অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁମେହ ଓ ବୃକ୍କ ସମସ୍ୟା

ମଧୁମେହ  ରୋଗ

ମଧୁମେହ  ରୋଗ  ମୁଖ୍ୟତଃ  ଦୁଇ  ପ୍ରକାରର ; ଟାଇପ୍ – ୧ ଓ ୨ । ମଧୁମେହ  ଦ୍ଵାରା  ଆକ୍ରାନ୍ତ  ରୋଗୀର  ଶରୀରରେ  ଇନ୍ ସୁଲିନ୍  କ୍ଷରଣ  କମ୍  ହୁଏ  କିମ୍ବା  ସାମାନ୍ୟ  କ୍ଷରିତ   ଇନ୍ ସୁଲିନ୍  ଶରୀର  ବ୍ୟବହାର  କରିପାରେନାହିଁ  । ଏହା  ଦ୍ଵାରା  ରକ୍ତ  ଶର୍କରା  ପରିମାଣ  ବଢେ   । ଅତ୍ୟଧିକ  ରକ୍ତ  ଶର୍କରା  ଓ  ଏହାରା  କୁପ୍ରଭାବ  ଦ୍ଵାରା  ଶରୀରର  ବିଭିନ୍ନ  ଅଙ୍ଗରେ  ଜଟିଳତା  ସୃଷ୍ଟି  ହୁଏ   ।  ଏହା  ମଧ୍ୟରେ  ବୃକ୍କ  ସମସ୍ୟା  ମୁଖ୍ୟ  ଓ ଗୁରୁତର  । ମଧୁମେହରେ   ଆକ୍ରାନ୍ତ  ହେବା  ଦ୍ଵାରା  ସୂକ୍ଷ୍ମ  ରକ୍ତ  ନଳୀରେ  ଜଟିଳତା  ଦେଖାଯାଏ   । ଠିକ୍  ଭାବେ  ରକ୍ତ  ସଂଚାଳନ  ହୋଇ ନ ପାରିବା  କାରଣରୁ   ବୃକ୍କ  ବିଶୁଦ୍ଧ  ହୋଇପାରେନାହିଁ  । କ୍ରମେ   ସମସ୍ୟା  ବଢେ ଓ ଅଚଳ  ହୋଇପଡିବାର  ଆଶଙ୍କା  ରହେ   ।

ରୋଗ  ଦ୍ଵାରା   ଆକ୍ରାନ୍ତ

ତିରିଶ  ପ୍ରତିଶତ  ଟାଇପ୍ – ୧ ରୋଗୀ ଓ  ଦଶରୁ  ଚାଳିଶ  ପ୍ରତିଶତ  ଟାଇପ୍ – ୨ ରୋଗୀ  ବୃକ୍କ  ରୋଗ  ଦ୍ଵାରା   ଆକ୍ରାନ୍ତ  ହୋଇ ପାରନ୍ତି   । ପରିସସ୍ରାରେ  ଆଲୁବିମିନ୍ , ଉକ୍ତ  ରକ୍ତ  ଚାପ  ବା  ଅନିୟନ୍ତ୍ରିତ  ରକ୍ତ ଚାପ , ପାଦ  ଫୁଲିବା , ରାତିରେ   ଘାନ ଘନ  ପରିସ୍ରା  ଲାଗିବା , ରକ୍ତରେ  ୟୁରିଆ  ଓ  କ୍ରିଏଟିନିନ୍  ବଢିବା , ଖାଇବା  ପୂର୍ବରୁ  ବା ପରେ  ବାନ୍ତି  ଲାଗିବା  କିମ୍ବା  ବାନ୍ତି  ହେବା , ଦୁର୍ବଳ  ଲାଗିବା , ରକ୍ତହୀନତା , ଦେହ – ହାତ  କଣ୍ଡୁ ଆଦି  ମଧୁମେହ  ରୋଗୀଙ୍କ  କ୍ଷେତ୍ରରେ  ବୃକ୍କ  ସମସ୍ୟାର  ପ୍ରାଥମିକ  ଲକ୍ଷଣ   ।

ମଧୁମେହ  ବେଳେ  ବେଳେ  ବୃକ୍କ  ସମସ୍ୟାର  କାରଣ

ମଧୁମେହ  ବେଳେ  ବେଳେ  ବୃକ୍କ  ସମସ୍ୟାର  କାରଣ  ନ ହୋଇପାରେ  । ତେବେ , ଉପୋରକ୍ତ  ଲକ୍ଷଣ  ପ୍ରକାଶ  ପାଇଲେ  ତୁରନ୍ତ  ଡାକ୍ତରଙ୍କ  ପରାମର୍ଶ  ନେବା  ଜରୁରୀ  । ଏ  କ୍ଷେତ୍ରରେ  ଶର୍କରା  ଓ ରକ୍ତ  ଚାପ  ନିୟନ୍ତ୍ରଣ , ପରିସ୍ରା  ନଳି  ସଂକ୍ରମଣ , ବୃକ୍କ  ପଥର , ଗ୍ରନ୍ଥୀ ବୃଦ୍ଧି  ସଂପର୍କରେ  ଉପଯୁକ୍ତ  ପରୀକ୍ଷା  କରାଇନେବା  ଆବଶ୍ୟକ   । ଆବଶ୍ୟକ  ପଡିଲେ  ଚିକିତ୍ସା  ବିଶେଷଜ୍ଞଙ୍କ  ଦ୍ଵାରା  ଔଷଧ  ସେବନ   ଜରୁରୀ   । ବୃକ୍କ  ରୋଗର  ଜଟିଳତା  ବଢିଲେ  ବୃକ୍କ  ପ୍ରତିରୋପଣ  କରିବାକୁ  ପଡେ  ସଚେତନତା  ଦ୍ଵାରା  ଏହି  ରୋଗର  ନିରାକରଣ  ସମ୍ଭବ   । ଜୀବନଶୈଳୀ  ଓ ଖାଦ୍ୟପେୟ  ପ୍ରତି  ସ୍ଵତନ୍ତ୍ର  ଧ୍ୟାନ  ଦିଅନ୍ତୁ   । ପ୍ରତି  ଦିନ  ବ୍ୟାୟାମ , ପ୍ରାଣାୟାମ , ଯୋଗ  ଅଭ୍ୟାସ  କରନ୍ତୁ   । ମଧୁମେହରେ  ଆକ୍ରାନ୍ତ  ହୋଇଥିଲେ   ନିୟମିତ  ବ୍ୟବଧାନରେ   ସ୍ଵାସ୍ଥ  ପରୀକ୍ଷା  କରାଇ  ଶର୍କରା  ଓ  ରକ୍ତ  ଚାପ   ନିୟନ୍ତ୍ରଣରେ  ରଖନ୍ତୁ    ।

ରାସାୟନିକ ପୃଷ୍ଟିସାର : କେତେ  ନିରାପଦ ?

ବଜାରରେ  ମିଳୁଛୁ  ବହୁ  ବ୍ରାଣ୍ଡର  ପ୍ରୋଟିନ୍ ସେକ୍ ବା  ପୃଷ୍ଟିସାରଯୁକ୍ତ  ପାନୀୟ ଓ ପାଉଡ଼ର୍  । ଏଗୁଡିକ  ଯେ , ପୃସ୍ତିସାରର  ଆବଶ୍ୟକତା  ପୂରଣ  କରନ୍ତି , ଏଥିରେ  ସନ୍ଧେହ  ନାହିଁ   । ତେବେ  ଶତ ପ୍ରତିଶତ  ନିରାପଦ କି ? ଏହାର  ଉତ୍ତରରେ  ବିଶେଷଜ୍ଞମାନେ  କହନ୍ତି , ଯଦି  ଠିକ୍  ଭାବେ  ପିଇବ , ତେବେ  ନିରାପଦ  । ଆଉ  ମନ  ଇଚ୍ଛା  ପିଇବା   ହାନିକାରକ   । ଯେଉଁମାନେ  ଖାଦ୍ୟରୁ  ଯଥେଷ୍ଟ  ପୃଷ୍ଟିସାର  ପାଇପାରୁନାହାନ୍ତି , ସେମାନଙ୍କ  ଏହା  ଏକ  ଆବଶ୍ୟକତା  ଆଉ  ଯଦି  ପ୍ରାକୃତିକ  ଭାବେ  ଆମେ  ପାଇ  ପାରୁଛେ , ଏହାକୁ  ଅଧିକ  ପରିମାଣରେ  ଖାଇଲେ  ବିପଦ   ଦେହକୁ  ଅନାବଶ୍ୟକ  ଭାବେ  ଅଧିକ  ରାସାୟନିକ  ପୃଷ୍ଟିସାର  ଗଲେ   ଓଜନ  ତଥା  କୋଲେଷ୍ଟେରେଲୋ   ବଢିପାରେ , ଚିକିତ୍ସକଙ୍କ  ପରାମର୍ଶ   ବିନା  ଅଧିକ  ଦିନ  ଏହାକୁ  ଖାଦ୍ୟର  ବିକଳ୍ପ   ଭାବେ   ବ୍ୟବହାର  କରନ୍ତୁନାହିଁ   । ଆଉ  ସର୍ବଦା  ଲହୁଣି  କଢାଯାଇଥିବା  ଦୁଗ୍ଧ  ବା  ଦହି   ସହ  ଗୋଳାଇ  ପିଅନ୍ତୁ   ।

ଆଧାର : ସ୍ୱାସ୍ଥ୍ୟ ବିଭାଗ

Last Modified : 5/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate