অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୁରୁତ୍ୱପୂର୍ଣ୍ଣ ବୃକକ୍ ରୋଗ

ମୁଖ୍ୟ ବୃକକ୍ ରୋଗ

ବୃକକ୍ ରୋଗକୁ ଦୁଇଟି ଭାଗରେ ବିଭକ୍ତ କରାଯାଏ ।

  • ମେଡିକାଲ ଡିଜିଜ୍ : ମେଡିକାଲ କିଡନୀ ରୋଗ ଗୁଡିକ ହେଲା କିଡନୀ ଫେଲ୍ୟୁଅର, ୟୁରିନାରୀ ଟ୍ରାକ ଇନ୍ଫେକସନ ଏବଂ ନେଫ୍ରୋଟିକ ସିଣ୍ଡ୍ରୋମ ଯାହାକି ନେଫ୍ରୋଲୋଜିଷ୍ଟଙ୍କ ପରାମର୍ଶରେ ଔଷଧ ଖାଇଲେ ଭଲ ହୋଇଥାଏ । ଯଦି ରୋଗୀ ପୂର୍ବରୁ କିଡନୀ ଫେଲ୍ୟୁଅର ହୋଇ ଚିକିତ୍ସା ପାଇଁ ଆସନ୍ତି ତେବେ ଡାୟାଲିସିସ୍ ଅଥବା ବୃକକ୍ ପ୍ରତିରୋପଣ କରିବା ଆବଶ୍ୟକ ହୋଇପଡେ।
  • ଅସ୍ତ୍ରୋପ୍ରଚାର ରୋଗ : ୟୁରୋଲୋଜିଷ୍ଟ ସମସ୍ତ ଅସ୍ତ୍ରୋପ୍ରଚାରିକ ରୋଗୀକୁ ଚିକିତ୍ସା କରିଥାଆନ୍ତି । ଯେପରିକି ବୃକକ୍ ରେ ପଥର ସୃଷ୍ଟି ହେବା ପ୍ରୋଚେଷ୍ଟ ଏବଂ ୟୁରିନାରୀ ସିଷ୍ଟମରେ ହୋଇଥିବା ସମସ୍ତ ଅସ୍ତ୍ରୋପ୍ରଚାର, ଏଣ୍ଡୋସ୍କାପି ଏବଂ ଲିଥ୍ରୋଟ୍ରିପ୍ ସି ଇତ୍ୟାଦି ଇତ୍ୟାଦି ।
  • ନେଫ୍ରୋଲୋଜିଷ୍ଟ ଏବଂ ୟୁରୋଲୋଜିଷ୍ଟ ମଧ୍ୟରେ ଭିନ୍ନତା : ନେଫ୍ରୋଲୋଜିଷ୍ଟ ହେଉଛି ଫିଜିକ୍ସିଆନ ଏବଂ ୟୁରୋଲୋଜିଷ୍ଟ ହେଉଛି ଅସ୍ତ୍ରୋପ୍ରଚାର ମୁଖ୍ୟ । କିଡନୀ ରୋଗର ଦୁଇଟି ବିଭାଗର ଦୁଇଜଣ ମୁଖ୍ୟ ହେଉଛି ନେଫ୍ରୋଲୋଜିଷ୍ଟ ଏବଂ ୟୁରୋଲୋଜିଷ୍ଟ ।
  • ମାତ୍ରାଧିକ ବୃକକ୍ ରୋଗ

ମେଡିକାଲ

ସର୍ଜିକାଲ

ଅକ୍ୟୁଟ କିଡନୀ

କ୍ରାନିକ କିଡନୀ ରୋଗ

ୟୁରିନାରୀ ଟ୍ରାକ ଉନ୍ଫେକସନ

ନେଫ୍ରୋଟିକ ସିଣ୍ଡ୍ରୋମ

ପଥୁରା ରୋଗ

ପ୍ରୋଟେଷ୍ଟ ପ୍ରୋବ୍ଲେମ

କେନିଟାଲ ୟୁରିନାରୀ ଆନୋମାଲାଇଜ

ବୃକକ୍ କର୍କଟ ରୋଗ

ବୃକକ୍ ଅଚଳତା

ଯେତେବେଳେ ବୃକକ୍ ଆବଶ୍ୟକ ବର୍ଜ୍ୟ ଉତ୍ପାଦ ଗୁଡିକୁ ଛାଣି ପାରେନାହିଁ : ବା ଛାଣିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇ କମିଯାଏ ଏବଂ

ଇଲେକ୍ଟ୍ରୋଲାଇଟ ବାଲାନ୍ସର ମାତ୍ରା ସ୍ଥିରାବସ୍ଥାରେ ଆସିବାକୁ ବୃକକ୍ ର ରେନାଲ ଫେଲ୍ୟୁଅର ବୋଲି କୁହାଯାଇପାରେ । କିଡନୀ ଫେଲ୍ୟୁଅରରେ ସେରମ କ୍ରିଏଟିନ୍ ର ମାତ୍ରା ଏବଂ ରକ୍ତ ୟୁରିଆର ଉପସ୍ଥିତି ଅର୍ଥାତ୍ ରକ୍ତରେ ଏଗୁଡ଼ିକ କେତେମାତ୍ରାରେ ଅଛି ତାହା ଜାଣିବାପାଇଁ ପରୀକ୍ଷା କରାଇବାର ପରାମର୍ଶ ଦିଆଯାଏ ।

ବୃକକ୍ ଅଚଳାବସ୍ଥାକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଆକ୍ୟୁଟ ବୃକକ୍ ଅଚଳ, କ୍ରନିକ ବୃକକ୍ ଅଚଳ ହେବା ।

ଆକ୍ୟୁଟ ବୃକକ୍ ଅଚଳାବସ୍ଥା

ହଠାତ୍ ଯଦି ବୃକକ୍ କାମ କରିବା ବନ୍ଦ କରିଦିଏ ବା କମ୍ କରିଦିଏ ତେବେ ଏହାକୁ ଆକ୍ୟୁଟ ବୃକକ୍ (ରେନାଲ) ଅଚଳାବସ୍ଥା କୁହାଯାଏ । କିମ୍ବା ଆକ୍ୟୁଟ ବୃକକ୍ କ୍ଷଣବସ୍ଥା ବୋଲି କୁହାଯାଇପାରେ ଅଧିକାଂଶ ଆକ୍ୟୁଟ ବୃକକ୍ ଅଚଳ ରୋଗୀମାନଙ୍କର ପରିଶ୍ରାର ମାତ୍ରା କମିଯାଏ । ଆକ୍ୟୁଟ କିଡନୀ ରୋଗୀଙ୍କ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଗୁଡିକ ହେଲା ଡାଇରିଆ, ବା ଫାଲସିପାରସ୍, ମେଲେରିଆ, ହାଇପୋଟେନସନ୍ ସେପ୍ ସିସ୍ ଏବଂ ଅନ୍ୟାନ୍ୟ କାରଣ ଗୁଡିକ ମଧ୍ୟ ଦେଖାଯାଇଥାଏ । ଉପଯୁକ୍ତ ଡାକ୍ତରୀ ଚିକିତ୍ସା (ଠିକ୍ ସମୟରେ ଡାୟଲିସିସ୍ ) ଦ୍ଵାରା ବୃକକ୍ ପୁଣି ପୂର୍ବପରି ଉପଯୁକ୍ତ କାର୍ଯ୍ୟକ୍ଷମା ଅବସ୍ଥାକୁ ଫେରିଆସେ ।

କ୍ରନିକ ବୃକକ୍ ରୋଗ

କ୍ରମାନୁସାରେ ବହୁ ମାସ ବା ବର୍ଷଧରି କିଡନୀ ଠିକ୍ ଭାବରେ କାମ ନକଲେ ବା କାର୍ଯ୍ୟକ୍ଷମା କମିଗଲେ ଏହାକୁ କ୍ରନିକ ବୃକକ୍ ରୋଗ କୁହାଯାଇଥାଏ । ସିକେଡି ବା କ୍ରନିକ ରେନାଲ ଫେଲ୍ୟୁଅରରେ ବୃକକ୍ ଧୀରେ ଧୀରେ କାମ କରିବା ବନ୍ଦ କରିବାକୁ ଆରମ୍ଭ କରେ ଏପରି ଏକ ଦିନ ଆସେ ଯେତେବେଳେ ବୃକକ୍ ପୂରାପୂରି କାମକରିବା ବନ୍ଦ କରି ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଏ । ଏପରି ଏକ ଜୀବନ ଉପରେ ଆସୁଥିବା ଭୟ ହେଉଛି ବୃକକ୍ ରୋଗର ଶେଷ ପର୍ଯ୍ୟାୟ (ରେନାଲ୍) ରୋଗ ବା (ଇଏସ୍ କେଡି) ଓ (ଇଏସ୍ ଆରଡି) ।

କ୍ରନିକ ବୃକକ୍ ରୋଗ ଏକ ନୀରବ ଘାତକ ଯାହାକି ସହଜରେ ଜଣାପଡେ ନାହିଁ । (ସିକେଡି) ର ପ୍ରାଥମିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ପ୍ରାୟତଃ କମ୍ ମାତ୍ରାରେ ଦେଖାଯାଏ । ସାଧାରଣ ଲକ୍ଷଣ ଗୁଡିକ ହେଲା, ଦୁର୍ବଳ ଲାଗିବା, ଭୋକ ନ ଲାଗିବା, ବାନ୍ତି ଆସିବା ବା ଦେହ ବୁଲାଇବା, ଫୁଲିଯିବା ଉଚ୍ଚରକ୍ତଚାପ ଇତ୍ୟାଦି । ଅନ୍ୟାନ୍ୟ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ମଧୁମେହ ଓ ଉଚ୍ଚରକ୍ତଚାପ ସହିତ ମାନସିକ ଦୁଃଶ୍ଚିନ୍ତା ଓ ମାନସିକ ଚାପ ।

ପରିଶ୍ରାରେ ପ୍ରୋଟିନ ମାତ୍ରାର ଉପସ୍ଥିତି ରକ୍ତ ପରୀକ୍ଷାରେ କ୍ରିଏଟିନର ମାତ୍ରା ଅଧିକ ଏବଂ ମନୋଗ୍ରାଫି ପରୀକ୍ଷାରେ ଯଦି ଛୋଟ କାବାକ୍ ଟେଡ୍ ବୃକକ୍ ଦେଖାଯାଏ ତେବେ ତାହା କ୍ରନିକ୍ ବୃକକ୍ ରୋଗର ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ବା ସୂଚନା । ସେରମ କ୍ରିଏଟିନ୍ ର ପରିମାଣ ବିଭିନ୍ନ ବୃକକ୍ ରୋଗର ପ୍ରତିଫଳନ । ରୋଗ ହେଲେ ଏହି ପରିମାଣ କ୍ରମାଗତ ଭାବରେ ବୃଦ୍ଧି ପାଏ ।

କ୍ରନିକ୍ କିଡନୀ ରୋଗର ପ୍ରାଥମିକ ଅବସ୍ଥାରେ ରୋଗୀ ଉପଯୁକ୍ତ ନିୟନ୍ତ୍ରିତ ଖାଦ୍ୟ ଏବଂ ଉପଯୁକ୍ତ ଔଷଧ ଆବଶ୍ୟକ କରେ । ଏହି ରୋଗକୁ ମୂଳୋତ୍ପାଟନ କରିବାକୁ କୌଣସି ଚିକିତ୍ସା ନାହିଁ । ଚିକିତ୍ସାର ଲକ୍ଷ୍ୟ ହେଉଛି ରୋଗ ବୃଦ୍ଧିର ପ୍ରକ୍ରିୟାକୁ ପ୍ରତିହତ କରିବା । କମ୍ପ୍ଲିକେଶନ କମାଇଦେବା । ଯାହାଦ୍ଵାର ରୋଗୀ ଦୀର୍ଘଦିନ ପାଇଁ ଅସୁସ୍ଥତାରୁ ମୁକ୍ତ ରହି ସାଧାରଣ ଜୀବନ ବିତାଇ ପାରେ ।

ଯେତେବେଳେ ରୋଗ ଶେଷ ପର୍ଯ୍ୟାୟରେ ପହଞ୍ଚେ ଅର୍ଥାତ୍ ୯୦ ପ୍ରତିଶତ ବୃକକ୍ କାର୍ଯ୍ୟହୀନ ହୋଇଯାଏ (ସେରମ କ୍ରିଏଟିନ ୮ – ୧୦ ମି.ଗ୍ରା.) ରୁ ଅଧିକ ହୋଇଯାଏ ସେତେବେଳେ ଡାୟଲିସିସ୍ କରିବା ବ୍ୟତୀତ ଅନ୍ୟପନ୍ଥା ନଥାଏ । ଏହାପରେ ଅର୍ଥାତ୍ (ହେମୋଡାୟଲିସିସ୍ ଏବଂ ପେରିଟୋନିଆଲ୍ ଡାୟଲାସିସ୍ ) ଶେଷରେ ବୃକକ୍ ପ୍ରତିରୋପଣ କରିବା ଦ୍ଵାରା ରୋଗୀର ଜୀବନ ରକ୍ଷା କରାଯାଇଥାଏ ।

ବୃକକ୍ ଅଚଳ ହେଲେ ଡାୟଲିସିସ୍ ହେଉଛି ଏକମାତ୍ର ଫିଲଟରିଙ୍ଗ ବା ଛାଣିବା ପ୍ରକ୍ରିୟା ଯାହାକି ଶରୀରରୁ ବର୍ଜ୍ୟବସ୍ତୁକୁ ବାହାର କରିଦିଏ ଏବଂ ମାତ୍ରାଧିକ ତରଳକୁ ଶରୀରରୁ ନିଷ୍କାସିତ କରେ । କ୍ରନିକ୍ କିଡନୀ ରୋଗରେ ଡାୟଲିସିସ୍ ସୁସ୍ଥ ହେବାର ଏକମାତ୍ର କ୍ରମାଗତ ଭାବରେ ଦୀର୍ଘଦିନ ପର୍ଯ୍ୟନ୍ତ ଡାୟଲିସିସ୍ ସିଷ୍ଟମରେ ରହେ (ଯେପର୍ଯ୍ୟନ୍ତ ବୃକକ୍ ପ୍ରତିରୋପଣ ନ ହୋଇଛି) ।

ହେମୋ ଡାୟଲିସିସ୍ (ଏଚ୍ ଡି) : ବୃକକ୍ ଚିକିତ୍ସାରେ ଏହା ବହୁଳ ବ୍ୟବହୃତ ମାଧ୍ୟମ । ହେମୋଡାୟଲିସିସ୍ ପ୍ରକ୍ରିୟାରେ ସ୍ଵତନ୍ତ୍ର ଯନ୍ତ୍ର ମାଧ୍ୟମରେ ଶରୀରରୁ ମାତ୍ରାଧିକ ତରଳ ଦ୍ରବ୍ୟ ଏବଂ ବର୍ଜ୍ୟ ଉତ୍ପାଦ ଏବଂ ମାତ୍ରାଧିକ ଲବଣକୁ ନିଷ୍କାସନ କରାଯାଏ । କ୍ରମାଗତ ଆମ୍ବୁଲେଟାରୀ ପେରିଟୋନିଅଲ ଡାୟଲିସିସ୍ (ସିଏପିଡି) ହେଉଛି ଅନ୍ୟଏକ ଡାୟଲିସିସ୍ ପ୍ରକ୍ରିୟା ବା ମୋତାଲିଟି ଯାହାକୁ ବିନା ମେସିନ୍ ରେ ସାଙ୍ଗରେ ନେଇ ଘରକୁ କିମ୍ବା କର୍ମକ୍ଷେତ୍ରକୁ ଯାଇହେବ ।

ବୃକକ୍ / କିଡନୀ ପ୍ରତିରୋପଣ ହେଉଛି ଏକମାତ୍ର ଭରସାଯୋଗ୍ୟ ଚିକିତ୍ସା ମାର୍ଗ ଏବଂ ଏକମାତ୍ର କ୍ୟୁରେଟିଭ ଚିକିତ୍ସା ମୋତାଲିଟି । ଯେତେବେଳେ ବୃକକ୍ ପୁରାପୁରି ଖରାପ ହୋଇଯାଏ (ଆଡଭାନ୍ସ ଷ୍ଟେଜ ଅଫ କ୍ରନିକ କିଡନୀ ପ୍ରତିରୋପଣ ଏକମାତ୍ର ଜୀବନରକ୍ଷାର ଉପାୟ ହୋଇଥାଏ ।

ୟୁରିନାରୀ ଟ୍ରାକ୍ ଇନଫେକେସନ

ପରିଶ୍ରା ସମୟରେ ପୋଡାଜଳା ହେବା, ବାରମ୍ବାର ପରିଶ୍ରା ହେବା, ତଳିପେଟରେ ଯନ୍ତ୍ରଣା ହେବା ଏବଂ ଜ୍ଵର ହେବା ହେଉଛି (ୟୁରିନାରୀ ଟ୍ରାକ୍ ଇନ୍ଫେକେସନ) ବା (ୟୁ ଟି ଆ ଇ) ର ଏକ ସାଧାରଣ ଲକ୍ଷଣ । ଅଧିକାଂଶ ରୋଗୀମାନଙ୍କ କ୍ଷେତ୍ରରେ ଆଇବୟୋଟିକ ପ୍ରୟୋଗ କଲେ ରୋଗ ଭଲ ହୋଇଯାଇଥାଏ ।ପିଲାମାନଙ୍କ କ୍ଷେତ୍ରରେ ୟୁଟିଆଇ ସ୍ପେସାଲ କନସିଡରେସନ ଦରକାର କରେ । ବିଳମ୍ବିତ କିମ୍ବା ଅନିୟମିତତା ଚିକିତ୍ସା ୟୁଟିଆଇରେ ଆକ୍ରାନ୍ତ ପିଲାମାନଙ୍କ କ୍ଷେତ୍ରରେ ବୃକକ୍ ର ଅପୂରଣୀୟ କ୍ଷତି ଗୋଟିଏ କିମ୍ବା ଦୁଇଟି ଯାକ ବ୍ଲାଡର ଏବଂ ବୃକକ୍ କୁ ଫେରିଆସେ ।

ନେଫ୍ରୋଟିକ ସିଣ୍ଡ୍ରୋମସ

ନେଫ୍ରୋଟିକ ସିଣ୍ଡ୍ରୋମ ଏମିତି ଏକ ରୋଗ ଯାହାକି ବଡମାନଙ୍କ ଅପେକ୍ଷା ପିଲାମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଯାଏ । ବାରମ୍ବାର ଫୁଲିଯିବା ହେଉଛି ଏହାର ଏକ ସାଧାରଣ ଲକ୍ଷଣ । ପରିଶ୍ରାରେ ପ୍ରୋଟିନର ଉପସ୍ଥିତି (୩.୫ଗ୍ରାମ ରୁ ଅଧିକ ଯଦି ଜିନ କରେ) କମ୍ ରକ୍ତ ବା ରକ୍ତରେ ଆଲବୁମିନର ମାତ୍ରା ବା ହାଇପୋଆଲବୁନେମିଆ ଉଚ୍ଚ କୋଲେଷ୍ଟରର ମାତ୍ରା ସାଧାରଣ ରକ୍ତଚାପ ଏବଂ ସାଧାରଣ ବୃକକ୍ ର କାର୍ଯ୍ୟ ଏସବୁ ଏହି ରୋଗର ଲକ୍ଷଣ ହୋଇପାରେ ।

କେତେକ ରୋଗୀ ଚିକିତ୍ସାରେ ଅବହେଳା କଲେ ମଧ୍ୟ କୌଣସି ବିପରୀତ ଲକ୍ଷଣ ଦେଖାଯାଇ ନଥାଏ କିନ୍ତୁ ଚିକିତ୍ସା ଦ୍ଵାରା ଏହା ଭଲ ହେଲେ ମଧ୍ୟ ପୁଣିଥରେ ଦେଖାଯିବାର ସମ୍ଭାବନା ଥାଏ।

ଏହି ପ୍ରକାରର ଚିକିତ୍ସା ପ୍ରତି ଅନୁରକ୍ତ ହେବାଦ୍ଵାରା ଟ୍ରିଟମେ ଫ୍ରି ପରିଅଡ ଅଫ ରେମିସନ ଏବଂ କ୍ରମାଗତ ରୋଲାସପ୍ ବା ସ୍ବେଲିଙ୍ଗ ବା ଫୁଲିବାର କାରଣ ହୋଇପାରେ । ବା ନେଫ୍ରୋଟିକ୍ସ ସିଣ୍ଡ୍ରୋମସର ଲକ୍ଷଣ ମଧ୍ୟ ହୋଇପାରେ।

ଯଦି ରିକଭରି ଏବଂ ରିକ୍ ରେସିସ ବାରମ୍ବାର ହେଉଥାଏ ଦୀର୍ଘବର୍ଷ ପର୍ଯ୍ୟନ୍ତ ହେଉଥାଏ ତେବେ ଏଥିରେ ଆକ୍ରାନ୍ତ ପିଲା ଓ ସେମାନଙ୍କ ପରିବାର ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇପାରେ । ଯଦି ନେଫ୍ରୋଟିକ ସିଣ୍ଡ୍ରୋମସରେ ଆକ୍ରାନ୍ତ ପିଲା ଦୀର୍ଘଦିନ ପର୍ଯ୍ୟନ୍ତ ଏହି ରୋଗରୁ ମୁକ୍ତ ରହେ ତେବେ ଏହା ଏକ ଉତ୍ତମ ଲକ୍ଷଣ । ସେମାନଙ୍କ ବୃକକ୍ ସାଧାରଣ ଭାବେ କାର୍ଯ୍ୟ କରିଥାଏ ଏବଂ ଏହି ପିଲାମାନେ ସାଧାରଣ ଜୀବନ ଯାପନ କରିଥାଆନ୍ତି ।

ବୃକକ୍ ପଥୁରୀ

ବୃକକ୍ ରେ ପଥୁରୀ ହେବା ଏକ ସାଧାରଣ ରୋଗ ହେଲେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି କରିଥାଏ । ଏହି ପଥୁରୀ ରୋଗର ସାଧାରଣ ଲକ୍ଷଣ ହେଉଛି ଅତ୍ୟଧିକ ଯନ୍ତ୍ରଣା ହେବା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ପରିଶ୍ରାରେ ରକ୍ତ ପଡିବା ଇତ୍ୟାଦି । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ପଥୁରୀ ଥାଇ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇ ନଥାଏ ।

ଷ୍ଟୋନ ବା ପଥୁରୀର ଉପସ୍ଥିତି ଏକ୍ସ – ରେ ଏବଂ ଅଲ୍ଟ୍ରାସୋନୋଗ୍ରାଫି ପରୀକ୍ଷା ମାଧ୍ୟମରେ ଜଣାପଡେ ।

ଅଧିକାଂଶ କ୍ଷୁଦ୍ର ଆକାରରେ ପଥୁରି ଗୁଡିକ ଅଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ପରିଶ୍ରାରେ ବାହାରିଯାଏ । ଯଦି ଏହା ବଡହୋଇ ବୃକକ୍ କୁ ଆକ୍ରାନ୍ତ କରେ ତେବେ ପରିଶ୍ରା କରିବାରେ ଅତ୍ୟଧିକ କଷ୍ଟ ହୁଏ । ଯଦି ତାହା ସଂକ୍ରମିତ ହୋଇଯାଏ ତେବେ ତାକୁ ବାହାର କରିବା ଜରୁରୀ ହୋଇପଡେ । ପଥୁରି ସାଇଜ, ସ୍ଥାନ ଓ ପ୍ରକାରକୁ ଦେଖି ତାକୁ କିପରି ବାହାର କରାଯିବ ତାହା ନିର୍ଣ୍ଣୟ କରାଯାଏ । ଲିଥ୍ରୋଟିପ୍ସ, ଏଣ୍ଡୋସ୍କୋପି (ପି ସି ଏନ ଏଲ) ଓପେନ ସର୍ଜରୀ ଏସବୁ ହେଉଛି ଅତି ସାଧାରଣ ଚିକିତ୍ସା ପଦ୍ଧତି ଯାହା ମାଧ୍ୟମରେ ଚିକିତ୍ସା କରାଯାଏ ।

ପଥୁରିର ଆକାର ୫୦ – ୮୦% ପ୍ରତିଶତ ବଢିଥିଲେ ତାହା ବିପଦଜନକ ଅବସ୍ଥା ସୃଷ୍ଟିକରେ । ସେତେବେଳେ ବହୁମାତ୍ରାରେ ତରଳପଦାର୍ଥ ଗ୍ରହଣ କରିବାର ଆବଶ୍ୟକତା ପଡେ । ଖାଦ୍ୟରେ ସତର୍କତା ଏବଂ ନିୟନ୍ତ୍ରଣ, ସମୟାନୁସାରେ ପରୀକ୍ଷା କରିବା ପଥୁରି ରୋଗୀଙ୍କ ପାଇଁ ବାଧ୍ୟତାମୂଳକ ହୋଇପଡେ ।

ପ୍ରୋଷ୍ଟାଟିକ ହାଇପରପ୍ଲାସିଆର ଆରମ୍ଭ (ବି.ପି.ଏଚ)

ପ୍ରୋଷ୍ଟେଟ ଗ୍ଲାଣ୍ଡ କେବଳ ପୁରୁଷ ମାନଙ୍କର ଥାଏ । ଏହା ବ୍ଲାଡରର ଠିକ୍ ତଳଭାଗରେ ଯୁଥେରାର ଚତୁର୍ପାର୍ଶ୍ୱକୁ ପ୍ରାରମ୍ଭରେ ଘେରିରହିଥାଏ । ଏହି ଗ୍ଲାଣ୍ଡ ୫୦ ବର୍ଷପରେ ବଢିବାକୁ ଲାଗେ । ଏହି ବଢିବା ଫଳରେ ୟୁରୋକୁ ଚାପିଦିଏ, ଯାହାଦ୍ଵାରା ବୟଷ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ପରିଶ୍ରା କରିବାରେ ବାଧା ସୃଷ୍ଟି ହୁଏ।

ଆରମ୍ଭରୁ (ବି.ପି.ଏଚ) ପ୍ରୋଷ୍ଟେଟିକ ହାଇପରପ୍ଲାସିଆର ମୁଖ୍ୟ ଲକ୍ଷଣ ଗୁଡିକ ହେଲା ବାରମ୍ବାର ପରିଶ୍ରା ଲାଗିବା (ବିଶେଷ କରି ରାତିରେ) ଏବଂ ପରିଶ୍ରା ସରିବାବେଳକୁ ତ୍ରବଲିଙ୍ଗ ହେବା । ଏହା ଜାଣିବାର ପଦ୍ଧତି ହେଉଛି ରେକ୍ଟମରେ ଅଙ୍ଗୁଳି ମାଧ୍ୟମରେ ପରୀକ୍ଷା (ଡିଜିଟାଲ ରେକ୍ଟାଲ ପରୀକ୍ଷା) ଏବଂ ଅଲଟ୍ରାସାଉଣ୍ଡ ପଦ୍ଧତି ।

ବହୁମାତ୍ରାରେ ସ୍ୱଳ୍ପରୁ ମାଧ୍ୟମ ଧରଣର (ବି.ପି.ଏଚ) ଲକ୍ଷଣ ଦେଖା ଯାଉଥିବା ରୋଗୀ ବହୁତ ଦିନଧରି ଔଷଧ ସେବନ କରିବା ଦ୍ଵାରା ରୋଗମୁକ୍ତ ହୋଇପାରୁଛି । ଯେଉଁମାନେ ଅତିମାତ୍ରାରେ ଆକ୍ରାନ୍ତ ହୋଇଥାଆନ୍ତି ଏବଂ ଯେଉଁମାନଙ୍କର ବହୁତ ବଡ ବଡ ପ୍ରେଷ୍ଟେଟ ହୋଇଥାଏ ସେମାନେ ଏଣ୍ଡୋସ୍କୋପି ରିମୁଭାଲ ପଦ୍ଧତି ଅବଲମ୍ବନ କରି ପ୍ରୋଷ୍ଟେଟ କୁ ବାହାର କରିଦିଆଯାଏ । ଏହାକୁ (ଟି ୟୁ ଆର ପି) କୁହାଯାଏ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate