অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟ୍ରାକୋମା

ଉପକ୍ରମ

ଟ୍ରାକୋମା ବା ଗ୍ରାନୁଲାର କଞ୍ଜକ୍ଟିଭାଇଟିସ ବା ଇଜିପ୍‌ସିଆନ ଅଫ୍‌ଥାଲ୍‌ମିଆ ବା ବ୍ଲାଇଣ୍ଡିଙ୍ଗ ଟ୍ରାକୋମା (ଇଂରାଜୀରେ ଯାଥାକ୍ରମେ Trachoma, granular conjunctivitis),Egyptian ophthalmia), ଓ blinding trachoma) ଏକ ସଂକ୍ରମଣକାରୀ ରୋଗ ଯାହା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁଦ୍ୱାରା ହୁଏ । ଏହି ରୋଗଦ୍ୱାରା ଆଖିପତାର ଭିତର ପାଖରେ ଗ୍ରାନୁଲେସନ (granulation) ତନ୍ତୁ ତିଆରି ହୋଇ ଅସମାନ ବା ଆବୁଡ଼ାଖାବୁଡ଼ା ହୋଇଯାଏ । ଏହି ଅସମାନତା ଯୋଗୁ ଆଖିରେ ଯନ୍ତ୍ରଣା ହୁଏ, କର୍ନିଆର ବାହାର ସ୍ତର ନଷ୍ଟ ହୋଇଯାଇ ଅନ୍ଧତ୍ୱ ସମ୍ଭାବନା ରହେ ।

ଲକ୍ଷଣ

ଟ୍ରାକୋମା ରୋଗୀର ଆଖି ଓ ନାକର ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଷରେ ସୁସ୍ଥ ଲୋକ ଆସିଲେ ରୋଗ ଡିଏଁ । ଲୁଗାପଟାଦ୍ୱାରା ବା ରୋଗୀର ଆଖି ଓ ନାକ ସଂସ୍ପର୍ଶରେ ଆସିଥିବା ମାଛିଦ୍ୱାରା ପରୋକ୍ଷ ସଂକ୍ରମଣ ହୁଏ ।  ବର୍ଷାଧିକ କାଳ ଅନେକ ଥାର ସଂକ୍ରମଣ ହେଲେ ଆଖି ପତା ଅସମାନ ହେବାପରେ ପତା ବାଳ ଡୋଳା ସ‌ହ ଘଷିହୁଏ । ବ‌ୟଷ୍କଙ୍କ ଅପେକ୍ଷା ପିଲାମାନଙ୍କଦ୍ୱାରା ଏହି ରୋଗ ଅଧିକ ଦିଏଁ । ଦରିଦ୍ର ପରିମଳ ବ୍ୟବସ୍ଥା, ଅଧିକ ଲୋକଙ୍କର ସହାବସ୍ଥାନ, ଅଶୁଦ୍ଧ ଜଳ ଓ ଖରାପ ପାଇଖାନା ବ୍ୟବସ୍ଥା ଏହି ରୋଗ ବ୍ୟାପିବାରେ ସହଯୋଗ କରେ ।
ବିଷୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କରି ଓ ସଂକ୍ରମିତ ଲୋକଙ୍କୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଏହି ରୋଗକୁ ପ୍ରତିରୋଧ କରିବାକୁ ପ୍ରୟାସ କରିବା ଉଚିତ ।ସଂଭାବ୍ୟ ରୋଗ‌ଗ୍ରସ୍ତ ଇଲାକାରେ ଥିବା ସମସ୍ତ ଲୋକଙ୍କୁ ଚିକିତ୍ସା କରିବା ଦରକାର ହୁଏ । କେବଳ ଧୋଇବା ବ୍ୟବସ୍ଥା ନ କରି ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ହୁଏ ।  ଏହାର ଚିକିତ୍ସା ନିମନ୍ତେ ପାଟିବାଟେ ଆଜିଥ୍ରୋମାଇସିନ ଓ ଆଖିରେ ଟେଟ୍ରାସାଇକ୍ଲିନ ଦିଆଯାଏ । ପାଟିରେ ଗୋଟିଏ ପାନ ଔଷଧ ଦରକାର ହେଉଥିବାରୁ ଆଜିଥ୍ରୋମାଇସିନ ଦିଆଯାଏ ।  ଆଖି ପତା ସ୍କାର ହୋଇଗଲେ ଅପରେଶନ କରି ପତାର ସଠିକ ସ୍ଥାନ ବା ପୋଜସନ ଠିକ କରାଯାଏ ।
ପୃଥିବୀରେ ପ୍ରାୟ ୮୦ ନିୟୁତ ଲୋକଙ୍କର ଏହି ସକ୍ରିୟ ରୋଗ ଅଛି । କେତେକ ଅଞ୍ଚଳରେ ୬୦-୯୦% ପିଲାଙ୍କର ଏହି ରୋଗ ଅଛି ଓ ମହିଳାମାନେ ଅଧିକ ସଂକ୍ରମିତ ହୁଅନ୍ତି ଯେହେତୁ ସେମାନେ ପିଲାଙ୍କ ସାନ୍ନିଧ୍ୟରେ ଅଧିକ ଆସନ୍ତି । ୨.୨ ନିୟୁତ ଲୋକଙ୍କୁ (ତାହା ମଧ୍ୟରେ ୧.୨ ସମ୍ପୁର୍ଣ୍ଣ ଅନ୍ଧ) ପରୀକ୍ଷା କରି ଦେଖିବା କଷ୍ଟସାଧ୍ୟ ହୋଇଥିବା ଯୋଗୁ ଏହି ରୋଗ ବ୍ୟାପକ ହେଉଛି । ଏସିଆ, ଆଫ୍ରିକା, ମଧ୍ୟ ଓ ଦକ୍ଷିଣ ଆମେରିକାର ୫୩ଟି ଦେଶର ଲୋକ ଏହି ରୋଗ ସଂକଟରେ ଅଛନ୍ତି । ବାର୍ଷିକ ୮ ବିଲିଅନ ଡଲାର ଆର୍ଥିକ କ୍ଷତି ଏହା ଯୋଗୁ ହୁଏ ।  ଅବ‌ହେଳିତ ଗ୍ରିଷ୍ମମଣ୍ଡଳୀୟ ରୋଗ ଦଳରେ ଏହା ସ୍ଥାନ ପାଇଛି

କାରଣ

କ୍ଲାମିଡିଆ ଟ୍ରାକୋମାଟିସ୍ ଜୀବାଣୁ ଏହି ରୋଗୀର ଆଖି, ନାକ ଓ ଗଳାରୁ ନିର୍ଗତ ତରଳ ପଦାର୍ଥ ମାଧ୍ୟମରେ ସିଧାସଳଖ ବା କୌଣସି ତଉଲିଆ, କନା ଇତ୍ୟାଦିରେ ଯାଇ ସୁସ୍ଥ ଲୋକକୁ ସଂକ୍ରମିତ କରେ । ମାଛି ମଧ୍ୟ ଏହାର ସଂକ୍ରମଣରେ ସାହାଯ୍ୟ କରେ । ଚିକିତ୍ସା ନ କଲେ ପତା ଭିତର ସ୍ତର ନଷ୍ଟ ହୁଏ ଓ ସେହି ପତା ଡୋଳା ଦିଗରେ ମୋଡ଼ି ହୋଇଯାଏ ଯାହାକୁ ଏଣ୍ଟ୍ରୋପିଅନ କହନ୍ତି । ଏହା କର୍ନିଆ ସହ ଘସି ହୁଏ ଓ ତାହା ଫଳରେ ସବୁଦିନ ନିମାନ୍ତେ ରୋଗୀ ଅନ୍ଧ ହୁଏ ।

ଚିକିତ୍ସା

ଆଣ୍ଟିବାୟୋଟିକ
ଆଜିଥ୍ରୋମାଇସିନ (୨୦ମି.ଗ୍ରା/କେ.ଜି.) ଦିନକୁ ଥରେ ପାଟିରେ ଦିଆଯାଏ । ମହଙ୍ଗା ହେଲେ ମଧ୍ୟ ଇଣ୍ଟରନ୍ୟାସନାଲ ଟ୍ରାକୋମା ଇନିସିଏଟିଭଦ୍ଵାରା ଫାଇଜର କମ୍ଵାନୀର ଡୋନେସନ ପ୍ରୋଗ୍ରାମ ମାଧ୍ୟମରେ ଦିଆଯାଏ । ଏହି ଔଷଧ ୬ମାସର ଶିଶୁଠାରୁ ଆରମ୍ଭ କରି ଗର୍ଭିଣୀମାନଙ୍କ ସହ ସମସ୍ତଙ୍କୁ ଦିଆଯାଇ ପାରିବ । ଏହା ସହ ଟେଟ୍ରାସାଇକ୍ଲିନ ମଲମ ପ୍ରଭାବିତ ସ୍ଥାନରେ ଲଗାଯାଏ । ଗୋଷ୍ଠୀ ଚିକିତ୍ସାରେ ଆଜିଥ୍ରୋମାଇସିନ ଚିକିତ୍ସା ମଲମ ଅପେକ୍ଷା ଅଧିକ ଉପକାରୀ ବୋଲି କୁହାଯାଏ, କିନ୍ତୁ ଏହାର କୌଣସି ସ୍ଥିର ପ୍ରମାଣ ନାହିଁ ।
ଅପରେଶନ
ଆଖି ପତାରେ ଅପରେଶନ କରି ଆଖି ବାଳ ଡୋଳା ମଧ୍ୟରେ ସ୍ପର୍ଷ ନ କରିବା ନିମନ୍ତେ ପତାକୁ ସିଧା କରିଦିଆଯାଏ ।ଏହି ଅପରେଶନ ପ୍ରାରମ୍ଭିକ ଅବସ୍ଥାରେ କଲେ ଭଲ, ଡେରି ହେଲେ ଅପରେଶନ ପରେ ସେହି ଅବସ୍ଥା ଆଉ ଥରେ ଲେଉଟିପାରେ ।

ସ୍ଵୟଂ ଚିକିତ୍ସା

ମୂଖ ସର୍ବଦା ସଫା ରଖିବା ଆବଶ୍ୟକ । ନାକ ଓ ଆଖିରୁ ସ୍ରାବ ହେଉଥିବା ପିଲାମାନଙ୍କର ଅନ୍ୟମାନଙ୍କ ଅପେକ୍ଷା ଦୁଇଗୁଣ ଅଧିକ ଟ୍ରାକୋମା ସମ୍ଭାବନା ଥାଏ । ସମ୍ପୁର୍ଣ୍ଣ ସ୍ଵାସ୍ଥ୍ୟ ଶିକ୍ଷାଦ୍ଵାରା କେବଳ ମୁଁହ ସଫା ରଖିଲେ ପିଲାମାନଙ୍କର ରୋଗ ସମ୍ଭାବନା ଉଲ୍ଲେଖନୀୟ ଭାବରେ କମିଯାଏ । ରୋଗଗ୍ରସ୍ତ ଓ ରୋଗ ହୋଇଥିବା ପିଲାମାନଙ୍କର ମଧ୍ୟ ମୁହଁ ଧୋଇଲେ ପୁନଃ ରୋଗାକ୍ରାନ୍ତ ହେବା ସମ୍ଭାବନା ବହୁତ କମ୍ ହୁଏ ।

ଆଧାର : "who.int"

Last Modified : 1/12/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate