ପ୍ରଶ୍ନ – ୧ ଫାଇଲେରିଆ କ’ଣ ଓ କିପରି ହୁଏ ?
ଉତ୍ତର – ଗୋଡ ହାତ ଓ ପାଦଫୁଲି ଗୋଦର ହେଲେ ଆମେ ଫାଇଲେରିଆ ହୋଇଛି ବୋଲି କହିଥାଉ ।ମାତ୍ର ଗୋଦର ହେବାର ୮ ରୁ ୧୦ ବର୍ଷ ଆଗରୁ ଫାଇଲେରିଆ ରୋଗ ସଂକ୍ରମଣ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ କିଛି ଲୋକଙ୍କୁ ଜ୍ଵର ହୋଇଥାଏ । ଏହି ଜ୍ଵର ବାତଜ୍ଵର କହନ୍ତି । ଫାଇଲେରିଆ ରୋଗର କିଟାଣୁ ଅତି କ୍ଷୁଦ୍ର । ଏହାକୁ ମାଇକ୍ରୋଫାଇଲେରିଆ କୁହାଯାଏ । ଏହି କୀଟାଣୁ ଆମ ରକ୍ତରେ ପ୍ରବେଶ କରି ଏହି ରୋଗ ସଂକ୍ରମଣ କରିଥାଏ । ସାଧାରଣତଃ ଦୁଇପ୍ରକାର ମାଇକ୍ରୋଫାଇଲେରିଆ କୀଟାଣୁ ଫାଇଲେରିଆ ରୋଗ ସଂକ୍ରମଣ କରିଥାନ୍ତି ଯଥା; ଉଚେରିଆ ବାଙ୍କ୍ରଫଟି ଓ ବୃଜୀୟା ମାଲାୟୀ
ପ୍ରଶ୍ନ -୨. ଫାଇଲେରିଆ ରୋଗ କିପରି ସଂକ୍ରମିତ ହୋଇଥାଏ ?
ଉତ୍ତର – କେତେକ ମସା କାମୁଡିବା ଦ୍ଵାରା ମାଇକ୍ରୋଫାଇଲେରିଆ ପରିଜୀବୀ କାଟାଣୁ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କ ଦେହକୁ ସଂକ୍ରମିତ ହୋଇଥାଏ । ନିମ୍ନଲିଖିତ ଦୁଇପ୍ରକାର ପରଜୀବୀ କୀଟାଣୁ ଅଲଗା ଅଲଗା ମଶାଦ୍ଵାରା ସଂକ୍ରମିତ ହୋଇଥାନ୍ତି
ଯଥା: ଉଚେରିଆ ବାଙ୍କ୍ରଫଟ ( W.B ) ମାଈ କ୍ୟୁଲେକ୍ସ ମଶା ଦ୍ଵାରା ଓ ବୃଜୀୟା ମାଳାୟୀ ( B.M) ମାଈ ମାନସୋନିଆ ମଶା ଦ୍ଵାରା ସଂକ୍ରମିତ ହୋଇଥାନ୍ତି । ଏହି ମଶା କାମୁଡିବା ଦ୍ଵାରା ମାଇକ୍ରୋଫାଇଲେରିଆ କୀଟାଣୁ ରୋଗୀ ଦେହରୁ ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୋଇଥାଏ । ଏହି କୀଟାଣୁ ଗୁଡିକ ସୁସ୍ଥଲୋକ ଦେହରେ ବୃଦ୍ଧି ପାଇ ପୂର୍ଣ୍ଣାଙ୍ଗ ମାଈ ବା ଅଣ୍ଡିରା କୃମିରେ ପରିଣତ ଦୁଆନ୍ତି । ପୂର୍ଣ୍ଣାଙ୍ଗ ମାଈ ଓ ଅଣ୍ଡିରା କୃମି ଲସିକା ଗ୍ରନ୍ଥିରେ ବାସ କରି ପ୍ରଜନନକ୍ଷମ ଦୁଅନ୍ତି । ଗୋଟିଏ ମାଈ କୃମି ପ୍ରାୟ ୫୦ ହଜାର ମାଇକ୍ରୋଫାଇଲେରିଆ କୀଟାଣୁ ଜନ୍ମ ଦେଇଥାଏ ।
ପ୍ରଶ୍ନ ୩. ବାତଜ୍ଵର ରୋଗର ଲକ୍ଷଣ କ’ଣ ?
ଉତ୍ତର ପ୍ରାଥମିକ ଅବସ୍ଥାରେ କମ୍ପ ହୋଇ ଜ୍ଵର ଆସେ ଗୋଡ ହାତ ଘୋଳା ବିନ୍ଧା ହୁଏ, ଚର୍ମ ଉପରେ ଥାଏ ଠାଏ ଲାଲ ଦାଗ ପଡିଯାଏ, ଦରଜ ହୁଏ, ଗିଲଟି ଫୁଲି ଦରଜ ହୁଏ ଓ ରକ୍ତ ଗଡେ
ରୋଗ ପୁରୁଣା ହୋଇଗଲେ:
ପ୍ରଶ୍ନ ୪. ଏହି ରୋଗ କଣ ବଂଶାନୁଗତ ?
ଉତ୍ତର : ଏହୀ ରୋଗ ବଂଶାନୁଗତ ନୁହେଁ । ଏହା ଏକ ପରିଜୀବୀ କୀଟାଣୁ ଦ୍ଵାରା ସଂକ୍ରମିତ ହୋଇଥାଏନ ।
ପ୍ରଶ୍ନ ୫. ମଶା କାମୁଡିବାର କେତେଦିନ ପରେ ରୋଗର ଲକ୍ଷଣ ଦେଖାଯାଏ ?
ଉତ୍ତର – ମଶା କାମୁଡିବାର ପ୍ରାୟ ୧ ବର୍ଷ ପରେ ବାତଜ୍ଵରର ଲକ୍ଷଣ ଦେଖା ଯାଇଥାଏ । ସୁସ୍ଥ ଲୋକର ଦେହରେ ଫାଇଲେରିଆ ପରଜୀବୀ କୀଟାଣୁ (ମାଇକ୍ରୋଫାଇଲେରିଆ) ପ୍ରବେଶ କରିବାର ପ୍ରାୟ ୧ ବର୍ଷ ପରେ ଏହା ପୂର୍ଣ୍ଣାଙ୍ଗ କୃମିରେ ପରିଣତ ହୋଇଥାଏ । ପୂର୍ଣ୍ଣାଙ୍ଗ କୃମି ହେବା ପରେ ଫାଇଲେରିଆ ରୋଗର ଲକ୍ଷଣ ପ୍ରକାଶ ପାଏ । ତେଣୁ ମଶା କାମିଡିବାର ପ୍ରାୟ ୧ ବର୍ଷ ପରେ ରୋଗର ଲକ୍ଷଣ ଦେଖା ଯାଇଥାଏ । ମାତ୍ର କେତେକ କ୍ଷେତ୍ରରେ ୧୫ ରୁ ୨୦ ବର୍ଷ ଲାଗିଯାଇପାରେ ।
ପ୍ରଶ୍ନ ୬ – ଫାଇଲେରିଆ ରୋଗରେ ଅଙ୍ଗ ଫୁଲେ କାହିଁକି ?
ଉତ୍ତର – ଜୀବନ୍ତ ବା ମୃତ ପୂର୍ଣ୍ଣାଙ୍ଗ ଫାଇଲେରିଆ କୃମି ଲସିକା ନଳୀକୁ ଅବରୋଧ କରେ । ଜୀବନ୍ତ କୃମି ଏକ ପ୍ରକାର ବିଷାକ୍ତ ପଦାର୍ଥ ନିର୍ଗତ କରେ । ଏହୀ ବିଷକ୍ତ ପଦାର୍ଥ ଲସିକା ନଳୀକୁ ଅବରୋଧ କରେ । ଫଳରେ ଲସିକା ପ୍ରବାହରେ ବାଧା ଉପଜେ । ଲସିକା ନଳୀରୁ ଲସିକା ନାଲି ବାହାରେ ଥିବା ଜୀବକୋଷ ମଧ୍ୟକୁ ଲସିକା ପ୍ରବେଶ କରେ । ଫଳରେ ଅବରୋଧ ହୋଇଥିବା ଅଙ୍ଗଟି ଫୁଲେ । ପ୍ରଥମେ ପ୍ରଥମେ ଫୁଲାଟି ନରମ ଥାଏ ଚିପିଦେଲେ ଦବିଯାଏ । ବାହାରର ରୋଗଜୀବାଣୁ ଗୋଦର ଅଙ୍ଗରେ ଥିବା କ୍ଷତ ଦେଇ ଶରୀରକୁ ପ୍ରବେଶ କରେ । ଫଳରେ ବାରମ୍ଭାର ଜ୍ଵର ହୁଏ ଓ ଅଙ୍ଗ ଫୁଲି ଦରଜ ହୁଏ । ମାତ୍ର ରୋଗ ପୁରୁଣା ହୋଇଗଲେ ଫୁଲା ଜାଗା ଟାଣ ହୋଇଯାଏ । ପାଦ, ଗୋଡ ଫୁଲି ଗୋଦର ହୁଏ । ଅଣ୍ଡକୋଷ ଫୁଲି ହୋଇଡ୍ରୋସିଲ ହୁଏ ସ୍ତନ ଫୁଲି ଟାଣହୁଏ । ପ୍ରଥମ ଅବସ୍ଥାରେ ଫୁଲା ଜାଗାକୁ ଉପରକୁ ଟେକି ରଖିଲେ ଫୁଲା କମିଯାଏ । ମାତ୍ର ଅଧିକ ଦିନର ରୋଗ ହୋଇ ଥିଲେ ଏହା ଆଉ କମେ ନାହିଁ ।
ପ୍ରଶ୍ନ ୭ – ଫାଇଲେରିଆ ରୋଗ ପାଇଁ ନିର୍ଦ୍ଧିଷ୍ଟ ଚିକିତ୍ସା ଅଛି କି ?
ଉତ୍ତର : ହିଁ, ପ୍ରାଥମିକ ଚିକିତ୍ସାରେ ରୋଗ ଚିକିତ୍ସା ପାଇଁ ଔଷଧ ଅଛି । ଏହା ସମୟରେ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କଲେ ରୋଗ ବଢି ନଥାଏ ।
ପ୍ରଶ୍ନ ୮ . ଫାଇଲେରିଆ ରୋଗ ଚିହ୍ନଟ କରିବ କିପରି ?
ଉତ୍ତର : ଲକ୍ଷଣ ଦେଖି ଆମେ ସହଜରେ ଜାଣିପାରିବା ଜଣଙ୍କୁ ଫାଇଲେରିଆ ହୋଇଛି କି ନାହିଁ, ମାତ୍ର ଅନେକଙ୍କ କ୍ଷେତ୍ରରେ କୀଟାଣୁ ଥାଇ ମଧ୍ୟ ଲକ୍ଷଣ ଦେଖାଯାଏ ନାହିଁ । ଏମାନଙ୍କ କ୍ଷେତ୍ରରେ ରକ୍ତ ପରୀକ୍ଷା କରି ରୋଗର ସଂକ୍ରମଣ ହୋଇଛି କି ନାହିଁ ଜାଣିହୁଏ । ରାତି ୮ ରୁ ୧୨ ଟା ମଧ୍ୟରେ ରୋଗୀ ସୋଇଥିବା ସମୟରେ ଏହି ରକ୍ତ ନମୁନା ସଂଗ୍ରହ କରାଯାଏ । କାରଣ ଦିନ ବେଲାରେ ଏହି କୀଟାଣୁ ରକ୍ତ ସ୍ରୋତରେ ନଥାଇ ଲସିକା ଗ୍ରନ୍ଥୀ ମଧ୍ୟରେ ଲୁଚି ରହିଥାନ୍ତି ଓ ରାତି ହେଲେ ରକ୍ତ ସ୍ରୋତକୁ ଆସିଥାନ୍ତି । ରକ୍ତ ନମୁନାକୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରିକ୍ଷା କରି କିଟାଣୁ ଚିହ୍ନଟ କରିହୁଏ ।
ପ୍ରଶ୍ନ ୯ – ଫାଇଲେରିଆ ରୋଗର ପ୍ରତିରୋଧ ତଥା ନିରାକରଣ କପରି କରାଯାଇ ପାରିବ ?
ଉତ୍ତର : ବାତଜ୍ଵର ନିରାକରଣ ପାଇଁ ଭାରତ ସରକାରଙ୍କ ତରଫରୁ “ ଜାତୀୟ ବାତଜ୍ଵର ନିରାକରଣ” କାର୍ଯ୍ୟକ୍ରମ ଜାରି ରହିଛି । ଏଥିପାଇଁ ବର୍ତ୍ତମାନ ଆମ ଜାତୀୟ କାର୍ଯ୍ୟକ୍ରମରେ ଦୁଇଟି ମୁଖ୍ୟ ଉପାୟ ଅବଲସ୍ଵନ କରାଯାଉଅଛି ।
ଏହାବ୍ୟତିତ
ମଶା ବଂଶ ବୃଦ୍ଧି ନହେବା ପାଇଁ ଓ ମଶା ଣ କାମୁଡିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ବନ କରାଯାଇଥାଏ ।
ପ୍ରଶ୍ନ ୧୦ - ଗୋଷ୍ଠିରେ ସମସ୍ତଙ୍କ ଦେହରୁ ଫାଇଲେରିଆ ବା ବାତଜ୍ଵର କୀଟାଣୁ ନଷ୍ଟ କରାଯିବ କିପରି?
ଉତ୍ତର - ଏଥିପାଇଁ “ସାର୍ବଜନିନ ଔଷଧ ସେବନ” ବା Mass Drug Administration ( MDA) କାର୍ଯ୍ୟକ୍ରମକୁ ବାତଜ୍ଵର\ ପ୍ରବଣ ଜିଲାମାନଙ୍କରେ କାର୍ଯ୍ୟକାରୀ କରାଯାଉଛି । ଆମ ରାଜ୍ୟରେ ଏବେ ଏହା ନିମ୍ନଲିଖିତ ୨୦ ଟି ଜିଲ୍ଲାରେ କରାଯାଉଛି ।
ପୁରୀ, ଖୋର୍ଦ୍ଧା, ନିୟାଗଡ, ଗଞ୍ଜାମ, ଗଜପତି, କଟକ ଜଗତସିଂହପୁର, କେନ୍ଦ୍ରପଡା ଯାଜପୁର, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ ଅନୁଗୁଳ ଦେବଗଡ, ଝାରସୁଗୁଡା, ନୂଆପଡା କୋରାପୁଟ ନବରଙ୍କପୁର, ମାଲକାନ ଗିରି, ବୌଦ୍ଧ । ପରେ ଅନ୍ୟ ଜିଲ୍ଲାମାନଙ୍କରେ ଏହି କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି ।
ଲଗାତର ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ଯଦି ଗୋଟିଏ ଗୋଷ୍ଠିରେ ଶତକଡା ୮୫ ଭାଗରୁ ଅଧିକ ଲୋକ ବର୍ଷର ଗୋଟିଏ ଦିନରେ ବାତଜ୍ଵର ନିରାକରଣ ପାଇଁ ଦିଆଯାଉଥିବା ଔଷଧ ସେବନ କରନ୍ତି ତେବେ ଗୋଷ୍ଠିରୁ ବାତଜ୍ଵର ନିରାକରଣ ହୋଇପାରିବ ।
ପ୍ରଶ୍ନ ୧୧ . କେଉଁମାନେ ଏହି ଔଷଧ ସେବନ କରିପାରିବେ ?
ଉତ୍ତର କେବଳ ଦୁଇବର୍ଷରୁ କମ୍ମ ବୟସର ଶିଶୁ ଗର୍ଭବତୀ ମହିଳା ଏବଂ ଅଧିକଦିନ ଦରି ରୋଗରେ ପିଡିତଥିବା ଲୋକମାନଙ୍କୁ ଛାଡି ଅନ୍ୟ ସମସ୍ତ ଏହି ଔଷଧ ସେବନ କରିପାରିବେ ।
ପ୍ରଶ୍ନ ୧୨ : ସମସ୍ତେ ଏକା ଦିନରେ ଔଷଧ ସେବନ କରିବେ କାହିଁକି ?
ଉତ୍ତର – ଗୋଷ୍ଠି ସମସ୍ତେ ଏକ ସମୟରେ ଔଷଧ ସେବନ କଲେ ସେମାନଙ୍କ ଦେହରେ ଥିବା ବାତଜ୍ଵରର କୀଟାଣୁ ଏକାସବେଳକେ ମରିଯାନ୍ତି । ଫଳରେ କୀଟାଣୁସଙ୍କ୍ରମଣ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥାଏ । ଏହିପରି ୫ ରୁ ୬ ବର୍ଷ ଲଗାତର ସାର୍ବଜନୀନ ଔଷଧ ସେବନ କରିବା ଦ୍ଵାରା ବାତଜ୍ଵର କୀଟାଣୁ ସମ୍ପୁର୍ଣ୍ଣ ନଷ୍ଟ ହୋଇ ହୋଇଯିବେ । ଏହି ସମୟ ଭିତରେ ଶରୀରରେ ଥିବା ସମସ୍ତ ପୂର୍ଣ୍ଣାଙ୍ଗ କୃମି ମଧ୍ୟ ମରିଯିବେ । ଫଳରେ କାହାରି ଦେହରେ ବାତଜ୍ଵର କୀଟାଣୁ ରହିବେ ନାହିଁ । ଏହା ଦ୍ଵାରା ବାତଜ୍ଵର ନିରାକରଣ ସମ୍ଭବ ହୋଇପାରିବ । MDA ଦିନ ଔଷଧ ବିତରକମାନେ ଘରକୁ ଘର ଯାଇ ସମସ୍ତ ପରବାରର ସମସ୍ୟମାନଙ୍କୁ ଏହି ଔଷଧ ଖୁଆଇବେ ଏଥିପାଇଁ ଜନସହଯୋଗ ଏକାନ୍ତ ଆବଶ୍ୟକ ।
ପ୍ରଶ୍ନ ୧୩ : ବାତଜ୍ଵର ପାଇଁ ଦିଆଯାଉଥିବା ଔଷଧ କଣବ ଏକ ନୂଆ ପ୍ରକାରର ଔଷଧ ?
ଉତ୍ତର : ନାଁ, ଏହି ଔଷଧ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ ସମୟଧରି ବ୍ୟବହାର କରାଯାଉଛି । ପ୍ରାୟ ଅଧିକାଂଶ ଲୋକ ଡି.ଇ.ସି ଓ ଆଲବେଣ୍ଡାଜଲ ବଟିକା ଆଗରୁ ଖାଇଥିବେ । ଏହି ଦୁଇ ପ୍ରକାରର ବଟିକା MDA ରେ ଦିଆଯାଉଛି ।
ପ୍ରଶ୍ନ ୧୪ : ଏସବୁ ଔଷଧ କିପରି ଖାଇବେ?
ଉତ୍ତର : ବୟସ ଅନୁସାରେ ଡି.ଇ.ସି ବଟିକା ଓ ଆଲବେଣ୍ଡାଜଲ ବଟିକା ଦିଆଯାଇଥାଏ । ବୟସ ଅନୁସାରେ ଡି.ଇ.ସି ଓ ଆଲବେଣ୍ଡାଜଲ ବଟିକା ମାତ୍ରା
|
ଡି.ଇ.ସି ଆଲବେଣ୍ଡାଜଲ |
||
ବୟସ |
ମାତ୍ରା |
ବଟିକା ସଂଖ୍ୟା ୧୦୦ ମି.ଗ୍ରା |
|
< ୨ ବର୍ଷ |
0 |
0 |
0 |
୨ ରୁ ୫ ବର୍ଷ |
୧୦୦ ମି.ଗ୍ରା |
୧ଟି |
୧ଟି |
୬ ରୁ ୧୪ ବର୍ଷ |
୨୦୦ ମି. ଗ୍ରା |
୨ଟି |
୧ଟି |
୧୫ ବର୍ଷ ବା ତାଠାରୁ ଉର୍ଦ୍ଧ୍ଵ |
୩୦୦ ମି.ଗ୍ରା |
୩ଟି |
୧ଟି |
ଆଲବେଣ୍ଡଜଲ ବଟିକା ୨ ବର୍ଷରୁ ଉର୍ଦ୍ଧ୍ଵ ସବୁ ବଯସର ଲୋକଙ୍କ ପାଇଁ ଗୋଟିଏ ବଟିକା ଦିଆଯାଏ । |
ବାତ ଜ୍ଵର ପାଇଁ ଦିଆଯାଉଥିବା ବଟିକା ପେଟପୂରା ଖାଇ ସାରିବା ପରେ ଖାଇବେ । ଖାଲି ପେଟରେ ଖାଇବେ ନାହିଁ ।
ପ୍ରଶ୍ନ ୧୫: ବାତଜ୍ଵର ଔଷଧ ଖାଇବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏକି?
ଉତ୍ତର : ଉତ୍ତର ଡି.ଇ.ସି ଓ ଆଲବେଣ୍ଡାଜଲ ଶରୀର ପାଇଁ ନିରାପଦ ।
ନିମ୍ନଲିଖିତ ପାର୍ଶ୍ଵପ୍ରତିକ୍ରିୟା ମଧ୍ୟରୁ ଗୋଟିଏ ବା ଅଧିକ ପାର୍ଶ୍ଵପ୍ରତିକ୍ରିୟା ଦେଖାଦେଇପାରେ ।
ପ୍ରଶ୍ନ ୧୬:ବ ବାତଜ୍ଵର କୌଣସି ଲକ୍ଷଣ ନଥିଲେ ମଧ୍ୟ ଜଣେ କାହିଁକି ଔଷଧ ଖାଇବ ?
ଉତ୍ତର : ଲକ୍ଷଣ ଦେଖାନଗଲେ ମଧ୍ୟ ଶରୀରରେ ବାତଜ୍ଵରର ପରଜୀବୀ କାଟାଣୁ ଥାଇପାରନ୍ତି । କାରଣ ଆମ ଅଞ୍ଚଳରେ ବାତଜ୍ଵର ରୋଗୀ ଅଛନ୍ତି, ରୋଗ ସଂକ୍ରମଣ କରୁଥିବା ମସା ଅଛନ୍ତି । ତେଣୁ ମସା କାମୁଡିବା ଦ୍ଵାରା ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ଦେହରୁ ଅନ୍ୟ ଜଣଙ୍କୁ ରୋଗ କୀଟାଣୁ ସଂକ୍ରମଣ ହେବାର ସମ୍ଭାବନା ଅଛି । ରୋଗ କୀଟାଣୁ ନାଶ କରିବା ପାଇଁ ବାତଜ୍ଵର ଔଷଧ ଖାଇବା ନିହାତି ଆବଶ୍ୟକ ।
ପ୍ରଶ୍ନ ୧୭ : ଗୋଦର ଭଲ ହେବାପାଇଁ କିଛି ଚିକିତ୍ସା ଅଛି?
ଉତ୍ତର: ଠାରେ ଗୋଦର ହୋଇଗଲେ, ଏହାର ସଂପୂର୍ଣ୍ଣ ଆରେଗ୍ୟ ପାଇଁ କୌଣସି ଚିକିତ୍ସା ନାହିଁ । କିନ୍ତୁ ଗୋଦର ଅଧିକ ନ ବଢିବା ପାଇଁ, କଷ୍ଟ ନହେବା ପାଇଁ ଏବଂ ଗୋଦର ଅଙ୍ଗାର ଫୁଲା କମାଇବା ପାଇଁ ନିମ୍ନ ଲିଖିତ ସହଜ ଉପାୟମାନ ଘରେ କଇରୀ ପାରିବେ ।
ଗୋଦର ଗୋଡର ଯତ୍ନ ନେବେ କିପରି?
ଏଥିପାଇଁ ପ୍ଲାଷ୍ଟିକ ଟବ, ପରିଷ୍କାର ପାଣି, ଦେହଲଗା ସାବୁନ ନରମ ଗାମୁଛା, ପ୍ଲାଷ୍ଟିକ ମଗ ବ୍ୟବହାର କରି ନିମ୍ନମତେ ଜତ୍ନ ନେବେ ।
ଏହା ବ୍ୟତୀତ ନିମ୍ନଲିଖିତ ଉପାୟ ଗୁଡିକ ଅବଲମ୍ବନ କରିବେ
ଚିତ୍ରରେ ଦେଖାଗଲାପରି ନିୟମିତ ବ୍ୟାୟାମ କରିବେ ।
କ) ଦୁଇ ହାତ ଲଗାଇ କାନ୍ଥରେ ଭରା ଦିଅନ୍ତୁ । ଗୋଡର ଗୋଇଠିକୁ ଟେକି ପାଦଆଙ୍ଗୁଠି ଉପରେ ଠିଆ ଦୁଅନ୍ତୁ । କିଛି ସମୟ ପରେ ପୁଣି ପାଦଉପରେ ଠିଆ ଦୁଅନ୍ତୁ । ଏଇଭଳି ୫ ରୁ ୧୦ ଥର କରିବେ । କଷ୍ଟ ଅନୁଭବ ହେଲେ ପ୍ରଥମେ ଗୋଟିଏ ଗୋଡରେ କରିବେ ଏବୋଂତ ପରେ୪ ଅନ୍ୟ ଗୋଡରେ କରିବେ ।
ଖ) ବସିବା ବା ଶୋଇବା ଅବସ୍ଥାରେ ଦୁଇ ପାଦକୁ ଯୋଡି ଉପରକୁ ରଖିବେ । ଆଙ୍ଗୁଠି ଗୁଡିକ ତଳକୁ ବଙ୍କାଇ ୩ରୁ୫ ସେକେଣ୍ଡ ପର୍ଯ୍ୟନ୍ତ ରଖିବେ ।
ଏଇଭଳି ୫ ରୁ ୧୦ ଥର କରିବେ । ଏହା ସାଙ୍ଗରେ ଦୁଇପାଦ ଏକା ଥରକେ କିମ୍ବା ଥରକୁ ଗୋଟିଏ ପଦରେ ଏପରି କରିବେ ।
ଗ) ବସିବା କିମ୍ବା ଶୋଇବା ଅବସ୍ଥାରେ ଗୋଇଠି ଉପରେ ଭରାଦେଇ ଗୋଡର ବ୍ୟାୟାମ ନିୟମିତ କରିବେ ।
ବାତଜ୍ଵର ହୋଇଥିବା ବେଳେ
ଆଧାର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଓଡିଶା
Last Modified : 7/11/2020