ଯୌନ ସ୍ୱାସ୍ଥ୍ୟ କ'ଣ ଓ ଅଧିକାର ପ୍ରଜନନ ସ୍ୱାସ୍ଥ୍ୟ ଓ ପ୍ରଜନନ ଅଧିକାର କୈଶୋର ସ୍ୱାସ୍ଥ୍ୟ ଓ ଯୌନ ଅଧିକାର ମହିଳା ମାନଙ୍କ ଉପରେ ଅତ୍ୟାଚାର ଯୌନ ତଥା ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ପୁରୁଷମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ଯୌନ ସଂଚାରିତ ରୋଗ ଓ ପ୍ରଜନନ ମାର୍ଗ ସଂକ୍ରମଣ ଲିଙ୍ଗଭେଦ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଶିଶୁ ଯତ୍ନ ଏବଂ ପରିବାର ନିଯୋଜନର ବିଭିନ୍ନ ଉପାୟ ଯୌନ ସ୍ୱାସ୍ଥ୍ୟ କ’ଣ ? ଯୌନତ୍ଵର ପରିପ୍ରକାଶ ଏବଂ ଉପଭୋଗ କରିବାରେ ଉଭୟ ପୁରୁଷ ଏବଂ ମହିଳାମାନଙ୍କ ଦକ୍ଷତା ହେଉଛି ଯୌନ ସ୍ୱାସ୍ଥ୍ୟ । ଏହାକୁ ସଫଳ କରିବାକୁ ହେଲେ ଯୌନ ସଂଚାରିତ ରୋଗ, ହିଂସା ମ ଅବାଞ୍ଛିତ ଗର୍ଭାଧାନ ଇତ୍ୟାଦିରି ଦୂରେଇ ରହିବାକୁ ହେବ । ଯୌନ ସ୍ୱାସ୍ଥ୍ୟ ର ନିଜସ୍ୱ ସମ୍ମାନ, ଯୌନତ୍ଵ ପ୍ରତି ସକାରାତ୍ମକ ଚିନ୍ତାଧାରା ଏବଂ ଯୌନ-ସମ୍ପର୍କ ପାଇଁ ସଂମତିକୁ ସମ୍ମାନ ପ୍ରଦର୍ଶନ ସହିତ ଉପଯୁକ୍ତ ତଥ୍ୟ ଜାଣି ଏବଂ ନିରାପଦ ଯୌନ କ୍ରିୟା କରି ଜୀବନ ନୃବାହ କରିବା । ଯୌନ ସ୍ୱାସ୍ଥ୍ୟ ଦ୍ଵାରା ଜୀବନର ମାନବୃଦ୍ଧି ଏବଂ ବ୍ୟକ୍ତିଗତ ସମ୍ପର୍କ ସହିତ ବ୍ୟକ୍ତିବିଶେଷର ଯୌନତ୍ଵ ର ପରିଚୟମିଳେ । ଏହା ଆନନ୍ଦ ର ସହିତ ଉତ୍ତମ ମାର୍ଗରେ ଉନ୍ନତି ବିଧାନ କରି ନିଜସ୍ୱ ବଦ୍ଧପରିକରତା, ଯୋଗାଯୋଗ , ଶିକ୍ଷା ଏବଂ ସମ୍ପର୍କ ରକ୍ଷାକୁ ଦୃଢ କରିଥାଏ । ଯୌନ ସ୍ୱାସ୍ଥ୍ୟ କାହିଁକି ଗୁରୁତ୍ଵପୂର୍ଣ୍ଣ ସଂପୂର୍ଣ୍ଣ ମାନବିକ ସାମର୍ଥ୍ୟର ବିକାଶ, ମାନବିକ ଅଧିକାର ଏବଂ ସ୍ଵଚ୍ଛନ୍ଧତା ପାଇଁ ଯୌନସ୍ୱାସ୍ଥ୍ୟ ଏକ ମୌଳିକ ଆବଶ୍ୟକତା । ଯୌନ ବିଶୃଙ୍ଖଳା , ବାଧ୍ୟତା ଏବଂ ବାଛନ୍ଦକୁ ରୋକିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇନକୁ ଦୃଢ କରିପାରିଲେ ସମସ୍ତେ ଉତ୍ତମ ଯୌନସ୍ୱାସ୍ଥ୍ୟ ର ଅଧିକାରୀ ହୋଇପାରିବେ । ଯୌନସ୍ୱାସ୍ଥ୍ୟ ନିଶ୍ଚିତ କରାଇବା ପାଇଁ ସମସ୍ତ ବ୍ୟକ୍ତି ଯୌନ ଅଧିକାରୀର ସୁରକ୍ଷା ସହିତ ଏହାକୁ ସମ୍ମାନ ଦେଖାଇବା । ସୁରକ୍ଷିତ ଭାବେ ନିଜ ଶରୀର ଉପରେ ନିଜସ୍ୱ ନିୟନ୍ତ୍ରଣ ରଖିବା । ମହିଳା ଏବଂ ଝିଅମାନଙ୍କୁ କ୍ଷମତା ପ୍ରଦାନ। ମହିଳା ଓ ପୁରୁଷ ଯୌନ ଅଧିକାର ମହିଳାମାନଙ୍କର ମାନବିକ ଅଧିକାର କହିଲେ ଯୌନତ୍ଵ ବିଷୟରେ ସ୍ଵାଧୀନ ଓ ଦାୟିତ୍ଵପୃଣ୍ଣ ଆଲୋଚନା କରିବା । ଏହା ଆଲେଚନରେ ଯୌନତ୍ଵ, ପ୍ରଜନନ ସ୍ୱାସ୍ଥ୍ୟ , ବଳତ୍କାର, ବାଛନ୍ଦ ଏବଂ ହିଂସାତ୍ମକ ବ୍ୟବହାରରୁ ମୁକ୍ତି ରହିବା ପ୍ରଭୁତି ବିଷୟ ସ୍ଥାନ ପାଇବା ଦରକାର । ଯୌନସମ୍ପର୍କ , ପ୍ରଜନନ, ଅଧିକାରର ସମ୍ପୃକ୍ତି ବ୍ୟକ୍ତିଙ୍କର ଯୌନକର୍ମ ସମ୍ବଦ୍ଧୀୟ ଐକ୍ୟତା ଏବଂ ତାକୁ ସମ୍ମାନ ପ୍ରଦର୍ଶନ, ଉଭୟ ସ୍ତ୍ରୀ ଓ ପୁରୁଷଙ୍କ ସହମତିରେ ଯୌନ ସମ୍ବନ୍ଧୀୟ କାର୍ଯ୍ୟ କରିବା ଓ ଏହାର ଫଳାଫଳକୁ ଜାଣିବାର ଅଧିକାର ହେଉଛି ଯୌନ ଅଧିକାର । ଯୌନ ଅଧିକାର ମଧ୍ୟରେ ରହିଥିବା ଗୁଡିକ ହେଲା ଖୁସି ରହିବା ସାପ୍ନାଭିଳାଷୀ ଏବଂ କଲ୍ପନାଭିଳାଷୀ ହେବାର ଅଧିକାର । ନ୍ୟାୟ, ସମ୍ନାନ ଏବଂ ସମାନତା ଅଧିକାର ଭିତିରେ ହିଂସା, ବଳତ୍କାର, ବାଛନ୍ଦରୁ ମୁକ୍ତ ଥିବା ଯୌନତ୍ଵ ଅଧିକାର । ନିଜ ଶରୀରର ସମ୍ପୂର୍ଣ୍ଣ ସୁରକ୍ଷା ତଥା ଦୈହିକ ଐକ୍ୟତା ର ଅଧିକାର ଯୌନକ୍ରିୟା କରିବା ଏବଂ ସ୍ଵାଧୀନ ତଥା ସହମତିପୃଣ୍ଣ ରୀତିରେ କାର୍ଯ୍ୟ ସମ୍ପାଦନା କରିବା ସହିତ କ୍ରିୟାଶୀଳ ଯୌନତ୍ଵ ପାଇଁ ଇଛା ପ୍ରକାଶ କରିବା ବା ନ କରିବା ପ୍ରଭୃତିରେ ଅଧିକାର । ଯୌନଶିକ୍ଷା ପାଇଁ ସ୍ଵାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାର ଏଚ.ଆଇ.ଭି./ଏଡସ୍ ସମେତ ଯୌନ ସଂଚାରିତ ରୋଗ, ଅବାଞ୍ଛିତ ଗର୍ଭାଧାରଣରୁ ଦୂରେଇ ରହି ସୁରକ୍ଷିତ ଯୌନକ୍ରିୟା କରିବାର ଅଧିକାର । ଯୌନସ୍ୱାସ୍ଥ୍ୟରେ ଅଧିକାର ଯାହାକି , ସମ୍ପୁର୍ଣ ଯୌନତ୍ଵ ଲାଭ କରିବା, ଯୌନତା ସମ୍ବନ୍ଧରେ ସୂଚନା ପାଇବା, ଶିକ୍ଷା ଏବଂ ଉଚ୍ଚମାନର ଗୋପନୀୟ ସେବା ପାଇଁ ପରିବାରର ଅଧିକାରକୁ ବୁଝାଏ । ଯୌନ ଅଧିକାର ଗୁଡିକ କାହିଁକି ଗୁରୁତ୍ଵ ପୃର୍ଣ୍ଣ ଯୌନ ଅଧିକାର ପରସ୍ପର ମଧ୍ୟରେ ସମ୍ପର୍କକୁ ଦୃଢୀଭୂତ କରିବା ସହିତ ପରସ୍ପରକୁ ସମ୍ମାନ ପ୍ରଦର୍ଶନ ଏବଂ ଘନିଷ୍ଟ ମାନବିକ ସମ୍ପର୍କ ଭଳି ଯୌନତ୍ଵର ସ୍ଵାଦ ଉପଭୋଗ କରିବାକୁ ଦେଇଥାଏ ଯାହାକି ଉଭୟଙ୍କର ମଙ୍ଗଳ ପାଇଁ ଉଦ୍ଧିଷ୍ଟ । ତେଣୁ ଯୌନ ଅଧିକାର ଓ ସ୍ତ୍ରୀ ଓ ପୁରୁଷ ସମାନତା ମଧ୍ୟରୁ ଯେକୋଣସି ଗୋଟିଏ ବି ଅନ୍ୟଟି ଉପରେ ନିର୍ଭରଶୀଳ । ଯୌନ ଅଧିକାର ପ୍ରତି ସମ୍ନାନ ପ୍ରଦର୍ଶନ କରିବା ଫଳରେ ମହିଳାଙ୍କ ବିରୋଧରେ ହିଂସାକାଣ୍ଡ , ଯଥା : ମହିଳା ଏବଂ ବାଳିକାମାନଙ୍କର ଅଧିକାର ଏବଂ ସ୍ଵାଧୀନତାରେ ଆଞ୍ଚ ଆଣିବା, ଯୌନ ଶୋଷଣ ଓ ହତାଶା , ଧର୍ଷଣ , ବେଶ୍ୟାବୃତ୍ତି , ପାରିବାରିକ କଳହ ଏବଂ ଯୌନ ଦାସତ୍ଵ ଇତ୍ୟାଦି ଲୋପ ପାଇବ । ବ୍ୟକ୍ତିଗତ ଏବଂ ସାମୁହିକ ସମ୍ବଳ ବିନିଯୋଗରେ କେଉଁସବୁ ପଦକ୍ଷେପ ନିଆଯିବ :- ପ୍ରତେକ ବୟସର ପୁରୁଷ ଓ ସ୍ତ୍ରୀ ଲୋକଙ୍କୁ ଆନୁଷ୍ଟାନିକ ଏବଂ ଅଣଆନୁଷ୍ଟାନିକ ରୀତିରେ ତଥା ଯୁବ ସଂଗଠନ ଜରିଆରେ ଶିକ୍ଷା ଦେବା ଦରକାର । ମହିଳା –ଶିକ୍ଷା ଦ୍ଵାରା ସ୍ତ୍ରୀ ପୁରୁଷଙ୍କର ସମାନତା ଅଧିକାର, ବିଭିନ୍ନ ଯୌନକ୍ରିୟା ସମ୍ବନ୍ଧୀୟ ତଥ୍ୟ ଜଣାଇଦେବା ଦରକାର ଉଭୟ ପୁରୁଷ ଏବଂ ମହିଳାଙ୍କୁ ଯୌନ ଅଧିକାର ବିଷୟରେ ଶିକ୍ଷା ଦେଇପାରିଲେ ସେମାନେ ନିଜର ଯୌନ ଉଦ୍ଧିପନା ପ୍ରକାଶ କରିବେ, ଯୌନକ୍ରିୟା ସମ୍ବନ୍ଧରେ ଦାୟିତ୍ଵବାନ ହେବେ, ଯୌନ ସଂଚାରିତ ରୋଗକୁ ପ୍ରତିରୋଧ କରିବା ଏବଂ ଆପୋଷ ଭାବେ ସୁରକ୍ଷିତ ତଥା ସନ୍ତୋଷଜନକ ଯୌନତ୍ଵ ବିତାଇ ସନ୍ତାନ ଉତ୍ପାଦନ କୁ ନିୟନ୍ତ୍ରଣ କରିପାରିବେ । ଆଧାର – ଓଡିଶା ଭଲ୍ୟୁମଟାରୀ ହେଲଥ ଆସୋସିଏସନ