অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ରୋଗର ଲକ୍ଷଣ

ମୁହଁ ଫୁଲିବା

ବୃକକ୍ ରୋଗର ଲକ୍ଷଣ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଏ । ଏହା ବିଭିନ୍ନ ପ୍ରକାରର ଏବଂ ଅତ୍ୟଧିକ ନିର୍ଭରଶୀଳ ଯଦି ବା ଲକ୍ଷଣ ଗୁଡିକ ସାଧାରଣ ଏବଂ ଭେଗ୍ ସେଥିପାଇଁ ଏହା ପ୍ରାଥମିକ ଅବସ୍ଥାରେ ସହଜରେ ଜଣାପଡେ ନାହିଁ ।

କ୍ରମାଗତ ବୃକକ୍ ରୋଗର ଲକ୍ଷଣ ଗୁଡିକ ହେଉଛି ମୁହଁ, ପାଦ, ପେଟ ଫୁଲିବା, ଚାରିତ୍ରିକ ଲକ୍ଷଣ ଗୁଡିକ ସାଧାରଣତଃ ମୁଖରୁ ପ୍ରାୟତଃ ଆଖିପତାରୁ ଆରମ୍ଭ ହୋଇଥାଏ ଏବଂ ଏହା ପ୍ରାୟତଃ ସକାଳୁ ହିଁ ବେଶୀ ଜଣାପଡିଥାଏ । ଫୁଲିବା ହେଉଛି ବୃକକ୍ କାର୍ଯ୍ୟ ନକରିବାର ଏକ ମୁଖ୍ୟ କାରଣ । କିନ୍ତୁ ଜଣେ ବ୍ୟକ୍ତି ଫୁଲିଗଲେ ଏହା ବୃକକ୍ ରୋଗର ଏକମାତ୍ର ଲକ୍ଷଣ ନୁହେଁ । କେତେକ କ୍ଷେତ୍ରରେ ବୃକକ୍ ସାଧାରଣଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଫୁଲିବା ଦେଖା ଦେଇଥାଏ । (ଉଦାହରଣ ହେଉଛି ନେଫ୍ରୋଟିକ ସିଣ୍ଡ୍ରୋମ) ସାଧାରଣଭାବେ ରୋଗୀଙ୍କ କ୍ଷେତ୍ରରେ ଫୁଲିବାର ଲକ୍ଷଣ ଦେଖାନଗଲେ ମଧ୍ୟ ସେମାନଙ୍କ ବୃକକ୍ ଖରାପ ହୋଇପାରେ ।

ଭୋକ ନଲାଗିବା, ଦେହ ବୁଲାଇବା, ନିଦ ଲାଗିବା

ଭୋକ ନଲାଗିବା, ଖାଦ୍ୟ ରୁଚିରେ ପରିବର୍ତ୍ତନ ନ ହୋଇ କମ୍ ଖାଇବା ହେଉଛି ଏକ ମୁଖ୍ୟ କରଣ ଯେଉଁଥିରେ ରୋଗୀ ରେନାଲ ଫେଲ୍ୟୁଅରର ସମ୍ମୁଖୀନ ହୋଇଥାଏ । ୱେସେନିଙ୍କ ସହିତ ବୃକକ୍ କାର୍ଯ୍ୟହୀନତା, ବିଜାତୀୟ ପଦାର୍ଥର ମାତ୍ରାବୃଦ୍ଧି ଯୋଗୁଁ ଜଣେ ବ୍ୟକ୍ତି କୁ ବାନ୍ତି ଲାଗିବା ବା ବାନ୍ତି ହେବା ଏବଂ ହିକପ୍ ର ଶିକାର ହୋଇଥାଏ ।

  • ଉଚ୍ଚ ରକ୍ତଚାପ – କ୍ଷତିଗ୍ରସ୍ତ ବ୍ୟକ୍ତି
  • ଗଭୀର କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କର ବୃକକ୍ କାର୍ଯ୍ୟହୀନ ହେବାର ସମ୍ଭାବନା ଅତି ସାଧାରଣ କଥା । ଯଦି କ୍ଷତିଗ୍ରସ୍ତତା ଅତିକମ୍ ବୟସ ଅର୍ଥାତ୍ (୩୦ ବର୍ଷରୁ କମ୍ ) କିମ୍ବା ରକ୍ତଚାପ ଅଧିକ ରହେ ତେବେ ବୃକକ୍ ର ଅସୁବିଧା କାରଣରୁ ତାହା ହେବାର ସମ୍ଭାବନା ଅଧିକ ଥାଏ ।

ରକ୍ତହୀନତା ଏବଂ ଦୁର୍ବଳତା

ସାଧାରଣତଃ ଫଟିଗ୍ ସାଧାରଣ ଦୁର୍ବଳ ଲାଗିବା ଏବଂ କାର୍ଯ୍ୟରେ କମ୍ ମନନିବେଶ କରିବା ଏବଂ ପାଲୋର ହେଉଛି ରକ୍ତହୀନ ବା କମ୍ ରକ୍ତ ଥିବା ସାଧାରଣ ଅଭିଯୋଗ । ଏହି ସମୟରେ ଏହା ମଧ୍ୟ ଗୋଟେ ରୋଗୀର ଏକମାତ୍ର ଅଭିଯୋଗ ହୋଇଥାଏ । ଏହା କ୍ରନିକ୍ ଗ୍ରହଣ ନକରେ ତେବେ ବୃକକ୍ କାର୍ଯ୍ୟହୀନତା ହେବାର ପ୍ରକୃତ କାରଣ ନିରୂପଣ କରିବା ଅତ୍ୟ ଜରୁରୀ ହୋଇପଡେ ।

ଅନିର୍ଦ୍ଦିଷ୍ଟ କରଣ ଗୁଡିକ

ଆତଳ ବ୍ୟଥା, ଶରୀର ବିନ୍ଧିବା, କୁଣ୍ଡାଇହେବା ଏବଂ ଗୋଡରେ ବାକୁଲା ବାହାରିବା ହେଉଛି ବୃକକ୍ ରୋଗୀର କ୍ରମାଗତ ଅଭିଯୋଗ । ପିଲାମାନଙ୍କ କ୍ଷେତ୍ରରେ, ଗୋଡର ହାଡ ବଙ୍କା ହୋଇଗଲେ କିମ୍ବା କ୍ରମାଗତ ବୃଦ୍ଧି ନହେଲେ ଏହା ବୃକକ୍ ରୋଗର ଲକ୍ଷଣଭାବେ ଗ୍ରହଣ କରାଯାଇପାରେ ।

ପରିଶ୍ରା ହେବାରେ ଅଭିଯୋଗ

ସାଧାରଣତଃ ପରିଶ୍ରା କରିବା ସମୟରେ ଅଭିଯୋଗ ଗୁଡିକ ହେଲା : -

  1. ପରିଶ୍ରାର ପରିମାଣ ବା ମାତ୍ର କମିବା, ଏହା ଫୁଲିବାର ଏକ କାରଣ ଏବଂ ଏହା ବୃକକ୍ ରୋଗର ଲକ୍ଷଣ ହୋଇପାରେ।
  2. ପରିଶ୍ରା ପୋଡା ହେବା, ପରିଶ୍ରାରେ ରକ୍ତ କିମ୍ବା ପୂଜ ପଡିବା ହେଉଛି ପରିଶ୍ରା ଦ୍ଵାର ସଂକ୍ରମଣର ଏକ ଲକ୍ଷଣ ।
  3. ପରିଶ୍ରା କରିବା ସମୟରେ ବାଧାପ୍ରାପ୍ତ ହେବା ଦ୍ଵାରା ଚାପ ପଡେ, କଷ୍ଟ ହୁଏ ପରିଶ୍ରା ଆସିବାର ଧାରା କମି ଟୋପା ପରିଶ୍ରା ହୁଏ । ଏହା ମଧ୍ୟ ମାତ୍ରାଧିକ ବୃକକ୍ ଆକ୍ରାନ୍ତର ଆକ ଖରାପ ଲକ୍ଷଣ । ପୂରାପୂରି ପରିଶ୍ରା ବନ୍ଦ ହେବା ମଧ୍ୟ ଦେଖାଯାଏ, ଯାହାକି ଏକ ସାଧାରଣ ଲକ୍ଷଣ ନୁହେଁ ।

ଯାହାହେଉ ଜଣେ ବ୍ୟକ୍ତି ଏପରି ଲକ୍ଷଣ ବା ଅବସ୍ଥା ଦେଖେ ତେବେ ମଧ୍ୟ ଏହା ବୃକକ୍ ରୋଗର କେବଳ ମାତ୍ର ଲକ୍ଷଣ ବା କାରଣ ନୁହେଁ ବା ଏପରି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି କେବଳ ବୃକକ୍ ରୋଗୀ ତାହା ନହୋଇ ପାରେ । କିନ୍ତୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ରୋଗର ପ୍ରକୃତ କାରବ ଜାଣିବା ଉଚିତ୍ ସେଥିପାଇଁ ପରୀକ୍ଷା ମାଧ୍ୟମର ଆବଶ୍ୟକ ହେଲେ ମଧ୍ୟ କରିବା ଉଚିତ୍ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗ ସମ୍ପର୍କରେ ନିଶ୍ଚିତ ହେବା ଉଚିତ୍ ।

ଆଧାର - କିଡନୀ ଏଜୁକେଶନ ଅନ୍ଲାଇନ ପୋର୍ଟାଲ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate