অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଦବହୁଳତା ଓ ବୃକ୍‌କ ରୋଗ

ମେଦବହୁଳତା କିମ୍ବା ମୋଟାପଣ

ମେଦବହୁଳତା କିମ୍ବା ମୋଟାପଣର ସମସ୍ୟା ଧୀରେ ଧୀରେ ବିଶ୍ଵରେ ବଢ଼ିବାରେ ଲାଗିଛି । ତେବେ ଏହି ମୋଟାପଣ ଅନେକ ରୋଗର କାରଣ ପାଲଟିଥାଏ । ହେଲେ ଏହା ମଧ୍ୟରେ ବୃକ୍‌କ ରୋଗ ଅନ୍ୟତମ । ବିଶେଷକରି ମୋଟାପଣ ଜନିତ ମଧୁମେହ

ଏବଂ ଉଚ୍ଚ ରକ୍ତଚାପ ଆଦି ବୃକ୍‌କ ରୋଗକୁ ଜଟିଳ କରିଥାଏ । ଏଣୁ ଏଥିପାଇଁ ସଚେତନତା ଲୋଡ଼ା ।

ମୋଟା ଲୋକଙ୍କ କ୍ଷେତ୍ରରେ ବୃକକ ପଥର ମଧ୍ୟ ଅଧିକ ମାତ୍ରାରେ ଦେଖାଯାଏ । ସେହିପରି ବୃକକ କର୍କଟ ରୋଗ ମଧ୍ୟ ହେବାର ଅନେକାଂଶରେ ସମ୍ଭାବନା ଥାଏ ।

କେମିତି ଜାଣିବେ

ବୃକକ ରୋଗର ଲକ୍ଷଣ ଗୁଡ଼ିକ ସହଜରେ ଜଣାପଡ଼ିଯାଏ । ଯେମିତିକି ହାତଗୋଡ଼ ଫୁଲିଯିବା, ରକ୍ତଚାପ ଅସ୍ଵାଭାବିକ ଭାବେ ବଢ଼ିଯିବା, ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା, ଦେହ ଦୁର୍ବଳ ହୋଇଯିବା, ସାମାନ୍ୟ ପରିଶ୍ରମରେ କ୍ଲାନ୍ତ ବା ଥକ୍କା ଲାଗିବା, ଭୋକ ହ୍ରାସ ପାଇବା, ବାନ୍ତି ହେବା, ପରିସ୍ରାରେ ଫେଣ ହେବା, ପରିସ୍ରା କମ ହେବା, ବାରମ୍ବାର ପରିସ୍ରା ହେବା, ଦେହ ହାତ ବଥା ହେବା, ରକ୍ତହୀନତା ଦେଖାଦେବା, ଦେହ ହାତ କୁଣ୍ଡାଇ ହେବା ଆଦି ଲକ୍ଷଣ ଜଣାପଡ଼ିଲେ, ବୃକକ ସମସ୍ୟା ସମ୍ପର୍କରେ ଜଣାପଡ଼େ । ଅବିଳମ୍ବ ପରିସ୍ରା ଏବଂ ରକ୍ତର ଯାଞ୍ଚ ଆବଶ୍ୟକ । ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ବୃକକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଆବଶ୍ୟକ ।

ନିରାକରଣ

ସୌଭାଗ୍ୟବଶତଃ ବର୍ତ୍ତମାନ ସ୍ଥିତିରେ ମୋଟାପଣକୁ ରୋକାଯାଇପାରୁଛି । ସେହିପରି ଏହାଦ୍ଵାରା ହେଉଥିବା ସ୍ଵାସ୍ଥ୍ୟଗତ ସମସ୍ୟାକୁ ଠିକ କରାଯାଇପାରିବ । ମଧୁମେହ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣକୁ ଆଣିବାକୁ ହେଲେ କେତେକ ସତର୍କତା ଆପଣାଇବାକୁ ପଡବ ।

– ମୋଟାପଣକୁ ରୋକିବାକୁ ହେଲେ ଖାଦ୍ୟପେୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଏହାଛଡ଼ା ନିୟମିତ ବ୍ୟାୟାମ କରିବାକୁ ପଡ଼ିବ । ଚଟ୍ ପଟି ଖାଦ୍ୟ ସମେତ ନିଶାଦ୍ରବ୍ୟ ଠାରୁ ଦୂରରେ ରହିବା ଉଚିତ ।

– ଏହାଛଡ଼ା ରକ୍ତଶର୍କରା ଏବଂ ରକ୍ତଚାପ ନିୟମିତ ପରୀକ୍ଷା କରିବାକୁ ପଡ଼ିବ । ଯଦି ସାଧାରଣ ଠାରୁ ଉର୍ଦ୍ଧ୍ଵରେ ଏହା ଥାଏ ତାହାଲେ ଔଷଧ ସେବନ କରି ସାଧାରଣ ସ୍ତରକୁ ଆଣିବାକୁ ପଡ଼ିବ । – ଯଦି ବୃକକ ରୋଗ ଆରମ୍ଭ ହେଉଥିବା ଜଣାପଡ଼େ, ତାହାଲେ। ତୁରନ୍ତ ବୃକକ ବିଶେଷଜ୍ଞଙ୍କ ସହ ସମ୍ପର୍କ କରିବା ଉଚିତ ।

– ପୁଷ୍ଟିସାର ଜାତୀୟ ଖାଦ୍ୟ ପ୍ରଚୁର ପରିମାଣରେ ଖାଇବା ସହ ଖାଦ୍ୟରେ ଲୁଣର ମାତ୍ରା ହ୍ରାସ କରିବା ଆବଶ୍ୟକ । ଅଯଥାରେ ଯନ୍ତଣା ନିବାରକ ଔଷଧ ଖାଇବା ଉଚିତ ନୁହେଁ । ତେଣୁ ଆସନ୍ତୁ ସମସ୍ତେ ମିଳିମିଶି ମୋଟାପଣ ବିରୋଧରେ ଲଢ଼େଇ କରି ଶିଖିବା ।

ଆଧାର: ଡ଼ାକ୍ତର ବିବେକାନନ୍ଦ ପଣ୍ଡା, ଆପୋଲୋ ହସପିଟାଲ, ଭୁବନେଶ୍ଵର

Last Modified : 6/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate