অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦନ୍ତ ଓ ମୁଖଗହ୍ୱର ଯତ୍ନ ପାଇଁ ଉପାୟ

ଦନ୍ତ ଓ ମୁଖଗହ୍ୱର ଯତ୍ନ

ମୁଖ ଗହ୍ୱର ଯତ୍ନରେ ଅବହେଳା ଯୋଗୁ ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ । ବିଡି, ସିଗାରେଟ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ ଧୂଆଁପତ୍ର, ବାଇଗିଣି ପତ୍ରକୁ ଶୁଖାଇ ସୁଗନ୍ଧ ଯୁକ୍ତ ରାସାୟନିକ ଦ୍ରବ୍ୟର ସମ୍ମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳଭାବରେ ବ୍ୟବହାର କରିବା, ଦୀର୍ଘ ଦିନ ଧରି ପାଟି ଭିତରେ ଧାରୁଆ କିମ୍ୱା ଭଙ୍ଗାଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁ ପାଟି ଭିତରେ ମାଂସପେଶୀ ଉପରେ କୁପ୍ରଭାବ ପଡିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ ।

ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ

ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ, ବିଡି, ସିଗାରେଟ, ଦୋକ୍ତା ଓ ଗୁଡାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ‌୍‍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖଗହ୍ୱରରେ କକର୍କଟରୋଗ ଭଳି ଦୁସାଧ୍ୟ ରୋଗ ସୃଷ୍ଟି କରିଥାଏ । ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିଦ୍ଦେର୍ଶନାମା ଜାରି କରିଛନ୍ତି । ମାତ୍ର ଏହା କେତେଦୂର ସଫଳତା ହାସଲ କରିଛି ? ବିଶେଷକରି ପୁରୁଷମାନେ ପ୍ରାୟତଃ ତମାଖୁ ସେବନ କରିବା ଫଳରେ ଏହି ରୋଗର ଶିକାର ହେଉଛନ୍ତି । ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀ ଗୁଡିକ ଲାଲରଙ୍ଗ ଦେଖାଯାଏ । ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ ।

ରୋଗ ପୁରୁଣା ହେଲେ ପାଟି ଭିତର ମାଂସପେଶୀଗୁଡିକ ଧୀରେ ଧୀରେ କଠିନ ଓ ଖଦଡା ହେବା ଅନୁଭବ ହୋଇଥାଏ ଓ ସଂପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖଗହ୍ୱର ଓ ଦନ୍ତ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସିତ ହୋଇଥାନ୍ତି। ମୁଖ ଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ‌୍‍ ଖଣିଜ ତତ୍ତ୍ୱ ତଥା କ୍ଷୀର, ମାଂସ, ଅଣ୍ଡା, ମାଛ ସବୁଜ ପନିପରିବା ଆହାର କରିବା ଉଚିତ । ଭୋଜନ ମଧ୍ୟରେ ମିଠା କିମ୍ୱା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ । ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି । ଯାହାକି ପ୍ଲାକ‌୍‍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି । ତେଣୁ ପ୍ଲାକ‌୍‍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ୱା ଦିନକୁ ଦୁଇଥର ଲ୍କ ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇ ସାରିବା ପରେ ବ୍ରସ‌୍‍ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟରେ ଉପର ମାଢ଼ିରୁ ତଳକୁ, ତଳ ମାଢ଼ିରୁ ଉପରକୁ ବ୍ରସ କରିବା ଆବଶ୍ୟକ ।

ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡାଯୁକ୍ତ ଉପାଦାନ ବ୍ୟବହାର ନ କରି, ଉତ୍ତମମାନର ପେଷ୍ଟ ଓ ବ୍ରସ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ । ଏହାଛଡା ମୁଖ ଗହ୍ୱର ଓ ଦନ୍ତ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ପ୍ରତି ୬ ମାସରେ ଥରେ ପରାମର୍ଶ କରିବା ଉଚିତ । ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ ସମ୍ପର୍କରେ ଏ ପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ । ତେଣୁ ସରକାର ଓ ସ୍ୱଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନ ସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଧାର : ଓଡିଶା ଟାଇମସ୍

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate