କ୍ରନିକ୍ ବୃକକ୍ ରୋଗର ତିନିପରକାର ଚିକିତ୍ସା ପଦ୍ଧତି ରହିଛି । ସେଗୁଡିକ ହେଲା –
କ୍ରନିକ୍ ବୃକକ୍ ରୋଗରେ ସାଧାରଣତଃ ପୁରାପୁରି ସୁସ୍ଥତା ଦେଖାଯାଏ ନାହିଁ । ସିକେଡି ସର୍ବଦା ଡାୟଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ କରି ଜୀବନ ବଞ୍ଚାଇଥାଏ । ଅତ୍ୟନ୍ତ ବ୍ୟୟବହୁଳ ଚିକିତ୍ସା ଏବଂ ବୃକକ୍ ଉପଲବ୍ଧରେ ଅସୁବିଧା କାରଣରୁ ଭାରତରେ ୫-୧୦% ବୃକକ୍ ରୋଗୀ ଡାୟଲିସିସ୍ ଏବଂ ବୃକକ୍ ପ୍ରତିରୋପଣ ପରି ଚିକିତ୍ସା କରିପାରନ୍ତି ବା ସମସ୍ତେ କୌଣସି ସ୍ଥାୟୀ ଚିକିତ୍ସା ନପାଇ ମୃତ୍ୟୁବରଣ କରିଥାଆନ୍ତି । ତେଣୁ ଅନୁସନ୍ଧାନ ଓ ଡାକ୍ତରୀ ପରିଚାଳନା ହେଉଛି ଏକ ସ୍ୱଳ୍ପ ଖର୍ଚ୍ଚର ବ୍ୟବସ୍ଥା ଯାହାକି ଅଳ୍ପ ଖର୍ଚ୍ଚରେ ସିକେଡିକୁ ଚିକିତ୍ସା କରି ଡାୟଲିସିସ୍ ଓ ବୃକକ୍ ପ୍ରତିରୋପଣ କରିବାର ସ୍ମାୟକୁ ବିଳମ୍ବିତ କରାଇଥାଏ । ଅଧିକାଂଶ ସିକେଡି ଆକ୍ରାନ୍ତ ବ୍ୟକ୍ତି ସିକେଡି ପାଇଁ କରାଯାଇଥିବା ଡାକ୍ତରୀ ପରିଚାଳନାରେ ସୁଯୋଗ ନେବାରୁ କାହିଁକି ବଞ୍ଚିତ ହୁଅନ୍ତି ?
କ୍ରନିକ୍ ବୃକକ୍ ରୋଗର ଆରମ୍ଭ ସମଯରୁ ତାହାର ପ୍ରକୃତ ଚିକିତ୍ସା ଆରମଭ କରିବା ହେଉଛି ସ୍ଵାଗତଯୋଗ୍ୟ ପଦକ୍ଷେପ । ଅଧିକାଂଶ କ୍ରନିକ୍ ବୃକକ୍ ରୋଗୀ ଆରମ୍ଭରୁ ଚିକିତ୍ସା କରି ସମ୍ପୂର୍ଣ୍ଣ ସୁସ୍ଥତା ଅନୁଭବ କରନ୍ତି । କିନ୍ତୁ ଅନେକ କ୍ରନିକ୍ ବୃକକ୍ ରୋଗୀ ଲକ୍ଷଣ ଅଭାବରୁ ରୋଗର ଗୁରୁତ୍ଵ ଉପଲବ୍ଧି କରିପାରନ୍ତି ନାହିଁ । ତା ଛଡା ଔଷଧ ଔଷଧ ବନ୍ଦ କରିଦେବା, ଖାଦ୍ୟ ଉପରେ ନିୟନ୍ତ୍ରଣ ନରଖିବା ଓ ଚିକିତ୍ସାରର ଅବହେଳା କରିବା ଦ୍ଵାରା ଅତିଶିଘ୍ର ବୃକକ୍ ହାନି ହୋଇଥାଏ । ଏହିପରି ରୋଗୀମାନେ ଅବହେଳା କାରଣରୁ ଅତିଅଳ୍ପ ସମୟରେ ଡାୟଲିସିସ୍ ଏବଂ ବୃକକ୍ ପ୍ରତିରୋପଣ ପରି ବ୍ୟବ ବହୁଳ ଚିକିତ୍ସା ଆବଶ୍ୟକ କରନ୍ତି ।
କ୍ରନିକ୍ ବୃକକ୍ ରୋଗ ହେଉଛି କ୍ରମବର୍ଦ୍ଧିତ ଖରାପ ଅବସ୍ଥା, ଯାହାର କୌଣସି ସୁସ୍ଥତା ନାହିଁ ଏବଂ ଡାକ୍ତରୀ ପରିଚାଳନାର ଲକ୍ଷ୍ୟ ଗୁଡିକ ହେଲା –
ପ୍ରଥମ ସ୍ତର |
ପ୍ରଥମତଃ ରୋଗ ନିର୍ଣ୍ଣୟ କରିବା ଓ ବଢିଯାଇଥିବା ରୋଗକୁ ଚିକିତ୍ସା ମାଧ୍ୟମରେ ଧିର କରିବା ।
|
ଦ୍ଵିତୀୟ ସ୍ତର |
ରୋଗର କ୍ରମାଗତ ବୃଦ୍ଧିକୁ ସ୍ଥିରୀକୃତ କରିବା । କୋ – ପରବିତ୍ ଅବସ୍ଥାକୁ ଚିକିତ୍ସା କରିବା । |
ତୃତୀୟ ସ୍ତର |
ରୋଗକୁ ସ୍ଥିର କରି ଜଟିଳତାର ଚିକିତ୍ସା କରିବା ଏବଂ ବୃକକ୍ ବିଶେଷଜ୍ଞଙ୍କ ପାଖକୁ ଯିବାକୁ ଅନୁମୋଦନ କରିବା । |
ଚତୁର୍ଥ ସ୍ତର |
ବୃକକ୍ ସ୍ଥାନାନ୍ତରର ସୁବିଧା ବିଷୟରେ ରୋଗୀକୁ ବୁଝାଇବା ଏବଂ ବୃକକ୍ କୁ ଡାୟଲିସିସ୍ ମାଧ୍ୟମରେ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ କରିବା । |
ପଞ୍ଚମ ସ୍ତର |
ଡାୟଲିସିସ୍ ମାଧ୍ୟମରେ ବୃକକ୍ ସ୍ଥାନାନ୍ତର କିମ୍ବା ପ୍ରତିରୋପଣ କରିବା । ସିକେଡିର ଡାକ୍ତରୀ ପରିଚାଳନାର ନଅ ସ୍ତରୀୟ ଯୋଜନା : |
୧. |
ପ୍ରାଥମିକ ଇତିଓଲୋଜିର ପରିଚାଳନା – ନିମ୍ନରେ ଦିଆଯାଇଥିବା ପ୍ରାଥମିକ ସ୍ଥିତିକୁ ଚିହ୍ନିବା ଓ ତା’ର ଚିକିତ୍ସା କରିବା । ଏହା ହୁଏତ ସିକେଡିର କ୍ରମୋନ୍ନତିକୁ ବିଳମ୍ବିତ ପ୍ରତିଷେଧକ କିମ୍ବା ଓଲଟା କରିପାରେ ।
|
୨. |
ସିକେଡିର କ୍ରମବର୍ଦ୍ଧିତାକୁ ଶିଥିଳ କରିବାର କୌଶଳ :
|
୩. |
ସପୋଟିଭ୍ ଏବଂ ଲକ୍ଷଣଗତ ଚିକିତ୍ସା :
|
୪. |
ରିଭରସେବଲ ପ୍ୟାକ୍ଟର ପରିଚାଳନା : ରିଭରସେବଲ ପ୍ୟାକ୍ଟର କାରଣ ଗୁଡିକ ଖୋଜିବା ଓ ଚିକିତ୍ସା କରିବା ଉଚିତ୍ ନଚେତ୍ ଏହା ବୃକକ୍ କାର୍ଯ୍ୟହୀନତାର ମାତ୍ରାକୁ ପ୍ରଭାବିତ କରିପାରେ । ରିଭରସେବଲ କ୍ୟାକ୍ଟକୁ ଠିକ୍ କରିବା ବୃକକ୍ କାର୍ଯ୍ୟହୀନତା ହେବାରୁ କରେ ଓ ବୃକକ୍ କାର୍ଯ୍ୟ କରିବାରେ ସ୍ଥିରତା ଆସେ ।
|
୫. |
ସିକେଡି ଜନିତ ଜଟିଳତାର ଚିହ୍ନଟ ଏବଂ ଚିକିତ୍ସା : ସିକେଡି ଜନିତ ଜଟିଳତା ଅତି ଶିଘ୍ର ଚିକିତ୍ସା ଆବଶ୍ୟକ କରେ ସାଧାରଣ ଜଟିଳତା ଯାହାକି ଆମ ଦୃଷ୍ଟି ବା ଆଟେନସନ୍ ଦରକାର କରେ ତାହା ହେଉଛି ମାତ୍ରାଧିକ ତରଳର ଗୁରୁତର ଅବସ୍ଥା । ରକ୍ତରେ ପୋଟାସିୟମର ମାତ୍ରା ଅଧିକ ହୋଇଯିବା ଏବଂ ଆଡଭାନ୍ସ ବୃକକ୍ ଅଚଳ ହେବାର ଅତିମାତ୍ରାରେ ଖରାପ ପ୍ରଭାବ ହୃଦୟ, ମସ୍ତିଷ୍କ ଓ ଫୁସୁଫୁସ୍ ଉପରେ ପଡେ । |
୬. |
ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ ଏବଂ ସାଧାରଣ ମାପକ :
|
ବିଭିନ୍ନ ପ୍ରକାର ଭେଦ ଓ ବୃକକ୍ ଖରାପ ହେବାର ମାତ୍ରାନୁସାରେ ସିକେଡି ପାଇଁ ଖାଦ୍ୟରେ ନିୟନ୍ତ୍ରଣ ଆବାଧ୍ୟକ ହୋଇପଡେ (୨୫ତମ ଅଧ୍ୟାୟରେ ବିସ୍ତୃତଭାବେ ବର୍ଣ୍ଣିତ) ।
ପୋଟାସିୟମ – ଉଚ୍ଚ ମାତ୍ରାର ପୋଟାସିୟମ ସିକେଡି ରୋଗୀ ମାନଙ୍କ ପାଇଁ ଏବଂ ସାଧାରଣ ସମସ୍ୟା । ହୃଦୟର କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି କରେ । ଏଥିରୁ ସୁରକ୍ଷା ପୋଟାସିୟମ ଯୁକ୍ତ ଖାଦ୍ୟ ଉପରେ ନିୟନ୍ତ୍ରଣ ରହିବା ଉଚିତ୍ । (ଯେପରିକି ଶୁଖିଲା ଫଳ, ପଇଡ ପାଣି, ଆଳୁ, କଦଳୀ, ତମାଟୋ ଇତ୍ୟାଦି) ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଇବା ଉଚିତ୍ ।
ପ୍ରୋଟିନ୍ – ସିକେଡି ପୀଡିତ ରୋଗୀ ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ କମ୍ ଖାଇବା ଉଚିତ୍ କାରଣ ଏହା ବୃକକ୍ କ୍ଷତି କରିବାରେ ସାହାଯ୍ୟ କରେ ।
ନେଫ୍ରୋଲୋଜିଷ୍ଟଙ୍କ ପାଖକୁ ପଠାଇବା ଦ୍ଵାରା ଏବଂ ଡାୟଲିସିସ୍ ପୂର୍ବଶିକ୍ଷା ଦ୍ଵାରା ରୋଗୀର ଅସୁସ୍ଥତା ଏବଂ ମୃତ୍ୟୁହାରକୁ କମାଇ ଦିଆଯାଇପାରେ । ସଅଳ ପଠାଇବା ଦ୍ଵାରା ଶେଷସ୍ତରକୁ ଯାଉଥିବା ବୃକକ୍ ରୋଗୀକୁ ଧୀମା କରାଯାଇପାରେ । ଡେରିହେଲେ ବୃକକ୍ (ରେନାଲ) ରିପ୍ଲେସ୍ ମ ଚିକିତ୍ସା କରିବାକୁ ପଡେ ।
ସିକେଡିକୁ ପ୍ରତିଷେଧ କିମ୍ବା ଧୀମା (ବିକଳ୍ପ) କରିବା ପାଇଁ କେଉଁ ଚିକିତ୍ସା ଅତ୍ୟନ୍ତ ଜରୁରୀ ?
ସିକେଡି ପଛରେ କାରଣ ଯାହା ଥାଉନା କାହିଁକି ରକ୍ତଚାପରେ ଶକ୍ତ ନିୟନ୍ତ୍ରଣ ହେଉଛି ଅତ୍ୟନ୍ତ ଜରୁରୀ ଯାହା ସିକେଡିକୁ ପ୍ରତିଶୋଧ କିମ୍ବା ବିଳମ୍ବ କରିଥାଏ । ଅନିୟନ୍ତ୍ରିତ ରକ୍ତଚାପ ସିକେଡିର ମାତ୍ରାକୁ ବଢାଇବା ସହିତ ଅବସ୍ଥାକୁ ଅତ୍ୟନ୍ତ ଜଟିଳ କରାଏ ଏବଂ ହୃ ରୋଗ ପରି ସମସ୍ୟା ସବୁ ସୃଷ୍ଟି କରେ ।
ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାପାଇଁ କେଉଁ ଔଷଧ ବ୍ୟବହାର କରିବା ଉଚିତ୍ ?
ନେଫ୍ରୋଲୋଜିଷ୍ଟ ଅଥବା ଡାକ୍ତର ଉଚ୍ଚ ରକ୍ତଚାପକୁ ମାପି ତା’ପାଇଁ ଉପଯୁକ୍ତ କାର୍ଯ୍ୟକାରୀ ଔଷଧ ଚୟନ କରିବେ । ମୁଖ୍ୟ ସାଧାରଣ ଔଷଧ ଯାହା ବ୍ୟବହାର କରାଯାଏ ପ୍ରାୟତଃ ସେଗୁଡିକ ହେଲା – ଆନ୍ ଜିଓଟେନ୍ ସିନ୍, କନ୍ ଭରଟିଙ୍ଗ୍ ଏନ୍ ଯାଇମ (ଉତ୍ତର) ଇନ୍ ହିବିଟରସ୍, ବ୍ଲକରସ୍ (ଇକଈଝ) କ୍ୟାଲସିୟମ ବ୍ଲକରସ୍, ବେଟାବ୍ଲକରସ୍ ଏବଂ ନିୟୁରେଟିକସ୍ ।
(ଉତ୍ତର) (ଏସିଇ) – ଇନ୍ ହିବିଟରସ୍ ଇଜଈଝ (ଏଆରବିଏସ୍) ହେଉଛି ପ୍ରଥମ ସ୍ତରର ଚିକିତ୍ସା ଯାହାକି ରକ୍ତଚାପ କମାଏ ଏବଂ ଅତିରିକ୍ତ ଭାବେ ସ୍ଵତନ୍ତ୍ର ଲାଭ ଦିଏ । କ୍ରନିକ୍ ବୃକକ ରୋଗକୁ ବିଳମ୍ବିତ କରି ବଢିବାକୁ ଦିଏନାହିଁ ଏବଂ ବୃକକ୍ କୁ ମଧ୍ୟ ସୁରକ୍ଷା ପ୍ରଦାନ କରେ ।
ସିକେଡି କ୍ଷେତ୍ରରେ ରକ୍ତଚାପ ନିୟନ୍ତ୍ରଣର ଲକ୍ଷ କ’ଣ ?
ଉଚ୍ଚ ରକ୍ତଚାପ ସିକେଡିକୁ ଉତ୍ତେଜିତ କରିବାର କାରଣ ହୋଇପାରେ । ଯାହାକି ସିକେଡିକୁ ବଢାଇଥାଏ । ତେଣୁ ସର୍ବଦା ରକ୍ତଚାପକୁ ୧୩୦/୮୦ ମଧ୍ୟରେ ରଖିବା ଉଚିତ୍ ।
ସିକେଡି ସମୟରେ କେଉଁ ପ୍ରକ୍ରିୟା ସବୁଠାରୁ ଭଲ ରକ୍ତଚାପ ନିରୂପଣ କରିପାରେ ?
ନିର୍ଦ୍ଧିଷ୍ଟ ସମୟାନୁସାରେ ଡାକ୍ତରଙ୍କ ପରାମର୍ଶ ରକ୍ତଚାପର ସ୍ଥିତି ଜାଣିବାରେ ସହାୟକ ହୋଇଥାଏ । କିନ୍ତୁ ଏକ ରକ୍ତଚାପ ମାପକ ଜନ୍ତ୍ର କିଣି ଘରେ ରଖି କ୍ରମାଗତ ଭାବେ ବ୍ୟବହାର କରି ରକ୍ତଚାପ ମାପିବା ସବୁଠାରୁ ଉତ୍ତମ ପ୍ରକ୍ରିୟା । ରକ୍ତଚାପର ଏକ ସୂଚୀ ତାଲିକା କ୍ରମାଗତଭାବେ ଲିଖିତ କରିବା ଉଚିତ୍ ଯାହାକି ଡାକ୍ତରଙ୍କୁ ଔଷଧର ମାତ୍ରା ଦେବା ସମୟରେ ନିର୍ଣ୍ଣାୟକ ହୋଇପାରିବ ।
ଡାଇୟୁରେଟିକ୍ ଔଷଧ କିପରି ସିକେଡି ରୋଗୀକୁ ସାହାଯ୍ୟ କରେ ?
ସିକେଡି ରୋଗୀଙ୍କର ପରିଶ୍ରାରେ ମାତ୍ରା କମିଲେ ରୋଗୀ ଫୁଲିବା ସହିତ ଅଣନିଃଶ୍ଵାସୀ ହେବା ପ୍ରକ୍ରିୟାକୁ କମାଇ ଦେଇଥାଏ । ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ – ଏହି ଔଷଧ ପରିଶ୍ରାର ପରିମାଣ ବଢାଇଥାଏ କିନ୍ତୁ ବୃକକ୍ ର କାର୍ଯ୍ୟକ୍ଷମତାକୁ ବଢାଇପାରେ ନାହିଁ ।
ସିକେଡି କ୍ଷେତ୍ରରେ ରକ୍ତହୀନତା କାହିଁକି ହୁଏ ଏବଂ ଏହାକୁ କିପରି ଚିକିତ୍ସା କରାଯିବ ?
ଯେତେବେଳେ ବୃକକ୍ ଠିକ୍ କାର୍ଯ୍ୟକରେ ସେତେବେଳେ ଏକପ୍ରକାର ହରମୋନ୍ ଉତ୍ପାଦିତ ହୋଇଥାଏ ଯାହାକୁ ଏରିଥ୍ରୋପ୍ରୋଏଟିନ୍ କୁହାଯାଏ । ଯାହାକି ବୋନ୍ ମ୍ୟାରୋକୁ ଉତ୍ତେଜିତ କରାଏ ଲୋହିତ ରକ୍ତ କଣିକା ତିଆରି କରିବାପାଇଁ କିନ୍ତୁ ସିକେଡି ସହିତ ବୃକକ୍ କାର୍ଯ୍ୟକ୍ଷମତା କମିଗଲେ ଏରିଥ୍ରୋପ୍ରୋଟିନ୍ ଉତ୍ପାଦନ କମିଯାଏ, ଯାହାକି ରକ୍ତହୀନତା ସୃଷ୍ଟିକରେ ।
ସିକେଡି ସମୟରେ ରକ୍ତହୀନତା କମାଇବାପାଇଁ ୧ମ ପଦକ୍ଷେପ ହେଉଛି – ଲୌହଯୁକ୍ତ ବଟିକା, ଭିଟାମିନ୍ସ ଏବଂ ଶିରାରେ ଇଞ୍ଜେକ୍ସନ ନେବା । ମାତ୍ରାଧିକ ରକ୍ତହୀନତା କିମ୍ବା ଔଷଧ ଚିକିତ୍ସାକୁ ଗ୍ରହଣ କରୁନଥିବା ରକ୍ତହୀନତା, ସିନ୍ଥେଟିକ୍ ଏରିଥ୍ରୋପ୍ରୋଟିନ୍ ଇକେସନ୍ ଦରକାର କରେ, ଯାହାକି ବୋନ୍ ମ୍ୟାରୋକୁ ଅମ୍ଳଜାନ ବହନକାରୀ ଲୋହିତ ରକ୍ତ କଣିକା ଉତ୍ପାଦନ କରିବାରେ ସାହାଯ୍ୟ କରେ । ଏରିଥ୍ରୋପ୍ରୋଟିନ୍ ଇକେସନ୍ ଏକ ସୁରକ୍ଷିତ, ପ୍ରଭାବଯୁକ୍ତ ଏବଂ ଅତ୍ୟନ୍ତ ଗ୍ରହଣଯୋଗ୍ୟ ଚିକିତ୍ସା ପଦ୍ଧତି ସିକେଡି କାରଣରୁ ହୋଇଥିବା ରକ୍ତହୀନତା କୁ ଚିକିତ୍ସା କରିବା ପାଇଁ କିନ୍ତୁ ସଂକ୍ରମଣର ବିପଦ ଓ ଆଲର୍ଜି ରିଆକ୍ସନ ସମୟରେ ଏହା ଏକ ଗ୍ରହଣଯୋଗ୍ୟ ପଦ୍ଧତି ନୁହେଁ ।
ସିକେଡି ସମୟରେ କାହିଁକି ରକ୍ତହୀନତା ଚିକିତ୍ସାର ଆବଶ୍ୟକତା ପଡେ ?
ଲୋହିତ ରକ୍ତ କଣିକା ଅମ୍ଳଜାନକୁ ଫୁସୁଫୁସ୍ ରୁ ନେଇ ଶରୀରର ବିଭିନ୍ନ ସ୍ଥାନରେ ପହଞ୍ଚାଇଥାଏ । ଯାହାକି ପ୍ରତିଦିନର କାର୍ଯ୍ୟଦକ୍ଷତାକୁ ବଟାଇବା ସହିତ ହୃଦୟକୁ ସୁସ୍ଥ ରଖିଥାଏ । ରକ୍ତହୀନତା (କମ୍ ହିମୋଗ୍ଲୋବିନ) ସିକେଡି କ୍ଷେତ୍ରରେ ଦୁର୍ବଳତା, ଶିଥିଳତା, କମ୍ ବ୍ୟାୟାମ ଦକ୍ଷତା, ଅଣନିଃଶ୍ଵାସୀ ହେବା, ହୃଦ୍ ସ୍ପନ୍ଦନ ବୃଦ୍ଧି ପାଇବା, ଏକାଗ୍ରତାର ଅଭାବ ଘଟିବା, ଅସହ୍ୟଭାବ, ଥଣ୍ଡା ଧରିବା ଏବଂ ଛାତିରେ ଯନ୍ତ୍ରଣା ହେବାପରି ଅସୁସ୍ଥତା ମାନ ସୃଷ୍ଟି କରିଥାଏ । ସେଥିଲାଗି ସମୟାନୁସାରେ ଏହାର ଉପଯୁକ୍ତ ଚିକିତ୍ସା ଆବଶ୍ୟକ ହୋଇପଡିଥାଏ ।
Last Modified : 8/13/2019