ଡେଙ୍ଗୁ ଜ୍ଵରର କାରଣ କଣ ଓ ଏହା କିପରି ହୋଇଥାଏ ? ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ । ଡେନ୍-୧, ଡେନ୍-୨, ଡେନ୍-୩, ଓ ତେନ୍-୪ ଏହିପରି ଚାରି ପ୍ରକାର ଡେଙ୍ଗୁ ଭୁତାଣୁ ଅଛନ୍ତି । ଭୂତାଣୁ ସଂକ୍ରମଣର ପ୍ରକାର ଓ ତୀବ୍ରତା ଅନୁସାରେ ଡେଙ୍ଗୁ ଜ୍ଵର ସାଧାରଣ ହୋଇପାରେ ବା ଜଟିଳ ହୋଇପାରେ । ଡେଙ୍ଗୁ ରକ୍ତସ୍ରାବୀ ଜ୍ଵର ( Dengu Haemorrhagic Fever) ଓ ଡେଙ୍ଗୁ ‘ସକ୍’ ଲକ୍ଷଣାବଳୀ( Dengu shock syndrome) ଅତ୍ୟନ୍ତ ସାଂଘାତିକ । ସାଧାରଣ ତେଙ୍ଗୁ ରୋଗର ଲକ୍ଷଣଗୁଡିକ କଣ ? ହଠାତ୍ ଅତ୍ୟଧିକ ଜ୍ଵର ଆସେ, ଥଣ୍ଡା ଶର୍ଦ୍ଦି ଭଳି ଅସୁସ୍ଥ ଲାଗେ। ମୁଣ୍ଡ ବିନ୍ଧେ, ଆଖି କୋରଡର ପଚାଭାଗରେ ଭୀକ୍ଷଣ ଯନ୍ତ୍ରଣା ହୁଏ । ବାନ୍ତି ଲାଗେ, ଅତ୍ୟଧିକ ବାନ୍ତି ଯୋଗୁଁ ବାନ୍ତିରେ ରକ୍ତ ପଡ଼ିବା ଦେଖାଯାଏ । ଘିମିରି ଆକାରର ଦେହରେ ଫଳିଯାଏ । ହାଡ଼ ଓ ଗଣ୍ଠିମାନଙ୍କରେ ଭୀଷଣ ଯନ୍ତ୍ରଣା ଅନୁଭବ ହୁଏ ଓ ଏଥିପାଇଁ ଚାଲିବାରେ କଷ୍ଟ ହୁଏ । ଡେଙ୍ଗୁର ବିପଦଜ୍ଜନକ ଲକ୍ଷଣଗୁଡିକ କଣ ? ପେଟରେ ଅଧିକ ଯନ୍ତ୍ରଣା ହେବା ଓ ଯନ୍ତ୍ରଣା ଲାଗି ରହିବା । ପାଟି, ଦାନ୍ତ, ନାକ, ଆଖି ଭିତର ତଥା ଶରୀରର ଚର୍ମରୁ ରକ୍ତସ୍ରାବ ହେବା । ବାନ୍ତି ହେବା ଓ ବାନ୍ତି ସହିତ ରକ୍ତ ପଡିବା । କଳା ଝାଡ଼ା ହେବା । ଅତ୍ୟଧିକ ଶୋଷ ଲାଗିବା ଓ ପାଟି ଶୁଖିପିବା । ଚର୍ମ ଥଣ୍ଡା ଲାଗିବା ଓ ମଳିନ ପଡ଼ିଯିବା । ଡେଙ୍ଗୁ ମାରାତ୍ମକ ରୋଗ କି ? ଚିକିତ୍ସାରେ ଅବହେଳା ହେଲେ ତେଙ୍ଗୁ ମାରାତ୍ମକ ହୋଇପାରେ । ରକ୍ତସ୍ରାବୀ ତେଙ୍ଗୁଜୁର (DHF) ଓ ଡେଙ୍ଗୁ ସକ୍ ଲକ୍ଷଣାବଳି (DSS), ଅତ୍ୟନ୍ତ ମାରାତ୍ମକ । ସାନପିଲାଙ୍କ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ । ଏହି ରୋଗ କିପରି ସଂକ୍ରମିତ ହୋଇଥାଏ? ଏଡିସ୍ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ଖୁବ୍ ଶୀଘ୍ର ବ୍ୟାପିଥାଏ । ୨ ରୁ ୩ ଦିନ ମଧ୍ୟରେ ଗୋଟିଏ ପରିବାରରେ ୩ରୁ ୪ ଜଣ ଏକାବେଳକେ ଆକ୍ରାନ୍ତ ହୋଇପାରନ୍ତି । ଏହି ମଶା ସାଧାରଣତଃ ଦିନବେଳା କାମୁଡ଼ିଥାଏ । ସଂକ୍ରମିତ ମଶା କାମୁଡ଼ିବାର ୫-୭ ଦିନପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ । ଏଡିସ ମଶାକୁ ଆମେ ଚିହ୍ନିବୁ କିପରି ଓ ଏହା କିପରି ବଂଶ ବିସ୍ତାର କରିଥାଏ ? ଏଡିସ ମଶା ଦେଖିବାକୁ କଳା ଓ ଅନ୍ୟ । ମଶାମାନଙ୍କଠାରୁ ଆକାରରେ ସାନ । ଏହି ମଶାର ଦେହରେ, ଗୋଡ଼ରେ ଓ ପିଠିରେ ଧଳା ଧଳା ଗାର ପଡିଥାଏ । "ତେଣୁ ସହଜରେ ଚିହ୍ନି ହୁଏ । ଏହି ମଶାକୁ ‘ବାଘୁଆ ମଶା”( Tiger mosquito)କହନ୍ତି । ଏହି ମଶା। ଜମି ରହିଥିବା ପରିଷ୍କାର ପାଣିରେ ବଢିଥାଏ । ଘରେ ତଥ୍ୟ, ଘର ଚାରିପଟେ ଥିବା ପରିତ୍ୟକ୍ତ ଖୋଲା ପାତ୍ର ଯଥା : - ପ୍ଲାଷ୍ଟିକ୍ ମୁଣି, ଟିଣ, କାଚ ବୋତଲ, ଲୁହା ପାତ୍ର, ଭଙ୍ଗା ବାଲଟି, ଡବା ନଡିଆ, ସଢ଼େଇ, କଟା ପଇଡ, ଠୋଲା, ଫୁଲକୁଣ୍ଡ, ଟାୟାର ଓ ଗୁମ କୁଳର ଓ ପାଣିଟାଙ୍କି (ଇତ୍ୟାଦିରେ ଜମି ରହୁଥିବା ସଫା ପାଣିରେ ଏହି ମଶା ଡିମ୍ବ ଦେଇଥାନ୍ତି । ତା'ଛଡା ଗଛ ଖୋଲ, କଟା ବାଉଁଶ ଆଦିରେ ଜମୁଥିବା ପାଣିରେ ମଧ୍ୟ ଏଡିସ୍ ମଶା ଡିମ୍ବ ଦିଏ । ପାଣିରେ ଅଣ୍ଡା ଦେବାର ୨୪ ଘଣ୍ଟା ପରେ ଅଣ୍ଡାରୁ ଲାର୍ଭା ବାହାରେ । ୭ ରୁ ୧୦ ଦିନ ମଧ୍ୟରେ ଲାର୍ଭାରୁ ମଶା ବାହାରି ପକ୍ଷ ମେଲାଇ ଉଡି ବୁଲେ । ଏହି ମଶା ସାଧାରଣତଃ ଅଣ୍ଡା ଏବଂ ଅନ୍ଧାରୁଆ ସ୍ଥାନମାନଙ୍କରେ ରହିବାକୁ ଭଲପାଏ । ଘର ବାହାରେ ସାଧାରଣତଃ ଥଣ୍ଡା ଏବଂ ଛାଇ ଜାଗାରେ ବିଶ୍ରାମ ନେଇଥାଏ, ଯଥା: ଘର ଚାରିପାଖରେ ଥିବା ଗଛଲତା ବୁଦା ଇତ୍ୟାଦି । ଏହି ରୋଗକୁ ଚିହ୍ନଟ କରାଯାଏ କିପରି ? ରକ୍ତ ପରୀକ୍ଷା ଦ୍ଵାରା ଡେଙ୍ଗୁ ରୋଗ ଚିହ୍ନଟ କରାଯାଏ । ନିର୍ଦ୍ଦିଷ୍ଟ "ଏଲିଶା" ପଦ୍ଧତି ଦ୍ଵାରା ଡେଙ୍ଗୁ ରୋଗର ଭୂତାଣୁ ସଂକ୍ରମିତ ରୋଗ ପ୍ରତିରୋଧୀ(Antibody) କୁ ଅଲଗା ଅଲଗା ଭାବରେ ଚିହ୍ନଟ କରିହୁଏ । ରୋଗ ହୋଇଥିବାର ସନ୍ଦେହ ହେଲେ, ରକ୍ତ ନମୂନା ସଂଗ୍ରହ କରି ସେଣ୍ଟିନେଲ୍ ସର୍ଭେଲାନ୍ ପରୀକ୍ଷାଗାର"କୁ ପଠାଯାଏ । ଏହି ପରୀକ୍ଷାଗାରରେ 'ଏଲିଶା’ ପଦ୍ଧତି ମାଧ୍ୟମରେ ରକ୍ତ ପରୀକ୍ଷା କରି ଭୂତାଣୁର ଆଣ୍ଟିବଡି (IGM ଚିହ୍ନଟ କରାଯାଏ । ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଏ କିପରି ? ରୋଗର ଲକ୍ଷଣ ପ୍ରକାଶ ପାଇବାର ୪ ରୁ ୭ ଦିନ ମଧ୍ୟରେ ରକ୍ତ ନମୁନା ସଂଗ୍ରହ କରିବା ଆବଶ୍ୟକ । ଏହି ସମୟ ମଧ୍ୟରେ ରକ୍ତରେ IGM ଆଣ୍ଟିବଡି ଦେଖାଯାଏ । ପ୍ରଥମ ରକ୍ତ ନମୁନା ସଂଗ୍ରହ କରିବାର ୭ ରୁ ୧୪ ଦିନ ମଧ୍ୟରେ ଦ୍ଵିତୀୟ ରକ୍ତ ନମୁନା ସଂଗ୍ରହ କରାଯାଏ । ଉଭୟ ରକ୍ତ ନମୁନାଙ୍କୁ "ରକ୍ତ ନମୁନା ଯୋଡି" କୁହାଯାଏ । ସଂଗ୍ରହ କରାଯାଇଥବା ରକ୍ତ ନମୁନା ଗୁଡିକୁ ୨ ରୁ ୮ ଡିଗ୍ରୀ ସେଣ୍ଟି ଗ୍ରେଡ୍ ତାପମାତ୍ରାରେ ରଖି ସେଣ୍ଟିନେଲ୍ ସର୍ଭେଲାନ୍ ପରୀକ୍ଷାଗାର' କୁ ପଠାଯାଏ । ରକ୍ତନମୁନା ଗୁଡିକୁ ଅତ୍ୟଧିକ ଥଣ୍ଡାରେ (୨ ଡିଗ୍ରୀ ସେଣ୍ଟିଗ୍ରେଡରୁ କମ) ରଖିବା ଅନୁଚିତ । ଏତେ କମ୍ ତାପମାତ୍ରାରେ ରଖିଲେ ରକ୍ତ କଣିକାଗୁଡିକ ନଷ୍ଟ ହୋଇଯାନ୍ତି । ଫଳରେ ରକ୍ତରେ ସେଗମର ଗୁଣରେ ପରିବର୍ତ୍ତନ ଦେଖାଯାଏ । ତେଣୁ ଭୂତାଣୁର ନିର୍ଦ୍ଦିଷ୍ଟ ଆଣ୍ଟିବଡି ଚିହ୍ନଟ କରିବାରେ ଅସୁବିଧା ହୁଏ । ରକ୍ତ ନମୁନା ସଂଗ୍ରହ କରିବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ପରୀକ୍ଷାଗାରରେ ପହଞ୍ଚାଇବା ଆବଶ୍ୟକ । ଯଦି ବିଳମ୍ବ ହେବାର ସମ୍ଭାବନା ଥାଏ, ତେବେ ରକ୍ତରୁ ସେରମ୍ ଅଲଗା କରି ପରେ ପଠାଯାଇ ପାରିବ । ଆମ ରାଜ୍ୟରେ ଥିବା ୩ଟି ସରକାରୀ ମେଡିକାଲ କଲେଜ ଡାକ୍ତରଖାନା (କଟକ, ବୁର୍ଲା ଓ ବ୍ରହ୍ମପୁର) ର ମାକ୍ରକ୍ରୋବାଇଓଲୋଜି ଡିପାର୍ଟମେଣ୍ଟରେ ଡେଙ୍ଗୁ ତଥା ଚିକୁନଗୁନିଆ ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତିଷେଧକ ଟୀକା ଓ ଚିକିତ୍ସା ଏହି ରୋଗ ପାଇଁ କିଛି ପ୍ରତିଷେଧକ ଟୀକା ବାହାରିଛି କି? ଏହି ରୋଗ ପାଇଁ କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ । ଏହି ରୋଗର ଚିକିତ୍ସା କିପରି କରିବା ? ଡେଙ୍ଗୁ ରୋଗପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ଲକ୍ଷଣକୁ ଦେଖି ଚିକିତ୍ସା କରାଯାଏ । ଜଟିଳତା ଦେଖାଗଲେ ଅତିଶୀଘ୍ର ଡାକ୍ତରଖାନାରେ ଚିକିତ୍ସା କରାଇବା ଜରୁରୀ । ଅତ୍ୟଧିକ ଜୁର ହେଲେ, ପାଣି ପଟି ପକାଇ କିମ୍ବା, ଓଦା ତଉଲିଆରେ ଦେହ ପୋଛି। ଦେହର ତାପମାତ୍ରା କମାଯାଏ । ଦରକାର ହେଲେ ପାରାସିଟାମଲ ବଳିକା ଦିଆଯାଏ । ମନେରଖନ୍ତୁ; ଜ୍ଵର ଓ ଦରଜ କମାଇବାପାଇଁ ଆସପିରିନ୍ ତଥା ଅନ୍ୟ କୌଣସି ଷ୍ଟିରୋଏଡ୍ ଓ ଆଣ୍ଟିଇନ୍ଫାମେଟୋରୀ ଔଷଧ ଯଥା : ବ୍ରୁଫେନ, ଡାଇକ୍ଲୋଫେନାକ ସୋଡିୟମ, କିଟୋପ୍ରୋଫେନ୍, ଇଣ୍ଡୋ ମେଥାସିନ୍, ମେଫେନାମିକ୍ ଏସିଡ୍ ଇତ୍ୟାଦି ବ୍ୟବହାର କରିବେ ନାହିଁ । ଏହି ରୋଗ ନ ହେବାପାଇଁ କ’ଣ ଉପାୟ ଅଛି ? ଏହି ରୋଗର ପ୍ରତିରୋଧପାଇଁ ଏଡିସ୍ ମଶା ବଂଶ ବୃଦ୍ଧିକୁ ରୋକିବା ସଙ୍ଗେ ସଙ୍ଗେ ନିଜକୁ ମଶା କାମୁଡିବାରୁ ରକ୍ଷା କରିବା ହେଉଛି ମୁଖ୍ୟ ଉପାୟ । ଘର ଭିତରେ କଣ ପଦକ୍ଷେପ ନେବେ: ପାଣି ଜମିବାକୁ ନଦେବା ଅନ୍ତତଃ ପ୍ରତି ୭ ଦିନରେ ଥରେ ପାଣି ଜମୁଥିବା ଜାଗାଗୁଡ଼ିକୁ ସଫା କରି ଶୁଖାଇ ଦେବା । ପାଣି ପାତ୍ର ଓ ଛାତ ଉପର ପାଣି ଟାଙ୍କିର ଘୋଡଣୀକୁ ଭଲ ଭାବରେ ଘୋଡାଇ ରଖିବା । ଗୁମ୍ କୁଳଗରୁ ୭ ଦିନରେ ଥରେ ପାଣି ବାହାରକରି ସଫା ରଖିବା । ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ବ୍ୟବହାର ହେଉଥିବା ଖାଇବା ତଥା ଗାଧୋଇବା ପାତ୍ରରୁ ୭ ଦିନରେ ଥରେ ପାଣି ବାହାରକରି ଶୁଖାଇ ଦେବା । ମଶା କାମୁଡାରୁ ରକ୍ଷା ପାଇବାପାଇଁ ଗୋଡ ହାତ ଓ ଦେହ ଲୁଚୁଥିବା ପୋଷାକ, ଯଥା: ଧୋତି ଫୁଲ୍ ଫ୍ୟାଣ୍ଟ ଓ ଫୁଲ ସାର୍ଟ ଆଦି ପିନ୍ଧିବା । ଘର ବାହାରେ କି ପ୍ରକାର ପଦକ୍ଷେପ ନେବେ: ଘର ଚାରିପାଖରେ ଥିବା ଘାସ, ବୁଦା ଓ ଅନାବନା ଗଛଗୁଡିକ କାଟି ସଫା କରିଦେବେକାରଣ ଏସବୁ ଜୋଗାରେ ମଶା ବିଶ୍ରାମ ନିଅନ୍ତି । ଘରେ, ଘର ଚାରିପାଖରେ ଓ ଗାଁରେ ଥିବା ଖାଲଖମାଗୁଡିକୁ ବାଲି ଓ ମାଟି ପକାଇ ପୋତି ଦେବେ ଓ ପାଣି ଜମିବାକୁ ଦେବେ ନାହିଁ । ଘର ଚାରିପାଖରେ ଅଧିକ ଦିନ ଧରି ଜମି ରହୁଥବା ପାଣି ଜାଗାରେ, ଅବ୍ୟବହୁତ କୂଅରେ ମଶା ଲାର୍ଭାଖିଆ ରାମ୍ବୁସିଆ ମାଛ ଛାଡି ପାରିବେ । ଭଙ୍ଗାପାତ୍ର, ପୁରୁଣା ଟାୟାର, ପଇଡ ଖୋଳ ଇତ୍ୟାଦି ପାଣି ଜମୁଥିବା ଅଦରକାରୀ ଜିନିଷକୁ ଘରଠାରୁ ଦୂରରେ ଗାତ ଖୋଳି ପୋତି ଦେବେ । ନିଜକୁ ମଶା କାମୁଡାରୁ ରକ୍ଷା କରିବାପାଇଁ କଣ କରିପାରିବେ: ଦିନରେ ଶୋଇଲାବେଳେ ମଧ୍ୟ ମଶାରୀ ଟାଙ୍ଗି ଶୋଇବେ । କୀଟନାଶକ ଔଷଧ ଉପଚାରିତ ମଶାରୀ ଅଧିକ ଉପାଦେୟ । ସାନପିଲାମାନେ ସକାଳେ ନିଦରୁ ଉଠି ନଥିଲାବେଳେ ଯେପରି ମଶାରୀ ଭିତରେ ଶୋଇ ରହିବେ, ସେଥିପାଇଁ ଯତ୍ନନେବା ଆବଶ୍ୟକ । ମଶା ଘଉଡ଼ାଇବା ପାଇଁ ନିମ୍ବପତ୍ର ଓ ଝୁଣା ଧୂଆଁ ଦିଆଯାଇପାରିବ ଓ ବଜାରରେ ମିଳୁଥିବା ମଶାଧୂପ ବ୍ୟବହାର କରାଯାଇପାରିବ । ମଶା ନିରୋଧୀ ତେଲ ଯଥା; ନିମ ଓ କରଞ୍ଜ ତେଲ ବ୍ୟବହାର କଲେ ମଶା ଦେହରେ ବସନ୍ତି ନାହିଁ । ବଜାରରେ ମଧ୍ୟ ମଶା ନିରୋଧା ମଲମ ମିଳୁଛି । ଘରର ଝରକାଗୁଡିକରେ ମଶାରୀ ଜାଲି ଲଗାଇଲେ ଘରେ ମଶାପଶି ପାରନ୍ତି ନାହିଁ । ରୋଗ ମହାମାରୀ ଆଡକୁ ଗତି କରୁଛି ବୋଲି କିପରି ସନ୍ଦେହ କରିବେ ଓ ଏଥିପାଇଁ କି ପ୍ରକାର ପଦକ୍ଷେପ ନେବେ ? କୌଣସି ଜାଗାରେ ଏକାବେଳେ ୫ରୁ ଅଧିକ ରୋଗୀ ଦେଖାଗଲେ, ମହାମାରୀ ହୋଇଥାଇପାରେ ବୋଲି ସନ୍ଦେହ କରିବେ ଏବଂ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅତିଶୀଘ୍ର ସୂଚନା ଦେବେ। ତେଙ୍ଗୁ ରୋଗର ଲକ୍ଷଣ ଦେଖାଗଲେ, ରକ୍ତ ନମୁନା ସଂଗ୍ରହ ଜରି "ସେଣ୍ଟିନେଲ୍ ପରୀକ୍ଷାଗାରକୁ ପଠାଇବାପାଇଁ ବ୍ୟବସ୍ଥା କରିବେ । ରକ୍ତ ନମୁନା ପରୀକ୍ଷାରୁ ରୋଗ ଚିହ୍ନଟ ହେଲେ, ସ୍ଵାସ୍ଥ୍ୟ ଅଧିକାରୀ ତୁରନ୍ତ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ତତ୍ପରତାର ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ରୋଗୀମାନଙ୍କର ଚିକିତ୍ସାପାଇଁ ଯତ୍ନବାନ ଦେବେ ଓ ଜଟିଳତାର ଲକ୍ଷଣ ଦେଖାଗଲେ ଉପଯୁକ୍ତ ସୁବିଧା ଥିବା ବଡ଼ ଡାକ୍ତରଖାନାକୁ ରୋଗୀକୁ ପଠାଇଦେବେ । ମଶାମାନଙ୍କ ପ୍ରାଦୃର୍ଭାବ ଯୋଗୁଁ ମାହାମାରୀ ଦେଖାଗଲେ ଆବଶ୍ୟକ ସ୍ଥଳେ ଫଟିଙ୍ଗ (fogging) କରାଯାଏ । ଏଥିପାଇଁ "ପାଇରେଥ୍ରମ’ କୀଟନାଶକ ବ୍ୟବହାର କରାଯାଏ । ଚିକୁନଗୁନିଆ ଚିକୁନଗୁନିଆ ରୋଗ ମଧ୍ୟ ଏଡିସ ମଶା ଦ୍ଵାରା ସଂକ୍ରମିତ ହୋଇଥାଏ । ଏବଂ ଏହା ମଧ୍ୟ ଏକ ପ୍ରକାର ଭୂତାଣୁ ଜନିତ ରୋଗ । ଚିକୁନଗୁନିଆ ରୋଗର ଲକ୍ଷଣଗୁଡିକ କ’ଣ ? ହଠାତ୍ ଶୀତ ଲାଗି ଜ୍ଵର ଆସେ ଆଣ୍ଠୁଗୁଣ୍ଠି ଦରଜ ହୁଏ, ଦେହ ହାତ ବିନ୍ଧା ଛଟକା ହୁଏ, ବାନ୍ତି ଲାଗେ, ବାନ୍ତ ହୁଏ, କେତେକ ରୋଗୀଙ୍କ ଦେହରେ ଅଗିଆବାତ ଭଳି ନାଲି ନାଲି ହୋଇ ଫଳିଯାଏ, ମୁଣ୍ଡବିନ୍ଧେ ଓ ଆଲୁଅକୁ ଅନାଇବାରେ କଷ୍ଟ ହୁଏ । ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସବୁ ବୟସର ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଡେଙ୍ଗୁ ପରି ଚିକୁନଗୁନିଆର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ କିମ୍ବା କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ । ଲକ୍ଷଣ ଦେଖି ସାଧାରଣ ଚିକିତ୍ସା କରାଯାଏ । ରୋଗର ପ୍ରତିରୋଧ ପାଇଁ ଏଡିସ ମଶାର ବଂଶ ବିସ୍ତାର ରୋକିବା ଓ ମଶା କାମୁଡାରୁ ନିଜକୁ ରକ୍ଷା କରିବା ମୁଖ୍ୟ ଉପାୟ । ଆଧାର : ଜାତୀୟ ସ୍ୱାସ୍ଥ୍ୟ ମିଶନ