ଏସିଡ୍ ଆସେ କେଉଁଠୁ । ଶରୀରର କୋଷଗୁଡ଼ିକ ଭିତରେ ଥାଏ ଡିଏନ୍‌ଏ ଓ ଆରଏନ୍‌ଏ ଅଣୁ  । ଫ୍ୟୁରିନ୍ ହେଉଛି ଡିଏନ୍‌ଏ ଓ ଆର୍‌ଏନ୍‌ଏ ଅଣୁର ଅନ୍ୟତମ ଉପାଦାନ। ଏହି ଉପାଦାନ ଭାଙ୍ଗିଗଲେ ୟୁରିକ୍ ଏସିଡ୍ ଜାତ ହୁଏ । ପୁଣି ଫ୍ୟୁରିନ୍ ରହିଥିବା ଖାଦ୍ୟ ଖାଇଲେ ମଧ୍ୟ ରକ୍ତରେ ୟୁରିକ୍ ଏସିର ମାତ୍ରା ବଢ଼ିଯାଏ।  ରକ୍ତରେ ରହିବା ସହ ଏହା ପରିସ୍ରାରେ ନିଷ୍କାସିତ ହୋଇଥାଏ ମଧ୍ୟ ।

ସାଧାରଣ ସୁସ୍ଥ ବୟସ୍କ ବ୍ୟକ୍ତିର ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ୧୦୦ ମିଲି ଲିଟର ସିରମ ପ୍ରତି ୩ରୁ ୭ ମିଲିଗ୍ରାମ୍। ପରିସ୍ରାରେ । ଦୈନିକ ୩୦୦ରୁ ୭୦୦ ମିଲିଗ୍ରାମ ୟୁରିକ୍ ଏସିଡ଼ ନିଷ୍କାସିତ ହୋଇଥାଏ। ସେହିପରି ବ୍ଲକ ସନ୍ତୋଷଜନକ ଭାବରେ କାମ କରିନପାରିଲେ ୟୁରିକ୍‌ ଏସିଡ୍‌ର ନିଷ୍କାସନ ବାଧାପ୍ରାପ୍ତ ହୋଇ ଏହା ରକ୍ତରେ ଜମିଯିବା ସ୍ଵାଭାବିକ  । ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବୃଦ୍ଧିକୁ କୁହାଯାଏ ‘ହାଇପର ୟୁରିସିମିଆ ଓ ଏହାର ପରିଣାମରେ ପ୍ରକାଶ ପାଏ ଗାଉଟ।

ରୋଗର ଲକ୍ଷଣ

ରକ୍ତରେ ୟୁରିକ୍ ଏସିର ମାତ୍ରା ବଢ଼ିଗଲେ ତାହା ସୋଡିୟମ ୟୁରେଟ୍ ଭାବରେ ଗଣ୍ଠି ନିକଟସ୍ଥ ତନ୍ତୁରେ ଜମିରହେ । ଜମିଥାଏ ଗଣ୍ଠିଗୁଡ଼ିକ ପାଖରେ ଥିବା ଟେଣ୍ଡନ ଓ କାଟିଲେଜ୍ (ଉପାସ୍ଥି ବା କୋମଳାସ୍ଥି)ରେ ।  ୟୁରେଟ୍ ନେଇଥାଏ ଛୁଞ୍ଚି ସଦୃଶ ସ୍ଫଟିକାର ଆକାର । ବେଶି ଆକ୍ରାନ୍ତ ହୋଇଥାଏ ଆଣ୍ଠୁ , ବଳାଗଣ୍ଠି, କହୁଣି ପାଖର ଗଣ୍ଠି, ମଣିବନ୍ଧ ବା କଜି ଗଣ୍ଠି ଓ ହାତ ଏବଂ ପାଦର ଆଙ୍ଗୁଠି ଗଣ୍ଠ। ଏକାଧିକ  ଗଣ୍ଠି ଆକ୍ରାନ୍ତ ହେବା ଆଦୌ ଅସାଧାରଣ ନୁହେଁ। ତେବେ ପାଦର ବୁଢ଼ା ଆଙ୍ଗୁଠି ଗଣ୍ଠି ଆକ୍ରାନ୍ତ ହେବା ଅତି ସାଧାରଣ ଆକ୍ରାନ୍ତ ଗଣ୍ଠି ଲାଲ୍ ପଡ଼ି ଫୁଲିଯାଏ ଓ ଏହା ଉଷୁମ ଲାଗେ। ଜାତ ହୁଏ ଅସହ୍ୟ ଯନ୍ତ୍ରଣା  ଗଣ୍ଠି ଏତେ ବେଶି ଦରଜ ହୋଇପଡ଼େ ଯେ ରୋଗୀ ସେହି ଗଣ୍ଠିରେ ହାତ ଛୁଆଁଇ ଦିଏନି। ଏପରି କି ଗଣ୍ଠି ଉପରେ ରୁମାଲଟିଏ ଥୋଇଲେ ବି ତାହା ରୋଗୀ ପାଇଁ ବ୍ୟଥାଦାୟକ ହୋଇଥାଏ ଯନ୍ତ୍ରଣା । ପ୍ରାୟତଃ ରାତିରେ ଆରମ୍ଭ ହୋଇଥାଏ ଓ ରୋଗୀ ହଠାତ୍ ନିଦରୁ ଉଠିପଡ଼ି ଯନ୍ତ୍ରଣାରେ ଛଟପଟ ହେବାରେ ଲାଗେ। ରୋଗ ବହୁଦିନର ହୋଇଗଲେ ଗଣ୍ଠି ପାଖରେ ଚମ ତଳେ ୟୁରେଟ୍ ସ୍ପଟିକ ଗୋଟାଳି ଭଳି ଜମିଯାଏ । ଏଭଳି ଗୋଟାଳିଆ ଅଂଶକୁ କୁହାଯାଏ ଟୋଫଇ । ଉଚ୍ଚ ରକ୍ତଚାପ, ଡାଇବେଟିସ, ହୃଦ୍‌ରୋଗ, ରକ୍ତରେ କୋଲଷ୍ଟରଲ୍‌ର ମାତ୍ରା ବୃଦ୍ଧି ଓ ପୃଥୁଳତା ଭଳି ସମସ୍ୟା ଥିଲେ ରକ୍ତରେ ୟୁରିକ୍ ଏସିର ମାତ୍ରା ବଢ଼ିପାରେ । ଇଭରେଟ ଜମିବା ଫଳରେ ବୁକ ବା କିନୀ ଆକ୍ରାନ୍ତ ହୋଇପଡ଼ିବା ମଧ୍ୟ ଆଶଙ୍କା ରହିଛି । ଏଭଳି କ୍ଷେତ୍ରରେ ୟୁରେଟ୍ ଜମି ଜାତ କରିପାରେ । ୟୁରେଟ୍ ପଥୁରି ରୋଗ ବା ୟୁରେଟ୍ ଷ୍ଟୋନ୍।

ରୋଗ ଚିହ୍ନଟ

ଗାଉଟ  ହୋଇଥାଇପାରେ ବୋଲି ସନ୍ଦେହ ହେଲେ ଡାକ୍ତରମାନେ ମୁଖ୍ୟତଃ ସିରମ୍ ୟୁରିକ୍‌ ଏସିଡ୍‌ର ମାତ୍ରା ପରୀକ୍ଷା କରେଇବା ପାଇଁ ପରାମର୍ଶ ଦେଇଥାନ୍ତି। ଗାଉଟ  ଥିଲେ ଏହି ମାତ୍ରା ବଢ଼ିଯାଇଥାଏ। ସ୍ଥଳ ବିଶେଷରେ ରକ୍ତର ହେମୋଗ୍ଲୋବିନ୍, ଡବ୍ଲ୍ୟୁସି, ଇଏସଆର, କ୍ରିଏଟିନିନ୍, ସୁଗାର ଓ ଲିପିଡ୍ ପ୍ରୋଫାଇଲ କରାଯାଇଥାଏ । ଅନେକ ସମୟରେ ଡାକ୍ତରମାନେ ଗଣ୍ଠିର ଏକ୍ସ-ରେ ଓ ଏମଆରଆଇ  ପରୀକ୍ଷା କରେଇପାରନ୍ତି । ଏହି ପରୀକ୍ଷାରୁ ଗୋଟାଳିଆ ‘ଟୋଫାଇ'ର ଉପସ୍ଥିତି ଜଣାପଡ଼େ।

ଚିକିତ୍ସା ବ୍ୟବସ୍ଥା

କେତେକ ନିର୍ଦ୍ଦିଷ୍ଟ ଔଷଧ ଦ୍ଵାରା ଗାଉଟ  ରୋଗର ଚିକିତ୍ସା କରାଯାଏ।

ସଂଗୃହିତ - ଡା. ନିତ୍ୟାନନ୍ଦ ସ୍ଵାଇଁ, 'ଅଭୀପ୍ରସା', ଅଭିନବ ବିଡ଼ାନାସୀ, କଟକ
2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top