অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାପାନୀଜ୍ ଏନସେଫାଲାଇଟିସ୍ କାରଣ ଓ ନିରାକରଣ

ଜାପାନୀଜ୍ ଏନସେଫାଲାଇଟିସ୍ କାରଣ ଓ ନିରାକରଣ

ଜାପାନିଜ୍ ଜ୍ଵର

ଜାପାନିଜ୍ ଜ୍ଵର/ ଜାପାନିଜ୍ ଏନସେଫାଲାଇଟିସ୍ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ । ଆରବୋ ଭାଇରସ୍ ‘ବି’ ନାମକ ଭୂତାଣୁ ହେଉଛି  ଏହି ରୋଗର କାରଣ । ଏହା ସଂକ୍ରମଣ କ୍ୟୁଲେକ୍ସ (Culex) ମସା କାମୁଡିବା ଦ୍ଵାରା ଏହି ଭୂତାଣୁ ସଂକ୍ରମିତ ହୋଇଥାଏ । ବିଶେଷକରି କ୍ୟୁଲେକ୍ସ ପରିବାରର ଟ୍ରାଇଟିଓରିଙ୍କସ୍ ବିଷ୍ଣୁଇ ଏବଂ ସୁଡୋବିଷ୍ଣୁଇ ମସା ଦ୍ଵାରା ବ୍ୟାପିଥାଏ । ଏହାବ୍ୟତୀତ ଅନ୍ୟ କେତେକ ମସା ଅନୁକୂଳ ପରିବେଶରେ ରୋଗ ସଂକ୍ରମଣ କରିଥାନ୍ତି ।

ଓଡିଶାରେ ଏହି ମସା ଏବଂ ଭୂତାଣୁ ଚିହ୍ନଟ କରାଯାଇଛି । ତେଣୁ ଯେକୌଣସି ମୂହୁର୍ତ୍ତରେ ଏହା ମହାମାରୀ ରୂପ ନେଇପାରେ । ଉପୟୁକ୍ତ ସୂଚନା ପରାମର୍ଶ ଓ ବିଶେଷକରି ମଶାକାମୁଡାରୁ ଦୂରେଇବ ରହିଲେ ଏହି ରୋଗ ସଂକ୍ରମଣରୁ ରକ୍ଷା ପାଇପାରିବା । ଜାପାନିଜ୍ ଜ୍ଵର ସାଧାରଣତଃ ପଶୁ- ପକ୍ଷୀମାନଙ୍କୁ ବେଶୀ ପରିମାଣରେ ହୋଇଥାଏ । ପଶୁମାନଙ୍କ ମଧ୍ୟରେ ମୁଖ୍ୟତଃ ଘୁଷୁରି ଦ୍ଵାରା ଏହି ଭୂତାଣୁ ଅବି ଘୁଷୁରି କିମ୍ବା ପକ୍ଷୀମାନଙ୍କଠାରୁ ପକ୍ଷୀମାନଙ୍କୁ ସଂକ୍ରମିତ ହୋଇଥାଏ ଉଚ୍ଚ୍ତ ରୋଗରେ ଘୁଷୁରି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କାରଣ ଏହାର ଭୂତାଣୁ ଘୁଷୁରି ଶରୀରରେ ବଂଶବୃଦ୍ଧି କରିଥାଏ । ଘୁଷୁରି ରୋଗରେ ସଂକ୍ରମିତ ନ ହୋଇ ଏହି ଭୂତାଣୁକୁ ଅଧିକାଂଶ ଦିନ ପର୍ଯ୍ୟନ୍ତ ନିଜ ଶରୀରରେ ଧାରଣ କରୁଥିବାରୁ କ୍ୟଲେକ୍ସ ମଶା, ସଂକ୍ରମିତ ଘୁଷୁରି ଶରୀରରୁ ଏହି ଭୂତାଣୁକୁ ସହଜରେ ନେବାର ସୁଯୋଗ ପାଇଁ ମଣିଷକୁ ରୋଗ  ଭିଆଇଥାଏ ।

ଏଠାରେ ଗୋଟିଏ କଥା ଆମେ ନିଶ୍ଚିତ ଭାବରେ ମନେରଖିବା ଉଚିତ୍ ଯେ, ରୋଗରେ ପୀଡିତ କୌଣସି ବ୍ୟକ୍ତିଠାରୁ ମଶା ଭୂତାଣୁ ସଂଗ୍ରହ କରି ନ ଥାଏ । ଏହି କ୍ୟୁଲେକ୍ସ ମଶା ଛୋଟ, ନାଳ ଗାଡିଆ ପାଣି ଜମି ରହୁଥିବା ସ୍ଥାନ, ଜଳସେଚିତ ଚାଷମାମି ଆଦି ସ୍ଥାନରେ ବଂଶବୃଦ୍ଧି କରିଥାଏ । ଅନ୍ୟ ମଶାମାନଙ୍କ ପରି ଏହାର ଜୀବନଚକ୍ର ମଧ୍ୟ ଆଣ୍ଡାରୁ- ଲାର୍ଭା, ଲାର୍ଭାରୁ- ପ୍ୟୁପା ଏବଂପ୍ୟୁପାରୁ ପୂର୍ଣ୍ଣାଙ୍କ ପୂର୍ଣ୍ଣାଙ୍କ ମସସ ହୋଇଥାଏ । ଏହି ମଶା ସାଧରଣସ୍ତଃ ଛାଇ ଏବଂ ଥଣ୍ଡା ସ୍ଥାନ ରେନେଇଥାନ୍ତି । ନେଇଥାନ୍ତି

ଗ୍ରୀଷ୍ମ ସମୟରେ ଅତ୍ୟଧିକ ଉତ୍ତାପ ଯୋଗୁଁ ସେମାସନେ ବେଳେବେଳେ ଘରୋକୁ ଆସି ବିଶ୍ରାମ ଏନଆର । ଘର ବାହାରେ ଅଧିକାଂଶ ସମୟରେ ବିଶ୍ରାମ ନେଉଥିବା ଦ୍ରୁଷ୍ଟିକାରଣରୁ ଘରୁ ଭିତରେ ଆଭ୍ୟନ୍ତରୀଣ କୀଟନାଶକ ସିଞ୍ଚନ ଏଥିପାଇଁ ଫେଲ ହୁଏ ନାହିଁ ସହି

ଲକ୍ଷଣ

ଭୂତାଣୁ ଦ୍ଵାରା ସଂକ୍ରମିତ ମଶା କାମୁଡିବାର ପ୍ରାୟ ୫ରୁ ୧୫ ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ରୋଗୀ ଦେହରେ ଦେଖାଯାଇଥାଏ । ଅନ୍ୟ ଭୂତାଣୁଜନିତ ରୋଗ ପରି ଏହି ରୋଗରେ ମଧ୍ୟ ଜ୍ଵର ଲାଗି ରହେ । ଏହା ଆମର ସ୍ନାୟୁବିକ ସଂସ୍ଥାନକୁ ଆକ୍ରମଣ କରୁଥିବାର ରୋଗୀକୁ କୌଣସି କାର୍ଯ୍ୟ କରିବାକୁ ଆଦୌ ଇଚ୍ଛା ହୁଏନାହିଁ  ବା ରୋଗୀ ହୋସ୍ ରେ ରହେ ନାହିଁ । ଅଳସୁଆମୀ ଲାଗି ରହିବା ସହ ବିରକ୍ତି ଭାବ, ପ୍ରତିକୂଳ ମନୋଭାବ ଲାଗି ରହେ । ବିଶ୍ରାମ ନେବାକୁ ଇଚ୍ଛା ହୁଏ । ଦୁର୍ବଳ ଲାଗିବା ସହ କ୍ଳାନ୍ତି ଅନୁଭୂତ ହୁଏ । ବାନ୍ତି ସହ ଝାଡା ମଧ୍ୟ ଲାଗି ରହେ । ରୋଗୀ ବେଳେବେଳେ ଅଚେତ ହେବା ସହିତ ମୂର୍ଚ୍ଛାଯାଏ ।

ଉପରୋକ୍ତ ଲକ୍ଷଣଗୁଡିକ ମଧ୍ୟରୁ ଦୁଇଟି ବା ସମସ୍ତ ଲକ୍ଷଣ ପ୍ରକାଶ ପାପାରେ । ଲକ୍ଷଣ ପ୍ରକାଶ ପାଇବା ମାତ୍ରା ତୁରନ୍ତ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ଗ୍ରହଣ କଲେ ଏହି ରୋଗରୁ ମୁକ୍ତି ମିଳିଥାଏ ।

ଉକ୍ତ ରୋଗ ସବୁ ବର୍ଗ ଓ ସବୁ ବୟସର ଲୋକଙ୍କୁ ଆକ୍ରାନ୍ତ କରୁଥିଲେ ମଧ୍ୟ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ବେଶୀ ମାତ୍ରାରେ ହେବାର ଦେଖାଯାଏ । ଏହି ରୋଗର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ରୋଗୀର ଉପଯୁକ୍ତ ସେବା ଓ ଯତ୍ନ ନେବା ଦ୍ଵାରା ରୋଗୀ ଅନେକାଂଶରେ ଭଲ ହୋଇ ଯାଇଥାଏ ତେବେ ଅତ୍ୟଧିକ ଭୂତାଣୁ ସଂକ୍ରମଣ ହେଉଥିବା ଅଞ୍ଚଳରେ ଏହି ରୋଗର ପ୍ରତିଷେଧକ ଟୀକା ଦେବାର ବ୍ୟବସ୍ଥା କରାଯାଇଥାଏ ।

ନିରାକରଣ

  • ମଶାଦାଉରୁ ରକ୍ଷା ପାଇବା ପାଇଁ ନିୟମିତ କୀଟନାଶକ ଉପଚାରିତ ମଶାରି ଟାଙ୍ଗି ଶୋଇବା ଆବଶ୍ୟକ । ୧୫ ବର୍ଷରୁ କମ୍ ବୟସର ପିଲା ଏବଂ ଗର୍ଭବତୀ ମହିଳା ଦିନବେଳା ମଧ୍ୟା ମଶାରି ଟାଙ୍ଗି ଶୋଇବା ଆବଶ୍ୟକ । ଘର ଭିତରେନ କୀଟନାଶକ ସିଞ୍ଚନ କରାଇବା ଉଚିତ୍ ।
  • ଘର ଚତୁଃପାର୍ଶ୍ଵରେ ଥିବା ଅନାବନା ଘାସବୁଦା ଆଦି ସବୁକୁ ସଫା କରିବା ।
  • ମଶା ଅଣ୍ଡା ଦେଉଛି ସ୍ଥାନକୁ ଚିହ୍ନଟ କରି ସେଥିରେ ମଶା ଲାର୍ଭାଖିଆ ଗାମ୍ବୁସିଆ ମାଛ ଭାଜିବା  ଏବଂ ଖଲାଖ ମାଗୁଡିକ ପୋତିଦେବା ।
  • ଘୁଷୁରିଠାରୁ ଏହି ରୋଗ ବ୍ୟାପୁଥିବାରୁ ଘୁଷୁରି ଗୁହାଳରେ ମଶା ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ । ମଶା କାମୁଡାରୁ ରକ୍ଷୀ ପାଇବା ପାଇଁ ଫୁଲ୍ ପ୍ୟାଣ୍ଟ ଓ ଫୁଲ୍ ଶାର୍ଟ (ଦେହ,ହାତ ଲୁଚୁଥିବା) ପିନ୍ଧିବା ଆବଶ୍ୟକ ।
  • ଦେହରେ ମଶାନିରୋଧୀ ତେଲ ଯଥା ନିମ୍ବ ଓ କରଞ୍ଜ ବ୍ୟବହାର କରିବା ଦରକାର । ଲୋକଙ୍କୁ ଏହି ରୋଗର କାରଣ ସମ୍ବନ୍ଧରେ ଅବଗତ କରାଇବା ସହ ଦିଦ୍ୟାଳୟରେ ଏହି ବିଷୟରେ ବ୍ୟାପକ ସଚେତନତା କରିଯିବା ଆବଶ୍ୟକ

ପ୍ରତି ଘର ପରିମଲ ହେଲେ ଗାଁ ପରିମଲ ହୋଇପାରିବ ଏବଂ ଗାକୁ  ସ୍ଵଚ୍ଛ ଓ ପରିମଲ ରଖି ଆମେ କେବଳ ଜାପାନିଜ୍ ରୋଗ ନୁହେଁ ଅନ୍ୟାନ୍ୟ ବିଭିନ୍ନ ରୋଗକୁ ନିର୍ମୂଳ କରିବା ସହିତ ଆମେ ସମସ୍ତେ ସୁସ୍ଥା ଓ ନିରୋଗ ଜୀବନଜାପାନ କରିପାରିବା ।

ଆଧାର  :ସ୍ଵାସ୍ଥ୍ୟ ବ୍ୟୁର

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate