অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ରୋଗର ପୁର୍ବ ସୁରକ୍ଷା

ବୃକକ୍ ରୋଗର ପୁର୍ବ ସୁରକ୍ଷା

  1. ବୃକକ୍ ରୋଗର ପ୍ରତିଷେଧକ ବ୍ୟବସ୍ଥା
  2. ସୁସ୍ଥ ଲୋକ ପାଇଁ ପ୍ରତିଷେଧକ ବ୍ୟବସ୍ଥା
    1. ସୁସ୍ଥ ଏବଂ ଚଳଚଞ୍ଚଳ ରହିବା
    2. ସନ୍ତୁଳିତ ଆହାର
    3. ଶରୀରର ଓଜନ ଯାଞ୍ଚ କରନ୍ତୁ
    4. ଧୂମପାନ ଏବଂ ତମାଖୁ ବର୍ଜନ କରନ୍ତୁ
    5. ବ୍ୟଥା ନିବାରଣ ଔଷଧ ପ୍ରତି ସତର୍କ ରୁହନ୍ତୁ
    6. ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ୍
    7. ବାର୍ଷିକ ବୃକକ୍ ପରୀକ୍ଷା
  3. ବୃକକ୍ ରୋଗୀଙ୍କ ନିମନ୍ତେ ପୂର୍ବ ସତର୍କତା
    1. ବୃକକ୍ ରୋଗ ବିଷୟରେ ସଚେତନତା ଏବଂ ଶିଘ୍ର ନିରୂପଣ
    2. ମଧୁମେହ ରୋଗୀଙ୍କ ପାଇଁ ପୂର୍ବ ସତର୍କତା
    3. ହାଇପରଟେନ୍ ସିଭ ରୋଗୀଙ୍କ ପାଇଁ ପୂର୍ବ ସତର୍କତା
    4. ବୃକକ୍ ରୋଗୀଙ୍କ କ୍ଷେତ୍ରରେ ପୂର୍ବ ସତର୍କତା
    5. ପଲିସିଷ୍ଟିକ ବୃକକ୍ ରୋଗ ଶିଘ୍ର ଚିକିତ୍ସା ବା ସଅଳ ନିଦାନ ପ୍ରକ୍ରିୟା
    6. ପିଲାମାନଙ୍କ କ୍ଷେତ୍ରରେ ୟୁରିନାରୀଟ୍ରାକ୍ ଇନ୍ଫେକେସନ ହେଲେ ଶିଘ୍ର ରୋଗ ନିର୍ଣ୍ଣୟ କରି ଚିକିତ୍ସା କରାଇବା ।
    7. ବୟସ୍କମାନଙ୍କର ରିଜରେ ୟୁରିନାରୀଟ୍ରାକ୍ ଇନ୍ଫେକେସନ
    8. ଷ୍ଟୋନ ବା ପଥର ରୋଗ ଏବଂ ବିପିଏଚର ଉପଯୁକ୍ତ ନିୟନ୍ତ୍ରଣ
    9. ଯୁବା ବୟସ୍କଙ୍କ ଚାପଗ୍ରସ୍ତତାକୁ ଅଣଦେଖା କରିବା ଅନୁଚିତ୍
    10. ଆକ୍ୟୁଟ ବୃକକ୍ ଅଚଳ ରୋଗୀଙ୍କ ପାଇଁ ଅତିଶୀଘ୍ର ଚିକିତ୍ସା
    11. ଔଷଧ ପ୍ରତିସତର୍କତା
    12. ସଲିସିଟାରୀ ଏକକ ବୃକକ୍ ରପୂର୍ବ ସତର୍କତା

ବୃକକ୍ ରୋଗର ପ୍ରତିଷେଧକ ବ୍ୟବସ୍ଥା

ବୃକକ୍ ରୋଗ ହେଉଛି ନୀରବ ଘାତକ ଯଦି ଆମେ ବୃକକ୍ ରୋଗ ପ୍ରତି ସତର୍କ ନରହୁ ତେବେ ତାହା ବୃକକ୍ ର ଆତ୍ୟନ୍ତ କ୍ଷତି କରିଥାଏ, ବୃକକ୍ ଟା’ର କାର୍ଯ୍ୟ କରିବାର କ୍ଷମତା ହରାଏ ଏବଂ ବୃକକ୍ ଅଚଳ ଅବସ୍ଥାରେ ଆସି ପହଞ୍ଚେ ସେତେବେଳେ ସୁସ୍ଥ ଏବଂ ନିରାମୟ ଜୀବନ ବିତାଇବା ପାଇଁ ହେଲେ ଡାୟଲିସିସ୍ ଚିକିତ୍ସା କିମ୍ବା ବୃକକ୍ ପ୍ରତିରୋପଣ କରିବା ଅପରିହାର୍ଯ୍ୟ ହୋଇପଡେ । ବହୁତ ଖର୍ଚ୍ଚ ଏବଂ କମ୍ ଉପଲବ୍ଧତା ଯୋଗୁଁ ବିକାଶଶୀଳ ରାଷ୍ଟ୍ରରେ, ମାତ୍ର ୫ରୁ ୧୦% ପ୍ରତିଶତ ରୋଗୀ ଡାୟଲିସିସ୍ ଚିକିତ୍ସା ଏବଂ ବୃକକ୍ ପ୍ରତିରୋପଣ ସୁବିଧା ପାଇଁ ଥାଆନ୍ତି । ଏବଂ ବଳକା ରୋଗୀମାନେ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥାଆନ୍ତି କ୍ରନିକ୍ ବୃକକ୍ ରୋଗ ଏକ ସାର୍ବଜନୀନ ରୋଗ, ଯାହା ପୁରା ସୁସ୍ଥ ବା ଭଲ ହୋଇପାରେ ନାହିଁ । ତେଣୁ କରି ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଏକମାତ୍ର ଉପାୟ । ଆରମ୍ଭ ଅବସ୍ଥାରେ ରୋଗ ଚିହ୍ନଟ ହେବା ଏବଂ ଚିକିତ୍ସା କରିବା ଦ୍ଵାରା ଖରାପ ପରିସ୍ଥିତିକୁ ଏଡାଇ ଦିଆଯାଇପାରେ ଏବଂ ଡାୟଲିସିସ୍ କିମ୍ବା ବୃକକ୍ ପ୍ରତିରୋପଣ କରିବା ପ୍ରତିକ୍ରିୟାକୁ ବିଳମ୍ବିତ କରାଯାଇପାରେ । ଅଥବା ଏହାର ଆବଶ୍ୟକତା ମଧ୍ୟ ପଡିନପାରେ ।

ବୃକକ୍ ରୋଗର ପ୍ରତିଷେଧ କିପରି ଜାଣିବା ?

ବୃକକ୍ କୁ କେବେ ଅଣଦେଖା କରିବା ଅନୁଚିତ୍ । ପ୍ରତିଷେଧ କରିବାର ଦୁଇଟି ମୁଖ୍ୟ ଦିଗ ଏବଂ ବୃକକ୍ ରୋଗର ଯତ୍ନ ନେବାର ଦିଗକୁ ଦୁଇ ପ୍ରକାରରେ ବର୍ଣ୍ଣନା କରାଯାଇଛି ।

  1. ସୁସ୍ଥ ଲୋକ ପାଇଁ ପ୍ରତିଷେଧକ ବ୍ୟବସ୍ଥା ।
  2. ବୃକକ୍ ରୋଗୀର ପ୍ରତିଷେଧକ ବ୍ୟବସ୍ଥା ।

ସୁସ୍ଥ ଲୋକ ପାଇଁ ପ୍ରତିଷେଧକ ବ୍ୟବସ୍ଥା

ବୃକକ୍ କୁ ସୁସ୍ଥ ରଖିବାର ସାତଟି ପ୍ରଭାବଶାଳୀ ଦିଗ ଗୁଡିକ ହେଉଛି : -

ସୁସ୍ଥ ଏବଂ ଚଳଚଞ୍ଚଳ ରହିବା

କ୍ରମାଗତ ବ୍ୟାୟାମ ଏବଂ ଦୈନନ୍ଦିନ ଶାରୀରିକ କାର୍ଯ୍ୟ ସାଧାରଣତଃ ରକ୍ତଚାପ ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ । ଏହି ଶାରୀରିକ କାର୍ଯ୍ୟ ମଧୁମେହ ରୋଗ ଉଚ୍ଚ ରକ୍ତଚାପ ଏବଂ କ୍ରନିକ ବୃକକ ରୋଗର ଭୟକୁ କମାଇ ଦେଇପାରେ ।

ସନ୍ତୁଳିତ ଆହାର

ସୁଷମ ଓ ସନ୍ତୁଳିତ ଆହାର ବା ଖାଦ୍ୟ ଖାଇବା ଉଚିତ୍ ।ସତେଜ ଫଳ, ସବୁଜ ପନିପରିବା ଖାଇବା ଉଚିତ୍ । ବିଶୋଧିତ ଖାଦ୍ୟ, ଚିନି, ଚର୍ବି ଜାତୀୟ ଖାଦ୍ୟ ଏବଂ ମାଂସ କମ୍ ଖାଇବା ଉଚିତ୍ । ୪୦ ବର୍ଷ ପରେ ବୟସ ହେବପରେ ଖାଦ୍ୟରେ ଲୁଣର ମାତ୍ରା କମାଇଦେଲେ ତାହା ଉଚ୍ଚ ରକ୍ତଚାପ ଓ ବୃକକ୍ ପଥର ରୋଗର ପ୍ରତିଷେଧକ ରୂପେ କାମ କରିଥାଏ ।

ଶରୀରର ଓଜନ ଯାଞ୍ଚ କରନ୍ତୁ

ସୁସ୍ଥ ଖାଦ୍ୟ ଏବଂ ଉଚିତ୍ ବ୍ୟାୟାମ ସହିତ ଶରୀର ଓଜନକୁ ନିୟନ୍ତ୍ରଣ କରି ଆବଶ୍ୟକ ଅନୁପାତରେ ରଖିବା ଦରକାର । ଏହା ମଧ୍ୟ ମଧୁମେହ ହୃଦରୋଗ ଏବଂ ଅନ୍ୟାନ୍ୟ କ୍ରନିକ୍ ବୃକକ୍ ରୋଗର ପ୍ରତିଷେଧକ ଭାବରେ କାର୍ଯ୍ୟକରେ ଏବଂ ରୋଗକୁ ନିୟନ୍ତ୍ରିତ କରିବାରେ ସହାୟକ ହୁଏ ।

ଧୂମପାନ ଏବଂ ତମାଖୁ ବର୍ଜନ କରନ୍ତୁ

ଧୂମପାନ, ଆଥ୍ରେଓକ୍ଲେରୋସିସ୍ ସହିତ ସମ୍ପୃକ୍ତ ଯାହାକି ବୃକକ୍ କୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରେ । ତେଣୁ ଅଭ୍ୟାସରେ ପରିବର୍ତ୍ତନ କଲେ ବୃକକ୍ ର କାର୍ଯ୍ୟ ଭଲରେ ଚାଲେ ।

ବ୍ୟଥା ନିବାରଣ ଔଷଧ ପ୍ରତି ସତର୍କ ରୁହନ୍ତୁ

କ୍ରମାଗତଭାବେ କୌଣସି ବ୍ୟଥା ନିବାରକ ଔଷଧ ଯଥା ଆଟ୍ରିଇନ୍ ଫ୍ଲାମେଟାରୀ ବଟିକା, ଆଇବ୍ରୁଫେନ ପରି ଔଷଧ ବୃକକ୍ ର କ୍ଷତି ସାଧନ କରେ । ଷ୍ଟିରଏଡ ଥିବା ଔଷଧ ବ୍ୟତୀତ ଅନ୍ୟାନ୍ୟ ବ୍ୟଥା ନିବାରକ ଔଷଧ ବ୍ୟବହାର କରିବା ଦ୍ଵାରା ବୃକକ୍ ଅକାମୀ ହୋଇଯାଏ । ତେଣୁ କ୍ରମାଗତଭାବେ ବ୍ୟଥା ନିବାରଣ ଔଷଧ ସେବନ କରିବା ହାନିକାରକ । ତେଣୁ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଉଚିତ୍ ।

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ୍

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବାଦ୍ଵାରା (ଦିନକୁ ୩ ଲିଟର) ପରିଶ୍ରାରେ ସମ୍ମିଶ୍ରଣ ହୋଇ ଶରୀରର ସମସ୍ତ ବିଜାତୀୟ ଅଦରକାରୀ ଉତ୍ପାଦ ବାହାରିଥାଏ । ଯାହାକି ବୃକକ୍ ରେ ପଥର ହେବାରୁ ରକ୍ଷାକରେ ।

ବାର୍ଷିକ ବୃକକ୍ ପରୀକ୍ଷା

ଯେପର୍ଯ୍ୟନ୍ତ ବୃକକ୍ ରୋଗ ବହୁତ ଅଗ୍ରଗତି କରି ଶେଷ ପର୍ଯ୍ୟାୟରେ ନ ପହଞ୍ଚେ ପ୍ରାୟତଃ ସେ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏ ନାହିଁ; ତେଣୁ ଏହା ଏକ ନୀରବ ରୋଗ କିନ୍ତୁ ଏହା ଅତ୍ୟନ୍ତ ଶକ୍ତିଶାଳୀ ଓ ପ୍ରଭାବଶାଳୀ କିନ୍ତୁ ବୃକକ୍ ରୋଗକୁ ଆରମ୍ଭରୁ ଜାଣିବାର ନିରାକରଣ କରିବା ହେଉଛି ନିୟମିତ ବୃକକ୍ ପରୀକ୍ଷା । ଯେଉଁମାନଙ୍କର ମଧୁମେହ, ଉଚ୍ଚରକ୍ତଚାପ, ମୋଟାପଣ, କିମ୍ବା ପରିବାରର ବୃକକ୍ ରୋଗର ଇତିହାସ ଥାଏ ସେମାନଙ୍କ ନିୟମିତ ବାର୍ଷିକ ବୃକକ୍ ପରୀକ୍ଷା ଜରୁରୀ ହୋଇଥାଏ । ଯଦି ତୁମେ ତୁମ ବୃକକ୍ କୁ ବହୁତ ଭଲପଥ (ନିଜକୁ ନିଜେ ବହୁତ ଗୁରୁତ୍ଵ ଦିଅ) ତେବେ ୪୦ ବର୍ଷ ପରେ ନିୟମିତ ବୃକକ୍ ର ପରକ୍ଷା କରିବାକୁ ଭୁଲିଯାଅ ନାହିଁ । ବାର୍ଷିକ ରକ୍ତଚାପ ମାପିବା, ପରିଶ୍ରା ପରୀକ୍ଷା କରିବା, ରକ୍ତରେ କ୍ରିଏଟିନ୍ ର ପରୀକ୍ଷା କରିବା ଇତ୍ୟାଦି ହେଉଛି ପ୍ରାଥମିକ ବୃକକ୍ ରୋଗ ନିରୂପଣ କରିବାର ସାଧାରଣ ଉପାୟ ।

ବୃକକ୍ ରୋଗୀଙ୍କ ନିମନ୍ତେ ପୂର୍ବ ସତର୍କତା

ବୃକକ୍ ରୋଗ ବିଷୟରେ ସଚେତନତା ଏବଂ ଶିଘ୍ର ନିରୂପଣ

ସଚେତନ ରହି ବୃକକ୍ ରୋଗର ଲକ୍ଷଣକୁ ଲକ୍ଷ୍ୟ ରଖିବା ଉଚିତ୍ । ସାଧାରଣ ଲକ୍ଷଣ ଗୁଡିକ ହେଲା, ମୁହଁ ଫୁଲିଯିବା, ପାଦ ଫୁଲିଯିବା, ଭୋକ ନଲାଗିବା, ଅରୁଚି ହେବା, ବାନ୍ତି ହେବା, ପାଲୋର ହେବା, ଦୁର୍ବଳ ଲାଗିବା, ବାରମ୍ବାର ପରିଶ୍ରା ଲାଗିବା, ପରିଶ୍ରାରେ ରକ୍ତ ପଡିବା, ପରିଶ୍ରାରେ ପ୍ରୋଟିନ ଯିବା ଇତ୍ୟାଦି ଲକ୍ଷଣମନ ଦେଖାଦେଲେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ କରି ବୃକକ୍ ର ପରୀକ୍ଷା କରାଇବା ଉଚିତ୍ ।

ମଧୁମେହ ରୋଗୀଙ୍କ ପାଇଁ ପୂର୍ବ ସତର୍କତା

ପ୍ରତ୍ୟକ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବୃକକ୍ ରୋଗର ପ୍ରତିଷେଧକ ରୂପେ ପୂର୍ବ ସତର୍କତା ବହୁତ ଦରକାର କାରଣ ମଧୁମେହ କ୍ରନିକ୍ ବୃକକ୍ ରୋଗର ମୁଖ୍ୟ କାରଣ ଏବଂ ପ୍ରାୟତଃ ୪୫% ନୂଆ ରୋଗୀଙ୍କର ଶେଷ ଅବସ୍ଥା ପାଇଁ ଦାୟୀ ହେଉଛି ମଧୁମେହ ଜନିତ ବୃକକ୍ ରୋଗ । ଆରମ୍ଭରୁ ମଧୁମେହ ଜନିତ ବୃକକ୍ ରୋଗକୁ ନିରୂପଣ କରିବାପାଇଁ ଏକ ସାଧାରଣ ଏବଂ ପ୍ରଭାବଶାଳୀ ମାଧ୍ୟମ ହେଉଛି ତିନି ମାସକୁ ଥରେ ନିୟମିତ ରକ୍ତଚାପ ମାପିବା ଏବଂ ପରିଶ୍ରା ପରୀକ୍ଷା କରି ପରିଶ୍ରାରର ପ୍ରୋଟିନର ଉପସ୍ଥିତିକୁ ବନ୍ଦ କରିବା । ଏହି ପରୀକ୍ଷା ଡିପ୍ ଷ୍ଟିକ (ମାକ୍ରୋ - ଆଲୁବୁମିନୁରିଆ) ଦ୍ଵାରା କରାଯାଇପାରେ । ଏହା ସବୁଠାରୁ ଉତ୍ତମ ଏବଂ ନିର୍ଦୋଷ ଏବଂ ନିଖୁଣ ପରୀକ୍ଷା । ଡାଇବେଟିକ ନେଫ୍ରୋପାଥିକୁ ଶିଘ୍ର ନିରୂପଣ କରିବା ପାଇଁ ମାଇକ୍ରୋଆଲାବୁମିନୁରିଆର ଉପସ୍ଥିତି ପରିଶ୍ରାରେ କେତେ ପରିମାଣରେ ଅଛି ତାହା ଜାଣିବା ଜରୁରୀ । ଏବଂ ଏହା ପ୍ରତ୍ୟକ ବର୍ଷ କରିବା ଉଚିତ୍ । ଏହାସହିତ ରକ୍ତରେ କ୍ରିଏଟିନ୍ ର ମାତ୍ରା ଏବଂ (ଇଜିଏଫଆର) ଇତ୍ୟାଦି ପରୀକ୍ଷା ବର୍ଷକୁ ଥରେ ନିତ୍ୟାନ୍ତ ଭାବେ କରିବା ଉଚିତ୍ । ବୃକକ୍ କାର୍ଯ୍ୟ ଜାଣିବାପାଇଁ ଏହି ପରୀକ୍ଷା କରିବା ଉଚିତ୍ ।

ଉଚ୍ଚରକ୍ତଚାପ, ପରିଶ୍ରାରେ ପ୍ରୋଟିନର ଉପସ୍ଥିତି, ଫୁଲିଯିବା, କ୍ରମାଗତଭାବେ ରକ୍ତ ଶର୍କରା କମିବା, ଇନ୍ ସୁଲିନର ଆବଶ୍ୟକତା ଏବଂ ଡାଇବେଟିକ, ଆଖିରୋଗ (ଡାଇବେଟିକ ରେଟିନୋପାଥି) ଇତ୍ୟାଦିରେ ବୃକକ୍ ସମ୍ପୃକ୍ତ ଥିବାର ସୂଚନା ଦିଏ । ଡାଇବେଟିକ ବୃକକ୍ ରୋଗକୁ ପ୍ରତିରୋଧ କରିବା ପାଇଁ ପୂର୍ବ ସତର୍କତା ସ୍ୱରୂପ ମଧୁମେହ ରୋଗୀ ସେମାନଙ୍କ ରକ୍ତ ଶର୍କରାକୁ କମାଇବାକୁ ପଡିବ, ରକ୍ତଚାପକୁ ୧୩୦/୮୦ ମିମି / ଏଚଜି ରୁ ନିମ୍ନରେ ରଖିବାକୁ ପଡିବ (ଏସିଇ ଇନ୍ ହିବେଟର କିମ୍ବା ଏଆରବି କୁ ହାଇପର ସେନ୍ସିଟିଭ ଔଷଧ ରୂପେ ଗ୍ରହଣ କରାଯାଇପାରେ) ।

ହାଇପରଟେନ୍ ସିଭ ରୋଗୀଙ୍କ ପାଇଁ ପୂର୍ବ ସତର୍କତା

କ୍ରନିକ୍ ବୃକକ୍ ରୋଗରେ ହାଇପରଟେନସନ୍ ହେଉଛି ଦ୍ଵିତୀୟ ଏବଂ ଅତ୍ୟନ୍ତ ସାଧାରଣ କାରଣ ଯାହାକି ପ୍ରତିଷେଧକ ବ୍ୟବସ୍ଥା ଦ୍ଵାରା ନିୟନ୍ତ୍ରିତ ହୋଇପାରେ । ବହୁ ହାଇପରଟେନସିଭ୍ ଲୋକ ଚିକିତ୍ସା କରିବାରେ ଅବହେଳା କରନ୍ତି ଏବଂ ଉଚ୍ଚ ରକ୍ତଚାପର ଶିକାର ହୁଅନ୍ତି । ଅଧିକାଂଶ ଉଚ୍ଚରକ୍ତଚାପ ରୋଗୀଙ୍କ କୌଣସି ଲକ୍ଷଣ ଦେଖାଯାଇନଥାଏ । କେତେକ ରୋଗୀ ଚିକିତ୍ସାରେ ଅବହେଳା କରି ନିୟମିତ ଔଷଧ ସେବନ କରିବା ପରିବର୍ତ୍ତେ ଔଷଧ ସେବନ ବନ୍ଦ କରିଦେଲେ ସେମାନେ ଅଧିକ ସୁସ୍ଥ ଅନୁଭବ କରିଥାଆନ୍ତି କିନ୍ତୁ ଏହା ଅଧିକ ମାରାତ୍ମକ ହୋଇପାରେ । ଅଣାୟତ୍ତ ଦୀର୍ଘଦିନ ଧରି ରହିଲେ ଏହା ଅତ୍ୟନ୍ତ ଖରାପ ଅବସ୍ଥା ସୃଷ୍ଟି କରିପାରେ । ଏପରିକି କ୍ରନିକ୍ ବୃକକ୍ ରୋଗ, ହୃଦଘାତ, ଷ୍ଟ୍ରୋକ୍ ପରି ମାରାତ୍ମକ ରୋଗ ସୃଷ୍ଟି ହୋଇପାରେ ।

ବୃକକ୍ ରୋଗୀଙ୍କ କ୍ଷେତ୍ରରେ ପୂର୍ବ ସତର୍କତା

କ୍ରନିକ୍ ବୃକକ୍ ରୋଗ ପୁରାପୁରି ଭଲ ହୋଇନଥାଏ । କିନ୍ତୁ ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ ହେବାଦ୍ଵାରା ବୃକକ୍ ରୋଗ ବଢିବାର ସମ୍ଭାବନା ନଥାଏ ତେଣୁ ଏହା ଏକ ପ୍ରଭାବଶାଳୀ ଉପାୟ । ରକ୍ତଚାପ ୧୩୦/୮୦ ମିମି କିମ୍ବା ତା’ଠାରୁ କମ୍ ରଖିବାପାଇଁ ସର୍ବଦା ପରାମର୍ଶ ଦିଆଯାଏ । ନିୟମିତ ରକ୍ତଚାପ ଜାଣିବାକୁ ହେଲେ ଘରେ ପ୍ରତିଦିନ ରକ୍ତଚାପ ମାପି ତାର ଏକ ସାରଣୀ ପୁସ୍ତକ କରି ରଖିବା । ଯଦ୍ୱାରା ଡାକ୍ତରଙ୍କୁ ଔଷଧ ଲେଖିଲାବେଳେ ସାରଣୀ ଏକ ନିର୍ଣ୍ଣାୟକ ଭୂମିକା ହୋଇପାରିବ ।

କ୍ରନିକ୍ ବୃକକ୍ ରୋଗୀଙ୍କ ପ୍ରକୃତ କାରଣ କ’ଣ ତାହା ଚିହ୍ନିବା ଉଚିତ୍ । କାରଣ ଗୁଡିକ ହେଲା ହାଇପର୍ ଟେନସନ୍ ଡିହାଇଡ୍ରେସନ, ୟୁରିନାରୀଟ୍ରାକ୍ ଅବଷ୍ଟ୍ରକସନ୍, ସେପ୍ ସିସ୍, ନେଫ୍ରୋଟିକ୍ ଡ୍ରଗ ଏବଂ ଅନ୍ୟାନ୍ୟ । ପ୍ରକୃତ ପରିଚାଳନା, ଉପରୋକ୍ତ କାରଣଥିବା ବୃକକ୍ ର ସ୍ଥିତି ଏବଂ ସିକେଡିର ମଧ୍ୟ ଉନ୍ନତି କରାଏ ।

ପଲିସିଷ୍ଟିକ ବୃକକ୍ ରୋଗ ଶିଘ୍ର ଚିକିତ୍ସା ବା ସଅଳ ନିଦାନ ପ୍ରକ୍ରିୟା

ଅଟୋସୋମାଲ ଡୋମିନା ପଲିସିଷ୍ଟିକ ବୃକକ୍ ରୋଗ (ଏଡିପିକେଡି) ହେଉଛି ବୃକକ୍ ରୋଗର ମାରାତ୍ମକ ବଂଶାନୁକ୍ରମିକ ଶାରୀରିକ ଅବ୍ୟବସ୍ଥା ସଂଖ୍ୟାଗତ ଭାବେ ୬-୮% ରୋଗୀ ଡାୟଲିସିସ୍ ନେଇଥାଆନ୍ତି । ପଲିସିଷ୍ଟିକ ବୃକକ୍ ରୋଗର ଇତିହାସ ଥିବା ପରିବାରର ଜଣେ ପ୍ରାପ୍ତ ବୟଷ୍କ ବ୍ୟକ୍ତି କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ କରିବାପାଇଁ ଅଲ୍ଟ୍ରାସାଉଣ୍ଡ ପଦ୍ଧତି ଅତି ଆବଶ୍ୟକ । ପିକେଡି ପୁରାପୁରି ଆରୋପ ହୋଇନପାରେ କିନ୍ତୁ ଉଚ୍ଚରକ୍ତଚାପକୁ ମାପିବା ଏବଂ ନିୟନ୍ତ୍ରଣରେ ରଖିବା ୟୁରିନାରୀଟ୍ରାକ୍ ଇନ୍ଫେକେସନ ହେଲେ ଉଚିତ୍ ଚିକିତ୍ସା କରିବାଦ୍ଵାରା ଏହାର ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ । ବୃକକ୍ ଅକାମୀ ହେବାକୁ ଡେରି ହେବ ।

ପିଲାମାନଙ୍କ କ୍ଷେତ୍ରରେ ୟୁରିନାରୀଟ୍ରାକ୍ ଇନ୍ଫେକେସନ ହେଲେ ଶିଘ୍ର ରୋଗ ନିର୍ଣ୍ଣୟ କରି ଚିକିତ୍ସା କରାଇବା ।

ୟୁରିନାରୀ ଟ୍ରାକ୍ ଇନ୍ଫେକସନ (ୟୁଟିଆର) । ଯେତେବେଳେ ଏକ ଶିଶୁକୁ ହଠାତ୍ କାରଣ ନଥାଇ ଜ୍ଵର ହେବ, ଭୋକ ନ ଲାଗିବ, ବୟସ ଅନୁପାତରେ ଓଜନ ଣବଢିବ ତେବେ ତା’ର ୟୁରିନାରୀ ଟ୍ରାକ୍ ଇନ୍ ଫେକସନ ହୋଇଥାଇପାରେ ବୋଲି ସନ୍ଦେହ କରାଯିବ ।

ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟକ ୟୁଟିଆଇ, ବିଶେଷଭାବରେ ଯଦି ଜ୍ଵର ଉତ୍ପନ୍ନ ହୁଏ ବା ଜ୍ଵର ଲାଗିରହେ ତେବେ ବୃକକ୍ ର କ୍ଷତି ହେବାର ଆଶଙ୍କା ବଢିଯାଏ । ଏପରି ଅବସ୍ଥା ଲାଗିରହିଲେ ଭବିଷ୍ୟତରେ ବୃକକ୍ ବୃଦ୍ଧିପାଇବାରେ ବାଧା ସୁସ୍ତି ହୁଏ, ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ସହିତ ବୃକକ୍ ଅକାମୀ ହେବାର ସମ୍ଭାବନା ବଢିଯାଏ । ଏହି କାରଣ ଯୋଗୁଁ ୟୁରିନାରୀ ଟ୍ରାକ୍ ଇନ୍ ଫେକସନରେ ପୀଡିତ ପିଲାମାନଙ୍କର ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟକରି ଚିକିତ୍ସା କରିବା ଉଚିତ୍ । ଏତଦ୍ ବ୍ୟତୀତ ବୃକକ୍ ର ଯଦି କୌଣସି ପୂର୍ବରୁ ଅସନ୍ତୁଳନ କିମ୍ବା କ୍ଷତି ହୋଇଥାଏ ତେବେ ତାର କାରଣ ଗୁଡିକୁ ଅନୁଧ୍ୟାନ କରିବା ଉଚିତ୍ । ଭେସିକୋରେଟେରାଲ ରିଫ୍ଲକ୍ସ (ଭିୟୁଆର) ହେଉଛି ଅତ୍ୟନ୍ତ ପ୍ରିତିସ୍ ପୋସିଙ୍ଗ କାରଣ ଯାହାକି ୫୦% ପିଲାଙ୍କର ୟୁରିନାରୀଟ୍ରାକ୍ ଇନ୍ ଫେକସନରେ ପୀଡିତ ପିଲାଙ୍କ କ୍ଷେତ୍ରରେ ଏହି ଦିଗକୁ ଅନୁସରଣ କରିବା ଅନିର୍ବାର୍ଯ୍ୟ ।

ବୟସ୍କମାନଙ୍କର ରିଜରେ ୟୁରିନାରୀଟ୍ରାକ୍ ଇନ୍ଫେକେସନ

ୟୁରିନାରୀ ଟ୍ରାକ୍ ଇନ୍ ଫେକସନରେ ପୀଡିତ ସମସ୍ତ ରୋଗୀ ଯଦି ଚିକିତ୍ସାକୁ ଗ୍ରହଣ ନକଲା କିମ୍ବା ବାରମ୍ବାର ରୋଗର ପୁନଃ ଆବିର୍ଭାବ ହେଲା ତେବେ ଏହାର ତଥ୍ୟଗତ କାରଣ ଅନୁଶୀଳନ କରି ଚିହ୍ନିବା ଆବଶ୍ୟକ । କେତେକ ଅଜଣା କାରଣ ଗୁଡିକ ହେଲା : - (ୟୁରିନାରୀ ଟ୍ରାକ୍ ଅବଷ୍ଟ୍ରକସନ୍, ପଥର ରୋଗ ଇତ୍ୟାଦି) । ଯାହାକି ବୃକକ୍ ଖରାପ କରିଥାଏ । ତେଣୁ ଶୀଘ୍ର ରୋଗ ଚିହ୍ନିବା ଏବଂ ରୋଗ ପଛରେ ଥିବା ଲୁକ୍କାୟିତ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ।

ଷ୍ଟୋନ ବା ପଥର ରୋଗ ଏବଂ ବିପିଏଚର ଉପଯୁକ୍ତ ନିୟନ୍ତ୍ରଣ

ପଥର ରୋଗ ବା ବୃକକ୍ ର ଷ୍ଟୋନ ସୃଷ୍ଟି ହେଲେ ଏଥିରେ ଏଥିରେ ଆକ୍ରାନ୍ତ ବ୍ଯକ୍ତିର କୌଣସି ଲକ୍ଷଣ ଦେଖାଯାଇନଥାଏ । ଯଦ୍ୱାରା ସେମାନେ ରୋଗ ବିଷୟରେ ଜାଣି ପାରିନଥାନ୍ତି ଏବଂ ଠିକ୍ ସମୟରେ ରୋଗ ଜାଣି ପାରନ୍ତି ନାହିଁ ଓ ଚିକିତ୍ସା କରାଇନଥାନ୍ତି । ବହୁ ପ୍ରାପ୍ତ ବୟଷ୍କ ଲୋକ (ପୁରୁଷ) ଯାହାର ପ୍ରୋଷ୍ଟେଟିକ ହାଇପରଟ୍ରୋଫି (ବିପିଏଚ) ଆରମ୍ଭ ହୋଇଥାଏ ସେମାନେ ଲକ୍ଷଣକୁ ଅଣଦେଖା କରି ଦୀର୍ଘଦିନ ବିତାଇ ଦିଅନ୍ତି । ଚିକିତ୍ସାହୀନ ପଥୁରି ରୋଗ ଏବଂ ବିପିଏଚ, ଏସବୁ ବୃକକ୍ ଅଚଳ କରାଇବା ପାଇଁ ମୁଖ୍ୟତଃ ଦାୟୀ । ଉଚିତ୍ ଅନୁଗମନ ଏବଂ ସମୟାନୁବର୍ତ୍ତିତା ଚିକିତ୍ସା ବୃକକ୍ ରକ୍ଷାକରିବାରେ ସହାୟକ ହୋଇଥାଏ ।

ଯୁବା ବୟସ୍କଙ୍କ ଚାପଗ୍ରସ୍ତତାକୁ ଅଣଦେଖା କରିବା ଅନୁଚିତ୍

ଯୁବା ବୟସର ଚାପଗ୍ରସ୍ତ ହେବା ଅସ୍ଵାଭାବିକ ଏବଂ ଏହାର ଅର୍ଥାରାଳରେ ରହିଥିବା କାରଣ ଖୋଜିବା ଉଚିତ୍ । ଯୁବା ବୟସରଙ୍କ ବୃକକ୍ ରୋଗ କେବଳ ମାତ୍ରାଧିକ ଚାପଗ୍ରସ୍ତ ହେବାରୁ ହୋଇହାଏ । ସମସ୍ତ ଉଚ୍ଚ ରକ୍ତଚାପଯୁକ୍ତ ଯୁବରୋଗୀ ସେମାନଙ୍କ ବୃକକ୍ ର ସୁରକ୍ଷାପାଇଁ ପ୍ରକୃତ କାରଣ ନିର୍ଣ୍ଣୟ କରି ଯଥାଶୀଘ୍ର ଉଚିତ୍ ଚିକିତ୍ସା କରିବା ଆବଶ୍ୟକ ଏବଂ ବାଧ୍ୟତାମୂଳକ

ଆକ୍ୟୁଟ ବୃକକ୍ ଅଚଳ ରୋଗୀଙ୍କ ପାଇଁ ଅତିଶୀଘ୍ର ଚିକିତ୍ସା

ଆକ୍ୟୁଟ ବୃକକ୍ ଅଚଳ ହେବାର ଗୁରୁତ୍ୱପୂର୍ଣ୍ଣ କାରଣ ଗୁଡିକ (ହଠାତ୍ ବୃକକ୍ କାର୍ଯ୍ୟ କରିବା କ୍ଷମତା ହରାଇଲେ) ହେଲା ବାନ୍ତି, ପାଲସିପାରମ ମ୍ୟାଲେରିଆ, ହାଇପୋଟେନସନ୍, ସେପ୍ ସିସ୍, ଏବଂ କେତେକ ଔଷଧ (ଏସିଇ ଇନହିବିଟର, ଏନ୍ଏସ୍ଏଆଇଡି) ଇତ୍ୟାଦି । ପ୍ରାଥମିକ ସ୍ତରରେ ଶୀଘ୍ର ଚିକିତ୍ସା କରିବା ଦ୍ଵାରା ବୃକକ୍ ଖରାପ ହେବାରୁ ରକ୍ଷାକରାଯାଇପାରିବ ।

ଔଷଧ ପ୍ରତିସତର୍କତା

ଭିଜିଲା ହୁଅ । ବିଭିନ୍ନ ଔଷଧ (ବିଶେଷକରି ଆନାଲଜେସିକ ଏବଂ ପେନ୍ କ୍ଲିୟର) ପରି ଔଷଧ ବୃକକ୍ ଖରାପ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ସେସବୁ ଔଷଧର ବହୁଳ ପ୍ରଚାର ହେଉଛି କିନ୍ତୁ ଏହାର କ୍ଷତିକାରର ଦିନ ବିଷୟରେ କିଛି ଜଣାଇ ଦିଆଯାଏନାହିଁ । ଦେହ ବିନ୍ଧା ମୁଣ୍ଡବିନ୍ଧା ସମୟରେ ସବୁବେଳେ ଆନାଲଜେସିକ ବା ପେନ୍ କିଲର ନଖାଇବା ଉଚିତ୍ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାର ଉତ୍ତମ ଏପରି ଅନ୍ଧବିଶ୍ଵାସ ରହିଆସିଛି ଯେ ଆୟୁର୍ବେଦିକ ମେଡ଼ିସିନ, ଚାଇନିଜ୍ ହର୍ବସ୍ ଏବଂ ଡାଏଟାରୀ ସପ୍ଲିମେ ଗୁଡିକ କ୍ଷତି କରେ ନାହିଁ । ଆୟୁର୍ବେଦିକ ଔଷଧରେ ମାତ୍ରାଧିକ ଧାତୁ ବୃକକ୍ ଖରାପ ହେବାର କାରଣ ହୋଇପାରେ ।

ସଲିସିଟାରୀ ଏକକ ବୃକକ୍ ରପୂର୍ବ ସତର୍କତା

ଗୋଟିଏ ବୃକକ୍ ଥିବା ଲୋକ ମଧ୍ୟ ସୁସ୍ଥ ଏବଂ ସାଧାରଣ ଜୀବନ ଅତିବାହିତ କରିପାରେ । ଯେହେତୁ ତାଙ୍କର ଦ୍ଵିତୀୟ ବୃକକ୍ ନଥାଏ ତେଣୁ ସେମାନେ କେତେକ ପୂର୍ବ ସତର୍କତା ଅବଲମ୍ବନ କରିବା ଉଚିତ୍ । ରୋଗୀ ସର୍ବଦା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ୍ । ଲୁଣ କମ୍ ଖାଇବା ଏବଂ ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ କମ୍ ଖାଇବା ଦ୍ଵାରା ଏକମାତ୍ର ବୃକକ୍ କ୍ଷତିଗ୍ରସ୍ତ ହେବନାହିଁ । ନିୟମିତ ଡାକ୍ତରୀ ପରୀକ୍ଷା କରାଇବା ହେଉଛି ବୃକକ୍ ଠିକ୍ ରଖିବାପାଇଁ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ପୂର୍ବସତର୍କତା । ଜଣେ ଅନ୍ତତଃ ବର୍ଷକୁ ଥରେ ଡାକ୍ତର ପରାମର୍ଶ କରି ବୃକକ୍ କାର୍ଯ୍ୟକ୍ଷମ ସଂକ୍ରାନ୍ତରେ ଜାଣିବା, ଉଚ୍ଚ ରକ୍ତଚାପ ମାପିବା, ପରିଶ୍ରା ପରୀକ୍ଷା ଏବଂ ରକ୍ତ ପରୀକ୍ଷା କରିବା ଏବଂ ଆବଶ୍ୟକ ସ୍ଥଳରେ ଅଲ୍ଟ୍ରାସୋନୋଗ୍ରାଫି ପରୀକ୍ଷା କରାଇବା ଉଚିତ୍ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate