অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ଏବଂ ଔଷଧ

ଔଷଧ ଯୋଗୁଁ ବୃକକ୍ ରେ କ୍ଷତି ହେଉଥିବାର କାରଣ

ସାଧାରଣଭାବେ ବିଭିନ୍ନ ପ୍ରକାରର ଔଷଧ ବୃକକ୍ ଖରାପ ହେବାପାଇଁ ଦାୟୀ । ଶରୀରର ଅନ୍ୟାନ୍ୟ ଅଙ୍ଗ ଅପେକ୍ଷା ତୁଳନାତ୍ମକ ଭାବେ ଔଷଧର ବିଷାକ୍ତ ପ୍ରତି ବୃକକ୍ କାହିଁକି ଅତି ଦୁର୍ବଳ ?

ଔଷଧ ଯୋଗୁଁ ବୃକକ୍ ର କ୍ଷତି ହେଉଥିବାର ଦୁଇଟି ମୁଖ୍ୟ କାରଣ ହେଉଛି :

  1. ବୃକକ୍ ଦ୍ଵାରା ଶରୀରରୁ ଔଷଧର ବର୍ହିଗମନ ହୁଏ : ବୃକକ୍ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଏବଂ ଏହା ଶରୀରରୁ ଔଷଧ ଏବଂ ଏହାର ଉପାଦାନ ଗୁଡିକୁ ନିଷ୍କାସିତ କରିଥାଏ । ଔଷଧ ନିଷ୍କାସିତ ହେବା ପ୍ରକ୍ରିୟା କରିଥିବା ସମୟରେ କେତେକ ଔଷଧ କିମ୍ବା ତାର ଉପାଦାନ ବୃକକ୍ ର ପ୍ରଭୃତ କ୍ଷତିକରେ ।
  2. ବୃକକ୍ କୁ ଉଚ୍ଚରକ୍ତ ପ୍ରବାହ : ପ୍ରତ୍ୟକ ମିନିଟ୍ ରେ ଶରୀରରେ ଥିବା ସମସ୍ତ ଡ଼ାକ୍ତର ୨୦% ଭାଗ ରକ୍ତ ହୃଦୟଦ୍ଵାରା ଉଠାଯାଇ (୧୨୦୦ ମି.ଲି. ରକ୍ତ) ଉଭୟ ବୃକକ୍ ରେ ପରିଷ୍କୃତ ହେବାପାଇଁ ପ୍ରବେଶ କରେ । ଅନ୍ୟ ଅଙ୍ଗ ତୁଳନାରେ ସବୁଠାରୁ ଅଧିକ ବୃକକ୍ ଗ୍ରହଣ କରିଥାଏ । ଅଳ୍ପ ସମୟ ମଧ୍ୟରେ ଉଚ୍ଚ ରକ୍ତ ଯୋଗାଣ କାରଣରୁ କ୍ଷତିକାରକ ଔଷଧ ଏବଂ ଏହାର ଉପାଦାନ ବୃକକ୍ ରେ ପହଞ୍ଚିଥାଏ । ଯଦ୍ୱାରା ବୃକକ୍ ର ପ୍ରଭୃତ କ୍ଷତି ଘଟିଥାଏ ।

ବୃକକ୍ ର କ୍ଷତି କାରକ ମୁଖ୍ୟ ଔଷଧ

ଯନ୍ତ୍ରଣା ନିବାରକ ଔଷଧ

ଶରୀର ପୀଡା, ମୁଣ୍ଡବିନ୍ଧା, ସନ୍ଧି ଓ ଗଣ୍ଠି ଯନ୍ତ୍ରଣା ଏବଂ ଜ୍ଵର ପାଇଁ ବିଭିନ୍ନ ଔଷଧ ବଜାରରେ ଉପଲବ୍ଧ ହୋଇଥାଏ । ଡାକ୍ତରଙ୍କ ବିନା ପରାମର୍ଶରେ ଲୋକମାନେ ଏହାକୁ କିଣି ଖାଇଥାଆନ୍ତି । ଏହିସବୁ ଔଷଧ ସାଧାରଣଭାବେ ବୃକକ୍ ର କ୍ଷତି ନିମନ୍ତେ ଦାୟୀ ।

ଏନ୍ ଏସ ଏ ଆଇ ଡି କ’ଣ? କେଉଁସବୁ ଔଷଧ ଏହି ଦଳ ଅନ୍ତର୍ଭୁକ୍ତ ?

ନନ୍ ଷ୍ଟେରାଇଡାଲ ଆଣ୍ଟିଇନ୍ ଫ୍ଲାମେଟାରି ଔଷଧ (ଏନ୍ ଏସ ଏ ଆଇ ଡି) ହେଉଛି ସାଧାରଣ ଔଷଧ ଯାହାକୁ ଯନ୍ତ୍ରଣା, ଜ୍ଵର, ଦରଜ ବିନ୍ଧା ନିବାରଣ ପାଇଁ ବ୍ୟବହାର କରାଯାଏ । ଏହି ଔଷଧ ମଧ୍ୟରେ ଆସ୍ପିରିନ, ଡାଇକ୍ଲୋଫେନାକ୍, ଆଇବ୍ରୁଫେଣ, ଇଣ୍ଡୋମେଥାସିନ, କେଟୋପ୍ରୋଫେନ, ନାପ୍ରୋକ୍ସେନ, ନିମେସୁଲାଇଡ ଓ ଅନ୍ୟାନ୍ୟ ଔଷଧ ଅନ୍ତର୍ଭୁକ୍ତ ।

ଏନ୍ ଏସ ଏ ଆଇ ଡି ବୃକକ୍ ହାନିର କାରଣ କି ?

ଯଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏନ୍ ଏସ ଏ ଆଇ ଡି ଅନ୍ତର୍ଭୁକ୍ତ କୌଣସି ଔଷଧ ଖିଆଯାଏ ତେବେ ତାହା ସୁରକ୍ଷିତ । କିନ୍ତୁ ଏହା ମନେରଖିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଯେ ଏନ୍ ଏସ ଏ ଆଇ ଡି ର ଦ୍ଵିତୀୟ ସ୍ତରର ଔଷଧ ଆମିନୋଗ୍ଲାଇକୋସାଇଡ ହେଉଛି ବୃକକ୍ ହାନିର ସାଧାରଣ କାରକ ।

କେତେବେଳେ ଏନ୍ ଏସ ଏ ଆଇ ଡି ବୃକକ୍ ହାନି କରେ ?

ଏନ୍ ଏସ ଏ ଆଇ ଡି ର ବିପଦ ହେଇଛି ଏହା ବୃକକ୍ କୁ କ୍ଷତି ପହଞ୍ଚାଇଥାଏ । ଯଦି –

  • ଯଦି ଦୀର୍ଘଦିନ ଧରି ଘଝଇଓଊ ଏନ୍ ଏସ ଏ ଆଇ ଡି ଅନ୍ତର୍ଗତ କୌଣସି ଔଷଧର ବ୍ୟବହାର କରିଥାଉ ଏବଂ ଏହା ଡାକ୍ତରଙ୍କ ପରାମର୍ଶ ବିନା କରାଯାଏ ।
  • ବହୁପ୍ରକାର ସମ୍ମିଶ୍ରଣରେ ହୋଇଥିବା ଗୋଟିଏ ଔଷଧକୁ ଦୀର୍ଘଦିନ ବ୍ୟବହାର କଲେ । (ଉଦାହରଣସ୍ୱରୂପ ଏ ପି ସି ଯାହାକି ଆସ୍ପିରିନ, ଫେନୋସେଟିନ, କ୍ୟାଫେନର ମିଶ୍ରଣରେ ତିଆରି ହୋଇଥିବା ଗୋଟିଏ ବଟିକା ଅନ୍ତର୍ଭୁକ୍ତ)।
  • ପରିଣତ ବୟସରେ ଏନ୍ ଏସ ଏ ଆଇ ଡି ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ବ୍ୟକ୍ତିଙ୍କର ବୃକକ୍ର ହାନି, ମଧୁମେହ କିମ୍ବା ଜଳୀୟାଂଶ କମିଯିବା ପରି ପରିସ୍ଥିତି ହୋଇଥାଏ।

କେଉଁ ଯନ୍ତ୍ରଣା ନିବାରକ ଔଷଧ ବୃକକ୍ ହାନି ହୋଇଥିବା ରୋଗୀଙ୍କ ପାଇଁ ସୁରକ୍ଷିତ ?

  • ପାରାସିଟାମଲ (ଏସିଟୋମିନୋଫେନ) ଏନ୍ ଏସ ଏ ଆଇ ଡିବର୍ଗ ଅନ୍ତର୍ଭୁକ୍ତ ଔଷଧଠାରୁ ନିରାପଦ ।
  • ଅନେକ ହୃଦରୋଗୀଙ୍କୁ ଡାକ୍ତର ସାରାଜୀବନ ଆସ୍ପିରିନ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତାହା କ’ଣ ତାଙ୍କ ବୃକକ୍ ର କ୍ଷତି କରେ କି ?
  • ଯେହେତୁ ଜଣେ ହୃଦରୋଗୀକୁ ଅତି ଅଳ୍ପମାତ୍ରାରେ ଆସ୍ପିରିନ ଔଷଧ ଖାଇବାକୁ ଦିଆଯାଇଥାଏ ତେଣୁ ତାହା ସୁରକ୍ଷିତ ।

ବୃକକ୍ ହାନି

ବୃକକ୍ ହାନି - ଏନ୍ ଏସ ଏ ଆଇ ଡି ଯୋଗୁଁ ହୋଇଥିଲେ ତାହା ବିପରୀତ ହେବ କି ?

କମ୍ ଦିନ ଏନ୍ ଏସ ଏ ଆଇ ଡିର ବ୍ୟବହାର ଯୋଗୁଁ ହୋଇଥିବା ବୃକକ୍ ହାନି, ଔଷଧ ବନ୍ଦକରି ନିୟମିତ ଚିକିତ୍ସା କରିବାଦ୍ଵାରା ପୂର୍ବାବସ୍ଥାକୁ ଫେରିଆସିଥାଏ ।

ନା, ଅନେକ ଗଣ୍ଠି ଯନ୍ତ୍ରଣାରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଦୀର୍ଘଦିନ ଏନ୍ ଏସ ଏ ଆଇ ଡି ଖାଇବାକୁ ବାଧ୍ୟ ହୋଇଥାଆନ୍ତି । ତେଣୁ ଯେତେବେଳେ ସେମାନେ କ୍ରମାଗତ ଦୀର୍ଘବର୍ଷ ବ୍ୟାପି ଏନ୍ ଏସ ଏ ଆଇ ଡି ଖାଇଥାଆନ୍ତି ଏହା ଧୀରେ ଧୀରେ ବୃକକ୍ ହାନି ଘଟାଏ ଯାହାକି ଅପ୍ରତିହତ । ଦୀର୍ଘଦିନ ଏନ୍ ଏସ ଏ ଆଇ ଡି ଆବଶ୍ୟକ କରୁଥିବା ବୟସ୍କ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାର ଖାଇବା ଉଚିତ୍ ।

ଏନ୍ ଏସ ଏ ଆଇ ଡିର ବ୍ୟବହାର କରୁଥିବା ରୋଗୀର ବୃକକ୍ କ୍ରମାଗତ ହାନି କ୍ରମାଗତଭାବେ ହେଉଥିବାର ପ୍ରାଥମିକ ଅବସ୍ଥାକୁ କିପରି ନିର୍ଣ୍ଣୟ କରାଯିବ ?

ଏନ୍ ଏସ ଏ ଆଇ ଡିଗୁଡିକର ବ୍ୟବହାର ଯୋଗୁଁ ହେଉଥିବା ବୃକକ୍ ହାନି ଜାଣିବା ପାଇଁ ପରିଶ୍ରା ପରୀକ୍ଷା, ଅର୍ଥାତ୍ ପରିଶ୍ରାରେ ପ୍ରୋଟିନ ମାତ୍ରାର ଉପସ୍ଥିତି ବୃକକ୍ ହାନି ହେଉଥିବାର ସୁରାକ୍ ପ୍ରଦାନ କରେ ।

ଯନ୍ତ୍ରଣା ନିବାରକ ଔଷଧ ଯୋଗୁଁ ହେଉଥିବା ବୃକକ୍ ର କ୍ଷତିରୁ ବୃକକ୍ ର ସୁରକ୍ଷା କରାଯାଇ ପାରିବ କିପରି?

  • ଯନ୍ତ୍ରଣା ନିବାରକ ଔଷଧର ପ୍ରତିକ୍ରିୟାରୁ କ୍ଷତି ହେଉଥିବା ବୃକକ୍ ସୁରକ୍ଷିତ କରିବା ପାଇଁ ସାଧାରଣ ମାପକ ଗୁଡିକ ହେଉଛି ।
  • ଅଧିକ ବିପଦ ଥିବା ବ୍ୟକ୍ତି ବୃକକ୍ ର ସୁରକ୍ଷା ପାଇଁ ଏନ୍ ଏସ ଏ ଆଇ ଡିର କୌଣସି ଔଷଧକୁ ଖାଇବା ଅନୁଚିତ୍ ।
  • ବିଭିନ୍ନ ପ୍ରକାର ଯନ୍ତ୍ରଣା ନିବାରକ କିମ୍ବା ଓ ଟି ସି ଯନ୍ତ୍ରଣାରୁ ମୁକ୍ତ କରୁଥିବା ଔଷଧ ସେବନ ନ କରିବା ଉଚିତ୍ ।
  • ଦୀର୍ଘଦିନ ପାଇଁ ଆବଶ୍ୟକ ପଡୁଥିବା ଏନ୍ ଏସ ଏ ଆଇ ଡିର କୌଣସି ଔଷଧ ଡାକ୍ତରନକ ବିନା ଅନୁମତି’ରେ ଖାଇବା ଅନୁଚିତ୍ ।
  • ଏନ୍ ଏସ ଏ ଆଇ ଡିର ସେବନ ସୀମିତ ମାତ୍ରାରେ କମ୍ ସମୟ ପାଇଁ କରାଯାଇପାରେ ।
  • ମିଶ୍ରିତ ଯନ୍ତ୍ରଣା ନିବାରକ ଔଷଧ ମଧ୍ୟ ଦୀର୍ଘଦିନ ଧରି ସେବନ କରିବା ଅନୁଚିତ୍ ।
  • ବୃକକ୍ କୁ କ୍ଷତିରୁ ରକ୍ଷାକରିବା ପାଇଁ ଏବଂ ଉଚିତ୍ ମାତ୍ରାର ରକ୍ତ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ବା ତରଳ ଦ୍ରବ୍ୟ ସେବନ କରିବା ଉଚିତ୍ ।

ଆମିନୋଗ୍ଲାଇକୋସାଇଡ୍ସ

ଆମିନୋଗ୍ଲାଇକୋସାଇଡ୍ସ ହେଉଛି ଆଣ୍ଟିବାୟୋଟିକ ଦଳ ଅନ୍ତର୍ଭୁକ୍ତ ଯାହାର ବାରମ୍ବାର ବ୍ୟବହାର ଏକ ଅଭ୍ୟାସରେ ପରିଣତ ହୋଇଥାଏ ଯାହାକି ବୃକକ୍ ହାନିର କାରଣ । ଏହି ଚିକିତ୍ସା ଆରମଭ ହେବାର ୭ରୁ ୧୦ ଦିନ ମଧ୍ୟରେ ସାଧାରଣତଃ ବୃକକ୍ ହାନି ହୋଇଥାଏ । ପରିଶ୍ରା ପରିମାଣ ଅପରିବର୍ତ୍ତନୀୟ ହେଉଥିବାରୁ ଏହି ସମସ୍ୟାକୁ ସହଜରେ ଚିହ୍ନଟ କରିହୁଏ ନାହିଁ ।

ପ୍ରାପ୍ତ ବୟସରେ ଜଳୀୟାଂଶର ଅଭାବ, ପୂର୍ବରୁ ରହିଥିବା ବୃକକ୍ ରୋଗ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଏବଂ ମ୍ୟାଗ୍ନେସିୟମର ପରିମାଣ କମିଯିବା, ଦୀର୍ଘ ସମୟ ଖାଉଥିବା ଔଷଧର ନିୟମିତ ପରିଚାଳନା, ମିଶ୍ରିତ ଚିକିତ୍ସା ସହିତ, ବୃକକ୍ ର କ୍ଷତି କରୁଥିବା ଅନ୍ୟାନ୍ୟ ଔଷଧ, ସେପ୍ ସିସ୍, ଲିଭର ରୋଗ ଏବଂ କନଜେଷ୍ଟିଭ ହୃଦଘାତ ଇତ୍ୟାଦି ଆମିନୋଗ୍ଲାଇକୋସାଇଡ୍ସର ପ୍ରଭାବ ବୃକକ୍ କ୍ଷତି ପାଇଁ ଦାୟୀ ହୋଇଥାଏ ।

କିପରି ଆମିନୋଗ୍ଲାଇକୋସାଇଡ୍ସ ଯୋଗୁଁ ହେଉଥିବା ବୃକକ୍ ର କ୍ଷତିକୁ ପ୍ରତିହତ କରାଯାଇପାରିବ ?

ଆମିନୋଗ୍ଲାଇକୋସାଇଡ୍ସ ଯୋଗୁଁ ହେଉଥିବା ବୃକକ୍ ହାନିରୁ ସୁରକ୍ଷା ପାଇବା ପାଇଁ :

  • ଉଚ୍ଚ ବିପଦଯୁକ୍ତ ଲୋକଙ୍କ କ୍ଷେତ୍ରରେ ଆମିନୋଗ୍ଲାଇକୋସାଇଡ୍ସର ସତର୍କ ବ୍ୟବହାର । କ୍ଷତି ବା ବିପଦର କାରଣକୁ ଠିକ୍ କରିବା ଅଥବା ବାହାର କରିଦେବା।
  • ଥରେ ଥରେ କରି ଖାଇବା ବଦଳରେ ଦିନକୁ ଥରେ ଆମିନୋଗ୍ଲାଇକୋସାଇଡର ଔଷଧକୁ ଖାଇବା ଉଚିତ୍ ।
  • ଆମିନୋଗ୍ଲାଇକୋସାଇଡ୍ସର ଆବଶ୍ୟକ ସୁରକ୍ଷିତ ମାତ୍ରା ଏବଂ ସମୟାନୁବର୍ତ୍ତିତା ଅନୁସାରେ ବ୍ୟବହାର କରିବା ଉଚିତ୍ ।
  • ପୂର୍ବରୁ ଥିବା ବୃକକ୍ ର କ୍ଷତିକୁ ଆକଳନ କରି ବର୍ତ୍ତମାନର ମାତ୍ରାକୁ ପୁନର୍ଗଠନ କରିବା ଉଚିତ୍ ।
  • ସଅଳ ବୃକକ୍ ର କ୍ଷତିର ପରିମାଣକୁ ଜାଣିବାପାଇନ ଦିନେ ଛଡା ଦିନେ ରୋଗୀର ସେରମ କ୍ରିଏଟିନର ଅନୁଧ୍ୟାନ କରିବା ଜରୁରୀ ।

ରେଡିଓକନଟ୍ରଷ୍ଟା ଇକ୍ ସନ

  • ରେଡିଓଗ୍ରାଫିକ କଟ୍ରଷ୍ଟା ମେଡିଆ (ଢ-ଜବଚ୍ଚ-ୟଚ୍ଚରଗ୍ଡ ) ଡାକ୍ତରଖାନାରେ ତୀବ୍ର ବୃକକ୍ ହାନି କାରଣରୁ ଚିକିତ୍ସିତ ହେଉଥିବା ରୋଗୀର ବୃକକ୍ ପୁନଃ କାର୍ଯ୍ୟକ୍ଷମ ହୋଇ ପୂର୍ବାବସ୍ଥାକୁ ଫେରିବାର ସମ୍ଭାବନା ଥିବାର ଦର୍ଶାଏ ।
  • ମଧୁମେହ, ନିର୍ଜଳୀୟନ, ହୃଦଘାତ, ପୂର୍ବରୁ ଥିବା ବୃକକ୍ ର କ୍ଷତି, ପରିଣତ ବୟସ ଏବଂ ସଦାସର୍ବଦା ବ୍ୟବହାର କରୁଥିବା ଔଷଧର ପାର୍ଶ୍ଵପ୍ରତିକ୍ରିୟା ଜନିତ ବୃକକ୍ ର କ୍ଷତି ଇତ୍ୟାଦି ବୃକକ୍ ହାନିର ବିପଦକୁ ଆହୁରି ଅଧିକ ବଢାଇ ଦିଏ ।
  • ପ୍ରବର୍ତ୍ତକ ବୃକକ୍ କ୍ଷତିର ସୁରକ୍ଷା ବିଭିନ୍ନ ମାପକ ଦେଇପାରେ ବା କରାଯାଇପାରେ । ଅତି ଅଳ୍ପମାତ୍ରାର ବିରୋଧରେ ବ୍ୟବହାର ଗୁରୁତ୍ଵପୂର୍ଣ୍ଣ ମାପକ ହୋଇପାରେ, ନୋନିଓନିକ୍ କଟ୍ରାଷ୍ଟ ଏଜେର ବ୍ୟବହାର,
  • ଆଭିଫ୍ଲୁଇଡ ଦ୍ଵାରା ପର୍ଯ୍ୟାପ୍ତ ଜଳୀୟାଂଶର ସୁପରିଚାଳନା ବା ଠିକ୍ ରଖିବା, ସୋଡିୟମ ବାଇକାର୍ବୋନେଟ ଏବଂ ଆସେଟାଇଲସାଇଷ୍ଟେଇନର ସମାନତା ରକ୍ଷା କରିବାଦ୍ଵାରା ବୃକକ୍ କ୍ଷତିକୁ ରୋକାଯାଇପାରେ ।

ଅନ୍ୟାନ୍ୟ ଔଷଧ

ଅନ୍ୟାନ୍ୟ ସାଧାରଣ ଔଷଧ ଯାହାକି ବୃକକର କ୍ଷତି କରେ ତାହା ହେଉଛି, କେତେକ ଆଣ୍ଟିବାୟୋଟିକ୍ସ ଆଣ୍ଟିକ୍ୟାନସର ଚିକିତ୍ସା ଆଣ୍ଟିଟ୍ୟୁବେରୋକ୍ଲୋସ ଔଷଧ ଇତ୍ୟାଦି ।

  • ସାଧାରଣତଃ ବିଶ୍ଵାସ କରାଯାଏ ଯେ ସମସ୍ତ ପ୍ରାକୃତିକ ଔଷଧ (ଆୟୁର୍ବେଦିକ ଔଷଧ ଏବଂ ଚାଇନିଜ୍ ଚେରମୂଳି ଓ ଅନ୍ୟାନ୍ୟ) ଏବଂ ପଥ୍ୟ ବା ଆହାର ଅନୁରୂପକ ଖାଦ୍ୟପଦାର୍ଥ ବୃକକ୍ ର କୌଣସି କ୍ଷତି କରେ ନାହିଁ ।
  • ବୃକକ୍ ହାନି ହୋଇଥିବା ରୋଗୀ ଏହି ବର୍ଗର କୌଣସି ଔଷଧ ବ୍ୟବହାର କଲେ ତାହା ବୃକକ୍ ହାନି କରିବା ସହ ଅତ୍ୟନ୍ତ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।
  • ଉଚ୍ଚ ପୋଟାସିୟମ ଯୁକ୍ତ କେତେକ ଔଷଧ ପ୍ରାଣଘାତକ ହୋଇପାରେ ବୃକକ୍ କ୍ଷତି ବା ବୃକକ୍ ପାଇଁ ମାରାତ୍ମକ ହୋଇପାରେ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 8/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate