অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜ୍ଵର ସମୟରେ ଖାଦ୍ୟ

ଜ୍ୱର

ଆମ ଶରୀରର ଜାଳେଣି ହେଉଛି ଖାଦ୍ୟରେ ଥିବା ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ଉପାଦାନା ଏହା ସାହାସର୍ବଦା ଜଳି ଜୀବକୋଷରେ ବିନିଯୋଗ ହୋଇ ଟାପ ଜାତ କରିଚାଲିଛି ବୋଲି ହିଁ ଆମ ଶରୀରର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନହିଟ୍ ବା ୩୭ ଡିଗ୍ରୀ ସେଲସିୟମ୍ ରେ ସ୍ଥିର ହୋଇରହିଛି । ଜ୍ଵର ହେଲେ ଏହି ଜାଳେଣି ବିନିଯୋଗର ହାର ବଢିଯାଏ ।

ଖାଦ୍ୟ ଆମକୁ ସୁସ୍ଥ, ଦୀର୍ଘିୟୁ କରେ । ଏହା ସହିତ ଖାଦ୍ୟ ରୋଗ ଆରୋଗ୍ୟ କରେ ଓ ରୋଗ ନିବାରଣ କରେ ।

ଆପଣଙ୍କୁ ଏହା ଅଛପା ନାହିଁ ଯେ ଜୀବାଣୁ ଭୂତାଣୁ କବଳ ଓ ପରଜୀବୀ ଭଳି ଅନେକ ଅଣୁଜୀବ ରୋଗ କରାଇବାରେ ପ୍ରଧାନ ଭୂମିକା ଗ୍ରହଣ କରିଥାନ୍ତି । ପୁଣି ଅଜ୍ଞାନ୍ତବଶତଃ ଆପଣମାନଙ୍କ ଭିତରୁ ଅନେକ ଧରିନେଇଛନ୍ତିଯେ, ଅନୁଜୀବ ସଂକ୍ରମଣ ବିରୋଧରେ ଆଣ୍ଟିବାୟାଟିକ୍ ଔଷଧ ମହୌଷଧି ଭଳି କାମ କରିଥାଏ । ତେଣୁ ବହୁ ସଂକ୍ରମଣ ରୋଗରେ ଜ୍ଵର ଏକ ସାଧାରଣ ଲକ୍ଷଣ ହୋଇଥିବାରୁ ଦିନେ ଦି’ଦିନ ଭିତରେ ଜ୍ଵରଣ ଛାଡିଲେ ଆପଣ ନିଜ ଆଡୁ ଓ ନିଜ ଜାଣିଥିବା ଆଣ୍ଟିବାୟାଟିକ୍ ଔଷଧଟି କିଣିଆଣୀ ନିଜେ ଖାଆନ୍ତି କିମ୍ବା ନିଜେ ଡାକ୍ତର ସାଜି  ପରିବାରର କୌଣସି ଅସୁସ୍ଥା ଆତ୍ମୀୟଙ୍କୁ ଖୁଆନ୍ତି ଏପରି କି ଲୋକେ ଏବେ କଥା କଥାକେ ଚୁଡା ମୁଢିଭଳି  ଆଣ୍ଟିବାୟାଟିକ୍ସ  ଖାଇଲେଣି । ହେଲେ କ’ଣ ହୋଇଛି ଏହାର ପରିଣାମ? ପରିଣାମ ଏଇଆ ଯେ ଜୀବାଣୁମାନେ ଆଣ୍ଟିବାୟାଟିକ୍ ଔଷଧଗୁଡିକ ଆଉ ଖାତିର କରୁନାହାନ୍ତି । ତା’ ସଙ୍ଗକୁ ସେମାନେ ପରିବର୍ତ୍ତନ କରିଦେଲେଣି ସଂକ୍ରମଣ ରୋଗଗୁଡିକ ଗତିପ୍ରକୃତି । ଏଇ ଭାଇରାଲ ବା ଭୂତାଣୁଜନିତ ରୋଗଗୁଡିକ କଥା ଦେଖନ୍ତୁ । ଭୂତାଣୁ ବିରୋଧରେ କୌଣସି ଆଣ୍ଟିବାୟାଟିକ୍ ବିଶେଷ ଫଳପ୍ରଦ ନୁହେଁ । ଅଳ୍ପ କେତେତି ଭୂତାଣୁ ରୋଗକୁ ଛାଡିଦେଲେ ଅନେକ ଭୂତାଣୁ ରୋଗର ତୀବ୍ରତା ତିନି ଚାରି ଦିନର ବିଶ୍ରାମ ଓ ଉପଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଉପଶମ ହୋଇଯାଉଥିଲା । ଏବେ କିନ୍ତୁ ଉପଶମର ଧାରା ବାଉଳା ଧରିଲାଣି । କାରଣ ରୋଗ ପ୍ରତିରୋଧ କ୍ଷମତା ଉପରେ ଆକ୍ରମଣ ଚଳେଇ ଚାଲିଛି ଅବାଞ୍ଛିତ ଔଷଧ ଏବଂ ଦୁର୍ବଳ କରିଚାଲିଛି ଆମର ପୁଷ୍ଟିଗତ ଅବସ୍ଥାକୁ ସେଥିପାଇଁ ଜ୍ଵର ଲକ୍ଷଣ ପ୍ରକାଶ କରୁଥିବା ସାଧାରଣ ରୋଗଆତି ଦୀର୍ଘକାଳିକ ରୋଗରେ ପରିଣତ ହୋଇଯିବା ସୁଗମ ହୋଇପଡୁଛି ।

ସେ ଯାହାହେଉ, ଜ୍ଵର କାହିଁକି ହୋଇଛି ତା’ର କାରଣ ଖୋଜିବା ଡାକ୍ତରଙ୍କ କାମ ।  ରୋଗର କାରଣ କଣାପଡିଗଲେ ତା’ର ଚିକିତ୍ସା ପାଇଁ ଔଷଧ ନିର୍ବାଚନ କରିବାର କାମ ବି ଡାକ୍ତରଙ୍କର । ମାତ୍ର ଜ୍ଵର ହେଲେ କ’ଣ ଖାଇବେ ଣ ଖାଇବେ ଏହା କାର୍ଯ୍ୟକାରୀ କରେଇବାରେ ଆପଣ ହିଁ ହେଉଛନ୍ତି କର୍ତ୍ତ ।  କିନ୍ତୁ ଜ୍ଵର ହେଲେ ତା’ର ପଥ୍ୟାପଥ୍ୟ ବିଷୟରେ ଆପଣଙ୍କର ନିର୍ଭୁଲ ଧାରଣା ଅଛି ତ ? ପ୍ରକୃତରେ ଅନେକଙ୍କର ନାହିଁ । ଏପରିକି ଇଂରାଜୀରେ କୁହାଯାଇଛି “ Feed a cold and starve a fever” ଏହାର ଅର୍ଥ ସର୍ଦ୍ଦି ହେଲେ ଖାଇବାରେ ମନା ନାହିଁ, ଜ୍ଵର ହେଲେ ଖାଇବା ମନା’ । ଏହି ପରାମର୍ଶରେ ସର୍ଦ୍ଦି ପାଇଁ ଖାଇବାରେ ମନା ନାହିଁ ଉକ୍ତିଟି ସମ୍ପୁର୍ଣ୍ଣ ଠିକ୍, ମାତ୍ର ଜ୍ଵରହେଲେ ଖାଇବା ମନା ଉଚିଟ୍ ପୁରା ଭୁଲ୍ । ବରଂ “feed a cold and feed a fever too” ଅର୍ଥାତ୍ ‘ସର୍ଦ୍ଦି ହେଲେ ଉପାସ ରହିବନି କି ଜ୍ଵର ହୋଇଥିଲେ ବି ଉପାସ ରହିବନି- ଏଭଳି ପରାମର୍ଶ ହିଁ ସମ୍ପୁର୍ଣ୍ଣ ବିଜ୍ଞାନସମ୍ମତ । ତାହାହେଲେ ଜ୍ଵର ସମୟର ପଥ୍ୟବିଧି କ’ଣ?

ଜ୍ଵର ରୋଗୀଙ୍କ ପାଇଁ ପଥି ବ୍ୟବସ୍ଥା

ଶରୀରର ତାପମାତ୍ରା ବଡିଗଲେ ‘ଜ୍ଵର ହୋଇଛି’ ବୋଲି ଆମେ କହିଥାଉ । ଜ୍ଵର ରୋଗୀର ଦେହରେ ହାତମାରୀ ଆମେ ତାତି ଅନୁଭବ କରିଥାଉ । ଆଚ୍ଛା ଭାବନ୍ତୁତ, ଜାଳେଣି ନ ଜଳିଲେ ତାତି  ଉପୁଜିବା ସମ୍ଭବ କି? ଆମ ଶରୀରର ଜାଳେଣି ହେଉଛି ଖାଦ୍ୟରେ ଥିବା ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ଉପାଦାନ । ଏହା ସଦାସର୍ବଦା ଜଳି ବା ଜୀବକୋଷରେ ବିନିଯୋଗ ହୋଇ ତାପ ଜାତ କରିଚାଲିଛି ବୋଲି ହିଁ ଆମ ଶରୀରର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନହିଟ୍ ବା ୩୨ ଡିଗ୍ରୀ ସେଲିସିୟସରେ ସ୍ଥିର ହୋଇରହନ୍ତି । ଜ୍ଵର ହେଲେ ଏହି ଜାଳେଣି ବିନିଯୋଗର ହାର ବଢିଯାଏ । ଅର୍ଥାତ୍ ବେଶି ପରିମାଣର ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ଜୀବକୋଷରେ ଜାରିତ ହୁଏ । ହିସାବ କରି ଜଣାଯାଇଛି ଯେ, ଶରୀରର ତାପମାତ୍ରା ପ୍ରତି ଡିଗ୍ରୀ ଫାରେନହିଟ୍ ର ବୃଦ୍ଧିବ ପାଇଁ ଏହିସବୁ ଉପାଦାନର ବିନିଯୋଗ ହାର ସାତ ଶତାଂଶ ବଢିଯାଏ । ଫଳରେ ରୋଗୀର କାଲୋରି ବା ଶକ୍ତି ଚାହିତା ବଢିଯାଏ ୫୦ ଶତାଂଶରୁ ଅଧିକ ।

ଏବେ କହନ୍ତୁ ତ, ଜ୍ଵର ହେଲେ ଅଧିକ ଜାଳେଣି ଖର୍ଚ୍ଚ ହୋଇଯାଉଥିବାରୁ ଆମେ ଜ୍ଵର ରୋଗୀ ସକାଶେ ଅଧିକ ଖାଦ୍ୟର ବ୍ୟବସ୍ଥା କରିବା ନା ତାଙ୍କୁ ଉପାସ ରଖି କ୍ଷୟ ପ୍ରକ୍ରିୟାକୁ ସୁଗମ କରି ଚାଲିଥିବା? ଜ୍ଵର ରୋଗୀ ଲାଗି ଆମେ ଖାଦ୍ୟ କଟକଣା କରୁଥିବାରୁ ହିଁ ଜ୍ଵର ହେଲେ ସେ ଦୁର୍ବଳ ହୋଇପଡି ଚାଲିବା ପାଇଁ ତା’ର ବଳ ପାଏନି । ତା’ର ଓଜନ କମିଯାଏ ଜ୍ଵର ବେଶିଦିନ ଧରି ଲାଗି ରହିବା ସାଙ୍ଗକୁ ଖାଦ୍ୟ କଟକଣା ଲାଗି ରହିଲେ ତା’ର ଅବସ୍ଥା ବେଶି ଶୋଚନୀୟ ହୋଇପଡିବା ସ୍ଵାଭାବିକ

ଜ୍ଵର ହେଉଛି ଏକ କ୍ଷୟ ପ୍ରକ୍ରିୟା । ଏଥିରେ ପୁଷ୍ଟିସାର କ୍ଷୟ ମଧ୍ୟ ବଢିଯାଏ । ବଢିଯାଏ ଭିଟାମିନ୍ ଗୁଡିକର ଆବଶ୍ୟକତା ମଧ୍ୟ । ତା’ ସାଙ୍ଗକୁ ଜ୍ଵର ହେଲେ ଦେହର ତାପମାତ୍ରାକୁ କମେଇବା ନିମନ୍ତେ ଦେହରୁ ବେଶି ଝାଳ ବାହାରେ । ସେହି ଝାଳ ମାଧ୍ୟମରେ ଦେହରୁ ବାହାରିଯାଏ ଜଳ ଏବଂ ସୋଡିୟମ ପୋଟାସିୟମ ଆଦି ଧାତବଲବଣ । ତେଣୁ ଜ୍ଵର ରୋଗୀଙ୍କୁ ପାଇଁ ଏହାର ଭରଣା ଆବଶ୍ୟକ କି ନାହିଁ ?

ସୁତରାଂ ସଂକ୍ଷେପରେ କହିଲେ, ଜ୍ଵର ରୋଗୀ ପାଇଁ ବେଶି ପରିମାଣର ଶ୍ଵେତସାର, ପୁଷ୍ଟିସାର, ଜୀବସାର ବା ଭିଟାମିନ୍ ଧାତୁସାର ବା ଧାତବଲବଣ ଏବଂ ଜଳ ହରକାର ସିନା, ତାଙ୍କୁ ଉପବାସ ରହିବା ଖୁବ୍ କ୍ଷତିକର ।

ଶ୍ଵେତସାରର ଭରଣା ପାଇଁ  ରୋଗୀକୁ ଗ୍ଳୁକୋଜ, ମହୁ, ଫଳରସ ରସଗୋଳା, ସନ୍ଦେଶ, ଖଜୁର କିସସିମ ପାଚିଲାଦଳା, ପାଚିଲା ଅମୃତଭଣ୍ଡା ଆପଲ, ଅଙ୍ଗୁର ଇତ୍ୟାଦି ସାଙ୍ଗକୁ, ଭାତ, ରୁଟି, ଡାଲି ଆଳୁ ସାଗୁ ବାର୍ଲି ସୁଜି ଖିରି ଖେଚେଡି ପାଉଁରୁଟି ଟୋଷ୍ଟ, କନଫ୍ଲେକ୍ସ ଉପମା, ହାଲୁଆ ଇତ୍ୟାଦି ଖାଦ୍ୟ ନିରାପଦରେ ଦେଇହେବ ।

ଜ୍ଵର ନ ହୋଇ ସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ପ୍ରତି କିଲୋଗ୍ରାମ ଶରୀର ଓଜନ ନିମନ୍ତେ ଏକ ଗ୍ରାମ ଲେଖାଏଁ ପ୍ରୋଟିନ୍ ବା ପୁଷ୍ଟିସାର ଆବଶ୍ୟକ । ଏହାର ଅର୍ଥ, ଯାହାର ଶରୀରର ଓଜନ ୭୦ କେଜି ତା’ର ଦୈନିକ  ପୁଷ୍ଟିସାର ଆବଶ୍ୟକତା ୬୦ ଗ୍ରାମ । କିନ୍ତୁ ଜ୍ଵର ହେଲେ ରୋଗୀ  ପାଇଁ ଦୈନିକ  ପୁଷ୍ଟିସାରର ଆବଶ୍ୟକତା ୧୦୦ରୁ ୧୫୦ ଗ୍ରାମ୍ ରେ ପହଞ୍ଚିଯାଇପାରେ । ତେଣୁ ରୋଗୀ ମାଛ, ମାଂସ ଅଣ୍ଡା ଭଳି ଆମିଷ ଜାତୀୟ ଏବଂ କ୍ଷୀର, ଦହି ଛେନା ସୋୟାବିନ୍ ଡାଲି ଗଜାମୁଗ, ଗଜାବୁଟ, ଗଜା ଚିନାବାଦାମ ଆଦି ଭଳି ନିରାମିଷ ଜାତୀୟ ଖାଦ୍ୟ ଖାଇପାରିବ । ଏହା ହିଁ ରୋଗୀକୁ ଯୋଗାଇ ଦେବ ଆବଶ୍ୟକ ପୁଷ୍ଟିସାର ।

ଭିଟାମିନ୍ ଏ’ ବି’ କଂପ୍ଲେକ୍ସ ଓ ଭିଟାମିନ୍ ସି’ର  ଚାହିଦା ପୂରଣ ନିମନ୍ତେ ଯଥେଷ୍ଟ ପରିମାଣର  ପାଚିଲା ଫଳ ଓ ତଟକା ପନିପରିବା ଲୋଡା । ପାଚିଲା ଆମ୍ବ, ପାଚିଲା ଅମୃତ ଭଣ୍ଡା, କମଳା, ମୁସାମ୍ବି କମଳାଲେମ୍ବୁ ବାତାପି, ଡାଳିମ୍ବ ତରଭୁଜ, ଆପଲ, ଅଙ୍ଗୁର, ପିଜୁଳି ଆଦି ଫଳ ଏବଂ କଖାରୁ ପୋଟଳ ବାଇଗଣ, ଜହ୍ନି ଭେଣ୍ଡି ଛଚିନ୍ଦ୍ରା, ଫୁଲକୋବି, ବନ୍ଧକୋବି, ଯାହା ମିଳିଲା, ତାହା ଜ୍ଵର ରୋଗୀକୁ ଖାଇବା ପାଇଁ ଦେବା ଆବଶ୍ୟକ ।

ଏହା ସାଙ୍ଗକୁ  ଦୈନିକ ଗୋଟିଏ ଲେଖାଏଁ ମଲ୍ଟି ଭିଟାମିନ୍ ମିନୋରାଲ ବଟିକା ଓ ଭିଟାମିନ୍ ସି’ ବଟିକା ମଧ୍ୟ ଦିଆଯାଇପାରେ ।

ଜ୍ଵର ହେଲେ ରୋଗୀଠାରେ ଜଳ ଓ ଧାତବଲବଣ ଅଭାବ ହେବାର ଆଶଙ୍କା ଅଧିକ । ତେଣୁ ରୋଗୀର ଇଚ୍ଛା ହେଉ କି ନ ହେଉ ତା’କୁ ଓଆରଏସ୍ ଦ୍ରବଣ ଫଳରସ ଲୁଣ- ଚିନୀ ଲେମ୍ବୁର ସରବତ, ପଇଡ ପାଣି, ଘାଳଦହି ଇତ୍ୟାଦି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପିଆଇବା ଜରୁରୀ । ଯେକୌଣସି ପ୍ରକାରରେ ହେଉପଛେ ରୋଗୀ ଯେକୌଣସି ପ୍ରକାରରେ  କେଉପଛେ ରୋହି ଦୈନିକ ଅନନ୍ତଃ ତିନି ଚାରିଲିଟର ଜଳ ପିଇବା ଆବଶ୍ୟକ ।

  • ଚା’ କଫି ପିଇବାରେ ମନା ନାହିଁ କିନ୍ତୁ ଚା’ କଫି ପିଇଲେ ପରିସ୍ରା ପରିମାଣ ବଢି ଯାଉଥିବାରୁ ଜଳପିଇ ଏହି କ୍ଷୟର ଭରଣା କରାଯିବା ପ୍ରୟୋଜନ ।
  • ମନେ ରଖିବାର କଥା ଯେ, ଜ୍ଵର ହେଲେ ଖାଇବା ପାଇଁ ଇଚ୍ଛା ହୁଏନି। ଅରୁଚି ଜାତ ହୁଏ । କାହା କ୍ଷେତ୍ରରେ ଅଇ ଉଠେ, ବାନ୍ତି ହୁଏ । କାହାର ବାହାର ପତଳା ଝାଡା ହୁଏ ତ ଆଉ କାହାଠାରେ ପ୍ରକାଶ ପାଏ । କୋଷ୍ଠବଦ୍ଧତା। ପେଟ ମଧ୍ୟ ଫାମ୍ପିଲାଭଳି ଅନୁଭୂତ  ହୁଏ । ଏହି ଧରଣର ଲକ୍ଷଣ ଦେଖାଦେଲେ ଅଧିକ କାଲୋରୀ ଦେଉଥିବା ପାଚିଲା ଫଳ ମିଠା ଇତ୍ୟାଦି ସହଜରେ ହଜମ  ହେଉଥିବା ଖାଦ୍ୟ ଦିଆଯାଇପାରିବ ।
  • ଏହି ସମୟରେ ଖାଇବା ପାଇଁ ବିଶେଷ ଇଚ୍ଛା ହେଉ ନ ଥିବାରୁ ତରଳ ଖାଦ୍ୟ ଉପରେ ବିଶେଷ ଗୁରୁତ୍ଵ ଦେବାକୁ ପଡିବ । ଏହା ବ୍ୟତୀତ ରୋଷେଇ ଖାଦ୍ୟକୁ ବେଶି ସୁସ୍ଵାଦୁ କରିବା ପ୍ରତି ଅଧିକ ଧ୍ୟାନ ଦେବା ଦରକାର । ତେଲ ମସଲାର ଗନ୍ଧ ସହ୍ୟ କରି ହେଉନଥିବାରୁ କମ୍ ତେଲ ଓ  ନାମକୁମାତ୍ର ମସଲା ମସଲି ଦେଇ ରାନ୍ଧିବା ଆବଶ୍ୟକ । ବେଶି ତେଲ ପକାଇ ରାନ୍ଧିଲେ ତାହାସ ଅସ୍ଵସ୍ତିକୁ ବଢେଇ ଦିଏ ।
  • ବହୁ ଲୋକଙ୍କର ଧାରଣା ଯେ, ଜ୍ଵର ରୋଗୀକୁ ଭାତ ଖାଇବାକୁ  ଦେଲେ ଜ୍ଵର ନ କମି ବାଡିଯାଇପାରେ କିନ୍ତୁ ଏଭଳି ଧାରଣାର ପଛରେ କୌଣସି ବୈଜ୍ଞାନିକ ଭିତ୍ତିନାହିଁ । ରୋଗୀ ଯାହା ଯାହା ଖାଇବା ପାଇଁ ଚାହିଁବ, ତାହା ତା’କୁ ନିରାପଦରେ ଦିଆଯାଇପାରିବ । ସେ ସବୁ ପ୍ରକାରର ଖାଦ୍ୟ ଖାଇପାରିବ ଓ ଏହା ତା’ର କୌଣସି କ୍ଷତି ନ କରି ବରଂ ବେଶି ଉପକାର କରିବ । ବରଂ ଭାତ ଓ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ସହଜରେ ହଜମ ହୋଇଥାଏ ।
  • ରୋଗୀ ଏକାଥରକେ ବେଶି ପରିମାଣର ଖାଦ୍ୟ ଖାଇବା ପାଇଁ ଇଚ୍ଛା କରେନି ଓ ବେଶି ଖାଇଦେଲେ ତା’କୁ ଆରାମ ନ ଲାଗି ଅସ୍ଵସ୍ତି ଲାଗିଥାଏ । ତେଣୁ ପ୍ରତିଥର ଅଳ୍ପ ଅଳ୍ପ କରି ଦିନମାନ ଭିତରେ ବେଶିଥର ଖାଇବାକୁ ଦେଲେ ଅଧିକ ସୁଫଳ ମିଳେ ।
  • ଭଜାଭାଜି, ତେଲ ଘିଅ, ଲହୁଣି, ଚର୍ବି ଚଣାଚଣି ଜିନିଷ, ମସଲାପକା ଖାଦ୍ୟ ଫାଷ୍ଟଫୁଡ୍, ଆଇସକ୍ରିମ କୋଲଡ୍ ଡ୍ରିଙ୍କସ୍ ଇତ୍ୟାଦି ଏଡେଇ ପାରିଲେ ଭଲ ।

ମନେ ରଖନ୍ତୁ ଯେ ରୋଗୀର ଖାଇବା ଠିକ୍ ଠିକ୍ ଚାଲିଥିଲେ, ତା’ଠାରେ ଜ୍ଵର ଯେତେଦିନ ଧରି ଚାଲିଥାଉ ପଛେ ସେ ଦୁର୍ବଳତା ଅନୁଭବ କରିନଥାଏ । ତାହାଛଡା ରୋଗର ସଫଳ ମୁକାବିଲା କରିବା ନିମନ୍ତେ ମଧ୍ୟ ତା’ର ଶରୀର ସମର୍ଥ ହୋଇଥାଏ ।

ଏ ସମ୍ପର୍କରେ ସାଧାରଣ ନିୟମ ହେଲା, ରୋଗୀ ଯାହା ଯାହା ଖାଇବା ପାଇଁ ଚାହେଁ ତାଙ୍କୁ ତାହା ଖାଇବାକୁ ଦେବା ଏବଂ ସେ ଯାହା ଖାଇବା ପାଇଁ ଇଚ୍ଛା କରେନି, ତାହା ତାଙ୍କୁ ନ ଦେବା କିନ୍ତୁ ଖାଦ୍ୟ ସମ୍ପର୍କରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକୁ ଗୁରୁତ୍ଵ ଦେବା ବାଞ୍ଚୁନୀୟ । କାରଣ ଜ୍ଵର କାହିଁକି ହୋଇଛି ସେହି ରୋଗକୁ ଚିହ୍ନ ତା’ର ଚିକତ୍ସା ଓ ନିର୍ଦ୍ଦିଷ୍ଟ ପଥ୍ୟାପଥ୍ୟା ସେ ବତେଇଦେବେ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate