অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତୀବ୍ର ବା ମାତ୍ରାଧିକ ବୃକକ୍ କାର୍ଯ୍ୟହୀନତା

ତୀବ୍ର ବା ମାତ୍ରାଧିକ ବୃକକ୍ କାର୍ଯ୍ୟହୀନତା

ତୀବ୍ର କାର୍ଯ୍ୟହୀନତା କ୍ଷେତ୍ରରେ ଗୋଟିଏ ବୃକକ୍ ଖୁବ୍ କମ୍ ସମୟ ମଧ୍ୟରେ ପ୍ରାୟତଃ କିଛିଦିନ, କିଛିସପ୍ତାହ ବା କିଛି ମାସ ମଧ୍ୟରେ ନିଜର କାର୍ଯ୍ୟକ୍ଷମତା ହରାଇଥାଏ । ତେବେ ଅସ୍ଥାୟୀ ଏବଂ ସାଧାରଣତଃ ଚିକିତ୍ସା ମାଧ୍ୟମରେ ପୂର୍ବାବସ୍ଥାକୁ ଫେରିଆସିଥାଏ ।

ଆକ୍ୟୁଟ ବୃକକ୍ ଅକାମୀ ହେବାର କାରଣ କ’ଣ ?

ଆକ୍ୟୁଟ ବୃକକ୍ ଅକାମୀ ହେବାର ଅନେକଗୁଡିଏ କାରଣ ରହିଛି, ସେଗୁଡିକ ମଧ୍ୟରେ ମୁଖ୍ୟ କାରଣ ଗୁଡିକ ହେଲା –

  1. ବୃକକ୍ କୁ ରକ୍ତପ୍ରବାହ ମନ୍ଥର ହେବା – ସାଧାରଣତଃ ଝାଡା ବା ଡାଇରିଆ ଯୋଗୁ ଶରୀରରୁ ମାତ୍ରାଧିକ କୌଣସି କାରଣରୁ ଉଆକଟାକ୍ଷୟ ହେଲେ, ପୋଡିଗଲେ କିମ୍ବା କୌଣସି କାରଣରୁ ଉଅକ୍ତଚାପ କମିଗଲେ ବୃକକ୍ କୁ ରକ୍ତ’ପ୍ରବାହ ମନ୍ଥର ହୋଇଥାଏ ।
  2. ଅତ୍ୟଧିକ ସଂକ୍ରମଣରେ ଆକ୍ରାନ୍ତ ହେବା, ଅତ୍ୟଧିକ ସୁସ୍ଥ ବା ଦୁର୍ବଳ ହେବା କିମ୍ବା ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପ୍ରଚାର ହେବାଦ୍ଵାରା ବୃକକ୍ ଅକାମୀ ହୋଇଥାଏ ।
  3. ବୃକକ୍ ପଥୁରି ହେଉଛି ମୂତ୍ରନଳୀରେ ଆଧା ସୁସ୍ତି କରିବାରେ ମୁଖ୍ୟ କାରଣ ଏବଂ ମୂତ୍ରନଳୀରେ ଆଧା ସୃଷ୍ଟି ହେବାଦ୍ଵାରା ବୃକକ୍ ଧୀରେ ଧୀରେ ଅକାମୀ ହୋଇଥାଏ ।
  4. ଫାଲସିଫାରମ୍ ମେଲେରିଆ, ଲେଫେଟୋସିରୋସିସ୍, ସାପକାମୁଡା ପ୍ରସୂତିଜନିତ ଜଟିଳତା, କେତେକ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଏବଂ ଏନୟା କେତେଗୁଡିଏ ବୃକକ୍ ରୋଗ ଯୋଗୁ ବୃକକ୍ ଅକାମୀ ହୋଇଥାଏ ।

ଆକ୍ୟୁଟ ବୃକକ୍ ଅକ୍ଷମ ହେବାର ଲକ୍ଷଣ

ଆକ୍ୟୁଟ ବୃକକ୍ ଅକ୍ଷମତା କ୍ଷେତ୍ରରେ ଶରୀରରୁ ମାତ୍ରାଧିକ ବର୍ଜ୍ୟବସ୍ତୁର ଇମମଙ୍କକ କ୍ଷବଗ୍ଧସକ୍ଟଭ ଏବଂ ଇଲେକ୍ଟ୍ରୋଲାଇଟର ଅସନ୍ତୁଳନତା ଯୋଗୁ ଅଳ୍ପ ସମୟ ମହୟ ଅତିଶୀଘ୍ର ବୃକକ୍ ତାହାର କାର୍ଯ୍ୟ କରିବା ବନ୍ଦ କରିଦିଏ । ତେବେ ବୃକକ୍ କାର୍ଯ୍ୟକରିବାରେ ବିଭିନ୍ନ ବାଧା ଉପୁଜିବାରୁ ରୋଗୀ କ୍ଷେତ୍ରରେ ଖୁବ୍ ଶୀଘ୍ର କେତେଗୁଡିଏ ନିର୍ଦ୍ଧିଷ୍ଟ ଲକ୍ଷଣ ଦେଖାଦେଇଥାଏ ।

ବିଭିନ୍ନ ରୋଗୀଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଦେଇଥାଏ ।

  1. ରକ୍ତକ୍ଷୟ, ଜ୍ଵର ସନ୍ନିପାତ, ଦାରିଆ ଇତ୍ୟାଦି କେତେକ ତ୍ଵରିତ ଲକ୍ଷଣ ଯୋଗୁ ବୃକକ୍ ଅଚଳ ହୋଇଥାଏ ।
  2. ପରିଶ୍ରାର ମାତ୍ରା କମିବା, ଗଣ୍ଠିପାଦ ଫୁଲିବା ଓ ଓଜନ ବଢିବା କାରଣ ମଧ୍ୟ ବୃକକ୍ ଅଚଳର ଲକ୍ଷଣ ହୋଇଥାଏ ।
  3. ଭୋକନ ଲାଗିବା, ଦେହ ବୁଲାଇବା, ବାନ୍ତି ଲାଗିବା, ହିକାଦେବା, ରିବଗ୍ଧସଶଙ୍କର, ଅଳସୁଆ ଲାଗିବା ଏବଂ ଦ୍ଵିଧା ଉତ୍ପନ୍ନ ହେବା ମଧ୍ୟ ବୃକକ୍ ର ଲକ୍ଷଣ ହୋଇଥାଏ ।
  4. ମାତ୍ରାଧିକ ଏବଂ ଜୀବନ ପ୍ରତି ବିପଦ ଥିବା ଲକ୍ଷଣ ଗୁଡିକ ହେଲା – ଅଣନିଶ୍ଵାସ ହେବା, କଷ୍ଟ ଲାଗିବା, ବାତମାରିବା ଓ ଧରିବା ଏବଂ ହଠାତ୍ ଅଚେତନା ଅବସ୍ଥାକୁ ଚାଲିଯିବା, ରକ୍ତବାନ୍ତି ହେବା, ହୃତସ୍ଖଳନରେ ବିଭ୍ରାଟ ଦେବା ଆଦି ମାତ୍ରାଧିକ ପୋଟାସିୟମ ଯୋଗୁ ହୋଇଥାଏ ।
  5. ଆକ୍ୟୁଟ ବୃକକ୍ ଅଚଳାବସ୍ଥାର ପ୍ରଥମାବସ୍ଥାରେ କେତେଜଣଙ୍କର କୌଣସି ଲକ୍ଷଣ ଦେଖାଯାଏନାହିଁ ଏବଂ ଯେତେବେଳେ ଅନ୍ୟକୌଣସି କାରଣ ପାଇଁ ରକ୍ତ ପରୀକ୍ଷା କରାଯାଏ ସେତେବେଳେ ହଠାତ୍ ଏପରି ରୋଗ ହୋଇଥିବାର ଜଣାପଡିଥାଏ ।

ଆକ୍ୟୁଟ ବୃକକ୍ ଅଚଳାବସ୍ଥାର ନିର୍ଣ୍ଣୟ

ଆକ୍ୟୁଟ ବୃକକ୍ ଅଚଳାବସ୍ଥାରେ କେତେକ ରୋଗୀଙ୍କ କ୍ଷେତ୍ରରେ କୌଣସି ନିର୍ଦ୍ଧିଷ୍ଟ ଲକ୍ଷଣ ଦେଖାଯାଏନାହିଁ । ତେଣୁ ରୋଗର କୌଣସି ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ଆକ୍ୟୁଟ ବୃକକ୍ ଅଚଳ ହେଲେ ଯେଉଁସବୁ ପରୀକ୍ଷା କରିବା କଥା ଠିକ୍ ସେହିସବୁ ପରୀକ୍ଷା ଯଥାଶୀଘ୍ର କରାଇନେବା ଉଚିତ୍ । ରକ୍ତ ପରୀକ୍ଷାରେ କ୍ରିଏଟିନ୍ ଏବଂ ରକ୍ତରେ ୟୁରିଆର ମାତ୍ରା ବୃଦ୍ଧି ପରିଶ୍ରାର ମାତ୍ରା ଓ ପରିଶ୍ରାର ପରୀକ୍ଷା ଏବଂ ଅଲ୍ଟ୍ରାସାଉଣ୍ଡ ଇତ୍ୟାଦି ପରୀକ୍ଷା କରାଇବା ଦ୍ଵାରା ବୃକକ୍ ଅଚଳ ହେବାର ସ୍ଥିତି ସମ୍ପର୍କରେ ଜଣାପଡିଥାଏ । ଆକ୍ୟୁଟ ବୃକକ୍ ଅଚଳ ହୋଇଥିବା ରୋଗୀର ସମ୍ପୂର୍ଣ୍ଣ ଇତିହାସ, ବିଭିନ୍ନ ଡାକ୍ତରୀ ପରୀକ୍ଷା ଏବଂ ଏବଂ ବିଭିନ୍ନ ପରୀକ୍ଷା ନିରୀକ୍ଷା ମାଧ୍ୟମରେ ଏହାର କାରଣ, ଜଟିଳତା ଏବଂ ରୋଗର ସ୍ଥିତି ସମ୍ପର୍କରେ ଜାଣି ହୋଇଥାଏ ।

ଆକ୍ୟୁଟ ବୃକକ୍ ଅଚଳାବସ୍ଥାର ଚିକିତ୍ସା

ଠିକ୍ ସମୟରେ ଠିକ୍ ଚିକିତ୍ସା କରିବାଦ୍ଵାରା ବୃକକ୍ ଅଚଳାବସ୍ଥାକୁ ସମ୍ପୂର୍ଣ୍ଣ ନିରାକରଣ କରାଯାଇପାରେ । କିନ୍ତୁ ବିଳମ୍ବିତ ଚିକିତ୍ସା ନହୋଇପାରିଲେ ଆକ୍ୟୁଟ ବୃକକ୍ ଚଳାବସ୍ଥା ଜୀବନ ପ୍ରତି ବିପଦ ଆଣିଥାଏ ।

ଆକ୍ୟୁଟ ବୃକକ୍ ଅଚଳ ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଉଚିତ୍ ପରିଚାଳନା :

  1. ବୃକକ୍ ଅଚଳ ହେବାର କାରଣ ଜାଣିବା ଏବଂ ସେଥିପ୍ରତି ସତର୍କ ହୋଇ ତ୍ରୁଟି ସୁଧାରିବା ଏବଂ ଉଚିତ୍ ଚିକିତ୍ସା କରିବା ।
  2. ଔଷଧ ମାଧ୍ୟମରେ ଚିକିତ୍ସା ଓ ଆନୁସଙ୍ଗିକଚିକିତ୍ସା କରିବା ।
  3. ଖାଦ୍ୟରେ ସନ୍ତୁଳନ ଓ ସତର୍କତା ଅବଲମ୍ବନ କରିବା ।
  4. ଡାୟଲିସିସ୍ ପଦ୍ଧତି ।

ବୃକକ୍ ଅଚଳର କାରଣ ଜାଣି ତ୍ରୁଟି ସୁଧାରିବା ଓ ନିରାକରଣ ପାଇଁ ପଦକ୍ଷେପ ନେଇ ଉଚିତ୍ ଚିକିତ୍ସାଗ୍ରହଣ କରିବା।

  • ରୋଗ ଚିହ୍ନିବା ଓ ଚିକିତ୍ସା କରି ବୃକକ୍ ଅଚଳାବସ୍ଥାରେ କାରଣକୁ ଦୂର କରିବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ ।
  • ହାଇପରଟେନସନ୍, ଇନ୍ ଫେକସନ, ୟୁରିନାରୀ ଟ୍ରାକ ଅବଷ୍ଟ୍ରକସନ୍ ଗୁଡିକର ଚିକିତ୍ସା ବୃକକ୍ ଅଚଳାବସ୍ଥାରୁ ମୁକ୍ତି ପାଇବାପାଇଁ ନିହାତି ଆବଶ୍ୟକ ହୋଇଥାଏ । ଏହି ଚିକିତ୍ସା ଗୁଡିକ ବୃକକ୍ କୁ ସମୟକ୍ରମେ ସୁସ୍ଥ ଓ ସଅଳ କରାଇଥାଏ ।

ଔଷଧୀୟ ଚିକିତ୍ସା ଓ ଆନୁସଙ୍ଗିକ ଚିକିତ୍ସା

  • ଏହି ଚିକିତ୍ସାର ମୁଖ୍ୟ ଲକ୍ଷ୍ୟ ହେଲା ବୃକକ୍ ର ସହାୟତା କରି ବୃକକ୍ କୁ ରୋଗମୁକ୍ତ କରିବା ।
  • ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷାକରି ବୃକକ୍ ବିପଦ ସୃଷ୍ଟି କରୁଥିବା ବିଜାତୀୟ ପଦାର୍ଥ ଏବଂ କ୍ଷତି କରୁଥିବା ପଦାର୍ଥରୁ ସୁରକ୍ଷା ପ୍ରଦାନ କରିବା ହେଉଛି ଔଷଧୀୟ ଚିକିତ୍ସାର ମୁଖ୍ୟ ଲକ୍ଷ୍ୟ ।
  • ଡିୟୁରେକ୍ଟିସ ର ବ୍ୟବହାର କରିବା ପ୍ରଂସମାଇଡ ପରି ଔଷଧ ପରିଶ୍ରାର ମାତ୍ର ବଟାଇବା ସହିତ ଅଣନିଃଶ୍ଵାସୀ ହେବାରୁ ରକ୍ଷାକରି ଶରୀରରୁ ଫୁଲା ଅଂଶକୁ କମାଇଥାଏ ।
  • ଆନୁସଙ୍ଗିକ ଆଧାର ଚିକିତ୍ସା : - କମ୍ କିମ୍ବା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବାପାଇଁ, ବାନ୍ତି ଓ ଦେହ ବୁଲାକୁ ବନ୍ଦ କରିବା ପାଇଁ, ଥରାବାତକୁ ନିୟନ୍ତ୍ରିତ କରିବା ପାଇଁ ଓ ଅଣନିଃଶ୍ଵାସକୁ କମ୍ କରିବାପାଇଁ ଔଷଧ ଦିଆଯାଇଥାଏ ।

ଖାଦ୍ୟଜନିତ ପରାମର୍ଶ

ଆକ୍ୟୁଟ ବୃକକ୍ କ୍ଷେତ୍ରରେ ଖାଦ୍ୟର ନିୟନ୍ତ୍ରଣ ସୁରକ୍ଷା ପ୍ରଦାନ କରେ, ତରଳ ଖାଦ୍ୟ ଗ୍ରହଣର ମାପ ଯୋଜନାବଦ୍ଧ ଭାବରେ ହେବା ଉଚିତ୍ । ପରିଶ୍ରାର ମାତ୍ରା ଏବଂ ଶରୀରରେ ଜଳୀୟଅଂଶର ମାତ୍ରାର ସ୍ଥିତି ସମ୍ପର୍କରେ ସଚେତନ ରହିବା ଉଚିତ୍ । ସାଧାରଣ ତରଳଖାଦ୍ୟର ବାରଣ ଶରୀରରୁ ଫୁଲା ଏବଂ ଅନ୍ୟାନ୍ୟ ଅସୁବିଧା ଯଥା ଅଣନିଃଶ୍ଵାସୀ ହେବା ଅବସ୍ଥାରୁ ରକ୍ଷାକରେ ।

ପୋଟାସିୟମଯୁକ୍ତ ଖାଦ୍ୟ ଗ୍ରହଣରେ ବାରଣ

ପୋଟାସିୟମ ଭରପୁର ଖାଦ୍ୟ ଯଥା ଫଳ, ଫଳରସ, ଶୁଖିଲାଫଳ ଇତ୍ୟାଦି ଖାଇବାରୁ ଦୂରେଇ ରହିବା ଉଚିତ୍ । ରକ୍ତରେ ପୋଟାସିୟମର ମାତ୍ରାକୁ ହାଇପର କାଲେସିଆ କୁହାଯାଏ । ହାଇପରକାଲେସିଆ ଆକ୍ୟୁଟ ବୃକକ୍ ଅଚଳ କ୍ଷେତ୍ରରେ ଜୀବନପ୍ରତି ବିପଦ ସୃଷ୍ଟି କରିଥାଏ ।

ଲୁଣ ଖାଇବାରେ ବାରଣ

ଲୁଣର ବାରଣ ଶୋଷ ଓ ପୁଲା କମ୍ କରିବାରେ ସାହାଯ୍ୟ କରିବା ସହିତ ଉଚ୍ଚ ରକ୍ତଚାପ ଓ ଅଣନିଃଶ୍ଵାସୀ ହେବାରୁ ମୁକ୍ତି ଦେଇଥାଏ । ତେଣୁ ସୁଷମ, କମ୍ ଲୁଣଯୁକ୍ତ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥାଏ ।

ଡାୟଲିସିସ୍

ଆକ୍ୟୁଟ ବୃକକ୍ ଖରାପ ହୋଇଥିବା ରୋଗୀଙ୍କର ଯଦି ସ୍ୱଳ୍ପ ସମୟ ପାଇଁ କୃତ୍ରିମ ବୃକକ୍ ମାଧ୍ୟମରେ ବୃକକ୍ ର କାର୍ଯ୍ୟ ତୁଲାଇ ଦିଆଯାଏ ତେବେ ଖରାପ ହୋଇଥିବା ବୃକକ୍ ପୁଣିଥରେ କାର୍ଯ୍ୟକ୍ଷମ ହୁଏ, ଏହାକୁ ଡାୟଲିସିସ୍ କୁହାଯାଏ ।

ଡାୟଲିସିସ୍ କାହାକୁ କୁହାଯାଏ ?

ଡାୟଲିସିସ୍ ଏକ କୃତ୍ରିମ ଧାରା ଯାହାକି ଅଚଳ ହୋଇଯାଇଥିବା ବୃକକ୍ କୁ ପୁଣିଥରେ କାର୍ଯ୍ୟକ୍ଷମ କରାଏ । ଡାୟଲିସିସ୍ ମାଧ୍ୟମରେ ମାତ୍ରାଧିକ ବୃକକ୍ ଅକ୍ଷମ ରୋଗୀ ମଧ୍ୟ କିଛିଦିନ ବଢିଯାଇପାରେ । ଡାୟଲିସିସ୍ ମାଧ୍ୟମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟହେଲା ଶରୀରର ଅନାବଶ୍ୟକ ଓ ଇଲେକ୍ଟ୍ରୋଲାଇଟ ବିଷମତାକୁ ଦୂରକରି ସମତା ରକ୍ଷା କରିବା ।

ଡାୟଲିସିସ୍ ସାଧାରଣତଃ ୨ ପ୍ରକାରର ଯଥା :

  1. ହେମୋଡାୟଲିସିସ୍
  2. ପେରିଟୋନିୟଲ ଡାୟଲିସିସ୍

ଆକ୍ୟୁଟ ବୃକକ୍ ଅକ୍ଷମ କ୍ଷେତ୍ରରେ କେବେ ଡାୟଲିସିସ୍ ଦରକାର ହୁଏ ?

କେତେକ ମାତ୍ରାଧିକ ଆକ୍ୟୁଟ ବୃକକ୍ ଅକ୍ଷମ ରୋଗୀଙ୍କ କ୍ଷେତ୍ରରେ ଡାୟଲିସିସ୍ ଦରକାର ହୋଇଥାଏ । ଯେଉଁ ରୋଗୀର ଲକ୍ଷଣ ଓ ଜଟିଳତା ବୃଦ୍ଧିପାଏ ସେଠାରେ ଡାୟଲିସିସ୍ ର ଆବଶ୍ୟକତା ବଢିଯାଏ । ଡାୟଲିସିସ୍ କରିବାପାଇଁ କେତେକ ଲକ୍ଷଣ ଦରକାର । ସେଗୁଡିକ ମଧ୍ୟରେ ମାତ୍ରାଧିକ ତରଳଦ୍ରବ୍ୟ ର ପରିପୂର୍ଣ୍ଣତା, ଅନିୟନ୍ତ୍ରିତ ହାଇପରକଲେସିଆ ଓ ମାତ୍ରାଧିକ ଅମ୍ଳ ଇତ୍ୟାଦି ପ୍ରଧାନ । ଡାୟଲିସିସ୍ କରିବାଦ୍ଵାରା ଜଣେ ରୋଗୀର ସ୍ୱାସ୍ଥ୍ୟ ନିଷ୍କିତ ଭାବରେ କିଛି ସମୟ ପାଇଁ ଭଲ ରହେ ତେବେ ଯଥା ସମୟରେ ଏବଂ ଉଚିତ୍ ମାତ୍ରାରେ ସଠିକ ଔଷଧ ସେବନଦ୍ଵାରା ମଧ୍ୟ ବିନା ଡାୟଲିସିସ୍ ରେ ଆକ୍ୟୁଟ ବୃକକ୍ ଅକ୍ଷମ ରୋଗୀ ମଧ୍ୟ ଭଲ ହୋଇପାରେ ।

ଆକ୍ୟୁଟ ବୃକକ୍ ଅକ୍ଷମ ହେଲେ କେତେଦିନ ପର୍ଯ୍ୟନ୍ତ ଡାୟଲିସିସ୍ ଚିକିତ୍ସା କରାଯାଇପାରିବ ?

  • କେତେକ ଆକ୍ୟୁଟ ବୃକକ୍ ଅକ୍ଷମ କ୍ଷେତ୍ରରେ ସ୍ୱଳ୍ପ ସମୟ ପାଇଁ ବୃକକ୍ କାର୍ଯ୍ୟକ୍ଷମତା ଠିକ୍ ହେବା ପର୍ଯ୍ୟନ୍ତ ୨ଟି ମଧ୍ୟରେ ଯେକୌଣସି ଗୋଟିଏ ଡାୟଲିସିସ୍ ଦରକାର ହୋଇଥାଏ ।
  • ଆକ୍ୟୁଟ ବୃକକ୍ ଅକ୍ଷମରୋଗୀ ସାଧାରଣତଃ ୧ରୁ ୪ ସପ୍ତାହ ମଧ୍ୟରେ ଡାୟଲିସିସ୍ ସହାୟତାରେ ସୁସ୍ଥ ହେବାର ସମ୍ଭାବନା ଥାଏ ।
  • ରେନାଲ ଅକ୍ଷମ ରୋଗୀଙ୍କ କ୍ଷେତ୍ରରେ ଡାୟଲିସିସ୍ ଥରେ ମାତ୍ର କରାଯାଇଥାଏ । ଆକ୍ୟୁଟ ବୃକକ୍ ଅକ୍ଷମ ରୋଗିଣା କ୍ଷେତ୍ରରେ ଡାୟଲିସିସ୍ ଏକ ସ୍ଥାୟୀ ଆବଶ୍ୟକତା ନୁହେଁ । ସେଥିଲାଗି ଡାୟଲିସିସ୍ ଏକ ସ୍ଥାୟୀ ଆବଶ୍ୟକତା ନୁହେଁ । ସେଥିଲାଗି ଡାୟଲିସିସ୍ ଡେରି କରାଯାଏ କାରଣ ସ୍ଥାୟୀ ଭାବରେ ଡାୟଲିସିସ୍ ମଧ୍ୟ ଆକ୍ୟୁଟ ବୃକକ୍ ରୋଗୀଙ୍କ ଜୀବନକ୍ଷେତ୍ରରେ ମଧ୍ୟ କେତେବେଳୀ ବିପଦ ସୃଷ୍ଟି କରିଥାଏ ।

ଆକ୍ୟୁଟ ବୃକକ୍ ରୋଗୀଙ୍କ କ୍ଷେତ୍ରରେ ସତର୍କତା

ଆକ୍ୟୁଟ ବୃକକ୍ ଅକ୍ଷମ ରୋଗୀଙ୍କ କ୍ଷେତ୍ରରେ ସମ୍ଭାବିତ କାରଣର ପ୍ରାରମ୍ଭିକ ଚିକିତ୍ସା ଓ ନିୟମିତ ବ୍ୟବଧାନରେ ଚିକିତ୍ସା କରାଯିବା ଉଚିତ୍ ।

  • ହାଇପରଟେନସନ୍ ନହେବା ପାଇଁ ସତର୍କତା ଅବଲମ୍ବନ କରିବା ଓ ଏହାକୁ ସୁଧାରି ନେବା ଉଚିତ୍ ।
  • ନେଫ୍ରୋଟକସିକ୍ ଔଷଧ ସେବନରୁ ନିବୃତ ରହିବା ଏବଂ ସଂକ୍ରମଣକୁ ଠିକ୍ ସମୟରେ ଚିକିତ୍ସା କରିବା ଏବଂ ପରଶ୍ରାର ପରିମାଣ ଶିଘ୍ର କମ୍ ହେବା ବିଷୟ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 4/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate