অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରକ୍ତଦାନ ପୂର୍ବରୁ ଓ ପରେ

ରକ୍ତ ଏକ ଅମୂଲ୍ୟ ସମ୍ପଦ

ରକ୍ତ ଏପରି ଏକ ଅମୂଲ୍ୟ ସମ୍ପଦ ଯାହାକି ଈଶ୍ଵରଙ୍କ ଦ୍ଵାରା ମଣିଷ ଶରୀର  ମଧ୍ୟରେ ସୃଷ୍ଟି ହୋଇଥାଏ । କୃତ୍ରିମ ଉପାୟରେ ଗବେଷଣାଗାରରେ ଏହାକୁ ତିଆରି କରିବା ଅଦ୍ୟାବଧି ସମ୍ଭବ ହୋଇନାହିଁ ।

ରକ୍ତ ହେଉଛି ଲାଲରଙ୍ଗର ଏକ ପ୍ରକାର ତରଳର ସଂଯୋଜକ ତନ୍ତୁ, ଯାହାକି ଶରୀରରେ ଅନବରତ ପ୍ରବାହିତ ହୋଇଥାଏ । ଏହା ଅମ୍ଳଜାନ, ଶର୍କରା ସମେତ ଅନ୍ୟାନ୍ୟ ପୋଷକ ପଦାର୍ଥକୁ ଖାଦ୍ୟନଳୀରୁ ସଂଗ୍ରହ କରି ଅନ୍ୟ ତନ୍ମମାନଙ୍କୁ ଯୋଗାଇ ସେହି ତନ୍ତୁମାନଙ୍କଠାରୁ ବର୍ଜ୍ୟ  ବସ୍ତୁ ସଂଗ୍ରହ କରିନିଏ । ରକ୍ତ ତନ୍ତୁମାନଙ୍କଠାରୁ ଅଙ୍ଗାରକାମ୍ଳ ଚ୍ୟାସ୍ ନେଇ ଫୁସ୍‌ଫୁସ୍ ନିକଟରେ ପହଞ୍ଚାଇ ପୁନଃ ଅମ୍ଳଜାନ ଯୁକ୍ତ ହୋଇଥାଏ । ନିସ୍ରୋତମ ଗ୍ରନ୍ଥିରୁ ନିଃସୃତ ହରମୋନ୍‌କୁ ତନ୍ତୁମାନଙ୍କ ନିକଟରେ ପହଞ୍ଚାଏ ଏବଂ ରକ୍ତ ଶରୀରର ତାପମାତ୍ରା ରକ୍ଷା କରେ । ରକ୍ତ ପ୍ରବାହ ସହିତ ସମାନ୍ତରାଳ ଭାବେ ଲସିକା ପ୍ରଣାଳୀ ରହି ତନ୍ତୁରୁ ବଳକା ତରଳ ପଦାର୍ଥ ସଂଗ୍ରହ କରି ରକ୍ତରେ ମିଶାଏ । ଉଭୟ ରକ୍ତ ଓ ଲସିକା ପ୍ରଣାଳୀ ଶରୀର ମଧ୍ୟରେ ରୋଗ ପ୍ରତିରୋଧକ, ପ୍ରହରୀ ରୂପେ କାର୍ଯ୍ୟ କରେ । ରକ୍ତରେ ଗ୍ଲୁକୋଜ ପୁଷ୍ଟିସାର, କୋଲେଷ୍ଟରଲ, ଓ ଅନ୍ୟାନ୍ୟ ସେହସାର, ଭିଟାମିନ୍, କ୍ୟାଲସିୟମ୍, ସୋଡିୟମ୍, ପୋଟାସିୟମ୍, ଲୌହ ଆଦି ଧାତୁସାର ହରମୋନ୍, ୟୁରିଆ, କ୍ରିଏଟିନିନ୍, ବିଲିରୁବିନ୍, ୟୁରିକ ଏସିଡ୍ ଇତ୍ୟାଦି ଅନେକ ଉପାଦାନ ଥାଏ । ରକ୍ତରେ ରକ୍ତ ଜମାଟକାରୀ ଉପାଦନ ଶରୀରରୁ ରକ୍ତକ୍ଷରଣ ବନ୍ଦ କରେ ଓ ଶ୍ଵେତ ରକ୍ତକଣିକା ଶରୀରକୁ ରୋଗ ସଂକ୍ରମଣରୁ ରକ୍ଷା କରେ।

ଜୀବନ ରକ୍ଷା ପାଇଁ ରକ୍ତ ଆବଶ୍ୟକ

ପ୍ରାୟ ଆମ ଶରୀରର ଓଜନର ଶତକଡା ୧୩ ଭାଗ ଅର୍ଥାତ୍ ପ୍ରାୟ ୫ ଲିଟର ରକ୍ତ ଆମ ଦେହରେ ଥାଏ । ଶରୀରର ସମସ୍ତ ପ୍ରକାର ଆଭ୍ୟନ୍ତରଣ ବ୍ୟାପାରକୁ ସଂଯୋଜନା କରୁଥିବା ଏହି ରକ୍ତ ବେଳେବେଳେ ନିହାତି ଆବଶ୍ୟକତାଠାରୁ କମିଗଲେ। ବ୍ୟକ୍ତିକୁ ରକ୍ତ ଆବଶ୍ୟକ ପଡିଥାଏ । ଅର୍ଥାତ୍ ରକ୍ତ ପରୀକ୍ଷା ଦ୍ଵାରା ରକ୍ତରେ ହିମୋଗ୍ଲୋବିନ୍ ଶତକଡା ୬ ଗ୍ରାମରୁ କମ ରହିଲେ ବ୍ୟକ୍ତିକୁ ରକ୍ତ ନେବାକୁ ପଡିଥାଏ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଡାକ୍ତରଖାନାରେ ବଡ ଧରଣର ଅପରେଶନ୍ ହେବାକୁ ଥିବା ରୋଗୀ, ପ୍ରସବେତ୍ତର ରକ୍ତସ୍ରାବ ହେଉଥିବା ମହିଳା ତଥା ରକ୍ତ ନିର୍ମାଣ ପ୍ରକ୍ରିୟାରେ ତୁଟି ଥିବା ରୋଗୀ (ଥାଲାସେମିଆ, ହେମୋଫିଲିଆ, ସିକଲସେଲ୍, ରକ୍ତ କର୍କଟ) ମାନଙ୍କର ଜୀବନ ରକ୍ଷା ପାଇଁ ରକ୍ତ ଆବଶ୍ୟକ ପଡିଥାଏ । ରକ୍ତଦାନ କରୁଥିବା ବ୍ୟକ୍ତି ରୋଗୀର ଯଥେଷ୍ଟ ଉପକାର କରିବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ଉପକୃତ ହୋଇଥାଏ ।

ରକ୍ତଦାତା ନିଜର ବ୍ଲଡ଼ ଗ୍ରୁପ ଜାଣିବା ସଙ୍ଗେ ସଙ୍ଗେ ନିଜ ଦେହରେ ମ୍ୟାଲେରିଆ, ଜଣ୍ଡିସ୍ (ହେପାଟାଇଟିସ୍‌ଜନିତ) ସିଫିଲିସ୍, ଏଚ୍ଆଇଭି! ଏଡ୍ସ ପରି ୫ ପ୍ରକାର ରୋଗକାରକ, ଜୀବାଣୁ/ ଭୁତାଣୁ ଅଛନ୍ତି କି ନାହିଁ ଜାଣିପାରେ । ନିୟମିତ ରହିବା କଲେ କୋଲେଷ୍ଟରଲର ପରିମାଣ ନିୟନ୍ତିତ ରହିବା ସଙ୍ଗେ ସଙ୍ଗେ ହୃଦ୍‌ରୋଗର ଆଶଙ୍କା କମ୍ ହୋଇଥାଏ ।

ରକ୍ତଦାନ ସମ୍ପୁର୍ଣ୍ଣ ନିରାପଦ

ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଓ ମଧୁମେହ ଦ୍ଵାରା ଆକ୍ରାନ୍ତ ହେବାର ଆଶଙ୍କା କମ୍ ଥାଏ । ଅସ୍ଥିମଜ୍ଜା ଅଧିକ ସକ୍ରିୟ ଓ କାର୍ଯ୍ୟକ୍ଷମ ହୋଇ ରକ୍ତ ପ୍ରସ୍ତୁତ କରିଥାଏ । ବ୍ୟକ୍ତି ମୁମୁର୍ଷୁର ଜୀବନ ରକ୍ଷା କରିପାରିଥିବାରୁ ମାନସିକ ଶାନ୍ତି ଓ ଆତ୍ମତୃପ୍ତି ଅନୁଭବ କରେ । ପୁରୁଷମାନଙ୍କର ଏକ କିଲୋଗ୍ରାମ ଓଜନ ପିଛା ୬୬ ମିଲି ଏବଂ ମହିଳାମାନଙ୍କର ୬୬ ମିଲି ରକ୍ତ ଥାଏ । ମାତ୍ର ପ୍ରତ୍ୟେକ ବ୍ୟକ୍ତିର ଶରୀରରେ କିଲେ। ପିଛା ୫୦ ମିଲି ରକ୍ତର ଆବଶ୍ୟକ ହୁଏ । ଏହି ହିସାବରେ ଜଣେ ପୁରୁଷଠାରେ କିଲୋଗ୍ରାମ ପିଛା ୨୬ ମିଲି ଏବଂ ଜଣେ ମହିଳାଠାରେ କିଲୋଗ୍ରାମ ପିଛା ୧୬ ମିଲି ରକ୍ତ ଆଧକ ଥାଏ । ତେଣୁ ଏହି ଅଧିକ ଥିବା ରକ୍ତରୁ କିଲୋ ପିଛା ୫-୮ ମିଲି ରକ୍ତଦାନ କଲେ କ୍ଷତି କ'ଣ ?

ରକ୍ତଦାନ ସମ୍ପୁର୍ଣ୍ଣ ନିରାପଦ । ରକ୍ତ ସଂଗ୍ରହ ସମସ୍ତ ସରଞ୍ଜାମ ବିଶୋଧିତ ହୋଇ ଆସିଥାଏ । ଜଣକ ଠାରେ ବିଶୋଧତ। ଛୁଞ୍ଚି ବ୍ୟବହାର ପରେ ନଷ୍ଟ କରିଦିଆଯାଏ । ତେଣୁ ଏହା ଦ୍ଵାରା ବାହାରର ସଂକ୍ରମଣ ଶରୀର ମଧ୍ୟରେ ପ୍ରବେଶ କରେ ନାହିଁ । ରକ୍ତ ଜମାଟ ନ ହେବା ପାଇଁ ରକ୍ତ ସଂଗ୍ରହଣ ଥଳିରେ ରକ୍ତ ସଂଗ୍ରହ କରାଯାଇ ୨-୬° ସେଣ୍ଟିଗ୍ରେଡ୍ ତାପମାତ୍ରାରେ ୩୫ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇଥାଏ । ରକ୍ତ ସଂଗ୍ରହ ପରେ ରକ୍ତଦାତାର ରକ୍ତ ସଂକ୍ରମଣ ମୁକ୍ତ କି ନୁହେଁ ପରୀକ୍ଷା କରାଯାଏ ।

ଜୀବନରେ ଥରେ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ନିଜର କେତେବେଳେ ଚିକିତ୍ସା ପାଇଁ ରକ୍ତ ଦରକାର ପଡିଲେ ରକ୍ତ ଭଣ୍ଡାର ମାଧ୍ୟମରେ ବିନା ବଦଳ ରକ୍ତରେ ରକ୍ତ ଯୋଗାଇ ଦିଆଯାଏ ।

ସମାଜରୁ ଧନୀ ଦରିଦ୍ରର ଭେଦଭାବ ଦୂର କରିବା ରକ୍ତଦାନ ମାଧ୍ୟମରେ ସମ୍ଭବ । ରକ୍ତଦାନ ଏପରି ଏକ ଦାନ ଉଭୟ ଧନୀ ଦରିଦ୍ରକୁ ଓ ଦରିଦ୍ର ଧନୀକୁ ଦାନ କରିପାରେ । ଆମର ଯେଉଁ ଧାରଣ ଅଛି । ମୋଟା ଲୋକ ରକ୍ତଦାନ କରିପାରିବେ  ମାତ୍ର ପତଳା ଲୋକ ନୁହେଁ ତାହା ଭୁଲ୍ । ଯେକୌଣସି ୧୮-୫୫ ବର୍ଷ ବୟସ ଓ ୪୫ କିଲୋଗ୍ରାମରୁ ଅଧିକ ହୋଇଥିଲେ ପ୍ରତି ତିନିମାସରେ ଥରେ ଲେଖାଏ ରକ୍ତଦାନ କରିପାରିବେ । ଏହାସହ ବ୍ୟକ୍ତିର ରକ୍ତରେ ହିମୋଗ୍ଲୋବିନର ପରିମାଣ ୧୨ ଗ୍ରାମରୁ କମ୍ ହୋଇ ନ ଥିବା । ରକ୍ତଚାପ ସିଷ୍ଟୋଲିକ୍ ୧୦୦ ରୁ ୧୨୦ ଏବଂ ଡାଏବେଷ୍ଟାଲିକ୍ ୬୦ରୁ ୧୦୦ ମଧ୍ୟରେ ରହିଥିବା ଆବଶ୍ୟକ । ନାଡି ଗତି ୬୦ରୁ ୧୦୦ ମଧ୍ୟରେ ଥିବା ଜରୁରୀ।

ଶରୀରର ତାପମାତ୍ରା ୩୭.୫° ସେଲସିୟସରୁ ଅଧିକ ହୋଇ ନ ଥିବ । ସେହିପରି ସ୍ଵାସ୍ଥ୍ୟଗତ ବିଚାରକୁ ଆଧାର କରି ଆମ୍ଭମାନଙ୍କ ମଧ୍ୟରୁ କିଏ ରକ୍ତଦାନ କରିବାଯୋଗ୍ୟ ଓ କିଏ ଅଯୋଗ୍ୟ ତାହା ବିଚାର କରିବା । ଏଚ୍.ଆଇଭି/ ଏଡସ, ଜଣ୍ଡିସ, ସିଫିଲିସ୍, ହୃଦରୋଗ, ଥାଇରଏଡ୍, ଶ୍ଵାସ, ଅପସ୍ମାର ପରି ରୋଗରେ ପୀଡିତ ଥିଲେ । ବ୍ୟକ୍ତି ରକ୍ତଦାନ କରିପାରିବେ ନାହିଁ । ଥଣ୍ଡା, କାଶ, ଜ୍ଵର, ତରଳଝାଡା ପରି ସାଧାରଣ ରୋଗରେ ପୀଡିତ ଥିଲେ ଉପଶମ ହେଲା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ରକ୍ତଦାନ କରିପାରିବେ । ମହିଳାମାନେ ଗର୍ଭବସ୍ଥାରେ, ପ୍ରସବ ପରେ, ଗର୍ଭପାତର ତିନିମାସ ମଧ୍ୟରେ, ମାସିକ ଋତୁସ୍ରାବ ସମୟରେ କିମ୍ବା ଶିଶୁମା'ଠାରୁ କ୍ଷୀର ଖାଉଥିଲେ। ରକ୍ତଦାନ କରିବା ନିଷେଧ । ଯଦି ଛଅମାସ ମଧ୍ୟରେ କୌଣସି ବଡ ଧରଣର ଅସ୍ତ୍ରୋପରଚର  ଏବଂ ୩ ମାସ ମଧ୍ୟରେ ଛୋଟ ଧରଣର ଅସ୍ତ୍ରୋପଚାର ହୋଇଥାଏ ତେବେ ରକ୍ତଦାନ କରିବା ଅନୁଚିତ ।     ରକ୍ତଦାନ ପରେ ଗ୍ଲୁକୋଜ ବା ମିଠାଜାତୀୟ ପଦାର୍ଥ ଖାଇ କିଛି ସମୟ ବିଶ୍ରାମ ପରେ ରକ୍ତଦାତା ନିଜକୁ ଅତି ସତେଜ, ସୁସ୍ଥ ଓ କର୍ମଠ, ମନେକରେ । ପ୍ରତ୍ୟେକ ସରକାରୀ, ଅର୍ଦ୍ଧସରକାରୀ ତଥା ବ୍ୟାଙ୍କ କର୍ମଚାରୀମାନଙ୍କୁ ରକ୍ତଦାନ କରୁଥିବା ଦିନ ଛୁଟି ମିଳିବା ପାଇଁ ବ୍ୟବସ୍ଥା ଅଛି । ରକ୍ତ ଏପରି ଏକ ଅମୂଲ୍ୟ ସମ୍ପଦ ଯାହାକି ‘ଈଶ୍ଵରଙ୍କ ଦ୍ଵାରା ମଣିଷ ଶରୀର ମଧ୍ୟରେ ସୃଷ୍ଟି ହୋଇଥାଏ । କୃତ୍ରିମ ଉପାୟରେ ଗବେଷଣାଗାରରେ ଏହାକୁ ତିଆରି କରିବା ଅଦ୍ୟାବଧ ସମ୍ଭବ ହୋଇନାହିଁ । ଏହା ବଜାରରେ କିଣିବାକୁ ମଧ୍ୟ ମିଳେ ନାହିଁ । ରକ୍ତ ଭଣ୍ଡାରରୁ ନିଜେ ରକ୍ତଦାନ ପରେ ରୋଗୀର ଆବଶ୍ୟକ ଗ୍ରୁପର ରକ୍ତ ବଦଳାଇ ଆଣିହୁଏ । ତେଣୁ ଜଣକର ରକ୍ତଦାନ ଦ୍ଵାରା ହିଁ ରୋଗୀକୁ ଜୀବନଦାନ ଦିଆଯାଇପାରେ। ତେବେ ଆସନ୍ତୁ ମିଳିମିଶି ଦେହରୁ ସାମାନ୍ୟ ରକ୍ତଦେଇ ଆମ ସମାଜରେ ପ୍ରପୀଡିତ ଅନେକ ଭାଇଭଉଣୀଙ୍କର ଜୀବନ ବଞ୍ଚାଇବା ।

ସଂଗୃହିତ : ଡା. ଅନନ୍ତ କୁମାର ଆଚାର୍ଯ୍ୟ, ଆୟୁର୍ବେଦ ଚିକିସିଧକାରୀ, ସୁନ୍ଦରଗଡ଼



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate