অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟ୍ୟୁମର ପାଇଁ ହୋଇପାରେ ମସ୍ତିଷ୍କ ଅଚଳ

ଟ୍ୟୁମର ପାଇଁ ହୋଇପାରେ ମସ୍ତିଷ୍କ ଅଚଳ

ମୁଣ୍ଡବିନ୍ଧା

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । କିନ୍ତୁ ଲଗାତର ଭାବେ ଏହି ସମସ୍ୟା ଆପଣଙ୍କ ପାଇଁ କ୍ଷତିକାରକହୋଇପାରେ । କାରଣ ଏପରି ହେବାଦ୍ୱାରା ଆପଣଙ୍କୁ ବ୍ରେନ୍ ଟ୍ୟୁମରରେ ଶିକାର ହେବାର ଆଶଙ୍କା ରହିଛି । ତେଣୁ ଏହି ସମସ୍ୟାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ । ଏଭଳି କିଛି ଲକ୍ଷଣ ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ ଯାହା ବ୍ରେନ୍ ଟ୍ୟୁମର ଚିହ୍ନଟ କରାଇବାରେ ଆପଣଙ୍କୁ ସହାୟକ ହେବ ।

ଲକ୍ଷଣ

  • ଯଦି ଆପଣ ଆପଣଙ୍କ ଶରୀରକୁ ସନ୍ତୁଳିତ କରିପାରୁ ନାହାଁନ୍ତି ତେବେ ଏଥିପ୍ରତି ଧ୍ୟାନ ଦେବା ଉଚିତ । କାରଣ ଟ୍ୟୁମର ଶରୀରରେ ଥିବା କୋଷରାଶିକୁ ପ୍ରଭାବିତ କରିଥାଏ ।ଯାହା ମଣିଷ ଚାଲିବା ସମୟରେ ଅଧିକ ପ୍ରଭାବ ପକାଇଥାଏ ।
  • ବ୍ରେନ୍ ଟ୍ୟୁମରରେ ବିଶେଷ କରି ହୃଦ୍ ଘାତ ଜନିତ ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କୁ କେବେ ହୃତ୍ ଘାତ ହୁଏ ତେବେ ତତକ୍ଷଣାତ୍ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ସ୍ମରଣଶକ୍ତି ହ୍ରାସ ପାଇବା ମଧ୍ୟ ବ୍ରେନ୍ ଟ୍ୟୁମରର ଅନ୍ୟ ଏକ ଲକ୍ଷଣ । ଯଦି ଆପଣଙ୍କର କୌଣସି କଥା ମନେରହୁ ନାହିଁ । ଏଥିସହ ଅନ୍ୟସବୁ ସ୍ୱଭାବରେ ପରିବର୍ତ୍ତନ ଦେଖାଦେବା ଯେପରିକି କଥାକହିବା ବେଳେ ଥଙ୍ଗେଇବା,ଶୁଣିବା ଓ ଦୃଷ୍ଟି ଶକ୍ତିରେ ସମସ୍ୟା ଦେଖାଦେବା ହଠାତ୍ ଶରୀରର ମାଂସ ପେଶୀ ବୃଦ୍ଧି ପାଇବାକୁ ଲାଗିଲେ ଏବଂ ଗଳାରେ ସମସ୍ୟା ଦେଖାଦେବା ଆଦି ସମସ୍ୟା ବ୍ର୍ରେନ୍ ଟ୍ୟୁମରର ପ୍ରାଥମିକ ଲକ୍ଷଣ ଅଟେ ।
  • ଯଦିଓ, ବ୍ରେନ୍ ଟ୍ୟୁମର ଏକ ଆତ୍ମଘାତୀ ସମସ୍ୟା ରହି ଆସିଛି କିନ୍ତୁ ସମୟ ପୂର୍ବରୁ ଏହାକୁ ଏଡାଇ ଯାଇ ପାରିବ । ଏହାର ଚିକିତ୍ସା ଉପଚାର କିମୋଥେରାପି, ରେଡିଏସନ ଥେରାପି, ସର୍ଜରି ଆଦି ବିଭିନ୍ନ ଉପାୟରେ କରାଯାଇପାରିବ । କିନ୍ତୁ ସବୁଠାରୁ ବଡକଥା ହେଲା. ଏହାକୁ ସମୟ ପୂର୍ବରୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ ।

ଆଧାର କନକ ନ୍ୟୁଜ୍

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate