ହୋମ / ସ୍ଵାସ୍ଥ୍ୟ / ରୋଗ / ମାଇଗ୍ରେନ
ସେଆର କରନ୍ତୁ

ମାଇଗ୍ରେନ

ମାଇଗ୍ରେନଜନିତ ମୁଣ୍ଡବିନ୍ଧା ସମ୍ବନ୍ଧରେ ସୂଚନା ।

ମୁଣ୍ଡବ୍ୟଥା

କାମ କରୁନି ମଲମ । ଆଉ ଲାଭ ମିଳୁନି କୌଣସି ଯନ୍ତ୍ରଣା ନିବାରକ ବାଟିକାରୁ । ଥରେ ମୁଣ୍ଡ ବ୍ୟଥା ଆରମ୍ଭ ହେଲେ ଅସହ୍ୟ ହେଉଛି । ପୁରୁଷଙ୍କ ତୁଳନାରେ ମହିଳା ମାନେ ମାଇଗ୍ରେନ ଜନିତ ମୁଣ୍ଡ ବ୍ୟଥାରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ଡାକ୍ତରୀ ଔଷଧ ଅପେକ୍ଷା ଜୀବନଶୈଳୀ ଓ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କଲେ ମାଇଗ୍ରେନ ଜନିତ ମୁଣ୍ଡବ୍ୟଥା ଭଲ ହୋଇଥାଏ।

ତେବେ ଏଭଳି ମୁଣ୍ଡ ବ୍ୟଥା ଠାରୁ ସମ୍ପୂର୍ଣ୍ଣ ଉପଶମ ପାଇଁ କେଉଁ ସବୁ ଦିଗପ୍ରତି ଧ୍ୟାନ ଦେବାକୁ ପଡିବ ।

  1. ମାନସିକ ଚାପ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।
  2. ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ୟାକେଟ ଖାଦ୍ୟ,ଛଣାଛଣି ଖାଦ୍ୟ ଏବଂ ଫାଷ୍ଟଫୁଡ ଖାଆନ୍ତୁ ନାହିଁ ।
  3. କଫି, ଥଣ୍ଡାପାନୀୟ ଓ ମଦ୍ୟପାନ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ ।
  4. ମହିଳାଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ହେଲେ ମଧ୍ୟ ମାଇଗ୍ରେନ ଜନିତ ସମସ୍ୟା ବଢିଥାଏ । ଡାକ୍ତରଙ୍କ ପରାମର୍ଶରେ ଏହାର ଚିକିତ୍ସା କରାନ୍ତୁ ।
  5. ଶୋଇବାର ଏକ ନିର୍ଦ୍ଧିଷ୍ଟ ସମୟ ସ୍ଥିର କରନ୍ତୁ । ରାତିରେ ୮ ରୁ ୧୦ ଘଣ୍ଟା ଶୁଅନ୍ତୁ ।
  6. ପାଣିପାଗର ପରିବର୍ତ୍ତନରେ ମାଇଗ୍ରେନ ସମସ୍ୟା ବଢିଥାଏ । ସେଥିପାଇଁ ସମୟରେ ଅଧିକ ସଚେତନ ରୁହନ୍ତୁ ।
  7. ଅଧିକ ଖରାରେ ଏବଂ ଅଧିକ ଶବ୍ଦ ହେଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ ।
  8. ଠିକ୍ ସମୟରେ ଖାଆନ୍ତୁ , ଆଦୌ ଉପବାସ କରନ୍ତୁ ନାହିଁ ।
  9. କେଉଁ କାରଣରୁ ଆପଣଙ୍କ ମୁଣ୍ଡ ବିନ୍ଧୁଛି ତାହା ଜାଣନ୍ତୁ ଏବଂ ସେଠାରୁ ଦୂରେଇ ରୁହନ୍ତୁ ।
  10. ପ୍ରତିଦିନ କିଛି ସମୟ ବ୍ୟାୟାମ , ଯୋଗ , ଏବଂ ପ୍ରାଣାୟମ କରନ୍ତୁ ।

ମାଇଗ୍ରେନ୍ ର ଘରୋଇ ଉପଚାର

ମାଇଗ୍ରେନ୍ ବା ଅର୍ଦ୍ଧ – କପାଳ ବିନ୍ଧା ଅତି କଷ୍ଟଦାୟକ । ଔଷଧ ଦ୍ଵାରା ଏହାର ଚିକିତ୍ସା କରାଯାଏ । ତେବେ , ଘୋରେଇ ଉପଚାର ଦ୍ଵାରା ମଧ୍ୟ ଚିକିତ୍ସା ସମ୍ଭବ । ଏଥି ପାଇଁ ଦରକାର କେବଳ ତାଜା ଲେମ୍ବୁ ଓ ପଥର ଲୁଣ । ପଥର ଲୁଣର ଗୁଣ ଉତ୍ତମ ହେବା ନିହାତି ଆବଶ୍ୟକ । ହିମାଲୟାନ୍ କ୍ରିଷ୍ଟାଲ ସଲ୍ଟ ବ୍ୟବହାର କରନ୍ତୁ । ଏହା ରୋଗ – ପ୍ରତିରୋଧକ ଶକ୍ତି , ସେରୋଟୋନିନ ସ୍ତର ବଢାଇବା ସହ ଶରୀରର ପିଏଚ୍ ସ୍ତର ସ୍ଵାଭାବିକ ରଖେ । ଦୁଇଟି ଲେମ୍ବୁର ରସରେ ଦୁଇ ଚାମଚ ହିମାଳୟାନ୍ ସଲ୍ଟ ମିଶାନ୍ତୁ । କିଛି ଲେମ୍ବୁ ଚୋପା ଛେଚା ଓ ୨୦୦ ମିଲିଲିଟର ପାଣିରେ ଭଲଭାବେ ଗୋଳାଇ ପିଅନ୍ତୁ । ଉଚ୍ଚ ରକ୍ତ ଚାପ ଭୋଗୁଥିଲେ , ଏହି ପାନୀୟ ପିଇବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ।

ଏକାଧିକ ଗବେଷଣାରୁ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ , ସିରା – ପ୍ରଶିରା ଏବଂ ଅନ୍ୟ ସମସ୍ତ ରକ୍ତବାହୀ ନଳିକୁ ରସୁଣ ସୁରକ୍ଷିତ ରଖେ । ରସୁଣରେ ଥିବା ଚମତ୍କାରୀ ଶକ୍ତି ରକ୍ତବାହୀ ନଳିମାନଙ୍କୁ ପ୍ରାକୃତିକ ଭାବେ ମୁକ୍ତ ରଖିବାରେ ସହାୟକ ହୁଏ । ପୁଣି , ଏହା ରକ୍ତରେ କୋଲେଷ୍ଟେରୋଲ ଏବଂ ଟ୍ରାଇଗ୍ଲିସେରିଡ୍ ବା ରକ୍ତ – ଚର୍ବିକୁ ନିୟନ୍ତ୍ରିତ କରିଥାଏ । ବିଭିନ ଧରଣର ହୃଦ - ରୋଗରେ ପୀଡିତ ବ୍ୟକ୍ତି ଦୈନିକ ଦୁଇରୁ ତିନି କୋଲା ମାତ୍ର ରସୁଣ ଖାଇଲେ ହୃଦଘାତର ଆଶଙ୍କା ପଚାଶ ପ୍ରତିଶତ ହ୍ରାସ ପାଏ । ଖାଲି ଏତିକି ନୁହେଁ କର୍କଟ – ପ୍ରତିରୋଧକାରୀ ଗୁଣ ଥିବା ଖାଦ୍ୟ ପଦାର୍ଥ ତାଲିକାରେ ରସୁଣର ସ୍ଥାନ ସର୍ବାଗ୍ରେ । ଅତ୍ୟଧିକ ମାଛ ଖାଉଥିବା ଲୋକଙ୍କ ଶରୀରରେ ରନ୍ଧା – ମାଛ ମାଧ୍ୟମରେ ପାରଦ ଜମିବାର ଆଶଙ୍କା ସବୁବେଳେ ଥାଏ । ରସୁଣକୁ ସାମାନ୍ୟ ପୋଡି ଖାଇଲେ ତାହା ଶରୀରରୁ ମର୍କୁରି ଓ କାଡ୍ ମିଅମ ବାହାର କରିଥାଏ । ରସୁଣ ଜୀବାଣୁ ଓ ଭୂତାଣୁ ବିରୋଧୀ । ଶାରୀରିକ ଅବସାଦ ଜନିତ ଥଣ୍ଡା ଏବଂ ଅନ୍ୟ କେତେକ ସାଧାରଣ ସଂକ୍ରମଣରୁ ରସୁଣ ରକ୍ଷା କରେ । ଏଣୁ ସାମାନ୍ୟ ଦୁର୍ଗନ୍ଧ – ଯୁକ୍ତ ହୋଇଥିଲେ ହେଁ ସର୍ବଦା ରସୁଣ ଖାଇବା ଉଚିତ ।

ମୁଣ୍ଡବିନ୍ଧା ସମସ୍ୟାରୁ ଦୂରକରିବା ଉପାୟ

ଆଧୁନିକ ଜୀବନଶୈଳୀ ଓ କାର୍ଯ୍ୟବ୍ୟସ୍ତତା ଭିତରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଏବେ ଏକ ସାଧାରଣ କଥା ହୋଇଗଲାଣି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକ ପେନକିଲର ଖାଇଥାନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ପେନକିଲର ଖାଇବା ଦ୍ୱାରା ଶରୀର ଉପରେ ଅନେକ କୁ-ପ୍ରଭାବ ପଡିଥାଏ । କିନ୍ତୁ ପେନକିଲର ବିନା ମଧ୍ୟ ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ । ଏଥିପାଇଁ ପ୍ରାଣାୟମର ଆବଶ୍ୟକତା ରହିଛି । ଅନୁଲୋମ ବିଲୋମ ଏବଂ କପାଳଭାତି ପ୍ରାଣାୟମ କରିବା ଦ୍ୱାରା ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ଦୂର କରାଯାଇପାରିବ ।

ଅନୁଲୋମ ବିଲୋମ:

ଏହି ଆସନକୁ କରିବା ପାଇଁ ପ୍ରଥମେ ପଦ୍ମାସନରେ ବସନ୍ତୁ । ଏହାପରେ ଡାହାଣ ହାତର ବୃଦ୍ଧାଙ୍ଗୁଳି ସାହାର୍ଯ୍ୟରେ ନାକର ଡାହାଣ ଛିଦ୍ର ବନ୍ଦ କରି ବାମ ଛିଦ୍ରରେ ୫ ଗଣିବା ପର୍ଯ୍ୟନ୍ତ ପ୍ରଶ୍ୱାସ ନିଅନ୍ତୁ ।

  • ଏହାପରେ ନାକର ବାମ ଛିଦ୍ରକୁ ଅନାମିକା ଆଙ୍ଗୁଠିରେ ବନ୍ଦ କରି ଡାହାଣ ନାକ ଦ୍ୱାରା ନିଃଶ୍ୱାସ ଛାଡନ୍ତୁ ।
  • ଏହାପରେ ଏହି ପ୍ରକ୍ରିୟା ବାମ ପଟ ନାକରେ ମଧ୍ୟ କରନ୍ତୁ । ଏହି ପ୍ରଣାୟମକୁ ୫-୧୫ ମିନିଟ ପର୍ଯ୍ୟନ୍ତ କରିପାରିବେ ।

କପାଳଭାତି ପ୍ରଣାୟମ:

କପାଳଭାତି ପ୍ରଣାୟମ ମାନସିକ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । ଏହି ଆସନକୁ କରିବା ପାଇଁ ପ୍ରଥମେ ଏକ ଖୋଲା ସ୍ଥାନରେ ପଦ୍ମାସନରେ ବସନ୍ତୁ ।

  • ଏହାପରେ ନାକର ଦୁଇଟି ଛିଦ୍ରରେ ନିଃଶ୍ୱାସ ଛାଡନ୍ତୁ । ଏହା ସହିତ ପେଟକୁ ଭିତର ଆଡକୁ ଟାଣି ରଖନ୍ତୁ ।
  • ଏହା ପରେ ପୁଣି ଥରେ ପ୍ରଶ୍ୱାସ ନିଅନ୍ତୁ ଓ ପେଟକୁ ଯଥାସମ୍ଭବ ବହାରକୁ କରନ୍ତୁ । ପ୍ରଥମ ଦିନରୁ ଏକ ମିନିଟ ଯାଏଁ ଏହାକୁ କରିବା ପାଇଁ ଚେଷ୍ଟା କରନ୍ତୁ । ପରେ ଧୀରେ ଧୀରେ ସମୟ ବଢାଇ ୧୫ ମିନିଟ ପର୍ଯ୍ୟନ୍ତ କରନ୍ତୁ ।
  • ଏହା କରିବା ଦ୍ୱାରା ମାନସିକ ଚାପ ଦୂର ହେବା ସହିତ ମୁଣ୍ଡ ବିନ୍ଧା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଲାଭ:

  • ଅନୁଲୋମ ବିଲୋମ ପ୍ରଣାୟମର ଅଭ୍ୟାସ କରିବା ଦ୍ୱାରା ଶୁଦ୍ଧ ବାୟୁ ଶରୀର ଭିତରକୁ ଯାଇଥାଏ ଏବଂ ଅଙ୍ଗାରକାମ୍ଳ ବାହାରିଥାଏ । ଯାହା ଫଳରେ ଫୁସଫୁସର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ।
  • ମସ୍ତିଷ୍କର ବିଚାର କରିବାର କ୍ଷମତା ବଢିବା ସହିତ ଏକାଗ୍ରତା ବୃଦ୍ଧି ପାଇଥାଏ ।
  • ହୃଦରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଅନୁଲୋମ ବିଲୋମର ଅଭ୍ୟାସ ପ୍ରତ୍ୟେକ ଦିନ କରିବା ଉଚିତ । ଯାହା ତାଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ସଂଗୃହିତ : ଡାକ୍ତର ବାଳକୃଷ୍ଣ କୁଅଂର

ଆଧାର - ସ୍ୱାସ୍ଥ୍ୟ ବିଭାଗ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top