অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୁଣ୍ଡବିନ୍ଧାକୁ ହେଳା କରନ୍ତୁନି

ମୁଣ୍ଡବିନ୍ଧାକୁ ହେଳା କରନ୍ତୁନି

ମୁଣ୍ଡବିନ୍ଧାକୁ

ମୁଣ୍ଡବିନ୍ଧା ଏକ ସାଧାରଣ ଲକ୍ଷଣ । ଜାତି, ଧର୍ମ, ବୟସ, ଲିଙ୍ଗ ଆଦି ନିର୍ବିଶେଷରେ ବହୁ ଲୋକ ମୁଣ୍ଡବିନ୍ଧା ଭୋଗକରନ୍ତି ବିଶ୍ଵସ୍ୱାସ୍ଥ୍ୟ ସଂସ୍ଥା ଗଣନା ଅନୁସାରେ, ପୃଥିବୀର ଶତକଡ଼ା ପଚାଶଭାଗ ଲୋକ ବର୍ଷକରେ କେବେ ନା କେବେ ମୁଣ୍ଡବିନ୍ଧା ରୋଗ ଭୋଗ କରିଥାଆନ୍ତି ।

ମନ ଦୁଃଖ, ଅବସାଦ, ପାରିବାରିକ ଅଶାନ୍ତି, ମାନସିକ ଅସନ୍ତୁଳନ ଆଦି ମୁଣ୍ଡବିନ୍ଧାର ପ୍ରମୁଖ କାରଣ । ମୁଣ୍ଡବିନ୍ଧାକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା:-

ସାଧାରଣ ମୁଣ୍ଡବିନ୍ଧା

  1. ମୁଣ୍ଡ ଭିତରେ ସାଂଘାତିକ ରୋଗ ଥାଇ ମୁଣ୍ଡବିନ୍ଧା
  2. ମସ୍ତିଷ୍ଠାରେ କୌଣସି ରୋଗ ନଥାଇମନପାଇଁ ମୁଣ୍ଡବିନ୍ଧା ଆଦି । ଦ୍ଵିତୀୟ ଶ୍ରେଣୀର ମୁଣ୍ଡବିନ୍ଧାର ମୁଖ୍ୟ କାରଣ ଗୁଡ଼ିକ ହେଲା- ମସ୍ତିଷ୍ଟ ଅର୍ବୁଦ (ବ୍ରେନ ଟ୍ୟୁମର), ମସ୍ତିଷ୍ଠ ପ୍ରଦାହ (ମେନିନ, ଜାଇଟିସ୍, ଏନକେଫାଲାଇଟିସ, ବ୍ରେନ ଆବସିସ୍), ମସ୍ତିଷ୍କ ଭିତରେ ରକ୍ତସ୍ରାବ (ସବଡୁରାଲ ହେମାଟୋମା, ଇନଗ୍ରା ସେରିବ୍ରାଲ ହେମୋରେଜ) ଆଖିର ଗ୍ଳୁକୋଜ ଭଳି ରୋଗ, କେତେ ଔଷଧ ଦୀର୍ଘଦିନ ଖାଇବାର ଦୁର୍ଗୁଣ । ଏଗୁଡ଼ିକର ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟୟବହୁଳ । ପରୀକ୍ଷା ନିରୀକ୍ଷା ଉପରେ ନିର୍ଭରଶୀଳ ସାଧାରଣ ମୁଣ୍ଡବିନ୍ଧା (ପ୍ରାଇମେରୀ ହେଡ଼ାକ)ର ମୁଖ୍ୟ କାରଣ ଗୁଡ଼ିକ ହେଲା ମାଇଗ୍ରେନ (ଅଧାକପାଳି), ଟେନସନ ହେଡ଼ାକ, କ୍ଲଷ୍ଟର ହେଡ଼ାକ ଆଦି । ଏହି ପ୍ରକାର ମୁଣ୍ଡବିନ୍ଧାରେ ମସ୍ତିଷ୍କାରେ ଥିବା ରକ୍ତବାହୀ ନାଳି, ସ୍ନାୟୁ, ମାଂସପେଶୀର ଅଧିକ ସଂକୋଚନ ଓ ପ୍ରସାରଣ କିମ୍ବା ମସ୍ତିଷ୍କ ଭିତରେ ନିର୍ଗତ ହେଉଥିବା କେତେକ ରାସାୟନିକ ପଦାର୍ଥର ଅସନ୍ତୁଳନ । ଏଥିରେ ମସ୍ତିଷ୍କ ଭିତର କୌଣସି ଅଙ୍ଗରେ ବିଶେଷ ପରୀକ୍ଷାରୁ କୌଣସି ଅଙ୍ଗରେ ରୋଗ ଥିବା ଜଣାପଡ଼େ ନାହିଁ ।
  3. ଅଧାକପାଳି (ମାଇଗ୍ରେନ) ମୁଣ୍ଡବିନ୍ଧାରେ ମୁଣ୍ଡ ଭିତରେ ମୁଣ୍ଡର ଗୋଟିଏ ପଟରେ ସାଧାରଣତଃ

    ଧକ ଧକ ଯନ୍ତ୍ରଣା ହୋଇଥାଏ, ମୁଣ୍ଡ ହାଲକା ହୋଇ ଉଡ଼ିଲା ଭଳି ଲାଗେ । ଆଖିରୁ ଆଲୁଅ ବାହାରିବା ସହ କାନରୁ ନିଆଁ ବାହାରେ । ବାନ୍ତି ବାନ୍ତି ଲାଗିବା ସହ ବାନ୍ତି ହୋଇଥାଏ । କେତେବେଳେ ଦେହ ହାତ ଝିମ ଝିମ  ହୁଏ । ଆଖିରେ ଦେଖାଯାଏ ନାହିଁ । ଏହାକୁ ‘ଅରା’ କୁହାଯାଏ । ଅଧାକପାଳି ଯନ୍ତ୍ରଣା ଘଣ୍ଟାଏ ଦୁଇଘଣ୍ଟାଠାରୁ ଦୁଇ ତିନିଦିନ ପର୍ଯ୍ୟନ୍ତ ଲାଗି ରହେ । ମାଇଗ୍ରେନ ଯୋଗୁଁ କାମ ନକରିପାରିବା, ସ୍କୁଲକୁ ନଯିବା, ଅଫିସ କିମ୍ବା କଳକାରଖାନାକାମକୁ ନଯିବା ଏକ ସାଧାରଣ ସମସ୍ୟା । ଏହା ଯୋଗୁଁ ସାରା ପୃଥିବୀରେ ବହୁ ଆର୍ଥିକ କ୍ଷତି ହୋଇଥାଏ । ଏହି ସମୟରେ କେତେକ ରୋଗୀ ଅନ୍ଧାରିଆ ଘରେ ଏକୁଟିଆ ରହିବାକୁ ଭଲ ପାଆନ୍ତି ।

    ମହିଳାଙ୍କୁ ଏହି ଅଧାକପାଳି ରୋଗ ତିନିଗୁଣ ଅଧିକ ହୋଇଥାଏ । ପରିବାରରେ ଏହି ରୋଗ ମାଆ ବାପାଙ୍କର ଥିଲେ ଝିଅମାନଙ୍କୁ ହେବାର ସମ୍ଭାବନା ଅଧିକ । ରୋଗର ଇତିହାସ, ରୋଗୀ ପରୀକ୍ଷା ଆଦି କରି ଡ଼ାକ୍ତରମାନେ ସହଜରେ ମାଇଗ୍ରେନ ରୋଗ ନିରୂପଣ କରିଥାଆନ୍ତି । କିନ୍ତୁ ମୁଣ୍ଡବିନ୍ଧାର ସଠିକ କାରଣ ନିରୂପଣ ପାଇଁ ସାଧାରଣତଃ ରକ୍ତ, ପରିସ୍ରା ପରୀକ୍ଷା, ରକ୍ତଚାପ ମାପିବା, ଆଖି ପରୀକ୍ଷା, ମୁଣ୍ଡର ଏକ୍ସରେ, ସିଟି ସ୍କାନ, ଏମଆରଆଇସ୍କାନ କରିବା ଆବଶ୍ୟକ । ଋତୁସ୍ରାବ ସମୟ, ଯୌନକ୍ରିୟା ଆଦି ପରେ ମୁଣ୍ଡ ବିନ୍ଧା, ଟେନସେନ ହେଡ଼ାକ,କ୍ଲଷ୍ଟର ହେଡ଼ାକ, ଔଷଧ ଦୀର୍ଘଦିନ ଖାଇ ହେଡ଼ାକର ଚିକିତ୍ସା ଅଲଗା ଅଲଗା । ସେହିପରି ସାଇନୋସାଇଟିସ୍, ଘୁଙ୍ଗୁଡ଼ି ଯୋଗୁଁ ଅନିଦ୍ରା ରହି ମୁଣ୍ଡବିନ୍ଧା ଆଦିର ସ୍ଵତନ୍ତ୍ର ବିଶେଷଜ୍ଞ ଚିକିତ୍ସା ଆବଶ୍ୟକ । ମାଇଗ୍ରେନ’ (ଅଧାକପାଳି) ମୁଣ୍ଡବିନ୍ଧର ସୁରକ୍ଷା ଏବଂ ପ୍ରତିରୋଗ ପାଇଁ ଆଜିକାଲି ଖୁବ ଭଲ ଔଷଧ ବାହାରିଲାଣି ।

    ସଂଗୃହିତ : ଡାକ୍ତର ନିରଞ୍ଜନ ତ୍ରିପାଠୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate