অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ର କାର୍ଯ୍ୟହୀନତା କ'ଣ?

ବୃକକ୍ ର ମୁଖ୍ୟ କାର୍ଯ୍ୟଗୁଡିକ ମଧ୍ୟରୁ ରକ୍ତ ଶୁଦ୍ଧତା, ଶରୀରରୁ ଅନାବଶ୍ୟକ ବର୍ଜ୍ୟବସ୍ତୁ ଗୁଡିକୁ ନିଷ୍କାସିତ କରିବା, ମାତାଧିକ ତରଳ ପଦାର୍ଥ ଶରୀରରୁ ନିଷ୍କାସିତ କରି ଇଲେକ୍ଟ୍ରୋଲାଇଟ ଏବଂ ଏସିଡ୍ ବେଶରେ ସମତା ରକ୍ଷା କରିବା ହେଉଛି ଅନ୍ୟତମ । ଯଦି ଏହି କାର୍ଯ୍ୟଗୁଡିକ ବୃକକ୍ କରିବାରେ ଅକ୍ଷମ ହୁଏ, ତେବେ ଆମେ ସେତେବେଳେ କହୁ ବୃକକ୍ ରେନାଲ ଫେଲ୍ୟୁଅର ହେଲା ।

ବୃକକ୍ କାର୍ଯ୍ୟହୀନତାରୁ କିପରି ରୋଗ ନିର୍ଣ୍ଣୟ କରିବା ?

ରକ୍ତରେ କ୍ରିଏଟିନ୍ ର ମାତ୍ରା ଏବଂ ୟୁରିଆ ପ୍ରତିଫଳନ ବୃକକ୍ କାର୍ଯ୍ୟଦକ୍ଷତାର ସୂଚନା ଦିଏ । ଏହା ଜାଣିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଯେ ଯଦି ସ୍ୱଳ୍ପ ମାତ୍ରାରେ କ୍ରିଏଟିନ୍ ବଢିଥାଏ ତେବେ ତାହା ମଧ୍ୟ ବୃକକ୍ କାର୍ଯ୍ୟକରୁଥିବା ସୂଚନାର ଏକ ନିର୍ଦ୍ଧିଷ୍ଟ ପ୍ରତିଫଳନ ଦିଏ । ଯଦି ସେରମ କ୍ରିଏଟିନ୍ ର ମୂଲ୍ୟ ୧.୬ ମି.ଗ୍ରା.% ଏହା ୫୦% କିଡନୀ କାର୍ଯ୍ୟହୀନତାର ସୂଚନା ଦିଏ ।

ଗୋଟିଏ ବୃକକ୍ କାର୍ଯ୍ୟ ନାକରେ ତାହାକୁ ବୃକକ୍ ର କାର୍ଯ୍ୟ ଅକ୍ଷମତା କୁହାଯାଏ ନାହିଁ । ଯଦି ଗୋଟିଏ ବୃକକ୍ କାର୍ଯ୍ୟ ଅକ୍ଷମ ହୋଇଯାଏ କିମ୍ବା ବାହାର କରାଯାଏ ତେବେ ଏହା ବୃକକ୍ କାର୍ଯ୍ୟରେ କୌଣସି ପ୍ରଭାବ ପକାଏ ନାହିଁ କାରଣା ଅନ୍ୟ ସୁସ୍ଥ ବୃକକ୍ ଟି ସମସ୍ତ କାର୍ଯ୍ୟଭାରକୁ ସୂଚାରୁରୂପେ ତୁଲାଇଥାଏ ।

ବୃକକ୍ କାର୍ଯ୍ୟ ଅକ୍ଷମତାର ୨ଟି ମୁଖ୍ୟ ପ୍ରକାର

ଆକ୍ୟୁଟ ବୃକକ୍ କାର୍ଯ୍ୟହୀନତା ବା କାର୍ଯ୍ୟ ଅକ୍ଷମତା ଏବଂ କ୍ରନିକ୍ ବୃକକ୍ ରୋଗ ବା କ୍ରନିକ୍ ବୃକକ୍ କାର୍ଯ୍ୟହୀନତା ହେଉଛି ଦୁଇଟି ପ୍ରମୁଖ ବୃକକ୍ ଆର୍ଯ୍ୟ ଅକ୍ଷମତା ।

ଆକ୍ୟୁଟ ବୃକକ୍ କାର୍ଯ୍ୟହୀନତା :

ଆକ୍ୟୁଟ ବୃକକ୍ କାର୍ଯ୍ୟହୀନତା (ପୂର୍ବରୁ ଆକ୍ୟୁଟ ରେନାଲ ଫେଲ୍ୟୁଅର ଭାବେ ପରିଚିତ) ଇଜର ଏବଂ ବର୍ତ୍ତମାନ ଏହି ଆକ୍ୟୁଟ ବୃକକ୍ କ୍ଷତ ଇକୋ ଭାବରେ ଜଣା । ଯଦି ବୃକକ୍ କାର୍ଯ୍ୟ କମିଯାଏ, ଅଳ୍ପ ସମୟରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ତାହା ନିଶ୍ଚିତ ଭାବରେ ବିଭିନ୍ନ ଶାରୀରିକ ଅସୁବିଧା କାରଣରୁ ହୋଇଥାଏ । ବୃକକ୍ କାର୍ଯ୍ୟକାରିତା ବନ୍ଦ କରିଦେଲେ ଏହା ସାଧାରଣତଃ ସ୍ୱଳ୍ପ ସମୟ ନିମିନ୍ତ ହୋଇଥାଏ । ଉଚିତ ସମୟରେ ଉଚିତ୍ ଚିକିତ୍ସା ଦ୍ଵାରା ବହୁ ରୋଗୀ ପୁଣି ପୂର୍ବାବସ୍ଥାକୁ ଫେରିଆସନ୍ତି ।

କ୍ରନିକ୍ ବୃକକ୍ ରୋଗ :

କ୍ରମାଗତ ଭାବରେ ବହୁତଦିନ, ମାସ ବା ବର୍ଷ ବର୍ଷ ଧରି ବୃକକ୍ ର କାର୍ଯ୍ୟକ୍ଷମତା କମି କମି ଗଲେ ତାହାକୁ କ୍ରନିକ ବୃକକ୍ କାର୍ଯ୍ୟହୀନତା ରୋଗ ବା ଉଜର କୁହାଯାଏ । ଏହି ରୋଗରେ ବୃକକ୍ ର କାର୍ଯ୍ୟକ୍ଷମତା କ୍ରମାଗତ ଭାବରେ ଧୀରେ ଧୀରେ କମିବାକୁ ଲାଗେ । ବହୁବର୍ଷପରେ ବୃକକ୍ ଏପରି ଏକ ଅବସ୍ଥାକୁ ଆସେ ଯେଉଁଥିରେ କି ବୃକକ୍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକରିବା ବନ୍ଦ କରିଦିଏ । ଜୀବନର ଏହି ବିଘ୍ନାବସ୍ଥାକୁ ବୃକକ୍ ର ଶେଷବସ୍ଥା ବୋଲି କୁହାଯାଏ । ଏହାକୁ ମଧ୍ୟ ରିଝକୌ ବା ରେନାଲ ବୃକକ୍ ରୋଗର ଶେଷାବସ୍ଥା କୁହାଯାଇଥାଏ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate