অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁମେହ ରୋଗରେ ସତର୍କତା

ଉପକ୍ରମ

ସାମ୍ପ୍ରତିକ ସମାଜରେ ମଧୁମେହ ରୋଗ ବହୁଳ ଭାବେ ସେଖିବାକୁ ମିଳିଛି । ଜଣେ ବ୍ୟକ୍ତି ସଚେତନା ହେବା ପୂର୍ବରୁ ଏହି ରୋଗରେ ଆକ୍ରାନ୍ତ ହୋଇଯାଉଛି । ଏଣୁ ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ଯଥେଷ୍ଟ ମାତ୍ରାରେ ସତର୍କତା ଅବଲମ୍ଭନ କରିବା ଆବଶ୍ୟକ ।

ମଧୁମେହ ରୋଗ ଦୁଇ ପ୍ରକାର

ମଧୁମେହ ରୋଗ ଦୁଇ ପ୍ରକାରର । ତାହା ହେଲା ଟାଇପ – ୧ ଓ ଟାଇପ – ୨ । ପ୍ରଥମଟି ଜୁଭେନାଇଲ ମଧୁମେହ ଓ ଦ୍ଵିତୀୟଟି ବୟସ୍କଙ୍କ ମଧ୍ୟାରେ ଦେଖାଯାଏ । ପ୍ରଥମ ପ୍ରକାର ଟାଇପ – ୧ ରେ ଆଣ୍ଟିଜେନ – ଆଣ୍ଟିବଡି ପ୍ରତିକ୍ରିୟା ଦ୍ଵାରା ପାନକ୍ରିଆସରୁ ‘ବି’ ସେଲ ନଷ୍ଟ ହୋଇ ଇନସୁଲିନ୍ କ୍ଷରଣ ସଂପୂର୍ଣ୍ଣ ବନ୍ଦ ହୋଇଯାଏ । କେତେକ ଖାଦ୍ୟପଦାର୍ଥରୁ ଆଣ୍ଟିବଡି ତିଆରି ହୋଇ ଆମ ପାନକ୍ରିଆସ ‘ବି’ ସେଲକୁ ନଷ୍ଟ କରିଦିଏ । ତାହା ଛଡା ଜୀବକୋଷ ଦୋଷ ଯୋଗୁଁ ମଧ୍ୟ ଟାଇପ -୧ ମଧୁମେହ ହୋଇଥାଏ ।

ଦ୍ଵିତୀୟ ପ୍ରକାର ଟାଇପ -୨ ରେ ଇନସୁଲିନ କ୍ଷରଣ ସଂପୂର୍ଣ୍ଣ ମାତ୍ରାରେ ବନ୍ଦ ନହୋଇ କିଛି ମାତ୍ରାରେ କମିଯାଏ ଯାହାକୁ ଆପେକ୍ଷିକ ଇନସୁଲିନ ଅଭାବ ( ରିଲେଟିଲ ଇନସୁଲିନ ଡେଫିସିଏନ୍ସି ) ଓ ତିସ୍ୟୁ ଇନସୁଲିନ ରେଜିଷ୍ଟାନ୍ସ କୁହାଯାଏ । ରକ୍ତ ସର୍କରା ବଢିଯାଇ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ହୃତପିଣ୍ଡ ଯକୃତଆଖି ମସ୍ତିଷ୍କ ଗୋଡାହାତର ରକ୍ତ ସଞ୍ଚାଳନ ଓ ସ୍ନାୟୁଜାତୀୟ ଚଳନ ଶକ୍ତିରେ ଦୁର୍ବଳତା ଏବଂ ଯୌନ ଅକ୍ଷମତା ଦେଖାଯାଏ ।

ରକ୍ତ ଶର୍କରା ଅଧିକ ହେଲେ

ରକ୍ତ ଶର୍କରା ଅଧିକ ହେଲେ ଓଜନ କମିଯିବା ସହିତ ଅଧିକ ପରିସ୍ରା ହେବା, ଶୋଷ ଲାଗିବା, ଅଳସୁଆ ଲାଗିବା, ଶୀଘ୍ର ଥକିପଡିବା ଆଦି ଭଳି ଅନୁଭୂତ ହୁଏ । ମଧୁମେହ ରୋଗରୁ ମୁକ୍ତି ପାଇବା ପାଇଁ ଅନୁଭୂତ ହୁଏ । ମଧୁମେହ ରୋଗରୁ ମୁକ୍ତି ପାଇବା ପାଇଁ ଦୈନିକ ସକାଳେ ୪୫ ମିନିଟ୍ ଚାଲିବା, ସପ୍ତାହରେ ଅନ୍ତତଃ ୫ ଦିନ ଖେଳ କସରତ ବା ବ୍ୟାୟାମ କରିବା, ବଗିଚା କାମ, ପହଁରିବା, ସାଇକଲ ଚଳାଇବା ଆଦି କରିବା ଉଚିତ । ଘରୋଇ ରନ୍ଧା ଖାଦ୍ୟକୁ ଗୁରୁତ୍ଵ ଦେବା ସହ ଫାଷ୍ଟଫୁଡ, ଅଧିକ ତେଲ ମସଲା ଚର୍ବି ବା ଶର୍କରା ଜାତୀୟ ଖାଦ୍ୟ ବନ୍ଦ କରିବା ଦରକାର । ଖସିମାଂସ ବଡ ମାଛ, ମୃଦୁପାନୀୟ, ମିଠା ମଦ୍ୟପାନ ଅଧିକ ଲୁଣ ନଖାଇବା ଉଚିତ ।  ଚିନ୍ତାମୁକ୍ତ ଜୀବନଯାପନ ଯୋଗ, ପ୍ରଣାୟମ ହସଖୁସିର ସହ ଜୀବନ ବିତାଇଲେ ଏଥିରୁ ମୁକ୍ତି  ମିଳିପାରିବ ।

ମଧୁମେହରେ ପୀଡ଼ିତ

ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ପାଖାପାଖି ୪୦ ପ୍ରତିଶତ ଲୋକ ଆଖି ରୋଗରେ ପୀଡ଼ିତ ଥାଆନ୍ତି । ଆଖିର ଯତ୍ନ ପାଇଁ ମଧୁମେହ ଜନିତ ରିଟିନୋପାଥି ରୋଗର ଯାଂଚ ଜରୁରୀ । ମଧୁମେହ ଜନିତ ରେଟିନୋପାଥି ଛୋଟ ଛୋଟ ରକ୍ତନଳୀକୁ କ୍ଷତି ପହଞ୍ଚାଇ ଥାଆନ୍ତି । ଏହି ରକ୍ତନଳୀ ହିଁ ରେଟିନା ବା ଦୃଷ୍ଟିପଟଳକୁ ନ୍ୟୁଟ୍ରିସନ ପହଞ୍ଚାଇଥାଏ । ରକ୍ତ ନଳୀ କ୍ଷତିଗ୍ରସ୍ତ ହେବା ଦ୍ୱାରା ରକ୍ତ ଓ ଅନ୍ୟ ତରଳ ପଦାର୍ଥ ଲିକ୍ ହେବାରେ ଲାଗେ । ଯାହାଦ୍ୱାରା ଦୃଷ୍ଟିପଟଳର କୋଷିକା ଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ଏହା ଆଖି ଉପରେ ଖରାପ ପ୍ରଭାବ ପକାଏ । ଏହାଦ୍ୱାରା ଦୁଇ ଆଖି ପ୍ରଭାବିତ ହୁଏ ।

ଭାରତୀୟ ଚିକିତ୍ସା

ଭାରତୀୟ ଚିକିତ୍ସା ସଂଘ ମୁତାବକ, ମଧୁମେହ ଜନିତ ରେଟିନୋପାଥି ସବୁବେଳେ ହିଁ ମଧୁମେହ ସହ ଜଡ଼ିତ ରୋଗ ପାଇଁ ବଡ଼ ଚିନ୍ତାର କାରଣ ହୋଇଥାଏ । କିନ୍ତୁ ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଏପରି ରୋଗୀଙ୍କ ସଂଖ୍ୟା ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି । ଯଦି ଠିକ ସମୟରେ ସଠିକ ପଦକ୍ଷେପ ନେଉ ନାହାନ୍ତି, ତେବେ ସ୍ଥିତି ଅଧିକ ଖରାପ ହୋଇପାରେ ।

ପ୍ରାୟତଃ ଏହି ରୋଗ ପ୍ରଥମରୁ ଜଣାପଡ଼େ ନାହିଁ । ଏଏଥିଯୋଗୁଁ ମଧୁମେହ ପୀଡ଼ିତ ଲୋକେ, ସେତେବେଳ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ, ଯେପର୍ଯ୍ୟନ୍ତ ରୋଗ ବଢ଼ିନଯାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ହରାଇଥିବା ଦୃଷ୍ଟିଶକ୍ତି ଆଉ ଫେରିବା ଅସମ୍ଭବ । ଏଥିରୁ ବଞ୍ଚିବା ପାଇଁ ନିୟମିତ ରୂପେ ଯାଞ୍ଚ କରିବା ଜରୁରୀ । ଆରମ୍ଭରୁ ହିଁ ଏଥିପାଇଁ ସଚେତନ ରହିବା ଜରୁରୀ ।

ମଧୁମେହ ଜନିତ ରେଟିନୋପାଥି ଯୋଗୁଁ ହେଉଥିବା କ୍ଷତିରୁ ବଞ୍ଚିବାର ଉପାୟ

  • ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରି ଏଥିରୁ ମୁକ୍ତି ମିଳିପାରିବ । ଏଥିପାଇଁ ରକ୍ତ ସର୍କରାର ସ୍ତର ଉପରେ ଲଗାତାର ନଜର ରଖିବା ଜରରୀ ।
  • ଏହାସହ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରନ୍ତୁ ।
  • ନିୟମିତି ରୂପରେ ଆଖିର ଯାଂଚ କରନ୍ତୁ । ମଧୁମେହ ଜନିତ ରେଟିନୋପାଥି ଓ ଅନ୍ୟ ଏପରି ସମସ୍ୟା ପାଇଁ ସ୍କାନିଂ ଯଥେଷ୍ଟ ନୁହଁ । ତଥାପି ଠିକ୍ ସମୟରେ ଚିକିତ୍ସା ଜରୁରୀ ।

ଆଧାର : ସ୍ଵାସ୍ଥ୍ୟ ବିଭାଗ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate