ହୋମ / ସ୍ଵାସ୍ଥ୍ୟ / ରୋଗ / ନୋଭେଲ କରୋନା ଭାଇରସ (କୋଭିଡ଼-୧୯)
ସେଆର କରନ୍ତୁ

ନୋଭେଲ କରୋନା ଭାଇରସ (କୋଭିଡ଼-୧୯)

ନୋଭେଲ କରୋନା ଭାଇରସ (କୋଭିଡ଼-୧୯) କିପରି ବ୍ୟାପେ, ମାସ୍କର ବ୍ୟବହାର ଏବଂ ସାବଧାନତା ବିଷୟରେ ସୂଚନା ।

କରୋନା ଭୂତାଣୁ କିପରି ବ୍ୟାପିଥାଏ

ଯେତେବେଳେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ କୌଣସି ବ୍ୟକ୍ତି କାଶି ଥାଏ ଅବା ଛିଙ୍କି ଥାଏ ତା ତାହାର ଛେପର ସୂକ୍ଷ୍ମ କଣିକା ବାୟୁ ଦ୍ଵାରା ବ୍ୟାପିଥାଏ, ଏହି କଣିକାରେ କରୋନା ଭୂତାଣୁର ଜୀବାଣୁ ରହିଥାଏ ।

ସଂକ୍ରମିତ ବ୍ୟକ୍ତିର ପାଖକୁ ଯିବା ଦ୍ଵାରା ଏହି ଜୀବାଣୁଯୁକ୍ତ କଣିକା ଶ୍ଵାସପଥ ଦେଇ ଆପଣଙ୍କ ଶରୀରରେ ପ୍ରବେଶ କରିପାରନ୍ତି।

ସାବୁନରେ ଭଲଭାବେ ହାତ ଧୋଇବା

ସାବୁନରେ ହାତ ଧୁଅନ୍ତୁ, ଖାଇବା ପୂର୍ବରୁ ଏବଂ ଶୌଚ ହେବା ପରେ ଆଉ ରୋଗରୁ ରକ୍ଷା ପାଆନ୍ତୁ ।

ସଚ୍ଛତାରେ ଦିବ୍ୟତା

ହାତକୁ ସାବୁନରେ ଭଲଭାବେ ଧୋଇବା ଦ୍ୱାରା ହିଁ ଆମେ ବହୁତଗୁଡ଼ିଏ ରୋଗରୁ ନିଜକୁ ରକ୍ଷା କରିପାରିବା।

ମାସ୍କର ବ୍ୟବହାର

ମାସ୍କର ବ୍ୟବହାର କରିବା ସମୟରେ କିଛି କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ

  • ମାସ୍କକୁ ଲଗାଇବା ପୂର୍ବରୁ, ନିଜ ହାତକୁ ସାନିଟାଇଜର ଦ୍ଵାରା ସଫା କରନ୍ତୁ କିମ୍ବା ସାବୁନର ଉପଯୋଗ କରି ଧୋଇ ନିଅନ୍ତୁ ।
  • ସୁନିଶ୍ଚିତ କରନ୍ତୁ କି ମାସ୍କ ବିନା ଅନ୍ତରାଳରେ ନିଜର ନାକ ଏବଂ ମୁହଁକୁ ପର୍ଯ୍ୟାପ୍ତ ଭାବେ ଘୋଡାଇ ରଖୁଥିବେ ।
  • ମାସ୍କକୁ ପଛରୁ ଖୋଲନ୍ତୁ ଏବଂ ମାସ୍କର ସାମା ପଟ ଅଂଶକୁ ଛୁଇଁବାରୁ ଦୂରେଇ ରୁହନ୍ତୁ ।
  • ଉପଯୋଗ କଲାପରେ ବନ୍ଦଥିବା ଏକ ଡଷ୍ଟବିନରେ ନିଜର ବ୍ୟବହୃତ ମାସ୍କକୁ ପକାଇ ଦିଅନ୍ତୁ।

ଲକ୍ଷଣ ଏବଂ ସୁରକ୍ଷା

କରୋନା ଭୂତାଣୁର ଲକ୍ଷଣ

  • ଜ୍ଵର ହେବା, ମୁଣ୍ଡ ବିନ୍ଧା
  • ନାକରୁ ବୋହିବା, ଥଣ୍ଡା
  • ନିଃଶ୍ଵାସ ନେବାରେ କଷ୍ଟ କାଶ ଏବଂ ଗଳା ଦରଜ ହେବା
  • ଛାତି ପୋଡାଜଳା ହେବା

କରୋନା ଭୂତାଣୁ କିପରି ବ୍ୟାପିଥାଏ

  • ସଂକ୍ରମିତ ବ୍ୟକ୍ତି ଖୋଲା ସ୍ଥାନରେ ଛିଙ୍କିବା ଓ କାଶିବା ଦ୍ଵାରା ।
  • ସଂକ୍ରମିତ ବ୍ୟକ୍ତି ସହିତ ହାତ ମିଳାଇଲେ, ଆଲିଙ୍ଗନ କରିବା ଦ୍ଵାରା ।
  • ସଂକ୍ରମିତ ସ୍ଥାନକୁ ଯାଇ ଫେରିବା ପରେ ହାତନ ଧୋଇ ନିଜ ଆଖି, ମୁହଁ ଏବଂ ନାକକୁ ଛୁଇଁବା ଦ୍ଵାରା ।

କରୋନାରୁ ମୁକ୍ତି ପାଇବା ପାଇଁ କ'ଣ କରିବା

  • ସଂକ୍ରମିତ ବ୍ୟକ୍ତିଙ୍କ ନିକଟ ସଂପର୍କରୁ ଦୂରେଇ ରୁହନ୍ତୁ ।
  • ନିୟମିତ ଭାବେ ଦିନକୁ ଅନେକ ଥର ହାତକୁ ସାବୁନ ଏବଂ ପରିଷ୍କାର ପାଣିରେ ଧୁଅନ୍ତୁ ।
  • ହାତ ନଧୋଇ ନିଜ ଆଖି, ମୁହଁ ଏବଂ ନାକକୁ ଛୁଅନ୍ତୁ ନାହିଁ ।
  • ସଂକ୍ରମିତ ସାମଗ୍ରୀଗୁଡିକ ସଂସ୍ପର୍ଶରେ ଆସିବା ପରେ ଆଖି  ଅବା ନାକ ଛୁଅନ୍ତୁ ନାହିଁ ।

ଆଧାର - ପ୍ରାଦେଶିକ ଜନ ସମ୍ପର୍କ ବ୍ୟୁରୋ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର, ଭୁବନେଶ୍ଵର

3.03448275862
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top