অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁମେହ

ଉପକ୍ରମ

ମଧୁମେହ ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ । ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ ।

ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍‌କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା । ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍‌ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍‌କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି ଅଗ୍ନାଶୟରୁ ଇନ୍‌ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍‌ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ । ମୂଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ ।

  • ମଧୁମେହ ଟାଇପ ୧ - ଯଥେଷ୍ଟ ଇନ୍‌ସୁଲିନ୍ ସ୍ରାବ ନ ହେବାରୁ ଏହି ରୋଗ ହୁଏ । ଏହି ରୋଗକୁ ପୂର୍ବେ ଇନ୍‌ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ ମେଲିଟସ୍ କିମ୍ବା ଜୁଭେନାଅଇଲ ଡାଏବେଟିସ୍ କୁହାଯାଉଥିଲା । କେଉଁ କାରଣରୁ ଏହି ସ୍ରାବ ହୁଏ ନାହିଁ ତାହା ଜଣା ନାହିଁ ।
  • ମଧୁମେହ ଟାଇପ ୨ ରୋଗରେ ଇନ୍‌ସୁଲିନ ପ୍ରତି ଜୀବକୋଷ ପ୍ରତିକ୍ରିୟାହୀନ ହୁଏ । ରୋଗ ଆଗେଇଲେ ଇନ୍‌ସୁଲିନ ଅଭାବ ମଧ୍ୟ ଦେଖାଯାଏ । ପୂର୍ବେ ଏହାକୁ ନନ୍ ଇନ୍‌ସୁଲିନ୍ ଡେପେଣ୍ଡେଣ୍ଟ ଡାଏବେଟିସ୍ ବା ଆଡଲ୍ଟ ଅନସେଟ ଡାଏବେଟିସ୍ କୁହାଯାଉଥିଲା । ଏହି ରୋଗର ମୂଖ୍ୟ କାରଣ ମଧ୍ୟରେ ଅତ୍ୟଧିକ ଓଜନ ଓ ବ୍ୟାୟାନ ଅଭାବ ପରିଲକ୍ଷିତ ହୋଇଛି ।
  • ଗର୍ଭାବସ୍ଥା ଡାଏବେଟିସ୍‌ - କେତେକ ମହିଳାମାନଙ୍କର ପୁର୍ବରୁ ଅଧିକ ରକ୍ତ ଶର୍କରା ନ ଥାଇ ମଧ୍ୟ ଡାଏବେଟିସ ହୁଏ ।

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦ‌ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍‌ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ । ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍‌ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ ।କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ । ମୋଟାପଣ ଥିଲେ ଓଜନ କମେଇବା ଅପରେଶନ କରି ଟାଇପ ୨ର ଚିକିତ୍ସା କରାଯାଏ । ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ ।

ସନ ୨୦୧୪ର ହିସାବ ଅନୁସାରେ ପୃଥିବୀରେ ପ୍ରାୟ ୩୮୭ ନିୟୁତ ଲୋକଙ୍କର ମଧୁମେହ ରୋଗ ଅଛି, ଯାହା ମଧ୍ୟରୁ ୯୦ % କେବଳ ଟାଇପ୍ ୨ ମଧୁମେହ । ଏହା ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୮।୩ % ହେବେ, ଓ ପୁରୁଷ ଓ ମହିଳା ହାର ସମାନ । ସନ ୨୦୧୨ ରୁ ୨୦୧୪ ମଧ୍ୟରେ ଏହି ରୋଗ ଯୋଗୁ ବାର୍ଷିକ ୧.୫-୪.୯ ନିୟୁତ ମୃତ୍ୟୁ ହୋଇଥିଲା । ମୃତ୍ୟୁ ସଙ୍କଟ ଡାଏବେଟିସ୍ ଯୋଗୁ ଦୁଇ ଗୁଣ ହୋଇଯାଏ । ସନ ୨୦୩୫ ସୁଦ୍ଧା ଏହି ରୋଗୀ ସଂଖ୍ୟା ୫୯୨ ନିୟୁତ ହେବା ଆଶଙ୍କା କରାଯାଏ । ପୃଥିବୀରେ ଏହି ରୋଗ ଯୋଗୁ ୨୦୧୨ରେ ଆର୍ଥିକ କ୍ଷତି ପ୍ରାୟ ୬୨୧ ବିଲିଅନ ଆମେରିକା ଡଲାର । କେବଳ ଆମେରିକାରେ ୨୦୧୨ରେ ୨୪୫ ବିଲିଅନ ଡଲାର କ୍ଷତି ହୋଇଥିଲା ।

ଶରୀର ରେ ସ୍ଵାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ । ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ (ଡାଇବେଟିସ) ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ । ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ।ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି ।

ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି । ୧୯୨୦ ମସିହା ପର ଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହେଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡ଼ିଛି ।

କାହାକୁ ଅଧିକ ହେବାର ଆଶଙ୍କା

  • ପରିବାରରେ ବାପା,ମା ,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ ।
  • ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ ।
  • ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି। ଏହା ବ୍ୟତିତ ଅନେକ କାରଣ ଅଛି ।

ଲକ୍ଷଣ

  • ଅଧିକ ଶୋଷ
  • ଅଧିକ ପରିସ୍ରା
  • ଓଜନ କମିଯିବା
  • ଅଧିକ ଭୋକ
  • ଅଧିକ ଥକା
  • ମାନ୍ଦା ଦୁର୍ବଳ ଲାଗିବା
  • ଆଖିକୁ ଝାପସା ଦିଶିବା
  • ଯୌନାଙ୍ଗରେ ଘା' ହେବା
  • ଯୌନଶକ୍ତି କମିଯିବା
  • ଗୋଡ଼ ଝିମ୍ ଝିମ୍ ହେଇ କାଦୁଅ ଲାଗିବା ପରି ହେବା
  • ଘା' ନ ଶୁଖିବା
  • ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି ।
  • କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ପ୍ରକାଶ ପାଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦ ରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଧରାପଡ଼ିଥାଏ ।

ପ୍ରକାର ଭେଦ

  • ଟାଇପ୍ -୧ ଡାଇବେଟିସ(ମଧୁମେହ )
  • ଟାଇପ୍-୨ ଡାଇବେଟିସ(ମଧୁମେହ )
  • ଗର୍ଭାବସ୍ଥାରେ ଡାଇବେଟିସ
  • ଅନ୍ୟାନ୍ୟ କାରଣରୁ ଡାଇବେଟିସ
  • ଶହେ ଜଣ ଡାଇବେଟିସ ରୋଗୀଙ୍କ ମଧ୍ୟରେ ପ୍ରାୟ ୯୮ ଜଣ ଟାଇପ୍-୨ ଡାଇବେଟିସ । ଏମାନଙ୍କ ବୟସ ୩୫ ବର୍ଷରୁ ଉର୍ଦ୍ଧ । ଟାଇପ୍ -୧ ଡାଇବେଟିସ ସାଧାରଣତଃ ପିଲା,କିଶୋର ଓ ଯୌବନର ଆଦ୍ୟାବସ୍ଥାରେ ହେଇଥାଏ ।
  • ଶହେ ଜଣ ଗର୍ଭବତୀ ମହିଳାଙ୍କ ଶର୍କରା ପରୀକ୍ଷାକଲେ ପାଞ୍ଚ-ସାତଜଣ ଡାଇବେଟିସ ରୋଗ ଭୋଗ କରୁଥିବା ଜଣାଯାଏ । ଗର୍ଭାବସ୍ଥାରେ ଡାଇବେଟିସ ପରିକ୍ଷାନ କଲେ ଗର୍ଭସ୍ଥ ପିଲାର ଓଜନ ବଢିଯାଏ । ଜନ୍ମ ହେଲା ବେଳେ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟହୁଏ ଏବଂ ଜନ୍ମ ସମୟରେ ପିଲା ମୃତ୍ୟୁବରଣ କରିବାର ସମସ୍ୟା ଅଧିକ । ଏହି ସମୟରେ ଇନସୁଲିନ୍ ଚିକିତ୍ସା ଆବଶ୍ୟକ ହେଇଥାଏ । ପ୍ରସବପରେ ବହୁ ପ୍ରସୂତିଙ୍କର ଡାଇବେଟିସ ଭଲ ହୋଇଯାଇଥାଏ ।

ମଧୁମେହ ଜନିତ ବୃକ୍‌କ ରୋଗ କ’ଣ ?

ଡ଼ାଇବେଟିକ୍ ମେଲିଟୋସ ବା ମଧୁମେହ ମେଲିଟୋସରେ ପୀଡିତ ରୋଗୀଙ୍କ ସଂଖ୍ୟା ଭାରତରେ ନୁହେଁ ସାରା ପୃଥ୍ବୀରେ ବଢିବାରେ ଲାଗିଛି । ମଧୁମେହରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ‘ଡାଇବେଟିକ୍ ବୃକ୍‌କ ରୋଗ" ପରି ସମସ୍ୟା ବୃଦ୍ଧି ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ସୃଷ୍ଟି କରୁଛି । ମଧୁମେହ ଜନିତ ବୃକ୍‌କ ରୋଗ ଏକ ଅବସ୍ଥା ଯାହାକି ବହୁମୂତ୍ର ଜନିତ ଜଟିଳତା ବଢ଼ାଇଦିଏ, ଯଦ୍ଵାରା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଏ ।

କ୍ରମାଗତ ରକ୍ତ ଶର୍କରା ଶରୀରର ଛୋଟ ଛୋଟ ରକ୍ତବାହୀ ନାଳୀକୁ କ୍ଷତି ପହଞ୍ଚିଥାଏ । ଦୀର୍ଘଦିନ ମଧୁମେହରେ ଆକ୍ରାନ୍ତ ବ୍ୟକ୍ତିର ବ୍ଳକର ରକ୍ତବାହୀ ନାଳୀ ମଧ୍ୟ କ୍ଷତି ହେବାଯୋଗୁଁ ଅନେକ ସମସ୍ୟା ମଧ୍ୟ ଦେଖାଯାଏ । ଏହି ପ୍ରକାର କ୍ଷତିର ପ୍ରାଥମିକ କାରଣ ମଧ୍ୟରେ ରହିଥାଏ। ପ୍ରୋଟିନର କ୍ଷୟ, ଯାହାକି ପରବର୍ତ୍ତୀ ସମୟରେ ଉଚ୍ଚରକ୍ତ ଚାପ ଏବଂ ପ୍ରଦାହ ସୃଷ୍ଟି କରେ। ଫଳରେ ବୃକ୍‌କ କ୍ଷତିର କାରଣ ପାଲଟି ଯାଏ । ଶେଷରେ ଅପ୍ରକୃଷ୍ଟତାର କ୍ରମୋନ୍ନତି ଯୋଗୁଁ ବୃକକ ଅଚଳ ହୋଇଯାଏ (ବୃକ୍‌କ ରୋଗର ଶେଷ ସ୍ତର) । ବହୁମୂତ୍ର ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟି ହୁଏ ତାହାକୁ ମଧୁମେହ ଜନିତ ବୃକକ ରୋଗ କୁହାଯାଏ । ‘ଡାଇବେଟିକ ନେଫ୍ରେପଥ୍ୟାଥ ହେଉଛି ଏକ ଡାକ୍ତରୀ ନାମ ଯାହାକୁ ମଧୁମେହ ଜନିତ ବୃକ୍‌କ ରୋଗ ନାମରେ ଜଣାଯାଏ ।

ମଧୁମେହ ବୃକ୍‌କ ରୋଗ ବିଷୟରେ ଜାଣିବା ଗୁରୁତ୍ୱପୂର୍ଣ୍ଣ କାହିଁକି ?

  • ଆପାତତଃ ମଧୁମେହ ରୋଗ ଭାରତରେ ଅତି ଦୃତ ଗତିରେ ବୃଦ୍ଧି ପାଉଛି ଏବଂ ପୃଥିବୀ ସାରା ମଧ୍ୟ ବ୍ୟାପିବାରେ ଲାଗିଛି । ଦିନ ଆସିବ ଯେବେ ଭାରତ ମଧୁମେହର ରାଜଧାନୀ ପାଲଟିଯିବ ।
  • ମଧୁମେହ ଜନିତ ବୃକ୍‌କ ରୋଗ (ଡାଇବେଟିସ ମେନଫ୍ରେ ପନ୍ୟାଥ), କ୍ରନିକ ବୃକ୍‌କ ରୋଗର ପ୍ରଧାନ କାରଣ ।
  • ଇ.ଏସ୍କେତି  ଆକ୍ରାନ୍ତ ନୂତନଭାବେ ଚିହ୍ନିତ ହେଉଥିବା ରୋଗୀମାନଙ୍କ ମଧ୍ୟରୁ ଡାଇବେଟସ୍ ମଲଟିଫରସରେ ଆକ୍ରାନ୍ତ ରୋଗୀ ହେଉଛି ଶେଷ ସ୍ତରର ବୃକ୍‌କ ରୋଗୀ ।
  • ଏହି ରୋଗରେ ମୂଲ୍ୟାଧିକ ଚିକିତ୍ସା ଖର୍ଚ୍ଚ ଭାରତ ପରି ପ୍ରଗତିଶୀଳ ରାଷ୍ଟ୍ରରେ ରୋଗୀମାନଙ୍କ ପକ୍ଷରେ ଅତ୍ୟଧିକ କଷ୍ଟକର।
  • ପ୍ରାଥମିକ ସ୍ତରରେ ରୋଗ ଚିହ୍ନଟ କରାଗଲେ  ମଧୁମେହ ଜନିତ ବୃକ୍‌କ ରୋଗର ନିରାକରଣ ପାଇଁ ବ୍ୟବସ୍ଥା କରାଯାଇପାରେ ।

ମଧୁମେହ ଜନିତ ଆଖି ରୋଗ

ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ପାଖାପାଖି ୪୦ ପ୍ରତିଶତ ଲୋକ ଆଖି ରୋଗରେ ପୀଡ଼ିତ ଥାଆନ୍ତି । ଆଖିର ଯତ୍ନ ପାଇଁ ମଧୁମେହ ଜନିତ ରିଟିନୋପାଥି ରୋଗର ଯାଂଚ ଜରୁରୀ । ମଧୁମେହ ଜନିତ ରେଟିନୋପାଥି ଛୋଟ ଛୋଟ ରକ୍ତନଳୀକୁ କ୍ଷତି ପହଞ୍ଚାଇ ଥାଆନ୍ତି । ଏହି ରକ୍ତନଳୀ ହିଁ ରେଟିନା ବା ଦୃଷ୍ଟିପଟଳକୁ ନ୍ୟୁଟ୍ରିସନ ପହଞ୍ଚାଇଥାଏ । ରକ୍ତ ନଳୀ କ୍ଷତିଗ୍ରସ୍ତ ହେବା ଦ୍ୱାରା ରକ୍ତ ଓ ଅନ୍ୟ ତରଳ ପଦାର୍ଥ ଲିକ୍ ହେବାରେ ଲାଗେ । ଯାହାଦ୍ୱାରା ଦୃଷ୍ଟିପଟଳର କୋଷିକା ଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ଏହା ଆଖି ଉପରେ ଖରାପ ପ୍ରଭାବ ପକାଏ । ଏହାଦ୍ୱାରା ଦୁଇ ଆଖି ପ୍ରଭାବିତ ହୁଏ ।

ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ପାଖାପାଖି ୪୦ ପ୍ରତିଶତ ଲୋକ ଆଖି ରୋଗରେ ପୀଡ଼ିତ ଥାଆନ୍ତି । ଆଖିର ଯତ୍ନ ପାଇଁ ମଧୁମେହ ଜନିତ ରିଟିନୋପାଥି ରୋଗର ଯାଂଚ ଜରୁରୀ । ମଧୁମେହ ଜନିତ ରେଟିନୋପାଥି ଛୋଟ ଛୋଟ ରକ୍ତନଳୀକୁ କ୍ଷତି ପହଞ୍ଚାଇ ଥାଆନ୍ତି । ଏହି ରକ୍ତନଳୀ ହିଁ ରେଟିନା ବା ଦୃଷ୍ଟିପଟଳକୁ ନ୍ୟୁଟ୍ରିସନ ପହଞ୍ଚାଇଥାଏ । ରକ୍ତ ନଳୀ କ୍ଷତିଗ୍ରସ୍ତ ହେବା ଦ୍ୱାରା ରକ୍ତ ଓ ଅନ୍ୟ ତରଳ ପଦାର୍ଥ ଲିକ୍ ହେବାରେ ଲାଗେ । ଯାହାଦ୍ୱାରା ଦୃଷ୍ଟିପଟଳର କୋଷିକା ଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ଏହା ଆଖି ଉପରେ ଖରାପ ପ୍ରଭାବ ପକାଏ । ଏହାଦ୍ୱାରା ଦୁଇ ଆଖି ପ୍ରଭାବିତ ହୁଏ ।

ଭାରତୀୟ ଚିକିତ୍ସା

ଭାରତୀୟ ଚିକିତ୍ସା ସଂଘ ମୁତାବକ, ମଧୁମେହ ଜନିତ ରେଟିନୋପାଥି ସବୁବେଳେ ହିଁ ମଧୁମେହ ସହ ଜଡ଼ିତ ରୋଗ ପାଇଁ ବଡ଼ ଚିନ୍ତାର କାରଣ ହୋଇଥାଏ । କିନ୍ତୁ ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଏପରି ରୋଗୀଙ୍କ ସଂଖ୍ୟା ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି । ଯଦି ଠିକ ସମୟରେ ସଠିକ ପଦକ୍ଷେପ ନେଉ ନାହାନ୍ତି, ତେବେ ସ୍ଥିତି ଅଧିକ ଖରାପ ହୋଇପାରେ ।

ପ୍ରାୟତଃ ଏହି ରୋଗ ପ୍ରଥମରୁ ଜଣାପଡ଼େ ନାହିଁ । ଏଏଥିଯୋଗୁଁ ମଧୁମେହ ପୀଡ଼ିତ ଲୋକେ, ସେତେବେଳ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ, ଯେପର୍ଯ୍ୟନ୍ତ ରୋଗ ବଢ଼ିନଯାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ହରାଇଥିବା ଦୃଷ୍ଟିଶକ୍ତି ଆଉ ଫେରିବା ଅସମ୍ଭବ । ଏଥିରୁ ବଞ୍ଚିବା ପାଇଁ ନିୟମିତ ରୂପେ ଯାଞ୍ଚ କରିବା ଜରୁରୀ । ଆରମ୍ଭରୁ ହିଁ ଏଥିପାଇଁ ସଚେତନ ରହିବା ଜରୁରୀ ।

ମଧୁମେହ ଜନିତ ରେଟିନୋପାଥି ଯୋଗୁଁ ହେଉଥିବା କ୍ଷତିରୁ ବଞ୍ଚିବାର ଉପାୟ –

  • ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରି ଏଥିରୁ ମୁକ୍ତି ମିଳିପାରିବ । ଏଥିପାଇଁ ରକ୍ତ ସର୍କରାର ସ୍ତର ଉପରେ ଲଗାତାର ନଜର ରଖିବା ଜରୁରୀ ।
  • ଏହାସହ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରନ୍ତୁ ।
  • ନିୟମିତି ରୂପରେ ଆଖିର ଯାଞ୍ଚ କରନ୍ତୁ । ମଧୁମେହ ଜନିତ ରେଟିନୋପାଥି ଓ ଅନ୍ୟ ଏପରି ସମସ୍ୟା ପାଇଁ ସ୍କାନିଂ ଯଥେଷ୍ଟ ନୁହଁ । ତଥାପି ଠିକ୍ ସମୟରେ ଚିକିତ୍ସା ଜରୁରୀ ।

ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ ।

ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସରମୂଳ ଚିକିତ୍ସା।ଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ଵପୂର୍ଣ୍ଣ ।

ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ ।

ଡାଇବେଟିସର କେତେକ ସ୍ଵତନ୍ତ୍ର ପରୀକ୍ଷା

  1. ଏଚ୍ ବି ଏ ୱ୍ଆନ୍ ସି
  2. ଦୁଇ ତିନି ମାସ ଧରି ରକ୍ତ ଶର୍କରା ନିୟନ୍ତ୍ରିତ ଅଛି କି ନାହିଁ ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ଯେଉଁ ମାନେ ଦୀର୍ଘ ଦିନ ଧରି ଡାଇବେଟିସ ଚିକିତ୍ସାରେ ଅଛନ୍ତି, ସେମାନେ ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ନ କରି ପ୍ରତିବର୍ଷ ଦୁଇଥର କରି ପାରନ୍ତି । ଏହାର ମାତ୍ରା ସର୍ବଦା ଶତକଡା ସାତ ତଳେ ରହିବା ଦରକାର । ଶତକଡା ସାତ ଛ ହେଲା ଆଦର୍ଶ ଡାଇବେଟିସ କଣ୍ଟ୍ରୋଲ । ବର୍ଷ ସାରା ଏହି ସଂଖ୍ୟା ସାତ ଛ ରହିଲେ ଡାଇବେଟିସ ରୋଗ ସମ୍ପୂର୍ଣ ନିୟନ୍ତ୍ରଣ ଅଛି ଏବଂ ସୁସ୍ଥଲୋକ ସହିତ ସମାନ।

  3. ଉଚ୍ଚ ରକ୍ତଚାପ ପରୀକ୍ଷା
  4. ସବୁ ଡାଇବେଟିସ ରୋଗୀଙ୍କର ରକ୍ତଚାପ ୧୧୫-୩୦/୭୫-୮୫ ମିଲିମିଟର ପାରଦ ମଧ୍ୟରେ ରହିଲେ ହୃଦ ରୋଗ, କିଡନୀ ରୋଗ, ଚକ୍ଷୁ ରୋଗ ହୋଇନ ଥାଏ । ସେଥିପାଇଁ ଆବଶ୍ୟକ ହେଲେ ସ୍ଵତନ୍ତ୍ର ଔଷଧ ଖାଇ ନିୟନ୍ତ୍ରଣ କରିବା ଉଚିତ । ବର୍ଷରେ ଚାରିଥର ଉଚ୍ଚ ରକ୍ତଚାପ ପରୀକ୍ଷାକରି ନିୟନ୍ତ୍ରଣରେ ରହିବା ଭଲ ।

  5. ରକ୍ତର ଚର୍ବି ଅଂଶ
  6. ରକ୍ତର ଚର୍ବି ଅଂଶକୁ ଡାକ୍ତରୀ ଭାଷାରେ ସିରମ୍ ଲିପିଡ୍ କୁହାଯାଏ । ସେଥିରେ ଭଲ କଲେଷ୍ଟରଲ, ଖରାପ କଲେଷ୍ଟରଲ, ଟ୍ରାଇ ଗ୍ଲିସେରାଇଡ ମପାଯାଏ । ଏହାର ମାପ ବଢିଯାଇଥିଲେ ଷ୍ଟାଟିନ୍ ଔଷଧ ଖାଇବା ଦରକାର ହୁଏ । ଏହାକୁ ଠିକ ସୀମାରେ ରଖିଲେ ହାର୍ଟ୍ ଆଟାକ୍,ବ୍ରେନ ଆଟାକ୍ ବହୁତ କମିଯାଏ ।

  7. ଓଜନ ପରୀକ୍ଷା ଓ ପେଟ ମାପ
  8. ବୟସ,ଉଚ୍ଚତା ଅନୁସାରେ ଓଜନ ଠିକ ରଖିବା ଉଚିତ । ନାହି ଉପରେ ପେଟର ମାପ କେବେ ନବେ ସେଣ୍ଟିମିଟରରୁ ଅଧିକ ନ କଲେ ଭଲ ।

୨୦୧୮ ସୁଦ୍ଧା ମିଳିବ କୃତ୍ରିମ ପାନ୍ କ୍ରୀଆସ

୨୦୧୮ ସୁଦ୍ଧା କୃତ୍ରିମ ପାନକ୍ରୀଆସ୍ ମିଳିବା ସମ୍ଭାବନା ଅଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ଏଭଳି ଏକ ଯନ୍ତ୍ର ଯାହା ଡାଇବେଟିସ୍ ରୋଗୀର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ ଶରୀର ମଧ୍ୟକୁ ଯାଉଥିବା ଇନସୁଲିନର ମାତ୍ରାକୁ ସ୍ଵୟଂକ୍ରିୟ ଭାବେ ସମତୁଲ କରିବ । ବର୍ତ୍ତମାନ ପ୍ରଚଳିତ ପ୍ରଯୁକ୍ତିକୌଶଳ ଦ୍ଵାରା ଜଣେ ଡାଇବେଟିସ୍ ରୋଗୀର ରକ୍ତଶର୍କରା ପରିମାଣ ଜାଣିବା ପରେ ଯାଇ ସଂପୃକ୍ତ ବ୍ୟକ୍ତିକୁ ଇନସୁଲିନ୍ ଦିଆଯାଇଥାଏ । କିନ୍ତୁ ନୂତନ ପ୍ରକ୍ରିୟାରେ ଦୁଇଟି ଅଂଶକୁ ଏକ ଯେ, ଅବରୁଦ୍ଧ ଲୁପ୍’ ଦ୍ଵାରା ଏକତ୍ର କରି କୃତ୍ରିମ ପାନକ୍ରୀଆସ୍ ସୃଷ୍ଟି କରାଯାଏ ବୋଲି ଗବେଷକମାନେ କହିଛନ୍ତି । ତେବେ ଏହି କୃତିମ ପାନକ୍ରୀଆସ୍ କେବେ ଉପଲବ୍ଧ ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇନଥିଲେ ମଧ୍ୟ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ୍ ୨୦୧୭ ସୁଦ୍ଧା ପ୍ରସ୍ତାବିତ କୃତ୍ରିମ ପାନକ୍ରୀଆସ ବଜାରକୁ ଛାଡିବା ପାଇଁ ସମୀକ୍ଷା କରୁଛି । ବ୍ରିଟେନର ନ୍ୟାଶନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହେଲଥ ରିସର୍ଚ୍ଚ ଦ୍ଵାରା ନିକଟରେ ସମୀକ୍ଷା କରାଯାଇ କୁହାଯାଇଛି ଯେ, ସ୍ଵୟଂକ୍ରିୟ କ୍ଲୋଜଡ- ଲୁପ୍ ସିଷ୍ଟମ ୨୦୧୮ ଶେଷ ସୁଦ୍ଧା ୟୁରୋପୀୟ ବଜାରରେ ମିଳିବା ଆଶା କରାଯାଉଛି । ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ରୋମାନ୍ ହୋଇଭୋର୍କା ଏବଂ ହୁଡ୍ ଥାବିଟ୍ କହନ୍ତି ଯେ, “ ରୋଗୀମାନେ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରି ଦେଖିଛନ୍ତି ଏହାଦ୍ଵାରା ସେମାନେ ଡାଇବେଟିସ୍ ଜଞ୍ଜାଳରୁ ମୁକ୍ତି ପାକଇପାରୁଛନ୍ତି । ଏହି ବ୍ୟବସ୍ଥା ସେମାନଙ୍କର ରକ୍ତଶର୍କରାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରୁଥିବାରୁ ଏଥିପାଇ ସଂପୃକ୍ତ ବ୍ୟକ୍ତିକୁ ସ୍ଥାୟୀ ତଦାରଖ କରିବାର ଆବଶ୍ୟକତା ନାହିଁ । କୃତ୍ରିମ ପାନକ୍ରୀଆସ୍ ଦ୍ଵାରା ଗୁରୁତର ଅସ୍ତ୍ରଚିକିତ୍ସା ଏବଂ ଔଷଧ ସେବନକୁ ଏଡାଇ ଦିଆଯାଇପାରିବ । କୃତିମ ପାନକ୍ରୀଆସ୍ ବ୍ୟବହାର ନକରି ମଧ୍ୟ ଜଣେ ରୋଗୀଠାରେ ସମ୍ପୁର୍ଣ୍ଣ ପାନକ୍ରୀଆସ୍ ପ୍ରତ୍ୟାରୋପଣ ।

ଆଧାର -



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate