অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିତ୍ତକୋଷରେ ରୋଗ

ଉପକ୍ରମ

ସାଧାରଣତଃ ପିତ୍ତକୋଷରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ । ସେଗୁଡିକ ମଧ୍ୟରେ ହଠାତ୍ପିତ୍ତକୋଷ ଫୁଲିଯିବା, ଦରଜ ହେବା, ଜ୍ଵର ହେବା, ହଳଦିଆ ପରିସ୍ରା ହେବା ଆଦି । ଏହାକୁ ଏକ୍ୟୁଟ୍ କୋଲେସିସ୍ ଟାଇଟିସ୍ କୁହାଯାଏ ।

ଲକ୍ଷଣ

ହଠାତ୍ ଏହି ରୋଗ ଆରମ୍ଭ ହୋଇଥାଏ । ରୋଗୀ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଭୀଷଣ ଜ୍ଵର ହୋଇଥାଏ । ଏଥିରେ ବାନ୍ତି ଏବଂ ହଳଦିଆ ପରିସ୍ରା ହୁଏ । ବେଳେବେଳେ ଆଖି ହଳଦିଆ ଦେଖାଯାଏ । ପିତ୍ତକୋଷରେ ପଥର ଥିଲେ ଏହି କୋଲେସିସ୍ ଟାଇଟିସ୍ ହୁଏ ।

ସାଧାରଣତଃ ମହିଳାଙ୍କ ଠାରେ ଏହି ରୋଗ ଅଧିକ ହୋଇଥାଏ । ବିଶେଷକରି ମୋଟା ସ୍ତ୍ରୀ ଲୋକ, ୪୦ ବର୍ଷ ବା ତା’ର ଠାରୁ ଅଧିକ ବର୍ଷର ମହିଳାଙ୍କଠାରେ ଏହି ରୋଗ ବେଶୀ ଦେଖାଯାଏ ।

ପୁରୁଷଙ୍କ ମଧ୍ୟରେ ଅଳ୍ପ ସାକ୍ଷାରେ ଏହି ରୋଗ ଦେଖାଯାଏ । ଦୁଇଟି କାରଣରୁ  ଏହି ରୋଗ ହୋଇଥାଏ । ପ୍ରଥମତଃ ପିତ୍ତ ଯିବା ବାଟରେ ମଇଳା ରହି ବାଟ ବନ୍ଦ ହୋଇଗଲେ ଏହି ରୋଗ ହୁଏ ଯାହାକୁ କୋଲଞ୍ଜାଇଟିସ୍ କୁହାଯାଏ ।

କ’ଣ ହୁଏ ?

ଏପରି ହେଲେ ପିତ୍ତକୋଷ ଫୁଲିଯାଇ ବ୍ୟଥା ହୋଇଥାଏ । ପିତ୍ତକୋଷରେ ପଥର ଅଧିକ ଭାବରେ ମହିଳାଙ୍କ ଠାରେ ହୁଏ । ପିତ୍ତକୋଷରେ ପଥର ସୃଷ୍ଟିହେବାରେ ବିଭିନ୍ନ କାରଣ ରହିଛି । ତେବେ ମୂଳ କାରଣ ହେଲା ପିତ୍ତକୋଷରେ ଥିବା କମିଗଲେ ରହି ଧୀରେ ଧୀରେ ଟାଣ ହୋଇ ପଥର ପରି ଶକ୍ତି ହୋଇଯାଏ । ଏହାକୁ ପିତ୍ତକୋଷରେ ପଥର (ଗଳବ୍ଲାଡର ଷ୍ଟୋନ )   କୁହାଯାଏ ।

ପିତ୍ତକୋଷରେ ପଥର ଥିଲେ ଏବଂ ହଠାତ୍ ସଂକ୍ରମଣ ନହେଲେ ଅନେକ ଦିନ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏ ନାହିଁ । କୌଣସି କାରଣରୁ ପେଟରେ ଅଲଟ୍ରାସୋନୋଗ୍ରାଫି କରିବା ବେଳେ ଏହା ଜଣାପଡେ । ପିତ୍ତକୋଷରେ ପଥର ଥିଲେ ଏବଂ ସଂକ୍ରମଣ ହୋଇନଥିଲେ ଏହାର କୌଣସି ନିର୍ଦିଷ୍ଟ ଲକ୍ଷଣ ନଥାଏ । କେବଳ ବେଳେବେଳେ ପେଟ ଫୁଲାଇବା, ଅଧିକ ଚର୍ବିଜାତୀୟ ଖାଦ୍ୟ ଖାଇଲେ ହଜମ ନହେବା, ଆମ୍ଭିଳା ହାକୁଟିରୁ ଅମ୍ଳପିତ୍ତହୋଇଥିବା ଜଣାପଡ଼େ ।

ଚିକିତ୍ସା

ପିତ୍ତକୋଷରେ ପଥର ଚିକିତ୍ସାରେ ମଧ୍ୟ ଆମୂଳଚୂଳ ପରିବର୍ତ୍ତନ ଘଟିଛି । ଏହା ସହଜ ଏବଂ ସୁବିଧାଜନକ ହୋଇଛି । ପୂର୍ବେ ଅପରେସନ ମାଧ୍ୟମରେ ପଥର ବାହାର କରାଯାଉଥିଲା । ତେବେ ବର୍ତମାନର ପରିବର୍ତ୍ତିତ ଚିକିତ୍ସା ଅନୁସାରେ ପେଟ କଟା ହେବାର ଚିନ୍ତା ନାହିଁ । ମାତ୍ର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ହେଉଛି । ଲାପୋରୋସ୍କୋପି  ଯନ୍ତ୍ର ଯୋଗୁଁ ଏହା ସମ୍ଭବ ହୋଇପାରୁଛି । ପେଟ ନକାଟି ୪ ଟି ଛୋଟ କଣା ସାହାଯ୍ୟରେ ଏହି ଯନ୍ତ୍ରର ଅଂସ ବିଶେଷ ପେଟ ଭିତରେ ଭର୍ତ୍ତି କରାଯାଏ । ଏବଂ ଡାକ୍ତର ବାହାରେ ଆଇ ଏହି ଅପରେସନ କରିଥାନ୍ତି । ଛିଦ୍ର ଦେଇ ପିତ୍ତକୋଷ ଓ ପଥର ବାହାର କରାଯାଏ । ଅପରେସନର ୨୪ ଘଣ୍ଟା ପରେ ରୋଗୀକୁ ତରଳ ଖାଦ୍ୟ ଦିଆଯାଉଥିବାବେଳେ ୪୮ ରୁ ୭୨ ଘଣ୍ଟା ମଧ୍ୟରେ ହାଲକା କଠିନ ଖାଦ୍ୟ ଦିଆଯାଏ । ତେବେ କେତେକ କ୍ଷେତ୍ରରେ ଲାପୋରୋସ୍କୋପି ଅପରେସନ ସମ୍ଭବ ହେଉ ନଥିବାରୁ ପେଟ କାଟି ଅସ୍ତ୍ରୋପଚାର କରାଯାଇଥାଏ । ରାଜ୍ୟର ସର୍ବବୃହତ୍ ବଡମେଡିକାଲ ଠାରୁ ଜିଲାନ୍ତରୀୟ ସଦରମହକୁମା ଡାକ୍ତରଖାନାରେ ସର୍ଜରୀ ବିଭାଗରେ ଏହି ଅସ୍ତ୍ରୋପଚାର ହୋଇପାରୁଛି ।

ତେବେ ପ୍ରାଥମିକସ୍ତରରେ କିଛି ରୁଟିନ୍ ଜୀବନକୁ ସ୍ୱାସ୍ଥ୍ୟପ୍ରଦ ରଖିପାରିଲେ ଏହି ସମସ୍ୟା ଜଟିଳ ହୁଅନ୍ତା ନାହିଁ । ଦେଖାଯାଏ ଅନେକ କ୍ଷେତ୍ରରେ ରୋଗୀଟି ପ୍ରଥମିକସ୍ତରରେ ଏହାକୁ ମାମୁଲି ଯନ୍ତ୍ରଣା ଭାବି ଚିକିତ୍ସା ବ୍ୟବସ୍ଥାକୁ ବିଲମ୍ଭିତ କରିଥାନ୍ତି । କାରଣ କେତେକ କ୍ଷେତ୍ରରେ ଅପରେସନ ନହୋଇବି ପ୍ରାଥମିକ ସ୍ତରରେ ଏହାର ପରୀକ୍ଷା କରିବା ସହ ନିର୍ଦ୍ଦିଷ୍ଟ ବ୍ୟବଧାନର ଔଷଧ ଖାଇବା ଦ୍ଵାରା ଉପଶମ ପାଇଥାନ୍ତି ।   ଦୈନନ୍ଦିନ ଜୀବନରେ ନିଜର ଖାଦ୍ୟ ଓ ବିଶ୍ରାମକୁ ନିର୍ଦ୍ଦିଷ୍ଟ ସମୟରେ ରଖନ୍ତୁ । ପ୍ରଦୂଷିତ ପାଣି, ବାସୀ ଖାଦ୍ୟ ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ୟ ଓ ଆମିଷ ଖାଦ୍ୟ, ମଦ୍ୟପାନ, ବହୁମୂତ୍ର ରୋଗ ଇତ୍ୟାଦି ପିତ୍ତକୋଷରେ ପଥର ହେବାର କାରଣ । ପିତ୍ତକୋଷରେ ପଥର ଥିଲେ ବହୁଦିନ ପରେ ଏହା ପିତ୍ତକୋଷ କ୍ୟାନସରରେ ପରିଣତ ହୁଏ । ପେଟର ସାମାୟିକ ଯନ୍ତ୍ରଣା ପାଇଁ ମାନଇଚ୍ଛା ନିଜେ କୌଣସି ଯନ୍ତ୍ରଣାନିବାରକ ଔଷଧ ଖାଆନ୍ତି ନାହିଁ । ପେଟଟଣା ପାଇଁ କେହିକେହି ସୋଢା କେହି କହି ପେଟ ଉପରେ ଗରମ ମାନି ସେକର ତୁଟୁକା ଚିକିତ୍ସା ବତାଇଥାନ୍ତି ଯାହାକି ରୋଗୀପାଇଁ କ୍ଷତିକାରକ । ଖାଦ୍ୟ ତାଲିକାରେ ପ୍ରତିଦିନ ସାଲାଡ, ଦହି, ସବୁଜ ପରିବାର ସନ୍ତୁଳା କିମ୍ବା ତଟକା ଫଳ ରସ ରହିଲେ ସବୁଠୁ ଭଲ । ଶୋଧନ ହୋଇଥିବା ପରିଷ୍କାର ପାଣି ପିଅନ୍ତୁ, ଏ କ୍ଷେତ୍ରରେ ସବୁଠାରୁ ସିଝା ପାଣିବି ଭଲ । ପ୍ରାଥମିକସ୍ତରରେ ପେଟଟାଣା ଅବହେଳାର ଶିକାର ହେଲେ ପରବର୍ତ୍ତୀ ସମୟରେ ଭୟାବହ ପିତ୍ତକୋଷ ପଥରର ଯନ୍ତ୍ରଣାକୁ ପରିବର୍ତ୍ତିତ ହୋଇଥାଏ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 4/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate