অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାରାତ୍ମାକ ରୋଗ: ମୋନିଲିଆସିସ୍

ଉପକ୍ରମ

ମୋନିଲିଆସିସ୍ ରୋଗ ଉଭୟ ନାରୀ ଓ ପୁରୁଷଙ୍କଠାରେ ଦେଖାଦେଇଥାଏ । ଦୀର୍ଘଦିନ ଧରି ଏ ସମ୍ପର୍କରେ ଚିକିତ୍ସା ବିଜ୍ଞାନୀମାନେ ଗବେଷଣା ଚଳାଇ ଆସୁଛନ୍ତି । ଏହା ଏକ ଯୌନରୋଗ ବୋଲି ପ୍ରଥମେ 1849 ମସିହାରେ ଜଣାପଡିଥିଲା । ସ୍ତ୍ରୀ ଓ ପୁରୁଷ ଅଧିକ ସମ୍ଭୋଗପ୍ରିୟ ହେବା, ଜନ୍ମନିରୋଧକ ବଟିକା  ଖାଇବା ଏହି ରୋଗର କାରଣ । ମଧୁମେହ ରୋଗ ହୋଇଥିଲେ ଏହି ରୋଗ ମଧ୍ୟ ଆକ୍ରମଣ କରିଥାଏ ।

ଏହି ରୋଗ କ’ଣ ?

ସମ୍ପ୍ରତି ସମାଜରେ ବହୁ ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେଗୁଡିକ ମଧ୍ୟରୁ ଅଂର୍କ ଏଭଳି ମାରାତ୍ମକ ଯେ, ଆରମ୍ଭର ଚିକିତ୍ସା ଣ କରିପାରିଲେ ତାହା ନିଜ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ଚିକିତ୍ସା ବିଜ୍ଞାନୀଙ୍କ ମତରେ ଉଭୟ ନାରୀ ଓ ପୁରୁଷଙ୍କଠାରେ କେତେକ ରୋଗର ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ଲଜ୍ଜାବଶତଃ ସେମାନେ ଏହା ପ୍ରକାଶ କରି ଣ ଥାନ୍ତି ଓ ଚିକିତ୍ସକଙ୍କ ନିକଟରେ ବହୁ ବିଳମ୍ବରେ ପହଞ୍ଚିନ୍ତି । ଏପରି ମଧ୍ୟ ରୋଗ ଅଛି ଯାହାର ଲକ୍ଷଣ ଆଦୌ ଜଣାପଡି ଣ ଥାଏ । ଏହିଭଳି ଏକ ମାରାତ୍ମକ ରୋଗ ହେଉଛି ମୋନିଲିଆସିସ୍ । ଏହା ଏକପ୍ରକାର ଯୌନ ରୋଗ । ଅନେକ ଏହାକୁ ଜନନେନ୍ଦ୍ରିୟ କଣ୍ଡୁ ବା ଶ୍ଲେଷ୍ମଳୀ ବୋଲି ମଧ୍ୟ କହିଥାଆନ୍ତି । ଏତଦ୍ ବ୍ୟତୀତ, ମୋନିଲିଆସିସ୍ ଏବଂ ଟ୍ରିଚିନୋନସିସ୍ ଉଭୟ ରୋଗର ଲକ୍ଷଣ ପ୍ରାୟ ଏକ ପ୍ରକାରର । କିନ୍ତୁ ଟ୍ରିଚିନୋନସିସ୍ ପାଣିକନ୍ଦା ଜାତୀୟ ସଂକ୍ରମଣ ।        ମୋନିଲିଆସିସ୍ ରୋଗ ଉଭୟ ନାରୀ ଓ ପୁରୁଷଙ୍କଠାରେ ଦେଖାଦେଇଥାଏ । ଦୀର୍ଘଦିନ ଧରି ଏ ସମ୍ପର୍କରେ ଚିକିତ୍ସା ବିଜ୍ଞାନୀମାନେ ଗବେଷଣା ଚଳାଇ ଆସୁଛନ୍ତି । ଏହା ଏକ ଯୌନରୋଗ ବୋଲି ପ୍ରଥମେ 1849 ମସିହାରେ ଜଣାପଡିଥିଲା । ସ୍ତ୍ରୀ ଓ ପୁରୁଷ ଅଧିକ ସମ୍ଭୋଗପ୍ରିୟ ହେବା, ଜନ୍ମନିରୋଧକ ବଟିକା ଖାଇବା ଏହି ରୋଗର ପ୍ରମୁଖ କାରଣ ମଧୁମେହ ରୋଗ ହୋଇଥିଲେ ଏହି ରୋଗ ମଧ୍ୟ ଆକ୍ରମଣ କରିଥାଏ ।

ନାରୀଙ୍କ କ୍ଷେତ୍ରରେ

କାଣ୍ଡିଡା ଆବ୍ଲିକାନସ ଜାତିର ଫିମ୍ପିର ମାତ୍ରା ବୃଦ୍ଧିହେଲେ ଜନନେଦ୍ରିୟରେ ଅମ୍ଳଜାନ, କାର୍ବୋହାଇଡ୍ରେଟର ପରିମାଣରେ ବୃଦ୍ଧି ଘଟେ । ଗର୍ଭାବସ୍ଥାରେ ଏହା ଅଧିକ ବୃଦ୍ଧିବ ହୋଇଥାଏ । ଶତକଡା ଚାଳିଶ ଭାଗରୁ ଅଧିକ ଗର୍ଭବତୀ ମହିଳା ଏହି ରୋଗର ଶିକାର ହୋଇଥାଆନ୍ତି । ଅନେକଙ୍କଠାରେ ବିନା ଲକ୍ଷଣରେ ଏହି ରୋଗ ସଂକ୍ରମଣ କରିଥାଏ । ଏହି ରୋଗଆତି କେବଳ ଜନନେନ୍ଦ୍ରିୟ ବ୍ୟତୀତ ନିତମ୍ବ, ଜଙ୍ଘକୁ ମଧ୍ୟ ଆକ୍ରାନ୍ତ କରିପକାଏ । ଯେଉଁମାନଙ୍କଠାରେ ମୂତ୍ର ଶର୍କରାର ଲକ୍ଷଣ ପ୍ରକାଶ ପାଏ ସେମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।

ରୋଗଟି ଯେତେବେଳେ ଜନନେଦ୍ରିୟରେ ସଂକ୍ରମିତ ହୁଏ ସେତେବେବେ ଦହି ଭଳି ଗାଢ ଧଳାଙ୍ଗର ସ୍ରାବ ହୁଏ । ମାତ୍ରାଧିକ ମୈଥୁନ ପାଇଁ ଇଚ୍ଛା ପ୍ରକାଶ ହୁଏ । ସହବାସରେ ରୋଗିଣୀ କଷ୍ଟ ଅନୁଭବ କରେ । ଜନନେଦ୍ରିୟର ବୃହ କୋଷ୍ଠରେ ବିସ୍ଫୋତକ ମଧ୍ୟ ଦେଖାଦେଇଥାଏ । ଭଗ ପ୍ରଦେଶରେ ଅତିଶୟ କଣ୍ଡୁ ସୃଷ୍ଟି ହେବା ସହ ଭିତରର ରଙ୍ଗ ଲାଲ ଦେଖାଯାଏ । କେତେକ ସ୍ଥଳରେ ଜନନେନ୍ଦ୍ରିୟ ପ୍ରାଚୀରରେ ଦାଗ ଦେଖାଯାଏ । ଏହାକୁ ହଟାଇଲେ ସେ ସ୍ଥାନରେ ଏକାଧିକ ରୁଧିରାଙ୍କ ସୃଷ୍ଟି ହୁଏ ।

ଶିଶୁ କ୍ଷେତ୍ରରେ

ଯଦି ଗର୍ଭାବସ୍ଥାରେ ମାଆଠାରେ ଏହି ରୋଗ ଦୃଷ୍ଟିଗୋଚର ହୁଏ, ତେବେ ପ୍ରସବ ପୂର୍ବରୁ ଏହାର ଚିକିତ୍ସା ଏକାନ୍ତ ଆବଶ୍ୟକ ନଚେତ ନବଜାତ ଶିଶୁର ମସ୍ତିଷ୍କ କିମ୍ବା ପ୍ରଜନନାଙ୍ଗରେ ଏହି ରୋଗ ଦେଖାଦିଏ ।

ପୁରୁଷଙ୍କ କ୍ଷେତ୍ରରେ

ବହୁ ସମୟରେ କେତେକ ପୁରୁଷଙ୍କଠାରେ ସମ୍ଭୋଗ ପୂର୍ବରୁ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥାଏ । ଜନନୀତ କାରଣରୁ ଶୌଥ ଏବଂ କୁଣ୍ଡାଇହେବା ଦୃଷ୍ଟିଗୋଚର ହୁଏ । ଜନନେନ୍ଦ୍ରିୟ ବିରିବିରି ହୋଇ ଫଳିଯାଏ । ପ୍ରଜନନାଙ୍ଗ ଜନିତ ଉପସର୍ଗ ଏବେ ସବୁଠାରେ ଦେଖାବାକୁ ମିଳୁଛି । ଅଧିକ କାଣ୍ଡିଡା ଆବ୍ଲିକାନସ କାରଣରୁ ଏଭଳି ଘଟିଥାଏ ପରୀକ୍ଷା ସମୟରେ ଏହାର ଉପସ୍ଥିତ ବେଳେ ବେଳେ ଦେଖାଯାଏ  ନାହିଁ । ଯଦି ସଞ୍ଚିତ ସ୍ନେଗ ଶିଶ୍ନମଣି ପଛରେ ଥାଏ ତାହା କାଣ୍ଡିଡାସିସ୍ ଆକ୍ରମଣର କ୍ଷେତ୍ର ବୋଲି କୁହାଯାଏ । ଫଇସ୍ କାଣ୍ଡିଡା ଆବ୍ଲିକାନସ୍ କାରଣରୁ ଜନନେନ୍ଦ୍ରିୟ ଅଗ୍ରଭାଗରେ ଶୋଥ ତଥା ମୂତନାଳିକା ପ୍ରଦାହ ଦେଖାଇଥାଏ । ଏହି ରୋଗ ଆକ୍ରମଣ କାଲେ ବାହ୍ୟ ଆବରଣ ଭୀଷଣ କୁଣ୍ଡାଇହୁଏ । ଏହି ରୋଗରୁ ଆରୋଗ୍ୟ ପାଇଁ ଆମ ସହ ପରାମର୍ଶ କରି ଆୟୁର୍ବେଦ ଔଷଧ ଖାଇପାରିବେ । ଏହି ରୋଗ ପୁରାତନ ହୋଇଗଲେ ବହୁ ରୋଗ ସୃଷ୍ଟି କରିବା ସହ ଏହା ଉପଦଂଶ ରୋଗ ବା ସିଫିଲିସ୍ ବୋଲି  ସନ୍ଦେହ ସୃଷ୍ଟି କରିଥାଏ । ଏହି ରୋଗରେ ସହବାସରେ ଶୀଘ୍ର ପତନ ହୋଇଥାଏ । ଶୁକ୍ରଧାତୁ କମିଯାଇଥାଏ । ଫଳରେ ସନ୍ତାନ ହୋଇ ନ ଥାଏ । ଏହି ରୋଗ ହେଲେ ଜଙ୍ଘସନ୍ଧି ଓ ଆଣ୍ଠୁ ସନ୍ଧିରେ ବାଗୀ ପଡେ । ଲିଦିଆ ମାଜୋରାରେ ହେଉଥିବା ଫଡା ବେଳେ ବେଳେ ପାଚିଜାଏ । କୋଷ୍ଠକାଠିନ୍ୟ ରୋଗର ଉତ୍ପତ୍ତି ସାଙ୍ଗକୁ ଶରୀରରେ ବାୟୁ ଓ ଅମ୍ଳର ପ୍ରକୋପ ବୃଦ୍ଧିଯାଏ । ମୂତାଶୟ ସଂକ୍ରମଣ ହେତୁ ନେଫ୍ରିଟିସର ଆଶଙ୍କା ଦେଖାଦେଇଥାଏ । ଅନେକ ସମୟରେ ସାଧାରଣ ଜ୍ଵର ପେଣ୍ଡା ଅଣ୍ଟା ତଥା ନାଭି ପ୍ରଦେଶରେ ବେଦନା ଏବଂ ଓଜନ ବୃଦ୍ଧି ଅନୁଭୂତ ହୁଏ ।

ଆଧାର

ପ୍ରମେୟ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate