অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ଏବଂ ଏହାର କାର୍ଯ୍ୟ ସଂପାଦନ

ବୃକକ୍ ଏବଂ ଏହାର କାର୍ଯ୍ୟ ସଂପାଦନ

ପରିଜୟ

ବୃକକ୍ ଏପରି ଏକ ଅଙ୍ଗ ଯାହାକି ଆମ ଶରୀରର ଅନାବଶ୍ୟକ ବିଜାତୀୟ, ଅତିରିକ୍ତ ବିଷାକ୍ତ ଉପାଦାନ ଗୁଡିକୁ ବାହାରକୁ ବାହାର କରି ଆମ ଶରୀରକୁ ସଫା ଏବଂ ସୁସ୍ଥ ରଖିବାରେ ସାହାକ୍ୟ କରିଥାଏ । ଯଦିଓ ଏହାର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ଶରୀରରୁ ବିଷାକ୍ତ ଜିନିଷ ବାହାର କରିବାକୁ ଏହା କେବଳ ଗୋଟିଏ ମାତ୍ର କାର୍ଯ୍ୟ ନୁହେଁ । ବୃକକ୍/ କିଡନୀ ରକ୍ତଚାପ ନିୟନ୍ତ୍ରଣ କ୍ଷେତ୍ରରେ , ଶରୀରରେ ତରଳ ପଦାର୍ଥର ମାତ୍ରାରେ ଅନୁବାଦ କରିବାରେ ଶରୀରରେ ଇଲେକ୍ଟ୍ରୋଲାଇଟସ୍ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରେ । ଯଦିଓ ପ୍ରାୟତଃ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଦୁଇଟି କିଡନୀ ନେଇ ଜନ୍ମ ହୋଇଥାଉ ତଥାପି ଗୋଟିଏ ବୃକକ୍/କିଡନୀ ମଧ୍ୟ ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ।

ବିଗତ ବର୍ଷମାନଙ୍କରେ ଅହେତୁକ ଭାବରେ ମଧୁମେହ ଓ ରକ୍ତଚାପ ରୋଗୀ ମାନଙ୍କର କ୍ରମାଗତ ବୃଦ୍ଧି ଫଳରେ ବହୁ ସଂଖ୍ୟକ ରୋଗୀ କ୍ରନିକ୍ କିଡନୀ ରୋଗରେ ଆକ୍ରାନ୍ତ ହେଉଛି । ସେମାନଙ୍କର ପ୍ରତିଷେଧକ ହେଉଛି ସଚେତନତା ଏବଂ କିଡନୀ ରୋଗ ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ଶୀଘ୍ର ଉପଚାର କରିବା । ଏହି ବହିର ଲକ୍ଷ୍ୟ ହେଉଛି ରୋଗୀକୁ ଏହାର କିଡନୀର ରୋଗ ସମ୍ପର୍କରେ ଜଣାଇ ସେମାନଙ୍କୁ ରୋଗର ପ୍ରତିକାର ନିମନ୍ତେ ପ୍ରବର୍ତ୍ତାଇବା ଏହା ମଧ୍ୟ ଚେଷ୍ଟା କରାଯାଇଛି ଯେ କ୍ରମାଗତ ପ୍ରଶ୍ନ ଉତ୍ତର ମାଧ୍ୟମରେ ରୋଗ ସମ୍ପର୍କରେ ସଚେତନତା କରିବା ଓ ସାମ୍ନା କରିବା ।

ବହିର ପ୍ରାରମ୍ଭିକ ଭାଗରେ ବୃକକ୍ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ମନୁଷ୍ୟ ଶରୀରର ଏବଂ ଏହା ବୃକକ୍ ସମ୍ବନ୍ଧୀୟ ରୋଗ ଏହାର ଲକ୍ଷଣ କାରଣ ଏବଂ ଏହାର ପ୍ରତିଷେଧକ ସ୍ୱରୂପ ଏହା କିପରି ନ ହେବ ସେ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରେ । ଯାହାହେଉ ଏ ବହିର ଅଧିକାଂଶ ସେବା ବୃକକ୍ ରୋଗୀ, ସେମାନଙ୍କ ପରିବାର ଏବଂ ମୁଖ୍ୟତଃ ବୃକକ୍ ସମ୍ପର୍କିତ ସମସ୍ତ ରୋଗୀମାନଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି । ଏହି ବହି ରୋଗର କାରଣ, ଲକ୍ଷଣ, ପରୀକ୍ଷଣ, ରୋଗ ନିର୍ଣ୍ଣୟ, ଡ୍ରିଡୟ ରୋଗର ପରୀକ୍ଷଣ ବିଷୟରେ ଆଧାରିତ ଓ ତାହାର ନିଦାନ ଚିକିତ୍ସାର ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ଉପଚାର ସମ୍ବନ୍ଧରେ ସୂଚନା ପ୍ରଦାନ କରେ।

ପ୍ରାରମ୍ଭିକ ସ୍ତରରେ କ୍ରନିକ ବୃକକ୍ ରୋଗୀ କିପରି ଓ କ’ଣ ଉପଚାର କରିବେ, ଡାୟଲିସିସ୍ ଏପରିକି ବୃକକ୍ ପ୍ରତ୍ୟାରୋପଣକୁ କିପରି ଟାଳି ଦେଇହେବ ସେ ବିଷୟରେ ଆଗୁଆ ସୂଚନା ଦେବାସହ ପ୍ରାଥମିକ ଉପଚାରର ସଠିକ୍ ସୂଚନା ବିଷୟରେ ଗୁରୁତ୍ଵ ଦିଆଯାଇଛି । ଡାୟଲିସିସ୍, ବୃକକ୍ ପ୍ରତ୍ୟାରୋପଣ ଏବଂ କାତାଭର ପ୍ରତ୍ୟାରୋପଣ ବିଷୟରେ ମଧ୍ୟ ଅଲଗା କରି ବିଷଦ୍ ଭାବରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ପ୍ରଦାନ କରାଯାଇଛି ।

ବୃକକ୍ ର ସୁରକ୍ଷା

ଏଠାରେ ବୃକକ୍ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ତତ୍ତ୍ଵାବଧାନ କରି, କ୍ରମାଗତ ସୂଚନା ପ୍ରଦାନ କରେ । ବୃକକ୍ ଅଚଳ ହେବା ବ୍ୟତୀତ ସାଧାରଣ ଅସୁବିଧା ବିଷହୟରେ ସୂଚନା ପ୍ରଦାନ କରେ । ସତର୍କତା ଏବଂ ଉପଚାର ପାଇଁ କାରତ ଓ ତଥ୍ୟ ମାଧ୍ୟମ । ତଥ୍ୟ ଆଧାରରେ ବୃକକ୍ ରୋଗୀ ଔଷଧ ବ୍ୟବହାର କରି ମଧ୍ୟ ଉପକୃତ ହୋଇଥାଏ ।

ଏତଦ୍ ବ୍ୟତୀତ ଖାଦ୍ଯ ଏକ ପ୍ରମୁଖ ସ୍ଥାନ ଗ୍ରହଣ କଲେ । କ୍ରନିକ୍ ବୃକକ୍ ରୋଗୀ କ୍ଷେତ୍ରରେ ଖାଦ୍ୟର ପ୍ରାଇମାନ ପ୍ରକାର ଉପଯୁକ୍ତ ଖାଦ୍ୟ ଏକ ଗୁରୁତ୍ଵ ବହନ କରେ । ଉପଯୁକ୍ତ ଖାଦ୍ୟ ଏବଂ ପୂର୍ବ ସତର୍କତା ଦ୍ଵାରା ରୋଗୀ ଅନେକାଂଶରେ ସୁସ୍ଥ ହୋଇପାରେ । ଗ୍ଲୋସାରୀ ଏବଂ ଅନେକ ଟର୍ମ ସବୁ ଦ୍ଵାରା ବହିଟିରେ ଅନେକ ଜଟିଳତାକୁ ସହଜରେ ବୁଝାଇ ଦିଆଯାଇପାରେ ।

ବୃକକ୍ ର କାର୍ଯ୍ୟ

ବୃକକ୍ ମନୁଷ୍ୟ ଶରୀର ଏକ ଗୁରୁତ୍ଵପୂର୍ଣ୍ଣ ଅପରିହାର୍ଯ୍ୟ ଅଙ୍ଗ, ଏହାର ଅଚଳତା ରୋଗୀକୁ ଅସୁସ୍ଥ, ଗୁରୁତର କିମ୍ବା ମୃତ୍ୟୁମୁଖରେ ପକାଇବାର ସମ୍ଭାବନା ଥାଏ । ଏହା ଏକ କଠିନ କାର୍ଯ୍ୟ ପ୍ରଣାଳୀ ।

ବୃକକ୍ ର ଦୁଇଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ଶରୀରରୁ ସମସ୍ତ ବିଜାତୀୟ ଦୂଷିତ ପଦାର୍ଥକୁ ନିଷ୍କାସିତ କରିବା ଏବଂ ଶରୀରରେ ଜଳ, ଲବଣ, ରାସାୟନିକ ଏବଂ ମିନେରାଲ ଗୁଡିକର ପରିମାଣ ଓ ସମତା ରକ୍ଷା କରିବା ।

ବୃକକ୍ ର ସ୍ୱରୂପ

ବୃକକ୍ ଶରୀରରୁ ପରିଶ୍ରା ମ୍ମରେ ସୃଷ୍ଟି ହୋଇ ୟୁରେଟରମ୍ମରେ ପ୍ରବେଶ କରି ବ୍ଲାଡରକୁ ପ୍ରବାହିତ ହେବା ପୂର୍ବରୁ ଛାଣି ହୋଇ ପରିଶ୍ରା ମ୍ମାମରେ ନିଷ୍କାସିତ ହୁଏ ।

  • ଅନେକାଂଶ (ପୁରୁଷ ଏବଂ ମହିଳା) ଲୋକଙ୍କର ଦୁଇଟି ବୃକକ୍ ଥାଏ ।
  • ବୃକକ୍ ଆବତମେନର ଅନ୍ୟ ପ୍ରାନ୍ତ ବା ପାଶ୍ଚାତ ଭାଗରେ ଥାଏ କିମ୍ବା
  • ମେରୁଦଣ୍ଡର ଉଭୟ ପାର୍ଶ୍ଵ (ଡାଏଗ୍ରାମ) ରେ ଥାଏ । ସେମାନେ ନିମ୍ନ ରିବ୍ ଦ୍ଵାରା ନଷ୍ଟ ହେବାରୁ ରକ୍ଷା ପାଇଥାଆନ୍ତି ।
  • ଏହା ଆବତମେନର ପଛ ପାଖରେ ଏତେ ଗଭୀରରେ ଥାଏ ଯେ କେହି ସାଧାରଣଭାବେ ଏହାକୁ ଛୁଇଁ ଅନୁଭବ କରି ପାରିବ ନାହିଁ ।
  • ବୃକକ୍ ର ଯୋଡି ଦେଖିବାକୁ ବିନ୍ ମଞ୍ଜିର ଯୋଡି ଆକାରର ଅଙ୍ଗ । ପରିପକ୍ଵ ଶରୀରରେ ଏହା ପ୍ରାୟତଃ ୧୦ ସେ.ମି. ଲମ୍ବ ଏବଂ ୬ ସେ.ମି. ଚଉଡା ଏବଂ ୪ ସେ.ମି. ମୋଟେଇ । ସାଧାରଣଭାବେ ଏହାର ଓଜନ ୧୫୦ରୁ ୧୭୦ ଗ୍ରାମରେ ଥାଏ ।
  • ପରିଶ୍ରା ତିଆରି ହେବା ମାତ୍ରେ ଏହା ପରିଶ୍ରାଥଳି ମ୍ମକୁ ଯୁରେଟର ମ୍ମାମରେ ବୋହି ଚାଲି ଆସେ । ଯୁରେଟର ପ୍ରାୟତଃ ୨୫ ସେ.ମି. ଲମ୍ବ ଗାତୁଆ ନଳୀ ଯାହାକି ସ୍ଵତନ୍ତ୍ର ମାଂସପେଶୀରେ ଗାଢା ହୋଇଥିବାର ଦୃଶ୍ୟମାନ ହୁଏ ।
  • ପରିଶ୍ରା ଥଳି ହେଉଛି ଏକ ଗାତୁଆ ଅଙ୍ଗ ଯାହାକି ମାଂସପେଶୀରେ ତିଆରି ଏବଂ ଏହା ଆବତମେନର ତଳ ସ୍ତରରେ ଥିବା ଅଂଶରେ ଥାଏ । ଏହା ପରିଶ୍ରାର ସଂରକ୍ଷଣ କରିଥାଏ ।
  • ବୟସ୍କ ବ୍ୟକ୍ତିମାନଙ୍କ ପରିଶ୍ରା ଥଳିରେ ପାଖାପାଖି ୫୦୦ ମି.ଲି. ପର୍ଯ୍ୟନ୍ତ ପରିଶ୍ରା ଜମାହୋଇ ପରେ ଜଣକୁ ପରିଶ୍ରା ଲାଗିଥାଏ ଏବଂ ସେତେବେଳେ ସେ ପରିଶ୍ରା କରେ । ପରିଶ୍ରା କରିବା ସମୟରେ ପରିଶ୍ରା ଦ୍ଵାର ବହୁତ ବଡ ହୋଇଯିବା ପରେ ହିଁ ପରିଶ୍ରା ନିର୍ଗତ ହୋଇଥାଏ । (ବୃକକ୍ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାହିଁକି?)
  • ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ ।
  • ପ୍ରତ୍ୟକଦିନ ଆମ ଶରୀରରେ ଜଳର ପରିମାଣ ଲବଣ, ଅମ୍ଳର ପରିବର୍ତ୍ତନ ହୋଇଥାଏ ।
  • ଖାଦ୍ୟ ପ୍ରକ୍ରିୟାକରଣ ହୋଇ ଶକ୍ତିରେ ପରିବର୍ତ୍ତିତ ହେବା ସମୟରେ କେତେଗୁଡିଏ କ୍ଷତି କରୁଥିବା ବିଷାକ୍ତ ଜିନିଷ ଉତ୍ପନ୍ନ ହୁଏ ।
  • ଏହି ଘଟଣା ଶରୀରରେ ଜଳୀୟ ଅଂଶର ପରିମାଣ ଇଲେକ୍ଟ୍ରୋଲାଇଟ୍ ସ୍ ଏବଂ ଏସିଡ୍ ରେ ପରିବର୍ତ୍ତନ କରିଥାଏ ।
  • ବୃକକ୍ ଶରୀରର ଉତ୍ପନ୍ନ ହେଉଥିବା କ୍ଷତିଯୁକ୍ତ ଏବଂ ବିଷାକ୍ତ ଆସିଡିକ୍ ଏବଂ ଟକ୍ସିକ୍ ଜିନିଷକୁ ସଫା କରି ବାହାରକୁ ବାହାର କରିଥାଏ । ଏହା ସହିତ ବୃକକ୍ ଶରୀରର ଜଳୀୟ ଅଂଶ ଇଲେକ୍ଟ୍ରୋଲାଇଟ୍ ସ୍ ଏବଂ ଏସିଡ୍ ବେସ୍ କୁ ନିୟନ୍ତ୍ରଣ କରିବା ସହିତ ସମାନତା ରକ୍ଷା କରିଥାଏ।

ବୃକକ୍ ର କାର୍ଯ୍ୟ ଗୁଡିକ କ’ଣ ?

ପରିଶ୍ରା ତିଆରି କରିବା ଏବଂ ରକ୍ତ ବିଶୁଦ୍ଧିକରଣ ହେଉଛି ବୃକକ୍ ର ପ୍ରାଥମିକ କାର୍ଯ୍ୟ । ବୃକକ୍ ଶରୀରର ଅଦରକାରୀ ଦ୍ରବ୍ୟ, ମାତ୍ରାଧିକ ଲବଣ ଏବଂ ଅନ୍ୟାନ୍ୟ ଅନାବଶ୍ୟକ ରାସାୟନିକ ଦ୍ରବ୍ୟ ବାହାର କରିବା କାର୍ଯ୍ୟ କରିଥାଏ । ଏଗୁଡିକ ଶରୀର ପାଇଁ ଅନାବଶ୍ୟକ ଦ୍ରବ୍ୟ । ନିମ୍ନରେ ବୃକକ୍ ର ମୁଖ୍ୟ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।‘

ଅଦରକାରୀ ଦ୍ରବ୍ୟର ନିଷ୍କାସନ

kidney-2-3ଅଦରକାରୀ ଲବଣ ଓ ଦ୍ରବ୍ୟର ନିଷ୍କାସନ ଦ୍ଵାରା ରକ୍ତ ବିଶୁଦ୍ଧ ହୋଇଥାଏ । ପୁଷ୍ଟିସାର ଜାତୀୟ ଖାଦ୍ୟ ଆମେ ଖାଇଥାଉ ଏବଂ ଏହି ପୁଷ୍ଟିସାର ଆମ ଶରୀର ବିକାଶ ଓ ଶରୀର ମରାମତି ପାଇଁ ବହୁତ ଦରକାରୀ କିନ୍ତୁ ଶରୀର ଦ୍ଵାରା ପୁଷ୍ଟିସାରର ବ୍ୟବହାର ପରେ ଏଥିରୁ ଅଦରକାରୀ ଦ୍ରବ୍ୟ ସବୁ ବାହାରିଥାଏ । ଏହି ଅଦରକାରୀ ଦ୍ରବ୍ୟର ଆକ୍ୟୁମୁଲେସନ ଆମ ଶରୀର ପାଇଁ ବିଶତୁଲ୍ୟ ଏବଂ ଅନ୍ୟାନ୍ୟ ଟକ୍ସିନ ଜାତୀୟ ଅଦରକାରୀ ଦ୍ରବ୍ୟ ପରିଶ୍ରା ଦ୍ଵାରା ନିର୍ଗତ ହୁଏ।

କ୍ରିଏଟିନିନ୍ ୟୁରିଆ ହେଉଛି ଦୁଇଟି ଅଦରକାରୀ ଉତ୍ପାଦନ ଯାହାର ପରିମାଣ ମନୁଷ୍ୟ ଶରୀର ସହଜରେ ମାପିଦେଇପାରେ । ସେମାନଙ୍କ “ଗୁରୁତ୍ଵ” ରକ୍ତରେ ଥିବା ପରିମାଣ ବୃକକ୍ ର କାର୍ଯ୍ୟକ୍ଷମତାକୁ ସୁଚିତା କରେ । ରକ୍ତ ପରୀକ୍ଷା କଲେ, ଯଦି କ୍ରିଏଟିନିନ୍ ଏବଂ ୟୁରିଆର ପରିମାଣ ମାତ୍ରାଧିକ ହୋଇଯାଏ ସେତେବେଳେ ବୃକକ୍ ଠିକ୍ ଭାବରେ କାର୍ଯ୍ୟ କରୁନାହିଁ ବୋଲି ଜଣାପଡେ ।

ମାତ୍ରାଧିକ ତରଳ ଦ୍ରବ୍ୟ ନିଷ୍କାସନ

ବୃକକ୍ ର ଦ୍ଵିତୀୟ ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ଆବଶ୍ୟକ ମାତ୍ରାର ତରଳ ପଦାର୍ଥର ନିୟନ୍ତ୍ରଣ କରିବା । ପରିଶ୍ରାରେ ମାତ୍ରାଧିକ ତରଳ ପଦାର୍ଥର ନିଷ୍କାସନ କରିବା ଏବଂ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଶରୀରକୁ ଯୋଗାଇବାରେ ସାହାଯ୍ୟ କରେ । ଅଧିକ ଜଳ ଶରୀରକୁ ଯୋଗାଇ ଥାଏ ।

ଖଣିଜ ଲବଣ ଓ ରାସାୟନିକ ଦ୍ରବ୍ୟ ନିମ୍ନରେ ସମାନତା ରକ୍ଷାକରେ

ବୃକକ୍ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରେ ତାହା ହେଉଛି ଖଣିଜ ଲବଣ ଏବଂ ରାସାୟନିକ ଦ୍ରବ୍ୟ ଉଦାହରଣ ସ୍ୱରୂପ ସୋଡିୟମ, ପଟାସିୟମ, କ୍ୟାଲସିୟମ, ‘ସ’ ରସ, ମ୍ୟାଗ୍ନେସିୟମ, ହାଇଡ୍ରୋଜେନ ଏବଂ ଶରୀରର ଯୌଗିକ ମାତ୍ରାକୁ ନିୟନ୍ତ୍ରଣ ରଖେ ।

ରକ୍ତ ଚାପର ନିୟନ୍ତ୍ରଣ

ବୃକକ୍ ଶରୀରରେ ବିଭିନ୍ନ ପ୍ରକାରର ହରମୋନ ଉତ୍ପାଦନ କରେ (ଯଥା – ରେନିନ୍, ଆଞ୍ଜିଓଟେନସିନ୍ ଆଲାତୋଷ୍ଟେରନ୍, ପ୍ରୋଷ୍ଟାଗ୍ଲାଡିନ ଏବଂ ଅନ୍ୟାନ୍ୟ କେତେକ) ଜଳ ଏବଂ ଲବନର ମାତ୍ରା ନିୟନ୍ତ୍ରଣରେ ରଖେ ।

ଲୋହିତ ରକ୍ତ କଣିକାର ଉତ୍ପାଦନ

ବୃକକ୍ ରେ ଏରିଥ୍ରୋପୋଏଟିନ୍ ଉତ୍ପାଦନ ହେବାଦ୍ଵାରା ଏହା ଲୋହିତ ରକ୍ତ କଣିକା ଉତ୍ପାଦନ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ବୃକକ୍ କାର୍ଯ୍ୟହୀନ ହେଲେ ଏରିଥ୍ରୋପୋଏଟିନ୍ ର ଉତ୍ପାଦନ କମିଯାଏ ଯଦ୍ୱାରା ଲୋହିତ ରକ୍ତ କଣିକା ଉତ୍ପାଦନ ବାଧାପ୍ରାପ୍ତ ହୁଏ ଏବଂ ଶରୀରରେ ରକ୍ତହୀନତା ରୋଗ ଦେଖାଯାଏ ।

ସ୍ୱଳ୍ପ ମାତ୍ରାରେ ଏରିଥ୍ରୋପୋଏଟିନ୍ ଉତ୍ପାଦନ ହେବା କାରଣରୁ ରୋଗୀର ରେନାଲ ଏଲ୍ୟୁଅର ହୋଇଥାଏ ।

ଲୌହ ଏବଂ ପୃଷ୍ଟିସାର ଖାଦ୍ୟର ପରିମାଣ ଔଷଧ ମ୍ମାମରେ ବଢାଯାଇଥାଏ । ଯେପର୍ଯ୍ୟନ୍ତ ଔଷଧ ବ୍ୟବହାର ନ କରିଛି ସେପର୍ଯ୍ୟନ୍ତ ରୋଗୀର ରକ୍ତ କଣିକା ପରିମାଣରେ ଉନ୍ନତି ପରିଲକ୍ଷିତ ହୁଏ ନାହିଁ ।

ସୁସ୍ଥ ଅସ୍ଥିର ରକ୍ଷଣାବେକ୍ଷଣ

ବୃକକ୍ ଖାଦ୍ୟସାର ‘ଘ’ କୁ ସଚଳ କରେ । ଯଦ୍ୱାରା ଖାଦ୍ୟରୁ ଖାଦ୍ୟରୁ କ୍ୟାଲସିୟମକୁ ଦ୍ରବିଭୂତ କରାଇ ହାତ ଏବଂ ଦନ୍ତ ବୃଦ୍ଧିରେ ସହାୟକ ହେବା ସହିତ ଶକ୍ତ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରେ । ବୃକକ୍ ଠିକ୍ ଭାବେ କାର୍ଯ୍ୟ ନକଲେ ଖାଦ୍ୟସାରା ‘ଘ’ ର ଅଭାବ ଦେଖାଦିଏ । ହାଡ ବୃଦ୍ଧି ପରିବର୍ତ୍ତେ କ୍ଷୟ ହୋଇ ଦୁର୍ବଳ ହୋଇଯାଏ ।

କିପରି ରକ୍ତ ବିଶୁଦ୍ଧ ହୁଏ ଏବଂ ପରିଶ୍ରା ସୃଷ୍ଟି ହୁଏ ?

ପରିଶ୍ରା ସୃଷ୍ଟି ହେବାର କଠିନ ଏବଂ ଆମୋଦ ଦାୟକ ପ୍ରଣାଳୀ ବିଷୟରେ ।

  • ତୁମେ ଜାଣକି ବୃକକ୍ ମ୍ମକୁ ପ୍ରତି ମିନିଟ୍ ରେ ୧୨୦୦ ମି.ଲି. ରକ୍ତ ପରିଷ୍କାର ହେବାପାଇଁ ପ୍ରବେଶ କରେ ଯାହାକି ହୃଦୟ ଦ୍ଵାର ପମ୍ପ ହେଉଥିବା ପୁରା ରକ୍ତର ୨୦% ତେଣୁ ପ୍ରତ୍ୟକ ଦିନରେ ୧୭୦୦ ଲିଟର ରକ୍ତ ବିଶୁଦ୍ଧ ହୁଏ ।
  • ଏହି ବିଶୁଦ୍ଧି କରଣ ପ୍ରକ୍ରିୟା ଏକ ଛୋଟ ଛଣା ମ୍ମାମରେ ହୋଇଥାଏ ଯାହାକୁ ଆମେ “ନେଫ୍ରନ” କହିଥାଉ ।
  • ପ୍ରତ୍ୟକ ବୃକକ୍ ଏକ ଲକ୍ଷ ନେଟ୍ରୋନକୁ ନେଇ ଗଠିତ । ପ୍ରତ୍ୟକ ନେଟ୍ରୋନ (ଗ୍ଲୋମ ରୁଲସ) ଏବଂ ଟ୍ୟୁବୁଲେସ୍ କୁ ନେଇ ଗଠିତ ।
  • ଗ୍ଲୋମେରୁଲି ବିଶୁଦ୍ଧି କରଣ ପ୍ରକ୍ରିୟା, କ୍ଷୁଦ୍ର କଣା ଏବଂ କେତେଗୁଡିଏ ବଛା ବଛା ବିଶୁଦ୍ଧିକରଣ ଛଣାକୁ ନେଇ କରାଯାଏ । ଜଳ ଏବଂ କ୍ଷୁଦ୍ର ଆକାରର ଜିନିଷ ଗୁଡିକ ସହଜରେ ଏହା ମ୍ମାମରେ ଛାଣି ହୋଇଯାଏ କିନ୍ତୁ ବଡ ଆକାରର ଶ୍ଵେତ ଏବଂ ଲୋହିତ ରକ୍ତ କଣିକା, ପ୍ଲେଟେଲେଟ୍ ସ ପୃଷ୍ଟିସାର କିନ୍ତୁ ଏହି କ୍ଷୁଦ୍ର କଣା ମ୍ମାମରେ ଯାଇପାରିନଥାନ୍ତି । ସେଥିପାଇଁ ଏକ ସୁସ୍ଥ ଲୋକର ପରିଶ୍ରମରେ ବଡ ବଡ ଜିନିଷ ନଥାଏ ।
  • ପ୍ରଥମେ ପରିଶ୍ରା ଗ୍ଲୋମେରୁଲିରେ ବାହାରେ । ଯେଉଁଟି ୧୨୫ ମି.ଲି. ପରିଶ୍ରା ପ୍ରତ୍ୟକ ମିନିଟ୍ରରେ ପରିଷ୍କୃତ ହୁଏ । ଏହା ଆଶ୍ଚର୍ଯ୍ୟ ହେବାକୁ ହୁଏ ଯେ ୨୪ ଘଣ୍ଟାରେ ୧୮୦ ଲିଟର ପରିଶ୍ରା ଉତ୍ପନ୍ନ ହୁଏ । ଏହା କେବଳ ଅଦରକାରୀ ଉତ୍ପାଦକ ଲବଣ, ଟକ୍ସିକ୍ ସବ୍ ଷ୍ଟାନସେସ୍ କୁ ନେଇ ଗଠିତ ।
  • ବୃକକ୍ ବହୁତ ବୁଦ୍ଧିମତାର ସହିତ ପ୍ରତିପୋଷଣ କାର୍ଯ୍ୟ ମ୍ମ ସମ୍ପାଦନ କରେ । ୧୮୦ ଲିଟର ତରଳ ଯାହା ଟ୍ୟୁବୂଲେସ୍ ମ୍ମକୁ ପ୍ରବେଶ କରେ ସେଥିରୁ ୯୯% ଭାଗ ତରଳ ଅଂଶ ପ୍ରତିଶୋଷିତ ହୁଏ ଆଉ ୧% ଭାଗ ତରଳ ପରିଶ୍ରା ଆକାରରେ ନିଷ୍କାସିତ ହୁଏ ।
  • ଏହି ବୌଦ୍ଧିକ ପ୍ରକ୍ରିୟା ଦ୍ଵାରା ଅତ୍ୟାବଶ୍ୟକ ସବ୍ ଷ୍ଟାନ୍ ସେସ୍ ଏବଂ ୧୭୮ ଲିଟର ତରଳ ପଦାର୍ଥ ପ୍ରତିଶୋଷିତ ଟ୍ୟୁବୁଲେସ୍ ମ୍ମାମରେ ହୁଏ, ଏବଂ ୧ରୁ ୨ ଲିଟର ଜଳ ଅଦରକାରୀ ଦ୍ରବ୍ୟ, ମାତ୍ରାଧିକ ଲବଣ, ଅନ୍ୟାନ୍ୟ କ୍ଷତି କରୁଥିବା ସବ୍ ଷ୍ଟାନ୍ ସେସ୍ ସବୁ ନିଷ୍କାସିତ ହୁଏ ।
  • ବୃକକ୍ ରେ ଗଠିତ ପରିଶ୍ରା ୟୁରେଟରକୁ ଗତି ଆସେ ଏବଂ ପରିଶ୍ରା ବ୍ଲାଡର ଦ୍ଵାରା ଗତିକରି ଶେଷରେ ପରିଶ୍ରା ଦ୍ଵାର ଦେଇ ନିଷ୍କାସିତ ହୁଏ ।

ସୁସ୍ଥ ବୃକକ୍ ଧାରୀ ବ୍ୟକ୍ତିର ପରିଶ୍ରା ପରିମାଣରେ ବ୍ୟତିକ୍ରମ ଦେଖାଯାଇପାରେ ?

  • ହଁ ପାଣି ପିଇବାର ପରିମାଣ ଏବଂ ପାରିପାର୍ଶ୍ଵିକ ଉତ୍ତାପ ଜଣେ ବ୍ୟକ୍ତିର ପରିଶ୍ରାର ପରିମାଣ ସ୍ଥିର କରିଥାଏ ।
  • ଯଦି କମ ପାଣି ପିଆଯାଏ ପରିଶ୍ରା ବହଳିଆ ହୋଇଯାଏ ଏବଂ ପରିମାଣ କମିଠାଏ (୫୦୦ ମି.ଲି. ମ୍ମରେ) କିନ୍ତୁ ଯଦି ଅତ୍ୟଧିକ ପାଣି ପିଆଯାଏ ତେବେ ପରିଶ୍ରାର ପରିମାଣ ବଢିଯାଏ ।
  • ଗ୍ରୀଷ୍ମ ଋତୁରେ ପରସ୍ପିରେସନ କାରଣରୁ ଉତ୍ତାପ ବୃଦ୍ଧି ଯୋଗୁଁ ପରିଶ୍ରାର ପରିମାଣ ହ୍ରାସ ପାଏ । ଶୀତଦିନେ ମ୍ମ ଅନ୍ୟ କାରଣ, କମ୍ ଉତ୍ତାପ ପରସ୍ପିରେସନ ନଥିବା କାରଣରୁ ପରିଶ୍ରା ବହୁତର ହୋଇଥାଏ ।
  • ଏକ ବ୍ୟକ୍ତି ଯିଏକି ଆବଶ୍ୟକ ପରିମାଣର ପାଣି ପିଏ, ଯଦି ତାର ପରିଶ୍ରାର ପରିମାଣ ୫୦୦ ମି.ଲି. କମ୍ କିମ୍ବା ୩୦୦୦ ମି.ଲି. ରୁ ଅଧିକ ହୁଏ ହୁଏ ତେବେ ଏହା ସୁଚାଇ ଦିଏ କି ବୃକକ୍ ର ପରୀକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 5/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate