অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ରୋଗ ବିଷୟରେ ଉପକଥା ଏବଂ କାରଣ

ଉପକଥା ୧ - କାରଣ

ଉପକଥା : ପ୍ରତ୍ୟକ ବୃକକ୍ ରୋଗ ଅସାଧ୍ୟ ବା ଅନାରୋଗ୍ୟ

କାରଣ : ପ୍ରତ୍ୟକ ବୃକକ୍ ରୋଗ ଅସାଧ୍ୟ ନୁହେଁ । ପ୍ରାରମ୍ଭରୁ ରୋଗ ନିରୂପଣ କରି ଚିକିତ୍ସା କଲେ ତାହା ହୁଏତ ଭଲ ହୋଇପାରେ । ଅଧିକାଂଶ କ୍ଷେତ୍ରରେ ରୋଗ ପ୍ରକ୍ରିୟା ଧିମେଇ ଯାଇଥାଏ ଏଥବା ଖରାପ ହେବାର ଗାଟିକୁ ପ୍ରତିରୋଧ କରାଯାଇପାରିଥାଏ ।

ଉପକଥା ୨ - କାରଣ

ଉପକଥା : ଗୋଟିଏ ବୃକକ୍ ଅଚଳ ହେଲେ ବୃକକ୍ ଅକ୍ଷମ ହୋଇଯାଏ ବା ଅକାମି ହୋଇଯାଏ ।

କାରଣ : ଯେତେବେଳେ ଉଭୟ ବୃକକ୍ ଅଚଳ ହୋଇଯାଏ ସେତେବେଳେ ବୃକକ୍ ର ଅକ୍ଷମତା ଏବଂ କାର୍ଯ୍ୟ ହୀନତା ସଂଗଠିତ ହୋଇଥାଏ । ଯଦି ଗୋଟିଏ ପାଖ ବୃକକ୍ କାର୍ଯ୍ୟ ନାକରେ ତେବେ ରୋଗୀର କୌଣସି ଅସୁବିଧା ହୋଇନଥାଏ । ଏହି କ୍ଷେତ୍ରରେ ରକ୍ତରେ ୟୁରିଆର ପରିମାଣ ଏବଂ ସେରମ କ୍ରିଏଟିନ୍ ର ମାତ୍ରା ଉକ୍ତ ପରୀକ୍ଷାରେ ସାଧାରଣ ସ୍ତରରେ ଥିବାଏ ଦେଖାଯାଏ । କିନ୍ତୁ ଯେତେବେଳେ ଉଭୟ ବୃକକ୍ ଖରାପ ହୋଇଯାଏ ଏବଂ ବର୍ଜ୍ୟ ଉତ୍ପାଦ ଶରୀରରେ ଜମାହୋଇ ରହେ ଏବଂ ରକ୍ତରେ ୟୁରିଆ ଏବଂ ସେରମ କ୍ରିଏଟିନ୍ ର ମାତ୍ରା ବଢିଯାଏ ସେତେବେଳେ ରକ୍ତ ପରୀକ୍ଷା ବୃକକ୍ ଖରାପ ହେବାର ସୂଚନା ଦିଏ ।

ଉପକଥା ୩ - କାରଣ

ଉପକଥା : ବୃକକ୍ ରୋଗରେ ଶରୀରର ବିଭିନ୍ନ ଅଂଶ ଫୁଲିଯିବାଟା ବୃକକ୍ କାର୍ଯ୍ୟ ନକରିବାର ସୂଚନା ଦିଏ ।

କାରଣ : କେତେକ ବୃକକ୍ ରୋଗରେ ଶରୀର ଫୁଲିଯାଇଥାଏ । କିନ୍ତୁ ବୃକକ୍ ର କାର୍ଯ୍ୟ ପ୍ରଣାଳୀ ସାଧାରଣ ଓ ସ୍ଵାଭାବିକ ଥାଏ । ଉଦାହରଣ – ନେଫ୍ରୋଟିକ ସିଣ୍ଡ୍ରୋମସ୍ ।

ଉପକଥା ୪ - କାରଣ

ଉପକଥା : ଏତିମା (ଫୁଲିଯିବା) ସମସ୍ତ ବୃକକ୍ ଅଚଳ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ ।

କାରଣ : ନା ଫୁଲିଯିବା ବା ଏତିମା ଅଧିକାଂଶ ବୃକକ୍ ଅଚଳ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ କିନ୍ତୁ ସମସ୍ତଙ୍କର ନୁହେଁ । କେତେକ ରୋଗୀ ବୃକକ୍ ଖରାପ ହେବାର ଶେଷ ପର୍ଯ୍ୟାୟରେ ଥିଲେ ମଧ୍ୟ ଏତମା ଦେଖାଯାଇନଥାଏ । ତେଣୁ ଏତିମାର ଅନୁପସ୍ଥିତି ବା ଫୁଲିଯିବା ବୃକକ୍ ଖରାପ ରୋଗୀଙ୍କୁ ଚିହ୍ନିତ କରିପାରେ ନାହିଁ ।

ଉପକଥା ୫ - କାରଣ

ଉପକଥା : ବୃକକ୍ ରୋଗରେ ଆକ୍ରାନ୍ତ ରୋଗୀ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ ।

କାରଣ : ବହୁ ପ୍ରକାର ବୃକକ୍ ରୋଗରେ କମ୍ ପରିଶ୍ରା ହେବା ସାଧାରଣତଃ ଫୁଲିଯିବାର ମୁଖ୍ୟ କାରଣ ହୋଇପାରେ । ତେଣୁ ପାଣି ପିଇବାରେ ନିୟନ୍ତ୍ରଣ ଶରୀରର ସମତା ରକ୍ଷା କରିବା ବିଶେଷକରି ବୃକକ୍ ରୋଗୀଙ୍କ କ୍ଷେତ୍ରରେ ଆବଶ୍ୟକ ହୋଇପଡେ । ଯାହାଯେଉ ଯେଉଁମାନଙ୍କର ପଥୁରି ରୋଗ ଅଛି ଏବଂ ଯେଉଁମାନେ ୟୁରିନାରୀ ଟ୍ରାକ୍ ଇନ୍ଫେକେସନରେ ଆକ୍ରାନ୍ତ ହୋଇ ମଧ୍ୟ ସେମାନଙ୍କ ମୌତ୍ରାଶୟିକ କାର୍ଯ୍ୟ ସାଧାରଣ ଥାଏ ସେମାନଙ୍କୁ ଅଧିକ ପରିମାଣରେ ପାଣି ପିଇବାକୁ ପରାମର୍ଶ ଦିଆଯାଏ ।

ଉପକଥା ୬ - କାରଣ

ଉପକଥା : ମୁଁ ଠିକ୍ ଅଛି ତେଣୁ ମୁଁ ଭାବୁନାହିଁ କି ମୋର କୌଣସି ବୃକକ୍ ରୋଗ ଅଛି ।

କାରଣ : କ୍ରନିକ୍ ବୃକକ୍ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ଉଚିତ୍ ଚିକିତ୍ସା କରି ପୁରା ସୁସ୍ଥ ଅନୁଭବ କରିଥାଆନ୍ତି । ତେଣୁ ସେମାନେ ଔଷଧ ଖାଇବାରେ ଅବହେଳା କରିଥାଆନ୍ତି ଖାଦ୍ୟରେ ନିୟନ୍ତ୍ରଣ ରଖି ନାହିଁ । କିନ୍ତୁ ଚିକିତ୍ସାରେ ଅବହେଳା କରିବା ଦ୍ଵାରା କ୍ରନିକ୍ ବୃକକ୍ ରୋଗ ପରବର୍ତ୍ତୀ କାଳରେ ଅତ୍ୟଧିକ ମାରାତ୍ମକ ହୋଇପାରେ । ଏହାଦ୍ଵାରା ଦ୍ରୁତ ଗତିରେ ବୃକକ୍ ଅଚଳ ହୋଇଥାଏ । ଫଳରେ ରୋଗୀ ଡାୟଲିସିସ୍ ଅଥବା ବୃକକ୍ ପ୍ରତିରୋପନକରିବା ପରିସ୍ଥିତିରେ ପହଞ୍ଚିଯାଏ ।

ଉପକଥା ୭ - କାରଣ

ଉପକଥା : ମୋର ସେରମ କ୍ରିଏଟିନ୍ ମାତ୍ରା ସାଧାରଣ ଠାରି ଟିକେ ଅଧିକ କିନ୍ତୁ ମୁଁ ପୁରାପୁରି ସୁସ୍ଥ ତେଣୁ ମୋର ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

କାରଣ : ସ୍ଵଳ୍ପାଧିକ ସେରମ କ୍ରିଏଟିନ୍ ର ମାତ୍ରା ବୃକକ୍ ର ଅନୁପଯୋଗୀତାକୁ ଦର୍ଶାଇଥାଏ ଯଦ୍ୱାରା ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ବିଭିନ୍ନ ପ୍ରକାରର ବୃକକ୍ ରୋଗ ବୃକକ୍ ର ପ୍ରଭୃତ କ୍ଷତି କରିଥାଏ । ତେଣୁ ବିନା ବିଳମ୍ବରେ ନେଫ୍ରୋଲୋଜିଷ୍ଟଙ୍କ ପରାମର୍ଶ ଜରୁରୀ । ବିଭିନ୍ନ ପ୍ରକାର କ୍ରନିକ୍ ବୃକକ୍ ରୋଗ କ୍ଷେତ୍ରରେ ସେରମ କ୍ରିଏଟିନ୍ ର ମାତ୍ରା ବଢିବା ଦ୍ଵାରା କ’ଣ ହୋଇଥାଏ ଆସ ବୁଝିବା ।

କ୍ରନିକ୍ ବୃକକ୍ ରୋଗ ପ୍ରାରମ୍ଭିକ ଅବସ୍ଥାରେ ଲକ୍ଷଣ ବିହିନ ହୋଇଥାଏ ଏବଂ କ୍ରିଏଟିନ୍ ର ମାତ୍ରା ବୃଦ୍ଧି ହେଉଛି ବୃକକ୍ ରୋଗର ଏକମାତ୍ର ଲକ୍ଷଣ । ସେରମ୍ କ୍ରିଏଟିନ୍ ର ମାତ୍ରା ୧.୬ ମି.ଗ୍ରା / ଡି. ଏଲ୍ ମାନେ ୫୦% ଭାଗ ବୃକକ୍ ଅଚଳ ହୋଇଯାଇଥାଏ । ତାହା ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଅବସ୍ଥାରେ କ୍ରନିକ୍ ବୃକକ୍ ରୋଗକୁ ନିରୂପଣ କରି ଉଚିତ୍ ଚିକିତ୍ସା ଆରମ୍ଭ କରିବା ଦ୍ଵାରା ଚିକିତ୍ସା ସଫଳ ହୁଏ । ଦୀର୍ଘଦିନ ପର୍ଯ୍ୟନ୍ତ ବୃକକ୍ କାର୍ଯ୍ୟକ୍ଷମ ରହିବା ପାଇଁ ନେଫ୍ରୋଲୋଜିଷ୍ଟଙ୍କ ତତ୍ତ୍ଵାବଧାନରେ ଚିକିତ୍ସିତ ହେବା ଉଚିତ୍ ।

ଯେତେବେଳେ ସେରମ କ୍ରିଏଟିନ୍ ର ମାତ୍ରା ୫.୦ ମି.ଗ୍ରା / ଡିଏଲ୍ ହୋଇଥାଏ ସେତେବେଳେ ୮୦% ଭାଗ ବୃକକ୍ ଅଚଳ ହୋଇଥାଏ । ତେଣୁ ବୃକକ୍ ର କାର୍ଯ୍ୟକୌୟ ଠିକ୍ ରଖିବାପାଇଁ ଉଚିତ୍ ଚିକିତ୍ସା ଆବଶ୍ୟକ । କିନ୍ତୁ ଏହା ମନେରଖିବାକୁ ହେବ କି କ୍ରନିକ୍ ବୃକକ୍ ରୋଗର ଏହା ସବୁଠାରୁ ବିଳମ୍ବିତ ଅବସ୍ଥା ଏବଂ ବୃକକ୍ ନଷ୍ଟ ହେବାପରି କ୍ଷତିରୁ ଉଚିତ୍ ସମୟରେ ସଠିକ୍ ଚିକିତ୍ସା କରିବା ହେଉଛି ବୃକକ୍ ସଂରକ୍ଷଣର ଅପୂର୍ବ ସୁଯୋଗ ।

ଯେତେବେଳେ ସେରମ କ୍ରିଏଟିନ୍ ମାତ୍ରା ୧୦.୦ ମି.ଗ୍ରା /ଡିଏଲ୍ ହୋଇଯାଏ ସେତେବେଳେ ବୃକକ୍ ୯୦% ଭାଗ ଅଚଳ ହୋଇଯାଏ । ଏହା ବୃକକ୍ ରୋଗର ଶେଷ ଅବସ୍ଥାର ସୂଚନା ପ୍ରଦାନ କରେ । ଏହି ଅବସ୍ଥାରେ ଔଷଧ ମାଧ୍ୟମରେ ଚିକିତ୍ସା ଆଉ ଫଳପ୍ରଦ ହୋଇପାରେ ନାହିଁ । ତେଣୁ ଡାୟଲିସିସ୍ କରିବା ଅପରିହାର୍ଯ୍ୟ ହୋଇପଡେ ।

ଉପକଥା ୮ - କାରଣ

ଉପକଥା : ରେନାଲ୍ ଫେଲ୍ୟୁଅର ରୋଗୀଙ୍କ କ୍ଷେତ୍ରରେ ଥରେ ରୋଗୀର ଡାୟଲିସିସ୍ କରାଯିବା ଆରମ୍ଭ ହେଲେ କାଳକ୍ରମେ ଏହା ସ୍ଥାୟୀ ଭାବରେ ଆବଶ୍ୟକ କରିଥାଏ ।

କାରଣ : ନାହିଁ । ବୃକକ୍ ର ଅଚଳାବସ୍ଥା ସ୍ତର ଉପରେ ଜଣେ ବ୍ୟକ୍ତିର ଡାୟଲିସିସ୍ କରାଯିବାର କାର୍ଯ୍ୟ ଦିବସ ନିର୍ଭର କରେ । ଆକ୍ୟୁଟ ବୃକକ୍ ଅଚଳ ହେଉଛି ଅସ୍ଥାୟୀ ଏବଂ ରିଭସିବଲ୍ ଟାଇପର ବୃକକ୍ ଅଚଳାବସ୍ଥାକୁ ବୁଝାଏ । ଆକ୍ୟୁଟ ବୃକକ୍ ଅଚଳାବସ୍ଥାରେ କେତେକ ରୋଗୀ ଖୁବ୍ କମ୍ ଥର ଡାୟଲିସିସ୍ ଆବଶ୍ୟକ କରିଥାଆନ୍ତି । ଏବଂ କମ୍ ଥରରେ ସୁସ୍ଥ ହୋଇଯାଆନ୍ତି । କିନ୍ତୁ ଠିକ୍ ସମୟରେ ଡାୟଲିସିସ୍ ନକରି ବିଳମ୍ବ କଲେ ଏହା ସ୍ଥାୟୀ ଆବଶ୍ୟକ ହେବା ସହ ଜୀବନ ପ୍ରତି ବିପଦ ବଢିଯାଏ ।

କ୍ରନିକ୍ ବୃକକ୍ ରୋଗ ହେଉଛି ପ୍ରୋଗ୍ରେସିଭ ଏବଂ ଇରେଭରସିବଲ୍ ପ୍ରକାରର ବୃକକ୍ ରୋଗ । ଶେଷ ପର୍ଯ୍ୟାୟରେ ଥିବା କ୍ରନିକ୍ ବୃକକ୍ ରୋଗ (ଶେଷ ସ୍ତରର ବୃକକ୍ ରୋଗ) କ୍ରମାଗତ ଭାବରେ ଶେଷ ଜୀବନ ପର୍ଯ୍ୟନ୍ତ ଡାୟଲିସିସ୍ ଆବଶ୍ୟକ କରେ ।

ଉପକଥା ୯ - କାରଣ

ଉପକଥା : ବୃକକ୍ କାର୍ଯ୍ୟହୀନତାକୁ ଡାୟଲିସିସ୍ ପୁରା ଭଲ କରିଦିଏ ।

କାରଣ : ନା, ଡାୟଲିସିସ୍ ବୃକକ୍ ର କାର୍ଯ୍ୟହୀନତାକୁ ପୁରା ସୁସ୍ଥ କରି ପାରିନଥାଏ । ବୃକକ୍ କାର୍ଯ୍ୟହୀନ ହେଲେ ଡାୟଲିସିସ୍ ଚିକିତ୍ସା ଏକ ପ୍ରଭାବଶାଳୀ ଜୀବନରକ୍ଷାକାରୀ ଚିକିତ୍ସା ପଦ୍ଧତି ଯାହାକି ଅମ୍ଳ ଆଧାରିତ ଅସୁବିଧାକୁ ଦୂର କରିବା ସହିତ ଶରୀରରୁ ଅଦରକାରୀ ଉତ୍ପାଦ ମାତ୍ରାଧିକ ଜଳକୁ ନିଷ୍କାସିତ କରେ ଏବଂ ଇଲେକ୍ଟ୍ରୋଲାଇଟ ଅସଙ୍ଗତିକୁ ଠିକ୍ କରିଥାଏ । ବୃକକ୍ ଯେଉଁ କାର୍ଯ୍ୟ ଦୀର୍ଘଦିନ ଧରି କରିବାରେ ଅକ୍ଷମ ହୁଏ ଡାୟଲିସିସ୍ ସେହି କାର୍ଯ୍ୟ ଗୁଡିକୁ କରିଥାଏ ।

ବୃକକ୍ ମାତ୍ରାଧିକ କାର୍ଯ୍ୟହୀନ ହୋଇଗଲେ ରୋଗୀ ଡାୟଲିସିସ୍ ଚିକିତ୍ସା ଦ୍ଵାରା ସୁସ୍ଥ ହେବା ସହିତ ଲକ୍ଷଣ ମୁକ୍ତ ହୋଇଥାଏ ।

ଉପକଥା ୧୦ - କାରଣ

ଉପକଥା : ବୃକକ୍ ପ୍ରତ୍ୟାରୋପଣ କ୍ଷେତ୍ରରେ ସ୍ତ୍ରୀ କିମ୍ବା ପୁରୁଷ ବିରୋଧ, ଲିଙ୍ଗକୁ ବୃକକ୍ ଦାନ କରିପାରିବେ ନାହିଁ ।

କାରଣ : ଯେହେତୁ ବୃକକ୍ ର ଗଠନ ଏବଂ କାର୍ଯ୍ୟ ପୁରୁଷ ଓ ସ୍ତ୍ରୀଙ୍କର ସମାନ ତେଣୁ ସ୍ତ୍ରୀ କିମ୍ବା ପୁରୁଷ ବିରୋଧି ଲିଙ୍ଗକୁ ବୃକକ୍ ଦାନ କରିପାରିବେ ।

ଉପକଥା ୧୧ - କାରଣ

ଉପକଥା : ବୃକକ୍ ଦାନ କରିବା ଦ୍ଵାରା ଶରୀର ଏବଂ ଯୌନ କ୍ରିୟାରେ କୌଣସି ବ୍ୟାଘାତ ସୃଷ୍ଟି କରିଥାଏ କି?

କାରଣ : ବୃକକ୍ ଦାନ କରିବା ଦ୍ଵାରା ଶରୀର ଏବଂ ଯୌନ କ୍ରିୟାରେ କୌଣସି ବ୍ୟାଘାତ ସୃଷ୍ଟି କରିନଥାଏ । ବୃକକ୍ ଦାନ କରୁଥିବା ବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ବିତାଇ ଥାଆନ୍ତି ଏପରିକି ବୈବାହିକ ଜୀବନ କିମ୍ବା ସମାନ ଜନ୍ମ କ୍ଷେତ୍ରରେ କୌଣସି ବାଧା ସୃଷ୍ଟି ହୁଏ ନାହିଁ ।

ଉପକଥା ୧୨ - କାରଣ

ଉପକଥା : ବୃକକ୍ ପ୍ରତ୍ୟାରୋପଣ ପାଇଁ ବୃକକ୍ କିଣିବା ସମ୍ଭବ ।

କାରଣ : ବୃକକ୍ କିଣାବିକା ହେଉଛି ଏକ ଅପରାଧ । ଏହା ମନେରଖିବା ଉଚିତ୍ ଯେ ଯଦି ଜଣେ ସମ୍ପର୍କୀୟ ହୋଇନଥାଏ ତେବେ ସେ ବ୍ୟକ୍ତିର ବୃକକ୍ ଦିଆଯାଉଥିବା ବ୍ୟକ୍ତିର ବୃକକ୍ ଗ୍ରହଣ କରିନପାରେ ।

ଉପକଥା ୧୩ - କାରଣ

ଉପକଥା : ବର୍ତ୍ତମାନ ମୁଁ ସୁସ୍ଥ ମୋର ରକ୍ତଚାପ ସାଧାରଣ କରୁଛି, ତେଣୁ ମୁଁ ରକ୍ତଚାପ ନିୟନ୍ତ୍ରିତ କରିବାର ଔଷଧ ଖାଇବାର ଆବଶ୍ୟକତା ନାହିଁ । ମୁଁ ସୁସ୍ଥ ଅନୁଭବ କରୁଥିବାରୁ ରକ୍ତଚାପ ନିୟନ୍ତ୍ରଣ କରିବାପାଇଁ ଯେଉଁ ଔଷଧ ତାକୁ ଖାଉନାହିଁ । ସୁସ୍ଥ ଅନୁଭବ ଯୋଗୁଁ ମୁଁ କାହିଁକି ରକ୍ତଚାପ ଔଷଧ ଖାଇବି ?

କାରଣ : ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ରକ୍ତଚାପ ସାଧାରଣ ହୋଇଯିବା ପରେ ଔଷଧ ଖାଇବା ବନ୍ଦ କରିଦିଅନ୍ତି । ସେମାନେ ଔଷଧ ନଖାଇ ମଧ୍ୟ ସୁସ୍ଥ ଅନୁଭବ କରି ସେମାନଙ୍କଠାରେ ଅସୁସ୍ଥତାର କୌଣସି ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ । କିନ୍ତୁ ଉଚ୍ଚରକ୍ତଚାପ ଅସମ୍ଭାଳ ଅବସ୍ଥାକୁ ଆସିଲେ ଏହା ନୀରବ ଘଟକ ସାଜେ ଏବଂ ଏହା ଦୀର୍ଘଦିନ ପର୍ଯ୍ୟନ୍ତ ରହିଲେ ଏହା ହାର୍ଟ ଆଟାକ୍ କିଡନୀ ଫେଲ୍ୟୁଅର ଏବଂ ଷ୍ଟ୍ରୋକ ପରି ସମସ୍ୟା ସୃଷ୍ଟିକରେ । ତେଣୁ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ସୁରକ୍ଷା କରିବା ପାଇଁ ହେଲେ ନିୟମିତ ଔଷଧ ସେବନ କରିବା ସହିତ ରୋଗୀ କୌଣସି ସମସ୍ୟା ଅନୁଭବ ନକଲେ ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣ କରିବା ନିତ୍ୟାନ୍ତ ଆବଶ୍ୟକ ।

ଉପକଥା ୧୪ - କାରଣ

ଉପକଥା : କେବଳ ପୁରୁଷମାନଙ୍କ ବୃକକ୍ ଦୁଇଗୋଡ ମଝିରେ ଏକ ମୁଣାରେ ଥାଏ ।

କାରଣ : ପୁରୁଷ ତଥା ମହିଳା ଉଭୟଙ୍କ ବୃକକ୍ ସମାନ ମାପ, ଆକାର ଏବଂ ସମାନ କାର୍ଯ୍ୟ କରେ ଏବଂ ଏହା ଉଭୟଙ୍କର ଆବତୋମିନର ଉପର ଏବଂ ମନୁଷ୍ୟର ପଛପାଖରେ ଥାଏ । ପୁରୁଷମାନଙ୍କ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଜନନକ୍ଷମ ଅଂଶ ବା ଅଣ୍ଡକୋଷ ଗୁଡିକ ଏକ ମୁଣା ମଧ୍ୟରେ ଦୁଇଗୋଡ ମଝିରେ ଥାଏ ।

ଆଧାର : କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 5/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate