অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିଶ୍ରାନଳୀ ସଂକ୍ରମଣ

ପରିଶ୍ରାନଳୀ ସଂକ୍ରମଣ

  1. ମୂତ୍ରନଳୀ / ପରିଶ୍ରାନଳୀରେ ସଂକ୍ରମଣ
  2. ପରିଶ୍ରାନଳୀ ସଂକ୍ରମଣର ଲକ୍ଷଣ ଗୁଡିକ କ’ଣ ?
    1. ପରିଶ୍ରାନଳୀ ସଂକ୍ରମଣର ମୁଖ୍ୟ ଏବଂ ବ୍ୟାପକ ଲକ୍ଷଣ
    2. ମୂତ୍ରାଶୟ ସଂକ୍ରମଣ ଯୋଗୁଁ ଦେଖାଯାଉଥିବା ଲକ୍ଷଣ (ମୂତ୍ରାଶୟ ପ୍ରଦାହ)
    3. ଉପରପାର୍ଶ୍ଵ ମୂତ୍ରନଳୀ ସଂକ୍ରମଣ ଯୋଗୁଁ ଦେଖାଯାଉଥିବା ଲକ୍ଷଣ ଗୁଡିକ (ଫେଲୋନେଫ୍ରାଇଟିସ)
  3. ମୂତ୍ରନଳୀରେ ବାରମ୍ବାର ସଂକ୍ରମଣ ହେବାର କାରଣ କ’ଣ ?
  4. ପରିଶ୍ରାନଳୀ ସଂକ୍ରମଣର ପୁନରାବର୍ତ୍ତନ ବୃକକ୍ କ୍ଷତିର କାରଣ ହୋଇପାରେ କି ?
  5. ପରିଶ୍ରାନଳୀ / ମୂତ୍ରନଳୀ ସଂକ୍ରମଣ ଚିହ୍ନଟ
  6. ପରିଶ୍ରାନଳୀ / ମୂତ୍ରନଳୀ ସଂକ୍ରମଣ ଜାଣିବାପାଇଁ ମୌଳିକ ତଦନ୍ତ
  7. ମୂତ୍ରନଳୀ ସଂକ୍ରମଣ ନହେବା ପାଇଁ ପୂର୍ବ ସତର୍କତା
  8. ମୂତ୍ରନଳୀ ସଂକ୍ରମଣର ଚିକିତ୍ସା
    1. ସାଧାରଣ ମାପକ
    2. ନିମ୍ନରେ ପରିଶ୍ରାନଳୀ / ମୂତ୍ରନଳୀ ସଂକ୍ରମଣର ଚିକିତ୍ସା (ମୂତ୍ରାଶୟ ପ୍ରଦାହ, ସ୍ୱଳ୍ପ ସଂକ୍ରମଣ)
    3. ମାତ୍ରାଧିକ ବୃକକ୍ ସଂକ୍ରମଣର ଚିକିତ୍ସା (ପାଇଲୋନେଫ୍ରାଇଟିସ)
    4. ମୂତ୍ରନଳୀ ସଂକ୍ରମଣ ପୁନରାବର୍ତ୍ତନର ଚିକିତ୍ସା

ମୂତ୍ରନଳୀ / ପରିଶ୍ରାନଳୀରେ ସଂକ୍ରମଣ

ବୃକକ୍ ବୃକକ୍ ରୁ ମୂତ୍ରାଶୟକୁ ପ୍ରବାହିତ ହେଉଥିବା ପ୍ରଣାଳୀ, ମୂତ୍ରନଳୀ ମୂତ୍ରାଶୟ ଏ ସମସ୍ତ ହେଉଛି ମୂତ୍ରମାର୍ଗ ସମ୍ବନ୍ଧୀୟ ପ୍ରଣାଳୀର ଗୋଟିଏ ଗୋଟିଏ ଅଂଶ । ପରିଶ୍ରାନଳୀ ବା ମୂତ୍ରନଳୀ ସଂକ୍ରମଣ ବୀଜାଣୁ ମାନଙ୍କ ଯୋଗୁଁ ହୋଇ ସମଗ୍ର ମୂତ୍ରମାର୍ଗ ପ୍ରଣାଳୀକୁ କ୍ଷତିଗ୍ରସ୍ତ କରିଥାଏ। ମୂତ୍ରନଳୀ ସଂକ୍ରମଣ ଅର୍ଥାତ୍ ୟୁଟିଆଇ ଶରୀରରେ ହେଉଥିବା ସଂକ୍ରମଣ ମଧ୍ୟରୁ ଗୋଟିଏ ।

ପରିଶ୍ରାନଳୀ ସଂକ୍ରମଣର ଲକ୍ଷଣ ଗୁଡିକ କ’ଣ ?

ବୟସ ଏବଂ ପରିଶ୍ରାନଳୀର ନିର୍ଦ୍ଧିଷ୍ଟ ସ୍ଥାନ ଅନୁସାରେ ରୋଗର ଲକ୍ଷଣ ଏବଂ ମାତ୍ରା ପ୍ରକାଶ ପାଏ ।

ପରିଶ୍ରାନଳୀ ସଂକ୍ରମଣର ମୁଖ୍ୟ ଏବଂ ବ୍ୟାପକ ଲକ୍ଷଣ

  • ପରିଶ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା ଜ୍ଵଳନ ହେବା ।
  • ବାରମ୍ବାର ପରିଶ୍ରା ଲାଗିବା ଏବଂ ପରିଶ୍ରା କରିସାରିବା ପରେ ମଧ୍ୟ ପରିଶ୍ରା ଲାଗିବା ପରି ଅନୁଭବ ହେବା ।
  • ଜ୍ଵର ହେବା ଅଥବା ଜ୍ଵର ଜ୍ଵର ଲାଗିବା ।
  • ଦୁର୍ଗନ୍ଧଯୁକ୍ତ ଗୋଳିଆ ଏବଂ ଅସ୍ଵଚ୍ଛ ପରିଶ୍ରା ହେବା ।

ମୂତ୍ରାଶୟ ସଂକ୍ରମଣ ଯୋଗୁଁ ଦେଖାଯାଉଥିବା ଲକ୍ଷଣ (ମୂତ୍ରାଶୟ ପ୍ରଦାହ)

  • ତଳିପେଟରେ ଅସୁବିଧା
  • ବାରମ୍ବାର ଯନ୍ତ୍ରଣାଦାୟକ ସ୍ୱଳ୍ପ ମାତ୍ରାର ପରିଶ୍ରା
  • ସାଧାରଣତଃ ନିମ୍ନ ମାତ୍ରାର ଜ୍ଵର ସହିତ ବାହ୍ୟ ଶରୀର ଯନ୍ତ୍ରଣା
  • ପରିଶ୍ରାରେ ରକ୍ତ ପଡିବା ।

ଉପରପାର୍ଶ୍ଵ ମୂତ୍ରନଳୀ ସଂକ୍ରମଣ ଯୋଗୁଁ ଦେଖାଯାଉଥିବା ଲକ୍ଷଣ ଗୁଡିକ (ଫେଲୋନେଫ୍ରାଇଟିସ)

  • ପଛପଟ ବାହ୍ୟ ଉପରିପାର୍ଶ୍ଵ ଯନ୍ତ୍ରଣା ହେବା ।
  • ଥଣ୍ଡା ହୋଇଯିବା ସହିତ ବହୁତ ଜୋରରେ ଜ୍ଵର ଆସିବା ।
  • ଅରୁଚି ବାନ୍ତି, ଦୁର୍ବଳତା, କ୍ଲାନ୍ତି ଓ ଅନ୍ୟାନ୍ୟ ପ୍ରକାର ଅସୁସ୍ଥତା ଅନୁଭବ କରିବା ।
  • ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ପରିବର୍ତ୍ତନ କିମ୍ବା ବାଚଳତା ଦେଖାଦେବା ।

ପରିଶ୍ରାନଳୀ ସଂକ୍ରମଣର ଏହା ଏକ ଗୁରୁତର ଅବସ୍ଥା । ଅନୁଚିତ୍ ଓ ବିଳମ୍ବିତ ଚିକିତ୍ସା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

ମୂତ୍ରନଳୀରେ ବାରମ୍ବାର ସଂକ୍ରମଣ ହେବାର କାରଣ କ’ଣ ?

ମୂତ୍ରନଳୀରେ ବାରମ୍ବାର ସଂକ୍ରମଣ ହେବାର ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି –

  1. ମୂତ୍ରନଳୀରେ ପ୍ରତିବନ୍ଧକ : ବାରମ୍ବାର ୟୁଟିଆଇ ହେଲେ କିମ୍ବା ଅନ୍ୟକେତେକ ରୋଗ ଯାହାକି ମୂତ୍ରନଳୀରେ ପ୍ରତିବନ୍ଧକ ସୃଷ୍ଟି କରିଥାଆନ୍ତି ।
  2. ମହିଳା ଲିଙ୍ଗ : ଛୋଟ ମୂତ୍ରନଳୀ ଯୋଗୁଁ ସ୍ତ୍ରୀ ଲୋକମାନଙ୍କର ମୂତ୍ରନଳୀ ସଂକ୍ରମଣର ସମ୍ଭାବନା ପୁରୁଷମାନଙ୍କ ଅପେକ୍ଷା ଅଧିକ ଥାଏ ।
  3. ସହବାସ : ଯୌନ ପିପାସୁ ମହିଳାମାନଙ୍କ ମୂତ୍ରନଳୀ ସଂକ୍ରମଣର ସମ୍ଭାବନା ଯୌନକ୍ରିୟା ପାଇଁ କମ୍ ଇଚ୍ଛୁକ ଥିବା ମହିଳା ମାନଙ୍କ ଠାରୁ ଅଧିକ ହୋଇଥାଏ ।
  4. ମୂତ୍ର ମାର୍ଗର ପଥୁରୀ : ବୃକକ୍, ବୃକକ୍ ରୁ ମୂତ୍ରାଶୟକୁ ମୂତ୍ର ପ୍ରବାହିତ ହେଉଥିବା ପ୍ରଣାଳୀ ମଧ୍ୟରେ, ମୂତ୍ରାଶୟରେ ପଥୁରୀ ହେଲେ ତାହା ପରିଶ୍ରାର ଧାରାକୁ ପ୍ରତିହତ କରି ମୂତ୍ରନଳୀ ସଂକ୍ରମଣର (ୟୁଟିଆଇ) ସମ୍ଭାବନା ବଢାଏ ।
  5. ମୂତ୍ରନଳୀ କ୍ୟାଥେଟାଇଜେସନ୍ : ଯେଉଁମାନଙ୍କର ସ୍ଵତଃପ୍ରବୃତ ଭାବେ ପରିଶ୍ରା ହୁଏନାହିଁ ସେମାନଙ୍କର ପରିଶ୍ରା ନିର୍ଗମ ନିମନ୍ତେ ଏକ ନଳୀ ମୂତ୍ରାନଳୀ ମଧ୍ୟରେ ପ୍ରବେଶ କରିବାକୁ ପଡିଥାଏ ।
  6. ଜନ୍ମଗତ ପରିଶ୍ରାନଳୀ /ମୂତ୍ରନଳୀ ଅନିୟମିତତା : ଜନ୍ମଗତ ମୂତ୍ରନଳୀ ଅନିୟମିତତା ରୋଗରେ ଆକ୍ରାନ୍ତ ଯେପରିକି ଭେସିକୋ ୟୂରେଟେରାଲ ରିଫ୍ଲକ୍ସ (ପରିଶ୍ରା ବାହାରକୁ ବାହାରିବା ପରିବର୍ତ୍ତେ ବ୍ଲାଡର ବା ମୂତ୍ରାଶୟକୁ ମୂତ୍ର ମାର୍ଗରୁ ଫେରିଯିବା ଅବସ୍ଥା) ଏବଂ ପୋଷ୍ଟେରିୟର ୟୂରେଥ୍ରାଲ ଭାଲ୍ ଭର ବୃଦ୍ଧି ୟୁଟିଆଇ ର ବିପଦ ବୃଦ୍ଧିକରେ ।
  7. କୋମଳ ପ୍ରୋଷ୍ଟୋଟିକ ହାଇପରପ୍ଲାସିଆ : ୬୦ ବର୍ଷ ବୟସରୁ ଅଧିକ ବୟସର ପୁରୁଷଙ୍କ ପ୍ରୋଷ୍ଟେଟ ଗ୍ରନ୍ଥିର ବୃଦ୍ଧି ଯୋଗୁଁ ୟୁଟିଆଇ ହେବାର ସମ୍ଭାବନା ବଢିଯାଏ । ଯାହାକୁ (ବେନିଗ୍ନି ପ୍ରୋଷ୍ଟେଟ ହାଇପରପ୍ଲାସିଆ – ବି ପି ଏଚ୍) କୁହାଯାଏ ।
  8. ରୋଗ ପ୍ରତିରୋଧକ ପ୍ରଣାଳୀ ଦବିଗଲେ : ମଧୁମେହ, ଏଚ.ଆଇ.ଭି କିମ୍ବା କର୍କଟ ରୋଗ ହେଉଛି ୟୁଟିଆଇ ପାଇଁ ବହୁତ ବିପଜନକ ।
  9. ଅନ୍ୟାନ୍ୟ କାରଣ : ମୂତ୍ରନଳୀ କିମ୍ବା ମୂତ୍ର ପ୍ରବାହିତ ହେଉଥିବା ପ୍ରଣାଳୀର ସଂକୋଚନ, ରାଜଯକ୍ଷ୍ମା, ଜେନିଟୋୟୁରିନାରୀ ଟ୍ରାକର ଦ୍ଵାର, ନ୍ୟୁରୋଜେନିକ ବ୍ଲାଡର କିମ୍ବା ବ୍ଲାଡର ଡାଇଭଟିକଲମ ଦ୍ଵାରା ୟୁଟିଆଇ ହୋଇପାରେ

ପରିଶ୍ରାନଳୀ ସଂକ୍ରମଣର ପୁନରାବର୍ତ୍ତନ ବୃକକ୍ କ୍ଷତିର କାରଣ ହୋଇପାରେ କି ?

ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମୂତ୍ରନଳୀ ସଂକ୍ରମଣର ପ୍ରତ୍ୟାବର୍ତ୍ତନ ବୃକକ୍ କ୍ଷତିର କାରଣ ହୋଇ ନପାରେ । ପୂର୍ବରୁ ଯଥାର୍ଥ କାରଣ ଥିବା ସତ୍ତ୍ୱେ ୟୁଟିଆଇ ବୟସ୍କ ମାନଙ୍କ କ୍ଷେତ୍ରରେ ବୃକକ୍ ର କ୍ଷତି କରେ। ଯଥା : ପଥୁରୀ ଥିଲେ, ପ୍ରତିବନ୍ଧକ, କିମ୍ବା ପରିଶ୍ରାଧାର ସଙ୍କୁଚିତ ହେଲେ, ଜେନିଟୋ ୟୁରିନାରୀ ଟ୍ରାକ୍ ରେ ହେଉଥିବା ଯକ୍ଷ୍ମାକୁ ଯଦି ଭଲ କରାନଗଲେ ବୃକକ୍ ର କ୍ଷତି ହୋଇଥାଏ ।

ଯାହାହେଉ କୁମାର ଅବସ୍ଥାରେ, ବିଳମ୍ବିତ କିମ୍ବା ସଠିକ୍ ଚିକିତ୍ସା ନହେବା କାରଣରୁ ପରିଶ୍ରାନଳୀ ସଂକ୍ରମଣର ପୁନରାବର୍ତ୍ତନ ଘଟେ ଯାହାକି ବଢୁଥିବା ବୃକକ୍ କୁ ଅପ୍ରତିହତ କ୍ଷତି ପହଞ୍ଚାଇଥାଏ । ଏହି କ୍ଷତି ପରବର୍ତ୍ତୀ ଜୀବନରେ ଉଚ୍ଚାରକ୍ତଚାପ, ଏବଂ ବୃକକ୍ ଅକାମୀ ହେବାପରି ପରିସ୍ଥିତି ହୋଇପାରେ । ତେଣୁ ମୂତ୍ରନଳୀ ସଂକ୍ରମଣ ଜନିତ ଜଟିଳତା ବୟସ୍କ ବ୍ୟକ୍ତିଙ୍କ ଅପେକ୍ଷା ତୁଳନାତ୍ମକଭାବେ ପିଲାମାନଙ୍କର ଅତ୍ୟନ୍ତ ଭୟଙ୍କର ହୋଇପାରେ ।

ପରିଶ୍ରାନଳୀ / ମୂତ୍ରନଳୀ ସଂକ୍ରମଣ ଚିହ୍ନଟ

ପରିଶ୍ରାନଳୀ ବା ମୂତ୍ରନଳୀ ସଂକ୍ରମଣର ଚିହ୍ନଟ ଏବଂ ଏହାର ମାତ୍ରା ନିର୍ଣ୍ଣୟ କରିବାପାଇଁ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଏ । ଜଣେ ଲୋକର ମୂତ୍ରନଳୀ ସଂକ୍ରମଣର ପୁନରାବର୍ତ୍ତନ ନ ଘଟି ଯଦି ଜଟିଳତା ଆଡକୁ ଗତିକରୁଥାଏ ତେବେ ତା’ର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇ ବିପଦର ସ୍ତର, କାରଣ ଇତ୍ୟାଦି ସ୍ଥିର କରିବା ଜରୁରୀ ।

ପରିଶ୍ରାନଳୀ / ମୂତ୍ରନଳୀ ସଂକ୍ରମଣ ଜାଣିବାପାଇଁ ମୌଳିକ ତଦନ୍ତ

  1. ପରିଶ୍ରା ପରୀକ୍ଷା :
  2. ୟୁଟିଆଇ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେଉଛି ନିୟମିତ ପରିଶ୍ରା ପରୀକ୍ଷାର ବିଶ୍ଲେଷଣ । ବଡିଭୋରରୁ ହେଉଥିବା ପରିଶ୍ରା ନମୁନା ପରୀକ୍ଷା ପାଇଁ ଉପଯୋଗୀ । ମାଇକ୍ରୋସ୍କୋପିକ ପରିଶ୍ରା ପରୀକ୍ଷାରେ, ଶ୍ଵେତରକ୍ତ କଣିକାର ଉପସ୍ଥିତି ୟୁଟିଆଇ ହୋଇଥିବାର ସୂଚନା ଦିଏ । ପରିଶ୍ରାରେ ଶ୍ଵେତରକ୍ତ କଣିକାର ଉପସ୍ଥିତି, ମୂତ୍ରନଳୀରେ ପ୍ରଦାହ ହେବାର ଦର୍ଶାଏ ।କିନ୍ତୁ ଏହାର ଅନୁପସ୍ଥିତି, ମୂତ୍ରନଳୀରେ ପ୍ରବାହ ହେବାର ଦର୍ଶାଏ । କିନ୍ତୁ ଏହାର ଅନୁପସ୍ଥିତିରେ ମଧ୍ୟ ୟୁଟିଆଇ ହୋଇପାରେ ।

    ସ୍ଵତନ୍ତ୍ର ଡିପଷ୍ଟିକପରିଶ୍ରା ପରୀକ୍ଷା (ଲ୍ୟୁକୋସାଇଟ ଏଷ୍ଟେରେଜ ଏବଂ ନାଇଟ୍ରାଇଟ) ୟୁଟିଆଇ କୁ ଚିହ୍ନଟ କରିବାରେ ବିଶେଷ ସହାୟକ ହୋଇଥାଏ, ଯାହାକି ଘରେ କିମ୍ବା କାର୍ଯ୍ୟାଳୟରେ ସହଜରେ କରାଯାଇପାରେ । ଡିପଷ୍ଟିକ ପରୀକ୍ଷାରେ ସକାରାତ୍ମକ ୟୁଟିଆଇ ହୋଇଥିବାର ସୂଚନା ଦିଏ ଏବଂ ସେହି ରୋଗୀ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆବଶ୍ୟକ କରେ । ପରିଶ୍ରାରେ ବୀଜାଣୁ ସଂଖ୍ୟାର ଉପସ୍ଥିତି ଅନୁସାରେ ପରିଶ୍ରାର ୟୁଟିଆଇ ପାଇଁ କରାଯାଉଥିବା ଡିପଷ୍ଟିକ ଭାରତରେ ସହଜରେ ଏବଂ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନୁହେଁ ।

  3. ମୂତ୍ର ଅନୁଶୀଳନ ଏବଂ ସମ୍ବେଦନଶୀଳତାର ପରୀକ୍ଷା :
  4. ୟୁଟିଆଇ ଭଲ ହେବାପାଇଁ ଆଣ୍ଟିବାୟୋଟିକ ଖାଇବା ପୂର୍ବରୁ ପରିଶ୍ରା ଅନୁଶୀଳନ କରିବା ଉଚିତ୍ । ଅନୁଶୀଳନରୁ କେଉଁ ଆଣ୍ଟିବାୟୋଟିକ ରୋଗୀପାଇଁଉପଯୁକ୍ତ ସମ୍ବେଦନଶୀଳ ତାହା ନିର୍ଣ୍ଣୟ କରିହୁଏ । ଫଳରେ ୟୁଟିଆଇ ପାଇଁ କେତେକ ଆଣ୍ଟିବାୟୋଟିକ ଶରୀରରେ ରେଜିଷ୍ଟ ହୋଇଥାଏ ତାହା ଜଣାପଡିଥାଏ ।ଏହାସହିତ ୟୁଟିଆଇର ମାତ୍ରା ନିର୍ଣ୍ଣୟ କରାଯାଇପାରିବ ।

    ପରିଶ୍ରା ଅନୁଶୀଳନ ପରୀକ୍ଷା ୪୮ ରୁ ୭୨ ଘଣ୍ଟା । ସମୟ ନିଏ । ନମୁନା ସଂଗ୍ରହ ଏବଂ ନମୁନାର ବିବରଣୀ ସଂଗ୍ରହ ମଧ୍ୟରେ ଏକ ଦୀର୍ଘ ସମୟ ବିଳମ୍ବ ଘଟେ । ଯାହାକି ଏହି ପରୀକ୍ଷାର ମୁଖ୍ୟ ଅସୁବିଧା ।

    ପରିଶ୍ରା ଅନୁଶୀଳନରେ ଅଣୁଜୀବ ବୃଦ୍ଧିର କାରଣକୁ ଆଧାରକରି, କେଉଁ ପ୍ରକାରର ଅଣୁଜୀବ ସଂକ୍ରମଣ ପାଇଁ ଦାୟୀ, ସଂକ୍ରମଣ କେତେମାତ୍ରାର ହୋଇଛି ଏସବୁ ସ୍ଥିର ନିଶ୍ଚିତ କରାଯାଇପାରେ ।

    ପରିଶ୍ରା ଅନୁଶୀଳନ ଦ୍ଵାରା ସ୍ଵତନ୍ତ୍ର ବ୍ୟାକ୍ଟେରିଆ ଚିହ୍ନିତ ହୋଇଥାଏ । ଯଦ୍ୱାରା ଚିକିତ୍ସାପାଇଁ କେଉଁ ଆଣ୍ଟିବାୟୋଟିକ ଉପଯୁକ୍ତ ସଠିକ୍ ନିର୍ଣ୍ଣୟ କରାଯାଇପାରିଥାଏ ।

    ମାତ୍ର ଅନୁଶୀଳନ କରିବାପାଇଁ ଯେଉଁ ମୂତ୍ର ସଂଗ୍ରହ କରାଯାଏ ସେଥିପାଇଁ ରୋଗୀକୁ ପ୍ରଥମେ ତା’ର ଯୌନାଙ୍ଗକୁ ପରିଷ୍କାର କରିବାକୁ କୁହାଯାଏ ତାପରେ ପରିଶ୍ରା କରୁଥିବା ସମୟରେ ମଝିରୁ ଗୋଟିଏ ପରିଶୋଧିତ ଜୀବାଣୁମୁକ୍ତ ପାତ୍ରରେ ପରିଶ୍ରା ସଂଗ୍ରହ କରାଯାଏ । ଏପରି ବ୍ୟବସ୍ଥା କେବଳ ସମ୍ଭାବ୍ୟ ଦୂଷିତ ପରିଶ୍ରାକୁ ସଂଗ୍ରହ ନକରି ସ୍ଵଚ୍ଛ ପରିଶ୍ରା ସଂଗ୍ରହ କରିବା ଉଦ୍ଦେଶ୍ୟରେ କରାଯାଇଥାଏ । ନମୁନା ସଂଗ୍ରହ ପାଇଁ ଅନ୍ୟ ବ୍ୟବସ୍ଥା ବା ପ୍ରଣାଳୀ ମଧ୍ୟ ବ୍ୟବହାର କରାଯାଏ, ସେଗୁଡିକ ହେଲା ସୁପ୍ରା-ପ୍ୟୁବିକ ଆସ୍ପିରେସନ, କ୍ୟାଥେଟର, ସ୍ପେସିମେନ ୟୁରିନ ଏବଂ ବ୍ୟାଗ ସ୍ପେସିମେନ ୟୁରିନ ଇତ୍ୟାଦି ।

  5. ରକ୍ତ ପରୀକ୍ଷା :
  6. ୟୁଟିଆଇ ରେ ହିମୋଗ୍ଲୋବିନର ପୁରାମାତ୍ରା ଏବଂ ଅଲଗା ଅଲଗା ଶ୍ଵେତରକ୍ତ କଣିକା ଗଣତି, ରକ୍ତ ୟୁରିଆ, ସେରମ କ୍ରିଏଟିନିନ୍ ରକ୍ତ ଶର୍କରା ଏବଂ ସିରିଆକ୍ଟିଭ ପ୍ରୋଟିନ ଜାଣିବା ପାଇଁ ସାଧାରଣତଃ ଡ଼ାକ୍ତର ବିଭିନ୍ନ ପରୀକ୍ଷା କରାଯାଏ ।

ପୂର୍ବ ପ୍ରବଣତା କିମ୍ବା ଅନଷ୍ଟା କାରଣ ଘଟଣାର ଅନୁସନ୍ଧାନ :

ଚିକିତ୍ସା ଦ୍ଵାରା ଯଦି ସଂକ୍ରମଣ ଭଲ ନହେବା କିମ୍ବା ବାରମ୍ବାର ହେଲା ତେବେ ପରବର୍ତ୍ତୀ ଅନୁସନ୍ଧାନ ପ୍ରକ୍ରିୟା ନିମ୍ନରେ ପ୍ରଦାନ କରାଗଲା ଯଦ୍ୱାରା ପୂର୍ବ ପ୍ରବଣତା କିମ୍ବା ଅନିଷ୍ଟକାରକ ଘଟଣାକୁ ଚିହ୍ନିତ କରିବାରେ ସହାୟକ ହୁଏ ।

  1. ପେଟରେ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସ – ରେ
  2. ପେଟର ଏମ୍ ଆର ଆଇ କିମ୍ବା ସିଟି-ସ୍କାନ
  3. ଭଏଡିଂ ସିଷ୍ଟୋୟୁରେଥ୍ରୋଗ୍ରାମ – ଭିସିୟୁଜି (ମିକ୍ଟୋରେଟିଂ ସିଷ୍ଟୋୟୁରେଥ୍ରୋଗ୍ରାମ ଏମ୍ ସି ୟୁ)
  4. ଇନ୍ ଟ୍ରାଭେନଓ ୟୁରୋଗ୍ରାଫି (ଓଠଟ)
  5. ମାଇକ୍ରୋସ୍କୋପିକ ପରିଶ୍ରା ପରୀକ୍ଷା ଯାହାକି ଯକ୍ଷ୍ମା ବିଷୟରେ ଜଣାପଡିଥାଏ ।
  6. ସିଷ୍ଟୋସ୍କୋପି : ଏହା ଏକ ପ୍ରଣାଳୀ ଯେଉଁଥିରେ ୟୁରୋଲୋଜିଷ୍ଟ ବ୍ଲାଡର ବା ମୂତ୍ରାଶୟକୁ ଏକ ସ୍ଵତନ୍ତ୍ର ଯନ୍ତ୍ର ସିଷ୍ଟୋସ୍କୋପି ମାଧ୍ୟମରେ ଦେଖିପାରନ୍ତି ।
  7. ପ୍ରସୂତି ଡାକ୍ତରଙ୍କ ଦ୍ଵାରା ପରୀକ୍ଷା
  8. ୟୁରୋଡାଇନାମିକ୍ସ
  9. ରକ୍ତ ଅନୁଶୀଳନ

ମୂତ୍ରନଳୀ ସଂକ୍ରମଣ ନହେବା ପାଇଁ ପୂର୍ବ ସତର୍କତା

  1. ପ୍ରଚୁର ପାଣି କିମ୍ବା ତରଳ ଦ୍ରବ୍ୟ (୩ରୁ ୪ ଲିଟର) ପିଇବା ଉଚିତ୍ । ଏହା ପରିଶ୍ରାକୁ ପତଳା କରି ଦେବାଦ୍ଵାରା ମୂତ୍ରାଶୟରୁ ବୀଜାଣୁ ଗୁଡିକ ଧୋଇ ହୋଇ ବାହାରିଯାଏ । ଏବଂ ମୂତ୍ରନଳୀ ସଂକ୍ରମଣରୁ ମୁକ୍ତି ମିଳେ ।
  2. ପ୍ରତ୍ୟକ ଦୁଇ ତିନି ଘଣ୍ଟା ବ୍ୟବଧାନରେ ପରିଶ୍ରା କରିବା ଉଚିତ୍ । ପରିଶ୍ରା ବେଶୀ ସମୟ ପର୍ଯ୍ୟନ୍ତ ଅଟକାଇବ ନାହିଁ । ବହୁ ସମୟ ଧରି ମୂତ୍ରାଶୟରେ ପରିଶ୍ରା ଜମାହୋଇ ରହିଲେ ବୀଜାଣୁ ବୃଦ୍ଧି ହେବାକୁ ସୁଯୋଗ ମିଳିଯାଏ ।
  3. ଭିଟାମିନ – ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଏସକରବିକ୍ ଏସିଡ୍ କିମ୍ବା କ୍ରାନବେରୀ ରସ ପରିଶ୍ରାକୁ ଅମ୍ଳଯୁକ୍ତ କରାଉଥିବାରୁ ବୀଜାଣୁ ବୃଦ୍ଧିରେ ବାଧାପ୍ରାପ୍ତ ହୁଏ ।
  4. କୋଷ୍ଠ କାଠିନ୍ୟକୁ ଦୂରକରିବା ଆବଶ୍ୟକ ଅଥବା ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ ।
  5. ମହିଳା ବା ଝିଅମାନେ ଶୌଚ ହେବା ସମୟରେ ଆଗପଟରୁ ପାଣି ଛାଟି ଧୋଇହେବା ଉଚିତ୍, ଯଦ୍ୱାରା ମଳଦ୍ଵାରରୁ ଜୀବାଣୁ ପରିଶ୍ରା ଦ୍ଵାରକୁ ପ୍ରବେଶ କରିପାରିବେ ନାହିଁ ।
  6. ସହବାସ ପୂର୍ବରୁ ଏବଂ ପରେ ଯୌନାଙ୍ଗ ଓ ମଳଦ୍ଵାର ଉଭୟକୁ ସଫା କରିବା ଉଚିତର । ସହବାସ ପୂର୍ବରୁ ଏବଂ ପରେ ପରିଶ୍ରା କରିବା ଉଚିତ୍ ଏବଂ ତା ପରେ ଏକ ଗ୍ଲାସ ପାଣି ପିଇବା ଉଚିତ୍ ।
  7. ସ୍ତ୍ରୀ ଲୋକମାନେ ସୂତା ନିର୍ମିତ ଅନ୍ତବସ୍ତ୍ର ପିନ୍ଧିବା ଉଚିତ୍ ଯଦ୍ୱାରା ବାୟୁ ଚଳାଚଳ ସୁବିଧାରେ ହେବ । ନାଇଲନ୍ ଅନ୍ତବସ୍ତ୍ର କିମ୍ବା କଷ୍ଟଦାୟକ ବସ୍ତ୍ର ପିନ୍ଧିବା ଅନୁଚିତ୍ ।
  8. ଯଦି କୌଣସି ସ୍ତ୍ରୀ ଲୋକ ଯୌନକ୍ରିୟା ପରେ ପରିଶ୍ରାନଳୀ ସଂକ୍ରମଣର ପୁନରାବର୍ତ୍ତନ ହେଉଥାଏ ତେବେ ଯୌନ ସମ୍ପର୍କରେ ଗୋଟିଏ ମାତ୍ରାରେ ଆଣ୍ଟିବାୟୋଟିକ ଖାଇବାଦ୍ଵାରା ତାହା ଭଲ ହୋଇଯାଏ ।

ମୂତ୍ରନଳୀ ସଂକ୍ରମଣର ଚିକିତ୍ସା

ସାଧାରଣ ମାପକ

ପ୍ରଚୁର ପାଣି ପିଇବା ଆବଶ୍ୟକ, ଯଦି ବ୍ୟକ୍ତି ବହୁତ ଅସୁସ୍ଥ ଥାଆନ୍ତି, ଜଳୀୟାଂଶ କମ୍ ଥାଏ କିମ୍ବା ବାନ୍ତି ଯୋଗୁଁ ପାତିବାଟେ କୌଣସି ତରଳ ପିଇ ପାରୁନଥାଏ ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇ ଶିରା ମଧ୍ୟରେ ସାଲାଇନ୍ ମାଧ୍ୟମରେ ତରଳଦ୍ରବ୍ୟ ଦେବାକୁ ପଡେ ।

ଜ୍ଵର ଏବଂ ଯନ୍ତ୍ରଣା ଉପସମ ପାଇଁ ଔଷଧ ଖାଇବାକୁ ପଡେ । ଗରମ ସେକ ମଧ୍ୟ ଯନ୍ତ୍ରଣା କମ୍ କରେ । କଫି, ଆଲକୋହଲ, ଧୂମପାନ, ଏବଂ ମସଲା ଜାତୀୟ ଖାଦ୍ୟ ଖାଇବାରୁ ନିବୃତ ରହିବାକୁ ପଡେ କାରଣ ଏସବୁ ଖାଦ୍ୟ ମୂତ୍ରାଶୟକୁ ଯନ୍ତ୍ରଣା ଦିଏ । ମୂତ୍ରନଳୀ ସଂକ୍ରମଣ ପାଇଁ ସମସ୍ତ ପୂର୍ବ ସତର୍କତା ଜରୁରୀ ।

ନିମ୍ନରେ ପରିଶ୍ରାନଳୀ / ମୂତ୍ରନଳୀ ସଂକ୍ରମଣର ଚିକିତ୍ସା (ମୂତ୍ରାଶୟ ପ୍ରଦାହ, ସ୍ୱଳ୍ପ ସଂକ୍ରମଣ)

ସୁସ୍ଥ ଯୁବତୀମାନେ ନିମ୍ନତର ମୂତ୍ରନଳୀ ସଂକ୍ରମଣର ଶିକାର ହେଲେ ଅଳ୍ପଦିନ ପାଇଁ ଅର୍ଥାତ୍ ତିନିଦିନ ଆଣ୍ଟିବାୟୋଟିକ ଖାଇଲେ ଯଥେଷ୍ଟ । କେତେକ ଚିକିତ୍ସକ ସାତଦିନିଆ କୋର୍ସ ଆଣ୍ଟିବାୟୋଟିକଖାଇବାକୁ ଅନୁମୋଦନ କରନ୍ତି । ଥରେ ଅଧେ ଏକମାତ୍ରାର ଆଣ୍ଟିବାୟୋଟିକ ମଧ୍ୟ ବ୍ୟବହାର କରାଯାଏ । ୟୁଟିଆଇ ହୋଇଥିବା ପ୍ରାପ୍ତ ବୟସ୍କ ପୁରୁଷଙ୍କ କ୍ଷେତ୍ରରେ ୭ ଦିନରୁ ୧୪ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ଆବଶ୍ୟକ ପଡିଥାଏ । ସାଧାରଣଭାବେ ଖାଇବାପାଇଁ ବ୍ୟବହାର କରାଯାଉଥିବା ଆଣ୍ଟିବାୟୋଟିକ ଗୁଡିକ ହେଲା ଟ୍ରାଇମେଥୋପ୍ରିମ, ସେଫୋଲସ୍ପୋରିନ, ନ୍ୟୁଟ୍ରୋଫ୍ୟୁରାନ ଟୋଇନ୍ କିମ୍ବା ଫ୍ଲୁରୋକୁଇନୋଲୋନସ ଇତ୍ୟାଦି ।

ମାତ୍ରାଧିକ ବୃକକ୍ ସଂକ୍ରମଣର ଚିକିତ୍ସା (ପାଇଲୋନେଫ୍ରାଇଟିସ)

ଦୁର୍ବଳ, ମାତ୍ରାଧିକ ଲକ୍ଷଣଯୁକ୍ତ ବୃକକ୍ ସଂକ୍ରମିତ ରୋଗୀକୁ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ । ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ସଂକ୍ରମଣ ପାଇଁ ଦାୟୀ ହେଉଥିବା ବୀଜାଣୁ ଓ ଉଚିତ୍ ଆଣ୍ଟିବାୟୋଟିକ ଚୟନ ନିମିତ ରକ୍ତ ଓ ପରିଶ୍ରା ପରୀକ୍ଷା ଜରୁରୀ ଏବଂ ଏତତ୍ ସହ ପରିଶ୍ରା ଓ ଡ଼ାକ୍ତର ଅନୁଶୀଳନ କରିବା ଆବଶ୍ୟକ । ରୋଗୀକୁ ଶିରା ମାଧ୍ୟମରେ ତରଳ ଦ୍ରବ୍ୟ (ସାଲାଇନ) ସହିତ ଆଣ୍ଟିବାୟୋଟିକ ଇକେସନ ବହୁଦିନ ପର୍ଯ୍ୟନ୍ତ ଦେବା ସହିତ ୧୦ ରୁ ୧୪ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ଖାଇବା ମଧ୍ୟ ଦରକାର । ଯଦି ଆଇ ଭି ବା ଶିରାରେ ଦିଆଯାଉଥିବା ଆଣ୍ଟିବାୟୋଟିକ ଠିକ୍ ଭାବରେ କାମ ନକରେ (ଦେଖାଯାଉଥିବା ଲକ୍ଷଣ, ଜ୍ଵର, ବୃକକ୍ କାର୍ଯ୍ୟହୀନ ହେବା) ଇତ୍ୟାଦି ଲକ୍ଷଣ ସବୁ ଦେଖାଦେଇଥାଏ ତେବେ ସଫଳ ଚିକିତ୍ସା ନିମିତ ପରିଶ୍ରାର ଭିନ୍ନ ଭିନ୍ନ କେତେକ ପରୀକ୍ଷା କରାଯିବା ଅନିବାର୍ଯ୍ୟ ହୋଇପଡେ ।

ମୂତ୍ରନଳୀ ସଂକ୍ରମଣ ପୁନରାବର୍ତ୍ତନର ଚିକିତ୍ସା

ୟୁଟିଆଇ ପୁନରାବର୍ତ୍ତନ ହୋଇଥିବା ରୋଗୀର ପୁନରାବର୍ତ୍ତନ ପ୍ରଚ୍ଛନ କାରଣ, ସଠିକ୍ ନିରୂପଣ ଜରୁରୀ । ରୋଗର କାରଣ ଓ ଅବସ୍ଥା ଅନୁସାରେ ଡାକ୍ତରୀ ଔଷଧ ଚିକିତ୍ସା କିମ୍ବା ଶଲ୍ୟ ଚିକିତ୍ସା କରାଯିବ ତାହା ନିର୍ଦ୍ଧାରଣ କରାଯାଇଥାଏ । ସେହି ରୋଗୀ ପ୍ରତିଷେଧକ ଉପାୟକୁ ଦୃଢତାର ସହ ଗ୍ରହଣ କରିବ ଏବଂ ଦୀର୍ଘ ସମୟ ପ୍ରତିଷେଧକ ଆଣ୍ଟିବାୟୋଟିକ ଚିକିତ୍ସାରେ ରହିବା ଜରୁରୀ

କେତେବେଳେ ଜଣେ ୟୁଟିଆଇରେ ଆକ୍ରାନ୍ତ ରୋଗୀ ଡାକ୍ତରଙ୍କ ସହ ଯୋଗାଯୋଗ କରିବ ।

ୟୁଟିଆଇ ଆକ୍ରାନ୍ତ ରୋଗୀ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରି ଯଦି : -

  • ପରିଶ୍ରାର ମାତ୍ରା କମିଯାଏ ଅଥବା ପୁରାପୁରି ବନ୍ଦ ହୋଇଯାଏ ।
  • ଯଦି ଜ୍ଵର ମାତ୍ରାଧିକ ଭାବେ ଲାଗି ରହିଲା, ଥଣ୍ଡା ବା ଶୀତ ଲାଗିଲା, ପିଠି ପାଖ ଯନ୍ତ୍ରଣା ବଢିଗଲା, ପରିଶ୍ରା ଗୋଳିଆ ଦେଖାଗଲା ପରିଶ୍ରାରେ ରକ୍ତ ପଡିଲା ।
  • ଯଦି ରୋଗୀର ମାତ୍ରାଧିକ ବାନ୍ତି ହେଲା, ବହୁତ ଦୁର୍ବଳ ଲାଗିଲା କିମ୍ବା ରକ୍ତଚାପ କ୍ରମାଗତ ଭାବେ କମି କମି ଗଲା ।
  • ଯଦି ପିଲାମାନେ ଯୁତି ଆଇରେ ଆକ୍ରାନ୍ତ ହେଉଥାଆନ୍ତି ।
  • ଗୋଟିଏ ବୃକକ୍ ଥିବା ବ୍ୟକ୍ତି କିମ୍ବା ପୂର୍ବରୁ ବୃକକ୍ ରେ ପଥୁରୀ ହେଉଥିବାର ଇତିହାସ ଥିଲେ ।
  • ଯଦି ଦୁଇ ତିନିଦିନ ଆଣ୍ଟିବାୟୋଟିକ ସେବନ ପରେ ମଧ୍ୟ କୌଣସି ସୁଫଳ ଦେଖା ନଗଲା ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate