অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃହଦନ୍ତ୍ର ମଳାଶୟ କର୍କଟ

ବୃହଦନ୍ତ୍ର ମଳାଶୟ କର୍କଟ

କୋଲୋନ କର୍କଟ

କୋଲୋନ କର୍କଟ (ଇଂରାଜୀରେ Colorectal cancer), ଅନ୍ୟ ନାମ କୋଲୋନ କର୍କଟ (ଇଂରାଜୀରେ colon cancer), ରେକ୍ଟାଲ କର୍କଟ (ଇଂରାଜୀରେ rectal cancer) କିମ୍ବା ବାୱେଲ କର୍କଟ (ଇଂରାଜୀରେ bowel cancer) ରୋଗ ବୃହଦନ୍ତ୍ରର (କୋଲୋନ) ନିମ୍ନ ଭାଗରେ ସୃଷ୍ଟି ହେଉଥିବା ଏକ କର୍କଟ ରୋଗ ।  ଏହି ରୋଗରେ କିଛି ଜୀବକୋଷର ଅସ୍ୱାଭାବିକ ବୃଦ୍ଧି ହୁଏ ଓ ତାହାର ନିକଟ ଓ ଦୂରବର୍ତ୍ତୀ ସ୍ଥାନ‌କୁ ବ୍ୟାପିବା କ୍ଷମତା ଥାଏ ।ଏହି ରୋଗରେ ନିମ୍ନ ବୃହଦନ୍ତ୍ରରେ ରକ୍ତସ୍ରାବ ହୋଇ ଝାଡ଼ାରେ ରକ୍ତ ପଡ଼େ, ଅନିୟମିତ ଝାଡ଼ା ଅଭ୍ୟାସ ବାହାରେ, ଓଜନ ହ୍ରାସ ହୁଏ ଓ ସବୁବେଳେ ଥକ୍କା ଲାଗେ ।

କାରଣ

ଜୀବନରୀତି ଓ ବର୍ଦ୍ଧିଷ୍ଣୁ ବୟସ ସ‌ହ ଅଳ୍ପ କେତେକ ବଂଶାନୁକ୍ରମିକ ଜେନେଟିକ ବିକାର ଯୋଗୁକୋଲୋରେକ୍ଟାଲ କର୍କଟ ହୁଏ ।ଖାଦ୍ୟ, ସ୍ଥୌଲ୍ୟତା ବା ମୋଟାପଣ, ଧୁମ୍ରପାନ ଓ ଶାରୀରିକ ନିଷ୍କ୍ରିୟତା ସମୂହ ଏହି ରୋଗର ସଙ୍କଟାବସ୍ଥା ରୁପେ ବିବେଚନା କରାଯାଏ । ଖାଦ୍ୟ ସଙ୍କଟ ମଧ୍ୟରେ ଲାଲ ମାଂସ, ପ୍ରକ୍ରିୟାକୃତ ମାଂସ ଓ ମଦ ଉଲ୍ଲେଖ‌ଯୋଗ୍ୟ ।  କ୍ରନ୍ସ ଡିଜିଜ ଓଅଲ୍‌ସରେଟିଭ କୋଲାଇଟିସ ଭଳି ପ୍ରଦାହ ସମ୍ପର୍ଣ୍ଣ ଖାଦ୍ୟ ନଳୀ ରୋଗ ମଧ୍ୟ ଏହାର ସଙ୍କଟସୃଷ୍ଟକାରୀ ରୋଗ ।  ବଂଶାନୁକ୍ରମିକ ସଙ୍କଟଜନ‌କ ରୋଗର ନାମ ଫାମିଲିଆଲ ଆଡେନୋମାଟସ୍ ପଲିପୋସିସ୍ ଓ ହେରେଡିଟାରି ନନ୍-ପଲିପୋସିସ କୋଲୋନ କର୍କଟ ଯାହା ଏହି ରୋଗରୁ ସୃଷ୍ଟି ହୋଇପାରିବ, କିନ୍ତୁ ଏମାନଙ୍କ ସଂଖ୍ୟା ମାତ୍ର ୫ % । ବିନାଇନ୍ କୋଲୋରେକ୍ଟାଲ ପଲିପରୋଗରୁ ଆରମ୍ଭ ହୋଇ ସମୟକ୍ରମେ କୋଲୋରେକ୍ଟାଲ କର୍କଟ ରୋଗରେ ପରିଣତ ହୁଏ ।

ସିଗମଏଡୋସ୍କୋପି ଓ କୋଲୋନୋସ୍କୋପି ସାହାଯ୍ୟରେ ବାୟୋପ୍ସି କରି କୋଲୋରେକ୍ଟାଲ କର୍କଟ ନିର୍ଣ୍ଣୟ କରାଯାଏ । ଏହା ପରେ ମେଡିକାଲ ଇମେଜିଙ୍ଗ କରି କେତେଦୂର ବ୍ୟାପିଛି ଅନୁଶୀଳନ କରାଯାଏ । ସ୍କ୍ରିନିଙ୍ଗଦ୍ୱାରା ରୋଗ ଚିହ୍ନଟ ଶୀଘ୍ର ହୋଇପାରୁଥିବାରୁ ୫୦ ବର୍ଷ ବୟସରୁ ଆରମ୍ଭ କରି ୭୫ ବର୍ଷ ପର୍ଯ୍ୟନ୍ତ ଏହା କରିବାକୁ ଉପଦେଶ ଦିଆଯାଏ । କୋଲୋନିସ୍କୋପି କଲାବେଳେ ପଲିପ ଥିଲେ ବାହାର କରିଦିଆଯାଏ । ଆସ୍ପିରିନ ଓ ଅନ୍ୟାନ୍ୟ ନନ୍ ସ୍ଟିରଏଡାଲ୍ ଆଣ୍ଟିଇନଫ୍ଲାମେଟରି ଔଷଧ ଦେଇ ଏହାର ସଙ୍କଟ ଦୂର କରାଯାଇପାରେ । ଏହି ଔଷଧମାନଙ୍କର ପାର୍ଶ୍ୱପ୍ରତିକ୍ରିୟା ଅଧିକ ଥିବାରୁ କେବଳ ଏହି ରୋଗ ନିମନ୍ତେ ଦିଆଯାଏ ନାହିଁ ।

ଅପରେଶନ, ରାଡିଏସନ, କେମୋଥେରାପି ଓ ଟାର୍ଗେଟେଡ ଥେରାପି ସାହାଯ୍ୟରେ ଏହି ରୋଗର ମିଶ୍ରିତ ଚିକିତ୍ସା କରାଯାଏ ।  କୋଲୋନର କାନ୍ଥରେ କର୍କଟ ସୀମାବଦ୍ଧ ଥିଲେ ଅପରେଶନ କରି ଆରୋଗ୍ୟ କରିହୁଏ, ରୋଗ ବ୍ୟାପକ ଥିଲେ ଆରୋଗ୍ୟ ସମ୍ଭବ ନ ହେଲେ ମଧ୍ୟ ଉନ୍ନତ ଜୀବନ ଧାରା ଓ ଲକ୍ଷଣମାନଙ୍କରେ ଉନ୍ନତି କରିବା ଚେଷ୍ଟା କରାଯାଏ । ଆମେରିକାରେ ପାଞ୍ଚ ବର୍ଷ ଆୟୁଷ ହାର ପ୍ରାୟ ୬୫ % । ଅପରେଶନ କରି ଆରୋଗ୍ୟ କରିହେବ କି ନା, ତାହା କର୍କଟ କେତେ ଦୂର ଆଗେଇଛି ତ‌ଥା ରୋଗୀର ସ୍ୱାସ୍ଥ୍ୟ ସମସ୍ୟା ଉପରେ ନିର୍ଭର କରେ । ପୃଥିବୀରେ ଏହି ରୋଗ ସମୁଦାୟ କର୍କଟ ରୋଗର ୧୦ % ତ‌ଥା ତୃତୀୟ ସାଧାରଣ ରୋଗ । ସନ ୨୦୧୨ରେ ୧.୪ ନିୟୁତ ନୂଆ ରୋଗୀ ଆସିଥିଲେ ଓ ୬୯୪, ୦୦୦ ରୋଗୀ ମରିଥିଲେ ।  ଏହି ରୋଗ ନିକଶିତ ଦେଶମାନଙ୍କରେ ବେଶୀ (୬୫ % ରୁ ଅଧିକ) ଦେଖାଯାଏ ।   ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଏହି ରୋଗ ଅଧିକ ହୁଏ ।

"colorectal"

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate